ଏକ ସୁସ୍ଥ ଭାରତ ପାଇଁ ସରକାର ଚତୁର୍ମୁଖୀ ରଣନୀତି ନେଇ କାର୍ଯ୍ୟ କରୁଛନ୍ତି : ପ୍ରଧାନମନ୍ତ୍ରୀ
ଭାରତୀୟ ସ୍ୱାସ୍ଥ୍ୟକ୍ଷେତ୍ର ଦେଖାଇଥିବା ନମନୀୟତା ଓ ଶକ୍ତି ବିଶ୍ୱବ୍ୟାପୀ ପ୍ରଶଂସିତ: ପ୍ରଧାନମନ୍ତ୍ରୀ
ଡାକ୍ତରୀ ଉପକରଣ ଓ ଔଷଧ ପତ୍ର ଉତ୍ପାଦନ ପାଇଁ ଭାରତ ବିଦେଶୀ କଞ୍ଚାମାଲ ରପ୍ତାନୀ ହ୍ରାସ ଦିଗରେ କାର୍ଯ୍ୟ କରିବା ଉଚିତ: ପ୍ରଧାନମନ୍ତ୍ରୀ

ସ୍ୱାସ୍ଥ୍ୟ କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟବସ୍ଥାର ପ୍ରଭାବି କାର୍ଯ୍ୟକାରିତା ନେଇ ଆୟୋଜିତ ୱେବିନାରରେ ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦବୋଧନ ଦେଇଛନ୍ତି ।

ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚଳିତ ବଜେଟରେ ହୋଇଥିବା ବ୍ୟୟବରାଦ ଅଭୂତପୂର୍ବ ଓ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାରଙ୍କ ଅଙ୍ଗୀକାରବଦ୍ଧତାର ପରିଚାୟକ ।

ଦେଶରେ କିପରି 2500 ପରୀକ୍ଷାଗାର ପ୍ରତିଷ୍ଠା କରି ମାତ୍ର କିଛି ମାସ ମଧ୍ୟରେ ଦିନକୁ ଦଶବାରରୁ 21 କୋଟି ନମୁନା ପରୀକ୍ଷା କରାଯାଇପାରିଲା ପ୍ରଧାନମନ୍ତ୍ରୀ ତାହାର ସ୍ମୃତିଚାରଣ କରିଥିଲେ ।

କରୋନା ଆମକୁ ଶିକ୍ଷା ଦେଲା କିପରି ଆମେ କେବଳ ମହାମାରୀର ମୁକାବିଲା କରିବୁ ତାହା ନୁହେଁ ବରଂ ଭବିଷ୍ୟତରେ ଏଭଳି ପରିସ୍ଥିତି ଉପୁଜିଲେ ତାର ସାମ୍ନା କରିବାକୁ ମଧ୍ୟ ପ୍ରସ୍ତୁତ ହେବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଦୃଷ୍ଟିରୁ ସ୍ୱାସ୍ଥ୍ୟସେବାର ପ୍ରତ୍ୟେକଟି ଦିଗକୁ ଆମକୁ ସମାନ ଭାବେ ମଜଭୁତ କରିବାକୁ ପଡିବ ।

ସେ କହିଛନ୍ତି ଆମକୁ ପ୍ରତ୍ୟେକ କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ପଡିବ । ଡାକ୍ତରୀ ସାମଗ୍ରୀଠାରୁ ଔଷଧ ପତ୍ର, ଭେଣ୍ଟିଲେଟରଠୁ ଆରମ୍ଭ କରି ଟୀକା, ବୈଜ୍ଞାନିକ ଗବେଷଣାଠାରୁ ଭିତ୍ତିଭୂମିର ତଦାରଖ, ଡାକ୍ତରଙ୍କଠାରୁ ଆରମ୍ଭ ସଂକ୍ରାମକ ରୋଗତତ୍ତ୍ୱବିଦଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ବିଷୟ ପ୍ରତି ଦୃଷ୍ଟି ଦେଲେ ଯାଇ ଆମେ ଭବିଷ୍ୟତରେ ସମ୍ଭାବ୍ୟ ସ୍ୱାସ୍ଥ୍ୟଗତ ବିପର୍ଯ୍ୟୟ ପାଇଁ ନିଜକୁ ପ୍ରସ୍ତୁତ ରଖି ପାରିବା ।

ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିଶ କ୍ରମେ ସ୍ୱାସ୍ଥ୍ୟସେବାକୁ ଆଖି ଆଗରେ ରଖି ସ୍ଥାନୀୟ ସଂସ୍ଥାମାନେ 70 ହଜାର କୋଟି ଟଙ୍କାରୁ ଅଧିକ ସହାୟତା ପାଇବେ । ଏହା କେବଳ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେବାପାଇଁ ନୁହଁ ବରଂ ଦେଶର ଦୂରଦୂରାନ୍ତରେ କିପରି ସ୍ୱାସ୍ଥ୍ୟସେବା ପହଞ୍ଚିପାରିବ ସରକାର ତାହାକୁ ନଜରରେ ରଖିଛନ୍ତି । ଏପରି ପୁଞ୍ଜି ବିନିଯୋଗ କେବଳ ସ୍ୱାସ୍ଥ୍ୟସେବାର ଉନ୍ନତି ନୁହଁ ପରନ୍ତୁ ନିଯୁକ୍ତି ସୁଯୋଗ ଯେପରି ଅଧିକ ହେବ ପ୍ରଧାନମନ୍ତ୍ରୀ ତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

କରୋନା ବୈଶ୍ୱିକ ମହାମାରୀ କାଳରେ ଦେଶ ଯେପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ନମନୀୟତା ଓ ସାମର୍ଥ୍ୟ ପ୍ରଦର୍ଶନ କରିଛି ତାହା ବିଶ୍ୱବ୍ୟାପୀ ପ୍ରଶଂସିତ ହୋଇଥିବା ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଆସ୍ଥା ଓ ଏହାର ଗରିମା ବିଶ୍ୱରେ ବହୁଗୁଣରେ ବୃଦ୍ଧି ପାଇଛି ଓ ବର୍ତ୍ତମାନ ଦେଶ ଭବିଷ୍ୟତକୁ ଆଖି ଆଗରେ ରଖି ଅଗ୍ରସର ହେବ ବୋଲି ସେ କହିଛନ୍ତି ।

ଭାରତୀୟ ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ, ଭାରତୀୟ ଔଷଧ ଏବଂ ଟୀକାର ଚାହିଦା ବିଶ୍ୱବ୍ୟାପୀ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ଭାରତୀୟ ଭେଷଜ ଶିକ୍ଷା ପଦ୍ଧତି ପ୍ରତି ବିଶ୍ୱ ଆକର୍ଷିତ ହେବ ଏବଂ ଭାରତରେ ମେଡିକାଲ ପାଠ ପଢ଼ିବା ପାଇଁ ବିଦେଶୀ ବିଦ୍ୟାର୍ଥୀଙ୍କ ଆଗମନ ହେବ ବୋଲି ସେ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ଭେଣ୍ଟିଲେଟର ଓ ଡାକ୍ତରୀ ଉପକରଣ ଉତ୍ପାଦନ ସଫଳତାକୁ ଆମକୁ ଆହୁରି ଆଗକୁ ନେବାକୁ ପଡିବ, କାରଣ ଏସବୁ ପାଇଁ ଆନ୍ତର୍ଜାତିକ ସ୍ତରରେ ଚାହିଦା ଅଧିକ ରହିବ ।

ଭାରତ ବିଶ୍ୱକୁ ଆବଶ୍ୟକ ଡାକ୍ତରୀ ଉପକରଣ କମ ଖର୍ଚ୍ଚରେ ଯୋଗାଇବାକୁ ସ୍ୱପ୍ନ ଦେଖିପାରିବ କି ବୋଲି ସେ ୱେବିନାରରେ ଥିବା ଅଂଶଗ୍ରହଣକାରୀମାନଙ୍କୁ ପ୍ରଶ୍ନ କରିଥିଲେ । ଆମେ ସିଧାସିଧା ପ୍ରଯୁକ୍ତି ବିଦ୍ୟା ଉପଯୋଗ କରି ଭାରତକୁ ବିଶ୍ୱକୁ କମ ବ୍ୟୟସାପେକ୍ଷ ସାମଗ୍ରୀ ଯୋଗାଇ ପାରିବା କି?

ବିଗତ ସରକାରଙ୍କ ଭଳି ଆଧାପନ୍ତରିଆ ଭାବେ ନକରି ପୁରା ସ୍ୱାସ୍ଥ୍ୟକ୍ଷେତ୍ରକୁ ସାମଗ୍ରୀକ ଭାବେ ବର୍ତ୍ତମାନର ସରକାର ଗୁରୁତ୍ୱ ଦେଉଛି । ସେ ଦୃଷ୍ଟିରୁ କେବଳ ଉପଚାର ନୁହଁ ସମ୍ପୂର୍ଣ୍ଣ ସୁଧାର ଉପରେ ଧ୍ୟାନ କେନ୍ଦ୍ରିତ ହେଇଛି । ନିରାକରଣ ଠାରୁ ଆରମ୍ଭ କରି ଆରୋଗ୍ୟ ପର୍ଯ୍ୟନ୍ତ ଏକ ସମନ୍ୱିତ ଓ ସାମଗ୍ରୀକ ପଦକ୍ଷେପ ନିଆଯାଇଛି । ଏକ ସୁସ୍ଥ ଭାରତ ଗଠନ ନିମନ୍ତେ ସରକାର ଏକ ଚାରି ଟିକିଆ ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି ।

ପ୍ରଥମଟି ହେଲା ଅସୁସ୍ଥତାର ନିରାକରଣ ଓ ସୁଧାର ପ୍ରବର୍ତ୍ତନ । ସ୍ୱଚ୍ଛ ଭାରତ ଅଭିଯାନ, ଯୋଗ, ଗର୍ଭବତୀ ମହିଳା ଓ ଶିଶୁଙ୍କ ସମୟୋଚିତ ଯତ୍ନ ଓ ଉପଚାର ଇତ୍ୟାଦି ।

ଦ୍ୱିତୀୟ ହେଲା ଗରିବରୁ ଗରିବ ବ୍ୟକ୍ତିକୁ ଶସ୍ତା ଓ ଦକ୍ଷ ଉପଚାର ପାଇଁ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଏ ଦିଗରେ କାର୍ଯ୍ୟ କରୁଛନ୍ତି ।

ତୃତୀୟତଃ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପେଶାଦାର ସ୍ୱାସ୍ଥ୍ୟସେବା କର୍ମୀମାନଙ୍କ ଗୁଣାତ୍ମକ ବିକାଶ । ଗତ ଛଅ ବର୍ଷ ମଧ୍ୟରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ (AIIMS) ଦେଶବ୍ୟାପୀ ଅଧିକରୁ ଅଧିକ ମେଡିକାଲ କଳେଜ ସ୍ଥାପନ ଏ ଦିଗରେ ସୁଫଳ ଦେବ ।

ଚତୁର୍ଥରେ ଅଭିଯାନକୁ ଏକ ବ୍ରତ ଭାବେ ଗ୍ରହଣ କରି ବାଧାବିଘ୍ନର ମୁକାବିଲା କରିବା । ମିଶନ ଇନ୍ଦ୍ରଧନୁଷ ଦେଶର ଦୂରଦୂରାନ୍ତ ଏବଂ ଆଦିବାସୀ ବହୁଳ ଅଞ୍ଚଳଗୁଡିକୁ ସଂପ୍ରସାରିତ ହୋଇଛି । ବିଶ୍ୱରେ ଟିବି ବା ରାଜ ଯକ୍ଷ୍ମା ଦୂରୀକରଣ ଅବଧି 2030 ରହିଥିବା ବେଳେ ଭାରତରେ ଏହି ଲକ୍ଷ୍ୟ 2025 ରଖାଯାଇଛି । ଲୋକମାନଙ୍କ କାଶରୁ ବାହାରୁଥିବା ଜଳୀୟକଣା ଯେପରି ଟିବି ସଂକ୍ରମଣ ବ୍ୟାପୀବାରେ ସହାୟକ ହୋଇଥାଏ ଛିଙ୍କ କାଶ ଦ୍ୱାରା ମଧ୍ୟ କରୋନା ଭୂତାଣୁ ବ୍ୟାପୀଥାଏ । ସେ ସୃଷ୍ଟିରୁ ଦୁଇଟି ଯାକର ନିରାକରଣ ନିମନ୍ତେ ଗୋଟିଏ ମାର୍ଗଦର୍ଶିକା ଏକ ସଂଗେ ପାଳନ କରାଯାଇପାରିବ । ମାସ୍କ ପରିଧାନ ସହ ସଫଳ ରୋଗ ନିରୂପଣ ଟିବି ରୋକିବାରେ ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ।

କରୋନା କାଳରେ ଆୟୁଷ ଚିକିତ୍ସକମାନଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଆମ ଆୟୁଷ ଭିତ୍ତିଭୂମୀ ବୈଜ୍ଞାନିକ ଗବେଷଣା ଦିଗରେ ମଧ୍ୟ ବେଶ ସହାୟକ ହୋଇଛି । ଟୀକା କୋଭିଡ-19କୁ ନିୟନ୍ତ୍ରଣ କରୁଥିବା ବେଳେ ଆମର ପାରମ୍ପାରିକ ଔଷଧ ଓ ମସଲାକୁ ସ୍ୱାସ୍ଥ୍ୟରକ୍ଷା ପାଇଁ ବିଶ୍ୱବାସୀ ବ୍ୟବହାର କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତରେ ବୈଶ୍ୱିକ ପାରମ୍ପାରିକ ଔଷଧର ଏକ କେନ୍ଦ୍ର ଭାରତରେ ସ୍ଥାପନ କରିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ସ୍ୱାସ୍ଥ୍ୟକ୍ଷେତ୍ରର ପହଞ୍ଚ ଓ ମିତବ୍ୟୟିତାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଲକ୍ଷ୍ୟ ହାସଲ ନିମନ୍ତେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସହାୟତା ନେବାକୁ ସେ ପରାମର୍ଶ ଦେଇଛନ୍ତି । ଲୋକମାନଙ୍କ ସୁବିଧା ଅନୁସାରେ ଡିଜିଟାଲ ହେଲଥ ମିଶନ ଜରିଆରେ ଜନସାଧାରଣ ଦକ୍ଷ ଉପଚାର ପାଇପାରିବେ । ଆତ୍ମନିର୍ଭର ଭାରତ ପାଇଁ ଏଭଳି ପରିବର୍ତ୍ତନ ଖୁବ ଗୁରୁତ୍ୱପୂର୍ଣ୍ଣ ।

ଭାରତ ଆଜି ବିଶ୍ୱରେ ଏକ ଫାର୍ମାସୀ ଭାବେ ବିବେଚିତ ହୋଇଥିଲେ ମଧ୍ୟ ଆଜି ଔଷଧୀୟ କଞ୍ଚାମାଲ ନିମନ୍ତେ ଆମକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁଛି । ଏଭଳି ନିର୍ଭରଶୀଳତା ଯୋଗୁଁ ଆମର ଔଷଧ ଶିଳ୍ପ ଗରିବ ଲୋକଙ୍କୁ କମ ଖର୍ଚ୍ଚରେ ଔଷଧ ଯୋଗାଇବା ପାଇଁ ବିରାଟ ପ୍ରତିବନ୍ଧକ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଆତ୍ମନିର୍ଭରଶୀଳ ହେବାପାଇଁ ବଜେଟରେ ଚାରିଟି ଯୋଜନା ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦେଶରେ ଔଷଧ ଓ ଡାକ୍ତରୀ ଉପକରଣ ନିର୍ମାଣ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଘୋଷଣା କରାଯାଇଛି । ସେହିପରି ଔଷଧ ଓ ଡାକ୍ତରୀ ଉପକରଣ ନିମନ୍ତେ ମେଗାପାର୍କ ଘୋଷଣା କରାଯାଇଛି । ଦେଶରେ ସୁଧାର କେନ୍ଦ୍ର, ଜିଲ୍ଲା ଚିକିତ୍ସାଳୟ, କ୍ରିଟିକାଲ କେୟାର ୟୁନିଟ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣ ଭିତ୍ତିଭୂମି, ଆଧୁନିକ ପରୀକ୍ଷାଗାର ଓ ଟେଲି ମେଡିସିନିର ଆବଶ୍ୟକତା ରହିଛି । ଦେଶର ଯେତେ ଦୂରଦୂରାନ୍ତରେ ସବୁଠାରୁ ଗରିବ ଲୋକ ରହୁଥିଲେ ମଧ୍ୟ ସେ ଯେପରି ସ୍ୱାସ୍ଥ୍ୟସେବାରୁ ବଂଚିତ ନହୁଏ ତାହା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । କେନ୍ଦ୍ର ସହ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଏ ଦିଗରେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ପରୀକ୍ଷାଗାର ଖୋଲିବା ଦିଗରେ ପିପିପି ମଡେଲ ଜରିଆରେ ଘରୋଇ ସଂସ୍ଥା ମଧ୍ୟ ଏଥିରେ ସହାୟକ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜାତୀୟ ଡିଜିଟାଲ ହେଲଥ ମିଶନ ଓ ନାଗରିକମାନଙ୍କ ଡିଜିଟାଲ ସ୍ୱାସ୍ଥ୍ୟ ଅଭିଲେଖ ଇତ୍ୟାଦି ପାଇଁ ମଧ୍ୟ ଭାଗୀଦାରିତାରେ କାର୍ଯ୍ୟ ହେଇପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From strategic partnership upgrade to defence roadmap: Key outcomes of PM Modi–Meloni meeting in Rome

Media Coverage

From strategic partnership upgrade to defence roadmap: Key outcomes of PM Modi–Meloni meeting in Rome
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the sacred legacy of our motherland and praying for universal prosperity
May 21, 2026

Prime Minister Shri Narendra Modi today shared a Sanskrit Subhashitam, noting that our motherland has been the sacred land of spiritual practice and worship, as well as courage, strength, and universal welfare. Shri Modi expressed his earnest wish that this holy land of great heritage and ancient culture may always keep everyone replete with happiness and prosperity.

The Prime Minister posted on X:

"हमारी मातृभूमि साधना और उपासना के साथ-साथ साहस, शक्ति और सर्व-कल्याण की पुण्यभूमि रही है। महान विरासत और प्राचीन संस्कृति की यह पावन धरती हर किसी को सदैव सुख-समृद्धि से परिपूर्ण रखे, यही कामना है।

यस्यां पूर्वे पूर्वजना विचक्रिरे यस्यां देवा असुरानभ्यवर्तयन् ।
गवामश्वानां वयसश्च विष्ठा भगं वर्चः पृथिवी नो दधातु ।।"

May the land where our ancestors performed great and benevolent deeds, and where the gods defeated the unjust forces, that motherland, full of livestock and power, grant us vast space and prosperity.