ଏକ ସୁସ୍ଥ ଭାରତ ପାଇଁ ସରକାର ଚତୁର୍ମୁଖୀ ରଣନୀତି ନେଇ କାର୍ଯ୍ୟ କରୁଛନ୍ତି : ପ୍ରଧାନମନ୍ତ୍ରୀ
ଭାରତୀୟ ସ୍ୱାସ୍ଥ୍ୟକ୍ଷେତ୍ର ଦେଖାଇଥିବା ନମନୀୟତା ଓ ଶକ୍ତି ବିଶ୍ୱବ୍ୟାପୀ ପ୍ରଶଂସିତ: ପ୍ରଧାନମନ୍ତ୍ରୀ
ଡାକ୍ତରୀ ଉପକରଣ ଓ ଔଷଧ ପତ୍ର ଉତ୍ପାଦନ ପାଇଁ ଭାରତ ବିଦେଶୀ କଞ୍ଚାମାଲ ରପ୍ତାନୀ ହ୍ରାସ ଦିଗରେ କାର୍ଯ୍ୟ କରିବା ଉଚିତ: ପ୍ରଧାନମନ୍ତ୍ରୀ

ନମସ୍କାର!

ଏ ଯେଉଁ କାର୍ଯ୍ୟକ୍ରମ କିଛି ମାତ୍ରାରେ ଆପଣମାନଙ୍କୁ ବିଶେଷ ବୋଲି ଲାଗୁଥାଇପାରେ, ଚଳିତ ଥର ବଜେଟ ଉପସ୍ଥାପନ ହେବା ପରେ ଆମେ ସ୍ଥିର କରିଛୁ ଯେ ବଜେଟରେ ଯେଉଁ ପ୍ରସଙ୍ଗ ସ୍ଥିର କରାଯାଇଛି ସେସବୁ ପ୍ରସଙ୍ଗକୁ ନେଇ ପୃଥକ୍‍ ପୃଥକ୍‍ କ୍ଷେତ୍ର ଯାହାର କି ଏହି ବଜେଟ ପ୍ରାବଧାନ ସହିତ ସିଧାସଳଖ ସଂପର୍କ ରହିଛି, ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଉ । ଏବଂ ଅପ୍ରେଲ ୧ ତାରିଖରୁ ଯେତେବେଳେ ନୂଆ ବଜେଟ ଲାଗୁ ହେବ ସେତେବେଳେ ସେହି ଦିନଠାରୁ ସମସ୍ତ ଯୋଜନାମାନ ମଧ୍ୟ ପ୍ରବର୍ତ୍ତନ କରାଯିବ । ସମଗ୍ର ଯୋଜନା ଯେଭଳି ଆଗକୁ ବଢ଼ିବ ଏବଂ ଫେବୃୟାରୀ ଓ ମାର୍ଚ୍ଚ, ଏହାର ଭରପୂର ଉପଯୋଗ ଏଭଳି ପ୍ରସ୍ତୁତି ନିମନ୍ତେ ଉପଯୋଗ କରାଯିବ । ବଜେଟକୁ ଯେତେବେଳେ ଆମେ ପୂର୍ବ ତୁଳନାରେ ପାଖାପାଖି ଗୋଟିଏ ମାସ ପୂର୍ବକୁ ଘୁଞ୍ଚାଇ ଦେଇଛୁ, ସେତେବେଳେ ଆମ ନିକଟରେ ଦୁଇ ମାସ ସମୟ ରହୁଛି । ଏହାର ସର୍ବାଧିକ ଲାଭ ଆମେ କେମିମତି ନେଇପାରିବା ଏବଂ ସେଥିପାଇଁ ଲଗାତାର ଭିନ୍ନ ଭିନ୍ନ କ୍ଷେତ୍ରର ଲୋକମାନଙ୍କ ସହିତ ଆଲୋଚନା ଜାରି ରହିଛି । କେତେବେଳେ ଭିତ୍ତିଭୂମି ସମ୍ବନ୍ଧିତ ସମସ୍ତ ଲୋକଙ୍କ ସହିତ ଆଲୋଚନା କରାଯାଉଛି ତ ଆଉ କେତେବେଳେ ପ୍ରତିରକ୍ଷା କ୍ଷେତ୍ର ସହିତ ଯୋଡ଼ିହୋଇ ରହିଥିବା ଲୋକଙ୍କ ସହିତ । ଆଜି ମୋତେ ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ଜଡ଼ିତ ଥିବା ଲୋକମାନଙ୍କ ସହିତ ଏଭଳି ଆଲୋଚନା କରିବା ସକାଶେ ସୁଯୋଗ ମିଳିଛି ।

ଚଳିତ ବର୍ଷ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଯେତିକି ବଜେଟ ଅର୍ଥ ଆବଣ୍ଟିତ କରାଯାଇଛି, ତାହା ଅଭୂତପୂର୍ବ । ଏକଥା ପ୍ରତ୍ୟେକ ଦେଶବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ ନିମନ୍ତେ ଆମର ପ୍ରତିବଦ୍ଧତାର ପ୍ରତୀକ । ବିଗତ ବର୍ଷ ଏକ ପ୍ରକାର କହିବାକୁ ଗଲେ, ଦେଶପାଇଁ, ସମଗ୍ର ମାନବଜାତି ନିମନ୍ତେ ଏବଂ ବିଶେଷ କରି ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ଏକ ପ୍ରକାର ଅଗ୍ନିପରୀକ୍ଷା ସଦୃଶ ଥିଲା ।

ଏକଥା ଜାଣି ମୋତେ ଖୁବ୍‍ ଖୁସି ଲାଗିଲା ଯେ ଆପଣମାନେ ସମସ୍ତେ, ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର, ଏହି ଅଗ୍ନିପରୀକ୍ଷାରେ ଆମେ ସଫଳ ହୋଇପାରିଛୁ । ଅନେକ ଲୋକଙ୍କ ଜୀବନ ବଞ୍ଚାଇବାରେ ଆମେ ସକ୍ଷମ ହୋଇପାରିଛୁ । କିଛି ମାସ ଭିତରେ ହିଁ ଯେଉଁଭଳି ଭାବେ ଦେଶ ପାଖାପାଖି ଅଢ଼େଇ ହଜାର ପରୀକ୍ଷାଗାରର ନେଟୱାର୍କ ପ୍ରସ୍ତୁତ କରିପାରିଲେ, କେଇ ଡଜନ ଟେଷ୍ଟରୁ ଆମେ ଆଜି ପାଖାପାଖି ୨୧ କୋଟି ଟେଷ୍ଟ ପର୍ଯ୍ୟନ୍ତ ପହଞ୍ଚିପାରିଛେ, ଏହାସବୁ ସରକାର ଏବଂ ଘରୋଇ କ୍ଷେତ୍ର ମିଳିମିଶି କାର୍ଯ୍ୟ କରିଥିବାରୁ ହିଁ ସମ୍ଭବପର ହୋଇପାରିଛି ।

ସାଥୀଗଣ,

କରୋନା ଆମମାନଙ୍କୁ ଏହି ମହାଶିକ୍ଷା ଦେଇଛି ଯେ ଆମେ କେବଳ ଆଜି ହିଁ ଆମମାନଙ୍କୁ ମହାମାରୀ ସହିତ ଲଢ଼ିବାର ନାହିଁ ଅପରନ୍ତୁ ଭବିଷ୍ୟତ, ଅର୍ଥାତ୍‍ ଆଗାମୀ ଦିନରେ ସୁଦ୍ଧା ଏହିଭଳି ଅନ୍ୟ ଯେକୌଣସି ସ୍ଥିତିକୁ ମଧ୍ୟ ସାମ୍ନା କରିବା ଲାଗି ଦେଶକୁ ପ୍ରସ୍ତୁତ କରିବାକୁ ପଡ଼ିବ । ସେଥିପାଇଁ ସ୍ୱାସ୍ଥ୍ୟସେବା ସହିତ ସଂଶ୍ଳିଷ୍ଟ ପ୍ରତ୍ୟେକ କ୍ଷେତ୍ରକୁ ଅଧିକ ମଜଭୁତ କରିବା ମଧ୍ୟ ସେତିକି ଆବଶ୍ୟକ । ମେଡ଼ିକାଲ ଉପକରଣ ଠାରୁ ନେଇ ଔଷଧ ପର୍ଯ୍ୟନ୍ତ, ଭେଣ୍ଟିଲେଟର ଠାରୁ ଆରମ୍ଭ କରି ପ୍ରତିଷେଧକ ଟିକା ଯାଏ, ବୈଜ୍ଞାନିକ ଗବେଷଣା ଠାରୁ ସତର୍କତା ସଂସାଧନ ଯାଏ , ଡାକ୍ତରଙ୍କ ଠାରୁ ଏପିଡେମିଓଲୋଜି ପର୍ଯ୍ୟନ୍ତ, ଆମକୁ ସବୁ ଉପରେ ଧ୍ୟାନ ଦେବାକୁ ପଡ଼ିବ ଯାହା ଫଳରେ ଦେଶରେ ଭବିଷ୍ୟତରେ ଯଦି କୌଣସି ପ୍ରକାର ସ୍ୱାସ୍ଥ୍ୟ ଆପଦା ଦେଖାଦେବ ତାହାର ସଫଳତାର ସହିତ ମୁକାବିଲା କରାଯାଇପାରିବ ।

ପିଏମ-ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନା ପଛରେ ମୂଳତଃ ଏହି ପ୍ରେରଣା ହିଁ ରହିଛି । ଏହି ଯୋଜନା ଅଧୀନରେ ଗବେଷଣା ଠାରୁ ନେଇ ଟେଷ୍ଟିଂ ଏବଂ ଉପଚାର ପର୍ଯ୍ୟନ୍ତ ଦେଶରେ ହିଁ ସକଳ ପ୍ରକାର ଆଧୁନିକ ଇକୋସିଷ୍ଟମ ବିକଶିତ କରିବା ପ୍ରାୟ ସୁନିଶ୍ଚିତ କରାଯାଇଛି । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନ, ପ୍ରତ୍ୟେକ ସ୍ପେକ୍ଟ୍ରମ୍‍ରେ ଆମର କ୍ଷମତାକୁ ବୃଦ୍ଧି କରିବ । ୧୫ଶ ଅର୍ଥ ଆୟୋଗ, ତାଙ୍କର ସୁପାରିଶକୁ ସ୍ୱୀକାର କରିବା ପରେ ଆମର ଯେଉଁ ସ୍ଥାନୀୟ ସଂସ୍ଥାମାନେ ଅଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥାଗୁଡ଼ିକ ନିମନ୍ତେ ୭୦ ହଜାର କୋଟି ଟଙ୍କାରୁ ଅଧିକ ଅତିରିକ୍ତ ରାଶି ମିଳିବାର ଅଛି । ଅର୍ଥାତ, ସରକାରଙ୍କ ଜୋର କେବଳ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିବେଶ ଉପରେ ନୁହେଁ ଅପରନ୍ତୁ ଦେଶର ଦୂର ଦୂରାନ୍ତବାଲା କ୍ଷେତ୍ର ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ମଧ୍ୟ ରହିଛି । ଆମକୁ ଏକଥା ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ନିବେଶ, କେବଳ ସ୍ୱାସ୍ଥ୍ୟ ନୁହେଁ, ରୋଜଗାରର ଅବସରକୁ ମଧ୍ୟ ବୃଦ୍ଧି କରିବ ।

ସାଥୀଗଣ,

କରୋନା କାଳରେ ଭାରତର ସ୍ୱାସ୍ଥ୍ୟ କ୍ଷେତ୍ର ଯେଉଁଭଳି ମଜଭୁତି ଦେଖାଇଛି, ନିଜର ଯେଉଁ ଅନୁଭବ ଏବଂ ନିଜର ଶକ୍ତି ପ୍ରଦର୍ଶନ କରିଛି, ତାହାକୁ ସମଗ୍ର ବିଶ୍ୱ ବେଶ୍‍ ଉତ୍ତମ ରୂପେ ନିରୀକ୍ଷଣ କରିଛି । ଆଜି ସମ୍ପୂର୍ଣ୍ଣ ବିଶ୍ୱରେ ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରତିଷ୍ଠା ଏବଂ ଭାରତର ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ଭରସା, ଏକ ନୂତନ ସ୍ତରରେ ପହଞ୍ଚିଛି। ଆମକୁ ଏହି ଭରସାକୁ ଧ୍ୟାନରେ ରଖି ନିଜର ପ୍ରସ୍ତୁତି କରିବାକୁ ପଡ଼ିବ । ଆଗକୁ ଯେଉଁ ସମୟ ଆସୁଛି ସେଥିରେ ଭାରତୀୟ ଡାକ୍ତରମାନଙ୍କ ଚାହିଦା ସମଗ୍ର ବିଶ୍ୱରେ ଆହୁରି ବଢ଼ିବାକୁ ଯାଉଛି ଏବଂ ଏହାର ଏକମାତ୍ର କାରଣ ହେଲା ସେମାନଙ୍କ ଉପରେ ଥିବା ଭରସା । ଆଗାମୀ ଦିନରେ ଭାରତୀୟ ନର୍ସମାନେ, ଭାରତୀୟ ପାରାମେଡିକାଲ ଷ୍ଟାଫ୍‍ଙ୍କ ଚାହିଦା ସମଗ୍ର ବିଶ୍ୱରେ ବୃଦ୍ଧି ପାଇବ । ଆପଣମାନେ ଏକଥା ଲେଖି ରଖନ୍ତୁ । ଇତି ମଧ୍ୟରେ ଭାରତୀୟ ଔଷଧ ଏବଂ ଭାରତୀୟ ଟିକା ଏକ ନୂତନ ଭରସା ହାସଲ କରିସାରିଛି । ଏହାର କ୍ରମବର୍ଦ୍ଧିଷ୍ଣୁ ଚାହିଦା ନିମନ୍ତେ ମଧ୍ୟ ଆମକୁ ପ୍ରସ୍ତୁତି କରିବାକୁ ପଡ଼ିବ । ଆମର ମେଡ଼ିକାଲ ଶିକ୍ଷା ବ୍ୟବସ୍ଥା ଉପରକୁ ମଧ୍ୟ ସ୍ୱାଭାବିକ ଭାବେ ଲୋକମାନଙ୍କର ଧ୍ୟାନ ଯିବ । ଏହା ଉପରେ ସେମାନଙ୍କର ଭରସା ଭଢ଼ିବ । ଆଗାମୀ ଦିନରେ ବିଶ୍ୱର ଆହୁରି ଅନେକ ରାଷ୍ଟ୍ରରୁ ମଧ୍ୟ ମେଡ଼ିକାଲ ଶିକ୍ଷା ନିମନ୍ତେ, ଭାରତରେ ପଢ଼ିବାକୁ ବିଦ୍ୟାର୍ଥୀମାନଙ୍କ ଆଗମନର ସମ୍ଭାବନା ବୃଦ୍ଧି ପାଇବ । ଏବଂ ଆମମାନଙ୍କୁ ଏହାକୁ ପ୍ରୋତ୍ସାହିତ କରିବା ଦରକାର ।

କରୋନା ସମୟରେ ଆମେ ଭେଣ୍ଟିଲେଟର ଏବଂ ଅନ୍ୟ ସାମଗ୍ରୀ ପ୍ରସ୍ତୁତ କରିବାରେ ମଧ୍ୟ ବିଶେଷ ସଫଳତା ହାସଲ କରିପାରିଛୁ । ଏହାର ବୈଶ୍ୱିକ ଚାହିଦା ପୂରଣ କରିବା ନିମନ୍ତେ ଭାରତକୁ ଅତି ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ପଡ଼ିବ । ଭାରତ କ’ଣ ଏଭଳି ସ୍ୱପ୍ନ ଦେଖିପାରିବ ଯେ ବିଶ୍ୱର ଯେଉଁ ଯେଉଁ ଅତ୍ୟାଧୁନିକ ମେଡ଼ିକାଲ ଉପକରଣର ଆବଶ୍ୟକତା ରହିଛି, ପୋଷଣୀୟ ବ୍ୟବସ୍ଥାର ଆବଶ୍ୟକ ପଡ଼ିବ, ସେସବୁକୁ ସୁଲଭ ମୂଲ୍ୟରେ କିଭଳି ପ୍ରସ୍ତୁତ କରାଯଇବ । ଭାରତ କିଭଳି ଭାବେ ଗ୍ଲୋବାଲ ସପ୍ଲାୟର ହୋଇପାରିବ? ଏବଂ ସୁଲଭ ମୂଲ୍ୟରେ ଏହି ଯନ୍ତ୍ରପାତି ଉପଲବ୍ଧ ହୋଇପାରିବ, ଏହାର ପୋଷଣୀୟ ବ୍ୟବସ୍ଥା ହେବ, ସେସବୁ ବ୍ୟବହାରକାରୀଙ୍କ ଅନୁକୂଳ ପ୍ରଯୁକ୍ତିରେ ନିର୍ମିତ ହୋଇଥିବ । ମୁଁ ନିଶ୍ଚିତ ଭାବେ ସ୍ୱୀକାର କରୁଛି ଯେ ସମଗ୍ର ବିଶ୍ୱର ନଜର ସେତେବେଳେ ଭାରତ ଉପରକୁ ଯିବ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଧ୍ୟ ଯିବ ।

ସାଥୀଗଣ,

ସରକାରଙ୍କ ବଜେଟ ନିଶ୍ଚିତ ଭାବେ ଏହି ଦିଗରେ ଏକ କାଟାଲିଟିକ୍‍ ଏଜେଣ୍ଟ ହେବ । କିନ୍ତୁ ସେତିକି ବେଳେ ଏହା ସମ୍ଭବପର ହୋଇପାରିବ, ଯେତେବେଳେ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ।

ସାଥୀଗଣ,

ସ୍ୱାସ୍ଥ୍ୟକୁ ନେଇ ଆମ ସରକାରଙ୍କ କାର୍ଯ୍ୟପନ୍ଥା ପୂର୍ବବର୍ତ୍ତୀ ସରକାରମାନଙ୍କ ଚିନ୍ତାଧାରା ଠାରୁ ଭିନ୍ନ । ଏହି ବଜେଟ ପରେ ଆପଣମାନେ ମଧ୍ୟ ଏକଥା ଲକ୍ଷ୍ୟ କରିପାରୁଥିବେ ଯେ ଏଥିରେ ସ୍ୱଚ୍ଛତାର ଭାବନା ରହିଛି, ପୋଷଣର କଥା ରହିଛି, ୱେଲନେସ୍ କଥା ରହିଛି, ଆୟୁଷ କଥା ମଧ୍ୟ ରହିଛି ଯେଉଁ କାରଣରୁ ପୂର୍ବରୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସାଧାରଣ ଭାବେ ଯେମିତି ଛୋଟ ଛୋଟ କାର୍ଯ୍ୟପନ୍ଥା ଭାବେ ଦେଖାଯାଉଥିଲା ଏବଂ ଛୋଟ ଛୋଟ କାର୍ଯ୍ୟକ୍ରମ ଭାବେ ଏହାକୁ ପରିଚାଳନା କରାଯାଉଥିଲା ଏବେ ଆଉ ତାହା ରହିବ ନାହିଁ ।

ଆମ ସରକାର ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ନେଇ ଏହାକୁ କ୍ଷୁଦ୍ର କ୍ଷୁଦ୍ର ପ୍ରସଙ୍ଗ ପରିବର୍ତ୍ତେ ସାମଗ୍ରିକ ଭାବେ ଏକ ସମନ୍ୱିତ କାର୍ଯ୍ୟପନ୍ଥା ଭଳି ତଥା ନିର୍ଦ୍ଦିଷ୍ଟ ଭାବେ ଫୋକସ୍ ପ୍ରଦାନପୂର୍ବକ ଦେଖାଯିବାର ପ୍ରୟାସ ହୋଇଛି । ସେଥିପାଇଁ ଆମେ ଦେଶରେ କେବଳ ଚିକିତ୍ସା ନୁହେଁ, ନିରାମୟତା ଉପରେ ଗୁରୁତ୍ୱ ଆରୋପ କରିବା ଆରମ୍ଭ କରିଛୁ । ଆମେ ପ୍ରତିଷେଧକ ଠାରୁ ନେଇ ଆରୋଗ୍ୟ ପର୍ଯ୍ୟନ୍ତ ଏକ ସମନ୍ୱିତ କାର୍ଯ୍ୟପନ୍ଥାକୁ ଆପଣାଇଛୁ । ଭାରତକୁ ସୁସ୍ଥ ରଖିବା ନିମନ୍ତେ ଆମେ ଚାରିଟି ମାର୍ଗ ଉପରେ ଏକାସଙ୍ଗେ କାର୍ଯ୍ୟ କରିବା ଆରମ୍ଭ କରିଛୁ ।

ସେଥିରୁ ପ୍ରଥମ ଦିଗଟି ହେଲା, ରୋଗମାନଙ୍କୁ ରୋକିବା କାର୍ଯ୍ୟ । ଅର୍ଥାତ୍‌, ରୋଗରୁ କିଭଳି ଆରୋଗ୍ୟ ମିଳିମ ଏବଂ ନିରାମୟତାକୁ ପ୍ରସାରିତ କରିବା । ସ୍ୱଚ୍ଛ ଭାରତ ଅଭିଯାନ ହୋଇଥାଉ, ଯୋଗ ଉପରେ ଅଧିକ ପ୍ରାଧାନ୍ୟ ଦିଆଯିବା ହେଉ, ପୋଷଣକୁ ନେଇ ଗର୍ଭବତୀ ମହିଳାମାନଙ୍କୁ ଓ ଶିଶୁମାନଙ୍କୁ ଉପଯୁକ୍ତ ସମୟରେ ଉପଯୁକ୍ତ ଯତ୍ନ ନେବା ଓ ସେମାନଙ୍କ ଚିକିତ୍ସା କରାଯିବା ହେଉ, ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଯିବା କାର୍ଯ୍ୟକ୍ରମ ହୋଇଥାଉ, ଏଭଳି ପ୍ରତ୍ୟେକ ଉପାୟ ଏହାର ଅଂଶବିଶେଷ ।

ଦ୍ୱିତୀୟ ମାର୍ଗଟି ହେଲା ଦରିଦ୍ରରୁ ଦରିଦ୍ରତମ ଲୋକଙ୍କୁ ଶସ୍ତାରେ ତଥା ପ୍ରଭାବୀ ଢ଼ଙ୍ଗରେ କିଭଳି ଭାବେ ଚିକିତ୍ସା ସେବା ଯୋଗାଇ ଦେଇହେବ । ଆୟୁଷ୍ମାନ ଭାରତ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଭଳି ଯୋଜନା ଏହି କାର୍ଯ୍ୟ ସଂପାଦନ କରୁଛନ୍ତି ।

ତୃତୀୟ ମାର୍ଗଟି ହେଲା ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟ ସେବା ପ୍ରଫେସନାଲଙ୍କ ଗୁଣବତ୍ତା ତଥା ସଂଖ୍ୟ ବୃଦ୍ଧି କରିବା । ବିଗତ ୬ ବର୍ଷ ମଧ୍ୟରେ ଏମ୍ସ ଏବଂ ଏହି ସ୍ତରୀୟ ଦ୍ୱିତୀୟ ସଂସ୍ଥାମମାନଙ୍କ ବିସ୍ତାର ଦେଶର ଦୂୂର ଦୂରାନ୍ତରେ ଅବସ୍ଥିତ ରାଜ୍ୟମାନଙ୍କ ପର୍ଯ୍ୟନ୍ତ କରାଯାଉଛି । ଦେଶରେ ଅଧିକରୁ ଅଧିକ ମେଡିକାଲ କଳେଜ ସ୍ଥାପନ କରିବା ପଛରେ ମଧ୍ୟ ଏହି ଚିନ୍ତାଧାରା ରହିଛି ।

ଚତୁର୍ଥ ମାର୍ଗଟି ହେଲା ସ୍ୱାସ୍ଥ୍ୟଜନିତ ସକଳ ପ୍ରକାର ସମସ୍ୟାରୁ ଉଦ୍ଧାର ପାଇବା ନିମନ୍ତେ ମିଶନ ମୋଡ଼ରେ, ଫୋକସ ଆରୋପ ସ୍ୱରୂପ ତଥା ନିର୍ଦ୍ଧାରିତ ସମୟସୀମା ଭିତରେ ଆମକୁ କାମ କରିବାକୁ ପଡ଼ିବ । ମିଶନ ଇନ୍ଦ୍ରଧନୁଷର ବିସ୍ତାର ଦେଶର ଆଦିବାସୀ ଏବଂ ଦୂର ଦୂରାନ୍ତ ଇଲାକା ପର୍ଯ୍ୟନ୍ତ କିଭଳି ପହଞ୍ôଚପାରିବ ସେଥିପ୍ରତି ଆମେ ଯତ୍ନଶୀଳ ଭାବେ କାର୍ଯ୍ୟ କରୁଛୁ ।

ଦେଶ ଏବେ ଟିବି (ଯକ୍ଷ୍ମା) ବିରୁଦ୍ଧା ସଂଗ୍ରାମ ଜାରି ରଖିଛି ଏବଂ ଏହି ରୋଗକୁ ୨୦୩୦ ମସିହା ସୁଦ୍ଧା ବିଶ୍ୱରୁ ସମୂଳେ ନିଃଶେଷ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଭାରତ କିନ୍ତୁ ଏହି ଲକ୍ଷ୍ୟ ୨୦୨୫ ମସିହା ସୁଦ୍ଧା ହାସଲ କରିବା ନିମନ୍ତେ ପ୍ରତିବଦ୍ଧ ଭାବେ କାର୍ଯ୍ୟ କରୁଛି । ଏବଂ ମୁଁ ଯକ୍ଷ୍ମା ରୋଗ ପ୍ରତି ଏହି ସମୟରେ ବିଶେଷ ଧ୍ୟାନ ଦେବା ସକାଶେ ଏଇଥିପାଇଁ କହିବି କାରଣ ଯକ୍ଷ୍ମା ମଧ୍ୟ ଏକ ସଂକ୍ରାମକ ରୋଗ ଯାହା ଜଣେ ରୋଗୀର ଛେପଖଙ୍କାରରୁ ଅନ୍ୟ ଲୋକଙ୍କୁ ବ୍ୟାପିଥାଏ । ଯକ୍ଷ୍ମାର ନିୟନ୍ତ୍ରଣ ଓ ଉପଚାର ପାଇଁ ମଧ୍ୟ ମାସ୍କ ପିନ୍ଧିବା, ଅତି ପ୍ରାରମ୍ଭିକ ଅବସ୍ଥାରୁ ରୋଗୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ଚିକିତ୍ସାର ଉପଯୁକ୍ତ ବ୍ୟବସ୍ଥା କରିବା ଏହି ସବୁ କଥା ଅତୀବ ଗୁରୁତ୍ୱପୂର୍ଣ୍ଣ ।

ଏହିଭଳି ସ୍ଥିତିରେ କରୋନା କାଳରେ ଆମକୁ ଯେଉଁ ଅନୁଭବ ମିଳିଛି, ତାହା ଏକପ୍ରଭାର ଭାରତର ସାଧାରଣ ଲୋକଙ୍କ ପାଖରେ ସୁଦ୍ଧା ପହଞ୍ôଚପାରିଛି । ଏବେ ଆମର ସେହିସବୁ ଅନୁଭବକୁ ଆମେ ଯକ୍ଷ୍ମା କ୍ଷେତ୍ରରେ ଯଦି ସେମିତି ପ୍ରଭାବୀ ଢଙ୍ଗରେ ପ୍ରୟୋଗ କରିବା ଓ କାର୍ଯ୍ୟ କରିବା ତେବେ ଟିବି ବିରୋଧୀ ଲଢ଼େଇରେ ନିଶ୍ଚିତ ଭାବେ ସଫଳତା ହାସଲ କରିପାରିବା । ଏହି ସଂଗ୍ରାମରେ ଆମେ ସହଜରେ ବିଜୟୀ ହୋଇପାରିବା । ଏବଂ ସେଇଥିପାଇଁ କରୋନାର ଅଭିଜ୍ଞତା, କରୋନା କାରଣରୁ ସାଧାରଣ ଜନତାଙ୍କ ଭିତରେ ଯେଉଁ ସଚେତନତା ଓ ଜାଗରଣ ସୃଷ୍ଟି ହୋଇଛି, ସେମାନେ, ରୋଗରୁ ନିଜକୁ ମୁକ୍ତ ରଖିବା ସକାଶେ ଅଧିକ ଯତ୍ନବାନ ହୋଇଛନ୍ତି । ଭାରତର ସାଧାରଣ ନାଗରିକଙ୍କର ଏହି କରୋନା ବିରୋଧୀ ଅଭିଯାନରେ ବିଶେଷ ଯୋଗଦାନ ରହିଛି । ଏହି ସବୁ କଥାକୁ ଲକ୍ଷ୍ୟକଲେ ପ୍ରତୀୟମାନ ହୁଏ ଯେ ଏହି ମଡ଼େଲରେ ଆବଶ୍ୟକ ସୁଧାର ସହିତ, ଅତିରିକ୍ତ ଧ୍ୟାନ ପ୍ରଦାନ ପୂର୍ବକ ଯଦି ଆମେ ଏହାକୁ ଯକ୍ଷ୍ମା ପାଇଁ ଲାଗୁ କରିବା ତେବେ ୨୦୨୫ ମସିହା ସୁଦ୍ଧା ଭାରତ ଟିବିମୁକ୍ତ ହୋଇପାରିବ ଏବଂ ଆମର ଏହି ସ୍ୱପ୍ନ ସାକାର ହେବ ।

ଏହିଭଳି ଭାବେ ଆପଣମାନଙ୍କର ସ୍ମରଣ ଥିବ ଯେ ଆମର ଏଠାରେ ବିଶେଷ କରି ଉତ୍ତର ପ୍ରଦେଶର ଗୋରଖପୁର ଆଦି କ୍ଷେତ୍ର ଅଛି ଯାହାକୁ ପୂର୍ବାଞ୍ଚଳ ମଧ୍ୟ କୁହାଯାଇଥାଏ, ସେହି ପୂର୍ବାଞ୍ଚଳରେ ମସ୍ତିଷ୍କ ଜ୍ୱରରେ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଶିଶୁମାନଙ୍କର ଦୁଃଖଦ ମୃତ୍ୟୁ ଘଟୁଥିଲା । ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉପରେ ଢେର୍ ଚର୍ଚ୍ଚା ହୋଇଛି । ଥରେ ତ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ସମୟରେ ଆମର ବର୍ତ୍ତମାନର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଜୀ ପୁରା କାନ୍ଦି ପକାଇଥିଲେ । ସେହିସବୁ ଶିଶୁମାନଙ୍କ ଅକାଳ ମୃତ୍ୟୁର ସ୍ଥିତି ଦେଖି ସେ ତାଙ୍କର କୋହ ସମ୍ଭାଳି ପାରିନଥିଲେ । କିନ୍ତୁ ଯେତେବେଳେ ସେ ସେଠାକାର ମୁଖ୍ୟମନ୍ତ୍ରୀ ହେଲେ ଏହି ପ୍ରସଙ୍ଗକୁ ସେ ଗୋଯିଏ ଫୋକସ୍ କାର୍ଯ୍ୟ ଭାବେ ଗ୍ରହଣ କରିଥିଲେ । ଏହା ଉପରେ ପୁରା ଜୋର୍ ଲଗାଇ ଦେଇଥିଲେ । ଆଜି ଆମେ ସେଥିରୁ ଖୁବ୍ ସୁଫଳ ପାଇପାରୁଛୁ । ଆମେ ମସ୍ତିଷ୍କ ଜ୍ୱର ପ୍ରସାରଣକୁ ରୋକିବା ଉପରେ ଜୋର୍ ଦେଇଥିଲୁ । ଏହାର ଚିକିତ୍ସା ସୁବିଧା ମଧ୍ୟ ବଢ଼ାଇ ଦେଇଥିଲୁ । ତେଣୁ ଏହାର ସୁଫଳ ଆଜି ଆମେ ଦେଖିପାରୁଛୁ ।

ସାଥୀଗଣ,

କରୋନା କଳାରେ ଆୟୁଷ ସହିତ ସଂଶ୍ଳିଷ୍ଟ ଆମର ନେଟୱାର୍କ ମଧ୍ୟ ଖୁବ୍ ପ୍ରଶଂସନୀୟ କାର୍ଯ୍ୟ କରିଛି । ଏହା କେବଳ ମାନବ ସମ୍ବଳକୁ ନେଇ ନୁହେଁ ଅପରନ୍ତୁ ରୋଗ ପ୍ରତିରୋଧୀ ଶକ୍ତି ବୃଦ୍ଧି ଏବଂ ବୈଜ୍ଞାନିକ ଗବେଷଣାକୁ ନେଇ ଆମର ଆୟୁଷ ସଂସାଧନ ଦେଶର ବଡ଼ ଉପକାରରେ ଆସିଛି ।

ଭାରତର ଔଷଧ ଏବଂ ଭାରତର ଟିକା ସହିତ ଆମର ଉପଶମ ବ୍ୟବସ୍ଥା, ଆମର କାଢ଼ା ମଧ୍ୟ ବେଶ୍ ଯୋଗଦାନ ପ୍ରଦାନ କରିଛି । ସେକଥା ଆଜି ସାରା ଦୁନିଆ ଅନୁଭବ କରୁଛି । ଆମର ପାରମ୍ପରିକ ଔଷଧି ମଧ୍ୟ ସମଗ୍ର ବିଶ୍ୱରେ ଲୋକମାନଙ୍କ ମନରେ ନିଜର ଆସ୍ଥାନ ଜମାଇ ପାରିଛି । ଆମ ପାରମ୍ପରିକ ଔଷଧ ସହିତ ସଂଶ୍ଳିଷ୍ଟ ଯେଉଁ ଲୋକମାନେ ଅଛନ୍ତି, ଯେଉଁମାନେ ସେସବୁର ଉତ୍ପାଦନ ସହିତ ଜଡ଼ିତ ଅଛନ୍ତି, ଯେଉଁମାନେ ଆୟୁର୍ବେଦିକ ପରମ୍ପରା ସହିତ ପରିଚିତ ଲୋକ ଅଛନ୍ତି, ଆମର ଫୋକସକୁ ଏବେ ବୈଶ୍ୱିକ କରିବାକୁ ପଡ଼ିବ ।

ସମଗ୍ର ବିଶ୍ୱ ଯେଉଁଭଳି ଭାବେ ଯୋଗକୁ ଅତି ସହଜରେ ସ୍ୱୀକାରପୂର୍ବକ ଆପଣାଚାଲିଛି, ସେହିଭଳି ଭାବେ ବିଶ୍ୱ ସାମଗ୍ରିକ ଭାବେ ସ୍ୱାସ୍ଥ୍ୟସେବା ଦିଗରେ ଆଗକୁ ଅଗ୍ରସର ହେଉଛି । ପାଶ୍ୱର୍ ପ୍ରତିକ୍ରିୟାବିହୀନ ସ୍ୱାସ୍ଥ୍ୟ ସେବା ଦିଗରେ ବିଶ୍ୱର ଧ୍ୟାନ ଏବେ ଯାଇଛି । ସେଥବରେ ଭାରତର ପାରମ୍ପରିକ ଔଷଧି ଖୁବ୍ ଉପକାରସିଦ୍ଧ ଓ ଦରକାରୀ ବୋଲି ପ୍ରମାଣିତ ହୋଇପାରେ । ଭାରତର ଯେଉଁ ପାରମ୍ପରିକ ଔଷଧ ରହିଛି, ସେସବୁ ମୁଖ୍ୟତଃ, ବୃକ୍ଷଲତା ଓ ଗୁଳ୍ମ ସମ୍ବନ୍ଧୀୟ ଏବଂ ସେହି କାରଣରୁ ବିଶ୍ୱରେ ଏହାର ଆଦୃତି ଖୁବ୍ ଦ୍ରୁତ ଗତିରେ ବଢ଼ି ଚାଲିଛି । କ୍ଷତି ସଂପର୍କରେ ଲୋକମାନେ ନିଶ୍ଚିନ୍ତ ହୋଇଛନ୍ତି ଯେ ପାରମ୍ପରିକ ଔଷଧରେ କୌଣସି ପ୍ରକାର କ୍ଷତି ନାହିଁ । ଆମେ କ’ଣ ଏହା ଉପରେ ଜୋର ଦେବା ଉଚିତ ନୁହେଁ? ଆମର ସ୍ୱାସ୍ଥ୍ୟ ବଜେଟ ଏବଂ ଏହି କ୍ଷେତ୍ର ସହିତ ଜଡ଼ିତ କାର୍ଯ୍ୟ କରୁୂଥିବା ଲୋକ ମିଳିତ ଭାବେ କିଛି କରିପାରିବେ ନାହିଁ?

କରୋନା ସମୟରେ ଆମର ପାରମ୍ପରିକ ଔଷଧର କ୍ଷମତାକୁ ଦେଖିବା ପରେ ଆମ ସମସ୍ତଙ୍କ ପାଇଁ ଏହା ଖୁସିର କଥା ଯେ ଆୟୁର୍ବେଦରେ ପାରମ୍ପରିକ ଔଷଧରେ ବିଶ୍ୱାସ କରୁଥିବା ସମସ୍ତ ଲୋକ ଏବଂ ଏହାଠାରୁ ପୃଥକ୍ ଆମର ମେଡ଼ିକାଲ ପ୍ରଫେସନାଲଙ୍କ ସହିତ ଜଡ଼ିତ ଲୋକଙ୍କ ନିମନ୍ତେ ଏହା ଗର୍ବର କଥା ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲୁଏଚଓ, ଭାରତର ନିଜସ୍ୱ ବୈଶ୍ୱିକ ପାରମ୍ପରିକ ଔଷଧ କେନ୍ଦ୍ର ମଧ୍ୟ ଆରମ୍ଭ କରିବାକୁ ଯାଉଛି । ଏକଥା ଏହି ସଂଗଠନ ଘୋଷଣା କରିସାରିଛନ୍ତି । ଭାରତ ସରକାର ଏହାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି । ଏଥିପାଇଁ ଆମକୁ ଯେଉଁ ମାନ ସମ୍ମାନ ମିଳିଛି ତାହା ଦୁନିଆ ପର୍ଯ୍ୟନ୍ତ ପହଞ୍ଚାଇବା ଆମର ଦାୟିତ୍ୱ ।

ସାଥୀଗଣ,

ବିଗତ ବର୍ଷରେ ଆମେ ଆମର ଚିନ୍ତାଧାରାରେ ଥିବା ଅସଙ୍ଗତିକୁ ଦୂର କରିବା ନିମନ୍ତେ ଦ୍ରୁତ ଗତିରେ କାର୍ଯକରୁଛୁ। ଏହା ପରିବର୍ତ୍ତିତ ଆତ୍ମନିର୍ଭର ଭାରତ ନିମନ୍ତେ ଏକାନ୍ତ ଜରୁରି । ଆଜି ଆମେ ଏବେ ବିଶ୍ୱର ଫାର୍ମା ପେଣ୍ଠସ୍ଥଳୀରେ ପରିଣତ ହୋଇଛୁ । ଏହା ନିଶ୍ଚିତ ଭାବେ ଗର୍ବର କଥା । କିନ୍ତୁ ଆଜି ମଧ୍ୟ ଅନେକ କଞ୍ଚାମାଲ ଉପରେ ବିଦେଶ ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ ହୋଇ ରହିଛୁ ।

ଔଷଧ ଏବଂ ମେଡ଼ିକାଲ ସଂସାଧନର କଞ୍ଚାମାଲ ନିମନ୍ତେ ଆମ ଦେଶର ବିଦେଶୀ ରାଷ୍ଟ୍ରଙ୍କ ଉପରେ ନିର୍ଭରଶୀଳତା, ଅନ୍ୟ ରାଷ୍ଟ୍ରମାନଙ୍କ ଉପରେ ନିର୍ଭରଶୀଳ ହୋଇ କାମ ଚଳାଇବା ଆମ ଶିଳ୍ପସଂସ୍ଥାମାନଙ୍କ ନିମନ୍ତେ ଏକ ଖରାପ ଅନୁଭୂତି, ଏକଥା ଆମେ ଦେଖିସାରିଛୁ । ଏକଥା କଦାପି ଉଚିତ ନୁହେଁ । ଏଥିପାଇଁ ଗରିବ ଲୋକମାନଙ୍କୁ ଶସ୍ତାରେ ଔଷଧ ଓ ଉପକରଣ ଯୋଗାଣରେ ମଧ୍ୟ କଠିନ ସମସ୍ୟା ସୃଷ୍ଟି ହେଉଛି । ଆମକୁ ଏହାର ବିକଳ୍ପ ମାର୍ଗ ଖୋଜି ବାହାର କରିବାକୁ ପଡ଼ିବ । ଭାରତକୁ ଆମେ ଏହିସବୁ କ୍ଷେତ୍ରରେ ଆତ୍ମନିର୍ଭର ଭାବେ ଠିଆ କରିବାକୁ ପଡ଼ିବ । ସେଥିପାଇଁ ଚାରିଟି ବିଶେଷ ଯୋଜନା ଏବେ ଆରମ୍ଭ କରାଯାଇଛି । ବଜେଟରେ ଏହାର ଉଲ୍ଲେଖ ରହିଛି, ଆପଣମାନେ ମଧ୍ୟ ଏହା ଅନୁଭବ କରିପାରିଥିବେ ।

ଏହା ଅଧୀନରେ ଦେଶରେ ହିଁ ଔଷଧ ଏବଂ ମେଡ଼ିକାଲ ଉପକରଣର କଞ୍ଚାମାଲ ଉତ୍ପାଦନ ନିମନ୍ତେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଏହା ଅଧୀନରେ, ଔଷଧ ଏବଂ ମେଡ଼ିକାଲ ଡିଭାଇସ ଉତ୍ପାଦନର ମେଗା ପାର୍କର ନିର୍ମାଣ ପାଇଁ ମଧ୍ୟ ଉତ୍ତମ ରେସପନ୍ସ ମିଳୁଛି ।

ସାଥୀଗଣ,

ଦେଶକୁ କେବଳ ଶେଷତମ ବ୍ୟକ୍ତି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବା ଉଚିତ ହେବନାହିଁ । ଏଥିସହ ଭାରତର ପ୍ରତ୍ୟେକ କୋଣ ତଥା ଦୂର ଦୂରାନ୍ତ କ୍ଷେତ୍ରରେଟ୍ଟ ଯେପରିକି ଆମର ଯେଉଁଠାରେ ଏବେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ତ ସେଠାରୁ ରିପୋର୍ଟ ଆସୁଛି ଯେ ଯେଉଁଠାରେ ମାତ୍ର ଜଣେ ମତଦାତା ଥିଲେ, ତାଙ୍କର ସୁବିଧା ସକାଶେ ସେଠାରେ ମଧ୍ୟ ଏକ ବୁଥ୍ ସ୍ଥାପନ କରାଯାଇଥିଲା, ଅର୍ଥାତ୍‌, ଜଣେ ଲୋକଙ୍କୁ ସକଳ ପ୍ରକାର ସୁବିଧା ନିମନ୍ତେ ଆମେ ତାଙ୍କ ନିକଟରେ ପହଞ୍ôଚବୁ । ଏହା ଆମର ଚିନ୍ତାଧାରା ହେବା ଜରୁରି ଏବଂ ଆମକୁ ଏହା ଉପରେ ହିଁ ଗୁରୁତ୍ୱ ଆରୋପ କରିବାକୁ ପଡ଼ିବ । ଏଥିପାଇଁ ଆମେ ସବୁ ପ୍ରକାର ପ୍ରଚେଷ୍ଟା ଜାରି ରଖିଛୁ । ଏବଂ ସେଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ଯେଭଳି ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଉପଲବ୍ଧ ହେବ ତାହା ଉପରେ ଆମେ ଜୋର ଦେଉଛୁ । ଦେଶକୁ ନିରାମୟ କେନ୍ଦ୍ରର ଆବଶ୍ୟକତା ରହିଛି, ଦେଶକୁ ଜିଲ୍ଲାସ୍ତରୀୟ ହସପିଟାଲ ଦରକାର, ଦେଶ ପାଇଁ କ୍ରିଟିକାଲ କେୟାର ୟୁନିଟ ଆବଶ୍ୟକ, ଦେଶକୁ ସ୍ୱାସ୍ଥ୍ୟ ସର୍ଭେଲାନ୍ସ ସଂସାଧନ ଲୋଡ଼ା, ଦେଶ ପାଇଁ ଆଧୁନିକ ପରୀକ୍ଷାଗାର ଦରକାର, ଦେଶ ଲାଗି ଟେଲିମେଡ଼ିସିନ୍ ଦରକାର । ଆମେ ପ୍ରତ୍ୟେକ ସ୍ତରରେ କାର୍ଯ୍ୟ ଜାରି ରଖିଛୁ, ପ୍ରତ୍ୟେକ ସ୍ତରକୁ ବୃଦ୍ଧି କରିଚାଲିଛୁ ।

ଆମକୁ ଏକଥା ସୁନିଶ୍ଚିତ କରିବାକୁ ପଡ଼ିବ ଯେ ଦେଶର ଜନତା, ସେମାନେ ଗରିବରୁ ଗରିବତମ ଲୋକ ହୋଇଥାନ୍ତୁ ନା କାହିଁକି, ସେମାନେ ସୁଦୂର ଦୁର୍ଗମ ଅଞ୍ଚଳରେ ବସବାସ କରୁଥାନ୍ତୁ ନା କାହିଁକି, ସେମାନଙ୍କୁ ସର୍ବୋତ୍ତମ ସମ୍ଭବ ଚିକିତ୍ସା ସୁବିଧା ଉପଲବ୍ଧ ହେବା ଦରକାର ଏବଂ ତାହା ପୁଣି ଉଚିତ ସମୟରେ । ଏବଂ ସେହିସବୁ ଆବଶ୍ୟକତା ପୂରଣ ନିମନ୍ତେ, ଯେତେବେଳେ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ସରକାର, ସ୍ଥାନୀୟ ନିଗବ ଏବଂ ଦେଶର ଘରୋଇ କ୍ଷେତ୍ର ମିଳିତ ଭାବେ କାର୍ଯ୍ୟ କରିବେ, ସେତେବେଳେ ଏହାର ସୁଫଳ ଅଧିକ ଉତ୍ତମ ହେବ ।

ଘରୋଇ କ୍ଷେତ୍ର, ପିଏମ- ଜେଇୱାଇର ଅଂଶୀଦାରମାନଙ୍କ ସହିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ନେଟୱାର୍କ ପ୍ରସ୍ତୁତ କରିବା ନିମନ୍ତେ ପିପିପି ମଡେଲକୁ ସହାୟତା ଯୋଗାଇ ପାରିବେ । ରାଷ୍ଟ୍ରୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ନାଗରିକମାନଙ୍କ ଡିଜିଟା ହେଲଥ୍ ରେକର୍ଡ଼ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ସହଭାଗୀତା ହୋଇପାରିବ ।

ମୋର ଦୃଢ଼ ବିଶ୍ୱାସ ଯେ ଆମେ ସମସ୍ତେ ମିଳିମିଶି ଦୃଢ଼ତାର ସହିତ କାର୍ଯ୍ୟକଲେ ସହଭାଗୀତାର ନୂତନ ମାର୍ଗ ଉନ୍ମୋଚିତ ହୋଇପାରିବ । ସୁସ୍ଥ ଓ ସମର୍ଥ ଭାରତ ନିମନ୍ତେ ଆତ୍ମନିଭର ସମାଧାନ ପନ୍ଥା ଖୋଜି ବାହାର କରିପାରିବା । ମୋର ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ ଯେ ଆମେ ଯେଉଁ ହିତଧାରକମାନଙ୍କ ସହିତ, ଏହି ପ୍ରସଙ୍ଗରେ ଯେଉଁମାନେ ଜ୍ଞାନୀଗୁଣୀ ଲୋକ ଅଛନ୍ତି ସେମାନଙ୍କ ସହିତ ଆଲୋଚନା କରିଚାଲିବା... ବଜେଟରେ ଯାହା ଆସିବାର କଥା ତାହା ଆସିସାରିଛି । ଆପଣମାନଙ୍କର ଅନେକ କଥା ଆଶା ଆକାଂକ୍ଷା ମନରେ ଥିବ, ସେସବୁ ହୁଏତ ଏଥିରେ ନଥାଇପାରେ । କିନ୍ତୁ ସେଥିପାଇଁ ଏହାକୁ ଅନ୍ତିମ ବଜେଟ ବୋଲି ଭାବିବା ଅନୁଚିତ- ତାହା ଆଗାମୀ ବଜେଟରେ ଆସିପାରେ । ସେଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ଆଜି ତ ଯେଉଁ ବଜେଟ ଆସିଛି ତାହାକୁ କେମିତି ତେଜ ଗତିରେ ଅଧିକରୁ ଅଧିକ ଭାବେ ଆମେ ସଭିଏଁ ମିଳିମିଶି କାର୍ଯ୍ୟାନ୍ୱୟନ କରିପାରିବା, ବ୍ୟବସ୍ଥାଗୁଡ଼ିକୁ କିଭଳି ଭାବେ ବିକଶିତ କରିବା, ସାଧାରଣ ନାଗରିକଙ୍କ ପର୍ଯ୍ୟନ୍ତ ସେସବୁକୁ ପହଞ୍ଚାଇବା ତାହାର ଉପାୟ ଆମମାନଙ୍କୁ ଚିନ୍ତା କରିବାକୁ ପଡ଼ିବ । ମୁଁ ଆଶାକରୁଛି ଯେ ଆପଣମାନଙ୍କ ସମସ୍ତଙ୍କ ଅନୁଭବ, ଆପଣମାନଙ୍କ କଥା ଆଜି ଭାରତ ସରକାରଙ୍କ ବଜେଟ ପରେ ଆମେ ପାର୍ଲାମେଣ୍ଟରେ ତ ଚର୍ଚ୍ଚା କରୁଛୁ । ପ୍ରଥମ ଥର ପାଇଁ ବଜେଟର ଚର୍ଚ୍ଚା ଏହି ସଂପର୍କୀତ ଲୋକମାନଙ୍କ ସହିତ ଆମେ କରୁଛେ । ବଜେଟ ପୂର୍ବରୁ ଆମେ ଆଲୋଚନା କରୁଥିଲେ, କିନ୍ତୁ ତାହା ପରାମର୍ଶ ନଥିଲା... ବଜେଟ ଉପସ୍ଥାପନ ହେବା ପରେ ଯେଉଁ ଚର୍ଚ୍ଚା କରାଯିବା ସେଥିରୁ ସମାଧାନ ପନ୍ଥା ବାହାରି ପାରିବ ।

ଏବଂ ସେଇଥିପାଇଁ ଆସନ୍ତୁ, ଆମେ ସଭିଏଁ ମିଳିମିଶି ସମାଧାନ ପନ୍ଥା ବାହାର କରିବା । ଆମେ ମିଳିତ ଭାବେ ଖୁବ୍ ତେଜ ଗତିରେ ଆଗକୁ ବଢ଼ିବା ଏବଂ ଆମେ ସମସ୍ତେ ଏକା ସଙ୍ଗେ ଏବଂ ଏକା ଗତିରେ ଆଗକୁ ଆଗେଇ ପାରିବ । ସରକାର ଏବଂ ଆପଣମାନେ ପରସ୍ପର ଠାରୁ ଭିନ୍ନ ନୁହନ୍ତି । ଆପଣମାନେ ବି ସରକାରଙ୍କର ଏବଂ ଆପଣମାନେ ହିଁ ଦେଶ ପାଇଁ କାର୍ଯ୍ୟ କରୁଛନ୍ତି । ଆମେ ସମସ୍ତେ ମିଶି ଦେଶର ଗରିବରୁ ଗରିବତମ ଲୋକଙ୍କ ପ୍ରତି ଧ୍ୟାନ ରଖିପାରିବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରର ଉଜ୍ଜ୍ୱଳ ଭବିଷ୍ୟତ, ଏକ ସୁସ୍ଥ ଭାରତ ନିମନ୍ତେ ଆମେ ସମସ୍ତେ ଆଲୋଚନାକୁ ଆଗକୁ ବଢ଼ାଇବା ।ଆପଣମାନେ ନିଜ ନିଜର ମୂଲ୍ୟବାନ ସମୟ ବାହାର କରି ଏଥିରେ ସାମିଲ ହୋଇଛନ୍ତି । ଆପଣମାନଙ୍କ ମାର୍ଗଦର୍ଶନ ବହୁତ ଉପକାରସିଦ୍ଧ ହେବ । ଆପଣମାନଙ୍କ ସକ୍ରିୟ ଭାଗୀଦାରୀ ଉପଯୋଗୀ ହେବ ।

ମୁଁ ପୁଣି ଥରେ... ଆପଣମାନେ ସମୟ ବାହାର କରିଥିବାରୁ, ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଆପଣମାନଙ୍କ ମୂଲ୍ୟବାନ ପରାମର୍ଶ ଆମକୁ ଆଗକୁ ଆଗେଇ ନେବା ଦିଗରେ ବହୁତ କାର୍ଯ୍ୟରେ ଆସିବ । ଆପଣମାନେ ପରାମର୍ଶ ଦେବେ, ସହଯୋଗ ମଧ୍ୟ କରିବେ । ଆପଣମାନଙ୍କର ଅପେକ୍ଷା ରହିବ, ଦାୟିତ୍ୱ ମଧ୍ୟ ଉଠାଇବେ । ଏହି ବିଶ୍ୱାସର ସହିତ. . .

ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Dr. Syama Prasad Mookerjee on his Balidan Diwas, shares Sanskrit Subhashitam
June 23, 2026

The Prime Minister, Shri Narendra Modi, paid homage to Dr. Syama Prasad Mookerjee on his Balidan Diwas and remembered his immense contribution to nation-building.

The Prime Minister described Dr. Mookerjee as a distinguished patriot, scholar and statesman who dedicated his life to India’s development. Shri Modi said that Dr. Mookerjee’s unwavering conviction, courage in public life and commitment to national interest continue to inspire generations. He noted that Dr. Mookerjee’s sacrifice remains etched in the collective memory of the nation.

Paying respectful tributes to Dr. Mookerjee, the Prime Minister said that he dedicated his entire life to the selfless service of the nation and society. Shri Modi added that Dr. Mookerjee’s profound thoughts and ideals will continue to inspire every generation of the country to serve the motherland.

On the occasion, the Prime Minister also shared a Sanskrit Subhashitam:

“न कर्मणा न प्रजया धनेन त्यागेनैके अमृतत्वमानशुः।

परेण नाकं निहितं गुहायां विभ्राजते यद्यतयो विशन्ति॥”

The Subhashitam highlights that immortality is attained not through deeds, wealth, or lineage but through sacrifice and complete dedication to noble ideals. Those noble souls who renounce their personal interests for the sake of the nation, society and truth become immortal in the hearts of the people, transcending the limits of time.

The Prime Minister wrote on X;

“On his Balidan Diwas, I pay homage to Dr. Syama Prasad Mookerjee, a distinguished patriot, scholar and statesman who dedicated his life to India’s development. His unwavering conviction, courage in public life and commitment to national interest continue to inspire generations. Dr. Mookerjee’s sacrifice remains etched in our collective memory. We reaffirm our commitment to building a strong and developed India, guided by the values he cherished and served till his last breath.”

“निःस्वार्थ भाव से राष्ट्र और समाज की सेवा में आजीवन समर्पित रहे देश की महान विभूति डॉ. श्यामा प्रसाद मुखर्जी जी को उनके बलिदान दिवस पर आदरपूर्ण श्रद्धांजलि। उनके प्रखर विचार और आदर्श देश की हर पीढ़ी को मातृभूमि की सेवा के लिए प्रेरित करते रहेंगे।

न कर्मणा न प्रजया धनेन त्यागेनैके अमृतत्वमानशुः।

परेण नाकं निहितं गुहायां विभ्राजते यद्यतयो विशन्ति॥”