ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନଙ୍କ ନିମନ୍ତ୍ରଣକ୍ରମେ ଜଳବାୟୁ ଉପରେ ଆୟୋଜିତ ନେତୃବର୍ଗଙ୍କ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ, ଯାହାକି 22-23 ଏପ୍ରିଲ 2021ରେ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ 22 ଏପ୍ରିଲ 2021 ଅପରାହ୍ଣ 5.30ରୁ 7.30 ମଧ୍ୟରେ “2030କୁ ଆମର ମିଳିତ ଦ୍ରୁତ ଦୌଡ଼” ବିଷୟରେ ନେତୃବୃନ୍ଦଙ୍କ ଅଧିବେଶନ 1ରେ ତାଙ୍କର ବକ୍ତବ୍ୟ ରଖିବେ।

ଏହି ସମ୍ମିଳନୀରେ ଅନ୍ୟ 40 ଜଣ ବିଶ୍ବ ନେତୃବୃନ୍ଦ ମଧ୍ୟ ଅଂଶଗ୍ରହଣ କରିବେ। ବୃହତ ଅର୍ଥବ୍ୟବସ୍ଥା ମଞ୍ଚର ସଦସ୍ୟ ରାଷ୍ଟ୍ର (ଯେଉଁଥିରେ ଭାରତ ଏକ ସଦସ୍ୟ), ଜଳବାୟୁ ପରିବର୍ତ୍ତନ ବିପଦ ରହିଥିବା ରାଷ୍ଟ୍ର ଓ ଅନ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଭାବେ ଏହି ନେତାମାନେ ଯୋଗଦେବେ। ଏହି ନେତାମାନେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ବୃଦ୍ଧି, ଜଳବାୟୁ ପ୍ରଶମନ ଓ ଅନୁକୂଳନ ପାଇଁ ପାଣ୍ଠି ସଂଗ୍ରହ, ପ୍ରକୃତି ଆଧାରିତ ସମାଧାନ, ଜଳବାୟୁ ସୁରକ୍ଷା ସମେତ ସ୍ବଚ୍ଛ ଶକ୍ତି ପାଇଁ ପ୍ରଯୁକ୍ତିଭିତ୍ତିକ ନବୋନ୍ମେଷ ଆଦି ପ୍ରସଙ୍ଗରେ ମତ ବିନିମୟ କରିବେ।

ଜାତୀୟ ପରିସ୍ଥିତି ଏବଂ ସ୍ଥାୟୀ ବିକାଶ ପ୍ରାଥମିକତାକୁ ସମ୍ମାନ ଦେବା ସହିତ ସମାବେଶୀ ଓ ସହନଶୀଳ ଆର୍ଥିକ ବିକାଶ ସହିତ ଜଳବାୟୁ କାର୍ଯ୍ୟକୁ କିପରି ଭାବେ ଆଗକୁ ନିଆଯାଇପାରିବ ସେ ସମ୍ପର୍କରେ ମଧ୍ୟ ନେତାମାନେ ବିଚାରବିମର୍ଶ କରିବେ।

2021 ନଭେମ୍ବରରେ ସିଓପି 26 ପର୍ଯ୍ୟନ୍ତ ଚାଲିବାକୁ ଥିବା ଜଳବାୟୁ ପ୍ରସଙ୍ଗ ଉପରେ କେନ୍ଦ୍ରିତ ବିଶ୍ବସ୍ତରୀୟ ବୈଠକ ଶୃଙ୍ଖଳାର ଏକ ଅଂଶବିଶେଷ ସ୍ବରୂପ ଏହି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି।
ସମସ୍ତ ଅଧିବେଶନର ସିଧା ପ୍ରସାରଣ ହେବ ଏବଂ ଗଣମାଧ୍ୟମ ଓ ଜନସାଧାରଣଙ୍କ ପାଇଁ ଖୋଲା ରହିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India