1. ଭାରତର ମହାମହୀମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସବିତା କୋବିନ୍ଦଙ୍କ ଆମନ୍ତ୍ରଣ କ୍ରମେ ମିଆଁମାର ପ୍ରଜାତନ୍ତ୍ରର ମହାମହୀମ ରାଷ୍ଟ୍ରପତି ଶ୍ରୀ ଉ ୱିନ୍ ମିଣ୍ଟ୍ ଏବଂ ତାଙ୍କ ପତ୍ନୀ  ଡ’ ଚୋ ଚୋ ଫେବୃଆରୀ 26- 29, 2020 ପର୍ଯ୍ୟନ୍ତ ସରକାରୀ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ୱିନ୍ ମିଣ୍ଟ୍ ଏବଂ ମିଆଁମାରରୁ ତାଙ୍କ ସାଙ୍ଗରେ ଆସିଥିବା ପ୍ରତିନିଧିମଣ୍ଡଳ ବୋଧଗୟା ଓ ଆଗ୍ରା ସମେତ ଭାରତର କେତେକ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳୀ ପରିଦର୍ଶନ କରିବେ । ମିଆଁମାର ରାଷ୍ଟ୍ରପତିଙ୍କ ଏହି ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ପରମ୍ପରାକୁ ସୁଦୃଢ଼ କରିବ ଏବଂ ଉଭୟ ପ୍ରତିବେଶୀ ରାଷ୍ଟ୍ର ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସଂପର୍କକୁ ଆହୁରି ଘନିଷ୍ଠ କରିବ ।

 2. ମିଆଁମାର ରାଷ୍ଟ୍ରପତି ଶ୍ରୀ ଉ ୱିନ୍ ମିଣ୍ଟ୍ ଏବଂ ଫାଷ୍ଟ୍ ଲେଡ଼ି ଡ଼’ ଚୋ ଚୋଙ୍କୁ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ଫେବୃଆରୀ 27,2020 ତାରିଖ ଦିନ ଆନୁଷ୍ଠାନିକ ଭାବେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନୂଆଦିଲ୍ଳୀ ଗସ୍ତରେ ଆସିଥିବା ବୈଦେଶିକ ପ୍ରତିନିଧିମାନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏକ ଭୋଜିସଭାର ଆୟୋଜନ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଷ୍ଟ୍ରପତି ଶ୍ରୀ ଉ ୱିନ ମିଣ୍ଟଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଭାରତ ଗସ୍ତରେ ଆସିଥିବା ମିଆଁମାର ରାଷ୍ଟ୍ରପତି ଶ୍ରୀ ଉ ୱିନ୍ ମିଣ୍ଟଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ମିଆଁମାର ରାଷ୍ଟ୍ରପତିଙ୍କ ଏହି ଗସ୍ତ କାଳରେ ଉଭୟ ରାଷ୍ଟ୍ର ମଧ୍ୟରେ ଦଶଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

3. ଉଭୟ ରାଷ୍ଟ୍ରର ନେତୃବର୍ଗଙ୍କ ମଧ୍ୟରେ ଆଲୋଚନା ବେଳେ ଉଭୟ ପକ୍ଷ ବିଭିନ୍ନ ଦ୍ୱିପାକ୍ଷିକ, କ୍ଷେତ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଯେଉଁଥିରେ କି ଉଭୟ ପକ୍ଷଙ୍କ ସ୍ୱାର୍ଥ ଜଡ଼ିତ ରହିଛି, ସେ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସେମାନେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଯେ ନିୟମିତ ସମୟ ବ୍ୟବଧାନରେ ଉଭୟ ରାଷ୍ଟ୍ର ମଧ୍ୟରେ ଉଚ୍ଚସ୍ତରୀୟ ପ୍ରତିନିଧି ସ୍ତରୀୟ ଆଲୋଚନା ହେବା ଆବଶ୍ୟକ ଯାହାକି ଦ୍ୱିପାକ୍ଷିକ ସଂପର୍କକୁ ଅଧିକ ମଜଭୁତ କରିବାରେ ସହାୟକ ହେବ । ମିଆଁମାରର ସ୍ୱାଧୀନତା, ସକ୍ରିୟ ଏବଂ ଗୋଷ୍ଠୀ ନିରପେକ୍ଷ ବିଦେଶ ନୀତି ଏବଂ ଭାରତର ‘ଆକ୍ଟ ଇଷ୍ଟ୍ ନୀତି’ ତଥା ‘ପ୍ରଥମେ ପ୍ରତିବେଶୀଙ୍କ ସ୍ୱାର୍ଥ’ ନୀତିରେ ଥିବା ସମାନ ଚିନ୍ତାଧାରାକୁ ସେମାନେ ସ୍ୱାଗତ କରିଥିଲେ ଏବଂ ଉଭୟ ପକ୍ଷଙ୍କ ମଧ୍ୟରେ ଥିବା ସହଭାଗୀତାକୁ ଅଧିକ ନିବିଡ଼ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ଏହା ଛଡ଼ା ଦ୍ୱିପାକ୍ଷିକ ସଂପର୍କ ଯାହାକି ଉଭୟ ପକ୍ଷଙ୍କ ଲାଗି ହିତକର ଓ ଉଭୟ ରାଷ୍ଟ୍ର ଓ ଦେଶବାସୀଙ୍କ ଲାଗି ଉପକାରସିଦ୍ଧ ସେଭଳି କ୍ଷେତ୍ରକୁ ସଂପ୍ରାସାରଣ କରିବା ତଥା ସଂପର୍କର ନୂଆ ନୂଆ ଦିଗନ୍ତ ଖୋଜି ବାହାର କରିବା ଲାଗି ସେମାନେ ସହମତ ପ୍ରକଟ କରିଥିଲେ ।

4. ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଟଣା ଯାଇଥିବା ସୀମାରେଖା ପ୍ରତି ଉଭୟ ପକ୍ଷ ସେମାନଙ୍କର ପାରସ୍ପରିକ ସମ୍ମାନକୁ ଦୋହରାଇଛନ୍ତି ଏବଂ ଦୁଇ ଦେଶ ମଧ୍ୟରେ ବାକିଥିବା ସମସ୍ତ ପ୍ରସଙ୍ଗଗୁଡ଼ିକର ସମାଧାନ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃପ୍ରକଟ କରିଛନ୍ତି । ଏହି ସବୁ ସମସ୍ୟାଗୁଡ଼ିକର ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ବ୍ୟବସ୍ଥା ଯଥା ଯୁଗ୍ମ ସୀମା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ ଆଦି ମାଧ୍ୟମରେ କରିବାକୁ ସେମାନେ ସହମତ ହୋଇଛନ୍ତି ।

5. ଉଭୟ ପକ୍ଷ ଗୁରୁତ୍ୱ ଆରୋପ କରିଛନ୍ତି ଯେ ସେମାନଙ୍କ ସମ୍ପର୍କରେ ଥିବା ସଂଯୋଗର ମୂଳ ଆଧାରକୁ କାଏମ ରଖାଯିବ ଏବଂ ମିଆଁମାରରେ ଏବେ କାର୍ଯ୍ୟକାରୀ ହେଉଥିବା ଭାରତୀୟ ପୁଞ୍ଜି ବିନିଯୋଗଯୁକ୍ତ ପ୍ରକଳ୍ପ କାର୍ଯ୍ୟକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଲାଗି ସେସବୁକୁ ତ୍ୱରାନ୍ୱିତ କରାଯିବ । ଏବଂ ଏହିସବୁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟ ସଂପୂର୍ଣ୍ଣ ଦିଗରେ ମିଆଁମାର ସବୁ ପ୍ରକାର ସହଯୋଗ ଏବଂ ସୁବିଧା ଯୋଗାଇଦେବ ।

6. ତାମୁ- ମୋରେ ଏବଂ ରିଖାୱାଦର- ଜୋଖାୱାଦର ମଧ୍ୟରେ ନିକଟରେ ଖୋଲା ଯାଇଥିବା ଦୁଇଟି ଭୂ ସୀମା କ୍ରସିଂ ପଏଣ୍ଟ ଯାହାକି ଅନ୍ତରାଷ୍ଟ୍ରୀୟ ସୀମା ଫାଟକ ଭାବେ କାର୍ଯ୍ୟ କରୁଛି ସେଭଳି କାର୍ଯ୍ୟକୁ ଉଭୟ ପକ୍ଷ ସ୍ୱାଗତ କରି କହିଛନ୍ତି ଯେ ଏହା ଦ୍ୱାରା ଉଭୟ ରାଷ୍ଟ୍ର ମଧ୍ୟରେ ମାଲ ପରିବହନ ତଥା ଲୋକମାନଙ୍କ ଯାତାୟାତ ସହଜ ଓ ସୁବିଧାଜନକ ହୋଇପାରିଛି । ଭବିଷ୍ୟତରେ ଏହାକୁ ଅଧିକ ସରଳ କରାଯିବା ଦିଗରେ ଉଭୟ ପକ୍ଷ ପଦକ୍ଷେପ ଗ୍ରହଣ କରିବେ । ଏହା ଦ୍ୱାରା ମାଲ ପରିବହନ ବ୍ୟବସ୍ଥା ତ୍ୱରିତ ହୋଇପାରିବ ଯାହାକି ଭିତ୍ତିଭୂମି କ୍ଷେତ୍ରର ବିକାଶରେ ସହାୟକ ହେବ । ମିଆଁମାରର ତାମୁଠାରେ ଅତ୍ୟାଧୁନିକ ସମନ୍ୱିତ ଚେକ୍ ପୋଷ୍ଟ ପ୍ରଥମ ପର୍ଯ୍ୟାୟ ନିର୍ମାଣ ଦିଗରେ ଭାରତୀୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃପ୍ରକଟ କରିଥିଲେ । ଖୁବ୍ ଜଲଦି ଏହି ପ୍ରକଳ୍ପ ଶେଷ କରିବାକୁ ଭାରତ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରାଯାଇଛି । ଉଭୟ ଦେଶ ମଧ୍ୟରେ ସୀମାପାର ଯାନବାହନ ଚଳାଚଳ ବ୍ୟବସ୍ଥା ସକାଶେ ଦ୍ୱିପାକ୍ଷିକ ମୋଟର ଯାନ ରାଜିନାମା ଆଲୋଚନା ଯାହାକି ଅଧାରେ ଅଟକି ରହିଛି ତାହା ଯଥାଶୀଘ୍ର ଶେଷ କରିବା ନିମନ୍ତେ ଦୁଇ ପକ୍ଷ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ପକ୍ଷ ସେମାନଙ୍କ ନିଜ ନିଜ ରାଷ୍ଟ୍ରର ଘରୋଇ ଅପରେଟରମାନେ ଇମ୍ଫାଲ ଓ ମାଣ୍ଡାଲେ ମଧ୍ୟରେ ଏକ ସମନ୍ୱିତ ବସ୍ ସେବା 2020 ମସିହା ଏପ୍ରିଲ 7 ତାରିଖ ଠାରୁ ଚାଲୁ କରିବା ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି ।

7. ଉଭୟ ରାଷ୍ଟ୍ରର ସୀମାନ୍ତବର୍ତ୍ତୀ କ୍ଷେତ୍ରର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରାଯିବା ଉପରେ ସେମାନେ ଗୁରୁତ୍ୱ ଆରୋପ କରିଛନ୍ତି ଏବଂ ଏହି ଦିଗରେ ଏକ ସୀମାନ୍ତ ହାଟ ସ୍ଥାପନ ଓ ଆରମ୍ଭ କରିବା ଲାଗି ଉଭୟ ପକ୍ଷ ରାଜି ହେଇଛନ୍ତି ଯାହାକି ଅଗ୍ରାଧିକାର ଭିତ୍ତିରେ ତଥା ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯିବ । 2012 ମସିହାରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ରର ସର୍ତ୍ତାବଳୀ ଅନୁସାରେ ଉଭୟ ପକ୍ଷ ଏଥିପାଇଁ ପୂର୍ବରୁ ମଧ୍ୟ ସହମତ ହୋଇଥିଲେ । ଉଭୟ ପକ୍ଷ ଏବେ ଏଭଳି ସୀମାନ୍ତ ହାଟ କିଭଳି ଭାବେ କାର୍ଯ୍ୟ କରିବା ତାହାର ପାରସ୍ପରିକ ସୁବିଧା ଆଦି ପ୍ରସଙ୍ଗ ଚୂଡ଼ାନ୍ତ କରିବା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତୀକ୍ଷା କରିଛନ୍ତି ।

8. ମିଆଁମାର-ଭାରତ ସୀମାନ୍ତ କ୍ଷେତ୍ର ବିକାଶ କାର୍ଯ୍ୟକ୍ରମର ସଫଳତା ଯାହାକି ଭାରତର ଗ୍ରାଣ୍ଟ୍ ଇନ୍ ଏଡ଼୍ ପ୍ରକଳ୍ପ ମାଧ୍ୟମରେ ଚିନ୍ ଷ୍ଟେଟ୍ ଏବଂ ନାଗା ସ୍ୱୟଂ ଶାସିତ କ୍ଷେତ୍ରର ଭିତ୍ତିଭୂମିର ଉନ୍ନତି ଏବଂ ସାମାଜିକ- ଆର୍ଥିକ ବିକାଶ ପାଇଁ ଉଦ୍ଦିଷ୍ଟ, ସେଥିରେ  ଉଭୟ ପକ୍ଷ ସେମାନଙ୍କର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ସେହିସବୁ ଇଲାକାରେ ଗତ ତିନିବର୍ଷ ମଧ୍ୟରେ ସେଠାରେ 43ଟି ବିଦ୍ୟାଳୟ, 18ଟି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ 51ଟି ପୋଲ ଓ ସଡ଼କ ନିର୍ମାଣ କରାଯାଇଛି । ଉଭୟ ପକ୍ଷ ସନ୍ତୋଷର ସହ ସ୍ୱୀକାର କରିଛନ୍ତି ଯେ 4ର୍ଥ ବର୍ଷର ଟ୍ରେଞ୍ଚ୍ ସହାୟତାରେ 5 ନିୟୁତ ଆମେରିକୀୟ ଡ଼ଲାର ସହାୟତାରେ 29ଟି ଅତିରିକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବ ଏବଂ ତାହା 2020- 21 ମସିହାରେ ପ୍ରବର୍ତ୍ତନ କରାଯିବ ।

9. ଉଭୟ ନେତା ସିତୱେ ବନ୍ଦର ଏବଂ କାଲାଦାନ ମଲ୍ଟି ମଡ଼େଲ ଟ୍ରାନଜିଟ୍ ପରିବହନ ପ୍ରକଳ୍ପ ସଂପର୍କୀତ ସକାରାତ୍ମକ ବିକାଶ କାର୍ଯ୍ୟକ୍ରମ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । 2020 ମସିହା ଫେବୃଆରୀ 1 ତାରିଖରୁ ସିତୱେ ବନ୍ଦର ଏବଂ ପାଲେତୱା ଇନଲାଣ୍ଡ ଜଳ ପରିବହନ ଟର୍ମିନାଲ ତଥା ଅନ୍ୟାନ୍ୟ ସଂପର୍କୀତ ବ୍ୟବସ୍ଥାର ପରିଚାଳନା ତଥା ମରାମତି ସକାଶେ ଜଣେ ପୋର୍ଟ ଅପରେଟରଙ୍କ ନିଯୁକ୍ତିକୁ ସେମାନେ ସ୍ୱାଗତ କରିଛନ୍ତି । ଏହି ବନ୍ଦର ବ୍ୟବସ୍ଥା କାର୍ଯ୍ୟକାରୀ ହେବାପରେ ଏହା ଦ୍ୱାରା ଏହି କ୍ଷେତ୍ରର ଆର୍ଥିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ସ୍ଥାନୀୟ ଲୋକମାନେ ସେଥିରୁ ଢେର୍ ମାତ୍ରାରେ ଉପକୃତ ହୋଇପାରିବେ । ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରି କହିଛନ୍ତି ଯେ ପାଲେତୱା- ଜୋରିନପୁଇ ସଡ଼କ- ଯାହାକି କାଲାଦାନ ପ୍ରକଳ୍ପର ପ୍ରଥମ ଚରଣର ଶେଷ ପର୍ଯ୍ୟାୟ- ତାହା ଯଥାଶୀଘ୍ର ସଂପୂର୍ଣ୍ଣ ହେବା ଆବଶ୍ୟକ । ଏହା ସଂପୂର୍ଣ୍ଣ ହେଲେ ଏହି ସଡ଼କ ସିତୱେ ବନ୍ଦରକୁ ଉତ୍ତର-ପୂର୍ବ ଭାରତ ସହ ସିଧାସଳଖ ସଂଯୋଗ କରିପାରିବ ଏବଂ ଏହି ବନ୍ଦରକୁ ଟ୍ରାଫିକ୍‌ ମାତ୍ରା ବୃଦ୍ଧି ପାଇବ । ଏହି ପ୍ରକଳ୍ପ ସହ ସଂଶ୍ଳିଷ୍ଟ କର୍ମଚାରୀ, ଉପକରଣ ତଥା ନିର୍ମାଣ ସାମଗ୍ରୀ ପ୍ରେରଣରେ ମିଆଁମାରର ସହଯୋଗ ଓ ସାହାଯ୍ୟକୁ ଭାରତ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି ।  କାଲାଦାନ ମଲ୍ଟି ମଡ଼େଲ ଟ୍ରାନଜିଟ୍‌ ପରିବହନ ପ୍ରକଳ୍ପ ସହ ସଂଯୋଗ ସକାଶେ ରାସ୍ତା ନିର୍ମାଣ ପାଇଁ ମିଜୋରାମ ସୀମା ଦେଇ ଜୋରିନପୁଇର ଦକ୍ଷିଣ ଦିଗକୁ ପାଲେତୱା ପର୍ଯ୍ୟନ୍ତ ଏହି ସଡ଼କ ନିର୍ମାଣ କରାଯିବ ।

10. ଉଭୟ ନେତା ତ୍ରିପାକ୍ଷିକ ରାଜପଥ ସେକ୍ସନର କାଲେୱା – ୟାରଗୀ ସଡ଼କ ନିର୍ମାଣ କାର୍ଯ୍ୟର ପ୍ରଗତିରେ ସକାରାତ୍ମକ ମନୋଭାବ ପ୍ରକଟ କରିଛନ୍ତି । 2021 ମସିହା ଶେଷ ସୁଦ୍ଧା ଏହି ସଡ଼କ ନିର୍ମାଣ କାର୍ଯ୍ୟ ଶେଷ ହେବାର ଆଶା କରାଯାଏ । ଏହି ତ୍ରିପାକ୍ଷିକ ରାଜମାର୍ଗରେ ଥିବା 69ଟି ପୋଲର ଉନ୍ନତିକରଣ ସକାଶେ ଭାରତ ତା’ର ପ୍ରତିବଦ୍ଧତାକୁ ଦୋହରାଇଛି ଏବଂ ମିଆଁମାର ପ୍ରତିପକ୍ଷ ମଧ୍ୟ ଏ ଦିଗରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ସହମତ ହୋଇଛନ୍ତି ।

11. ଦକ୍ଷତା ବିକାଶ ଏବଂ ତାଲିମ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ସହାୟତା  ଯୋଗାଇ ଦେବାରେ ଭାରତର ସହଯୋଗକୁ ମିଆଁମାର ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି । ଉଭୟ ପକ୍ଷ ସହମତ ହୋଇଛନ୍ତି ଯେ ସେମାନେ ମିଳିତ ଭାବେ କେତେଗୋଟି ଫ୍ଲାଗସିପ୍‌ ପ୍ରକଳ୍ପରେ କାର୍ଯ୍ୟ କରିବେ ଯେଉଁଥିରେ ମିଆଁମାର ସୂଚନା ଓ ପ୍ରଯୁକ୍ତି ପ୍ରତିଷ୍ଠାନ (MIIT ) ଏବଂ କୃଷି ଗବେଷଣା ଓ ଶିକ୍ଷା ସଂକ୍ରାନ୍ତ ଅତ୍ୟାଧୁନିକ କେନ୍ଦ୍ର (ACARE) ଭଳି ପ୍ରକଳ୍ପ ରହିଛି ଯାହା ଦୀର୍ଘକାଳୀନ ତଥା ପୋଷଣୀୟ ଭିତ୍ତିରେ ସଂପାଦନ କରାଯିବ । ଉଭୟ ନେତା ୟାନେଥିନ ଠାରେ ଥିବା ମହିଳା ପୁଲିସ ତାଲିମ କେନ୍ଦ୍ରର ଉନ୍ନତିକରଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରାଯିବା ଦିଗରେ ଧ୍ୟାନ ଦେବେ ବୋଲି ସହ ମତ ପୋଷଣ କରିଛନ୍ତି । ଏହି ପ୍ରକଳ୍ପ ସଂକ୍ରାନ୍ତ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହେବା ମାତ୍ରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେମାନେ ସହମତ ହୋଇଛନ୍ତି । ଉଭୟ ପକ୍ଷ ପାକୋକ୍କୁ ଏବଂ ମିଙ୍ଗୟାନଠାରେ ଥିବା ମିଆଁମାର-ଭାରତ ଶିଳ୍ପ ତାଲିମ କେନ୍ଦ୍ର, ଯାହାକି ଭାରତର ଆର୍ଥିକ ସହାୟତାରେ ନିର୍ମିତ ହୋଇଥିଲା ଏହାର ଭୂମିକାକୁ ସ୍ୱୀକାର କରିଛନ୍ତି । ମିଆଁମାରର ଯୁବଗୋଷ୍ଠୀଙ୍କୁ କୌଶଳ ତାଲିମ ଯୋଗାଇ ସେମାନଙ୍କୁ ଅଧିକ ନିଯୁକ୍ତିକ୍ଷମ କରିବାରେ ଏହିସବୁ କେନ୍ଦ୍ର ବିଶେଷ ସହାୟକ ହୋଇପାରିଛି ବୋଲି ସେମାନେ ମତ ପୋଷଣ କରିଛନ୍ତି । ମୋନ୍ୟାୱା ଏବଂ ଥାଟୋନଠାରେ ଏହିଭଳି ଆଉ ଦୁଇଟି ନୂତନ କେନ୍ଦ୍ର ସ୍ଥାପନ କରିବା ସକାଶେ ହୋଇଥିବା ପ୍ରୟାସ ସଂପର୍କରେ ସେମାନେ ଆଲୋଚନା କରିଛନ୍ତି । ଏହି ଦୁଇଟି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଏବେ ଜାରି ରହିଛି ।

12. ମିଆଁମାରର ରାଖିନେ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସାମାଜିକ-ଆର୍ଥିକ ବିକାଶ କାର୍ଯ୍ୟକ୍ରମରେ ସେ ଦେଶ ପକ୍ଷରୁ କରାଯାଉଥିବା ପ୍ରୟାସରେ ଭାରତ ସକଳ ପ୍ରକାର ସହଯୋଗ ଯୋଗାଇ ଦେବାକୁ ତା’ର ପ୍ରତିବଦ୍ଧତା ଦୋହରାଇଛି । ରାଖିନେ ରାଜ୍ୟ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଏଭଳି ପ୍ରୟାସ କାର୍ଯ୍ୟକାରୀ କରାଯାଉଛି । ଉତ୍ତର ରାଖିନେ ଅଞ୍ଚଳରେ ଉଦବାସ୍ତୁ ହୋଇପଡ଼ିଥିବା ଲୋକମାନଙ୍କ ପାଇଁ ଭାରତ ପକ୍ଷରୁ 2019 ମସିହାରେ ଯୋଗାଇ ଦିଆଯାଇଥିବା 250ଟି ପ୍ରାକ୍‌ ପ୍ରସ୍ତୁତ ବାସଗୃହ ଏବଂ ରିଲିଫ ଉପକରଣ ଯୋଗାଣକୁ ମିଆଁମାର ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି । ଉଭୟ ପକ୍ଷ ସହମତ ହୋଇଛନ୍ତି ଯେ ସେମାନେ ରାଖିନେ ରାଜ୍ୟ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ସଂପାଦନ କରାଯିବାକୁ ଥିବା 12ଟି ପ୍ରକଳ୍ପ କାର୍ଯ୍ୟ ପ୍ରବର୍ତ୍ତନକୁ ତ୍ୱରାନ୍ୱିତ କରିବେ ଏବଂ ଉଭୟ ପକ୍ଷ ମେକଙ୍ଗ-ଗଙ୍ଗା ସହଯୋଗ ବ୍ୟବସ୍ଥା ଅଧୀନସ୍ଥ ହାଇ ଇମ୍ପାକ୍ଟ ଗୋଷ୍ଠୀ ବିକାଶ ପ୍ରକଳ୍ପ ଏବଂ ତ୍ୱରିତ ପ୍ରଭାବୀ ପ୍ରକଳ୍ପର ସର୍ତ୍ତାବଳୀ ଅନୁସାରେ ସେମାନଙ୍କର ବିକାଶ ସହଯୋଗ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ଲାଗି ରାଜି ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ, ସେମାନେ ସରକାରୀ ଗସ୍ତ ବେଳେ ସ୍ୱାକ୍ଷରିତ ତ୍ୱରିତ ପ୍ରଭାବୀ ପ୍ରକଳ୍ପ (କ୍ୟୁଆଇପି) ପ୍ରବର୍ତ୍ତନ ପାଇଁ ଭାରତୀୟ ଆର୍ଥିକ ସହାୟତା ରାଜିନାମାକୁ ସ୍ୱାଗତ କରିଛନ୍ତି ।

13. ଉତ୍ତର ରାଖିନେ ଅଞ୍ଚଳରେ ସମ୍ପ୍ରତି ଯେଉଁସବୁ ଚାଲେଞ୍ଜର ମୁକାବିଲା ସକାଶେ ମିଆଁମାର ସରକାର  ଯେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସେସବୁକୁ ସମର୍ଥନ କରେ ବୋଲି ତା’ର ପ୍ରତିବଦ୍ଧତା ଦୋହରାଇଛି । ସେହିଭଳି ମିଆଁମାର ଏବଂ ବାଂଲାଦେଶ ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ରାଜିନାମା ଯାହାକି ରାଖିନେ ରାଜ୍ୟରୁ ବିସ୍ଥାପିତ ହୋଇଥିବା ଲୋକମାନଙ୍କ ପ୍ରତ୍ୟାବର୍ତ୍ତନ ସକାଶେ ଉଦ୍ଦିଷ୍ଟ ସେଥିପ୍ରତି ନିଜର ସମର୍ଥନ ପ୍ରକଟ କରିଛି ଏବଂ ଭାରତ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ଯେ ମିଆଁମାର ଏବଂ ବାଂଲାଦେଶ ସ୍ୱେଚ୍ଛାକୃତ, ପୋଷଣୀୟ ଏବଂ ତ୍ୱରିତ ଚିନ୍ତାଧାରାରେ ମିଳିତ ଭାବେ କାର୍ଯ୍ୟ କରିବେ ଯଦ୍ୱାରା ଯେଉଁସବୁ ଲୋକ ଦେଶାନ୍ତରୀତ ହୋଇ ବାଂଲାଦେଶର କକ୍ସ ବଜାର ଇଲାକାରେ ବର୍ତ୍ତମାନ ଅବସ୍ଥାନ କରୁଛନ୍ତି ସେମାନେ ଯେଭଳି ଯଥାଶୀଘ୍ର ମିଆଁମାରକୁ ଫେରିଯାଇପାରିବେ । ସେମାନଙ୍କ ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ରାଜିନାମା ଅନୁସାରେ ଏହି କାର୍ଯ୍ୟ ସଂପାଦନ କରାଯିବ ବୋଲି ଆଶା ପ୍ରକଟ କରାଯାଇଛି । ଏହି ଘଟଣାର ଜଟିଳତାକୁ ଭାରତ ଉତ୍ତମ ଭାବେ ହୃଦୟଙ୍ଗମ କରିଥିବାରୁ ଏବଂ ମିଆଁମାରକୁ ଏ ଦିଗରେ ସବୁମତେ ସମର୍ଥନ ଯୋଗାଇ ଦେଇଥିବାରୁ ମିଆଁମାର ପକ୍ଷ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

14. ଦୁଇ ପକ୍ଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧି ଏବଂ ଆର୍ଥିକ ସହଯୋଗକୁ ଏହାର ପୂର୍ଣ୍ଣ ସାମର୍ଥ୍ୟର ସହ କାର୍ଯ୍ୟକାରୀ କରିବା ଲାଗି ପ୍ରୟାସ ଜାରି ରଖିବାର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିଛନ୍ତି । ସେମାନେ ଉଲ୍ଲେଖ କରିଛନ୍ତି ଯେ ପାରସ୍ପରିକ ସଂଯୋଗ, ବଜାର ଉପଲବ୍ଧତା, ଆର୍ଥିକ କାରବାର ବ୍ୟବସ୍ଥାର ସରଳୀକରଣ, ବ୍ୟବସାୟୀ- ବ୍ୟବସାୟୀ ମଧ୍ୟରେ ସଂପର୍କ ସ୍ଥାପନର ସୁବିଧାକରଣ ତଥା ଦ୍ୱିପାକ୍ଷିକ ଏବଂ  କ୍ଷେତ୍ରୀୟ ବାଣିଜ୍ୟ ରାଜିନାମାମାନ ସ୍ୱାକ୍ଷର କରାଯିବା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଯାହାକି ଉଭୟ ପକ୍ଷଙ୍କ ସାମାଜିକ-ଆର୍ଥିକ ବିକାଶରେ ସହାୟକ ହୋଇପାରିବ ।

15. ଭାରତର ରୁପେ କାର୍ଡ଼କୁ ଯଥାଶୀଘ୍ର ମିଆଁମାରରେ ପ୍ରଚଳନ ସକାଶେ ଉଭୟ ପକ୍ଷ ମିଳିତ ଭାବେ କାର୍ଯ୍ୟ କରିବା ସକାଶେ ସହମତ ହୋଇଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ଜାତୀୟ ପେମେଣ୍ଟ କମିଶନ (NPCI) ମିଆଁମାରର ପ୍ରଚଳିତ ନିୟମ ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ମାନିବ । ସେହିଭଳି ମିଆଁମାରରେ ରୁପେ କାର୍ଡ଼ ପ୍ରଚଳନର ଶୁଭାରମ୍ଭ ହେଲେ ତାହା ମିଆଁମାରର ଅର୍ଥ ବ୍ୟବସ୍ଥାକୁ ସହାୟକ ହେବ ଏବଂ ଭାରତ ସହ ଏହାର ପର୍ଯ୍ୟଟନ ଏବଂ ବ୍ୟବସାୟିକ ସଂପର୍କ ବୃଦ୍ଧି ପାଇବ ।

16. ଉଭୟ ପକ୍ଷ ଏଥିପାଇଁ ମଧ୍ୟ ସହମତ ହୋଇଛନ୍ତି ଯେ ସେମାନେ ମିଳିତ ଭାବେ ଭାରତ- ମିଆଁମାର ଡ଼ିଜିଟାଲ ପେମେଣ୍ଟ ଗେଟୱେ ବ୍ୟବସ୍ଥା ସୃଷ୍ଟି କରିବେ ଯଦ୍ୱାରା ତାହା ଉଭୟ ଦେଶ ମଧ୍ୟରେ ସୀମାପାର ଆର୍ଥିକ ଦେଣନେଣ କାର୍ଯ୍ୟକୁ ସଂପ୍ରସାରିତ କରିବ । ସେହିଭଳି ସ୍ଥାନୀୟ ମୁଦ୍ରା କାରବାରଜନିତ ସମସ୍ତ ପ୍ରକାର କାର୍ଯ୍ୟ ସଂପାଦନ ସକାଶେ ଉଭୟ ପକ୍ଷ ସେମାନଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟବସ୍ଥା ସୃଷ୍ଟି କରିବେ ଯାହାକି ସୀମାପାର ବାଣିଜ୍ୟ କାରବାରକୁ ପ୍ରୋତ୍ସାହନ ଯୋଗାଇବ । ଏହି ପରିପ୍ରେକ୍ଷୀରେ ଉଭୟ ପକ୍ଷ ବର୍ତ୍ତମାନ ପ୍ରଚଳିତ ଭାରତ-ମିଆଁମାର ଯୁଗ୍ମ ବାଣିଜ୍ୟ କମିଟି ବ୍ୟବସ୍ଥା ମଧ୍ୟରେ ଯଥାଶୀଘ୍ର ଏକ ବୈଠକ ଡ଼ାକିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ ।

17. ଉଭୟ ପକ୍ଷ ପାରସ୍ପରିକ ସୁବିଧା ନିମନ୍ତେ ଦୁଇ ଦେଶର ଶକ୍ତି ସେକ୍ଟର ମଧ୍ୟରେ ଅଧିକ ସମନ୍ୱୟକୁ ସ୍ୱୀକାର କରିଛନ୍ତି । ଭାରତ ଏବଂ ମିଆଁମାର ସହମତ ହୋଇଛନ୍ତି ଯେ ପେଟ୍ରୋଲିୟମ୍‌ ଉତ୍ପାଦ ସମେତ ତାହାର ବିଶୋଧନ, ଭଣ୍ଡାରକରଣ, ବ୍ଲେଣ୍ଡିଂ ଓ ଖୁଚୁରା ବିକ୍ରୀ ଦିଗରେ ଦୁଇ ଦେଶର ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ପତ୍ର ଆଧାରରେ ସହଯୋଗ କରିବେ । ସେହିଭଳି ଭାରତ ଏବଂ ମିଆଁମାରର ତୈଳ ଓ ବାଷ୍ପ କମ୍ପାନୀମାନଙ୍କ ମଧ୍ୟରେ ପେଟ୍ରୋଲିୟମ୍‌ ଉତ୍ପାଦ ଏବଂ ସେହି କ୍ଷେତ୍ରରେ ବାଣିଜ୍ୟ ଓ ନିବେଶ ସଂପ୍ରସାରଣ ଦିଗରେ ସହଯୋଗ ବୃଦ୍ଧି ସହ ଏସଂକ୍ରାନ୍ତ ସମସ୍ତ ପ୍ରୟାସକୁ ପ୍ରୋତ୍ସାହିତ କରିବେ । ସେହିଭଳି ଭାରତୀୟ ରାଷ୍ଟ୍ରାୟତ୍ତ ତୈଳ ଓ ବାଷ୍ପ କମ୍ପାନୀମାନଙ୍କ ମିଆଁମାରର ଅପ୍‌ଷ୍ଟ୍ରୀମ୍‌ ସେକ୍ଟରରେ ପୁଞ୍ଜି ନିବେଶକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି ଏବଂ ସହମତ ହୋଇଛନ୍ତି ଯେ ସେହିସବୁ ସେକ୍ଟର ଯେଉଁଥିରେ ଭାରତୀୟ ରାଷ୍ଟ୍ରାୟତ୍ତ ତୈଳ ଓ ବାଷ୍ପ କମ୍ପାନୀମାନେ ନିବେଶ କରିଛନ୍ତି ସେଥିରୁ ଉପଲବ୍ଧ ଦ୍ରବ୍ୟର କିଛି ଅଂଶକୁ ଭାରତକୁ ରପ୍ତାନୀ କରିବା ପାଇଁ ସୁଯୋଗର କ୍ଷେତ୍ର ଖୋଜି ପାଇବାକୁ ପ୍ରୟାସ କରିବ।

18. ଉଭୟ ପକ୍ଷ ଏହି ପ୍ରସଙ୍ଗରେ ନିଜ ନିଜର ସହମତକୁ ଦୋହରାଇଛନ୍ତି ଯେ ପ୍ରତିରକ୍ଷା ଏବଂ ନିରାପତ୍ତା ସହଯୋଗ ମିଆଁମାର-ଭାରତ ଦ୍ୱିପାକ୍ଷିକ ସଂପର୍କ ଦିଗରେ ଏକ ପ୍ରମୁଖ ସ୍ତମ୍ଭ ଭାବେ ରହିଆସିଛି ।  ତେଣୁ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ଅଧିକାରୀମାନଙ୍କ ବିନିମୟ କାର୍ଯ୍ୟକ୍ରମ ଏ ଦିଗରେ ସକାରାତ୍ମକ ପ୍ରୋତ୍ସାହନ ଯୋଗାଇଥିବାରୁ ସେମାନେ ଏହାକୁ ପ୍ରଶଂସା କରିଥିଲେ । ଉଭୟ ପକ୍ଷ ଏହି ପରିପ୍ରେକ୍ଷୀରେ 2019 ମସିହା ଜୁଲାଇ ମାସରେ ପ୍ରତିରକ୍ଷା ସହଯୋଗ ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର ଉଭୟ ରାଷ୍ଟ୍ର ମଧ୍ୟରେ ଘନିଷ୍ଠ ସହଯୋଗ ପାଇଁ ପଥ ପରିଷ୍କାର କରିଥିବା ସ୍ୱୀକାର କରିଛନ୍ତି ।  ଭାରତୀୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଯେ ମିଆଁମାରର ପ୍ରତିରକ୍ଷା ସେବା ଦକ୍ଷତା ବୃଦ୍ଧି ନିମନ୍ତେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ ଏବଂ ପାରସ୍ପରିକ ନିରାପତ୍ତା ଉଦ୍‌ବେଗକୁ ସମାଧାନ କରିବା ଦିଗରେ ଏଭଳି ସହଯୋଗ ବୃଦ୍ଧି କରାଯିବ । ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଯେ ସୀମାନ୍ତ ଇଲାକାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସକାଶେ ତଥା ସ୍ଥାନୀୟ ଲୋକମାନଙ୍କ, ଦ୍ୱିପାକ୍ଷିକ ତଥା କ୍ଷେତ୍ରୀୟ ସମୃଦ୍ଧିକୁ ପ୍ରୋତ୍ସାହନ ଯୋଗାଇବା ଲାଗି ଉଭୟ ରାଷ୍ଟ୍ର ନିଜ ନିଜର ଦାୟିତ୍ୱ ସଂପାଦନ କରିବେ । ସେମାନେ ଆହୁରି ମଧ୍ୟ ପ୍ରତିବଦ୍ଧତାକୁ ପୁନଃପ୍ରକଟ କରିଛନ୍ତି ଯେ ଉଭୟ ରାଷ୍ଟ୍ର ନିଜ ନିଜ ଭୂମିରେ ଅପର ପକ୍ଷ ରାଷ୍ଟ୍ରର କ୍ଷତି ସାଧନ ସକାଶେ କୌଣସି ପ୍ରକାର ଦୁଷ୍ଟ ଶକ୍ତିଙ୍କୁ ବ୍ୟବହାର କରିବାକୁ ଅନୁମତି ଦେବେନାହିଁ ।

19.ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଇଥିବା ସାମୁଦ୍ରିକ ସହଯୋଗକୁ ସ୍ୱାଗତ କରିଛନ୍ତି ।  ସେମାନେ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ସମାଧାନର ଗୁରୁତ୍ୱକୁ ସ୍ୱୀକାର କରିବା ସହ ସାମୁଦ୍ରିକ ନିରାପତ୍ତା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଉଭୟ ନେତା ସାମୁଦ୍ରିକ ନିରାପତ୍ତା ସହଯୋଗ (MSC) ସଂପର୍କରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର (ଏମଓୟୁ)କୁ ସ୍ୱୀକାର ପୂର୍ବକ ଏ ସଂକ୍ରାନ୍ତରେ 2019 ମସିହା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ପ୍ରଥମ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ (JWG) ବୈଠକକୁ ସ୍ୱାଗତ କରିଛନ୍ତି ତଥା ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ‘ହ୍ୱାଇଟ୍‌ ସିପିଂ ଡାଟା’ ବିନିମୟ ସକାଶେ ସହମତ ହୋଇଛନ୍ତି ।

20. ନିରାପତ୍ତା ସଂପର୍କୀତ ସମସ୍ତ ପାରସ୍ପରିକ ପ୍ରସଙ୍ଗର ସମାଧାନ ସକାଶେ ବ୍ୟାପକ ଆଇନଗତ ଢାଞ୍ଚା ଗଠନର ଗୁରୁତ୍ୱ ଉପରେ ସେମାନେ ଗୁରୁତ୍ୱ ଆରୋପ କରିବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ବିଭିନ୍ନ ରାଜିନାମା ଯଥା ସିଭିଲ ତଥା ବ୍ୟାବସାୟିକ ପ୍ରସଙ୍ଗ ଉପରେ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତିନାମା ଏବଂ ପ୍ରତ୍ୟର୍ପଣ ଚୁକ୍ତି ଆଦି ସଂପାଦନ ଦିଗରେ ଆଲୋଚନା ଜାରି ରଖିବା ସକାଶେ ଦୁଇ ଦେଶର ନେତୃବର୍ଗ ରାଜି ହୋଇଛନ୍ତି । ସେମାନେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଯେ ଏହିସବୁ ରାଜିନାମା ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ସଂପନ୍ନ ହେବା ଆବଶ୍ୟକ ଏବଂ ସେଥିପାଇଁ ସେମାନେ ସକଳ ପ୍ରକାର ପ୍ରତିବଦ୍ଧତା ପ୍ରଦର୍ଶନ କରିବେ । ମିଆଁମାର ସରକାର ଭାରତୀୟ ନାଗରିକ ସେ ଦେଶରେ ପହଞ୍ଚିବା ମାତ୍ରେ ସେମାନଙ୍କୁ ପର୍ଯ୍ୟଟକ ଭିସା ତୁରନ୍ତ ଯୋଗାଇ ଦେବା ବ୍ୟବସ୍ଥାକୁ 2020 ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ବଢ଼ାଇ ଦେଇଥିବାରୁ ଭାରତ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛି ।

21. କ୍ୟାନସର ରୋଗୀଙ୍କ ଚିକିତ୍ସା ସକାଶେ ମିଆଁମାରକୁ  ‘ଭାଭାଟ୍ରନ- 2’ ମେଡ଼ିକାଲ ବିକିରଣ ଉପକରଣ ଯୋଗାଇ ଦେବାଲାଗି ଭାରତର ପ୍ରସ୍ତାବକୁ ମିଆଁମାର ସରକାର ପ୍ରଶଂସା କରିଛନ୍ତି । ଉଭୟ ପକ୍ଷ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସଂପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ସହମତ ହୋଇଛନ୍ତି ।

22. ମିଆଁମାରର ଜାତୀୟ ସହମତି, ଶାନ୍ତି ପ୍ରକ୍ରିୟା ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଗ୍ରହଣ ସହ ସେଠାରେ ଗଣତାନ୍ତ୍ରିକ ସଂଘୀୟ ବ୍ୟବସ୍ଥା ପ୍ରବର୍ତ୍ତନ ଦିଗରେ ଭାରତ ସବୁମତେ ସହଯୋଗ ଯୋଗାଇ ଦେବାକୁ ନିଜର ପ୍ରତିବଦ୍ଧତା ପୁନଃପ୍ରକଟ କରିଛି । ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ବିଭିନ୍ନ ତାଲିମ କାର୍ଯ୍ୟକ୍ରମ, ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ, ଏକ୍ସପୋଜର ପରିଦର୍ଶନ ଏବଂ ଅଧ୍ୟାପନା ସିରିଜ ଯାହାକି ମିଆଁମାରର ପ୍ରଶାସନିକ ଅଧିକାରୀ, କ୍ରୀଡ଼ାବିତ୍‌, ସାଂସଦ, ନ୍ୟାୟିକ ତଥା ନିର୍ବାଚନ ଅଧିକାରୀ ଓ ନିରାପତ୍ତା କର୍ମୀମାନଙ୍କୁ ଭାରତ ପକ୍ଷରୁ ଯୋଗାଇ ଦିଆଯାଉଛି, ସେଥିରେ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଥିଲେ । ମିଆଁମାରର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତ ପକ୍ଷରୁ ଜାତୀୟ ଜ୍ଞାନ ନେଟୱାର୍କ (NKN)ର ସୁବିଧା ସଂପ୍ରସାରିତ କରାଯିବାକୁ ଭାରତ ପକ୍ଷରୁ ଘୋଷଣା କରାଯାଇଛି । ଭାରତୀୟ ପକ୍ଷ ମିଆଁମାରକୁ ମିଆଁମାର ଡ଼ିପ୍ଲୋମାଟିକ୍‌ ଏକାଡ଼େମୀ ସ୍ଥାପନ ଦିଗରେ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ମିଆଁମାରରେ ଜାତୀୟ ଆଇଡ଼ି ପ୍ରକଳ୍ପ, ଯାହାକି ଭାରତର ‘ଆଧାର ପ୍ରକଳ୍ପ’ ଢାଞ୍ଚାରେ ହେବ, ସେଥିପାଇଁ ଭାରତ ପକ୍ଷରୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦେବାକୁ ଭାରତ ଦେଇଥିବା ପ୍ରସ୍ତାବରେ ମିଆଁମାର କର୍ତ୍ତୃପକ୍ଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

23. ମିଆଁମାରରେ ଜାତୀୟ ସହମତି ତଥା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା ଏବଂ ସେଠାରେ ଏକ ଗଣତାନ୍ତ୍ରିକ ସଂଘୀୟ ବ୍ୟବସ୍ଥା ଗଠନ ସକାଶେ ସେ ଦେଶର ପ୍ରୟାସରେ ସହଯୋଗ କରିବାକୁ ଭାରତ ତାର ପ୍ରତିବଦ୍ଧତାକୁ ଦୋହରାଇଛି । ଭାରତର ପ୍ରଧାନମନ୍ତ୍ରୀ ମିଆଁମାରର ଶାନ୍ତି ପ୍ରକ୍ରିୟାକୁ ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିଛନ୍ତି ଯାହାକି ଏବେ ସରକାର, ସାମରିକ ତଥା ସଶସ୍ତ୍ର ଜନଜାତି ଗୋଷ୍ଠୀଙ୍କ ମଧ୍ୟରେ ଆପୋଷ ଆଲୋଚନା ତଥା ଦେଶବ୍ୟାପୀ ଅସ୍ତ୍ରବିରତି ରାଜିନାମା ଫ୍ରେମୱାର୍କ ଅଧୀନରେ କାର୍ଯ୍ୟକାରୀ କରାଯାଉଛି  । ଉଭୟ ନେତା ସେମାନଙ୍କର ଏହି କ୍ଷେତ୍ରର ବିକାଶ ପାଇଁ ଜାତୀୟ ଲକ୍ଷ୍ୟ ଆଧାରରେ ଶାନ୍ତି ଓ ସ୍ଥିରତା ରକ୍ଷା ମାଧ୍ୟମରେ ଜାରି ରଖିବାର ଗୁରୁତ୍ୱ ଉପରେ ଅଗ୍ରାଧିକାର ପ୍ରଦାନ କରିଛନ୍ତି ।

24. ଆତଙ୍କବାଦୀଙ୍କ ଦ୍ୱାର ସୃଷ୍ଟ ବିପଦକୁ ସ୍ୱୀକାର ପୂର୍ବକ, ଉଭୟ ପକ୍ଷ ଆତଙ୍କବାଦୀ ଗୋଷ୍ଠୀ ଏବଂ ସେମାନଙ୍କର କାର୍ଯ୍ୟକଳାପକୁ ପ୍ରତିହତ କରିବା ସକାଶେ ପାରସ୍ପରିକ ସହଯୋଗ ନିମନ୍ତେ ସହମତ ପ୍ରକଟ କରିଛନ୍ତି । ଉଭୟ ପକ୍ଷ ଆତଙ୍କବାଦର ସମସ୍ତ ପ୍ରକାର ସ୍ୱରୂପ ଏବଂ ପ୍ରକଟକୁ ନିନ୍ଦା କରିଛନ୍ତି ଏବଂ ଗୁରୁତ୍ୱ ଆରୋପ ପୂର୍ବକ ମତ ପୋଷଣ କରିଛନ୍ତି ଯେ ଆତଙ୍କବାଦ ଏବଂ ହିଂସାତ୍ମକ ଉଗ୍ରବାଦର ମୁକାବିଲା ସକାଶେ ସୁଦୃଢ଼ ଅନ୍ତରାଷ୍ଟ୍ରୀୟ ସହଭାଗୀତାର ଆବଶ୍ୟକତା ରହିଛି । ଏଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟରେ ପରସ୍ପର ମଧ୍ୟରେ ସୂଚନା ତଥା ଗୁପ୍ତ ତଥ୍ୟ ଆଦାନପ୍ରଦାନ ମଧ୍ୟ ସାମିଲ । ଏହି ପରିପ୍ରେକ୍ଷୀରେ ସେମାନେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

25. ଅଧିକନ୍ତୁ, ଉଭୟ ପକ୍ଷ ମିଳିତ ଜାତିସଂଘ (UN) ଏବଂ ଅନ୍ୟାନ୍ୟ ଅନ୍ତରାଷ୍ଟ୍ରୀୟ ସଂଗଠନ ଆଦିରେ ସେମାନଙ୍କର ଘନିଷ୍ଠ ସହଯୋଗ ଜାରି ରଖିବା ସକାଶେ ସହମତ ହୋଇଛନ୍ତି । ଉଭୟ ପକ୍ଷ ସହମତ ହୋଇଛନ୍ତି ଯେ ଅନ୍ୟାନ୍ୟ କ୍ଷେତ୍ରୀୟ ସଂଗଠନ ଯଥା ଆସିଆନ୍‌, ବିମଷ୍ଟେକ୍‌, ମେକଙ୍ଗ-ଗଙ୍ଗା ସହଯୋଗ ଆଦିରେ ସେମାନେ ପରସ୍ପରକୁ ଯଥାରୀତି ସହଯୋଗ ଜାରି ରଖିବେ। ସଂପ୍ରସାରିତ ତଥା ସଂସ୍କାରିତ ମିଳିତ ଜାତିସଂଘ ନିରାପତ୍ତା ପରିଷଦରେ ଭାରତ ଏକ ସ୍ଥାୟୀ ସଦସ୍ୟ ହେବା ପ୍ରୟାସକୁ ମିଆଁମାର ତାର ସମର୍ଥନ ଜଣାଇବ ବୋଲି ପ୍ରକାଶ କରିଛି । ପରସ୍ପର ମଧ୍ୟରେ ଥିବା ସୀମାନ୍ତରେ ଶାନ୍ତି ବଜାୟ ରଖିବା ଏବଂ ସ୍ୱଚ୍ଛ, ସମାବେଶୀ ନୀତି ଆଧାରରେ ତାହା ଜାରି ରଖିବା ଏବଂ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ଆଇନ ଏବଂ ଆସିଆନ ନୀତି ଆଧାରରେ ଯାହାକି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ପ୍ରଯୁଜ୍ୟ ସେହି ବ୍ୟବସ୍ଥାକୁ ସମ୍ମାନ ଜଣାଇ ଚଳିବାକୁ ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି । ଏହା ଉଭୟ ପକ୍ଷ ତଥା ଏହି କ୍ଷେତ୍ରର ପ୍ରଗତି ଏବଂ ସମୃଦ୍ଧି ଦିଗରେ ସହାୟକ ହେବ ବୋଲି ସେମାନେ ସହମତ ହୋଇଛନ୍ତି । 200 ନଉଟିକାଲ୍‌ ମାଇଲ ଦୂରତା ପରବର୍ତ୍ତର କଣ୍ଟିନେଣ୍ଟାଲ୍‌ ସିଫ୍ଟ ସୀମା ପାଇଁ ଉଭୟ ପକ୍ଷ ସେମାନଙ୍କ ମଧ୍ୟରେ ବୈଷୟିକ ଆଲୋଚନା ଜାରି ରଖିବା ପାଇଁ ଆଶା ପୋଷଣ କରିଛନ୍ତି ଯାହାକି ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂଣ୍ଣ ସଂପର୍କ ତଥା ଉତ୍ତର ପ୍ରତିବେଶୀ ସଂପର୍କ ଆଧାରରେ ସମ୍ପାଦନ କରାଯିବ ବୋଲି ସେମାନେ ମତ ପୋଷଣ କରିଛନ୍ତି ।

26. ଯଥା ଶୀଘ୍ର ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ (ISA)ର ଫ୍ରେମୱାର୍କ ରାଜିନାମାର ସଂଶୋଧନକୁ ସ୍ୱୀକୃତି ପ୍ରଦାନ ଦିଗରେ ଯଥାଯୋଗ୍ୟ ପଦକ୍ଷେପ ଗ୍ରହଣ କରିବ ବୋଲି ମିଆଁମାର ନିଜର ପ୍ରତିବଦ୍ଧତା ପ୍ରକଟ କରିଛି । ମିଳିତ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଆଇଏସଏରେ ଯୋଗଦେବା ପାଇଁ ହୋଇଥିବା ପ୍ରୟାସର ଏହା ଅଂଶବିଶେଷ ଏବଂ ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ସହଯୋଗକୁ ଆଗକୁ ଆଗେଇ ନେବା ଦିଗରେ ଏହା ଏକ ସଫଳ ପ୍ରୟାସ । ଅଧିକନ୍ତୁ, ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି (CDRI) ସହଯୋଗର ଉପାଦେୟତା ଉପରେ ଭାରତ ପକ୍ଷରୁ ଗୁରୁତ୍ୱ ଆରୋପ କରାଯାଇଛି ଯାହାକି ଭାରତ ଏବଂ ମିଆଁମାର ଭଳି ସଦା ପ୍ରାକୃତିକ ଆପଦା ପ୍ରଭାବିତ ରାଷ୍ଟ୍ରମାନଙ୍କ ପ୍ରତି ବିଶେଷ ଆବଶ୍ୟକ ଏବଂ ଏହି ପରିପ୍ରେକ୍ଷୀରେ ମିଆଁମାର ସିଡ଼ିଆରଆଇରେ ସାମିଲ ହେବାକୁ ଚିନ୍ତା କରିବା ସକାଶେ ପ୍ରସ୍ତାବ ଦିଆଯାଇଛି ।

27. ଏହା ବ୍ୟତୀତ, ୟୁନେସ୍କୋ ବିଶ୍ୱ ଐତିହ୍ୟ ସୂଚୀରେ ବାଗାନକୁ ସାମିଲ କରାଯାଇଥିବାରୁ ଏହାକୁ ଭାରତ ପକ୍ଷରୁ ସ୍ୱାଗତ କରାଯାଇଛି । ଉଭୟ ପକ୍ଷ ମିଆଁମାରରେ  ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ (ASI) ଦ୍ୱାରା 12ଟି ପାଗୋଡ଼ାର ସଂରକ୍ଷଣ ଏବଂ ଜୀର୍ଣ୍ଣସଂସ୍କାର କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିବାରୁ ଏହାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି । ଏହା ଭୂକମ୍ପ ପ୍ରବଣ ବାଗାନରେ ଭୂମିକମ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା 92ଟି ପାଗୋଡ଼ାର ସଂରକ୍ଷଣ କାର୍ଯ୍ୟକ୍ରମର ଅଂଶବିଶେଷ । ମିଆଁମାର ଏହି ପରିପ୍ରେକ୍ଷୀରେ ଏଏସଆଇ ଟିମକୁ ସଂରକ୍ଷଣ କାର୍ଯ୍ୟରେ ସମସ୍ତ ପ୍ରକାର ଆବଶ୍ୟକ ସହଯୋଗ ଯୋଗାଇଦେବ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛି ।

28. ଉଭୟ ପକ୍ଷ ପରସ୍ପର ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସଂପର୍କକୁ ଅଧିକ ନିବିଡ଼ କରିବା ଏବଂ ଆପୋଷ ଦ୍ୱିପାକ୍ଷିକ ସଂପର୍କକୁ ଆଗକୁ ଆଗେଇ ନେବା ତଥା ସମସ୍ତ ସ୍ତରର ଦ୍ୱିପାକ୍ଷିକ ସଂପର୍କକୁ ସୁଦୃଢ଼ କରିବା ସକାଶେ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି ।

29. ରାଷ୍ଟ୍ରପତି ଉ ୱିନ ମିଣ୍ଟ ଏବଂ ଫାଷ୍ଟ ଲେଡ଼ି ଡ଼’ ଚୋ ଚୋ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଏବଂ ଫାଷ୍ଟ ଲେଡ଼ି ଶ୍ରୀମତୀ ସବିତା କୋବିନ୍ଦଙ୍କୁ ସେମାନଙ୍କର ଉଷ୍ମ ତଥା ଅବିସ୍ମରଣୀୟ ଆତିଥ୍ୟ ସକାଶେ ଧନ୍ୟବାଦ ଜ୍ଞାପନ କରିଛନ୍ତି ଏବଂ ସେମାନଙ୍କ ପ୍ରତିନିଧିମଣ୍ଡଳଙ୍କ ଭାରତ ଅବସ୍ଥାନ କାଳରେ ସମସ୍ତ ଆତିଥ୍ୟ ପ୍ରଦାନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India trained 85,000 engineers in 4 years under Semicon 2.0: Vaishnaw

Media Coverage

India trained 85,000 engineers in 4 years under Semicon 2.0: Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi addresses Post Budget Webinar on “Sustaining and Strengthening Economic Growth”
March 03, 2026
This year’s Union Budget reinforces our commitment to sustaining and strengthening economic growth: PM
Our direction is clear, our resolve is clear,Build more, produce more, connect more, export more: PM
The world is looking for reliable and resilient manufacturing partners, and today India has the opportunity to firmly fulfill this role: PM
India has signed Free Trade Agreements with many countries, a very large door of opportunities has opened for us, and in such a situation, it is our responsibility to never compromise on quality: PM
The Carbon Capture, Utilisation and Storage Mission is an important initiative, integrating sustainability in core business strategy will be essential: PM
The industries that invest in clean technology in time will be able to build better access to new markets in the coming years: PM
A major transformation is happening in the world economy today, as markets now look not only at cost but also at sustainability: PM

Prime Minister Shri Narendra Modi addressed the second installment of the Budget Webinar series today, focusing on the theme of "Sustaining and Strengthening Economic Growth." Reflecting on the momentum of the previous week, the Prime Minister noted that the first webinar was highly successful and yielded excellent suggestions regarding the implementation of budget provisions.

The Prime Minister emphasized that the current webinar is intrinsically linked to providing continuous strength to the country’s economic growth.The PM observed that as global supply chains are getting re-shaped, India’s robust economy has become a beacon of hope for the world. " The rapid progress of the economy is a massive foundation for a 'Viksit Bharat'", Shri Modi remarked.

Reaffirming the government's clear vision and clear resolution, the Prime Minister reiterated the core mantras of "Build more, produce more, connect more, and export more." "Certainly, the deliberations that will take place among you today, and the suggestions that emerge from these deliberations, will play a major role," the PM remarked.

Addressing the synergy between various sectors, the Prime Minister explained that manufacturing, logistics, MSMEs, and urban centers are not isolated silos but interconnected pillars of a single economic structure. He detailed how manufacturing drives exports while competitive MSMEs foster flexibility and innovation. "This year's budget has provided great strength to all these pillars," Shri Modi affirmed.

The Prime Minister cautioned that policy direction alone does not yield results without active participation from industry, financial institutions, and state governments. He urged stakeholders to prioritize discussions on increasing manufacturing, production and making cost structures more competitive. “Your suggestions in these directions will be pivotal in making the development reach every corner of the country” Shri Modi remarked.

The PM highlighted the government's efforts to strengthen core capabilities and remove existing bottlenecks in the manufacturing sector. “Focus on sectors like the Dedicated Rare Earth Corridors and container manufacturing is aimed at bolstering the trade ecosystem” , Shri Modi asserted.

The Prime Minister also spotlighted the 'Biopharma Shakti Mission' announced in the budget, which aims to position India as a global hub for biologics and next-generation therapies. "We want to move towards leadership in advanced biopharma research and manufacturing," Shri Modi expressed..

In the context of shifting global dynamics, the PM remarked that the world is actively seeking reliable and resilient manufacturing partners.He urged stakeholders to invest with confidence, adopt cutting-edge technology, make significant investments in research, and maintain global quality standards. "India has the opportunity to play this role strongly," the Prime Minister emphasized.

Touching upon Free Trade Agreements (FTAs), the Prime Minister stated that these agreements have opened massive doors of opportunity, placing a renewed responsibility on Indian industry to emphasize quality. He stressed the need to research the preferences and comfort of international consumers to create user-friendly products. “ Only then will we be able to take advantage of the opportunities that are being created by Free Trade Agreements”, Shri Modi highlighted.

Regarding the MSME sector, the Prime Minister noted that recent classification reforms have removed the fear of expansion among small enterprises. While the government continues to facilitate credit access and technology upgrades, he stressed that the real impact depends on MSMEs entering the global competition. "Now is the time for MSMEs to further increase their productivity, raise their quality standards, and connect with digital processes and strong value chains," Shri Modi emphasised..

The Prime Minister identified infrastructure and logistics as the core pillars of the national growth strategy, backed by a record capital expenditure in this year's budget. He highlighted the expansion of high-speed rail, multi-modal connectivity, and ship repair facilities as essential steps for efficiency. " The actual benefit of this infrastructure will only be realized when industry and investors align their strategies accordingly," he reminded the audience.

On urbanization, the PM stated that India’s future growth is tied to the effective planning and management of its cities. He called for suggestions on how Tier-II and Tier-III cities can serve as new growth anchors. Shri Modi stressed that suggestions in this regard will be important.

The Prime Minister addressed the global shift toward sustainability, noting that markets now look beyond cost to environmental impact. He cited the 'Carbon Capture, Utilisation and Storage Mission' as a significant step and urged businesses to integrate clean technology into their core business strategies. "The industries that invest in clean technology in a timely manner will have better access to new markets in the coming years," the PM observed.

The Prime Minister called for "collective ownership" to achieve the goal of a 'Viksit Bharat.' He urged the participants to look beyond discussion and create momentum in partnership with the government’s framework. "Every suggestion and every experience of yours has the potential to bring excellent results on the ground," the Prime Minister concluded.