‘ବସୁଧୈବ କୁଟୁମ୍ବକମ୍‌’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି । ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଥାଏ। ଏପରି ଏକ ପରିବାର ଯେଉଁଥିରେ ସୀମା, ଭାଷା ଓ ବିଚାରଧାରାର କୌଣସି ବନ୍ଧନ ରହିବ ନାହିଁ । ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ, ଏହି ବିଚାର ମାନବ-କେନ୍ଦ୍ରୖକ ପ୍ରଗତିର ଆହ୍ୱାନ ରୂପରେ ପ୍ରକଟ ହୋଇଛି । ‘ଏକ ବିଶ୍ୱ’ ରୂପରେ, ଆମେ ମାନବ ଜୀବନକୁ ଉନ୍ନତ କରିବା ଲାଗି ଏକାଠି ହେଉଛୁ । ଆମେ ଗୋଟିଏ ପରିବାର ରୂପରେ ବିକାଶ ନିମନ୍ତେ ପରସ୍ପରର ସହଯୋଗୀ ହେଉଛୁ। ଆହୁରି ଏକସମାନ ଭବିଷ୍ୟତ ପାଇଁ ଆମେ ସହଭାଗୀ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଏକାଠି ଆଗକୁ ବଢ଼ୁଛୁ ।

କରୋନା ମହାମାରୀ ପରବର୍ତ୍ତୀ ଦୁନିଆ ଏହା ପୂର୍ବର ସମୟ ଠାରୁ ସମ୍ପୂର୍ଣ୍ଣ ଅଲଗା। ସାମ୍ପ୍ରତିକ ସମୟରେ ଅନେକଗୁଡ଼ିଏ ପରିବର୍ତ୍ତନ ବ୍ୟତୀତ ତିନୋଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି ।

ପ୍ରଥମତଃ, ବିଶ୍ୱ ଏବେ ଜିଡିପି-କେନ୍ଦ୍ରିତ ଦୃଷ୍ଟିକୋଣ ପରିବର୍ତ୍ତେ ମାନବ-କେନ୍ଦ୍ରିତ ଦୃଷ୍ଟିକୋଣ ଆଡ଼କୁ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି ଏବଂ ଏହି ବାସ୍ତବତାକୁ ଏବେ ସମସ୍ତେ ହୃଦୟଙ୍ଗମ କଲେଣି।

ଦ୍ୱିତୀୟତଃ, ବିଶ୍ୱ ଯୋଗାଣ ଶୃଙ୍ଖଳ ବା ଗ୍ଲୋବାଲ ସପ୍ଲାଇ ଚେନ୍‌ରେ ଦୃଢ଼ତା ଓ ବିଶ୍ୱସନୀୟତାକୁ ସାରା ଦୁନିଆ ଏବେ ଗୁରୁତ୍ୱ ଦେଉଛି।

ତୃତୀୟତଃ, ବିଶ୍ୱସ୍ତରୀୟ ସଂସ୍ଥାରେ ସଂସ୍କାର ମାଧ୍ୟମରେ ବହୁପକ୍ଷବାଦକୁ ପ୍ରୋତ୍ସାହନ ଦେବାର ସାମୂହିକ ଆହ୍ୱାନ ଏବେ ସାମ୍ନାକୁ ଆସିଛି।

ଏସବୁ ପରିବର୍ତ୍ତନରେ ଆମର ଜି-୨୦ ଅଧ୍ୟକ୍ଷତା ଏକ ଉତ୍‌ପ୍ରେରକ ଭୂମିକା ନିର୍ବାହ କରୁଛି।

ଡିସେମ୍ବର ୨୦୨୨ରେ ଯେତେବେଳେ ଆମେ ଇଣ୍ଡୋନେସିଆ ଠାରୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କଲୁ, ସେତେବେଳେ ମୁଁ କହିଥିଲି, ମାନସିକତାରେ ପରିବର୍ତ୍ତନ ଆଣିବାରେ ଜି-୨୦ ଏକ ବାହକ ହେବା ଉଚିତ୍‌ । ବିକାଶଶୀଳ ଦେଶ, ଦକ୍ଷିଣ ବିଶ୍ୱ ରାଷ୍ଟ୍ର ଏବଂ ଆଫ୍ରିକୀୟ ଦେଶଗୁଡ଼ିକର ଅବହେଳିତ ଆକାଂକ୍ଷାକୁ ମୁଖ୍ୟଧାରାକୁ ଆଣିବା ଲାଗି ଏହାର ବିଶେଷ ଆବଶ୍ୟକତା ରହିଛି ।

ଏହି ଲକ୍ଷ୍ୟ ନେଇ ଭାରତ ‘ଭଏସ୍‌ ଅଫ୍‌ ଗ୍ଲୋବାଲ୍‌ ସାଉଥ୍‌ ସମ୍ମିଟ୍‌’ ଆୟୋଜନ କରିଥିଲା ଏବଂ ଏଥିରେ ୧୨୫ଟି ଦେଶ ଭାଗ ନେଇଥିଲେ। ଏହା ଭାରତ ଅଧ୍ୟକ୍ଷତା ଅଧୀନରେ ଆୟୋଜନ କରାଯାଇଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ମଧ୍ୟରୁ ଗୋଟିଏ ଥିଲା। ଦକ୍ଷିଣ ବିଶ୍ୱ ରାଷ୍ଟ୍ରମାନଙ୍କ ଠାରୁ ସେମାନଙ୍କ ବିଚାର, ଅନୁଭୂତି ଜାଣିବା ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ପ୍ରୟାସ ଥିଲା। ଏହାବ୍ୟତୀତ, ଆମ ଅଧ୍ୟକ୍ଷତା ଅଧୀନରେ କେବଳ ଆଫ୍ରିକୀୟ ଦେଶମାନଙ୍କର ବର୍ତ୍ତମାନସୁଦ୍ଧା ସବୁଠ ବଡ଼ ଭାଗିଦାରୀ ଦେଖିବାକୁ ମିଳିଥିଲା। ଜି-୨୦ର ଏକ ସ୍ଥାୟୀ ସଦସ୍ୟ ରୂପରେ ଆଫ୍ରିକୀୟ ୟୁନିଅନକୁ ସାମିଲ କରିବା ଉପରେ ମଧ୍ୟ ଭାରତ ଜୋର୍‌ ଦେଇଛି ।

ଆମ ଦୁନିଆ ପରସ୍ପର ସହ ଯୋଡ଼ି ହୋଇ ରହିଛି, ଏହାର ଅର୍ଥ ହେଉଛି ବିଭିନ୍ନ କ୍ଷେତ୍ରରେ ଆମ ସମସ୍ୟାଗୁଡ଼ିକ ମଧ୍ୟ ପରସ୍ପର ସହ ଯୋଡ଼ି ହୋଇ ରହିଛି । ବର୍ତ୍ତମାନ ୨୦୩୦ ଏଜେଣ୍ଡାର ମଧ୍ୟବର୍ତ୍ତୀ କାଳ ଚାଲିଛି ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ବାଟବଣା ହେବାକୁ ନେଇ ଅନେକ ଦେଶ ଚିନ୍ତା ବ୍ୟକ୍ତ କରୁଛନ୍ତି। ଏସଡିଜି ଉପରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ଲାଗି ଜି-୨୦ ୨୦୨୩ କାର୍ଯ୍ୟ ଯୋଜନା ଭବିଷ୍ୟତର ମାର୍ଗ ନିର୍ଦ୍ଧାରଣ କରିବ। ଏହାଦ୍ୱାରା ଏସଡିଜି ହାସଲ କରିବା ପାଇଁ ବାଟ ସଫା ହେବ ।

ଭାରତ ପ୍ରାଚୀନ କାଳରୁ ପ୍ରକୃତି ସହ ସାମଞ୍ଜସ୍ୟ ରକ୍ଷା କରି ଆଗକୁ ବଢ଼ିବାର ଆଦର୍ଶକୁ ଗ୍ରହଣ କରି ଆସିଛି । ଆଧୁନିକ ଯୁଗରେ ମଧ୍ୟ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଦିଗରେ ଆମେ ନିଜର ଯୋଗଦାନ ଦେଉଛୁ।

ଦକ୍ଷିଣ ବିଶ୍ୱର ଅନେକ ଦେଶ ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି ଏବଂ ଏହି ସମୟରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଧ୍ୟାନ ରଖାଯିବା ଉଚିତ୍‌ । ଜଳବାୟୁ କାର୍ଯ୍ୟାନୁଷ୍ଠାନର ଆକାଂକ୍ଷା ସହିତ ଜଳବାୟୁ ପାଣ୍ଠି ଯୋଗାଣ ଏବଂ ପ୍ରଯୁକ୍ତି ହସ୍ତାନ୍ତର ପ୍ରତି ମଧ୍ୟ ଆମକୁ ଧ୍ୟାନ ଦେବାକୁ ହେବ।

ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା କରିବା ଲାଗି ଆମକୁ କଟକଣାଯୁକ୍ତ ଆଭିମୁଖ୍ୟ ବଦଳାଇବାକୁ ପଡ଼ିବ। ‘‘କ’ଣ କରାଯିବା ଉଚିତ୍‌ ନୁହେଁ’’ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ‘‘କ’ଣ କରାଯାଇ ପାରିବ’’, ସେଥିପ୍ରତି ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି ।

ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ ନୀଳ ଅର୍ଥବ୍ୟବସ୍ଥା ଲାଗି ଚେନ୍ନାଇ ଏଚଏଲପି ଆମ ମହାସାଗରଗୁଡ଼ିକୁ ସ୍ୱଚ୍ଛ ରଖିବା କାର୍ଯ୍ୟରେ ନିୟୋଜିତ ରହିଛି ।

ଏକ ସବୁଜ ଉଦଯାନ ନବସୃଜନ କେନ୍ଦ୍ର ସହିତ ଆମ ଅଧ୍ୟକ୍ଷତାରେ ସ୍ୱଚ୍ଛ ଓ ସବୁଜ ଉଦଯାନ ସହ ଜଡ଼ିତ ଏକ ଗ୍ଲୋବାଲ୍‌ ଇକୋସିଷ୍ଟମ ପ୍ରସ୍ତୁତ ହେବ ।

୨୦୧୫ରେ ଆମେ ଅନ୍ତର୍ଜାତୀୟ ସୌର ମେଣ୍ଟ ଶୁଭାରମ୍ଭ କରିଥିଲୁ। ଏବେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଆମେ ବିଶ୍ୱକୁ ଇନ୍ଧନ ରୂପାନ୍ତରଣ ଯୋଗ୍ୟ କରିବା ଲାଗି ସହଯୋଗ ଯୋଗାଇ ଦେବୁ। ଏହାଦ୍ୱାରା ଚକ୍ରାକାର ଅର୍ଥବ୍ୟବସ୍ଥାର ଲାଭ ଅଧିକ ଲୋକଙ୍କ ନିକଟରେ ପହଞ୍ଚି ପାରିବ।

ଜଳବାୟୁ କାର୍ଯ୍ୟାନୁଷ୍ଠାନକୁ ସାର୍ବଜନୀନ ସ୍ୱରୂପ ଦେବା, ଏହି ଆନ୍ଦୋଳନକୁ ଗତିଶୀଳ କରିବାର ସବୁଠୁ ଭଲ ଉପାୟ। ଲୋକମାନେ ଯେପରି ନିଜ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଦୈନନ୍ଦିନ ଜୀବନରେ ନିଷ୍ପତ୍ତି ନେଇଥାନ୍ତି, ସେହିପରି ସେମାନେ ଏ ପୃଥିବୀର ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବକୁ ଧ୍ୟାନରେ ରଖି ନିଜ ଜୀବନଶୈଳୀ ନିର୍ଦ୍ଧାରଣ କରିପାରିବେ। ଯୋଗ ଯେପରି ଭାବେ ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନ ପାଲଟିଛି, ସେହିପରି ଆମେ ଦୀର୍ଘସ୍ଥାୟୀ ପରିବେଶ ପାଇଁ ଜୀବନ ଶୈଳୀ ବା ‘ଲାଇଫ୍‌ ଷ୍ଟାଇଲ୍‌ ଫର୍‌ ସଷ୍ଟେନେବଲ ଇନଭାୟର୍ଣ୍ଣମେଣ୍ଟ’ (ଲାଇଫ)କୁ ପ୍ରୋତ୍ସାହିତ କରୁଛୁ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ୱରୂପ, ଖାଦ୍ୟ ଓ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏକ ବଡ଼ ଆହ୍ୱାନ ପାଲଟିବ। ଏହାର ମୁକାବିଲା କରିବାରେ ମିଲେଟ୍ସ ବା ଶ୍ରୀ ଅନ୍ନ ବେଶ୍‌ ସହାୟକ ହୋଇପାରିବ। ଶ୍ରୀ ଅନ୍ନ ଜଳବାୟୁ ଅନୁକୂଳ କୃଷିକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ସମୟରେ ଆମେ ଶ୍ରୀଅନ୍ନକୁ ବିଶ୍ୱସ୍ତରରେ ପହଞ୍ଚାଇ ପାରିଛୁ । ‘ଦ ଡେକ୍କାନ ହାଇ ଲେଭଲ ପ୍ରିନିପଲ୍ସ ଅନ୍‌ ଫୁଡ୍‌ ସିକ୍ୟୋରିଟିଜ୍‌ ଏଣ୍ଡ ନ୍ୟୁଟ୍ରିସନ’ରୁ ମଧ୍ୟ ଏ ଦିଗରେ ବିଶେଷ ସହାୟତା ମିଳିପାରିବ।

ପ୍ରଯୁକ୍ତି ମାଧ୍ୟମରେ ପରିବର୍ତ୍ତନ ଆସିପାରିବ, କିନ୍ତୁ ଏହାକୁ ସମାବେଶୀ କରିବାର ମଧ୍ୟ ଆବଶ୍ୟକତା ରହିଛି । ଅତୀତରେ, ବୈଷୟିକ ପ୍ରଗତିର ଲାଭ ସମାଜର ସବୁ ବର୍ଗଙ୍କୁ ସମାନ ଭାବେ ମିଳୁନଥିଲା। ପ୍ରଯୁକ୍ତିର ଲାଭ ନେଇ କିଭଳି ଅସମାନତାକୁ ଦୂର କରାଯାଇପାରିବ ତାହା ବିଗତ କିଛି ବର୍ଷ ମଧ୍ୟରେ ଭାରତ ଦୁନିଆକୁ ଦର୍ଶାଇଛି ।

ଉଦାହରଣ ସ୍ୱରୂପ ସାରା ଦୁନିଆରେ କୋଟି କୋଟି ଲୋକଙ୍କ ପାଖରେ ବ୍ୟାଙ୍କ ସୁବିଧା, କିମ୍ବା ଡିଜିଟାଲ ପରିଚୟ ନାହିଁ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ମାଧ୍ୟମରେ ସେମାନଙ୍କର ଆର୍ଥିକ ଅନ୍ତର୍ଭୂକ୍ତୀକରଣ କରାଯାଇପାରିବ ।

ଡିପିଆଇର ଉପଯୋଗ କରି ଆମେ ଯେଉଁ ପରିଣାମ ହାସଲ କରିଛୁ, ତାହା ସାରା ଦୁନିଆ ଦେଖୁଛି । ସମସ୍ତେ ଏହାକୁ ସ୍ୱୀକାର ମଧ୍ୟ କରୁଛନ୍ତି । ଏବେ ଜି-୨୦ ମାଧ୍ୟମରେ ଆମେ ବିକାଶଶୀଳ ଦେଶକୁ ଡିପିଆଇକୁ ଆପଣାଇବା, ପ୍ରସ୍ତୁତ କରିବା ଏବଂ ଏହାକୁ ବିସ୍ତାରିତ କରିବାରେ ସହାୟତା କରିବୁ; ଯାହାଫଳରେ ସେମାନେ ସମାବେଶୀ ବିକାଶର ଶକ୍ତି ହାସଲ କରିପାରିବେ।

ଭାରତ ସବୁଠୁ ଦ୍ରୁତ ଗତିରେ ବଡ଼ ଅର୍ଥବ୍ୟବସ୍ଥା ହୋଇଯିବା କୌଣସି ଆକସ୍ମିକ ଘଟଣା ନୁହେଁ। ଆମର ସରଳ, ବ୍ୟବହାରିକ ଏବଂ ଦୀର୍ଘସ୍ଥାୟୀ ଉପାୟ ଦୁର୍ବଳ ଓ ବଞ୍ଚିତ ଲୋକମାନଙ୍କୁ ଆମ ବିକାଶ ଯାତ୍ରାର ନେତୃତ୍ୱ ନେବା ଲାଗି ସଶକ୍ତ କରିଛି । ମହାକାଶ ଠାରୁ ଆରମ୍ଭ କରି କ୍ରୀଡ଼ା, ଅର୍ଥବ୍ୟବସ୍ଥା ଠାରୁ ଆରମ୍ଭ କରି ଉଦ୍ୟମିତା ପର୍ଯ୍ୟନ୍ତ, ଭାରତୀୟ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି। ଭାରତ ଆଜି ମହିଳାମାନଙ୍କ ବିକାଶ ଠାରୁ ଆଗକୁ ବଢ଼ି ମହିଳାଙ୍କ ନେତୃତ୍ୱରେ ବିକାଶର ମନ୍ତ୍ରରେ ଆଗକୁ ବଢ଼ୁଛି। ଆମ ଜି-୨୦ ଅଧ୍ୟକ୍ଷତା ଲିଙ୍ଗଗତ ଡିଜିଟାଲ ବ୍ୟବଧାନକୁ ଦୂର କରିବା, ଶ୍ରମଶକ୍ତିରେ ଭାଗିଦାରୀର ବ୍ୟବଧାନକୁ କମ୍‌ କରିବା ଏବଂ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ମହିଳାଙ୍କ ଏକ ବଡ଼ ଭୂମିକାକୁ ସକ୍ଷମ କରିବା ଦିଗରେ କାର୍ଯ୍ୟ କରୁଛି ।

ଭାରତ ପାଇଁ, ଜି-୨୦ ଅଧ୍ୟକ୍ଷତା କେବଳ ଏକ ଉଚ୍ଚସ୍ତରୀୟ କୂଟନୀତିକ ପ୍ରୟାସ ନୁହେଁ, ଗଣତନ୍ତ୍ରର ଜନନୀ ଓ ବିବିଧତାର ଆଦର୍ଶ ରୂପରେ ଆମେ ଏହି ଅଭିଜ୍ଞତାର ଦ୍ୱାରକୁ ଦୁନିଆ ପାଇଁ ଖୋଲି ଦେଇଛୁ।

କୌଣସି କାମକୁ ବଡ଼ ଆକାରରେ କରିବାର କଥା ଉଠିଲେ ଖୁବ୍‌ ସହଜରେ ଭାରତର ନାମ ଆଗକୁ ଆସିଥାଏ। ଜି-୨୦ ଅଧ୍ୟକ୍ଷତା ଏହାର କୌଣସି ବ୍ୟତିକ୍ରମ ନୁହେଁ। ଏହାର ଭାରତରେ ଏକ ଜନ ଆନ୍ଦୋଳନ ପାଲଟିଛି ।

ଆମର ଜି-୨୦ ଅଧ୍ୟକ୍ଷତା ସମୟରେ ଆମେ ଭାରତର ୬୦ଟି ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜନ କରିସାରିଛୁ । ଏହି ସମୟରେ ଆମେ ୧୨୫ ଦେଶର ପାଖାପାଖି ୧,୦୦,୦୦୦ ପ୍ରତିନିଧିଙ୍କୁ ଆତିଥେୟ ପ୍ରଦାନ କରିସାରିଛୁ । ଅନ୍ୟ କୌଣସି ଦେଶର ଅଧ୍ୟକ୍ଷତା ସମୟରେ ଏତେ ବିଶାଳ ଓ ବିବିଧ ଭୌଗଳିକ ବିସ୍ତାରକୁ ଏପରି ଭାବେ ସାମିଲ କରାଯାଇନାହିଁ।

ଭାରତର ଜନସଂଖ୍ୟା, ଗଣତନ୍ତ୍ର, ବିବିଧତା ଓ ବିକାଶ ବିଷୟରେ ଅନ୍ୟ କାହାଠାରୁ ଶୁଣିବା ଗୋଟିଏ କଥା ଏବଂ ଏହାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା ଭିନ୍ନ କଥା। ମୋର ବିଶ୍ୱାସ ରହିଛି ଯେ ଆମର ଜି-୨୦ ପ୍ରତିନିଧିମାନେ ନିଜେ ଏହାକୁ ଅନୁଭବ କରିବେ ।

ଆମ ଜି-୨୦ ଅଧ୍ୟକ୍ଷତା ବିଭାଜନକୁ ଦୂର କରିବା, ବାଧା ଦୂରେଇ ଦେବା ଏବଂ ସହଯୋଗକୁ ଗଭୀର କରିବା ଲାଗି ପ୍ରୟାସ କରିଥାଏ। ଆମ ଭାବନା ଏପରି ଏକ ଦୁନିଆ ନିର୍ମାଣ କରିଛି, ଯେଉଁଠି ଏକତା ପ୍ରତ୍ୟେକ ମତଭେଦ ଠାରୁ ଉପରେ ରହିଛି, ଯେଉଁଠି ସହଭାଗୀ ଲକ୍ଷ୍ୟ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ସମାପ୍ତ କରିଦେଇଛି ।

ଜି-୨୦ ଅଧ୍ୟକ୍ଷ ଭାବେ, ଆମେ ବିଶ୍ୱ ମଞ୍ଚକୁ ଆହୁରି ବ୍ୟାପକ କରିବାକୁ ସଂକଳ୍ପ ନେଇଥିଲୁ, ଯେଉଁଥିରେ ସମସ୍ତଙ୍କ ସ୍ୱର ଶୁଣାଯିବ ଏବଂ ପ୍ରତ୍ୟେକ ଦେଶ ଯେପରି ନିଜର ଯୋଗଦାନ ଦେଇପାରିବେ ତାହା ସୁନିଶ୍ଚିତ କରାଯାଇଛି । ଆମେ କାମ ଓ ସ୍ପଷ୍ଟ ପରିଣାମ ସହିତ ନିଜ ସଂକଳ୍ପ ପୂରଣ କରିପାରିଛୁ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s GDP To Grow 7% In FY26: Crisil Revises Growth Forecast Upward

Media Coverage

India’s GDP To Grow 7% In FY26: Crisil Revises Growth Forecast Upward
NM on the go

Nm on the go

Always be the first to hear from the PM. Get the App Now!
...
Your Money, Your Right
December 10, 2025

During my speech at the Hindustan Times Leadership Summit a few days ago, I shared some startling facts:

Indian banks are holding Rs. 78,000 crore of unclaimed money belonging to our own citizens.

Insurance companies have nearly Rs. 14,000 crore lying unclaimed.

Mutual fund companies have around Rs. 3,000 crore and dividends worth Rs. 9,000 crore are also unclaimed.

These facts have startled a lot of people.

Afterall, these assets represent the hard-earned savings and investments of countless families.

In order to correct this, the आपकी पूंजी, आपका अधिकार - Your Money, Your Right initiative was launched in October 2025.

The aim is to ensure every citizen can reclaim what is rightfully his or hers.

To make the process of tracing and claiming funds simple and transparent, dedicated portals have also been created. They are:

• Reserve Bank of India (RBI) – UDGAM Portal for unclaimed bank deposits & balances: https://udgam.rbi.org.in/unclaimed-deposits/#/login

• Insurance Regulatory and Development Authority of India (IRDAI) – Bima Bharosa Portal for unclaimed insurance policy proceeds: https://bimabharosa.irdai.gov.in/Home/UnclaimedAmount

• Securities and Exchange Board of India (SEBI) – MITRA Portal for unclaimed amounts in mutual funds: https://app.mfcentral.com/links/inactive-folios

• Ministry of Corporate Affairs, IEPFA Portal for Unpaid dividends & unclaimed shares: https://www.iepf.gov.in/content/iepf/global/master/Home/Home.html

I am happy to share that as of December 2025, facilitation camps have been organised in 477 districts across rural and urban India. The emphasis has been to cover remote areas.

Through the coordinated efforts of all stakeholders notably the Government, regulatory bodies, banks and other financial institutions, nearly Rs. 2,000 crore has already been returned to the rightful owners.

But we want to scale up this movement in the coming days. And, for that to happen, I request you for assistance on the following:

Check whether you or your family have unclaimed deposits, insurance proceeds, dividends or investments.

Visit the portals I have mentioned above.

Make use of facilitation camps in your district.

Act now to claim what is yours and convert a forgotten financial asset into a new opportunity. Your money is yours. Let us make sure that it finds its way back to you.

Together, let us build a transparent, financially empowered and inclusive India!