ସେପ୍ଟେମ୍ବର ୨୪ ତାରିଖ ଦିନ ରାଷ୍ଟ୍ରପତି ବାଇଡେନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କର୍ଟ ମୋରିସନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡ଼େ ସୁଗାଙ୍କ ସହ ହ୍ୱାଇଟ୍‌ ହାଉସଠାରେ କ୍ୱାଦ୍‌ ସଦସ୍ୟଭୁକ୍ତ ରାଷ୍ଟ୍ରର ନେତୃବର୍ଗଙ୍କ ସହିତ ପ୍ରଥମ ବ୍ୟକ୍ତିଗତ ଶିଖର ସମ୍ମିଳନୀର ଆୟୋଜନ କରିଥିଲେ । ଏହି ସମ୍ମିଳନୀ ଅବସରରେ କ୍ୱାଦ୍‌ ନେତୃବର୍ଗ ସେମାନଙ୍କର ମହାତ୍ତ୍ୱାକାଂକ୍ଷୀ ପ୍ରୟାସମାନ ଉପସ୍ଥାପନ କରିଥିଲେ ଯାହାକି ଏକବିଂଶ ଶତାବ୍ଦୀରେ ଆମର ପାରସ୍ପରିକ ସମ୍ପର୍କକୁ ଅଧିକ ନିବିଡ଼ କରିବା ତଥା ବାସ୍ତବ ସହଯୋଗକୁ ଆଗକୁ ଆଗେଇ ନେବା ଦିଗରେ ସହାୟକ ହୋଇପାରିବ । ସେଥି ମଧ୍ୟରେ କୋଭିଡ଼ – ୧୯ ବୈଶ୍ୱିକ ମହାମାରୀର ମୂଳୋତ୍ପାଟନ, ଏଥି ସହିତ ଏହାକୁ ନିଃଶେଷ କରିବା ସକାଶେ ଅଧିକରୁ ଅଧିକ ନିରାପଦ ତଥା ଫଳପ୍ରସୂ ପ୍ରତିଷେଧକ ଟିକା ଉତ୍ପାଦନ କରିବା; ଉଚ୍ଚ ମାନଯୁକ୍ତ ଭିତ୍ତିଭୂମିର ବିକାଶକୁ ପ୍ରୋତ୍ସାହନ ଯୋଗାଇବା, ଜଳବାୟୁ ପରିବର୍ତ୍ତନ ଜନିତ ସଂକଟ ବିରୋଧରେ ଲଢ଼େଇ କରିବା; ମୁଣ୍ଡ ଟେକୁଥିବା ନୂଆ ନୂଆ ପ୍ରଯୁକ୍ତି, ମହାକାଶ ଓ ସାଇବର ନିରାପତ୍ତା କ୍ଷେତ୍ରରେ ସହଭାଗୀ ହେବା; ଏବଂ ନିଜ ନିଜ ଦେଶରେ ପରବର୍ତ୍ତୀ ପିଢ଼ିର ମେଧା ସୃଷ୍ଟି କରିବା ଆଦି ଅନ୍ୟତମ ।

କୋଭିଡ ଏବଂ ବୈଶ୍ୱିକ ସ୍ୱାସ୍ଥ୍ୟ:

କ୍ୱାଦ୍‌ ନେତୃବର୍ଗ ସ୍ୱୀକାର କରନ୍ତି ଯେ କୋଭିଡ଼ ୧୯ ବୈଶ୍ୱିକ ମହାମାରୀ ଆମ ଚାରିଟି ସଦସ୍ୟ ରାଷ୍ଟ୍ର ଏବଂ ସମଗ୍ର ବିଶ୍ୱର ମାନବ ସମାଜର ଜୀବନ ଓ ଜୀବିକା ନିମନ୍ତେ ସବୁଠାରୁ ବଡ଼ ବିପଦ ହୋଇ ଉଭା ହୋଇଛି । ତେଣୁ ଗତ ମାର୍ଚ୍ଚ ମାସରେ କ୍ୱାଦ୍‌ ନେତୃବର୍ଗ ‘କ୍ୱାଦ୍‌ ଟିକାକରଣ ସହଭାଗୀତା’ର ଶୁଭାରମ୍ଭ କରାଇଥିଲେ ଯାହା ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ସାରା ବିଶ୍ୱରେ ସମାନତା ଆଧାରରେ ନିରାପଦ ତଥା ଫଳପ୍ରସୂ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଦ୍ଦିଷ୍ଟ । ଗତ ମାର୍ଚ୍ଚ ମାସ ଠାରୁ, କ୍ୱାଦ୍‌ ନିରାପଦ ତଥା ଫଳପ୍ରସୂ କୋଭିଡ଼ ପ୍ରତିଷେଧକ ଟିକା ଉତ୍ପାଦନ କ୍ଷମତା ବୃଦ୍ଧି, ଆମର ନିଜସ୍ୱ ପ୍ରତିଷେଧକ ଟିକାକୁ ଅନ୍ୟମାନଙ୍କୁ ପ୍ରଦାନ କରିବା ଏବଂ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏହି ମହାମାରୀକୁ ରୋକିବା ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି । କ୍ୱାଦ୍‌ ଟିକାକରଣ ବିଶେଷଜ୍ଞ ଗୋଷ୍ଠୀ ଆମର ସହଭାଗୀତାର କେନ୍ଦ୍ରବିନ୍ଦୁ ଭାବେ ରହି ଆସିଛନ୍ତି ଏବଂ ଏହି ମହାମାରୀର ସଦ୍ୟତମ ଧାରା ଓ ସ୍ଥିତି ସଂପର୍କରେ ଆଲୋଚନା ନିମନ୍ତେ ନିୟମିତ ଭାବେ ବୈଠକରେ ମିଳିତ ହେଉଛନ୍ତି ଏବଂ ସମଗ୍ର ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କୋଭିଡ଼ -୧୯ ମହାମାରୀର ମୁକାବିଲା ସକାଶେ ସାମୂହିକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ସେଥି ମଧ୍ୟରେ କୋଭିଡ଼- ୧୯ ସଂକ୍ରାନ୍ତ କ୍ୱାଦ୍‌ ସହଭାଗୀତା ଡ୍ୟାସବୋର୍ଡକୁ ପାଇଲଟିଂ କାର୍ଯ୍ୟ ସାମିଲ । ଆମେ ରାଷ୍ଟ୍ରପତି ବାଇଡେନଙ୍କ ଦ୍ୱାରା ଆହୂତ ସେପ୍ଟେମ୍ବର ୨୨ ତାରିଖର କୋଭିଡ଼ ୧୯ ସଂକ୍ରାନ୍ତ ଶିଖର ସମ୍ମିଳନୀକୁ ସ୍ୱାଗତ କରୁଛୁ ଏବଂ ସ୍ୱୀକାର କରୁଛୁ ଯେ ଆମର ଏହି କାର୍ଯ୍ୟ ଆଗକୁ ଜାରି ରହିବ । କ୍ୱାଦ୍‌ ଭବିଷ୍ୟତରେ :

ବିଶ୍ୱ ଟିକାକରଣରେ ସହାୟକ ହେବ: କ୍ୱାଦ୍‌ ସଦସ୍ୟଭୁକ୍ତ ରାଷ୍ଟ୍ର ଭାବେ, ଆମେ ପ୍ରତିବଦ୍ଧତା ପ୍ରକଟ କରୁଛୁ ଯେ ଆମେ ସାରା ବିଶ୍ୱରେ ୧.୨ ବିଲିୟନ କୋଭିଡ୍‌ ପ୍ରତିଷେଧକ ଟିକା ବଣ୍ଟନ କରିବୁ । କୋଭାକ୍ସ ମାଧ୍ୟମରେ ଆମେ ଯେଉଁ ସଂଖ୍ୟକ ଡୋଜ୍‌ ନିମନ୍ତେ ଅର୍ଥ ଯୋଗାଇ ଦେଇଛୁ ତାହା ଅତିରିକ୍ତ ଏହି ଡୋଜ୍‌ ଯୋଗାଇ ଦିଆଯିବ । ଅଦ୍ୟାବଧି ଆମେ ସାମୂହିକ ଭାବେ ପ୍ରାୟ ୭୯ ନିୟୁତ ନିରାପଦ ତଥା ଫଳପ୍ରସୂ ଟିକା ଡୋଜ୍‌ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ଯୋଗାଇଛୁ । ଆମର ଟିକାକରଣ ସହଭାଗୀତା ଉଚିତ ମାର୍ଗରେ ପରିଚାଳିତ ହୋଇ ଚଳିତ ଶୀତଋତୁ ସୁଦ୍ଧା ବାୟୋଲୋଜିକାଲ ଇ ଲିମିଟେଡ଼ରେ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି ହୋଇଛି ଯଦ୍ୱାରା ୨୦୨୨ ମସିହା ଶେଷ ସୁଦ୍ଧା ଏଠାରୁ ୧ ବିଲିୟନ୍‌ କୋଭିଡ଼ ପ୍ରତିଷେଧକ ଟିକା ଉତ୍ପାତିଦ ହୋଇପାରିବ । ଏହି ନୂତନ କ୍ଷମତା ହାସଲ ଦିଗରେ ପ୍ରଥମ ପଦକ୍ଷେପ ସ୍ୱରୂପ, କ୍ୱାଦ୍‌ ନେତୃବର୍ଗ ସେମାନଙ୍କର ସୁଦୃଢ଼ ପଦକ୍ଷେପ ଘୋଷଣା କରିବେ ଯଦ୍ୱାରା ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ କରୋନା ମହାମାରୀର ପ୍ରକୋପକୁ ଶେଷ କରିବା ଦିଗରେ ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ । ଆମେ ପ୍ରତିଷେଧକ ଟିକା ଉତ୍ପାଦନର ଏକ ମୁକ୍ତ ଓ ସୁରକ୍ଷିତ ଯୋଗାଣ ଚେନ୍‌ର ଗୁରୁତ୍ୱକୁ ସ୍ୱୀକାର କରୁଛୁ । ଏହି ପରିପ୍ରେକ୍ଷୀରେ କ୍ୱାଦ୍‌ ଭାରତର ନିରାପଦ ଓ ଫଳପ୍ରସୂ କୋଭିଡ଼ ୧୯ ପ୍ରତିଷେଧକ ଟିକା ଯେଉଁଥିରେ କୋଭାକ୍ସର ରପ୍ତାନୀ ଘୋଷଣାକୁ ସ୍ୱାଗତ କରୁଛୁ । ଏହି ରପ୍ତାନୀ ଅକ୍ଟୋବର ୨୦୨୧ ଠାରୁ ଆରମ୍ଭ ହେବ । କୋଭିଡ଼- ୧୯ ଆପଦା କାର୍ଯ୍ୟାନୁଷ୍ଠାନ ଜରୁରି ସହାୟତା ଲୋନ୍‌ କାର୍ଯ୍ୟକ୍ରମ ଜରିଆରେ ଜାପାନ ଏହି କ୍ଷେତ୍ରର ରାଷ୍ଟ୍ରମାନଙ୍କୁ ୩.୩ ବିଲିୟନ ଡଲାର ଯୋଗାଣ ଜାରି ରଖିବ ଯଦ୍ୱାରା ସେମାନେ ନିରାପଦ, ଫଳପ୍ରସୂ ତଥା ଗୁଣାତ୍ମକ ମାନ ସୁନିଶ୍ଚିତ ଥିବା ଟିକା କ୍ରୟ କରିପାରିବେ । ଦକ୍ଷିଣପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ରାଷ୍ଟ୍ରମାନଙ୍କୁ ପ୍ରତିଷେଧକ ଟିକା କିଣିବା ସକାଶେ ଅଷ୍ଟ୍ରେଲିଆ ୨୧୨ ନିୟୁତ ଡଲାର ସହାୟତା ଯୋଗାଇଦେବ । ଏହାତିରିକ୍ତ, ଅଷ୍ଟ୍ରେଲିଆ ଦୂରଦୂରାନ୍ତ ସ୍ଥାନରେ ଟିକା ଉପଲବ୍ଧ କରିବା ସକାଶେ ୨୧୯ ନିୟୁତ ଡଲାର ଯୋଗାଇବ ଏବଂ ସେହିସବୁ କ୍ଷେତ୍ରର ଦୁର୍ଗମ କ୍ଷେତ୍ରରେ ଏହାର ଉପଲବ୍ଧତା ନିମନ୍ତେ କ୍ୱାଦ୍‌ର ପ୍ରୟାସରେ ସହଯୋଗ କରିବ । କ୍ୱାଦର ସଦସ୍ୟ ରାଷ୍ଟ୍ରମାନେ ଆସିଆନ୍‌ ସଚିବାଳୟର କୋଭାକ୍ସ ଫାସିଲିଟି, ଓ ଅନ୍ୟାନ୍ୟ ସଂପୃକ୍ତ ସଂଗଠନମାନଙ୍କ ସହ ଉପଯୁକ୍ତ ସହଯୋଗ ରକ୍ଷା କରିବେ । ଆମେ ଜୀବନ ରକ୍ଷାକାରୀ କାର୍ଯ୍ୟ ନିମନ୍ତେ ବିଭିନ୍ନ ଆନ୍ତର୍ଜାତିକ ସଂଗଠନ ଓ ସହଭାଗୀତାକୁ ସୁଦୃଢ଼ କରିବା ତଥା ସହଯୋଗ କରିବା କାର୍ଯ୍ୟ ଜାରି ରଖିବୁ । ସେଥି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ), କୋଭାକ୍ସ, ଗାଭି, ସେପି ଏବଂ ୟୁନିସେଫ୍‌ ଭଳି ସଂସ୍ଥା ଏବଂ ଅନ୍ୟାନ୍ୟ ରାଷ୍ଟ୍ରର ସରକାର ସାମିଲ । ସେହିଭଳି, କ୍ୱାଦ୍‌ ନେତୃବର୍ଗ ଟିକାକରଣ ବିଶ୍ୱାସ ଓ ଆସ୍ଥାକୁ ସୁଦୃଢ଼ କରିବା ସକାଶେ ସଂପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ । ସେହି ଲକ୍ଷ୍ୟ ହାସଲ ନିମନ୍ତେ, କ୍ୱାଦ୍‌ ସଦସ୍ୟଭୁକ୍ତ ରାଷ୍ଟ୍ରମାନେ ଦ୍ୱିଧା ଦୂରୀକରଣ ନିମନ୍ତେ ସମର୍ପିତ ୭୫ତମ ବିଶ୍ୱ ସ୍ୱାସ୍ଥ୍ୟ ଆସମ୍ବ୍ଲି (ଡବ୍ଲୁଏଚଏ)ର ଏକ କାର୍ଯ୍ୟକ୍ରମର ଆୟୋଜନ କରିବେ । 

ବର୍ତ୍ତମାନ ଜୀବନ ବଞ୍ଚାଅ: ଏକ ଘନିଷ୍ଠ ସଂଗଠନ ଭାବେ କ୍ୱାଦ୍‌ରେ ଆମେ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଲୋକମାନଙ୍କ ଜୀବନ ବଞ୍ଚାଇବା ଦିଗରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ସଂପୂର୍ଣ୍ଣ ସଂକଳ୍ପବଦ୍ଧ । ‘ଜାପାନ ଆନ୍ତର୍ଜାତିକ ସହଯୋଗ ବ୍ୟାଙ୍କ’ ମାଧ୍ୟମରେ ଜାପାନ ଭାରତ ସହ ପ୍ରମୁଖ ନିବେଶ କ୍ଷେତ୍ରରେ ତା’ର ସହଯୋଗକୁ ବୃଦ୍ଧି କରିବ । ସେଥି ମଧ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୋଭିଡ଼ -୧୯ ମହାମାରୀ କ୍ଷେତ୍ରରେ ପ୍ରାୟ୧୦୦ ନିୟୁତ ଡ଼ଲାର ନିବେଶ ସାମିଲ । ଏଥିରେ ଟିକାକରଣ ଏବଂ ଔଷଧ ଜନିତ ଚିକିତ୍ସା ସାମିଲ । ଆମେ ଏହି ପରିପ୍ରେକ୍ଷୀରେ କ୍ୱାଦ୍‌ ଟିକାକରଣ ବିଶେଷଜ୍ଞ ଗୋଷ୍ଠୀକୁ ଉପଯୋଗ କରିବୁ ଏବଂ ଆମର ଜରୁରି ସହାୟତା ନିମନ୍ତେ ଆବଶ୍ୟକ ସ୍ଥଳେ ଏହି ଗୋଷ୍ଠୀ ସହ ଜରୁରି ପରାମର୍ଶ କରିବୁ । 

ଉତ୍ତମ ସ୍ୱାସ୍ଥ୍ୟ ନିରାପତ୍ତା ବ୍ୟବସ୍ଥାର ପୁନଃନିର୍ମାଣ: ପରବର୍ତ୍ତୀ ଯେକୌଣସି ମହାମାରୀକୁ ମୁକାବିଲା କରିବା ସକାଶେ ସଦସ୍ୟଭୁକ୍ତ ରାଷ୍ଟ୍ରଙ୍କୁ ତଥା ବିଶ୍ୱକୁ ପ୍ରସ୍ତୁତ କରିବା ଲାଗି କ୍ୱାଦ୍‌ ସଂକଳ୍ପବଦ୍ଧ । କୋଭିଡ଼ ୧୯ ବିରୁଦ୍ଧରେ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସ୍ୱାସ୍ଥ୍ୟ ନିରାପତ୍ତା ପ୍ରୟାସ ସ୍ୱରୂପ ଓ ଉପକ୍ରମ ସ୍ୱରୂପ ଆମେ ଆମର ବ୍ୟାପକ ସହଯୋଗ ବ୍ୟବସ୍ଥା ଜାରି ରଖିବୁ ଏବଂ ମିଳିତ ଭାବେ ୨୦୨୨ ମସିହାରେ ଅନ୍ୟୁନ ଗୋଟିଏ ଟେବୁଲଟପ୍‌ ମହାମାରୀ ପ୍ରସ୍ତୁତି କାର୍ଯ୍ୟକ୍ରମ ଅବା ଅଭ୍ୟାସ ସଂପାଦନ କରିବୁ । ୧୦୦ ଦିନିଆ ମିଶନ୍‌କୁ ସମର୍ଥନ ଜ୍ଞାପନ ପୂର୍ବକ ଆମେ ଆମର ବିଜ୍ଞାନ ଓ ପ୍ରଯୁକ୍ତି ସହଯୋଗକୁ ଅଧିକ ସୁଦୃଢ଼ କରିବୁ ଯଦ୍ୱାରା ନିରାପଦ ଓ ଫଳପ୍ରସୂ ଟିକା, ନିଦାନ ଓ ଉପଚାର ବ୍ୟବସ୍ଥା ବର୍ତ୍ତମାନ ଓ ଭବିଷ୍ୟତରେ ୧୦୦ ଦିନ ମଧ୍ୟରେ ଉପଲବ୍ଧ ହୋଇପାରିବ । ସେଥି ମଧ୍ୟରେ ବର୍ତ୍ତମାନ ଓ ଭବିଷ୍ୟତର କ୍ଲିନିକାଲ ପରୀକ୍ଷଣ ଯଥା, ଆନ୍ତର୍ଜାତିକ କୋଭିଡ଼ ୧୯ର ଉପଶମକାରୀ ହସ୍ତକ୍ଷେପ ଓ ଟିକାକରଣ (ଆକ୍ଟିଭ) ପରୀକ୍ଷଣ ତ୍ୱରାକରଣ କ୍ଷେତ୍ରରେ ସହଯୋଗର ଧାରା ଜାରି ରହିବ । ଏହା ଫଳରେ ନୂତନ ଟିକା ଓ ଉପଶମକାରୀ ଔଷଧର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଏହା ବ୍ୟତୀତ ଏହି କ୍ଷେତ୍ରର ରାଷ୍ଟ୍ରମାନଙ୍କୁ ଉତ୍ତମ ବୈଜ୍ଞାନିକ ପଦ୍ଧତିରେ କ୍ଲିନିକାଲ ଗବେଷଣା କ୍ଷେତ୍ରରେ ସେମାନଙ୍କର ଦକ୍ଷତା ବୃଦ୍ଧିକୁ ମଧ୍ୟ ସହାୟତା ଯୋଗାଇବ । ଏକ “ବୈଶ୍ୱିକ ମହାମାରୀ ରାଡାର” ନିମନ୍ତେ ଦିଆଯାଇଥିବା ଆହ୍ୱାନକୁ ଆମ ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଉ ଏବଂ ଏ ଦିଗରେ ଆମର ଭୂତାଣୁ ଜେନୋମିକ୍‌ ସତର୍କ ବ୍ୟବସ୍ଥାକୁ ଉନ୍ନତ କରିବୁ । ସେଥି ମଧ୍ୟରେ ଡବ୍ଲୁଏଚଓ ବୈଶ୍ୱିକ ଇନଫ୍ଲୁଏନ୍‌ଜା ସତର୍କ ଓ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା (ଜିଆଇଏସଆରଏସ)ର ସମ୍ପ୍ରସାରଣ ସାମିଲ ।

 

ଭିତ୍ତିଭୂମି

ଜି-୭ ପକ୍ଷରୁ ଏକ “ବିଲ୍ଡ ବ୍ୟାପ୍‌ ବେଟର ୱାର୍ଲ୍ଡ (B3W) ଗଠନ ସକାଶେ ଦିଆଯାଇଥିବା ଆହ୍ୱାନ ଅନୁସାରେ ଏଭଳି ଏକ ସଂଗଠନ ଗଠନ କରାଯାଇଛି । ଏହା ଏକ ସହଭାଗୀତା ସଂସାଧନ ଯାହା ଡିଜିଟାଲ ସଂଯୋଗୀକରଣ, ଜଳବାୟୁ, ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟ ନିରାପତ୍ତା ଏବଂ ଲିଙ୍ଗଗତ ସାମ୍ୟତା ରକ୍ଷା ସଂସାଧନ ବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ । କ୍ୱାଦ୍‌ ସଂଗଠନ ନିଜର ବିଶେଷଜ୍ଞାନ, କ୍ଷମତା ଓ ପ୍ରଭାବକୁ ଉପଯୋଗ କରି ଏହି କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଥିବା ସଂସାଧନ ପ୍ରୟାସକୁ ଅଧିକ ସୁଦୃଢ଼ କରିବ ଏବଂ ସେଠାରେ ଆବଶ୍ୟକ ନୂଆ ନୂଆ ସୁଯୋଗକୁ ମଧ୍ୟ ଚିହ୍ନଟ କରିବ । ଏହି ପରିପ୍ରେକ୍ଷୀରେ କ୍ୱାଦ୍‌ :

କ୍ୱାଦ୍‌ ଭିତ୍ତିଭୂମି ସହଯୋଗ ଗୋଷ୍ଠୀର ଶୁଭାରମ୍ଭ: କ୍ୱାଦ୍‌ ସଦସ୍ୟଭୁକ୍ତ ରାଷ୍ଟ୍ରମାନଙ୍କ ନିକଟରେ ଉବଲବ୍ଧ ଉଚ୍ଚ ମାନଯୁକ୍ତ ସଂସାଧନ ଆଧାରରେ ବର୍ତ୍ତମାନର ନେତୃତ୍ୱ ଏକ ନୂତନ କ୍ୱାଦ୍‌ ସଂସାଧନ ସହଯୋଗ ଗୋଷ୍ଠୀ ଗଠନ କରିବ । ଏହି ବରିଷ୍ଠ କ୍ୱାଦ୍‌ ଭିତ୍ତିଭୂମି ସହଯୋଗ ଗୋଷ୍ଠୀ ନିୟମିତ ଭାବେ ବୈଠକରେ ମିଳିତ ହୋଇ କ୍ଷେତ୍ରୀୟ ସଂସାଧନ ଆବଶ୍ୟକତା ଆକଳନ ଏବଂ ଅନୁଭୂତି ବଣ୍ଟନ କରିବେ ଏବଂ ଏକ ସ୍ୱଚ୍ଛ, ଉଚ୍ଚ ମାନଯୁକ୍ତ ସଂସାଧନ ପ୍ରଦାନ ନିମନ୍ତେ ସମନ୍ୱିତ ଭାବେ ନିଜ ନିଜର ଆଭିମୁଖ୍ୟ ପ୍ରକଟ କରିବେ । ଏହି ଗୋଷ୍ଠୀ ବୈଷୟିକ ସହାୟତା ଓ ଦକ୍ଷତା ନିର୍ମାଣ ପ୍ରୟାସ କ୍ଷେତ୍ରରେ ମଧ୍ୟ ପରସ୍ପର ମଧ୍ୟରେ ସହଯୋଗର ସହ କାର୍ଯ୍ୟ କରିବେ ଏବଂ ସେଥିରେ କ୍ଷେତ୍ରୀୟ ସହଭାଗୀମାନଙ୍କୁ ସାମିଲ କରାଯିବ । ଏହା ଫଳରେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ସଂସାଧନର ଜରୁରି ଆବଶ୍ୟକତା ରହିଛି ତାହା ପାରସ୍ପରିକ ଭାବେ ସୁଦୃଢ଼ କରିବା ସହ ସହାୟକ ହେବ ।

ଉଚ୍ଚ ମାନଯୁକ୍ତ ସଂସାଧନ କ୍ଷେତ୍ରରେ ନେତୃତ୍ୱ: କ୍ୱାଦ୍‌ ସଦସ୍ୟ ରାଷ୍ଟ୍ରର ନେତୃବର୍ଗ ଭାରତ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସେମାନଙ୍କର ଗୁଣାତ୍ମକ ଭିତ୍ତିଭୂମି ସ୍ଥାପନ କରିବା ନିମନ୍ତେ ପାରସ୍ପରିକ ସହଯୋଗ ଭିତ୍ତିରେ କାର୍ଯ୍ୟ କରିଆସୁଛନ୍ତି । ଏହି ଦିଗରେ ଆମର ସହାୟକ କାର୍ଯ୍ୟପନ୍ଥା ଉଭୟ ସରକାରୀ ଓ ଘରୋଇ ସଂପଦର ସର୍ବାଧିକ ପ୍ରଭାବ ଆହରଣ କରିବା ହେବ । ୨୦୧୫ ମସିହା ଠାରୁ, କ୍ୱାଦ୍‌ ସଦସ୍ୟ ରାଷ୍ଟ୍ରମାନେ ଏହି କ୍ଷେତ୍ରର ଭିତ୍ତିଭୂମି ବିକାଶ ନିମନ୍ତେ ୪୮ ବିଲିୟନ ଡଲାରରୁ ଅଧିକ ରାଶି ଯୋଗାଇ ଦେଇଛନ୍ତି । ଏହା ଫଳରେ ହଜାର ହଜାର ପ୍ରକଳ୍ପ ଯେଉଁଥିରେ କି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ସାମିଲ୍‌ ତାହା ୩୦ରୁ ଅଧିକ ରାଷ୍ଟ୍ରରେ ଗ୍ରାମାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ ଭିତ୍ତିଭୂମି ଗଠନ, ଜଳ ଯୋଗାଣ ଓ ପରିମଳ, ଅକ୍ଷୟ ଶକ୍ତି ଉତ୍ପାଦନ (ଯଥା, ପବନ, ସୌର ଓ ଜଳବିଦ୍ୟୁତ୍‌), ଟେଲିଯୋଗାଯୋଗ, ସଡ଼କ ପରିବହନ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିନିଯୋଗ ହେଉଛି । ଆମର ଭିତ୍ତିଭୂମି ସହଭାଗୀତା ଏ ଦିଗରେ ବ୍ୟାପକ ମାତ୍ରାରେ ଉପକାରସିଦ୍ଧ ହେବ ଏବଂ ଏହି କ୍ଷେତ୍ରର ଘରୋଇ- ସରକାରୀ ନିବେଲ କ୍ଷେତ୍ରକୁ ମଧ୍ୟ ତ୍ୱରାନ୍ୱିତ କରିବାରେ ସହାୟକ ହେବ । 

ଜଳବାୟୁ

କ୍ୱାଦ୍ ସଦସ୍ୟଭୁକ୍ତ ରାଷ୍ଟ୍ରମାନେ ଅଗଷ୍ଟ ମାସରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃ-ସରକାରୀସ୍ତରୀୟ ଗୋଷ୍ଠୀଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟର ଜଳବାୟୁ ବିଜ୍ଞାନର ସଦ୍ୟତମ ସ୍ଥିତି ତଥ୍ୟାବଳୀରେ ଘୋର ଉଦବେଗ ପ୍ରକଟ କରିଛନ୍ତି । ଜଳବାୟୁ ପରିବର୍ତ୍ତନକୁ ରୋକିବା ନିମନ୍ତେ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟାନୁଷ୍ଠାନ ଉପରେଏହାର ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ତେଣୁ ଜଳବାୟ ଜଟିଳତାର ନିରାକରଣ ସକାଶେ ତତ୍କାଳ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଆବଶ୍ୟକତା ରହିଛି କ୍ୱାଦ୍ ସଦସ୍ୟଭୁକ୍ତ ରାଷ୍ଟ୍ରମାନେ ଜଳବାୟୁ ମହତ୍ତ୍ୱାକାଂକ୍ଷା ପ୍ରସଙ୍ଗ ଉପରେ ବିଶେଷ ପ୍ରାଧାନ୍ୟ ଦେବେ । ସେଥି ମଧ୍ୟରେ ୨୦୩୦ ମସିହା ସୁଦ୍ଧା ସେମାନେ ନିଜ ନିଜର ରାଷ୍ଟ୍ରୀୟ ଉତ୍ସର୍ଜନ ଲକ୍ଷ୍ୟ ଏବଂ ଅକ୍ଷୟ ଶକ୍ତି, ସ୍ୱଚ୍ଛ ଶକ୍ତି ନବସୃଜନ ଏବଂ ଏହି ବ୍ୟବସ୍ଥାର ରୂପାୟନ, ଯଥା ଏହାର ଅନୁପାଳନ, ସହନଶୀଳତା ଓ ପ୍ରସ୍ତୁତି ଦିଗରେ କାର୍ଯ୍ୟକରିବା ନିମନ୍ତେ ନିଜର ପ୍ରତିବଦ୍ଧତା ପ୍ରକଟ କରିବେ । କ୍ୱାଦ୍ ସଦସ୍ୟଭୁକ୍ତ ରାଷ୍ଟ୍ରମାନେ ୨୦୨୦ ଦଶକରେ ଏହି ଦିଗରେ ସେମାନଙ୍କର କାର୍ଯ୍ୟକ୍ରମ ବ୍ୟାପକ କରିବା ନିମନ୍ତେ ପ୍ରତିବଦ୍ଧତା ପ୍ରକାଶ କରିବେ । ଏହା ଦ୍ୱାରା ସେମାନେ ସେମାନଙ୍କର ଆକଳିତ ଶକ୍ତି ଚାହିଦା ଓ ତ୍ୱରିତ ଭାବେ କାର୍ବନ ଉତ୍ସର୍ଜନ ନିୟନ୍ତ୍ରଣ କରିବା ଦିଗରେ ସେମାନଙ୍କର ପ୍ରଚେଷ୍ଟା ଜାରି ରଖିବେ ଯାହାକି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରସୀମାର ପହଞ୍ଚ ମଧ୍ୟରେ ହେଉଥିବ । ଏହାତିରିକ୍ତ, ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ମିଥେନ୍ ଉପଶମନ ଦିଗରେଏବଂ ଏକ ଦାୟିତ୍ୱବାନ ତଥା ସହନଶୀଳ ସ୍ୱଚ୍ଛ ଶକ୍ତି ଯୋଗାଣ ଚେନ୍ ପ୍ରତିଷ୍ଠା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବେ । ଏଥିରେ କ୍ୱାଦ୍:

ଏକ ଗ୍ରୀନ୍- ସିପିଂ ନେଟୱାର୍କ ଗଠନ କରିବ: କ୍ୱାଦ୍ ସଦସ୍ୟଭୁକ୍ତ ରାଷ୍ଟ୍ରମାନେ ପ୍ରମୁଖ ସାମୁଦ୍ରିକ ଜାହାଜ ଚଳାଚଳ ପ୍ରାଣକେନ୍ଦ୍ର ଭାବେ ନିଜକୁ ପ୍ରତିନିଧିତ୍ୱ କରନ୍ତି ଏବଂ ସେମାନଙ୍କ ନିକଟରେ ବିଶ୍ୱର ସର୍ବବୃହତ୍ ବନ୍ଦର ସୁବିଧା ରହିଛି । ଫଳ ସ୍ୱରୂପ, କ୍ୱାଦ୍ ରାଷ୍ଟ୍ରମାନେ ଗ୍ରୀନ୍ପୋର୍ଟ (ସବୁଜ ବନ୍ଦର) ସଂସାଧଣ ଏବଂ ସ୍ୱଚ୍ଛ ବଙ୍କରିଂ ଇନ୍ଧନକୁ ପ୍ରଚୁର ମାତ୍ରାରେ ଉପଯୋଗ କରିବା ନିମନ୍ତେ ସେମାନଙ୍କ ନିକଟରେ ବିଶେଷ ସୁବିଧା ରହିଛି । କ୍ୱାଦ୍ ସହଯୋଗୀ ରାଷ୍ଟ୍ରମାନେ ଏକ କ୍ୱାଦ୍ ଜାହାଜ ଚଳାଚଳ ଟାସ୍କ ଫୋର୍ସର ଶୁଭାରମ୍ଭ କରି ସେମାନଙ୍କ କାର୍ଯ୍ୟକୁ ସୁସଂଗଠିତ କରିବେ ଏବଂ ଏଥି ନିମନ୍ତେ ସେମାନେ ପ୍ରମୁଖ ବନ୍ଦର ଯଥା ଲସ୍ ଆଞ୍ଜେଲେସ୍, ମୁମ୍ବାଇ ପୋର୍ଟ ଟ୍ରଷ୍ଟ୍, ସିଡନୀ (ବୋଟାନୀ) ଏବଂ ୟୋକୋହାମାମାନଙ୍କୁ ଆମନ୍ତ୍ରଣ କରି ଏକ ଉତ୍ସର୍ଗୀକୃତ ନେଟୱାର୍କ ଗଠନ କରିବେ ଯାହା ଫଳରେ ଜାହାଜ ଚଳାଚଳ କ୍ଷେତ୍ରରେ ଏକ ଗ୍ରୀନିଂ ଓ ଡିକାର୍ବୋନାଇଜ୍ ଭାଲ୍ୟୁ ଚେନ୍ ସୃଷ୍ଟି ହୋଇପାରିବ । କ୍ୱାଦ୍ ସିପିଂ ଟାସ୍କ ଫୋର୍ସ ଏହାର କାର୍ଯ୍ୟକୁ ବିବିଧ ପ୍ରୟାସ ମାଧ୍ୟମରେ ସଂଗଠିତ କରିବ ଏବଂ ଏହା ୨୦୩୦ ମସିହା ସୁଦ୍ଧା ଦୁଇଟିରୁ ତିନୋଟି ପର୍ଯ୍ୟନ୍ତ କ୍ୱାଦ୍ ସ୍ୱଳ୍ପ ଉତ୍ସର୍ଜନ ଅଥବା ଜିରୋ- ଉତ୍ସର୍ଜନ ଜାହାଜ ଚଳାଚଳ କରିଡୋର ସ୍ଥାପନ କରିବ ।

ଏକ ସ୍ୱଚ୍ଛ- ହାଇଡ୍ରୋଜେନ୍ ସହଭାଗୀତା ସ୍ଥାପନ: କ୍ୱାଦ୍ ଏକ ସ୍ୱଚ୍ଛ- ହାଇଡ୍ରୋଜେନ୍ ସହଭାଗୀତା ଗଠନ କରିବ ଯାହାକି ସ୍ୱଚ୍ଛ ହାଇଡ୍ରୋଜେନ୍ ଭାଲ୍ୟୁ ଚେନର ସକଳ ପ୍ରକାର କାର୍ଯ୍ୟ ମୂଲ୍ୟହ୍ରାସ କରିବା ସହିତ ଏହାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବ । ଏଥି ସହିତ ଏହା ଅନ୍ୟାନ୍ୟ କ୍ଷେତ୍ରରେ ବର୍ତ୍ତମାନ ପ୍ରଚଳିତ ଥିବା ଦ୍ୱିପାକ୍ଷିକ ଓ ବହୁପକ୍ଷିୟ ହାଇଡ୍ରୋଜେନ୍ ଭାଲ୍ୟୁ ଚେନକୁ ମଧ୍ୟ ଲାଭପ୍ରଦ କରିବ । ଏଥି ମଧ୍ୟରେ ସ୍ୱଚ୍ଛ ହାଇଡ୍ରୋଜେନ୍ ଉତ୍ପାଦନ ( ଅକ୍ଷୟଶକ୍ତି, ଜୀବାଷ୍ମ ଇନ୍ଧନ ଯାହାର କି କାର୍ବନ ଆହରଣ ଓ ଧାରଣ କ୍ଷମତା ରହିଛି ଏବଂ ଯେଉଁମାନେ ଆଣବିକ ଶକ୍ତି ନିୟୋଜନ ନିମନ୍ତେ ଚୟନ କରିବେ ସେଥିରୁ ଉତ୍ପାଦିତ ହାଇଡ୍ରୋଜେନ୍) ପ୍ରଯୁକ୍ତି ବିକାଶ ଏବଂ ସକ୍ରିୟତା ବୃଦ୍ଧି, ନିରାପଦ ଭାବେ ବିତରଣ ସଂସାଧନର ଚିହ୍ନଟ ଓ ବିକାଶ ଏବଂ ସର୍ବଶେଷ ବ୍ୟବହାରକାରୀଙ୍କ ନିକଟରେ ସ୍ୱଚ୍ଛ ହାଇଡ୍ରୋଜେନ୍ ପହଞ୍ଚାଯିବା ସକାଶେ ସକ୍ରିୟ ପରିବହନ, ଭଣ୍ଡାରଣ ବ୍ୟବସ୍ଥାକରଣ ଏବଂ ସର୍ବୋପରି ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ୱଚ୍ଛ ହାଇଡ୍ରୋଜେନ୍ ଇନ୍ଧନର ଚାହିଦା ବୃଦ୍ଧି ଓ ବିପଣନକୁ ପ୍ରୋତ୍ସାହନ ଯୋଗାଣ ଦିଗରେ ସମସ୍ତ ସଦସ୍ୟ ରାଷ୍ଟ୍ର କାର୍ଯ୍ୟ କରିବେ ।

ଏତଦ୍ ବ୍ୟତୀତ, ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମ ଗ୍ରହଣ, ସହନଶୀଳତା ଓ ପ୍ରସ୍ତୁତି: କ୍ୱାଦ୍ ସଦସ୍ୟଭୁକ୍ତ ରାଷ୍ଟ୍ରମାନେ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ସହନଶୀଳତା ବୃଦ୍ଧି ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ଏ ଦିଗରେ ସେମାନେ ପରସ୍ପର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସୂଚନା ବିନିମୟ ଏବଂ ବିପର୍ଯ୍ୟୟ ସହନଶୀଳ ସଂସାଧନର ବିକାଶ ନିମନ୍ତେ ମଧ୍ୟ ବଚନବଦ୍ଧତା ପ୍ରକଟ କରିଛନ୍ତି । ସେଥିପାଇଁ କ୍ୱାଦ୍ ରାଷ୍ଟ୍ରମାନେ ଏକ ଜଳବାୟୁ ଓ ସୂଚନାସେବା ଟାସ୍କଫୋର୍ସ ଗଠନ କରିବେ ଏବଂ ସେଥିପାଇଁ ବିପର୍ଯ୍ୟୟ ସହନଶୀଳ ସଂସାଧନ ନିମନ୍ତେ ଗଠବନ୍ଧନ ମାଧ୍ୟମରେ ନୂତନ ବୈଷୟିକ ସୁବିଧାର ବିକାଶ ଘଟାଇବେ । ଏହା କ୍ଷୁଦ୍ର ଦ୍ୱୀପ ଭଳି ବିକାଶଶୀଳ ରାଷ୍ଟ୍ରମାନଙ୍କୁ ବୈଷୟିକ ସହାୟତା ଯୋଗାଇବା ଦିଗରେ ସହାୟକ ହେବ ।

ଜନ- ଜନ ମିନିମୟ କାର୍ଯ୍ୟକ୍ରମ ଓ ଶିକ୍ଷା:

ଆଜିର ଛାତ୍ରଛାତ୍ରୀମାନେ ଆଗାମୀ କାଲିର ନେତା, ନବସୃଜନକାରୀ ଏବଂ ଆହୁରି ଅନେକ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିବେ । ପରବର୍ତ୍ତୀ ପିଢ଼ିର ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ମାନଙ୍କ ମଧ୍ୟରେ ସଂପର୍କ ସ୍ଥାପନ ନିମନ୍ତେ କ୍ୱାଦ୍ ସହଭାଗୀ ରାଷ୍ଟ୍ରମାନେ ଗୌରବର ସହ କ୍ୱାଦ୍ ଫେଲୋସିପ୍ ଗଠନ ଘୋଷଣା କରିଛନ୍ତି: ଏହା ଏକ ନୂତନ ବୃତ୍ତି କାର୍ଯ୍ୟକ୍ରମ ଯାହା ଏକ ଦାତବ୍ୟ ପ୍ରୟାସ ଦ୍ୱାରା ପରିଚାଳିତ ଓ ନିୟନ୍ତ୍ରିତ ହେବ ଏବଂ ଏ ଦିଗରେ ଏକ ଅଣ ସରକାରୀ ଟାସ୍କଫୋର୍ସ ସକଳ ପ୍ରକାର ପରାମର୍ଶ ଯୋଗାଇ ଦେବେ । ସେହି ଟାସ୍କଫୋର୍ସରେ କ୍ୱାଦ୍ ସଦସ୍ୟଭୁକ୍ତ ପ୍ରତ୍ୟେକ ରାଷ୍ଟ୍ରର ଜଣେ ଲେଖାଏଁ ନେତା ପ୍ରତିନିଧି ଭାବେ ରହିବେ । ଏହି କାର୍ଯ୍ୟକ୍ରମ ବିଶିଷ୍ଟ ଆମେରିକୀୟ, ଜାପାନୀ, ଅଷ୍ଟ୍ରେଲୀୟ ଏବଂ ଭାରତୀୟ ମାଷ୍ଟର ଓ ଡକ୍ଟରାଲ ଛାତ୍ରଛାତ୍ରୀମାନଙ୍କୁ ବିବଜ୍ଞାନ, ପ୍ରଯୁକ୍ତି, ଇଞ୍ଜନିୟରିଂ ଏବଂ ଗଚ୍ଚିତ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା ନିମନ୍ତେ ସୁଯୋଗ ପ୍ରଦାନ କରିବ । ଏହି ନୂତନ ଫେଲୋସିପ ବିଜ୍ଞାନ ଓ ପ୍ରଯୁକ୍ତି ବିଷେଷଜ୍ଞମାନଙ୍କ ମଧ୍ୟରେ ଏକ ନେଟୱାର୍କ ଗଠନ କରିବ ଯେଉଁମାନେ କି ନବସୃଜନ ପାଇଁ ସଂକଳ୍ପବଦ୍ଧ ଏବଂ ଘରୋଇ, ସରକାରୀ ଏବଂ ଶୈକ୍ଷିକ କ୍ଷେତ୍ରରେ ନିଜ ନିଜ ରାଷ୍ଟ୍ର ତଥା କ୍ୱାଦ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗର ନୂତନ ବାତାବରଣ ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମ କ୍ୱାଦ୍ ରାଷ୍ଟ୍ରର ଛାତ୍ରଛାତ୍ରୀ ତଥା ବିଦ୍ୱାନମାନଙ୍କ ମଧ୍ୟରେ ବୁଝାମଣାର ଏକ ନୂତନ ଭିତ୍ତିଭୂମି ସ୍ଥାପନ କରିବ ଏବଂ ପରସ୍ପରର ସମାଜ ତଥା ସଂସ୍କୃତିକୁ ଜାଣିବା ସକାଶେ ପ୍ରତ୍ୟେକ କ୍ୱାଦ୍ ରାଷ୍ଟ୍ରମାନଙ୍କୁ ସେମାନେ ଗସ୍ତ କରିପାରିବେ । ସେହି ପ୍ରତିନିଧିମାନଙ୍କ ମଧ୍ୟରେ ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ ଏବଂ ରାଜନୀତିଜ୍ଞମାନେ ସାମିଲ ହେବେ । ସେହିଭଳି କ୍ୱାଦ୍ :

ଏକ କ୍ୱାଦ୍ ଫେଲୋସିପ୍ ଆରମ୍ଭ କରିବ: ଏହି ଫେଲୋସିପ୍ ଜରିଆରେ ପ୍ରତିବର୍ଷ ୧୦୦ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ଅନ୍ୟ ରାଷ୍ଟ୍ରଙ୍କୁ ପଠାଯିବ । ଏଥିରେ ପ୍ରତିକ୍ୱାଦ୍ ସଦସ୍ୟରାଷ୍ଟ୍ରର ୨୫ ଜଣ ଲେଖାଏଁ ଛାତ୍ର ରହିବେ । ସେମାନେ ଆମେରିକାର ଷ୍ଟେମ୍ ଗ୍ରାଜୁଏଟ ବିଶ୍ୱବିଦ୍ୟାଳୟମାନଙ୍କରେ ସେମାନଙ୍କର ମାଷ୍ଟର ଡିଗ୍ରୀ ଓ ଡକ୍ଟରାଲ ଡିଗ୍ରୀ ଗ୍ରହଣ କରିବେ । ଏହା ସମୟକ୍ରମେ ବିଶ୍ୱର ଏକ ପ୍ରମୁଖ ଗ୍ରାଜୁଏଟ୍ ଫେଲୋସିପରେ ପରିଣତ ହେବ । କିନ୍ତୁ ଏହାର ବିଶେଷତ୍ୱଟି ହେଲା କ୍ୱାଦ୍ ଫେଲୋସିପ୍ ‘ଷ୍ଟେମ’ ଉପରେ ହିଁ ଗୁରୁତ୍ୱ ଆରୋପ କରିବ ଏବଂ ଏଥିରେ ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ଅତି ଉନ୍ନତ ମସ୍ତିଷ୍କମାନେ ମିଳିତ ଭାବେ କାର୍ଯ୍ୟ କରିପାରିବେ । ‘ସ୍ମିଡ୍ ଫ୍ୟୁଚର୍ସ’ ଯାହାକି ଏକ ବଦାନ୍ୟ ଦାତବ୍ୟ ଆନୁଷ୍ଠାନିକ ପ୍ରୟାସ, ତାହା ଏହି ଫେଲୋସିପ୍ କାର୍ଯ୍ୟକ୍ରମକୁ ପରିଚାଳନା ଓ ନିୟନ୍ତ୍ରଣ କରିବ ଏବଂ ଏଥିରେ ସେମାନେ ଅଣ- ସରକାରୀ ଟାସ୍କଫୋର୍ସର ପରାମର୍ଶ ଗ୍ରହଣ କରିବେ । ସେହି ଟାସ୍କଫୋର୍ସରେ କ୍ୱାଦ୍ ସଦସ୍ୟଭୁକ୍ତ ରାଷ୍ଟ୍ରର ଶୈକ୍ଷିକ, ବୈଦେଶିକ ନୀତି ଓ ଘରୋଇ କ୍ଷେତ୍ରର ନେତୃବର୍ଗ ସଦସ୍ୟ ରହିବେ । ଏହି ଫେଲୋସିପ୍ କାର୍ଯ୍ୟକ୍ରମର ପ୍ରତିଷ୍ଠାତା ପ୍ରାୟୋଜକମାନଙ୍କ ମଧ୍ୟରେ ଆସେଞ୍ଚର, ବ୍ଲାକ୍ଷ୍ଟୋନ୍, ବୋଇଂ, ଗୁଗଲ, ମାଷ୍ଟର କାର୍ଡ଼ ଏବଂ ୱେଷ୍ଟର୍ଣ୍ଣ ଡିଜିଟାଲ ଅଛନ୍ତି ଏବଂ ଏହି ଫେଲୋସିପରେ ସାମିଲ ହେବାକୁ ଆଗ୍ରହୀ ଥିବା ଅନ୍ୟ ଅତିରିକ୍ତ ପ୍ରାୟୋଜକମାନଙ୍କୁ ଏଥିରେ ଯୋଗ ଦେବାକୁ ଆହ୍ୱାନ ଜଣାଯାଇଛି ।

ଗୁରୁତ୍ୱପୂର୍ଣ୍ଣ ଓ ବର୍ଦ୍ଧିଷ୍ଣୁ ପ୍ରଯୁକ୍ତି

କ୍ୱାଦ୍ ନେତୃବର୍ଗ ଏକ ମୁକ୍ତ, ସହଜରେ ଉପଲବ୍ଧ ଏବଂ ନିରାପଦ ପ୍ରଯୁକ୍ତି ଇକୋସିଷ୍ଟମର ବିକାଶ ଘଟାଇବା ସକାଶେ ଏକତ୍ର ଭାବେ କାର୍ଯ୍ୟ କରିବା ନିମନ୍ତେ ସହମତ ହୋଇଛନ୍ତି । ଗତ ମାର୍ଚ୍ଚ ମାସରେ ଏକ ନୂତନ ଗୁରୁତ୍ୱପୂର୍ଣ୍ଣ ଏବଂ ନୂତନ ଭାବେ ମୁଣ୍ଡ ଟେକୁଥିବା ପ୍ରଯୁକ୍ତି କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବା ଦିନଠାରୁ ଆମ୍ଭେମାନେ ନିଜ ନିଜର କାର୍ଯ୍ୟକୁ ସଂଗଠିତ କରିଛୁ ଯାହାକି ମୁଖ୍ୟତଃ ଚାରିଟି ପ୍ରୟାସ ମଧ୍ୟରେ ବିଭାଜିତ କରାଯାଇଛି । ସେଗୁଡ଼ିକ ହେଲା: ପ୍ରଯୁକ୍ତିଗତ ମାନ, ୫ଜି ବିବିଧତା ଏବଂ ବିକାଶ, ହୋରାଇଜୋନ୍ ସ୍କାନିଂ ଏବଂ ପ୍ରଯୁକ୍ତି ଯୋଗାଣ ଚେନ୍ । ଆଜି କ୍ୱାଦ୍ ନେତୃବର୍ଗ ପ୍ରଯୁକ୍ତି ଉପରେ ଏକ ନୀତିଗତ ଘୋଷଣାନାମା ଜାରି କରିଛନ୍ତି ଏବଂ ଏଥି ସହିତ ନୂତନ ପ୍ରୟାସ ଯାହାକି ମିଳିତ ଭାବେ ଗୁରୁତ୍ୱପୂର୍ଣ୍ଣ ଓ ନୂତନ ଭାବେ ମୁଣ୍ଡ ଟେକୁଥିବା ପ୍ରଯୁକ୍ତି ଯାହାକି ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାର୍ବଚନୀନ ମାନବୀୟ ଅଧିକାର ଉପରେ ପର୍ଯ୍ୟବସିତ ତାହାକୁ ଆଗକୁ ଆଗେଇ ନେବାରେ ସହାୟକ ହୋଇପାରିବ । ଏ ଦିଗରେ କ୍ୱାଦ୍:

ଏକ କ୍ୱାଦ୍ ନୀତିଗତ ଘୋଷଣାନାମା ପ୍ରକାଶ କରିବ: ମାସ ମାସର ସହଭାଗୀତା ପରେ, କ୍ୱାଦ୍ ପ୍ରଯୁକ୍ତି ଡିଜାଇନ୍, ବିକାଶ, ଗଭର୍ଣ୍ଣାନ୍ସ ଏବଂ ବ୍ୟବହାର ଉପରେ ଏକ ନୀତିଗତ ଘୋଷଣାନାମା ଆରମ୍ଭ କରିବ । ଆମର ଦୃଢ଼ ବିଶ୍ୱାସ ଯେ ଏହି ଘୋଷଣାନାମା କେବଳ ଏହି କ୍ଷେତ୍ରକୁ ଦିଶାନିର୍ଦ୍ଦେଶ କରିବାରେ ନୁହେଁ ବରଂ ସମଗ୍ର ବିଶ୍ୱକୁ ଏକ ଦାୟିତ୍ୱବାନ, ମୁକ୍ତ ଓ ଉଚ୍ଚ ମାନଯୁକ୍ତ ନବସୃଜନ ଦିଗରେ ଆଗେଇ ନେବାରେ ସହାୟକ ହେବ ।

ଏକ ଟେକ୍ନିକାଲ ଷ୍ଟାଣ୍ଡାର୍ଡସ୍ କଣ୍ଟାକ୍ଟ ଗ୍ରୁପ୍ ଗଠନ: କ୍ୱାଦ୍ ଅତ୍ୟାଧୁନିକ ଯୋଗାଯୋଗ ଏବଂ କୃତ୍ରିମ ପ୍ରଜ୍ଞାଯୁକ୍ତ ଉଚ୍ଚ ମାନଯୁକ୍ତ ବିକାଶ କାର୍ଯ୍ୟାବଳୀ ତଥା ମୂଳଭିତ୍ତି ଆଧାରିତ ପ୍ରାକ୍-ଷ୍ଟାଣ୍ଡାଡାଇଜେସନ୍ ଗବେଷଣା ନିମନ୍ତେ ଏକ କଣ୍ଟାକ୍ଟ ଗୋଷ୍ଠୀ ଗଠନ କରିବ । 

ସେମିକଣ୍ଡକ୍ଟର ଯୋଗାଣ ଚେନ୍ ପ୍ରୟାସର ଶୁଭାରମ୍ଭ: କ୍ୱାଦ୍ ସଦସ୍ୟଭୁକ୍ତ ରାଷ୍ଟ୍ରବୃନ୍ଦଙ୍କ ମିଳିତ ପ୍ରୟାସରେ ସେମିକଣ୍ଡକ୍ଟରର ନିରାପତ୍ତା ଜନିତ କ୍ଷମତା ମାପ, ଆବଦା ଚିହ୍ନଟ ଏବଂ ଯୋଗାଣ ଚେନକୁ ମଜଭୁତ କରାଯିବ ଏବଂ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ ସୁଦୃଢ଼ କରାଯିବ । ଏହି ପ୍ରୟାସ କ୍ୱାଦ୍ ସହଭାଗୀମାନଙ୍କୁ ବିବିଧ କାର୍ଯ୍ୟରେ ସହାୟତା ପ୍ରଦାନ କରିବ ଏବଂ ବୈଶ୍ୱିକ ଡିଜିଟାଲ ଅର୍ଥନୀତି ପାଇଁ ଅତ୍ୟାବଶ୍ୟକ ନିରାପଦ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ଉତ୍ପାଦନ ନିମନ୍ତେ ଏକ ପ୍ରତିଯୋଗିତାମୂଳକ ବଜାର ସୃଷ୍ଟି କରିବ । 

୫ଜି ମୁତୟନ ଏବଂ ବିବିଧିକରଣକୁ ସହାୟତା: କ୍ୱାଦ୍ ସଦସ୍ୟ ରାଷ୍ଟ୍ରର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସହାୟତା ଯୋଗାଇବା ସକାଶେ ଏକ ବିବିଧ, ସହନଶୀଳ ଏବଂ ନିରାପଦ ଟେଲିଯୋଗାଯୋଗ ଇକୋସିଷ୍ଟମର ବିକାଶ ନିମନ୍ତେ କ୍ୱାଦ୍ ଏକ ଟ୍ରାକ୍ ୧.୫ ଶିଳ୍ପ କଥାବାର୍ତ୍ତା ଆରମ୍ଭ କରିଛି । ଏହା ଓପନ ରାନ୍ ମୁତୟନ ଓ ଗ୍ରହଣ ଏବଂ ଓପନ ରାନ୍ ନୀତି ସମନ୍ୱୟ ଆଧାରରେ ସଂପାଦନ କରାଯିବ । କ୍ୱାଦ୍ ସଦସ୍ୟ ରାଷ୍ଟ୍ରମାନେ ମିଳିତ ଭାବେ ୫ଜି ବିବିଧିକରଣ ନିମନ୍ତେ ଉପଯୁକ୍ତ ବାତାବରଣ ସୃଷ୍ଟି କରିବେ ଏବଂ ସେଥିରେ ପରୀକ୍ଷଣ ତଥା ପରୀକ୍ଷା ସୁବିଧା ସଂପର୍କୀତ ପ୍ରୟାସ ବ୍ୟବସ୍ଥା ସାମିଲ ରହିବ ।

ଜୈବପ୍ରଯୁକ୍ତି ସ୍କାନିଂ ମନିଟରିଂ: କ୍ୱାଦ୍ ଗୁରୁତ୍ୱପୂର୍ଣ୍ଣ ତଥା ନୂତନ ଭାବେ ବିକାଶ ଲାଭ କରୁଥିବା ପ୍ରଯୁକ୍ତିର ଧାରାକୁ ନିର୍ଦ୍ଦିଷ୍ଟ ଭାବେ ମନିଟର କରିବ । ଏହା ଅତ୍ୟାଧୁନିକ ଜୈବପ୍ରଯୁକ୍ତିରୁ ଆରମ୍ଭ କରାଯିବ ଏବଂ ସେଥିରେ ସିନ୍ଥେଙ୍କିକ ବାୟୋଲୋଜି, ଜିନୋମ ସେକ୍ୱେନ୍ସିଂ ଏବଂ ବାୟେମାନୁଫାକଚରିଂ ସାମିଲ । ଏହି ପ୍ରକ୍ରିୟାରେ ସହଯୋଗ ନିମନ୍ତେ ଆମେ ଅନ୍ୟାନ୍ୟ ତତ୍ ସଂପର୍କୀତ କ୍ଷେତ୍ର ଚିହ୍ନଟ କରିବୁ । 

ସାଇବର ନିରାପତ୍ତା:

 ସାଇବର ନିରାପତ୍ତା କ୍ଷେତ୍ରରେ ଆମର ଚାରିଟିଯାକ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟ ଦୀର୍ଘକାଳୀନ ସହଯୋଗୀତା ବ୍ୟବସ୍ଥା ଗଠନ କରିବା ସହିତ, କ୍ୱାଦ୍ ସାଇବର ବିପଦ ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ସଂସାଧନ ସହନଶୀଳତା ସୁଦୃଢ଼ୀକରଣ ବ୍ୟବସ୍ଥା ଆରମ୍ଭ କରିବ । ଏଥିପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କ ବିଶେଷ ଜ୍ଞାନର ଉପଯୋଗ କରାଯିବା ସହିତ ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ସ୍ତରରେ ଏ ଦିଗରେ ଗ୍ରହଣ କରାଯାଇଥିବା ଶ୍ରେଷ୍ଠ କାର୍ଯ୍ୟବିଧାନକୁ ଅନୁସରଣ କରାଯିବ । କ୍ୱାଦ ଦ୍ୱାରା : 

ଏକ କ୍ୱାଦ୍ ସିନିଅର୍ ସାଇବର ଗୋଷ୍ଠୀର ଶୁଭାରମ୍ଭ: ଏହିଦିଗରେ ନେତୃ ସ୍ଥାନୀୟ ବିଶେଷଜ୍ଞମାନେ ସରକାର ଓ ଶିଳ୍ପସଂସ୍ଥାମାନଙ୍କ ମଧ୍ୟରେ ସଂପାଦିତ ହେଉଥିବା କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେବା ସକାଶେ ନିୟମିତ ଭାବେ ବୈଠକରେ ମିଳିତ ହେବେ ଏବଂ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ନିରବଚ୍ଛିନ୍ନ ଭାବେ ଯେଭଳି ପ୍ରଗତି ଘଟେ ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବେ । ଏହି ସବୁ କ୍ଷେତ୍ର ମଧ୍ୟରେ ସହଭାଗୀ ସାଇବର ଷ୍ଟାଣ୍ଡାର୍ଡ଼; ନିରାପତ୍ତା ସଫ୍ଟୱେରର ବିକାଶ; ଏଥିପାଇଁ ଆବଶ୍ୟକ କର୍ମଶକ୍ତି ଓ ପ୍ରଜ୍ଞା ସୃଷ୍ଟି; ଏବଂ ଏକ ନିରାପଦ ତଥା ନିର୍ଭରଯୋଗ୍ୟ ଡିଜିଟାଲ ସଂସାଧନକୁ ମାପ, ଅଧିଗ୍ରହଣ ଏବଂ ପ୍ରବର୍ତ୍ତନ ସାମିଲ । 

 

ମହାକାଶ

କ୍ୱାଦ୍ ରାଷ୍ଟ୍ରମାନେ ବିଶ୍ୱର ବିଜ୍ଞାନ କ୍ଷେତ୍ରରେ ନେତୃସ୍ଥାନୀୟ ଭାବେ ସୁପରିଚିତ ଏବଂ ସେଥିରେ ମହାକାଶ ବିଜ୍ଞାନ ଗବେଷଣା ସାମିଲ । ଆତି, କ୍ୱାଦ୍ ପ୍ରଥମ ଥର ପାଇଁ ମହାକାଶ ବିଜ୍ଞାନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଆରମ୍ଭ କରିଛି ଏବଂ ଏଥିପାଇଁ ଏକ ନୂତନ କାର୍ଯ୍ୟ ଗୋଷ୍ଠୀ ଗଠନ କରାଯାଇଛି । ବିଶେଷ କରି, ଆମର ଉପଗ୍ରହ ଡାଟା ବିନିମୟ ଉପରେ ସହଭାଗୀତା ଆଧାରିତ ଯେଉଁଥିରେ ଜଳବାୟୁ ପରିବର୍ତ୍ତନ ମନିଟରିଂ ଏବଂ ତଦଜନିତ ବ୍ୟବସ୍ଥା ଗ୍ରହଣ, ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଆମର ସହଭାଗୀ କ୍ଷେତ୍ର ପ୍ରତି ଦେଖା ଦେଉଥିବା ବିପଦ ଉପରେ ବିଶେଷ ଧ୍ୟାନ ଦିଆଯିବ । କ୍ୱାଦ ଭବିଷ୍ୟତରେ:

ଧରିତ୍ରୀ ସୁରକ୍ଷା ଓ ଏହାର ଜଳଭାଗର ସୁରକ୍ଷା ନିମନ୍ତେ ଉପଗ୍ରହ ଡାଟା: ଆମେ ଚାରିଟି ଯାକ ରାଷ୍ଟ୍ର ଭୂପୃଷ୍ଠ ନିରୀକ୍ଷଣ ଉପଗ୍ରହ ଡାଟା ପରସ୍ପର ମଧ୍ୟରେ ବିନିମୟ କରିବୁ ଏବଂ ଜଳବାୟୁ ପରିବର୍ତ୍ତନ ବିପଦ ନିମନ୍ତେ ଏହା କେତେଦୂର ଫଳପ୍ରସୂ ତାହାକୁ ବିଶ୍ଳେଷଣ କରିବୁ । ମହାସାଗର ଓ ସାମୁଦ୍ରିକ ସମ୍ପଦର ପୋଷଣୀୟ ଉପଯୋଗ ନିମନ୍ତେ ମଧ୍ୟ ଆମେ ପ୍ରୟାସୀ ହେବୁ । ପରସ୍ପର ମଧ୍ୟରେ ଏଭଳି ଡାଟା ବିନିମୟ କ୍ୱାଦ୍ ରାଷ୍ଟ୍ରମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇ ଆଗକୁ ଅଗ୍ରସର ହେବା ନିମନ୍ତେ ସହାୟକ ହେବ ତଥା ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ରାଷ୍ଟ୍ରମାନେ ଯେଉଁମାନେ କି ଏବେ ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରୁ ଅତି ବିପଦ ଅବସ୍ଥାରେ ଅଛନ୍ତି ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ । କ୍ୱାଦ୍ ଜଳବାୟୁ କାର୍ଯ୍ୟକାରୀ ଗୋଷ୍ଠୀଙ୍କ ସହଯୋଗରେ ଏହି କାର୍ଯ୍ୟ ସଂପାଦନ କରାଯିବ । 

ପୋଷଣୀୟ ବିକାଶ ନିମନ୍ତେ ଦକ୍ଷତା ନିର୍ମାଣ କ୍ଷମତା: କ୍ୱାଦ୍ ରାଷ୍ଟ୍ରମାନେ ମହାକାଶ ସଂପର୍କୀତ କ୍ଷେତ୍ରରେ କ୍ଷମତା ବୃଦ୍ଧି ନିମନ୍ତେ ଅନ୍ୟ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ରାଷ୍ଟ୍ରମାନଙ୍କ ସହିତ ମିଶି କାର୍ଯ୍ୟ କରିବେ ଏବଂ ସେ ସଂପର୍କୀତ ରିସ୍କ ଓ ବିପଦର ପରିଚାଳନା କରିବେ । କ୍ୱାଦ୍ ସଦସ୍ୟଭୁକ୍ତ ରାଷ୍ଟ୍ରଗଣ ପାରସ୍ପରିକ ସ୍ୱାର୍ଥ ନିମନ୍ତେ ମହାକାଶ ଆପ୍ଲିକେଶନ ଏବଂ ପ୍ରଯୁକ୍ତିକୁ ସମର୍ଥନ, ସୁଦୃଢ଼ୀକରଣ ତଥା ସଂବର୍ଦ୍ଧନ ନିମନ୍ତେ କାର୍ଯ୍ୟ କରିବେ । 

ନିୟମାବଳୀ ଓ ଗାଇଡ଼ଲାଇନ ପରାମର୍ଶ: ଆମେମାନେ ସମସ୍ତ ନିୟମାବଳୀ, ଗାଇଡ଼ଲାଇନ, ନୀତି ଓ ନିୟମ ଯାହା କି ଆମର ମହାକାଶ ପରିବେଶ ନିମନ୍ତେ ଜରୁରି ତାହା ଦୀର୍ଘକାଳୀନ ଭିତ୍ତିରେ ସୁରକ୍ଷିତ ରଖିବା ଦିଗରେ ପରସ୍ପର ମଧ୍ୟରେ ପରାମର୍ଶ କରିବୁ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Adi Shankaracharya
April 21, 2026

The Prime Minister, Shri Narendra Modi, paid tributes to one of India’s greatest spiritual luminaries, Adi Shankaracharya, on his Jayanti today. Shri Modi remarked that his profound teachings, thoughts and philosophy of Advaita Vedanta continue to guide innumerable people globally. And his efforts to revitalise spiritual thought and establish spiritual centres across the nation remain a lasting inspiration."May his wisdom continue to illuminate our path and strengthen our commitment to truth, compassion and collective well-being", Shri Modi added.

The Prime Minister posted on X:

"On the sacred occasion of Adi Shankaracharya Jayanti, paying homage to one of India’s greatest spiritual luminaries. His profound teachings, thoughts and philosophy of Advaita Vedanta continue to guide innumerable people globally. He emphasised harmony, discipline and the oneness of all existence. His efforts to revitalise spiritual thought and establish spiritual centres across the nation remain a lasting inspiration. May his wisdom continue to illuminate our path and strengthen our commitment to truth, compassion and collective well-being."