ପ୍ରଧାନମନ୍ତ୍ରୀ କାର୍ନି,

 

ମହାମହିମ ,

 

ନମସ୍କାର!

 

G-7 ଶିଖର ସମ୍ମିଳନୀକୁ ଆମକୁ ନିମନ୍ତ୍ରଣ କରିବା ଏବଂ ଆମର ଭବ୍ୟ ସ୍ୱାଗତ ପାଇଁ ମୁଁ ପ୍ରଧାନମନ୍ତ୍ରୀ କାର୍ନିଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। G-7 ଗୋଷ୍ଠୀର ୫୦ ବର୍ଷ ପୂରଣର ଐତିହାସିକ ଅବସରରେ ମୁଁ ଆମର ସମସ୍ତ ବନ୍ଧୁଙ୍କୁ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

 

ଭବିଷ୍ୟତ ପିଢ଼ି ପାଇଁ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଆମର ସବୁଠାରୁ ବଡ଼ ଆହ୍ୱାନ ମଧ୍ୟରୁ ଗୋଟିଏ। ଆମେ ଏହାକୁ କେବଳ ପ୍ରାଥମିକତା ନୁହେଁ ବରଂ ଆମର ନାଗରିକମାନଙ୍କ ପ୍ରତି ଏକ ଦାୟିତ୍ୱ ଭାବରେ ବିବେଚନା କରୁ। ଉପଲବ୍ଧତା, ସୁଯୋଗ , ସୁଲଭତା ଏବଂ ଗ୍ରହଣୀୟତାର ମୌଳିକ ନୀତି ଉପରେ ଆଗକୁ ବଢ଼ି ଭାରତ ପଥ ପଦର୍ଶିତ କରିଛି ।

 

ଆଜି, ଭାରତର ପ୍ରାୟ ସମସ୍ତ ଘରେ ବିଦ୍ୟୁତ ସଂଯୋଗ ଅଛି। ଭାରତରେ ପ୍ରତି ୟୁନିଟ୍ ବିଦ୍ୟୁତ୍ ପିଛା ଖର୍ଚ୍ଚ ସବୁଠାରୁ କମ୍। ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହେବା ସତ୍ତ୍ୱେ, ଭାରତ ସମୟ ପୂର୍ବରୁ ଏହାର ପ୍ୟାରିସ୍ ପ୍ରତିଶ୍ରୁତି ପୂରଣ କରିଛି। ଆମେ ୨୦୭୦ ସୁଦ୍ଧା ନେଟ୍ ଶୂନ୍ୟ ଲକ୍ଷ୍ୟ ଆଡ଼କୁ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ। ବର୍ତ୍ତମାନ, ନବୀକରଣୀୟ ଶକ୍ତି ଆମର ମୋଟ ସ୍ଥାପିତ କ୍ଷମତାର ପ୍ରାୟ ୫୦% ଅଟେ।

 

ଆମେ ୨୦୩୦ ସୁଦ୍ଧା ୫୦୦ GW ନବୀକରଣୀୟ ଶକ୍ତି ଲକ୍ଷ୍ୟ ଆଡ଼କୁ ଦୃଢ ଭାବରେ ଆଗକୁ ବଢ଼ୁଛୁ। ଆମେ ସ୍ୱଚ୍ଛ ଶକ୍ତି ପାଇଁ ସବୁଜ ହାଇଡ୍ରୋଜେନ୍, ପରମାଣୁ ଶକ୍ତି, ଇଥାନଲ୍ ମିଶ୍ରଣ ଉପରେ ଧ୍ୟାନ ଦେଉଛୁ। ଆମେ ବିଶ୍ୱର ସମସ୍ତ ଦେଶକୁ ଏକ ସବୁଜ ଏବଂ ସ୍ଥାୟୀ ଭବିଷ୍ୟତ ଆଡ଼କୁ ଯିବା ପାଇଁ ପ୍ରେରଣା ଦେଉଛୁ।

 

ଏଥିପାଇଁ, ଆମେ ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ, ମିଶନ ଲାଇଫ, ଗ୍ଲୋବାଲ୍ ଜୈବ ଇନ୍ଧନ ମେଣ୍ଟ, ଏକ ସୂର୍ଯ୍ୟ ଏକ ବିଶ୍ୱ ଏକ ଗ୍ରୀଡ୍ ଭଳି ବିଶ୍ୱସ୍ତରୀୟ ପଦକ୍ଷେପ ପ୍ରଚଳନ କରିଛୁ।

 

ବନ୍ଧୁଗଣ,

 

ଶକ୍ତି ପରିବର୍ତ୍ତନ ଦିଗରେ ସମସ୍ତ ଦେଶ ଏକତ୍ରିତ ହୋଇ ଆଗକୁ ବଢ଼ିବା ଅତ୍ୟନ୍ତ ଜରୁରୀ। ଆମକୁ "ମୁଁ ନୁହେଁ, ବରଂ ଆମେ" ମନୋଭାବ ସହିତ ଆଗକୁ ବଢ଼ିବାକୁ ପଡିବ। ଦୁର୍ଭାଗ୍ୟବଶତଃ, ଗ୍ଲୋବାଲ୍ ଦକ୍ଷିଣର ଦେଶଗୁଡ଼ିକୁ ଅନିଶ୍ଚିତତା ଏବଂ ଦ୍ୱନ୍ଦ୍ୱର ସର୍ବାଧିକ ପ୍ରଭାବ ସହିବାକୁ ପଡୁଛି। ବିଶ୍ୱର ଯେକୌଣସି ସ୍ଥାନରେ ଉତ୍ତେଜନା ହେଉ ନା କାହିଁକି, ଏହି ଦେଶଗୁଡ଼ିକ ପ୍ରଥମେ ଖାଦ୍ୟ, ଇନ୍ଧନ, ସାର ଏବଂ ଆର୍ଥିକ ସଙ୍କଟ ଦ୍ୱାରା ପ୍ରଭାବିତ ହୁଅନ୍ତି।

 

ଏହା ଦ୍ୱାରା ଜନସାଧାରଣ, ସାମଗ୍ରୀ, ଉତ୍ପାଦନ ଏବଂ ଗତିଶୀଳତା ମଧ୍ୟ ପ୍ରଭାବିତ ହୁଏ। ଭାରତ ବିଶ୍ୱ ଦକ୍ଷିଣର ପ୍ରାଥମିକତା ଏବଂ ଚିନ୍ତାକୁ ବିଶ୍ୱ ମଞ୍ଚକୁ ଆଣିବାକୁ ନିଜର ଦାୟିତ୍ୱ ବୋଲି ମନେ କରେ। ଆମେ ବିଶ୍ୱାସ କରୁଛୁ ଯେ ଯେପର୍ଯ୍ୟନ୍ତ ଯେକୌଣସି ପ୍ରକାରରେ ଦ୍ୱୈତ ମାନଦଣ୍ଡ ଜାରି ରହିବ, ସେପର୍ଯ୍ୟନ୍ତ ମାନବତାର ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ବିକାଶ ପହଞ୍ଚିପାରିବ ନାହିଁ।

 

ବନ୍ଧୁଗଣ,

 

ମୁଁ ଆପଣଙ୍କର ଦୃଷ୍ଟି ଆତଙ୍କବାଦ ଭଳି ଆଉ ଏକ ଗମ୍ଭୀର ପ୍ରସଙ୍ଗ ପ୍ରତି ଆକର୍ଷଣ କରିବାକୁ ଚାହୁଁଛି। ଆତଙ୍କବାଦ ବିଷୟରେ ଦ୍ୱୈତ ମାନଦଣ୍ଡ ପାଇଁ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ। ସମ୍ପ୍ରତି, ଭାରତ ଏକ ନିଷ୍ଠୁର ଏବଂ କାପୁରୁଷ ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହୋଇଛି।

 

ଏପ୍ରିଲ ୨୨ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ପହଲଗାମ ଉପରେ ଆକ୍ରମଣ ନୁହେଁ, ବରଂ ପ୍ରତ୍ୟେକ ଭାରତୀୟଙ୍କ ଆତ୍ମା, ପରିଚୟ ଏବଂ ମର୍ଯ୍ୟାଦା ଉପରେ ସିଧାସଳଖ ପ୍ରହାର ଥିଲା। ଏହା ସମଗ୍ର ମାନବତା ଉପରେ ଆକ୍ରମଣ ଥିଲା। ମୁଁ ସମସ୍ତ ବନ୍ଧୁମାନଙ୍କୁ ମୋର ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଛି ଯେଉଁମାନେ ଏହି ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ଏବଂ ସେମାନଙ୍କର ହୃଦୟସ୍ପର୍ଶୀ ସମବେଦନା ଜଣାଇଛନ୍ତି।

 

ବନ୍ଧୁଗଣ,

 

ଆତଙ୍କବାଦ ମାନବତାର ଶତ୍ରୁ। ଏହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖୁଥିବା ସମସ୍ତ ରାଷ୍ଟ୍ରର ବିରୋଧ କରୁଛି। ଆତଙ୍କବାଦ ବିରୋଧରେ ଲଢ଼ିବାରେ ଏକତା ଅତ୍ୟନ୍ତ ଜରୁରୀ। ଦୁର୍ଭାଗ୍ୟବଶତଃ, ଆମର ନିଜ ପଡ଼ୋଶୀ ଆତଙ୍କବାଦର ପ୍ରଜନନ ଭୂମି ପାଲଟିଛି। ବିଶ୍ୱ ଶାନ୍ତି ଏବଂ ସମୃଦ୍ଧି ପାଇଁ, ଆମର ଚିନ୍ତାଧାରା ଏବଂ ଆମର ନୀତି ଅତ୍ୟନ୍ତ ସ୍ପଷ୍ଟ ହେବା ଉଚିତ - ଆତଙ୍କବାଦକୁ ସମର୍ଥନ କରୁଥିବା ଯେକୌଣସି ଦେଶକୁ ଦାୟୀ କରାଯିବା ଏବଂ ମୂଲ୍ୟ ଦେବାକୁ ବାଧ୍ୟ କରାଯିବା ଉଚିତ।

 

ଦୁର୍ଭାଗ୍ୟବଶତଃ, କିନ୍ତୁ, ବାସ୍ତବତା ସମ୍ପୂର୍ଣ୍ଣ ବିପରୀତ। ଗୋଟିଏ ପଟେ, ଆମେ ଆମର ନିଜସ୍ୱ ପସନ୍ଦ ଏବଂ ସ୍ୱାର୍ଥ ଆଧାରରେ ବିଭିନ୍ନ ପ୍ରକାରର କଟକଣା ଲାଗୁ କରିବାରେ ଲାଗିଛୁ । ଅନ୍ୟପକ୍ଷରେ, ଆତଙ୍କବାଦକୁ ଖୋଲାଖୋଲି ସମର୍ଥନ କରୁଥିବା ଦେଶଗୁଡ଼ିକୁ ପୁରସ୍କୃତ କରାଯାଉଛି। ଏହି କୋଠରୀରେ ଉପସ୍ଥିତ ଥିବା ଲୋକଙ୍କ ପାଇଁ ମୋର କିଛି ଗମ୍ଭୀର ପ୍ରଶ୍ନ ଅଛି।

 

ଆମେ କ’ଣ ଆତଙ୍କବାଦକୁ ସମାଧାନ କରିବା ପାଇଁ ପ୍ରକୃତରେ ଦୃଢ଼ମନା? ଆମେ କ’ଣ ଆତଙ୍କବାଦର ପ୍ରକୃତ ଅର୍ଥ ସେତେବେଳେ ବୁଝିପାରିବୁ ଯେତେବେଳେ ଏହା ଆମ ନିଜ ଦ୍ୱାରରେ ଠକ୍ ଠକ୍ କରିବ? ଯେଉଁମାନେ ଆତଙ୍କବାଦକୁ ବିସ୍ତାର କରନ୍ତି ଏବଂ ଯେଉଁମାନେ ଏଥିରେ ପୀଡିତ ସେମାନଙ୍କୁ ସମାନ ମାପରେ ତୁଳନା କରାଯାଇପାରିବ? ଆମର ବିଶ୍ୱବ୍ୟାପୀ ପ୍ରତିଷ୍ଠାନଗୁଡ଼ିକ ସେମାନଙ୍କର ବିଶ୍ୱସନୀୟତା ହରାଇବାର ଆଶଙ୍କା ଅଛି କି?

 

ଯଦି ଆମେ ଆଜି ମାନବତା ବିରୁଦ୍ଧରେ ଠିଆ ହୋଇଥିବା ଏହି ଆତଙ୍କବାଦ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରୁ, ତେବେ ଇତିହାସ ଆମକୁ କେବେ କ୍ଷମା କରିବ ନାହିଁ। ନିହିତ ସ୍ୱାର୍ଥ ପାଇଁ ଆତଙ୍କବାଦ ପ୍ରତି ଆଖି ବୁଜିବା, କିମ୍ବା ଆତଙ୍କବାଦ କିମ୍ବା ଆତଙ୍କବାଦୀଙ୍କୁ ସମର୍ଥନ ଦେବା, ସମଗ୍ର ମାନବଜାତି ପ୍ରତି ବିଶ୍ୱାସଘାତ।

 

ବନ୍ଧୁଗଣ,

 

ଭାରତ ସର୍ବଦା ମାନବତାର ସ୍ୱାର୍ଥରେ କାର୍ଯ୍ୟ କରିଆସିଛି, ନିଜ ସ୍ୱାର୍ଥରୁ ଉପରକୁ ଉଠି। ଆମେ ଭବିଷ୍ୟତରେ ମଧ୍ୟ ସମସ୍ତ ବିଷୟରେ G-7 ସହିତ ଆଲୋଚନା ଏବଂ ସହଯୋଗ ଜାରି ରଖିବୁ।

 

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

ବନ୍ଧୁଗଣ,

 

ମୁଁ ପ୍ରଯୁକ୍ତିବିଦ୍ୟା, AI ଏବଂ ଶକ୍ତି ବିଷୟ ଉପରେ କିଛି ଆଲୋଚନା କରିବାକୁ ଚାହେଁ। ନିସନ୍ଦେହରେ, ସମସ୍ତ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ AI ଏକ ଶକ୍ତିଶାଳୀ ଉପକରଣ ଭାବରେ ଉଭା ହେଉଛି। ତଥାପି, AI ନିଜେ ଏକ ଅତ୍ୟନ୍ତ ଶକ୍ତି-ସଘନ ପ୍ରଯୁକ୍ତିବିଦ୍ୟା ଅଟେ । AI ଡାଟା ସେଣ୍ଟର ଦ୍ୱାରା ପରିଚାଳିତ ବର୍ଦ୍ଧିତ ଶକ୍ତି ବ୍ୟବହାର ଏବଂ ଆଜିର ପ୍ରଯୁକ୍ତିବିଦ୍ୟା-ଚାଳିତ ସମାଜର ବର୍ଦ୍ଧିତ ଶକ୍ତି ଚାହିଦାକୁ କେବଳ ନବୀକରଣୀୟ ଶକ୍ତି ଉତ୍ସ ମାଧ୍ୟମରେ ସ୍ଥାୟୀ ଭାବରେ ସମାଧାନ କରାଯାଇପାରିବ।

 

ସୁଲଭ, ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ଶକ୍ତି ସୁନିଶ୍ଚିତ କରିବା ଭାରତ ପାଇଁ ଏକ ସର୍ବୋଚ୍ଚ ପ୍ରାଥମିକତା ଅଟେ । ଏହାକୁ ହାସଲ କରିବା ପାଇଁ, ଆମେ ସୌର ଶକ୍ତି ଏବଂ କ୍ଷୁଦ୍ର ମଡ୍ୟୁଲାର୍ ରିଆକ୍ଟର ଉପରେ ଧ୍ୟାନ ଦେଉଛୁ। ଆମେ ନବୀକରଣୀୟ ଶକ୍ତି ଉତ୍ପାଦନକୁ ଚାହିଦା କେନ୍ଦ୍ର ସହିତ ସଂଯୋଗ କରିବା ପାଇଁ ସ୍ମାର୍ଟ ଗ୍ରୀଡ୍, ଶକ୍ତି ସଂରକ୍ଷଣ ପ୍ରଣାଳୀ ଏବଂ ସବୁଜ ଶକ୍ତି କରିଡର ମଧ୍ୟ ବିକଶିତ କରୁଛୁ।

 

ବନ୍ଧୁଗଣ,

 

ଭାରତରେ, ଆମର ସମସ୍ତ ପ୍ରୟାସ ମାନବ-କୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଆଧାରିତ ହୋଇଛି। ଆମେ ବିଶ୍ୱାସ କରୁ ଯେ ଯେକୌଣସି ପ୍ରଯୁକ୍ତିର ପ୍ରକୃତ ମୂଲ୍ୟ ଶେଷ ବ୍ୟକ୍ତିକୁ ଲାଭ ଦେବା ପାଇଁ କ୍ଷମତା ରହିଛି। ବିଶ୍ୱ ଦକ୍ଷିଣରେ କେହି ପଛରେ ରହିବା ଉଚିତ୍ ନୁହେଁ। ଉଦାହରଣ ସ୍ୱରୂପ, ଯଦି ଆମେ ଏକ AI ଚାଳିତ ପାଣିପାଗ ପୂର୍ବାନୁମାନ ଆପ୍ ବିକଶିତ କରୁ, ତେବେ ଏହାର ପ୍ରକୃତ ସଫଳତା ସେତେବେଳେ ହେବ ଯେତେବେଳେ ଏହା ମୋ ଦେଶର ଏକ ଛୋଟ ଗାଁରେ ରହୁଥିବା ଜଣେ ଚାଷୀ କିମ୍ବା ମତ୍ସ୍ୟଜୀବୀଙ୍କୁ ଲାଭ ପହଞ୍ଚାଇବ।

 

ଭାରତରେ, ଆମେ 'ଭାଶିନି' ନାମକ ଏକ AI-ଆଧାରିତ ଭାଷା ଆପ୍ ବିକଶିତ କରିଛୁ ଯାହା ଦ୍ୱାରା ଏକ ଦୂରବର୍ତ୍ତୀ ଗ୍ରାମର ଜଣେ ବ୍ୟକ୍ତି ମଧ୍ୟ ବିଶ୍ୱର ଭାଷା ସହିତ ସଂଯୋଗ ହୋଇପାରିବ ଏବଂ ବିଶ୍ୱ ଆଲୋଚନାର ଅଂଶ ବିଶେଷ ହୋଇପାରିବ। ଆମେ ପ୍ରଯୁକ୍ତିବିଦ୍ୟାକୁ ଗଣତାନ୍ତ୍ରିକ କରିଛୁ ଏବଂ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ମାଧ୍ୟମରେ ଆମର ଅର୍ଥନୀତି ଏବଂ ସାଧାରଣ ଲୋକଙ୍କୁ ସଶକ୍ତ କରିଛୁ।

 

ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ, ଆମକୁ ଏକ ମାନବ-କୈନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ। ସମସ୍ତେ AI ର ସମ୍ଭାବନା ଏବଂ ଉପଯୋଗିତାକୁ ସ୍ୱୀକାର କରନ୍ତି। ତଥାପି, ପ୍ରକୃତ ଚ୍ୟାଲେଞ୍ଜ ହେଉଛି AI ର ଶକ୍ତି , କ୍ଷମତା ନୁହେଁ, ବରଂ AI ଉପକରଣଗୁଡ଼ିକ ମାନବ ମର୍ଯ୍ୟାଦା ଏବଂ ସଶକ୍ତିକରଣକୁ ବୃଦ୍ଧି କରିବା ଓ ତାହା ନିଶ୍ଚିତ କରିବା।

 

ବନ୍ଧୁଗଣ,

 

ସମୃଦ୍ଧ ତଥ୍ୟ ହେଉଛି ଅନ୍ତର୍ଭୁକ୍ତ, ସକ୍ଷମ ଏବଂ ଦାୟିତ୍ୱପୂର୍ଣ୍ଣ AI ପାଇଁ ମୂଳଦୁଆ। ଭାରତର ବିବିଧତା, ଏହାର ସ୍ପନ୍ଦନଶୀଳ ଜୀବନଶୈଳୀ, ଭାଷାର ବହୁଳତା ଏବଂ ବିଶାଳ ଭୂଗୋଳରେ ପ୍ରତିଫଳିତ, ଏହାକୁ ସମୃଦ୍ଧ ତଥ୍ୟର ସବୁଠାରୁ ମୂଲ୍ୟବାନ ଏବଂ ଶକ୍ତିଶାଳୀ ଉତ୍ସ ମଧ୍ୟରୁ ଗୋଟିଏ । ତେଣୁ ଭାରତର ବିବିଧତାର ମାନଦଣ୍ଡ ବିରୁଦ୍ଧରେ ବିକଶିତ ଏବଂ ପରୀକ୍ଷିତ AI ମଡେଲଗୁଡ଼ିକ ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକତା ଏବଂ ଉପଯୋଗିତା ରଖିବାରେ ସକ୍ଷମ ଅଟେ ।

 

ଭାରତରେ, ଆମେ ଏକ ଦୃଢ଼ ଡାଟା ସଶକ୍ତିକରଣ ଏବଂ ସୁରକ୍ଷା ସ୍ଥାପତ୍ୟ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଛୁ। ଏହା ସହିତ, ଭାରତରେ ଏକ ବିଶାଳ ପ୍ରତିଭା ଭଣ୍ଡାର ଅଛି ଯାହା ଏହାର ପରିମାଣ, ଦକ୍ଷତା, ବିବିଧତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତା ମାଧ୍ୟମରେ AI କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ।

 

ବନ୍ଧୁଗଣ,

 

ମୁଁ AI ବିଷୟରେ କିଛି ପରାମର୍ଶ ଦେବାକୁ ଚାହେଁ। ପ୍ରଥମେ, ଆମକୁ ଏକ ଅନ୍ତର୍ଜାତୀୟ ସ୍ତରରେ ଶାସନ ଦିଗରେ କାମ କରିବାକୁ ପଡିବ ଯାହା AI ସହିତ ଜଡିତ ଚିନ୍ତାଧାରାକୁ ସମାଧାନ କରିବା ସହିତ ନବସୃଜନକୁ ପ୍ରୋତ୍ସାହିତ କରିବ। ତେବେ ହିଁ ଆମେ AI କୁ ବିଶ୍ୱ ମଙ୍ଗଳ ପାଇଁ ଏକ ଶକ୍ତିରେ ପରିଣତ କରିପାରିବୁ। ଦ୍ୱିତୀୟତଃ, AI ଯୁଗରେ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଘନିଷ୍ଠ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

 

ଆମକୁ ସେମାନଙ୍କ ଯୋଗାଣ ଶୃଙ୍ଖଳର ସ୍ଥିରତାକୁ ସୁରକ୍ଷିତ ଏବଂ ସୁଦୃଢ଼ କରିବା ଉପରେ ଧ୍ୟାନ ଦେବାକୁ ପଡିବ। ଆମକୁ ଏହା ମଧ୍ୟ ସୁନିଶ୍ଚିତ କରିବାକୁ ପଡିବ ଯେ କୌଣସି ଦେଶ ସେଗୁଡ଼ିକୁ କେବଳ ନିଜ ସ୍ୱାର୍ଥ ପାଇଁ କିମ୍ବା ଏକ ଅସ୍ତ୍ର ଭାବରେ ବ୍ୟବହାର ନ କରେ। ତୃତୀୟତଃ, ଡିପ୍ ଫେକ୍ ଚିନ୍ତାର ଏକ ପ୍ରମୁଖ କାରଣ, କାରଣ ଏହା ସମାଜରେ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି କରିପାରେ। ତେଣୁ, AI ଦ୍ୱାରା ଉତ୍ପାଦିତ ବିଷୟବସ୍ତୁ ସ୍ପଷ୍ଟ ଭାବରେ ଜଳ-ଚିହ୍ନିତ କିମ୍ବା ଏକ ସ୍ପଷ୍ଟ ପ୍ରକାଶନ ସହିତ ହେବା ଉଚିତ।

 

ବନ୍ଧୁଗଣ,

 

ଗତ ଶତାବ୍ଦୀରେ, ଆମେ ଶକ୍ତି ଉପରେ ପ୍ରତିଯୋଗିତା ଦେଖିଛୁ। ଏହି ଶତାବ୍ଦୀରେ, ଆମକୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗକୁ ଗ୍ରହଣ କରିବାକୁ ପଡିବ। ଆମକୁ 'ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ଔର ସବକା ପ୍ରୟାସ' ଅର୍ଥାତ୍ ଭାରତର ଲୋକ, ଗ୍ରହ ଏବଂ ପ୍ରଗତି ପାଇଁ ଆହ୍ୱାନର ମାର୍ଗଦର୍ଶିକା ନୀତି ସହିତ ଆଗକୁ ବଢ଼ିବାକୁ ପଡିବ। ଏହି ଭାବନା ସହିତ, ମୁଁ ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା AI ପ୍ରଭାବ ସମ୍ମିଳନୀ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଏକ ସାଦର ନିମନ୍ତ୍ରଣ ଦେଉଛି।

 

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Inc's $3.4-trillion club: AI, IPL, defence are new wealth creators

Media Coverage

India Inc's $3.4-trillion club: AI, IPL, defence are new wealth creators
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in mishap in Kolkata
June 25, 2026
PM announces ex-gratia from PMNRF

The Prime Minister, Shri Narendra Modi has condoled the loss of lives due to a mishap in Kolkata.

Shri Modi assured that the state government is working round the clock to ensure that those affected receive all possible assistance.

The Prime Minister announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

Shri Modi posted on X;

The mishap in Kolkata yesterday is saddening. An ex-gratia of Rs. 2 lakh each will be given from PMNRF to the next of kin of those who lost their lives in the mishap. The injured would be given Rs. 50,000. The state government is working round the clock to ensure that those affected receive all possible assistance: PM @narendramodi