କାନାଡାର କାନନସକିସରେ ଚାଲିଥିବା ଜି-୭ ସମ୍ମିଳନୀ ପରିପ୍ରେକ୍ଷୀରେ ଜର୍ମାନୀ ଚାନସେଲର ଫ୍ରେଡେରିଚ ମର୍ଜଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ମେ ୨୦୨୫ରେ ମର୍ଜ ଚାନସେଲର ହେବା ପରେ ଏହା ହେଉଛି ଦୁଇ ନେତାଙ୍କ ପ୍ରଥମ ବୈଠକ । ପଦ ଭାର ଗ୍ରହଣ କରିବା ପରେ ପ୍ରଥମ ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ମର୍ଜଙ୍କୁ ତାଙ୍କ ବିପୁଳ ବିଜୟ ଲାଗି ପ୍ରଶଂସା କରିଥିଲେ । କିଛି ଦିନ ପୂର୍ବରୁ ଅହମଦାବାଦ ବିମାନ ଦୁର୍ଘଟଣା ଲାଗି ଜର୍ମାନ ସରକାର ସହାନୁଭୂତି ଓ ସମବେଦନା ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ ।

ବାଣିଜ୍ୟ ଓ ପୁଞ୍ଜିନିବେଶ ସହ ପ୍ରତିରକ୍ଷା ଓ ନିରାପତା, ପ୍ରଯୁକ୍ତି ବିଦ୍ୟା, ଆବିଷ୍କାର, ଶିକ୍ଷା, ମୋବିଲିଟି ପରି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ ବୋଲି ଦୁଇ ଦେଶ ଆଶାବ୍ୟକ୍ତ କରିଥିଲେ । ଦୀର୍ଘ ୨୫ ବର୍ଷର ଐତିହାସିକ ଭାରତ-ଜର୍ମାନୀ ଷ୍ଟ୍ରାଟେଜିକ ପାର୍ଟନରସିପକୁ ଆଗେଇ ନେବାକୁ ଦୁଇ ନେତା ରାଜି ହୋଇଥିଲେ ।

ବିଶ୍ୱରେ ଶାନ୍ତି ଓ ସ୍ଥିରତା ଭଙ୍ଗ କରିବାରେ ଆତଙ୍କବାଦର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଦୁଇ ନେତା ସମତି ପ୍ରକାଶ କରିଥିଲେ । ଲଢେଇ ବେଳେ ଜର୍ମାନ ସରକାର ସହାନୁଭୂତି ପ୍ରଦର୍ଶନ ପୂର୍ବକ ଭାରତର ପଦକ୍ଷେପକୁ ବିଶ୍ୱ ଦରବାରରେ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ମର୍ଜଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ ।

ବିଭିନ୍ନ ଆଂଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ଦୁଉ ନେତା ଆଲୋଚନା କରି ଆଗାମୀ ଦିନରେ ଏକ ସମୟୋପୋଚିତ ସମୟରେ ମର୍ଜଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Startup India recognises 2.07 lakh ventures, 21.9 lakh jobs created

Media Coverage

Startup India recognises 2.07 lakh ventures, 21.9 lakh jobs created
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 14, 2026
February 14, 2026

Fragile Five to Global Powerhouse: PM Modi's Reforms Power Healthcare Freedom, Startup Surge, and National Rebirth