ଭାରତର ବୈଦେଶିକ ନୀତିରେ ସାର୍କ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ । ସାର୍କ କ୍ଷେତ୍ରରେ ଭାରତ ସର୍ବବୃହତ ରାଷ୍ଟ୍ର ହେବା ସହ, ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଯଥେଷ୍ଟ ମହତ୍ତ୍ଵ ରଖେ । କ୍ଷମତାକୁ ଆସିବାର ପ୍ରଥମ ଦିନଠାରୁ ପ୍ରଧାନମନ୍ତ୍ରୀ ଏହା ପ୍ରଦର୍ଶନ କରିଆସିଛନ୍ତି ଯେ ସାର୍କ ରାଷ୍ଟ୍ରମାନଙ୍କ ସହ ସୁସଂପର୍କ ରକ୍ଷା ଭାରତର ବିଦେଶ ନୀତିର ମୂଳ ଆଧାର ।



2014 ମସିହା ମେ 26 ତାରିଖ ଦିନ ତାଙ୍କର ଶପଥ ଗ୍ରହଣ ଉତ୍ସବକୁ ସମସ୍ତ ସାର୍କ ରାଷ୍ଟ୍ରର ନେତୃବର୍ଗଙ୍କୁ ଆମନ୍ତ୍ରଣ କରିବାକୁ ଶ୍ରୀ ମୋଦୀ ସିଦ୍ଧାନ୍ତ ନେଇଥିଲେ । ତେଣୁ ଯେତେବେଳେ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ, ସେହି ଅବସରରେ ରାଷ୍ଟ୍ରପତି ହମିଦ କାର୍ଜାଇ (ଆଫଗାନିସ୍ତାନ), ବାଚସ୍ପତି ଶର୍ମିନ ଚୌଧୁରୀ (ବାଂଲାଦେଶ) (କାରଣ ପ୍ରଧାନମନ୍ତ୍ରୀ ଶେଖ ହସୀନା ପୂର୍ବ ନିର୍ଦ୍ଧାରିତ ଏକ କାର୍ଯ୍ୟକ୍ରମ ଅନୁସାରେ ଜାପାନ ଗସ୍ତରେ ଥିଲେ), ପ୍ରଧାନମନ୍ତ୍ରୀ ଶେରିଂ ତୋବଗେ (ଭୁଟାନ), ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ (ମାଳଦ୍ଵୀପ), ପ୍ରଧାନମନ୍ତ୍ରୀ ସୁଶୀଲ କୋଇରାଲା (ନେପାଳ), ପ୍ରଧାନମନ୍ତ୍ରୀ ନୱାଜ ସରିଫ (ପାକିସ୍ତାନ) ଏବଂ ରାଷ୍ଟ୍ରପତି ରାଜପାକ୍ସେ (ଶ୍ରୀଲଙ୍କା) ଉପସ୍ଥିତ ଥିଲେ । ଶପଥ ଗ୍ରହଣର ପରଦିନ ଶ୍ରୀ ମୋଦୀ ଏହି ସବୁ ନେତୃବର୍ଗଙ୍କ ସହ ଖୁବ ଫଳପ୍ରସୂ ଦ୍ଵିପାକ୍ଷିକ ଆଲୋଚନା କରିଥିଲେ । ପ୍ରତ୍ୟେକ ନେତାଙ୍କ ସହ ବୈଠକ ଏକ ନୂତନ ଅୟମାରମ୍ଭର ସୂଚନା ଦେବା ସହ ଏକ ସକାରାତ୍ମକ ଯୁଗର ଆରମ୍ଭ ଓ ସାର୍କ ରାଷ୍ଟ୍ରଙ୍କ ମଧ୍ୟରେ ସଂପର୍କର ରେକର୍ଡ ଅଭିବୃଦ୍ଧି ସୂଚୀତ କରିଥିଲା ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାବେ ଭୁଟାନକୁ ବାଛିଥିଲେ । ଏହି କ୍ରମରେ 2014 ମସିହା ଜୁନ 15 ତାରିଖ ଦିନ ସେ ସେଠାରେ ପହଂଚିଥିଲେ ଓ ତାଙ୍କୁ ସେଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ରାଜିନାମା ସ୍ଵାକ୍ଷରିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁଟାନ ସଂସଦରେ ଉଦବୋଧନ ଦେଇଥିଲେ ।

ଯେତେବେଳେ 2014 ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କାଠମାଣ୍ଡୁଠାରେ ପହଂଚିଲେ, ଦୀର୍ଘ 17 ବର୍ଷ ପରେ କୌଣସି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ଥିଲା ପ୍ରଥମ ନେପାଳ ଗସ୍ତ । ନେପାଳ ସହ ଅନେକ ଗୁରୁତ୍ଵପୂର୍ଣ୍ଣ ରାଜିନାମା ସ୍ଵାକ୍ଷରିତ ହୋଇଥିଲା । ଏବଂ ନେପାଳ ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଭାରତ-ନେପାଳ ସମ୍ପର୍କରେ ଏକ ଐତିହାସିକ ଅଧ୍ୟାୟର ଅୟମାରମ୍ଭ ଘଟାଇଥିଲା । 2014 ମସିହା ନଭେମ୍ବର ମାସରେ ସାର୍କ ଶିଖର ସମ୍ମିଳନୀରେ ଯୋଗଦେବାକୁ ଶ୍ରୀ ମୋଦୀ ପୁନର୍ବାର ନେପାଳ ଗସ୍ତ କରିଥିଲେ ଏବଂ ସେଠାରେ ସେ ପ୍ରମୁଖ ସାର୍କ ନେତୃବର୍ଗଙ୍କୁ ସାକ୍ଷାତ କରିଥିଲେ ।



2015 ଫେବୃଆରୀରେ ନବ ନିର୍ବାଚିତ ଶ୍ରୀଲଙ୍କା ରାଷ୍ଟ୍ରପତି ଶିରିସେନା ଭାରତ ଗସ୍ତରେ ଆସିଥିଲେ । 2015 ଜାନୁଆରୀ ମାସରେ କ୍ଷମତାକୁ ଆସିବା ପରେ ଭାରତକୁ ପ୍ରଥମ ବିଦେଶ ଗସ୍ତ କରିବାକୁ ସେ ସ୍ଥିର କରିଥିଲେ । 2015 ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ । ଅନେକ ବର୍ଷ ବ୍ୟବଧାନ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ଥିଲା ପ୍ରଥମ ଶ୍ରୀଲଙ୍କା ଗସ୍ତ । ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ କେତେକ ଗୁରୁତ୍ଵପୂର୍ଣ୍ଣ ରାଜିନାମା ସ୍ଵାକ୍ଷରିତ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରୀଲଙ୍କା ସଂସଦରେ ଉଦବୋଧନ ଦେଇଥିଲେ ଓ ଜାଫ୍ନା ଗସ୍ତ କରିଥିଲେ । ଜାଫ୍ନା ଗସ୍ତ କରିବାରେ ଶ୍ରୀ ମୋଦୀ ଥିଲେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଓ ଦ୍ଵିତୀୟ ବିଶ୍ଵ ନେତା । ସେଠାରେ ସେ ଏକ ଭାରତ ସରକାରଙ୍କ ଗୃହନିର୍ମାଣ ପ୍ରକଳ୍ପର ଅଂଶବିଶେଷ ସ୍ଵରୂପ କେତେକ ଲୋକଙ୍କୁ ବାସଗୃହ ପ୍ରଦାନ କରିଥିଲେ ଏବଂ ଜାଫ୍ନା ସାଂସ୍କୃତିକ କେନ୍ଦ୍ରର ଶିଳାନ୍ୟାସ କରିଥିଲେ ।


ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ୍ ଘନି 2015 ମେ’ ମାସରେ ଭାରତ ଗସ୍ତରେ ଆସିଥିଲେ । ଏହି ଅବସରରେ ଉଭୟ ନେତା ଦୁଇ ଦେଶର ସଂପର୍କକୁ ଘନିଷ୍ଠ କରିବା ଦିଗରେ ଆଲୋଚନା କରି ସହମତ ହୋଇଥିଲେ ।

2015 ମସିହା ମେ’ ମାସରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଥିଲା ଯେତେବେଳେ ଭାରତୀୟ ସଂସଦ ଭାରତ-ବାଂଲାଦେଶ ସୀମା ରାଜିନାମା କୁ ସର୍ବସମ୍ମତ କ୍ରମେ ଗୃହୀତ କରିଥିଲେ । ଏହା ଭାରତ-ବାଂଲାଦେଶ ସମ୍ପର୍କରେ ଏକ ନୂଆ ତଥା ଐତିହାସିକ ଅଧ୍ୟାୟର ଅୟମାରମ୍ଭ ଘଟାଇଥିଲା । ଏ ଦିଗରେ ସମସ୍ତ ରାଜନୈତିକ ଦଳ ଓ ସଂପୃକ୍ତ ମୁଖ୍ୟମନ୍ତ୍ରୀମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୂୟସୀ ପ୍ରଶଂସା କରିଥିଲେ । ପୁଣି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏଥିପାଇଁ ଶୁଭେଚ୍ଛା ଜଣାଇଥିଲେ । ଉଭୟ ଦେଶର ସମ୍ପର୍କକୁ ଅଧିକ ମଜବୁତ କରିବା ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଖୁବ ଶୀଘ୍ର ବାଂଲାଦେଶ ଗସ୍ତରେ ଯିବାର ଆଶା କରାଯାଏ ।

ତେଣୁ ଦ୍ଵିପାକ୍ଷିକ ଆଲୋଚନାଠାରୁ ଆରମ୍ଭ କରି ଗୁରୁତ୍ଵପୂର୍ଣ୍ଣ ରାଜିନାମା ସ୍ଵାକ୍ଷର ଓ ଅନ୍ୟାନ୍ୟ ପଦକ୍ଷେପ ମାଧ୍ୟମରେ ସାର୍କ ରାଷ୍ଟ୍ରମାନଙ୍କ ସଂପର୍କ ନିବିଡ କରିବା ଦିଗରେ ପ୍ରଧାନମନ୍ତ୍ରୀ ସବୁପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s space programme, a people’s space journey

Media Coverage

India’s space programme, a people’s space journey
NM on the go

Nm on the go

Always be the first to hear from the PM. Get the App Now!
...
Bem-vindoaoBrasil
November 22, 2025

Prime Minister Narendra Modi received a warm ceremonial welcome in Brasilia on Tuesday, becoming the first Indian PM in 57 years to undertake a State Visit to Brazil, strengthening the ties between the two nations.The visit marks not only expansion of India on the diplomatic front but also a reaffirmation of India as a pro-active builder of South-South solitude.

The State Visit presents a comprehensive opportunity to review the full spectrum of India-Brazil ties. The cooperation includes trade, investment, oil and gas, renewable energy, mining and ties. Key areas of cooperation include trade, investment, oil and gas,renewable energy, mining and critical minerals, defence, security,agriculture and livestock, healthcare and traditional medicine, tourism,space, science and technology, digital public infrastructure (DPI), sports, andpeople-to-people exchanges. Both the countries continueto coordinate closely in various international fora, including the UnitedNations, BRICS, the G20, IBSA, and the G4.

Lula and Modi reiterated their goal of boosting bilateral trade to over $20 billion annually by 2030, according to the Brazilian president's office, up from roughly $12 billion last year.Brasilia said they also agreed to expand the reach of the preferential trade agreement between India and the South American trade bloc Mercosur, and discussed the virtual payment platforms of their countries

Both of the dignitaries reviewed cooperation in the areas of digital collaboration, ICT, Digital Public Infrastructure and UPI, defence, railways, health and pharmaceuticals, agriculture, energy, culture and people-to-people linkages.

"Members of Brazil's Indian community gave a very vibrant welcome in Rio de Janeiro. It's amazing how they remain connected with Indian culture and are also very passionate about India's development! Here are some glimpses from the welcome," PM Modi wrote on X.

Since 2006, Brazil and India have maintained a strategic partnership and share convergent positions on central issues of the multilateral agenda, such as the fight against hunger, global governance reform and sustainable development. The rapprochement with India is also in line with the integration agenda defended by President Lula during the 66th MERCOSUR Summit.

"It is time for MERCOSUR to look at Asia, the dynamic center of the world economy. Our participation in global value chains will benefit from closer ties with Japan, China, Korea, India, Vietnam and Indonesia," said Lula in his speech at the Summit.