ଫସଲ ବିବିଧତାକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟ ନେଇ ଏମଏସପି ବୃଦ୍ଧି
ଗହମ, ତୈଳବୀଜ ଏବଂ ସୋରିଷ ପରେ ମସୁର ଡାଲି, ଚଣା, ବାର୍ଲି ଏବଂ କୁସୁମ କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚର ସର୍ବାଧିକ ଲାଭ ପାଇବେ ଚାଷୀ ବୋଲି ଆକଳନ କରାଯାଇଛି
ତୈଳବୀଜ, ଡାଲି ଓ ମୋଟା ଶସ୍ୟ ପାଇଁ ଏମଏସପିକୁ ବ୍ୟବସ୍ଥିତ କରାଯାଇଛି
ରବି ଫସଲର ଏମଏସପି ବୃଦ୍ଧି ଫଳରେ ଚାଷୀମାନେ ପାଇବେ ସୁନିଶ୍ଚିତ ଲାଭଜନକ ମୂଲ୍ୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ରବି ବିପଣନ ଋତୁ (ଆରଏମଏସ) ପାଇଁ ସମସ୍ତ ସୂଚୀଭୁକ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦିତ ଫସଲର ସୁନିଶ୍ଚିତ ଲାଭଜନକ ମୂଲ୍ୟ ପ୍ରଦାନ କରିବାର ଲକ୍ଷ୍ୟ ନେଇ ସରକାର ୨୦୨୨-୨୩ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି। ପୂର୍ବ ବର୍ଷ ତୁଳନାରେ କେତେକ ନିର୍ଦ୍ଦିଷ୍ଟ ଫସଲରେ ସର୍ବୋଚ୍ଚ ଏମଏସପି ବୃଦ୍ଧି ପାଇଁ ସୁପାରିସ କରାଯାଇଛି।  ଏହି ଫସଲଗୁଡ଼ିକ ମଧ୍ୟରେ ରହିଛି ମସୁର, ତୈଳ ବୀଜ ଓ ସୋରିଷ। ଏହି ତିନୋଟି ଫସଲରେ କୁଇଣ୍ଟାଲ ପ୍ରତି ୪୦୦ ଟଙ୍କା ଲେଖାଏଁ ଏମଏସପି ବୃଦ୍ଧି କରାଯାଇଛି। ସେହିପରି ଚଣାରେ କୁଇଣ୍ଟାଲ ପ୍ରତି ଏମଏସପି ୧୩୦ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବବର୍ଷ ତୁଳନାରେ କୁସୁମ ଉପରେ କୁଇଣ୍ଟାଲ ପ୍ରତି ୧୧୪ ଟଙ୍କା ଏମଏସପି ବୃଦ୍ଧି କରାଯାଇଛି। ଫସଲ ବିବିଧକରଣକୁ ପ୍ରୋତ୍ସାହନ ଲକ୍ଷ୍ୟ ନେଇ ଫସଲର ଏଭଳି ଭିନ୍ନ ଭିନ୍ନ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି।

୨୦୨୨-୨୩ ବିପଣନ ଋତୁ ପାଇଁ ସମସ୍ତ ରବି ଫସଲର କୁଇଣ୍ଟାଲ ପ୍ରତି ଏମଏସପି  (ଟଙ୍କାରେ)

ଫସଲ

୨୦୨୧-୨୨ ବିପଣନ ଋତୁ

୨୦୨୨-୨୩ ବିପଣନ ଋତୁ

୨୦୨୨-୨୩ ଉତ୍ପାଦନ ଖର୍ଚ୍ଚ

ଏମଏସପି ବୃଦ୍ଧି ପରିମାଣ

 

ଉତ୍ପାଦନ ଖର୍ଚ୍ଚର ସର୍ବାଧିକ ଲାଭ

 

ଗହମ

୧୯୭୫

୨୦୧୫

୧୦୦୮

୪୦

୧୦୦

ଯଅ

୧୬୦୦

୧୬୩୫

୧୦୧୯

୩୫

୬୦

ଚଣା

୫୧୦୦

୫୨୩୦

୩୦୦୪

୧୩୦

୭୪

ମସୁର

୫୧୦୦

୫୫୦୦

୩୦୭୯

୪୦୦

୭୯

ତୈଳବୀଜ ଏବଂ ଶୋରିଷ

୪୬୫୦

୫୦୫୦

୨୫୨୩

୪୦୦

୧୦୦

କୁସୁମ

୫୩୨୭

୫୪୪୧

୩୬୨୭

୧୧୪

୫୦

 

*ଏଠାରେ ମୋଟ ବ୍ୟୟ ବିଷୟରେ ଉଲ୍ଲେଖ କରାଯାଇଛିଏଥିରେ ପରିଶୋଧ କରାଯାଇଥିବା ସମସ୍ତ ଖର୍ଚ୍ଚ ସାମିଲ ରହିଛିଅର୍ଥାତ ଶ୍ରମିକମାନଙ୍କୁ ମଜୁରିବଳଦ କିମ୍ବା ମେସିନ ସାହାଯ୍ୟରେ ହଳ ଏବଂ ଅନ୍ୟ କାମଭାଗରେ ଦିଆଯାଇଥିବା ଜମିର ଭଡ଼ାବିହନସାରଖତଜଳସେଚନ ଶୁଳ୍କଉପକରଣ ଏବଂ କ୍ଷେତ ପ୍ରସ୍ତୁତିରେ ହେଉଥିବା ଖର୍ଚ୍ଚଗତିଶୀଳ ପୁଞ୍ଜି ଉପରେ ସୁଧପମ୍ପ ସେଟ ଆଦି ଚାଲିବା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଏଥିରେ ସାମିଲ ରହିଛି ଏହାବ୍ୟତୀତ ଅନ୍ୟ ଖର୍ଚ୍ଚ ଏବଂ ପରିବାର ଦ୍ବାରା କରାଯାଉଥିବା ଶ୍ରମର ମୂଲ୍ୟ ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ

 

୨୦୨୨-୨୩ ବିପଣନ ଋତୁ ପାଇଁ ରବି ଫସଲର ଏମଏସପିରେ ବୃଦ୍ଧି କେନ୍ଦ୍ରୀୟ ବଜେଟ ୨୦୧୮-୧୯ରେ କରାଯାଇଥିବା ଘୋଷଣା ଅନୁରୂପ ଅଟେ। ଏଥିରେ ଘୋଷଣା କରାଯାଇଥିଲା ଯେ ସାରା ଦେଶରେ ହାରାହାରୀ ଉତ୍ପାଦନକୁ ଦୃଷ୍ଟିରେ ରଖି ଏମଏସପିକୁ ଅତିକମରେ ଫସଲ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା କରାଯିବା ଉଚିତ୍। ଯାହାଫଳରେ ଚାଷୀମାନେ ତର୍କସଂଗତ ଏବଂ ଉଚିତ ମୂଲ୍ୟ ପାଇପାରିବେ। ଚାଷ ପାଇଁ ଚାଷୀ ଯେତିକି ଖର୍ଚ୍ଚ କରିଥାନ୍ତି, ତାହାକୁ ଆଧାର କରି ହେଉଥିବା ଲାଭର ସର୍ବାଧିକ ଅନୁମାନ କରାଯାଇଛି। ଏହି ସନ୍ଦର୍ଭରେ ଗହମ, ତୈଳବୀଜ ଓ ସୋରିଷ (ପ୍ରତ୍ୟେକରେ ୧୦୦ ପ୍ରତିଶତ ଲେଖାଏଁ), ଚଣା (୭୪ ପ୍ରତିଶତ), ଯଅ (୬୦ ପ୍ରତିଶତ), କୁସୁମ (୫୦ ପ୍ରତିଶତ) ଉତ୍ପାଦନରେ ଲାଭ ହେବ ବୋଲି ଅନୁମାନ କରାଯାଇଛି।

ଗତ କିଛି ବର୍ଷ ଧରି କେତେକ ତୈଳବୀଜ, ଡାଲି, ମୋଟା ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ବ୍ୟବସ୍ଥିତ କରିବା ଲାଗି ମିଳିତ ଭାବେ ପ୍ରୟାସ କରାଯାଇ ଆସୁଛି। ଯାହାଫଳରେ ଚାଷୀମାନେ ଅଧିକ ଜମିରେ ଏସବୁ ଫସଲ ଉତ୍ପାଦନ କରିବା ପାଇଁ ପ୍ରୋତ୍ସାହିତ ହେବେ। ଏଥିପାଇଁ ସେମାନେ ଉନ୍ନତ ଜ୍ଞାନକୌଶଳ ଏବଂ ଚାଷ ପଦ୍ଧତି ଆପଣାଇବେ, ଏହାଦ୍ବାରା ଚାହିଦା ଓ ଯୋଗାଣରେ ସନ୍ତୁଳନ ସୃଷ୍ଟି ହୋଇପାରିବ।

ନିକଟରେ ସରକାର କେନ୍ଦ୍ର ପ୍ରୟୋଜିତ ଯୋଜନା ଜାତୀୟ ଖାଦ୍ୟ ତେଲ-ଅଏଲ ପାମ (ଏନଏମଇଓ-ଓପି) ମଧ୍ୟ ଘୋଷଣା କରିଛନ୍ତି। ଏହି ଯୋଜନା ଫଳରେ ଖାଇବା ତେଲର ଘରୋଇ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମିବ। ଏହି ଯୋଜନା ପାଇଁ ୧୧,୦୪୦ କୋଟି ଟଙ୍କା ଖର୍ଚ ଅଟକଳ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ମିଳିଲେ ଚାଷୀମାନେ କେବଳ ଅଧିକ ଜମିରେ ଅଧିକ ପରିମାଣର ଫସଲ ଉତ୍ପାଦନ କରିବେ ନାହିଁ ବରଂ ସେମାନଙ୍କ ଲାଭ ଓ ରୋଜଗାର ମଧ୍ୟ ବଢ଼ାଇପାରିବେ।

‘ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ’ (ପିଏମ-ଏଏଏସଏସଏ) ନାମକ ଏକ ‘ଅମ୍ବ୍ରେଲା ସ୍କିମ’ ବା ମୂଳ ଯୋଜନା ୨୦୧୮ରେ ସରକାର ଘୋଷଣା କରିଥିଲେ। ଏହି ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଜନକ ମୂଲ୍ୟ ମିଳିବ। ଏହି ପ୍ରମୁଖ ଯୋଜନାରେ ତିନୋଟି ଉପଯୋଜନା ସାମିଲ ରହିଛି, ଯେପରିକି ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ), ମୂଲ୍ୟ କ୍ଷତି ଭରଣା ଯୋଜନା (ପିଡିପିଏସ) ଏବଂ ଘରୋଇ କ୍ରୟ ଏବଂ ଷ୍ଟକିଷ୍ଟ ଯୋଜନା (ପିପିଏସଏସ)କୁ ପରୀକ୍ଷାମୂଳକ ଆଧାରରେ ସାମିଲ କରାଯାଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 18, 2026
June 18, 2026

PM Modi’s Leadership Delivers: Electronic Interlocking, Semiconductor Push & Tariff-Free UK Access