ଓଡ଼ିଶାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପକୂଳ ରାଜପଥ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଓଡ଼ିଶାରେ ହାଇବ୍ରିଡ୍ ଆନୁଇଟି ମଡେଲ୍ ମାଧ୍ୟମରେ ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ତିଆରି ହେବ । ମୋଟ ୧୬୦.୧୮ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ଲାଗି ୮,୩୦୦.୭୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।
ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥର ପ୍ରକଳ୍ପ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂପୁର ଜିଲ୍ଲା ଦେଇ ଯିବାର ପ୍ରସ୍ତାବ ରହିଛି । ବର୍ତ୍ତମାନ ୧୬ ନମ୍ବର ଜାତୀୟ ରାଜପଥର ନେଟୱାର୍କ ସ୍ୱର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପର ଏକ ଅଂଶବିଶେଷ। ୬ ଲେନ୍ ବିଶିଷ୍ଟ ଏନଏଚ୍-୧୬ ପୂର୍ବରୁ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ଆଦି ପ୍ରମୁଖ ସହରକୁ ଯୋଡ଼ି ସାରିଛି । ସେହିପରି ଏନଏଚ-୩୧୬ ଭୁବନେଶ୍ୱର-ପୁରୀକୁ ସଂଯୋଗ କରିବା ସହିତ ସାତପଡ଼ା ଓ କୋଣାର୍କକୁ ସଂଯୋଗ କରିଥାଏ । ତେବେ ପୁରୀ-ସାତପଡ଼ା ଏବଂ ପୁରୀ-କୋଣାର୍କ ଭାଗରେ ସଡ଼କର ଜ୍ୟାମିତିକ ଢାଞ୍ଚା ଖରାପ ରହିଛି । ଏହି ରାଜପଥ ପାର୍ଶ୍ୱରେ ଅନେକ ନିର୍ମାଣ କାର୍ଯ୍ୟ ହୋଇଛି ଏବଂ ରାସ୍ତାକଡ଼ରେ ସ୍ଥାନୀୟ ଯାତ୍ରୀଙ୍କ ଭିଡ଼ ବହୁତ ଅଧିକ ରହିଥାଏ। ଏସବୁ କାରଣରୁ ଦୀର୍ଘ ଦୂରଗାମୀ ଯାନବାହନ ଚଳାଚଳ ପାଇଁ ଏହି ମାର୍ଗ ଅତ୍ୟନ୍ତ ଅନୁପଯୁକ୍ତ ହୋଇପଡ଼ିଛି ।
ପ୍ରସ୍ତାବିତ ଯୋଜନା ଅନୁଯାୟୀ ପ୍ୟାକେଜ୍ ୧ରେ ରାମେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ସଡ଼କ ନିର୍ମାଣ କରାଯିବ। ପ୍ୟାକେଜ୍-୨ରେ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ୨ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଘଣ୍ଟା ପ୍ରତି ୧୦୦ କିମି ବେଗରେ ଯାନବାହନ ଚଳାଚଳ ଲାଗି ସଡ଼କର ଡିଜାଇନ୍ ପ୍ରସ୍ତୁତ କରାଯିବ । ଏହାଫଳରେ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଏବଂ ଜଗତସିଂପୁର ଜିଲ୍ଲାରେ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହେବ। ଏହି ପ୍ରକଳ୍ପ ଆଞ୍ଚଳିକ ପରିବହନକୁ ଉନ୍ନତ କରିବା ସହିତ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ।
ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଗତିଶକ୍ତି ନୀତି ସହିତ ସମନ୍ୱିତ ଏବଂ ୯ଟି ଆର୍ଥିକ ଏବଂ ୫ଟି ଲଜିଷ୍ଟିକ୍ କେନ୍ଦ୍ରକୁ ପରସ୍ପର ସହିତ ସଂଯୋଗ କରିବ। ଏହା ଦେଶର ଲଜିଷ୍ଟିକ୍ ପ୍ରଦର୍ଶନ ସୂଚକାଙ୍କ (ଏଲପିଆଇ) ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ।
ଏହି ରାଜପଥ ସମ୍ପୂର୍ଣ୍ଣ ହେବା ପରେ, ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏହା ସହିତ ଯାତ୍ରୀ ଏବଂ ମାଲ ପରିବହନ ପାଇଁ ଏକ ନିରାପଦ, ଦ୍ରୁତ ଏବଂ ନିରବଚ୍ଛିନ୍ନ ଯୋଗାଯୋଗ ସୁବିଧା ମିଳିବ । ଏହି ପ୍ରକଳ୍ପ ଇନ୍ଧନ ବ୍ୟବହାର, ଅଙ୍ଗାରାକାମ୍ଳ ନିର୍ଗମନ ଏବଂ ଯାନବାହାନ ପରିଚାଳନା ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିବ ।
କରିଡର ମାନଚିତ୍ର



Appendix - I: Project Details
ପ୍ରକଳ୍ପର ବିବରଣୀ
ବିବରଣୀ
ରମେଶ୍ୱର- କୋଣାର୍କ ୪-ଲେନ୍ ପ୍ରବେଶ-ନିୟନ୍ତ୍ରିତ ରାଜପଥ
ପେଭଡ୍ ସୋଲ୍ଡର ସହିତ କୋଣାର୍କ-ପାରାଦୀପ ୨ ଲେନ୍ ରାଜପଥ
ଲମ୍ବ (କିମି)
୭୯.୪୦
୮୦.୭୮
ବ୍ରାଉନଫିଲ୍ଡ ଲମ୍ବ (କିମି)
୨.୫୬୦
-
ଗ୍ରୀନଫିଲ୍ଡ ଲମ୍ବ (କିମି)
୭୬.୮୪୦
୮୦.୭୮
ମୋଟ ସିଭିଲ୍ ଖର୍ଚ୍ଚ (ଟଙ୍କା କୋଟି)
୩୧୨୯.୦୬
୧୫୬୬.୦୨
ଜମି ଏବଂ ଅନ୍ୟାନ୍ୟ ପୂର୍ବ-ନିର୍ମାଣ ଖର୍ଚ୍ଚ (କୋଟି ଟଙ୍କା)
୭୫୧.୬୨
୬୬୮.୧୩
ମୋଟ ପୁଞ୍ଜି ଖର୍ଚ୍ଚ (କୋଟି ଟଙ୍କା)
୫୩୦୪.୮୦
୨୯୯୫.୯୯
ମାଧ୍ୟମ
ହାଇବ୍ରିଡ ଆନୁଇଟି ମଡେଲ
ହାଇବ୍ରିଡ ଆନୁଇଟି ମଡେଲ
ମୋଟ ରିହାତି ଅବଧି
୧୭.୫ ବର୍ଷ (୨.୫ ବର୍ଷ ନିର୍ମାଣ + ୧୫ ବର୍ଷ ପରିଚାଳନା ଓ ରକ୍ଷଣାବେକ୍ଷଣ)
୧୭.୫ ବର୍ଷ (୨.୫ ବର୍ଷ ନିର୍ମାଣ + ୧୫ ବର୍ଷ ପରିଚାଳନା ଓ ରକ୍ଷଣାବେକ୍ଷଣ)
ଆର୍ଥିକ କେନ୍ଦ୍ର
୨ଟି ଏସଇଜେଡ୍- ଭୁବନେଶ୍ୱର, ଖୋର୍ଦ୍ଧା (ଖଣ୍ଡଗିରି); ମେଗା ଫୁଡ୍ ପାର୍କ - ଭୁବନେଶ୍ୱର; ମତ୍ସ୍ୟ କ୍ଲଷ୍ଟର - ପାରାଦୀପ, କୋଣାର୍କ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା; ଫାର୍ମା କ୍ଲଷ୍ଟର - କଟକ
ଲଜିଷ୍ଟିକ୍ସ କେନ୍ଦ୍ର
ପୁରୀ ରେଳ ଷ୍ଟେସନ, ପୁରୀ ବିମାନବନ୍ଦର, ଅସ୍ତରଙ୍ଗ ବନ୍ଦର, ପାରାଦୀପ ବନ୍ଦର ଏବଂ ଏମଏମଏଲପି- ଜଗତସିଂହପୁର
ନିଯୁକ୍ତି ସୃଷ୍ଟି ସମ୍ଭାବନା
୫୩.୬୧ ଲକ୍ଷ ମାନବ ଦିବସ (ପ୍ରତ୍ୟକ୍ଷ) ଏବଂ ୬୭.୦୧ ଲକ୍ଷ ମାନବ ଦିବସ (ପରୋକ୍ଷ)
୨୦୨୭-୨୮ରେ ଆଶା କରାଯାଉଥିବା ଦୈନିକ ହାରାହାରୀ ଟ୍ରାଫିକ୍ (ଏଏଡିଟି)
ପ୍ୟାକେଜ୍ I : ୧୦,୪୩୭ପିସିୟୁ (୯,୨୩୬ ପିସିୟୁ ଟୋଲ ଲାଗୁ)
ପ୍ୟାକେଜ୍ II : ୭,୨୪୯ପିସିୟୁ (୬,୩୬୯ ପିସିୟୁ ଟୋଲ ଲାଗୁ)
The approval for the construction of a new coastal highway from Rameshwar to Paradeep in Odisha will improve connectivity across Khordha, Puri, Kendrapada and Jagatsinghpur districts while significantly reducing travel time. This modern project will strengthen logistics, support…
— Narendra Modi (@narendramodi) June 3, 2026
ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ଏକ ନୂତନ ଉପକୂଳ ରାଜପଥ ନିର୍ମାଣ ପାଇଁ ଅନୁମୋଦନ ଦ୍ୱାରା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଏବଂ ଜଗତସିଂପୁର ଜିଲ୍ଲାର ଯୋଗାଯୋଗରେ ଉନ୍ନତି ଆସିବ ଏବଂ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ । ଏହି ଆଧୁନିକ ପ୍ରକଳ୍ପ ଲଜିଷ୍ଟିକ୍ସକୁ ସୁଦୃଢ଼ କରିବ, ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ସମର୍ଥନ…
— Narendra Modi (@narendramodi) June 3, 2026


