ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ଜାରି ଅଭିଯାନ ଆଧାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମନ୍ତ୍ରାଳୟ ଏବଂ ସିପିଏସଇ ଦ୍ୱାରା ଜାରି ବୈଶ୍ୱିକ ଟେଣ୍ଡରରେ ଭାରତୀୟ ଜାହାଜ ପରିବହନ କମ୍ପାନୀମାନଙ୍କୁ ସବସିଡ଼ି ସମର୍ଥନ ଉପଲବ୍ଧ କରାଇ ଭାରତରେ ବାଣିଜ୍ୟିକ ଜାହାଜର ସଂଚାଳନକୁ ପ୍ରୋତ୍ସାହନ ପ୍ରଦାନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ସବସିଡ଼ି ପ୍ରଦାଦ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଉପଲବ୍ଧ ହେବ ଏବଂ ଏଥିପାଇଁ ମୋଟ ୧,୬୨୪ କୋଟି ପ୍ରଦାନକୁ ମନ୍ତ୍ରି ପରିଷଦ ସ୍ୱୀକୃତି ପ୍ରଦାନ କରିଛି ।

 

ଏହି ସବସିଡ଼ି ନିମ୍ନମତେ ପ୍ରଦାନ କରାଯିବ:

କ) ଗୋଟିଏ ଜାହାର ଯାହା ଭାରତରେ ଫେବୃଆରୀ ୧, ୨୦୨୧ ତାରିଖ ପରେ ଫ୍ଲାଗିଂ ହୋଇଥିବ ଏବଂ ଭାରତରେ ଫ୍ଲାଗିଂ ହେବା ସମୟରେ ଏହାର ଆୟୁଷ ୧୦ ବର୍ଷରୁ କମ୍‍ ହୋଇଥିବ, ସେପରି ସ୍ଥଳେ ଏହାକୁ ଏଲ୧ ବିଦେଶୀ ସିପିଂ କମ୍ପାନୀର ଆଧାରରେ ୧୫ ପ୍ରତିଶତ ବା ଭାରତୀୟ ଫ୍ଲାଗିଂବାଲା ଜାହାଜ ଦ୍ୱାରା ଉପସ୍ଥାପନ କରାଯାଇଥିବା ଆରଓଏଫଆର ଏବଂ ଏଲ୧ ବିଦେଶୀ କମ୍ପାନୀ ତୁଳନା ମଧ୍ୟରେ ବାସ୍ତବିକ ପାର୍ଥକ୍ୟ, ଯେଉଁଟି କମ୍‍ ହୋଇଥିବ, ସେଥିପାଇଁ ସମାନ ସବସିଡ଼ି ସମର୍ଥନ ଯୋଗାଇ ଦିଆଯିବ । ଗୋଟିଏ ଜାହାଜ ଯାହା ଭାରତରେ ଫେବୃଆରୀ୧, ୨୦୨୧ ପରେ ଫ୍ଲାଗିଂ ହୋଇଥିବ ଏବଂ ଭାରତରେ ଫ୍ଲାଗିଂର ଅବଧି ୧୦ରୁ ୨୦ ବର୍ଷର ପୁରୁଣା ହୋଇଥିବ, ସେପରିସ୍ଥଳେ ଏହାକୁ ଏଲ୧ ବିଦେଶୀ ସିପିଂ କମ୍ପାନୀ ଦ୍ୱାରା ଉପସ୍ଥାପନ କରାଯାଉଥିବା ନିଲାମୀ ଡାକ ଉପରେ ୧୦ ପ୍ରତିଶତ କିମ୍ବା ଭାରତୀୟ ଫ୍ଲାଗିଂ ବାଲା ଜାହାଜ ଦ୍ୱାରା ଉପସ୍ଥାପନ କରାଯାଇଥିବା ଆରଓଏଫଆର ଏବଂ ଏଲ୧ ବିଦେଶୀ କମ୍ପାନୀର ଉପସ୍ଥାପନ ମଧ୍ୟରେ ବାସ୍ତବିକ ପାର୍ଥକ୍ୟ, ଯେଉଁଟି କମ୍‍ ହୋଇଥିବ, ଏହି ହିସାବରେ ସମାନ ସବସିଡ଼ି ସମର୍ଥନ ଯୋଗାଇ ଦିଆଯିବ । ଯେଉଁ ହାରରେ ଏହି ସବସିଡ଼ି ସମର୍ଥନ ଯୋଗାଇ ଦିଆଯିବ, ତାହା ପ୍ରତି ବର୍ଷ ୧ ପ୍ରତିଶତ ହିସାବରେ କମିଚାଲିବ, ଯେପର୍ଯ୍ୟନ୍ତ ତାହା ଉପର ଲିଖିତ ଜାହାଜଗୁଡ଼ିକୁ ଉଭୟ ଶ୍ରେଣୀ ନିମନ୍ତେ କ୍ରମଶଃ ହ୍ରାସପାଇ ୧୦ ପ୍ରତିଶତ ଏବଂ ୫ ପ୍ରତିଶତ ହୋଇଯିବ ନାହିଁ ।

 

ଖ) ବର୍ତ୍ତମାନ ଭାରତ ଦ୍ୱାରା ପରିଚାଳିତ ଜାହାଜ ଯାହା ୧ ଫେବୃଆରୀ ୨୦୨୧ ସୁଦ୍ଧା ୧୦ ବର୍ଷଠାରୁ କମ୍‍ ପୁରୁଣା ହୋଇଥିବ, ସେସବୁକୁ ଏଲ୧ ବିଦେଶୀ ସିପିଂ କମ୍ପାନୀ ତୁଳନାରେ ୧୦ ପ୍ରତିଶତ ଅଥବା ଭାରତୀୟ ଫ୍ଲାଗିଂ ବାଲା ଜାହାଜ ଦ୍ୱାରା ଉପସ୍ଥାପନ କରାଯାଇଥିବା ଆରଓଏଫଆର ଏବଂ ଏଲ୧ ବିଦେଶୀ କମ୍ପାନୀ ଦ୍ୱାରା କରାଯାଇଥିବା ଉପସ୍ଥାପନ ମଧ୍ୟରେ ବାସ୍ତବ ଅନ୍ତର, ଯେଉଁଟି କମ୍‍ ହୋଇଥିବ, ସେସବୁକୁ ସମାନ ସବସିଡ଼ି ସମର୍ଥନ ପ୍ରଦାନ କରାଯିବ । ବର୍ତ୍ତମାନ ଭାରତର ଫ୍ଲାଗିଂ କରାଯାଇଥିବା ଜାହାଜ ଯାହାକି ୧ ଫେବୃଆରୀ, ୨୦୨୧ ସୁଦ୍ଧା ୧୦ରୁ ୨୦ ବର୍ଷ ମଧ୍ୟରେ ପୁରୁଣା ହୋଇଥିବ, ସେସବୁକୁ ଏଲ୧ ବିଦେଶୀ ସିପିଂ କମ୍ପାନୀ ଦ୍ୱାରା ଉପସ୍ଥାପନ କରାଯାଉଥିବା ଡାକ ଉପରେ ୫ ପ୍ରତିଶତ ଅଥବା ଭାରତୀୟ ପତାକାଯୁକ୍ତ ଜାହାଜ ଦ୍ୱାରା ଉପସ୍ଥାପନ କରାଯାଉଥିବା ଆରଓଏଫଆର ଏବଂ ଏଲ୧ ବିଦେଶୀ କମ୍ପାନୀ ଦ୍ୱାରା ଉପସ୍ଥାପନ କରାଯାଇଥିବା ଡାକରା ମଧ୍ୟରେ ପ୍ରକୃତ ଅନ୍ତର, ଯେଉଁଟି କମ୍‍ ହୋଇଥିବ, ସେମାନଙ୍କୁ ସମାନ ସବସିଡ଼ି ସମର୍ଥନ ପ୍ରଦାନ  କରାଯିବ ।

 

ଗ) ଏଭଳି ସ୍ଥିତିରେ ସବସିଡ଼ି ସମର୍ଥନର ପ୍ରାବଧାନ ଉପଲବ୍ଧ ହେବନାହିଁ, ଯେଉଁଠାରେ ଭାରତୀୟ ଫ୍ଲାଗିଂ ବାଲା ଜାହାଜ ଏଲ୧ ଡାକକାରୀ ହୋଇଥିବେ ।

ଘ)ବଜେଟୀୟ ସହଯୋଗ ସମ୍ବନ୍ଧିତ ମନ୍ତ୍ରାଳୟ/ ବିଭାଗକୁ ସିଧାସଳଖ ଉପଲବ୍ଧ କରାଯିବ ।

ଙ) ସବସିଡ଼ି ସମର୍ଥନ କେବଳ ସେହିସବୁ ଜାହାଜଗୁଡ଼ିକ ପ୍ରଦାନ କରାଯିବ, ଯେଉଁମାନେ ଯୋଜନାକୁ କାର୍ଯ୍ୟାନ୍ୱୟନ କରିବା ପରେ ଠିକା ହାସଲ କରିଥିବେ ।

ଚ) ଏହି ଯୋଜନା ଅଧୀନରେ ପ୍ରଥମ ବର୍ଷରୁ ଦ୍ୱିତୀୟ ବର୍ଷ ଭିତରେ ଏବଂ ବିଭିନ୍ନ ମନ୍ତ୍ରଣାଳୟ/ ବିଭାଗମାନଙ୍କ ମଧ୍ୟରେ ବ୍ୟୟ ନିମନ୍ତେ ପାଣ୍ଠି ଆବଣ୍ଟନରେ ନମନୀୟତା ଥିବ ।

ଛ) ୨୦ ବର୍ଷରୁ ଅଧିକ ପୁରୁଣା ଜାହାଜ ଏହି ଯୋଜନା ଅନ୍ତର୍ଗତ କୌଣସି ପ୍ରକାର ସବସିଡ଼ି ନିମନ୍ତେ ଯୋଗ୍ୟ ହେବେନାହିଁ ।

ଜ) ଏହି ଯୋଜନାର ବ୍ୟାପକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଅତିରିକ୍ତ ପାଣ୍ଠି ଆବଣ୍ଟନ ଦାବି କରିପାରିବ । 

ଝ) ୫ ବର୍ଷ ପରେ ଏହି ଯୋଜନାର ସମୀକ୍ଷା କରାଯିବ ।

ବିବରଣୀ:

କ) ଭାରତୀୟ ଫ୍ଲାଗ୍‍ଯୁକ୍ତ ଜାହାଜକୁ ଆର୍ଥିକ ସମସ୍ୟାରୁ ହେଉଥିବା କ୍ଷତି ଭଳି ସଂକଟରୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୧ ଫେବୃଆରୀ, ୨୦୨୧କୁ ଆର୍ଥିକ ବର୍ଷ ୨୦୨୧-୨୨ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ ଅବସରରେ ନିଜ ବଜେଟ ଅଭିଭାଷଣ ବେଳେ ଭାରତର ବ୍ୟାବସାୟିକ ଜାହାଜର ଫ୍ଲାଗିଂକୁ ପ୍ରୋତ୍ସାହନ ଦେବା ନିମନ୍ତେ ପାଞ୍ଚ ବର୍ଷରେ ୧,୬୨୪ କୋଟି ଟଙ୍କାର ଏକ ଯୋଜନାର ଘୋଷଣା କରିଥିଲେ । ସେଥିରେ ମନ୍ତ୍ରଣାଳୟ ଏବଂ ସିପିଏସଇ ଦ୍ୱାରା ଜାରି ବୈଶ୍ୱିକ ନିବିଦାଗୁଡ଼ିକରେ ଭାରତୀୟ ସିପିଂ କମ୍ପାନୀମାନଙ୍କୁ ସବସିଡ଼ି ସମର୍ଥନ ଉପଲବ୍ଧ କରାଇବା ସକାଶେ ବ୍ୟବସ୍ଥା କରାଯାଇଥିଲା ।

ଖ) ପାଞ୍ଚ ବର୍ଷ ନିମନ୍ତେ ଅନୁମାନିକ ଭାବେ ସର୍ବାଧିକ ୧,୬୨୪ କୋଟି ଟଙ୍କାର ସବସିଡ଼ି ପ୍ରଦାନ କରାଯିବ ।

ଗ)ବିଶ୍ୱର ସର୍ବଶ୍ରେଷ୍ଠ ଜାହାଜ ରେଜିଷ୍ଟରୀ ଅଧୀନରେ ୭୨ ଘଣ୍ଟା ଭିତରେ ଅନଲାଇନ୍‍ ପଂଜୀକରଣ କରାଯାଇପାରିବ । ଏହା ଫଳରେ ଭାରତରେ ଜାହାଜଗୁଡ଼ିକର ପଂଜୀକରଣ ସହଜ ଏବଂ ଆକର୍ଷକ ହେବ ଏବଂ ଭାରତୀୟ ଆମଦାନୀ ବୃଦ୍ଧିକୁ ମଧ୍ୟ ଲାଭ ମିଳିପାରିବ ।

ଘ) ଏହା ବ୍ୟତୀତ, ଏହାର ଉଦ୍ଦେଶ୍ୟ ହେଲା ଆଗାମୀ ଦିନରେ ଯେକୌଣସି ଫ୍ଲାଗିଂ ଜାହାଜକୁ ମୁତୟନ କିଉଙ୍କୁ ଭାରତୀୟ କ୍ରିଉରେ ପରିବର୍ତ୍ତନ କରିବା ନିମନ୍ତେ ୩୦ ଦିନର ସମୟ ଉପଲବ୍ଧ କରାଇବା ।

ଙ)ଏହିଭଳି ଭାବେ, ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଅନୁରୂପ ଜାହାଜଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଆବଶ୍ୟକ ସ୍ଥଳେ ବ୍ୟବସ୍ଥିତ କରିବା ସକାଶେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ।

ଚ)ଯୋଜନା ଉପରେ ଏକ ନିରୀକ୍ଷଣ ତନ୍ତ୍ର ଉପଲବ୍ଧ କରାଯାଇଛି ଯାହା ଏହି ଯୋଜନା ଉପରେ ଅଧିକ ପ୍ରଭାବୀ ଦୃଷ୍ଟି ରଖିପାରିବ ଏବଂ ସମୀକ୍ଷା ସଂପର୍କରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିପାରିବ । ଏଥିପାଇଁ, ଦୁଇ ପର୍ଯ୍ୟାୟବିଶିଷ୍ଟ ନିରୀକ୍ଷଣ ବ୍ୟବସ୍ଥାର ପରିକଳ୍ପନା କରାଯାଇଛି ଯାହା ନିମ୍ନମତେ କାର୍ଯ୍ୟକରିବ: (୧) ଶୀର୍ଷ ସମୀକ୍ଷା କମିଟି (ଏଆରସି), (୨) ଯୋଜନା ସମୀକ୍ଷା କମିଟି (ଏସଆରସି) ।

କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ:

କ)କାର୍ଯ୍ୟାନ୍ୱୟନ କାର୍ଯ୍ୟକ୍ରମ ସହିତ ହିଁ ଅଧିକତମ ୧୫ ପ୍ରତିଶତ ହାରରେ ଅନୁମାନିତ ସବସିଡ଼ିକୁ କୋଟି ଟଙ୍କାରେ ବର୍ଷୱାରୀ ଉପଯୋଗର ବିବରଣ ନିମ୍ନଲିଖିତ ମତେ ହେବ ।

 

 

 

2021-22

 

2022-23

 

2023-24

 

2024-25

 

2025-26

 

Total

 

Crude

 

62.10

 

124.19

 

186.29

 

248.39

 

310.49

 

931.46

 

LPG

 

34.72

 

69.43

 

104.15

 

138.87

 

173.59

 

520.76

 

Coal

 

10.37

 

20.75

 

31.12

 

41.50

 

51.87

 

155.61

 

Fertilizer

 

1.08

 

2.16

 

3.25

 

4.33

 

5.41

 

16.23

 

Total

 

108.27

 

216.53

 

324.81

 

433.09

 

541,36

 

1624.06

 

 

 

           

 (କୋଟି ଟଙ୍କା ହିସାବରେ)

ଖ) ଏହାର ପରିଣାମ ସ୍ୱରୂପ ଭାରତୀୟ ଜାହାଜ ଚଳାଚଳ ବ୍ୟାପକ ଏବଂ ମଜଭୁତ ହେବ ଯାହାକି ବୈଶ୍ୱିକ ଜାହାଜ ପରିବହନରେ ଭାରତୀୟ କମ୍ପାନୀମାନଙ୍କ ଯୋଗଦାନରେ ବୃଦ୍ଧି ଘଟିବା ସହିତ ଭାରତୀୟ ନାବିକମାନଙ୍କ ସକାଶେ ଅଧିକ ପ୍ରଶିକ୍ଷଣ ଏବଂ ରୋଜଗାରର ସୁଯୋଗ ଉପଲବ୍ଧ କରାଯିବା ସମ୍ଭବପର ହୋଇପାରିବ ।

ରୋଜଗାର ସୃଜନର କ୍ଷମତା ସହିତ ପ୍ରଭାବ:

କ) ଏହି ଯୋଜନା ଅଧୀନରେ ରୋଜଗାର ସୃଜନର ବ୍ୟାପକ ସମ୍ଭାବନା ରହିଛି । ଭାରତୀୟ ଫ୍ଲିଟ୍‍ର ବୃଦ୍ଧି ଦ୍ୱାରା ଭାରତୀୟ ନାବିକମାନଙ୍କୁ ପ୍ରତ୍ୟକ୍ଷ ଯୋଜଗାର ମିଳିପାରିବ, କାରଣ ଭାରତୀୟ ଜାହାଜଗୁଡ଼କୁ କେବଳ ଭାରତୀୟ ନାବିକମାନଙ୍କ ଅଧୀନରେ ରଖାଯିବା ଆବଶ୍ୟକ ପଡ଼ିବ ।

ଖ) ନାବିକ ହେବାପାଇଁ ଇଚ୍ଛୁକ କ୍ୟାଡେଟସମାନଙ୍କୁ ଜାହାଜରେ ଅନ ବୋର୍ଡ ପ୍ରଶିକ୍ଷଣ ପ୍ରଦାନ ଆବଶ୍ୟକ ହୋଇଥାଏ । ଭାରତୀୟ ଜାହାଜ ଭାରତୀୟ କ୍ୟାଡେଟ୍ସର ବାଳକ ବାଳିକାମାନଙ୍କୁ ଏଭଳି ପ୍ରଶିକ୍ଷଣ ଷ୍ଟଲ ଉପଲବ୍‍ଧ କରାଇପାରିବେ ।

ଗ) ଏହି ଦୁଇ ସୁବିଧା ଦ୍ୱାରା ବୈଶ୍ୱିକ ଜାହାଜ ପରିବହନ କ୍ଷେତ୍ରରେ ଭାରତୀୟ ନାବିକମାନଙ୍କର ସଂଖ୍ୟା ବୃଦ୍ଧି ପାଇବ ଏବଂ ଏଭଳି ଭାବେ ଭାରତରୁ ସମଗ୍ର ବିଶ୍ୱ ନାବିକମାନଙ୍କୁ ଗ୍ରହଣ କରିବା ସଂଖ୍ୟା ଦ୍ୱିଗୁଣିତ ହେବ ।

ଘ) ଏହା ବ୍ୟତୀତ, ଭାରତୀ ଫ୍ଲିଟ୍‍ର ବିସ୍ତାରଣ ଦ୍ୱାରା ଜାହାଜ ନିର୍ମାଣ, ଜାହାଜ ମରାମତି, ନିଯୁକ୍ତି, ବ୍ୟାଙ୍କିଙ୍ଗ୍‍ ଆଦି ସହାୟକ ଉଦ୍ଦ୍ୟୋଗଙ୍କର ବିକାଶ ଦ୍ୱାରା ପରୋକ୍ଷ ରୋଜଗାର ମଧ୍ୟ ସୃଷ୍ଟି ହୋଇପାରିବ ଏବଂ ଭାରତୀୟ ଜିଡିପି ବୃଦ୍ଧିରେ ଏହା ସହାୟକ ହେବ ।

 

 ଆର୍ଥିକ ପ୍ରଭାବ:

୧୫ ପ୍ରତିଶତ ହାରରୁ ଅଧିକତମ ବ୍ୟୟ କ୍ଷେତ୍ରରେ, ଆଗାମୀ ପାଞ୍ଚ ବର୍ଷରେ କୋଟି ଟଙ୍କା ହିସାବରେ ପ୍ରଦାନ କରାଯିବାକୁ ଥିବା ସବସିଡ଼ି ନିମ୍ନମତେ ହେବ:

 

Ministry

 

2021-22

 

2022-23

 

2023-24

 

2024-25

 

2025-26

 

Total

 

Crude

 

62.10

 

124.19

 

186.29

 

248.39

 

310.49

 

931.46

 

LPG

 

34.72

 

69.43

 

104.15

 

138.87

 

173.59

 

520.76

 

Coal

 

10.37

 

20.75

 

31.12

 

41.50

 

51.87

 

155.61

 

Fertilizer

 

1.08

 

2.16

 

3.25

 

4.33

 

5.41

 

16.23

 

Total

 

108.27

 

216.53

 

324.81

 

433.09

 

541 .36

 

1624.06

 

 

 

 (କୋଟି ଟଙ୍କା ହିସାବରେ)

ଲାଭ:

କ. ସମସ୍ତ ଭାରତୀୟ ନାବିକ

ଖ. ନାବିକ ହେବାକୁ ଇଚ୍ଛୁକ ସମସ୍ତ ଆକା„ୀ ଭାରତୀୟ କ୍ୟାଡେଟ୍‍

ଗ. ବର୍ତ୍ତମାନ କାର୍ଯ୍ୟରତ ଥିବା ସମସ୍ତ ଭାରତୀୟ ଜାହାଜ ପରିବହନ କମ୍ପାନୀ

ଘ. ସମସ୍ତ ଭାରତୀୟଙ୍କ ସହିତ ବିଦେଶୀ ନାଗରିକ, କମ୍ପାନୀ ଏବଂ ବୈଧାନିକ ସଂସ୍ଥା ଯାହାଙ୍କର ଭାରତୀୟ କମ୍ପାନୀ ସ୍ଥାପନା ଏବଂ ଭାରତରେ ଜାହାଜର ଫ୍ଲାଗିଂରେ ଋଚି ରହିଛି ।

ଙ.ଭାରତୀୟ ଅର୍ଥ ବ୍ୟବସ୍ଥା, କାରଣ ବିଦେଶୀ ଫ୍ଲାଗିଂ ଜାହାଜଗୁଡ଼ି ଉପରେ ବିଦେଶୀ ମୁଦ୍ରାର ଉତ୍‍ପ୍ରବାହ କାରଣ ଯୋଗୁ ଅଧିକ ଅର୍ଥ ସଞ୍ଚୟ କରାଯାଇପାରିବ ।

ପୃଷ୍ଠଭୂମି:

କ) ଭାରତର ଦୀର୍ଘ ୭,୫୦୦ କିଲୋମିଟରର ସମୁଦ୍ର ତଟ, ଏକ ମହତ୍ତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ ଆମଦାନି- ରପ୍ତାନି ବ୍ୟାପାରକୁ  ସାମ୍ପ୍ରତିକ ପରିସ୍ଥିତି ଆଧାରରେ ଲଗାତାର ବୃଦ୍ଧି ପାଇ ଚାଲିଛି । ୧୯୯୭ ମସିହା ପରଠାରୁ ଜାହାଜ ପରିବହନରେ ୧୦୦ ପ୍ରତିଶତ ଏଫଡ଼ିଆଇ ନୀତି ପ୍ରବର୍ତ୍ତନ ସତ୍ତ୍ୱେ, ଭାରତୀୟ ଜାହାଜ ପରିବହନ ଉଦ୍ଦ୍ୟୋଗ ଏବଂ ଭାରତର ରାଷ୍ଟ୍ରୀୟ ବ୍ୟବସ୍ଥା ନିଜକୁ ବୈଶ୍ୱିକ ସମକକ୍ଷ ତୁଳନାରେ ଖୁବ୍‍ ଛୋଟ ବୋଲି ବିବେଚନା କରାଯାଏ ।

ଖ) ବର୍ତ୍ତମାନ ସ୍ଥିତିରେ, ଭାରତୀୟ ଜାହାଜ ଚଳାଚଳ ବ୍ୟବସ୍ଥାର କ୍ଷମତା ବୈଶ୍ୱିକ କ୍ଷମତାର ମାତ୍ର ୧.୨ ପ୍ରତିଶତ ଅଂଶର ଅଧିକାରୀ ହୋଇପାରିଛି । ଭାରତର ଆମଦାନି- ରପ୍ତାନି ବାଣିଜ୍ୟ କାରବାରରେ ଭାରତୀୟ ଜାହାଜମାନଙ୍କୁ ଯୋଗଦାନ ୧୯୮୭-୮୮ର ୪୦.୭ ପ୍ରତିଶତରୁ ହ୍ରାସପାଇ ୨୦୧୮-୧୯ରେ ୭.୮ ପ୍ରତିଶତ ହୋଇଛି । ଏହା ଫଳରେ ଚଳାଚଳ କରୁଥିବା ବିଦେଶୀ ଜାହାଜ ପରିବହନ କମ୍ପାନୀମାନଙ୍କୁ ମାଲ ନେବାଆଣିବା ଭଡ଼ା ଦେବାକୁ ପଡ଼ୁଛି ଏବଂ ଏଥିଯୋଗୁ ପ୍ରଚୁର ପରିମାଣର ବିଦେଶୀ ମୁଦ୍ରା ବ୍ୟୟ କରିବାକୁ ପଡ଼ୁଛି ଯାହା ୨୦୧୮-୧୯ ବର୍ଷରେ ୫୩ ବିଲିଅନ୍‍ ଡଲାର ଥିଲା ଏବଂ ବିଗତ ୧୩ ବର୍ଷରେ ଏଥିପାଇଁ ହାରାହାରି ୬୩୭ ବିଲିଅନ ଡଲାର ଖର୍ଚ୍ଚ କରିବାକୁ ପଡ଼ିଛି ।

ଗ) ଭାରତୀୟ ଫ୍ଲାଗିଂ କରାଯାଇଥିବା ଜାହାଜଗୁ୍‍ଡ଼ିକ ନିମନ୍ତେ ଅନିବାର୍ଯ୍ୟ ଭାବେ ଭାରତୀୟ କ୍ରିଉକୁ ଯୋଡ଼ିବା ଏବଂ ଭାରତୀୟ ଟିକସ ବ୍ୟବସ୍ଥା ଓ କମ୍ପାନୀ ଆଇନର ଅନୁପାଳନ କରିବା ଅନିବାର୍ଯ୍ୟ କରାଯାଇଛି । ଏଥି ନିମନ୍ତେ, ବିଦେଶୀ ଜାହାଜଗୁଡ଼ିକ ତୁଳନାରେ ଭାରତୀୟ ଜାହାଜମାନଙ୍କ ପରିଚାଳନା ଭଡ଼ା ବେଶ୍‍ ଅଧିକ ରହିଛି। ବିଦେଶ ଯାତ୍ରାରେ ଏକ ଭାରତୀୟ ଜାହାଜର ପରିଚାଳନା ଭଡ଼ା ପ୍ରାୟ ୨୦ ପ୍ରତିଶତ ଅଧିକ ଆସିଥାଏ । ପରିଚାଳନା ଭଡ଼ାରେ ଥିବା ଏହି ଅନ୍ତର କାରଣରୁ ଋଣ କୋଷ, ସ୍ୱଳ୍ପକାଳୀନ ଋଣ, ଭାରତୀୟ ଜାହାଜମାନଙ୍କ ସହିତ ସଂଶ୍ଳିଷ୍ଟ ଭାରତୀୟ ନାବିକମାନଙ୍କ ବେତନ ଉପରେ ଟିକସ ବ୍ୟବସ୍ଥା, ଜାହାଜଗୁଡ଼ିକର ଆମଦାନୀ ଉପରେ ଆଇଜିଏସଟି, ଜିଏସଟି ଟିକସ କ୍ରେଡ଼ିଟ୍‍ ଉପରେ ରୋକ, ଦୁଇଟି ଭାରତୀୟ ବନ୍ଦର ମଧ୍ୟରେ  ସେବା ଉପଲବ୍ଧ କରାଉଥିବା ଭାରତୀୟ ଜାହାଜମାନଙ୍କ ଉପରେ ଭେଦଭାବପୂର୍ଣ୍ଣ ଜିଏସଟି ରହିଛି, ଏସବୁ ଏଭଳି ପ୍ରକାର ସେବା ପ୍ରଦାନକାରୀ ବିଦେଶୀ ଜାହାଜ ଉପରେ ଲାଗୁ କରାଯାଇନଥାଏ । ଦ୍ୱିତୀୟରେ, ଏକ ଭାରତୀୟ ଚାର୍ଟର ଦ୍ୱାରା ସ୍ଥାନୀୟ ସିପିଂ କମ୍ପାନୀ ସହିତ ସେବାଗୁଡ଼ିକ ନିମନ୍ତେ ଅନୁବନ୍ଧର ତୁଳନାରେ ସିପିଂ ସେବାର ଆମଦାନି ଶସ୍ତା ପଡ଼ିଥାଏ ।

ଘ) ସରକାର ଏଫଓବି ଉପରେ ଆମଦାନୀ ନୀତିକୁ ସରକାର ସମର୍ଥନ କରୁଥାନ୍ତୁ ପଛକେ, କିନ୍ତୁ ବାସ୍ତବିକତାରେ ସାର ଏବଂ କୋଇଲା ଭଳି ଶୁଷ୍କ ବ୍ଲକ୍‍ ଆମଦାନୀର ଏକ ପ୍ରମୁଖ ଭାଗକୁ ସିଆଇଏଫ ଆଧାରରେ ହିଁ ଆମଦାନି କରିବା ନିମନ୍ତେ ଅନୁମତି ମିଳୁଛି । ଅଶୋଧିତ ତୈଳର ହାରାହାରି ୩୫ ପ୍ରତିଶତ ଆମଦାନି ମଧ୍ୟ ଜିଆଇଏଫ ଆଧାରରେ ହିଁ କରାଯାଇଥାଏ । ଏହା ଫଳରେ ଚଳାଚଳ କରୁଥିବା ଭାରତୀୟ ମାଲବାହୀ ଜାହାଜର କାରବାର ଦ୍ୱାରା ବଜାରର ଭାଗୀଦାରୀ ଅବସରରେ କ୍ଷତି ହୋଇଥାଏ ।

ଙ) କେତେକ ବିଦେଶୀ କମ୍ପାନୀମାନଙ୍କ ତୁଳନାରେ ଭାରତୀୟ ଜାହାଜ କମ୍‍ ପ୍ରତିସ୍ପର୍ଦ୍ଧି ଅଟନ୍ତି । ତେଣୁ ପ୍ରଥମେ ପ୍ରତ୍ୟାଖ୍ୟାନର ଅଧିକାର (ଆରଓଏଫଆର) ନୀତି ଭାରତୀୟ ଆମଦାନୀକୁ ବୃଦ୍ଧି କରିବା ନିମନ୍ତେ ସକ୍ଷମ ହୋଇପାରନ୍ତି ନାହିଁ । ଇଣ୍ଡିଆନ୍‍ ନେସନାଲ ସିପ ଓନର୍ସ ଏସୋସିଏସନ୍‍ (ଆଇଏନଏସଏ) ସୂତ୍ରରୁ ପ୍ରାପ୍ତ ପରିସଂଖ୍ୟାନ ସୂଚୀତ କରେ ଯେ ଆରଓଏଫଆର ବ୍ୟବସ୍ଥା ଅଧୀନରେ ହିଁ ୯୫ ପ୍ରତିଶତ ଏନଓସି ଜାରି କରାଯାଇଥାଏ । ଏହା ବ୍ୟତୀତ, ଆରଓଏଫଆରି ବସଶ୍ୱସନୀୟ ଦୀର୍ଘକାଳୀନ ଅନୁବନ୍ଧ ସୁନିଶ୍ଚିତ କରେନାହିଁ ଏବଂ ଏହା କେବଳ ବିଦେଶୀ ଜାହାଜ ପରିବହନ କମ୍ପାନୀମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଦରକୁ ସମାନ କରିବାର ଏକ ଅବସର ଅଟେ ଯାହା କମ୍‍ ପରିଚାଳନ ଭଡ଼ାକୁ ପ୍ରତିସ୍ପର୍ଦ୍ଧୀ ବୃଦ୍ଧିରୁ ଲାଭ ଉଠାଇଥାଏ । ଭାରତୀୟ ଜାହାଜମାନଙ୍କ ନିମନ୍ତେ ପ୍ରଥମେ ପ୍ରତ୍ୟାଖ୍ୟାନ କରିବାର ଅଧିକାର ନୀତି ସେତିକିବେଳେ ଫାଇଦାଯୁକ୍ତ ହୋଇପାରିବ, ଯେତେବେଳେ ଭାରତୀୟ ଜାହାଜଗୁଡ଼ିକୁ ପ୍ରତିସ୍ପର୍ଦ୍ଧୀ ବନାଯାଇପାରିବ ।

ଚ) ଭାରତୀୟ ଜାହାଜ ପରିବହନ ଉଦ୍ଦ୍ୟୋଗର ବିକାଶକୁ ପ୍ରୋତ୍ସାହନ ଦେବାଭଳି ନୀତି ମଧ୍ୟ ଆବଶ୍ୟକ, କାରଣ ବୃହତ୍‍ ରାଷ୍ଟ୍ରୀୟ ଜାହାଜ ଚଳାଚଳ ବ୍ୟବସ୍ଥା ଭାରତକୁ ଆର୍ଥିକ, ବାଣିଜ୍ୟିକ ଏବଂ ରଣନୀତିକ ବୃଦ୍ଧି ହାସଲ କରିବା ଦିଗରେ ସହାୟକ ହେବ । ଏକ ସୁଦୃଢ଼ ଏବଂ ବିବିଧତାପୂର୍ଣ୍ଣ ସ୍ୱଦେଶୀ ଜାହାଜ ଚଳାଚଳ ବ୍ୟବସ୍ଥା ଦ୍ୱାରା କେବଳ ବିଦେଶୀ ଜାହାଜ ପରିବହନ କମ୍ପାନୀମାନଙ୍କୁ ମିଳୁଥିବା ମାଲ ଭଡ଼ା ବିଲ୍‍ ପୈଠ କରିବା ପାଇଁ ଆବଶ୍ୟକ  ବିଦେଶୀ ମୁଦ୍ରାକୁ ରୋକାଯାଇପାରିବ ନାହିଁ ଅପରପକ୍ଷେ, ଭାରତକୁ ବିଶେଷ ସାମଗ୍ରୀ କାରବାର ନିମନ୍ତେ ବିଦେଶେୀ ଜାହାଜମାନଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ । ବୃହଦାକାର ଭାରତୀୟ ଜାହାଜ ଚଳାଚଳ ବ୍ୟବସ୍ଥା ଦ୍ୱାରା ଅନ୍ୟାନ୍ୟ ଲାଭ ମଧ୍ୟ ମିଳିବ ଏବଂ ଭାରତୀୟ ନାବିକମାନଙ୍କ ନିମନ୍ତେ ପ୍ରଶିକ୍ଷଣର ଅବସର ବୃଦ୍ଧି, ଭାରତୀୟ ନାବିକମାନଙ୍କ ନିମନ୍ତେ ରୋଜଗାର ବୃଦ୍ଧି, ବିଭିନ୍ନ କର ସଂଗ୍ରହ ବୃଦ୍ଧି, ସହାୟକ ଉଦ୍ଦ୍ୟୋଗମାନଙ୍କର ବିକାଶ ଏବଂ ବ୍ୟାଙ୍କ୍‍ରୁ ଋଣ ନେବାର କ୍ଷମତାରେ ସୁଧାର ସାମିଲ ।

ଛ) ଭାରତୀୟ ଜାହାଜ ପରିବହନ କମ୍ପାନୀମାନଙ୍କ ନିମନ୍ତେ ପ୍ରସ୍ତାବିତ ସବସିଡ଼ି ସମର୍ଥନ ଦ୍ୱାରା ଭାରତୀୟ ଧ୍ୱଜାଙ୍କିତ ଜାହାଜମାନଙ୍କ ଦ୍ୱାରା ଅଧିକ ସରକାରୀ ଆମଦାନି କାରବାର କରିବା ସକ୍ଷମ ହୋଇପାରିବ । ଏହା ବ୍ୟତୀତ, ଏଥିରୁ ଭାରତରେ ବାଣିଜ୍ୟିକ ଜାହାଜ ଅଧିକ ଆକର୍ଷକ ହୋଇପାରିବେ, କାରଣ ସବସିଡ଼ି ସମର୍ଥନ ଦ୍ୱାରା ବର୍ତ୍ତମାନ ତୁଳନାତ୍ମକ ରୂପରେ ଉଚ୍ଚ ବ୍ୟୟର ଏକ ସୀମା ପର୍ଯ୍ୟନ୍ତ ଭରଣା ହୋଇପାରିବ । ଏହାଦ୍ୱାରା ଫ୍ଲାଗିଂରେ ବୃଦ୍ଧି ହେବ ଏବଂ ଭାରତୀୟ ଜାହାଜମାନଙ୍କରେ ନିବେଶକୁ ଭାରତୀୟ କାର୍ଗୋ ପର୍ଯ୍ୟନ୍ତ ପହଞ୍ଚ ଫଳରେ ଯୋଡ଼ାଯାଇ ପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's crude supply secure, LPG production increased: Hardeep Puri

Media Coverage

India's crude supply secure, LPG production increased: Hardeep Puri
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates José Antonio Kast Rist on assuming the office of the President of Chile
March 13, 2026

The Prime Minister, Shri Narendra Modi congratulated José Antonio Kast Rist on assuming the office of the President of Chile. Shri Modi stated that he looks forward to working closely with him to further strengthen the warm and friendly relations between India and Chile and to deepen cooperation across trade, technology and energy. “Best wishes for a successful tenure! ”, Shri Modi said.

The Prime Minister posted on X:

“Warm congratulations to José Antonio Kast Rist on assuming the office of the President of Chile. I look forward to working closely with him to further strengthen the warm and friendly relations between India and Chile and to deepen our cooperation across trade, technology and energy. Best wishes for a successful tenure! “

@joseantoniokast