ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ତେଲଙ୍ଗାନାରେ ଜାତୀୟ ରାଜପଥ (ଏନଏଚ୍)-୬୩ର ଆରମୁର-ଜଗତିଆଲ୍-ମାଞ୍ଚେରିଆଲ୍ ସେକ୍ସନକୁ ହାଇବ୍ରିଡ୍ ଆନୁଇଟି ମଡେଲ୍ (ଏଚଏଏମ)ରେ ଏବଂ ଜାତୀୟ ରାଜପଥ (ଏନଏଚ)-୫୬୩ର ଜଗତିଆଲ୍-କରିମନଗର ସେକ୍ସନକୁ ବିଲ୍ଡ-ଅପରେଟ୍-ଟ୍ରାନ୍ସଫର (ଟୋଲ୍) [ବିଓଟି (ଟୋଲ୍)] ମଡେଲରେ ତିନୋଟି କାର୍ଯ୍ୟ ପ୍ୟାକେଜ୍‌ରେ  ୪-ଲେନ ମାନଦଣ୍ଡ ବିଶିଷ୍ଟ ପ୍ରଶସ୍ତ କରିବାକୁ ଅନୁମୋଦନ ପ୍ରଦାନ କରିଛି।  ଏହି ପ୍ରକଳ୍ପର ମୋଟ ଲମ୍ବ ୧୯୦.୭୬ କିଲୋମିଟର ଏବଂ ବ୍ୟୟ ଅଟକଳ ୭୫୯୭.୧୬ କୋଟି ଟଙ୍କା ରହିଛି।

ଆରମୁର-ଜଗତିଆଲ-ମଞ୍ଚେରିଆଲ ପ୍ରକଳ୍ପ ସେକ୍ସନ ତେଲେଙ୍ଗାନାର ନିଜାମାବାଦ, ଜଗତିଆଲ ଏବଂ ମଞ୍ଚେରିଆଲ ଜିଲ୍ଲା ଦେଇ ଗତି କରେ, ଯେଉଁଠାରେ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଜନଗହଳିପୂର୍ଣ୍ଣ ଅଙ୍କାସପୁର, କୋରୁତଲା, ଜଗତିଆଲ, ଧର୍ମପୁରୀ, ଲକ୍ଷେଟିପେଟ୍ ଏବଂ ମଞ୍ଚେରିଆଲ ଆଦି ସ୍ଥାନଗୁଡ଼ିକ ବର୍ତ୍ତମାନ ଟ୍ରାଫିକ୍ ଭିଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି, ଜଗତିଆଲ-କରିମନଗର ସେକ୍ସନ ମଧ୍ୟ ଏହି ମାର୍ଗରେ ଅବସ୍ଥିତ ଅତ୍ୟନ୍ତ ଭିଡ଼ ଏବଂ ଘନ ଜନବସତି ଅଞ୍ଚଳ ଯେପରିକି ଜଗତିଆଲ, ପୋଥାରାମ, ଗଙ୍ଗାଧାର ଏବଂ କରିମନଗର ଦେଇ ଗତି କରେ ।

ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ଜନବସତି ଅଞ୍ଚଳଗୁଡ଼ିକ ପାଇଁ ବାଇପାସ୍ ଏବଂ ଓପନ୍ ଟୋଲିଂ ବ୍ୟବସ୍ଥା ସହିତ ୪-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯାହାକି ଘଣ୍ଟା ପ୍ରତି ୧୦୦ କିଲୋମିଟରର ଗତି ସୁନିଶ୍ଚିତ କରିବ। ଏସବୁ ପ୍ରକଳ୍ପ ତେଲେଙ୍ଗାନାର ନିଜାମାବାଦ, ଜଗତିଆଲ୍, ମାଞ୍ଚେରିଆଲ୍ ଏବଂ କରିମନଗର ଜିଲ୍ଲାଗୁଡ଼ିକରେ ଗମନାଗମନ କ୍ଷମତାରେ ଉନ୍ନତି ଆଣିବ। ଏହି ପ୍ରକଳ୍ପ ଆଞ୍ଚଳିକ ଗମନାଗମନକୁ ବୃଦ୍ଧି କରିବା ସହ ସାମାଜିକ-ଅର୍ଥନୈତିକ ବିକାଶକୁ ମଧ୍ୟ ପ୍ରୋତ୍ସାହିତ କରିବ।

‘ପ୍ରଧାନମନ୍ତ୍ରୀ ଗତି ଶକ୍ତି’ ନୀତି ସହିତ ସମନ୍ୱୟ ରଖି, ଏହି ପ୍ରକଳ୍ପଗୁଡ଼ିକ ପାଞ୍ଚଟି ଅର୍ଥନୈତିକ କେନ୍ଦ୍ର, ସାତଟି ସାମାଜିକ କେନ୍ଦ୍ର ଏବଂ ଦଶଟି ଲଜିଷ୍ଟିକ୍ ନୋଡକୁ ପରସ୍ପର ସହିତ ସଂଯୋଗ କରିବ। ଏହି ପଦକ୍ଷେପ ଦେଶର ଲଜିଷ୍ଟିକ୍ସ ପରଫର୍ମାନ୍ସ ଇଣ୍ଡେକ୍ସ (ଏଲପିଆଇ) ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ପ୍ରକଳ୍ପ ସମାପ୍ତ ହେବା ପରେ, ଆରମୁର ଏବଂ ମଞ୍ଚେରିଆଲ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୧ ଘଣ୍ଟା ୩୦ ମିନିଟ୍ ଏବଂ ଜଗତିଆଲ ଏବଂ କରିମନଗର ମଧ୍ୟରେ ପ୍ରାୟ ୪୫ ମିନିଟ୍ ହ୍ରାସ ପାଇବାର ଆଶା କରାଯାଉଛି। ଏହା ଯାତ୍ରୀ ଏବଂ ମାଲ ପରିବହନ ପାଇଁ ନିରାପଦ, ଦ୍ରୁତ ଏବଂ ସୁଗମ ସଂଯୋଗୀକରଣ ସୁନିଶ୍ଚିତ କରିବ। ଏହା ସହିତ, ଏହି ପ୍ରକଳ୍ପ ଇନ୍ଧନ ବ୍ୟବହାର, ଅଙ୍ଗାରକ ନିର୍ଗମନ ଏବଂ ଯାନବାହାନ ଚାଳନା ଖର୍ଚ୍ଚ ହ୍ରାସରେ ସହାୟକ ହେବ।

Appendix - I: Project Details

Description

Armoor- Jagtial Section of NH-63

Jagtial Mancherial Section of NH-63

Jagtial- Karimnagar Section of NH-563

Length (km)

63.600

68.295

58.866

Brownfield length (Km)

17.95

2.05

24.14

Greenfield Length (Km)

45.65

66.10

34.96

Total Civil Cost (Rs Cr.)

1266.58

1477.17

1455.01

Land and other Pre-construction Cost (Rs Cr.)

504.26

436.93

394.53

Total Capital Cost (Rs Cr.)

2471.76

2730.72

2394.68

Mode

Hybrid Annuity Model (HAM)

Hybrid Annuity Model (HAM)

Build-Operate-Transfer (Toll) [BOT (Toll)]

Total Concession Period

17.5 years (2.5 years construction + 15 years O&M)

17.5 years (2.5 years construction + 15 years O&M)

20 years (including 2.5 years construction)

Economic / Social Nodes

Economic Nodes:  2 SEZ- Siddipet, Warangal Urban; Mega Food Parks- Nizamabad, Siddipet; Fishing Seafood Cluster- Rajanna Sircilla.

Social Nodes: Vemulawada, Kondagattu, Nagunur Fort, Dharmapuri, Kaleshwaram, Lower Mannair Dam, Quila Fort.

Logistic Nodes

Railway Stations: Nizamabad, Lingampet/ jagtial, peddapalli, Korutla, Mancherial,

 

Railway Stations:, Lingampet/ Jagtial, Poddur, Gangadhara, Karimnagar,

 

Employment Generation Potential

34.43 Lakhs Man-Days (direct) & 42.7 lakh Man-Days (indirect)

Annual Average Daily Traffic (AADT) in FY-2024-25

14,949 PCU/day

12,084 PCU/day

20,446 PCU/day

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How ODOP is helping Pratapgarh turn its amla into a bigger business

Media Coverage

How ODOP is helping Pratapgarh turn its amla into a bigger business
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 1, 2026
September 01, 2026

#ModiHaiTohMumkinHai: Economy, Diplomacy and Atmanirbhar Milestones in One Social-Media Sweep