ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ  ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଝରିଆ ମାଷ୍ଟର ପ୍ଲାନକୁ ଅନୁମୋଦନ କରାଯାଇଛି । ଝରିଆ କୋଇଲା କ୍ଷେତ୍ରରେ ଅଗ୍ନିକାଣ୍ଡ ଓ ଭୂସ୍ଖଳନ ମୁକାବିଲା ଏବଂ ପ୍ରଭାବିତ ପରିବାରର ପୁନର୍ବାସ ଲାଗି ଏହି ମାଷ୍ଟର ପ୍ଲାନକୁ ମଞ୍ଜୁରି ମିଳିଛି। ସଂଶୋଧିତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୋଟ ୫,୯୪୦ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବା ଦ୍ୱାରା ଅଗ୍ନିକାଣ୍ଡ ଏବଂ ଭୂସ୍ଖଳନ ରୋକିବା ଏବଂ ପ୍ରଭାବିତ ପରିବାରଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସବୁଠାରୁ କଷ୍ଟକର ସ୍ଥାନରୁ ନେଇ ସୁରକ୍ଷିତ ସ୍ଥାନରେ ଥଇଥାନ କରିବା ସୁନିଶ୍ଚିତ ହେବ।

ସଂଶୋଧିତ ଝରିଆ ମାଷ୍ଟର ପ୍ଲାନ୍‌ରେ ପୁନର୍ବାସ ହୋଇଥିବା ପରିବାର ପାଇଁ ସ୍ଥାୟୀ ଜୀବିକା ନିର୍ବାହର ଉପାୟ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପୁନର୍ବାସ ହୋଇଥିବା ପରିବାରଗୁଡ଼ିକର ଆର୍ଥିକ ସ୍ୱାବଲମ୍ବନ ପାଇଁ ସ୍ୱତନ୍ତ୍ର ଦକ୍ଷତା ବିକାଶ ଏବଂ ନିଯୁକ୍ତି ଆଧାରିତ ପଦକ୍ଷେପ ନିଆଯିବ।

ଏହା ବ୍ୟତୀତ, ଆଇନଗତ ଜମି ମାଲିକାନା ଧାରକ (ଏଲଟିଏଚ୍‌) ପରିବାର ଏବଂ ଅଣପଞ୍ଜିକୃତ ଜମି ମାଲିକ (ଅଣ-ଏଲଟିଏଚ) ପରିବାର ଉଭୟଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବିକା ଅନୁଦାନ ଏବଂ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂସ୍ଥାଗତ ଋଣ ସହାୟତା ପ୍ରଦାନ କରାଯିବ।

ଏହା ସହିତ, ପୁନର୍ବାସିତ ସ୍ଥାନରେ ରାସ୍ତା, ବିଦ୍ୟୁତ୍, ଜଳ ଯୋଗାଣ, ସ୍ୱେରେଜ, ସ୍କୁଲ, ହସ୍ପିଟାଲ, ଦକ୍ଷତା ବିକାଶ କେନ୍ଦ୍ର, ଗୋଷ୍ଠୀ ଗୃହ ଭଳି ବ୍ୟାପକ ଭିତ୍ତିଭୂମି ଏବଂ ଅତ୍ୟାବଶ୍ୟକ ସୁବିଧା ବିକଶିତ କରାଯିବ। ସଂଶୋଧିତ ଝରିଆ ମାଷ୍ଟର ପ୍ଲାନ୍ କାର୍ଯ୍ୟକାରୀ କମିଟିର ସୁପାରିସ ଅନୁଯାୟୀ ଏହି ବ୍ୟବସ୍ଥାଗୁଡ଼ିକ କାର୍ଯ୍ୟକାରୀ କରାଯିବ। ଏହା ସାମଗ୍ରିକ ଏବଂ ମାନବୀୟ ପୁନର୍ବାସ ସୁନିଶ୍ଚିତ କରିବ।

ପୁନର୍ବାସ ହୋଇଥିବା ଲୋକମାନଙ୍କ ଜୀବିକା ନିର୍ବାହ ପାଇଁ ଏକ ସମର୍ପିତ ଝରିଆ ବିକଳ୍ପ ଜୀବିକା ପୁନର୍ବାସ ପାଣ୍ଠି ଗଠନ କରାଯିବ। ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ବହୁମୁଖୀ ଦକ୍ଷତା ବିକାଶ ପ୍ରତିଷ୍ଠାନ ସହଯୋଗରେ ଦକ୍ଷତା ବିକାଶ ପଦକ୍ଷେପ ମଧ୍ୟ ନିଆଯିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Political stability helped India seal major trade deals: PM Narendra Modi

Media Coverage

Political stability helped India seal major trade deals: PM Narendra Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets the former President of India
February 16, 2026

Prime Minister Shri Narendra Modi met the former President Shri Ram Nath Kovind Ji today.

In a post on X, Shri Modi wrote:

“Wonderful meeting former President Shri Ram Nath Kovind Ji. His insights on various subjects are always thoughtful and enriching.”