ଭାରତ-ଇସ୍ରାଏଲ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବାକୁ ଦୁଇ ନେତାଙ୍କ ଆଲୋଚନା
ଆତଙ୍କବାଦ ପ୍ରସଙ୍ଗରେ ଶୂନ୍ୟ ସହନଶୀଳତା ପାଇଁ ଉଭୟ ନେତା ସହମତ
ପଶ୍ଚିମ ଏସିଆ ଅଞ୍ଚଳରେ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଇସ୍ରାଏଲର ପ୍ରଧାନମନ୍ତ୍ରୀ ମହାମହିମ ବେଞ୍ଜାମିନ ନେତନ୍ୟାହୁଙ୍କ ଠାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କଲ୍ ପାଇଥିଲେ ।
ଭାରତ-ଇସ୍ରାଏଲ ରଣନୀତିକ ସହଭାଗିତାରେ ହେଉଥିବା ଅଗ୍ରଗତିରେ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପାରସ୍ପରିକ ଲାଭ ପାଇଁ ଏହି ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ସେମାନେ ପ୍ରତିବଦ୍ଧତା ଦୋହରାଇଥିଲେ ।
ଆତଙ୍କବାଦକୁ ଉଭୟ ନେତା କଠୋର ସମାଲୋଚନା କରିଥିଲେ ଏବଂ ଆତଙ୍କବାଦର ଯେକୌଣସି ସ୍ୱରୂପ ପ୍ରତି ଶୂନ୍ୟ ସହନଶୀଳତା ଆଭିମୁଖ୍ୟକୁ ଦୋହରାଇଥିଲେ ।
ପଶ୍ଚିମ ଏସିଆ ପ୍ରସଙ୍ଗରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ । ଏହି ଅଞ୍ଚଳରେ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟାକୁ ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଗାଜା ଶାନ୍ତି ଚୁକ୍ତିକୁ ତୁରନ୍ତ ଲାଗୁ ପାଇଁ ମଧ୍ୟ ମତ ଦେଇଥିଲେ ।
ନିୟମିତ ସମ୍ପର୍କରେ ରହିବାକୁ ଦୁଇ ନେତା ସହମତ ହୋଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi