ଅଲିମ୍ପିକ ଅସିଚାଳନା ପ୍ରତିଯୋଗିତାରେ ପରବର୍ତ୍ତୀ ପର୍ଯ୍ୟାୟରେ ହାରିବା ପୂର୍ବରୁ ଏହି ପ୍ରତିଯୋଗିତାରେ ଭାରତକୁ ପ୍ରଥମ ଅଲିମ୍ପିକ ବିଜୟ ପ୍ରଦାନ କରିଥିବା ଭାରତୀୟ ଅସିଚାଳିକା ସି.ଏ. ଭବାନୀ ଦେବୀଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଅଲିମ୍ପିଆନ ଭବାନୀ ଦେବୀଙ୍କ ଭାବପୂର୍ଣ୍ଣ ଟ୍ୱିଟ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି,
"ଆପଣ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କଲେ ଓ ତାହା ବେଶ ଗୁରୁତ୍ୱପୂର୍ଣ୍ଣ
ଜିତିବା ଓ ହାରିବା ଜୀବନର ଅଙ୍ଗ
ଆପଣଙ୍କ ଅବଦାନ ପାଇଁ ଭାରତ ବେଶ ଗର୍ବିତ । ଆମ ନାଗରିକଙ୍କ ପାଇଁ ଆପଣ ପ୍ରେରଣା ।"
You gave your best and that is all that counts.
— Narendra Modi (@narendramodi) July 26, 2021
Wins and losses are a part of life.
India is very proud of your contributions. You are an inspiration for our citizens. https://t.co/iGta4a3sbz


