ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଦେଶରୁ ଜାତୀୟ ଐତିହ୍ୟକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଜି କିଷାନ୍ ରେଡ୍ଡୀ ଏକ ଟୁଇଟରେ କହିଥିଲେ, ଭଗବାନ ହନୁମାନଙ୍କ ଏକ ଧାତବ ମୂର୍ତ୍ତି ଯାହାକି ଚୋଳ ସାମ୍ରାଜ୍ୟବେଳେ (୧୪ଶ-୧୫ଶ ଶତାବ୍ଦୀ) ଆରିୟାଲୁର ଜିଲ୍ଲା ପୋଟ୍ଟାବେଲି ଭେଲ୍ଲୁର ସ୍ଥିତ ଶ୍ରୀ ବରଥରାଜା ପେରୁମଲ୍ ବିଷ୍ଣୁ ମନ୍ଦିରରୁ ଚୋରି ହୋଇଥିଲା ତାହାକୁ ଅଷ୍ଟ୍ରେଲିଆ ସ୍ଥିତ ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଛି ।
ଏହାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଅଦ୍ୟାବଧି ୨୫୧ କଳାକୃତିକୁ ବିଭିନ୍ନ ଦେଶରୁ ଫେରାଇ ଅଣାଯାଇଛି । ସେଥିମଧ୍ୟରୁ ୨୩୮ଟି ୨୦୧୪ ପରଠୁ ଫେରିଛି ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ।
‘ ଆମେ ଆମର ମୂଲ୍ୟବାନ୍ ଐତିହ୍ୟକୁ ଫେରାଇ ଆଣିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ’ ।
We are constantly working towards ensuring our prized heritage comes back home. https://t.co/35nK2dCW8R
— Narendra Modi (@narendramodi) April 25, 2023


