ଭାରତୀୟ ଗଣତନ୍ତ୍ର କେବଳ ଅନେକ ଗୁଡ଼ିଏ ସମ୍ବିଧାନରୁ ସଂଗୃହୀତ ବ୍ୟବସ୍ଥାର ସମାହାର ନୁହେଁ, ଏହା ଆମର ଜୀବନ ଧାରା: ପ୍ରଧାନମନ୍ତ୍ରୀ
ସଂସଦ ଟିଭି ରାଷ୍ଟ୍ରର ଗଣତନ୍ତ୍ର ଏବଂ ଲୋକ ପ୍ରତିନିଧିମାନଙ୍କର ଏକ ନୂତନ ସ୍ୱର ଭାରବ କାର୍ଯ୍ୟ କରିବ: ପ୍ରଧାନମନ୍ତ୍ରୀ
ବ୍ୟବସ୍ଥା ସହିତ ଯୋଡ଼ିହୋଇ ରହିବା ମଧ୍ୟ ସଂସଦୀୟ ବ୍ୟବସ୍ଥା ପାଇଁ ପ୍ରଯୁଜ୍ୟ: ପ୍ରଧାନମନ୍ତ୍ରୀ

ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଏମ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି  ଶ୍ରୀ ଓମ୍‍ ବିରଳା ଆଜି ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଅବସରରେ ମିଳିତ ଭାବେ ସଂସଦ ଟିଭିର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏଭଳି ଏକ ଚାନେଲ ସହିତ ସଂସଦ ସଂଶ୍ଳିଷ୍ଟ ହୋଇଥିବା ଘଟଣାକୁ ଉଚ୍ଚ ପ୍ରଶଂସା କରିବା ସହିତ ମତ ପୋଷଣ କରିଥିଲେ ଯେ ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ସମୟ ସହିତ ତାଳ ଦେଇ, ବିଶେଷକରି ଏକବିଂଶ ଶତାବ୍ଦୀରେ ଯେତେବେଳେକି ଆଲୋଚନା ଏବଂ ଯୋଗାଯୋଗ ମାଧ୍ୟମରେ ହିଁ ବିପ୍ଳବ ଘଟିଚାଲିଛି,ଏଭଳି ଟିଭିର ବିଶେଷ ଭୂମିକା ଥିବା ଅନୁଭୂତ ହୁଏ । ପ୍ରଧାନମନ୍ତ୍ରୀ ସଂସଦ ଟିଭିର ଶୁଭାରମ୍ଭକୁ ଭାରତୀୟ ଗଣତନ୍ତ୍ର ଇତିହାସରେ ଏକ ନୂତନ ଅଧ୍ୟାୟ ବୋଲି ଅଭିହିତ କରିଛନ୍ତି । ସଂସଦ ଟିଭି ମାଧ୍ୟମରେ ଦେଶ ଯୋଗାଯୋଗ ଓ ଆଲୋଚନାର ଆଉ ଏକ ମାଧ୍ୟମ ଲାଭ କରିଛି ଯାହା ରାଷ୍ଟ୍ରର ଗଣତନ୍ତ୍ର  ଏବଂ ଲୋକ ପ୍ରତିନିଧିମାନଙ୍କ ପାଇଁ ଏକ ନୂତନ ସ୍ୱର ହୋଇପାରିବ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୂରଦର୍ଶନକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ଦେଶ ସେବାରେ ତା’ର ୬୨ ବର୍ଷ ପୂରଣ କରିଛନ୍ତି । ସେହିଭଳି ଇଞ୍ଜନିୟର୍ସ ଦିବସ ଅପସରରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଇଞ୍ଜନିୟର୍ସମାନଙ୍କୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ତାଙ୍କର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସରେ ଯେତେବେଳେ ଆମେ ଗଣତନ୍ତ୍ର କଥା ଆଲୋଚନା କରୁଛେ, ଭାରତର ଦାୟିତ୍ୱ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ପରି ମନେହୁଏ, କାରଣ ଏହା ହେଉଛି ଗଣତନ୍ତ୍ରର ଜନନୀ । ଭାରତ ପାଇଁ ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ, ଅପରନ୍ତୁ ଏହା ଏକ ଚିନ୍ତାଧାରା । ଭାରତରେ ଗଣତନ୍ତ୍ର କେବଳ ଏକ ସାମ୍ବିଧାନିକ ଢ଼ାଂଚା ନୁହେଁ, ବରଂ ଏହା ଏକ ମାନସିକତା । ଭାରତରେ ଗଣତନ୍ତ୍ର କେବଳ ଅନେକ ଗୁଡ଼ିଏ ସମ୍ବିଧାନରୁ ସଂଗୃହୀତ ଧାରା ନୁହେଁ, ଏହା ଆମର ଜୀବନ ଧାରା ବୋଲି ସେ କହିଛନ୍ତି ।

ଦେଶ ଏବେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରୁଥିବା ପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆମମାନଙ୍କ ସମ୍ମୁଖରେ ଅତୀତର ଗୌରବ ତଥା ଭବିଷ୍ୟତର ପ୍ରତିଶ୍ରୁତି ରହିଛି । ସେ କହିଲେ ଯେ ଗଣମାଧ୍ୟମ ସ୍ୱଚ୍ଛ ଭାରତ ଅଭିଯାନ ଭଳି ପ୍ରସଙ୍ଗକୁ ନେଇ ଲୋକମାନଙ୍କ ନିକଟରେ ବେଶ୍‍ ଦ୍ରୁତ ଗତିରେ ପହଞ୍ଚାଇପାରୁଛି । ଅନୁରୂପ ଭାବେ ସେ ପରାମର୍ଶ ଦେଇଥିଲେ ଯେ ଗଣମାଧ୍ୟମ ଆଜାଦୀ କା ଅମୃତ ମହୋତ୍ସବ ପାଳନ ବେଳେ ଏହାର ମହତ୍ତ୍ୱକୁ ମଧ୍ୟ ସେମାନେ ଲୋକମାନଙ୍କ ନିକଟରେ ପହଞ୍ଚାଇ ପାରିବେ । ସେମାନେ ୭୫ଟି ଅଧ୍ୟାୟରେ ସ୍ୱାଧୀନତା ସଂଗ୍ରାମର ଭାବନା, ତଥ୍ୟାବଳୀ ଓ ଆନ୍ଦୋଳନର ମହତ୍ତ୍ୱକୁ ପହଞ୍ଚାଇପାରିବେ । ଏଥିପାଇଁ ସେମାନେ ବିଶେଷ ସପ୍ଲିମେଣ୍ଟମାନ ମଧ୍ୟ ପ୍ରକାଶ କରିପାରିବେ ।

ଏଭଳି ପ୍ରସଙ୍ଗର ମୂଳ ଆଧାର ସଂପର୍କରେ ମତ ପୋଷଣ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଯେତେବେଳେ କୁହାଯାଇଛି ଯେ “ବିଷୟବସ୍ତୁ ହେଉଛି ରାଜା” କିନ୍ତୁ ତାଙ୍କ ମତରେ “ବିଷୟବସ୍ତୁ ହେଉଛି ସଂଯୋଗ” । ସେ ଏହାକୁ ବିସ୍ତାରିତ ଭାବେ କହିଥିଲେ ଯେ ଯେତେବେଳେ ଜଣେ ବ୍ୟକ୍ତିଙ୍କ ନିକଟରେ ଉତ୍ତମ ବିଷୟବସ୍ତୁ ଥାଏ, ଲୋକମାନେ ସ୍ୱତଃପ୍ରବୃତ ଭାବେ ତାଙ୍କ ସହ ସଂପର୍କ ସ୍ଥାପନ କରିଥାନ୍ତି । ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ । ସଂସଦୀୟ ବ୍ୟବସ୍ଥା କ୍ଷେତ୍ରରେ ସୁଦ୍ଧା ଏହା ହେଉଛି ବାସ୍ତବତା କାରଣ ସଂସଦରେ କେବଳ ରାଜନୀତି ନଥାଏ ଏଠାରେ ନୀତି ମଧ୍ୟ ଥାଏ । ସେଥିପାଇଁ ସେ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ସାଧାରଣ ଲୋକ ଅନୁଭବ କରିବା ଉଚିତ ଯେ ସେମାନେ ସଂସଦର କାର୍ଯ୍ୟାବଳୀ ସହିତ ସଂଶ୍ଳିଷ୍ଟ ହୋଇ ରହିଛନ୍ତି । ଏହି ଦିଗରେ କାର୍ଯ୍ୟ କରିବା ସକାଶେ ସେ ଏହି ନୂତନ ଚାନେଲକୁ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଯେତେବେଳେ ସଂସଦର ଅଧିବେଶନ ବସିଥାଏ, ସେତେବେଳେ ସେଠାରେ ବିଭିନ୍ନ ପ୍ରସଙ୍ଗ ଉପରେ ବିତର୍କ ଅନୁଷ୍ଠିତ ହୋଇଥାଏ । ତେଣୁ ଏଥିରୁ ଆମର ଯୁବପିଢିଙ୍କର ଢ଼େର୍‍ କିଛି ଶିକ୍ଷାଲାଭ କରିବାର ଅଛି । ସଂସଦର ସଦସ୍ୟମାନଙ୍କ ଉତ୍ତମ ଆଚରଣୁ ସେମାନେ ବେଶ୍‍ କିଛି ପ୍ରେରଣା ଲାଭ କରିଥାନ୍ତି । ସଂସଦରେ ଯେତେବେଳେ  ଉତ୍ତମ ବିତର୍କ ଅନୁଷ୍ଠିତ ହୁଏ ସମଗ୍ର ରାଷ୍ଟ୍ର ତାହାକୁ ଦେଖିଥାଏ । ସେ ଏହା ଉପରେ ଗୁରୁତ୍ୱ ଆରୋପ କରି କହିଲେ ଯେ ନାଗରିକମାନଙ୍କ କର୍ତ୍ତବ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ । ଏ ଦିଗରେ ସଚେତନତା ସୃଷ୍ଟି ଲାଗି ଗଣମାଧ୍ୟମ ଏକ ସକ୍ରିୟ ଓ ସଫଳ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଏହିସବୁ କାର୍ଯ୍ୟକ୍ରମମାନଙ୍କରୁ ଆମର ଯୁବଗୋଷ୍ଠୀ ଆମର ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କ ସଂପର୍କରେ ଢ଼େର୍‍ କିଛି ଶିକ୍ଷା ଲାଭ କରିପାରିବେ, ସେମାନଙ୍କର କାର୍ଯ୍ୟାବଳୀ ଏବଂ ନାଗରିକ କର୍ତ୍ତବ୍ୟ ମଧ୍ୟ ଆହରଣ କରିପାରିବେ । ଅନୁରୂପ ଭାବେ, କାର୍ଯ୍ୟକାରୀ କମିଟିଗୁଡ଼ିକ ସଂପର୍କରେ ସେମାନେ ପ୍ରଚୁର ସୂଚନା ଲାଭ କରିବେ, ବିଧାନପାଳିକା କାର୍ଯ୍ୟାବଳୀର ଗୁରୁତ୍ୱ ତଥା ବିଧାନପାଳିକା କିଭଳି ଭାବେ କାର୍ଯ୍ୟ କରୁଛି ତାହା ଜାଣିଲେ ସେମାନେ ଭାରତର ଗଣତନ୍ତ୍ରର ଗଭୀରତାକୁ ଉତ୍ତମ ରୂପେ ବୁଝିପାରିବେ । ସେ ଆଶ ବ୍ୟକ୍ତ କରି କହିଥିଲେ ଯେ ପଞ୍ଚାୟତମାନଙ୍କ ଉପରେ ମଧ୍ୟ ପାର୍ଲାମେଣ୍ଟ ଟିଭି କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରିପାରିବ କାରଣ ତୃଣମୂଳ ସ୍ତରରେ ଏହି ସଂସ୍ଥା ଗଣତାନ୍ତ୍ରିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଛି । ଏଭଳି କାର୍ଯ୍ୟକ୍ରମ ଭାରତର ଗଣତନ୍ତ୍ରକୁ ନୂତନ ଶକ୍ତି, ନୂତନ ଚେତନା ଯୋଗାଇବ ବୋଲି ସେ କହିଥିଲେ । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi