ଭାରତୀୟ ଗଣତନ୍ତ୍ର କେବଳ ଅନେକ ଗୁଡ଼ିଏ ସମ୍ବିଧାନରୁ ସଂଗୃହୀତ ବ୍ୟବସ୍ଥାର ସମାହାର ନୁହେଁ, ଏହା ଆମର ଜୀବନ ଧାରା: ପ୍ରଧାନମନ୍ତ୍ରୀ
ସଂସଦ ଟିଭି ରାଷ୍ଟ୍ରର ଗଣତନ୍ତ୍ର ଏବଂ ଲୋକ ପ୍ରତିନିଧିମାନଙ୍କର ଏକ ନୂତନ ସ୍ୱର ଭାରବ କାର୍ଯ୍ୟ କରିବ: ପ୍ରଧାନମନ୍ତ୍ରୀ
ବ୍ୟବସ୍ଥା ସହିତ ଯୋଡ଼ିହୋଇ ରହିବା ମଧ୍ୟ ସଂସଦୀୟ ବ୍ୟବସ୍ଥା ପାଇଁ ପ୍ରଯୁଜ୍ୟ: ପ୍ରଧାନମନ୍ତ୍ରୀ

 

ନମସ୍କାର!

କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ରାଜ୍ୟସଭାର ମାନନୀୟ ସଭାପତି ଏବଂ ଦେଶର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାୟଡ଼ୁ ମହାଶୟ, ଲୋକସଭାର ମାନନୀୟ ଅଧ୍ୟକ୍ଷ ଶ୍ରୀମାନ ଓମ୍ ବିରଲା ମହାଶୟ, ରାଜ୍ୟସଭାର ମାନନୀୟ ଉପସଭାପତି ଶ୍ରୀ ହରିବଂଶ ମହାଶୟ, ଲୋକସଭା ଏବଂ ରାଜ୍ୟସଭାରେ ବିରୋଧି ଦଳର ନେତାଗଣ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!

ଆଜିକାର ଦିନରେ ଆମର ସଂସଦୀୟ ବ୍ୟବସ୍ଥାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ି ହେଉଛି।

ଆଜି ଦେଶର ସଂସଦ ଟିଭି ରୂପରେ ସଂଚାର ଏବଂ ସମ୍ବାଦର ଏଭଳି ଏକ ମାଧ୍ୟମ ମିଳିବାକୁ ଯାଉଛି, ଯାହାକି ଦେଶର ଗଣତନ୍ତ୍ର ଏବଂ ଜନପ୍ରତିନିଧିମାନଙ୍କର ନୂତନ ସ୍ୱର ଭାବେ କାର୍ଯ୍ୟ କରିବ।

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଏହି ବିଚାରଧାରାକୁ ସାକାର କରିଥିବା ସମଗ୍ର ଟିମକୁ ଶୁଭକାମନା ଜଣାଉଛି। ଯେମିତି ଆମର ବାଚସ୍ପତି ମହାଶୟ କହିଲେ, ଆଜି ଦୂରଦର୍ଶନର ସ୍ଥାପନାକୁ ମଧ୍ୟ 62 ବର୍ଷ ପୂରଣ ହୋଇଛି। ଏହା ହେଉଛି ବହୁତ ଦୀର୍ଘ ଯାତ୍ରା।ଏହି ଯାତ୍ରାକୁ ସଫଳ କରିବାରେ ଅନେକ ଲୋକମାନଙ୍କର ଯୋଗଦାନ ରହିଛି। ମୁଁ ଦୂରଦର୍ଶନର ସଂଚାଳନ ସହିତ ଜଡ଼ିତ ସମସ୍ତ ଲୋକମାନଙ୍କୁ ଶୁଭେଚ୍ଛା ଜଣାଉଛି।

ସାଥୀଗଣ,

ଦ୍ରୁତ ଗତିରେ ପରିବର୍ତିନଶୀଳ ସମୟରେ ଗଣମାଧ୍ୟମ ଏବଂ ଟିଭି ଚ୍ୟାନେଲଗୁଡ଼ିକର ଭୂମିକା ମଧ୍ୟ ଦ୍ରୁତ ଗତିରେ ବଦଳୁଅଛି। ଏକବିଂଶ ଶତାବ୍ଦୀ ବିଶେଷ ଭାବେ ସଂଚାର ଏବଂ ସମ୍ବାଦ ମାଧ୍ୟମରେ ପରିବର୍ତନ ଆଣୁଛି। ଏଭଳି ସ୍ଥିତିରେ ଏହା ସ୍ୱାଭାବିକ ହୋଇଯାଇଥାଏ ଯେ ଆମର ସଂସଦ ସହିତ ଜଡ଼ିତ ଚ୍ୟାନେଲ ମଧ୍ୟ ଏହି ଆଧୁନିକ ବ୍ୟବସ୍ଥାଗୁଡ଼ିକ ହିସାବରେ ନିଜକୁ ପରିବର୍ତିତ କରନ୍ତୁ।

ମୁଁ ଖୁସି ଯେ ସଂସଦ ଟିଭି ଭାବେ ଆଜି ଏକ ନୂତନ ଶୁଭାରମ୍ଭ ହେଉଛି। ମୋତେ ଏହା ମଧ୍ୟ ଅବବଗତ କରାଯାଇଛି କି ନିଜର ନୂତନ ଅବତାରରେ ସଂସଦ ଟିଭି ସାମାଜିକ ଗଣମାଧ୍ୟମ ଏବଂ ଓଟିଟି ପ୍ଲାଟଫର୍ମଗୁଡ଼ିକରେ ମଧ୍ୟ ରହିବ, ଆଉ ଏହାର ନିଜର ଆପ୍ ମଧ୍ୟ ରହିବ। ଏହାଦ୍ୱାରା ଆମର ସଂସଦୀୟ ସମ୍ବାଦ ନା କେବଳ ଆଧୁନିକ ଟେକ୍ନୋଲୋଜି ସହିତ ଯୋଡ଼ି ହେବ, ବରଂ ଆମାଜନ ପର୍ଯ୍ୟନ୍ତ ତାହାର ପହଂଚ ବଢ଼ି ପାରିବ।

ଆଜି ମଧ୍ୟ ଏହା ହେଉଛି ଏକ ସୁଖଦ ସଂଯୋଗ ଯେ 15 ସେପ୍ଟେମ୍ବରରେ ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ। ଆଉ, କଥା ଯେତେବେଳେ ଗଣତନ୍ତ୍ରର ହୋଇଥାଏ, ସେତେବେଳେ ଭାରତର ଦାୟିତ୍ୱ କେତେ ଅଧିକ ପରିମାଣରେ ବଢ଼ି ଯାଇଥାଏ। ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଇଣ୍ଡିଆ ଇଜ୍ ଦ ମଦର ଅଫ୍ ଡେମୋକ୍ରାସି। ଭାରତ ପାଇଁ ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ହିଁ ନୁହେଁ, ହେଉଛି ଏକ ବିଚାର ମଧ୍ୟ। ଭାରତରେ ଗଣତନ୍ତ୍ର, କେବଳ ଏକ ସାମ୍ବିଧାନିକ ଢାଂଚା ହିଁ ନୁହେଁ, ବରଂ ତାହା ହେଉଛି ଏକ ଆତ୍ମା। ଭାରତରେ ଗଣତନ୍ତ୍ର, କେବଳ ସମ୍ବିଧାନର ଧାରାଗୁଡ଼ିକର ସଂଗ୍ରହ ହିଁ ନୁହେଁ, ଏହା ହେଉଛି ଆମର ଜୀବନ ଧାରା। ତେଣୁ ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସରେ ସଂସଦ ଟିଭିର ଶୁଭାରମ୍ଭ ହେବା, ନିଜକୁ ନିଜ ମଧ୍ୟରେ ବହୁତ ପ୍ରାସଙ୍ଗିକ ହୋଇ ଯାଇଥାଏ।

ଏମିତିରେ ଭାରତରେ ଆମେ ସମସ୍ତେ ଆଜି ଇଂଜିନିୟର୍ସ ଦିବସ ମଧ୍ୟ ପାଳନ କରୁଛେ। ଏମ. ବିଶ୍ୱେଶ୍ୱରାୟ ମହାଶୟଙ୍କର ଜନ୍ମ ଜୟନ୍ତିର ଏହି ପବିତ୍ର ଦିନ, ଏହା ହେଉଛି ଭାରତର ପରିଶ୍ରମୀ ଏବଂ କୁଶଳୀ ଇଂଜିନିୟର୍ସମାନଙ୍କୁ ସମର୍ପିତ। ଟିଭି ଦୁନିଆରେ ତ ଓବି ଇଂଜିନିୟର, ସାଉଣ୍ଡ ଇଂଜିନିୟର, ଗ୍ରାଫିକ୍ସ ଡିଜାଇନିଂ ସହିତ ଜଡ଼ିତ ଲୋକ, ପ୍ୟାନେଲ ସମ୍ଭାଳୁଥିବା ଭଳି ଲୋକ, ଷ୍ଟୁଡିଓ ଡାଇରେକଟର୍ସ, କ୍ୟାମେରାମ୍ୟାନ, ଭିଡିଓ ଏଡିଟର୍ସ, କେତେ ହିଁ ପୋଶାଦାର, ପ୍ରସାରଣକୁ ସମ୍ଭବପର କରିଥାଆନ୍ତି। ଆଜି ମୁଁ ସଂସଦ ଟିଭି ସହିତ ହିଁ ଦେଶର ସମସ୍ତ ଟିଭି ଚ୍ୟାନେଲ ମାନଙ୍କରେ କାର୍ଯ୍ୟ କରୁଥିବା ଇଂଜିନିୟରମାନଙ୍କୁ ମଧ୍ୟ ବିଶେଷ ରୂପେ ଶୁଭେଚ୍ଛା ଜ୍ଞାପନ କରୁଛି।

ସାଥୀଗଣ,

ଆଜି ଦେଶ ନିଜର ସ୍ୱାଧୀନତାର 75 ବର୍ଷ ପାଳନ କରୁଛି, ତେବେ ଆମ ସମ୍ମୁଖରେ ଅତୀତର ଗୌରବ ମଧ୍ୟ ରହିଛି ଆଉ ଭବିଷ୍ୟତର ସଂକଳ୍ପ ମଧ୍ୟ ରହିଛି। ଏହି ଦୁଇଟି ଯାକ କ୍ଷେତ୍ରରେ ମିଡିଆର ବହୁତ ବଡ଼ ଭୂମିକା ରହିଛି। ମିଡିଆ ଯେତେବେଳେ କୌଣସି କଥାକୁ ଉଠାଇଥାଏ, ଯେପରି ସ୍ୱଚ୍ଛ ଭାରତ ଅଭିଯାନ, ତେବେ ତାହା ଆହୁରି ଦ୍ରୁତ ଗତିରେ ଜନ-ସାଧାରଣଙ୍କ ପାଖରେ ପହଂଚି ଯାଏ। ଆଜାଦୀ କା ଅମୃତ ମହୋତ୍ସବରେ ଦେଶବାସୀଙ୍କର ପ୍ରୟାସକୁ ପ୍ରଚାରିତ- ପ୍ରସାରିତ କରିବାର କାର୍ଯ୍ୟ ମିଡିଆ ଖୁବ ଭଲ ଭାବେ କରି ପାରିବ। ଉଦାହରଣ ସ୍ୱରୂପ, ଟଭି ଚ୍ୟାନେଲଗୁଡ଼ିକ ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ 75 ଅଧ୍ୟାୟର ଯୋଜନା କରି ପାରିବେ, ବୃତ ଚିତ୍ର କରି ପାରିବେ। ଖବରକାଗଜ ଗୁଡ଼ିକ ଅମୃତ ମହୋତ୍ସବ ସହିତ ଜଡ଼ିତ ପରିଶିଷ୍ଟ ପ୍ରକାଶ କରି ପାରିବେ। ଡିଜିଟାଲ ମିଡିଆ କୁଇଜ ପ୍ରତିଯୋଗିତା ଭଳି ଆଇଡିଆ ମାଧ୍ୟମରେ ଯୁବକମାନଙ୍କୁ ସିଧାସଳଖ ଯୋଡ଼ି ପାରିବେ।

ମୋତେ ଅବଗତ କରାଯାଇଛି କି ସଂସଦ ଟିଭିର ଟିମ୍ ଏହି ଦିଗରେ କେତେକ କାର୍ଯ୍ୟକ୍ରମର ଯୋଜନା ମଧ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମ ଗୁଡ଼ିକ ଅମୃତ ମହୋତ୍ସବର ଭାବନାକୁ ଜନ-ସାଧାରଣଙ୍କ ପାଖରେ ପହଂଚାଇବାରେ ବହୁତ ସାହାଯ୍ୟ କରିବ।

ସାଥୀଗଣ,

ଆପଣମାନେ ସମସ୍ତେ ହେଉଛନ୍ତି ଯୋଗାଯୋଗ କ୍ଷେତ୍ରର ସୃଜନଶୀଳ ଲୋକ। ଆପଣମାନେ ଅନେକ ଥର କହିଥାଆନ୍ତି ଯେ- ‘କଂଟେଂଟ ଇଜ୍ କିଙ୍ଗ୍’। ମୁଁ ଆପଣମାନଙ୍କୁ ମୋର ଆଉ ଏକ ଅନୁଭବର କଥା କହିବାକୁ ଚାହୁଁଛି। ମୋର ଏହା ଅନୁଭବ ରହିଛି ଯେ ‘କଟେଂଟ ଇଜ୍ କନେକ୍ଟ’। ଅର୍ଥାତ, ଯେତେବେଳେ ଆପଣମାନଙ୍କ ପାଖରେ ଉନ୍ନତ କଂଟେଂଟ ରହିଥିବ ତେବେ ଲୋକମାନେ ଆପେ ଆପେ ଆପଣଙ୍କ ସହିତ ଯୋଡ଼ି ହୋଇଯାଉଥିବେ। ଏହି କଥା ଯେତିକି ମିଡିଆ ଉପରେ ଲାଗୁ ହୋଇଥାଏ, ସେତିକି ମଧ୍ୟ ଆମର ସଂସଦୀୟ ବ୍ୟବସ୍ଥା ଉପରେ ଲାଗୁ ହୋଇଥାଏ। କାରଣ ସଂସଦରେ କେବଳ ରାଜନୀତି ନଥାଏ, ଯୋଜନା ମଧ୍ୟ ଥାଏ।

ଆମ ସଂସଦର ଯେତେବେଳେ ଅଧିବେଶନର ସମୟ ରହିଥାଏ, ଭିନ୍ନ-ଭିନ୍ନ ବିଷୟ ଉପରେ ଚର୍ଚ୍ଚା ହୋଇଥାଏ, ସେତେବେଳେ ଯୁବକମାନଙ୍କୁ କେତେ କ’ଣ ଶିଖିବାକୁ ଜାଣିବାକୁ ମିଳିଥାଏ। ଆମର ମାନନୀୟ ସଦସ୍ୟମାନଙ୍କୁ ଯେତେବେଳେ ଜଣା ପଡ଼ିଥାଏ ଯେ ଦେଶ ଆମକୁ ଦେଖୁଛି ତେବେ ସେମାନଙ୍କୃୁ ମଧ୍ୟ ସଂସଦ ଭିତରେ ଉନ୍ନତ ଆଚରଣ କରିବାର, ଉନ୍ନତ ଯୁକ୍ତି କରିବାର ପ୍ରେରଣା ମିଳିଥାଏ। ଏହା ଫଳରେ ସଂସଦର ପ୍ରଡକ୍ଟିଭିଟି(କାର୍ଯ୍ୟଧାରା) ମଧ୍ୟ ବୃଦ୍ଧି ପାଇଥାଏ, ଆଉ ଜନ ହିତକର କାର୍ଯ୍ୟଗୁଡ଼ିକ ଲୋକପ୍ରିୟତା ହାସଲ ମଧ୍ୟ ହୋଇଥାଏ।

ତେଣୁ, ଏହା ହେଉଛି ବହୁତ ଜରୁରୀ ଯେ ସଦନର କାର୍ଯ୍ୟକାରିତା ସହିତ ଆମାଜନ ସଂଯୋଗ ହୋଇ ରହୁ, ତାହା ହୁଏତ ଦେଶର କୌଣସି କୋଣରେ ରହିଥାଉ, ସଦନର ଗତିବିଧିର ଅଂଶ ହେଉ। ଏଭଳି ପରିସ୍ଥିତିରେ ସଂସଦ ଟିଭିକୁ ମଧ୍ୟ ନିଜର କାର୍ଯ୍ୟକ୍ରମ ଗୁଡ଼ିକର ନିର୍ବାଚନ, ଲୋକମାନଙ୍କର, ବିଶେଷ କରି ଯୁବକମାନଙ୍କର ରୁଚିକୁ ଆଧାର କରି କରିବାକୁ ହେବ। ଏଥିପାଇଁ ଭାଷା ଉପରେ ଧ୍ୟାନ, ଦେବାକୁ ହେବ, ଉତ୍ସାହଜନକ ଏବଂ ବ୍ୟସ୍ତରଖିବା ଭଳି ପ୍ୟାକେଜ, ଏହି କାର୍ଯ୍ୟକ୍ରମ ଅନିର୍ବାଜ୍ୟ ହୋଇଯିବ।

ଯେମିତିକି ସଂସଦରେ ଦିଆ ଯାଇଥିବା ଐତିହାସିକ ଭାଷଣ ନିଆ ଯାଇପାରେ। ସାର୍ଥକ ଏବଂ ଯୁକ୍ତି ସଂଗତ ତର୍କ ସହିତ କେବେ କେବେ କିଛି ଥଟ୍ଟାଳିଆ କ୍ଷଣଗୁଡ଼ିକୁ ମଧ୍ୟ ଦେଖାଇ ଯାଇପାରେ। ଭିନ୍ନ-ଭିନ୍ନ ସଂସଦଗୁଡ଼ିକ ବିଷୟରେ ମଧ୍ୟ ସୂଚନା ଦିଆ ଯାଇ ପାରେ, ଫଳରେ ଜନତା ସେମମାନଙ୍କର କାର୍ଯ୍ୟଗୁଡ଼ିକର ତୁଳନାତ୍ମକ ବିଶ୍ଳେଷଣ କରି ପାରିବେ। କେତେକ ସାଂସଦଗଣ ଭିନ୍ନ-ଭିନ୍ନ କ୍ଷେତ୍ରରେ କେତେ ସବୁ ପ୍ରଶଂସନୀୟ କାର୍ଯ୍ୟ ମଧ୍ୟ କରୁଛନ୍ତି। ତାଙ୍କର ଏହିସବୁ ପ୍ରୟାସ ଗୁଡ଼ିକୁ ଆପଣମାନେ ଦେଶ ସମ୍ମୁଖରେ ରଖିବେ, ତେବେ ସେମାନଙ୍କର ଉତ୍ସାହ ମଧ୍ୟ ବୃଦ୍ଧି ହେବ ଆଉ ଅନ୍ୟାନ୍ୟ ଜନପ୍ରତିନିଧିମାନଙ୍କୁ ମଧ୍ୟ ସକରାତ୍ମକ ରାଜନୀତି ପାଇଁ ପ୍ରେରଣା ମିଳିପାରିବ।

ସାଥୀଗଣ,

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହାକୁ ଆମେ ଅମୃତ ମହୋତ୍ସବରେ ଉଠାଇ ପାରିବା, ତାହା ହେଉଛି ଆମର ସମ୍ବିଧାନ ଏବଂ ନାଗରିକ କର୍ତବ୍ୟ! ଦେଶର ନାଗରିକ ମାନଙ୍କର କର୍ତବ୍ୟ ହେଉଛି କ’ଣ, ଏହାକୁ ନେଇ ନିରନ୍ତର ସଚେତନତାର ଆବଶ୍ୟକତା ରହିଛି। ଆଉ ଗଣମାଧ୍ୟମ ହେଉଛି ସଚେତନତା ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ। ମୋତେ ଅବଗତ କରାଯାଇଛି କି ସଂସଦ ଟିଭି ଏହି ପ୍ରକାରର କେତେଗୁଡ଼ିଏ କାର୍ଯ୍ୟକ୍ରମ ନେଇ ଆସୁଛି।

ଏହି କାର୍ଯ୍ୟକ୍ରମଗୁଡ଼ିକ ଦ୍ୱାରା ଆମର ଯୁବକମାନଙ୍କୁ ଆମର ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ବିଷୟରେ, ସେଗୁଡ଼ିକର କାର୍ଯ୍ୟପ୍ରଣାଳୀ ସହିତ ହିଁ ନାଗରିକ କର୍ତବ୍ୟଗୁଡ଼ିକ ବିଷୟରେ ବହୁତ କିଛି ଶିଖିବାକୁ ମିଳିବ। କିଭଳି କାର୍ଯ୍ୟକାରୀ କମିଟିଗୁଡ଼ିକ, ବ୍ୟବସ୍ଥାପକ କାର୍ଯ୍ୟର ଗୁରୁତ୍ୱ, ଆଉ ବିଧାନସଭାଗୁଡ଼ିକର କାର୍ଯ୍ୟ ବିଷୟରେ ଏଭଳି ବହୁତ ଗୁଡ଼ିଏ ସୂଚନା ମିଳିବ ଯାହା ଭାରତର ଗଣତନ୍ତ୍ରକୁ ଗଭୀର ଭାବେ ବୁଝିବାରେ ସାହାଯ୍ୟ କରିବ।

ମୋର ବିଶ୍ୱାସ ରହିଛି,ସଂସଦ ଟିଭିରେ ତୃଣମୂଳ ସ୍ତରରେ ଗଣତନ୍ତ୍ର ରୂପରେ କାର୍ଯ୍ୟ କରୁଥିବା ପଂଚାୟତଗୁଡ଼ିକ ଉପରେ ମଧ୍ୟ କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମ ଭାରତର ଗଣତନ୍ତ୍ରକୁ ଏକ ନୂତନ ଉର୍ଜ୍ଜା ଦେବ, ଏକ ନୂତନ ଚେତନା ପ୍ରଦାନ କରିବ।

ସାଥୀଗଣ,

ଆମର ସଂସଦ, ଭିନ୍ନ- ଭିନ୍ନ ରାଜନୈତିକ ଦଳ, ଆମର ଗଣମାଧ୍ୟମ, ଆମର ସଂସ୍ଥାନ, ସମସ୍ତଙ୍କର ନିଜସ୍ୱ ଭିନ୍ନ- ଭିନ୍ନ କାର୍ଯ୍ୟକ୍ଷେତ୍ର ରହିଛି। କିନ୍ତୁ ଦେଶର ସଂକଳ୍ପଗୁଡ଼ିକ ପୂରଣ କରିବା ପାଇଁ ସମସ୍ତଙ୍କର ପ୍ରୟାସର ଆବଶ୍ୟକତା ରହିଛି, ଏକଜୁଟ ପ୍ରୟାସର ଆବଶ୍ୟକତା ରହିଛି।

ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି କି, ଆମେ ସମସ୍ତେ ନିଜର ଭିନ୍ନ- ଭିନ୍ନ ଭୂମିକାରେ ଆପୋଷ ସଂକଳ୍ପକୁ ନେଇ ଆଗକୁ ବଢ଼ିବା, ଆଉ ଏକ ନୂତନ ଭାରତର ସ୍ୱପ୍ନ ପୂରଣ କରି ପାରିବା।

ଏହି ବିଶ୍ୱାସର ସହିତ ମୁଁ ଭାଇ ବରି କପୁରଙ୍କୁ ମଧ୍ୟ ବହୁତ ଶୁଭେଚ୍ଛା ଦେବାକୁ ଚାହୁଁଛି କାରଣ ତାଙ୍କର କାର୍ଯ୍ୟକ୍ଷେତ୍ର ନୁହେଁ, କିନ୍ତୁ ବିଗତ କିଛି ସମୟରେ ହିଁ ସେ ଯେଉଁଭଳି ଭାବେ ସମଗ୍ର ଦୁନିଆର ଲୋକମାନଙ୍କ ସହିତ ବିଚାରବିମର୍ଷ କଲେ, ସେମାନଙ୍କଠାରୁ ମାର୍ଗଦର୍ଶନ ଗ୍ରହଣ କଲେ, ଆଇଡିଆ ଗ୍ରହଣ କଲେ, ଆଉ ଯେଉଁଭଳି ଭାବେ ସେ ରଚନା କଲେ... ଥରେ ମୋତେ ଯେତେବେଳେ ସେ କହିବାକୁ ଆସିଥିଲେ, ମୁଁ ପ୍ରକୃତରେ ଖୁବ ପ୍ରଭାବିତ ହୋଇଥିଲି। ମୁଁ ରବିଙ୍କୁ ଆଉ ତାଙ୍କର ସମଗ୍ର ଟିମକୁ ବହୁତ ଶୁଭେଚ୍ଛା ଦେବାକୁ ଚାହୁଁଛି। ଆପଣମାନଙ୍କୁ ବହୁତ –ବହୁତ ଶୁଭେଚ୍ଛା, ବହୁତ –ବହୁତ ଶୁଭକାମନା!

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.