ଭାରତୀୟ ପ୍ରଶାସନିକ ସେବା 2016 ବ୍ୟାଚର ଅଧିକାରୀମାନେ ସହାୟକ ସଚିବ ଭାବେ ସେମାନଙ୍କ କାର୍ଯ୍ୟକାଳର ଅନ୍ତିମ ଅଧିବେଶନରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ଉପସ୍ଥାପନା କରିଛନ୍ତି ।

ଏହି ଅଧିମାରୀମାନଙ୍କ ପକ୍ଷରୁ ମୋଟ 8ଟି ଉପସ୍ଥାପନା କରାଯାଇଥିଲା । ବିଶେଷକରି କୃଷି କ୍ଷେତ୍ରରେ ଆୟକୁ ବୃଦ୍ଧି କରିବା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଆପତ୍ତି ଅଭିଯୋଗର ସମାଧାନ, ନାଗରିକ-କୈନ୍ଦ୍ରିକ ସେବା, ଶକ୍ତି କ୍ଷେତ୍ରରେ ସଂସ୍କାର, ପର୍ଯ୍ୟଟନ ସୁବିଧାକରଣ, ଇ-ନିଲାମୀ ଏବଂ ସ୍ମାର୍ଟ ନଗର ବିକାଶ ସମାଧାନ ପନ୍ଥା ଏହା ମଧ୍ୟରେ ରହିଛି ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସହାୟକ ସଚିବ ଭାବେ ନିଜ କ୍ୟାରିୟରର ପ୍ରାରମ୍ଭିକ ଜୀବନରେ ଏହିଭଳି କାର୍ଯ୍ୟକ୍ରମ ଉଭୟ କନିଷ୍ଠ ଓ ବରିଷ୍ଠ ଅଧିକାରୀମାନଙ୍କୁ ପରସ୍ପର ସହ ମିଶିବା ଓ ଭାବ ବିନିମୟ କରିବାର ସୁଯୋଗ ଦେଇଥାଏ । ଏହି କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ମନ୍ତ୍ରଣାଳୟ ସହ ସଂଲଗ୍ନ ହୋଇ ସେମାନେ ଶିଖିଥିବା କାର୍ଯ୍ୟ ଓ ଅନୁଭୂତି ପରବର୍ତ୍ତୀ ଜୀବନରେ କାର୍ଯ୍ୟରେ ଲଗାଇବାକୁ ପ୍ରଧାନମନ୍ତ୍ରୀ ସହାୟକ ସଚିବମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନସାଧାରଣ କଣ ଆଶା କରୁଛନ୍ତି ଏବଂ କଣ ସରକାରଙ୍କ ଠାରୁ ଚାହୁଞ୍ଚନ୍ତି ସେ ବିଷୟରେ ସେମାନେ ଅବଗତ ହେବାକୁ ପଡିବ । ଯେ କୌଣସି ପଦ ପଦବୀରେ ରହିଲେ ମଧ୍ୟ ସେମାନେ ନିଜର କାର୍ଯ୍ୟଧାରା ମାଧ୍ୟମରେ ଏହିସବୁ ଆଶା ଆକାଂକ୍ଷା ପୂରଣ ଲାଗି ଚେଷ୍ଟିତ ହେବା ଆବଶ୍ୟକ ।

 

ପ୍ରଧାନମନ୍ତ୍ରୀ ଏହି ଅଧିକାରୀମାନଙ୍କୁ ନିଜ ନିଜ ପରିବେଶରେ ରହୁଥିବା ଜନସାଧାରଣଙ୍କ ସହ ଅହରହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଥିଲେ । ଜନସାଧାରଣଙ୍କ ସହ ସମ୍ପର୍କ ସ୍ଥାପନରେ ବିକାଶ ଘଟିଲେ ଅନେକ କାର୍ଯ୍ୟକ୍ରମ ଓ ପ୍ରୟାସରେ ସଫଳତା ହାସଲ ହୋଇଥାଏ ଯାହାକି ଏକ ପ୍ରମୁଖ ପ୍ରଶାସନିକ ଆବଶ୍ୟକତା ।

ପ୍ରଧାନମନ୍ତ୍ରୀ ଯୁବ ଅଧିକାରୀମାନଙ୍କ ଦ୍ଵାରା କରାଯାଇଥିବା ଉପସ୍ଥାପନାଗୁଡିକୁ ବେଶ ପସନ୍ଦ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push