ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜାନୁୟାରୀ ୨୦ତାରିଖରେ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ ନିଯୁକ୍ତି ପାଇଁ ଚୟନ ହାଇଥିବା ପ୍ରାୟ ୭୧ହଜାର କର୍ମଚାରୀଙ୍କୁ ରୋଜଗାର ମେଳା କାର୍ଯ୍ୟକ୍ରମ ଅଧୀନରେ ନିଯୁକ୍ତିପତ୍ର ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଏହି ନିଯୁକ୍ତିପତ୍ର ଜାନୁୟାରୀ ୨୦ତାରିଖ ଦିନ ୧୦ଟା ୩୦ମନିଟ୍‌ରେ ପ୍ରଦାନ କରିବା ସହିତ ନବନିଯୁକ୍ତ କର୍ମଚାରୀଙ୍କୁ ମଧ୍ୟ ଉଦ୍‌ବୋଧନ ଦେବେ ।

ରୋଜଗାର ମେଳା ନିଯୁକ୍ତି ସୃଷ୍ଟି ପାଇଁ ସର୍ବାଧିକ ଅଗ୍ରାଧିକାର ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିବଦ୍ଧତାର ଏକ ପରିପ୍ରକାଶ । ଏହି ମେଳା ମାଧ୍ୟମରେ ସରକାରୀ କର୍ମଚାରୀମାନଙ୍କୁ ଅନୁଷ୍ଠାନିକ ଭାବେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥାଏ । ଏହି ମେଳା ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ଏକ ଉତ୍‌ପ୍ରେରକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଏ । ନିଯୁକ୍ତି ଆଶାୟୀ ଯୁବକଯୁବତୀମାନଙ୍କୁ ଯଥାର୍ଥ କର୍ମସଂସ୍ଥାନ ଯୋଗାଇ ସେମାନଙ୍କୁ ସଶକ୍ତ କରିବା ସହିତ ଦେଶ ନିର୍ମାଣରେ ସେମାନଙ୍କୁ ସହଭାଗୀ କରିବା ଲକ୍ଷ୍ୟ ରଖି ସରକାର ନିଯୁକ୍ତିମେଳା ଆୟୋଜନ କରୁଛନ୍ତି ।

ନବନିଯୁକ୍ତ କର୍ମଚାରୀମାନେ ଦେଶର ବିଭିନ୍ନ ଭାଗରୁ ଚାକିରି ପାଇଁ ମନୋନୀତ ହୋଇଛନ୍ତି ଏବଂ ସେମାନେ ଭାରତ ସରକାରଙ୍କ ବିଭିନ୍ନ ପଦରେ କାମ କରିବେ । ସେଥିମଧ୍ୟରେ କନିଷ୍ଠ ଯନ୍ତ୍ରୀ, ଲୋକୋ ପାଇଲଟ୍‌, ଟେକ୍‌ନିସିଆନ, ଇନ୍ସପେକ୍ଟର, ସବ୍‌ଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିୟର ଆକାଉଣ୍ଟଣ୍ଟ, ଗ୍ରାମୀଣ ଡାକସେବକ, ଆୟକର ଇନ୍ସିପେକ୍ଟର, ଶିକ୍ଷକ, ନର୍ସ, ଡାକ୍ତର, ସାମାଜିକ ନିରାପତ୍ତା ଅଧିକାରୀ, ପିଏ, ଏମ୍‌ଟିଏସ୍ ଆଦି ଅନ୍ତର୍ଭୁକ୍ତ ।

କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ ପଢିସାରିବା ପରେ ଏହି ନବନିଯୁକ୍ତ କର୍ମଚାରୀଙ୍କ ଅଭିଜ୍ଞତାକୁ ଏହି ରୋଜଗାର ମେଳା ଅବସରରେ ମଧ୍ୟ ସେୟାର କରାଯିବ । କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ ହେଉଛି ଏକ ଅନଲାଇନ ଓରିଏଣ୍ଟେସନ (ତାଲିମ) ପାଠ୍ୟକ୍ରମ ଏବଂ ଏହା ବିଭିନ୍ନ ବିଭାଗରେ ସମସ୍ତ ନବ ନିଯୁକ୍ତ ସରକାରୀ କର୍ମଚାରୀଙ୍କ ପାଇଁ ରହିଛି। 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How ODOP is helping Pratapgarh turn its amla into a bigger business

Media Coverage

How ODOP is helping Pratapgarh turn its amla into a bigger business
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 1, 2026
September 01, 2026

#ModiHaiTohMumkinHai: Economy, Diplomacy and Atmanirbhar Milestones in One Social-Media Sweep