ବିମଷ୍ଟେକ୍ ରାଷ୍ଟ୍ରସମୂହ ସହଯୋଗର ହାତ ବଢ଼ାଇ ଚଳିତ ଶତାବ୍ଦୀକୁ ଏସିଆର ଶତାବ୍ଦୀରେ ପରିଣତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ବିମଷ୍ଟେକ୍ ରାଷ୍ଟ୍ରମାନଙ୍କରେ ବିଶ୍ୱର ଏକ ପଞ୍ଚମାଂଶ ଲୋକ ବସବାସ କରନ୍ତି ଏବଂ ସେମାନଙ୍କ ଜିଡିପିର ସାମୂହିକ ସାମର୍ଥ୍ୟ ହେଉଛି 3.8 ଟ୍ରିଲିଅନ ଡଲାର । ଆଜି “ପ୍ରାରମ୍ଭ: ଷ୍ଟାର୍ଟଅପ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ” ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଯୋଗେ ସମ୍ବୋଧିକ କରି ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କର ଅଭିଭାଷଣରେ କହିଛନ୍ତି ଯେ ବିମଷ୍ଟେକ୍ ରାଷ୍ଟ୍ରମାନଙ୍କରେ ଷ୍ଟାର୍ଟ ଅପ୍ ପାଇଁ ଥିବା ପର୍ଯ୍ୟାପ୍ତ ବାତାବରଣ ହିଁ ହେଉଛି ଏହାର ପ୍ରକୃତ ସାମର୍ଥ୍ୟ। ଏହି ସବୁ ରାଷ୍ଟ୍ରମାନଙ୍କ ମଧ୍ୟରେ ବାଂଲାଦେଶ, ଭୁଟାନ,ଭାରତ, ନେପାଳ, ଶ୍ରୀଲଙ୍କା, ମ୍ୟାଁମାର ଏବଂ ଥାଇଲାଣ୍ଡ ଭଳି ଦେଶ ସାମିଲ । ପ୍ରଧାନମନ୍ତ୍ରୀ କହିଲେ ଯେ ଚଳିତ ଶତାବ୍ଦୀ ହେଉଛି ଡିଜିଟାଲ ବିପ୍ଳବ ଏବଂ ଅଭିନବତାର ନୂତନ ଯୁଗର ଶତାବ୍ଦୀ । ପୁଣି ଏହା ହେଉଛି ଏସିଆର ଶତାବ୍ଦୀ । ତେଣୁ, ଏହା ଆମ ସମୟର ଦାବି ଯେ ଭବିଷ୍ୟତର ପ୍ରଯୁକ୍ତି ଏବଂ ଉଦ୍ଦ୍ୟୋଗୀମାନେ ଏହି କ୍ଷେତ୍ରରୁ ଆଗକୁ ଆଗେଇ ଆସନ୍ତୁ । ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଟେ ଯେ ଏସୀୟ ରାଷ୍ଟ୍ରମାନେ ଯେଉଁମାନଙ୍କର ସହଯୋଗର ମାନସିକତା ରହିଛି ସେମାନେ ଆଗକୁ ଆଗେଇ ଆସିବା ଏବଂ ଏକଜୁଟ ହେବା ଦରକାର । ଆମ ରାଷ୍ଟ୍ରମାନଙ୍କ ମଧ୍ୟରେ ଏକ ସମାନ ଐତିହ୍ୟ, ସଭ୍ୟତା ଓ ସମ୍ପର୍କ ରହିଛି । ଆମ ଚିନ୍ତାଧାରା, ଧ୍ୟାନଧାରଣା ଓ ସୁଖଦୁଃଖରେ ମଧ୍ୟରେ ମଧ୍ୟ ଢ଼େର୍ ସାମଞ୍ଜସ୍ୟ ରହିଛି । ତେଣୁ ଆମର ସଫଳତାରେ ମଧ୍ୟ ସମାନତା ରହିବା ସ୍ୱାଭାବିକ । ଏହି ଦାୟିତ୍ୱ ଏବେ ସ୍ୱାଭାବିକ ଭାବେ ବିମଷ୍ଟେକ୍ ରାଷ୍ଟ୍ରମାନଙ୍କ ଉପରେ ନ୍ୟସ୍ତ, କାରଣ ବିଶ୍ୱର ଏକ ପଞ୍ଚମାଂଶ ଲୋକ ଏହିସବୁ ଦେଶରେ ହିଁ ବସବାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୂଚାଇଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଏହି କ୍ଷେତ୍ରର ଯୁବଗୋଷ୍ଠୀଙ୍କ ଭିତରେ ଏକ ନୂତନ ଅଧୈର୍ଯ୍ୟ, ଶକ୍ତି ଓ ଉତ୍କଣ୍ଠା ଥିବାର ସେ ଲକ୍ଷ୍ୟ କରିପାରୁଛନ୍ତି । ସେଇଥିପାଇଁ ସେ 2018 ମସିହାର ବିମଷ୍ଟେକ୍ ସମ୍ମିଳନୀ ଅବସରରେ ପ୍ରଯୁକ୍ତି ଏବଂ ଅଭିନବତା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ନିମନ୍ତେ ଆହ୍ୱାନ ଜଣାଇଥିଲେ । ଏକ ବିମଷ୍ଟେକ୍ ଷ୍ଟାର୍ଟ ଅପ୍ ସମ୍ମିଳନୀ ଆୟୋଜନ କରିବା ଲାଗି ପ୍ରସ୍ତାବ ଦେଇଥିଲେ । ଆଜି ଷ୍ଟାର୍ଟ ଅପ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଳନୀ ଏହି ଦିଗରେ ଏକ ଆଗୁଆ ପଦକ୍ଷେପ ଯାହା ସେହି ଶପଥକୁ ସାକାର କରିପାରିବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ବର୍ତ୍ତମାନ ପରିପ୍ରେକ୍ଷୀରେ ସଂଯୋଗୀକରଣ ଏବଂ ବ୍ୟବସାୟିକ ସମ୍ପର୍କ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରି କହିଲେ ଯେ ଏହି କ୍ଷେତ୍ର ପାଇଁ ତାହା ଏକାନ୍ତ ଜରୁରି । ସେଇଥିପାଇଁ ସେ 2018 ମସିହାରେ ଭାରତ ମୋବାଇଲ୍ କଂଗ୍ରେସକୁ ବିମଷ୍ଟେକ୍ ରାଷ୍ଟ୍ରର ମନ୍ତ୍ରୀମାନଙ୍କୁ ଅଂଶଗ୍ରହଣ ସକାଶେ ଆହ୍ୱାନ ଜଣାଇଥିଲେ ଯାହାକି ଡିଜିଟାଲ ସଂଯୋଗୀକରଣକୁ ପ୍ରୋତ୍ସାହନ ଯୋଗାଇବ । ସେହିଭଳି ପ୍ରତିରକ୍ଷା, ବିପର୍ଯ୍ୟୟ ପରିଚାଳନା, ମହାକାଶ, କୃଷି ଏବଂ ବ୍ୟବସାୟ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସହଯୋଗର ପର୍ଯ୍ୟାପ୍ତ ସୁଯୋଗ ରହିଛି । “ଏହିସବୁ କ୍ଷେତ୍ରରେ ସୁଦୃଢ଼ ସହଯୋଗ ସ୍ଥାପନ ଆମମାନଙ୍କ ଷ୍ଟାର୍ଟଅପମାନଙ୍କୁ ଉପକୃତ କରାଇବ ଏବଂ ସେମାନେ ମୂଲ୍ୟ ସୃଷ୍ଟି ଚକ୍ରକୁ ମୂଲ୍ୟଯୁକ୍ତ ତଥା ନିବିଡ଼ କରିପାରିବେ । ଏହା ଭିତ୍ତିଭୂମି, କୃଷି ଏବଂ ବ୍ୟବସାୟିକ କ୍ଷେତ୍ରରେ ନୂଆ ନୂଆ ସମ୍ଭାବନାମାନଙ୍କୁ ଜନ୍ମ ଦେବ ଓ ଷ୍ଟାର୍ଟଅପମାନଙ୍କ ଅଭିବୃଦ୍ଧିକୁ ଏହା ତ୍ୱରାନ୍ୱିତ କରିବ” ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi