ଉତ୍ସର୍ଗୀକୃତ ଜୀବନ

Published By : Admin | May 23, 2014 | 15:09 IST

17 ବର୍ଷ ବୟସର ଅଧିକାଂଶ କିଶୋର ସେମାନଙ୍କ କ୍ୟାରିଅର ସମ୍ବନ୍ଧରେ ଚିନ୍ତା କରନ୍ତି ଏବଂ ସେମାନଙ୍କ କୈଶୋରର ଅବଶିଷ୍ଟାଂଶକୁ କିପରି ଉପଭୋଗ କରିବେ ସେ ସମ୍ବନ୍ଧରେ ଭାବିଥାନ୍ତି । ମାତ୍ର ଏହି ବୟସରେ ନରେନ୍ଦ୍ର ମୋଦୀଙ୍କ କଥା ଥିଲା ଅଲଗା । 17 ବର୍ଷ ବୟସରେ ସେ ଏକ ଅସାଧାରଣ ନିଷ୍ପତ୍ତି ଗ୍ରହଣ କରିଥିଲେ ଏବଂ ଏହା ତାଙ୍କ ଜୀବନର ଗତିପଥକୁ ପରିବର୍ତ୍ତିତ କରିଦେଇଥିଲା । ସେ ଘର ଛାଡି ଭାରତ ବ୍ୟାପୀ ପରିଭ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହି ନିଷ୍ପତ୍ତି ତାଙ୍କ ପରିବାରକୁ ଧକ୍କା ଦେଇଥିଲା ମାତ୍ର ଛୋଟ ସହରର ଜୀବନ ବନ୍ଧନରୁ ଉଦ୍ଧ୍ୱର୍କୁ ଉଠିବା ନେଇ ନରେନ୍ଦ୍ରଙ୍କ ଇଚ୍ଛାକୁ ସେମାନେ ଗ୍ରହଣ କରିଥିଲେ । ଶେଷରେ ନରେନ୍ଦ୍ରଙ୍କୁ ବିଦାୟ ଜଣାଇବାର ଦିନ ଯେତେବେଳେ ଉପନୀତ ହେଲା, ତାଙ୍କ ମା’ ସ୍ୱତନ୍ତ୍ର ଦିବସରେ ପ୍ରସ୍ତୁତ କରାଯାଉଥିବା ଏକ ମିଠା ଖାଦ୍ୟ ପ୍ରସ୍ତୁତ କଲେ ଓ ତାଙ୍କ କପାଳରେ ପ୍ରଥା ମୁତାବକ ତିଳକ ଲଗାଇଦେଲେ ।

ସେ ଭ୍ରମଣ କରିଥିବା ସ୍ଥାନମାନଙ୍କ ମଧ୍ୟରେ ଥିଲା ହିମାଳୟ (ଏଠାରେ ସେ ଗରୁଡାଚାଟ୍ଟିଠାରେ ରହିଥିଲେ), ପଶ୍ଚିମବଙ୍ଗର ରାମକୃଷ୍ଣ ଆଶ୍ରମ ଓ ଉତ୍ତର ପୂର୍ବାଂଚଳ । ଏହି ଭ୍ରମଣ ଫଳରେ ନବଯୁବକ ନରେନ୍ଦ୍ରଙ୍କ ମନରେ ଗଭୀର ପ୍ରଭାବ ପଡ଼ିଥିଲା । ସେ ଭାରତର ପ୍ରଶସ୍ତ ଭୂଭାଗ ଭ୍ରମଣ କରି ଭାରତର ବିଭିନ୍ନ ପ୍ରାନ୍ତର ଭିନ୍ନ ଭିନ୍ନ ସଂସ୍କୃତିକୁ ଆବିସ୍କାର କରିଥିଲେ । ଏହି ସମୟରେ ତାଙ୍କର ଆଧ୍ୟାତ୍ମିକ ଉନ୍ମେଷ ଘଟିଥିଲା ଓ ସେ ସର୍ବଦା ସମ୍ମାନ ପ୍ରଦର୍ଶନ କରୁଥିବା ସ୍ୱାମୀ ବିବେକାନନ୍ଦଙ୍କ ସହିତ ଆହୁରି ନିବିଡ ଭାବେ ସଂଯୁକ୍ତ ହୋଇଥିଲେ ।

The Activistନରେନ୍ଦ୍ର ମୋଦୀଙ୍କ ବାଲ୍ୟକାଳ

ଆରଏସଏସର ଡାକରା

ନରେନ୍ଦ୍ର ଦୁଇ ବର୍ଷ ପରେ ଫେରିଆସିଥିଲେ, ମାତ୍ର ଘରେ ମାତ୍ର ଦୁଇ ସପ୍ତାହ ପାଇଁ ରହିଥିଲେ । ଏଥର ତାଙ୍କର ଲକ୍ଷ୍ୟ ନିର୍ଦ୍ଧିଷ୍ଟ ଥିଲା ଓ ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା । ସେ ଅହମ୍ମଦାବାଦ ଯାଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହ କାମ କରିବା ପାଇଁ ସଂକଳ୍ପବଦ୍ଧ ଥିଲେ । 1925ରେ ପ୍ରତିଷ୍ଠିତ ହୋଇଥିବା ଆରଏସଏସ ଏକ ସାମାଜିକ ଓ ସାଂସ୍କୃତିକ ସଂଗଠନ । ଏହି ସଂଗଠନ ଭାରତର ସାମାଜିକ ଓ ସାଂସ୍କୃତିକ ପୁନର୍ଗଠନ କରିବା ଦିଗରେ କାର୍ଯ୍ୟ କରେ ।

The Activist

ଆରଏସଏସ ସହ ତାଙ୍କର ପ୍ରଥମ ଭେଟ ହୋଇଥିଲା ତାଙ୍କୁ ମାତ୍ର 8 ବର୍ଷ ହୋଇଥିବା ସମୟରେ ଯେତବେଳେ କି ତାଙ୍କ ପରିବାର ଚା’ ଦୋକାନରେ ଗୋଟିଏ ଦିନ କାମ କରିବା ପରେ ସେ ଆରଏସଏସର ଏକ ଆଂଚଳିକ ଯୁବ ସଭାରେ ଯୋଗ ଦେଇଥିଲେ । ଏହି ସଭାଗୁଡ଼ିକରେ ଯୋଗଦାନ କରିବା ନେଇ ରାଜନୈତିକ କାରଣର କୌଣସି ସମ୍ପର୍କ ନଥିଲା । ତାଙ୍କ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥିବା ଲକ୍ଷ୍ମଣରାଓ ଇନାମଦାରଙ୍କ ସହ ଏଠାରେ ତାଙ୍କର ପରିଚୟ ହୋଇଥିଲା । ସେ ମଧ୍ୟ ବକିଲ ସାହେବ ଭାବେ ଜଣାଶୁଣା ଥିଲେ ।

The Activist

ନରେନ୍ଦ୍ର ମୋଦୀଙ୍କ ଆରଏସଏସ ଜୀବନ

ଅହମ୍ମଦାବାଦ ଓ ଏହା ବ୍ୟତିରେକ ଜୀବନ

ଏମିତି ଏକ ପୃଷ୍ଠଭୂମି ସହ ପାଖାପାଖି 20 ବର୍ଷୀୟ ନରେନ୍ଦ୍ର ମୋଦୀ ଗୁଜୁରାଟର ସବୁଠୁ ବଡ ସହର ଅହମ୍ମଦାବାଦରେ ପହଂଚିଲେ । ସେ ଆରଏସଏସର ଏକ ନିୟମିତ ସଦସ୍ୟ ହୋଇଗଲେ ଓ ତାଙ୍କର କର୍ତ୍ତବ୍ୟନିଷ୍ଠା ଓ ସଂଗଠନ ଦକ୍ଷତା ବକିଲ ସାହେବଙ୍କୁ ଓ ଅନ୍ୟମାନଙ୍କୁ ପ୍ରଭାବିତ କଲା । 1972ରେ ସେ ଜଣେ ପ୍ରଚାରକ ହେଲେ ଓ ଆରଏସଏସରେ ତାଙ୍କ ପୁରା ସମୟ ବିନିଯୋଗ କଲେ । ଅନ୍ୟ ପ୍ରଚାରକମାନଙ୍କ ସହ ଏକାଠି ରହି ସେ ଏକ କଠୋର ଦୈନଦିନ କାର୍ଯ୍ୟସୂଚୀର ପାଳନ କଲେ । ତାଙ୍କର ଦିନଚର୍ଯ୍ୟା ସକାଳ 5ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲୁ ରହୁଥିଲା । ଏମିତି ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ନରେନ୍ଦ୍ର ରାଜନୀତି ବିଜ୍ଞାନରେ ଡ଼ିଗ୍ରୀ ପୂରଣ କରିଥିଲେ । ସେ ସବୁବେଳେ ଶିକ୍ଷାକୁ ମୂଲ୍ୟ ଦେଉଥିଲେ ।

ଜଣେ ପ୍ରଚାରକକୁ ସାରା ଗୁଜୁରାଟ ଭ୍ରମଣ କରିବାକୁ ପଡୁଥିଲା । 1972ରୁ 1973 ମଧ୍ୟରେ ସେ ବେଳେବେଳେ ଖେଡା ଜିଲ୍ଲାରେ ଥିବା ନାଦିଆଦର ଶାନ୍ତାରାମ ମନ୍ଦିରରେ ରହିଯାଉଥିଲେ । 1973ରେ ସିଦ୍ଧପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ବଡ ସମ୍ମିଳନୀର ଦାୟିତ୍ୱ ନରେନ୍ଦ୍ର ମୋଦୀଙ୍କୁ ଦିଆଗଲା । ଏଠାରେ ସେ ସଙ୍ଘର ବଡବଡ ନେତାଙ୍କୁ ଭେଟିଥିଲେ ।

The Activist

ଏକ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିବା ସମୟରେ ଗୁଜୁରାଟ ଏବଂ ଭାରତ ପରିସ୍ଥିତି ଅତ୍ୟନ୍ତ ଅସ୍ଥିର ଥିଲା । ଯେତବେଳେ ସେ ଅହମ୍ମଦାବାଦରେ ପହଂଚିଲେ, ସେତବେଳେ ସହର ଏକ ଉତ୍କଟ ସାମ୍ପ୍ରଦାୟିକ ଦଙ୍ଗା ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିଲା । ଦେଶର ବାକି ଭାଗରେ ମଧ୍ୟ ପରିସ୍ଥିତି ଭଲ ନଥିଲା । 1967 ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା କଂଗ୍ରେସ ଭାଗଭାଗ ହୋଇଯାଇଥିଲା । ଗୋଟିଏ ଭାଗର ନେତୃତ୍ୱ ଇନ୍ଦିରା ଗାନ୍ଧୀଙ୍କ ଦାୟିତ୍ୱ ହୋଇ ଥିବାବେଳେ ଅନ୍ୟ ଭାଗର ନେତା ଥିଲେ ଗୁଜୁରାଟର ମୋରାରଜୀ ଦେଶାଇ । ଦାରିଦ୍ର୍ୟ ଦୂରିକରଣ ଅଭିଯାନକୁ ଆଧାର କରି ଶ୍ରୀମତି ଗାନ୍ଧୀ 1971 ଲୋକସଭା ନିର୍ବାଚନରେ 518ରୁ 352ଟି ଆସନ ଜିତି ସତ୍ତାକୁ ଫେରିଥିଲେ ।
ଶ୍ରୀମତି ଗାନ୍ଧୀ ଲୋକସଭାର ଶକ୍ତିଶାଳୀ ପ୍ରଦର୍ଶନକୁ ଅନୁସରଣ କରି ଗୁଜୁରାଟ ରାଜ୍ୟ ନିର୍ବାଚନରେ ମଧ୍ୟ ଅନୁରୂପ ପ୍ରଦର୍ଶନ କରିଥିଲେ । ଏହି ନିର୍ବାଚନରେ ସେ ମୋଟ 182ରୁ 140ଟି ଆସନ ଜିତିବା ସହ ମୋଟ ମତଦାନରର ଶତକଡା 50ପ୍ରତିଶତ ଭୋଟ ହାସଲ କରିଥିଲେ ।

The Activist

ନରେନ୍ଦ୍ର ମୋଦୀ – ଜଣେ ପ୍ରଚାରକ

ତେବେ ଶ୍ରୀମତି ଗାନ୍ଧୀଙ୍କ ନିର୍ବାଚନକୁ ନେଇ ଦେଖାଦେଇଥିବା ଉନ୍ମାଦନା ଖୁବଶୀଘ୍ର ହ୍ରାସ ପାଇଥିଲା । ଦୃତ ସଂସ୍କାର ଓ ପ୍ରଗତିର ସ୍ୱପ୍ନ ଗୁଜୁରାଟର ସାଧାରଣ ଜନତାଙ୍କ ମନରେ ଭ୍ରମ ସୃଷ୍ଟି କରିଥିଲା । ଲୋଭ ଦ୍ୱାରା ପରିଚାଳିତ ରାଜନୀତି ଯୋଗୁଁ ଇନ୍ଦୁଲାଲ ୟାଗ୍ନିକ, ଜିଭରାଜ ମେହେଟ୍ଟା ଓ ବଲୱନ୍ତ ରାୟ ମେହେଟାଙ୍କ ପରି ତୁଙ୍ଗ ରାଜନୈତିକ ବ୍ୟକ୍ତିଙ୍କ ସଂଘର୍ଷ ଓ ତ୍ୟାଗର ଫଳ ଧୂଳିସାତ୍ ହୋଇଯାଇଥିଲା ।

1960 ଶେଷବେଳକୁ ଓ 1970 ପ୍ରାରମ୍ଭରୁ ଗୁଜୁରାଟରେ ଶାସନ କରୁଥିବା କଂଗ୍ରେସ ସରକାରଙ୍କ ଦୁର୍ନୀତି ଓ କୁଶାସନ ଚରମ ସୀମାରେ ପହଂଚି ଥିଲା । ‘ଗରିବୀ ହଟାଓ’ର ବଡ ପ୍ରତିଜ୍ଞା ଫମ୍ପା ସାବ୍ୟସ୍ତ ହେଲା ଓ ଏହା କ୍ରମଶଃ ‘ଗରିବ ହଟାଓ’ରେ ପରିଣତ ହେଲା । ଗରିବ ବ୍ୟକ୍ତିଙ୍କ ପରିସ୍ଥିତି ସଂଗୀନ ହୋଇପଡିଲା ଓ ଗୁଜୁରାଟରେ ଏହି ପରିସ୍ଥିତି ଭୟଙ୍କର ଦୁର୍ଭିକ୍ଷ ଓ ଦରଦାମ ବୃଦ୍ଧି ଫଳରେ ଅଧିକ ଉତ୍କଟ ହୋଇପଡିଥିଲା । ଦୈନଦିନ ଆବଶ୍ୟକତା ସାମଗ୍ରୀ କ୍ରୟ କରିବା ଲାଗି ରାଜ୍ୟର ସାଧାରଣ ଲୋକେ ବଡବଡ ଧାରଣାରେ ଠିଆହେବା ଏକ ସାଧାରଣ ଦୃଶ୍ୟରେ ପରିଣତ ହୋଇଥିଲା । ସାଧାରଣ ବ୍ୟକ୍ତି ବଡ ସମସ୍ୟା ମଧ୍ୟ ଦେଇ ଗତି କରୁଥିଲେ ।

ନବନିର୍ମାଣ ଆନ୍ଦୋଳନ: ଯୁବ ଶକ୍ତି

ଜନସାଧାରଣଙ୍କ ଅସନ୍ତୋଷ ସେମାନଙ୍କ କ୍ରୋଧରେ ପ୍ରକାଶିତ ହେବାରେ ଲାଗିଲା । 1973 ଡିସେମ୍ବରରେ ଗୁଜୁରାଟର ମୋର୍ବିଠାରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ କେତେକ ଛାତ୍ର ମାତ୍ରାଧିକ ଖାଦ୍ୟ ବିଲ୍ କୁ ନେଇ ବିରୋଧ କରିଥିଲେ । ଗୁଜୁରାଟ ରାଜ୍ୟବ୍ୟାପୀ ଏହିପରି ବିରୋଧ ପ୍ରଦର୍ଶନ ହେବାରେ ଲାଗିଲା । ଏହି ବିରୋଧକୁ ଗୁଜୁରାଟ ରାଜ୍ୟ ସାରା ବ୍ୟାପକ ସମର୍ଥନ ମିଳିବାରେ ଲାଗିଲା । କ୍ରମଶଃ ଏହା ଏକ ବଡ ଆନ୍ଦୋଳନରେ ପରିଣତ ହେଲା ଯାହାକି ନବନିର୍ମାଣ ଆନ୍ଦୋଳନ ଭାବେ ଜଣାଶୁଣା ।

ସମାଜର ସବୁଶ୍ରେଣୀ ଲୋକଙ୍କୁ ଆକର୍ଷିତ କରୁଥିବା ଏହି ବ୍ୟାପକ ଆନ୍ଦୋଳନ ପ୍ରତି ନରେନ୍ଦ୍ର ମୋଦୀ ଆକର୍ଷିତ ହେଲେ । ଦୁର୍ନୀତି ବିପକ୍ଷରେ ଜଣେ ସଂଗ୍ରାମୀ ଭାବେ ପରିଚିତ ଓ ଜନସାଧାରଣରେ ଜଣେ ବଡ ନେତା ଭାବେ ଜଣାଶୁଣା ଜୟପ୍ରକାଶ ନାରାୟଣଙ୍କ ସମର୍ଥନ ପାଇବା ପରେ ଏହି ଆନ୍ଦୋଳନ ଅଧିକ ଶକ୍ତିଶାଳୀ ହେବାରେ ଲାଗିଲା । ଜୟପ୍ରକାଶ ନାରାୟଣ ଯେତବେଳେ ଅହମ୍ମଦାବାଦ ଆସିଲେ, ନରେନ୍ଦ୍ର ମୋଦୀ ଜେପିଙ୍କୁ ଭେଟିବାର ଏକ ବିରଳ ସୁଯୋଗ ପାଇଲେ । ଏହି ବରିଷ୍ଠ ଓ ଅନ୍ୟାନ୍ୟ ନେତାମାନଙ୍କ ମଧ୍ୟରେ ହୋଇଥିବା ଅନେକ ଆଲୋଚନା ଦ୍ୱାରା ଯୁବକ ନରେନ୍ଦ୍ର ମୋଦୀଙ୍କ ଉପରେ ଗଭୀର ପ୍ରଭାବ ପଡିଥିଲା ।

The Activist

ଐତିହାସିକ ନବନିର୍ମାଣ ଆନ୍ଦୋଳନ

ଶେଷରେ ଛାତ୍ର ଶକ୍ତି ବିଜୟୀ ହେଲା ଓ ଶାସକ କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପ୍ରଦାନ କରିବାକୁ ପଡିଲା । ମାତ୍ର ଏହି ଖୁସି କ୍ଷଣସ୍ଥାୟୀ ଥିଲା । 1975ରେ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଓ 1975 ଜୁନ 25 ମଧ୍ୟରାତ୍ରରୁ ଏକଛତ୍ରବାଦର କଳାମେଘ ଛାଇଯାଇଥିଲା ।

ଜରୁରିକାଳୀନ ପରିସ୍ଥିତିର କଳାଦିନ

ଏକ କୋର୍ଟର ପ୍ରତିକୂଳ ବିଚାର ଅନୁସାରେ ନିର୍ବାଚନକୁ ଅବୈଧ ଘୋଷଣା କରିବା ଫଳରେ ତାଙ୍କ ପଦବୀ ହରାଇବା ନେଇ ଶ୍ରୀମତି ଗାନ୍ଧୀ ଭୟଭୀତ ହୋଇପଡିଲେ ଏବଂ ସେହି ସମୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ଶ୍ରେଷ୍ଠ ପଦକ୍ଷେପ ବୋଲି ମନେକଲେ । ଗଣତନ୍ତ୍ରକୁ ଅବରୋଧ କରାଗଲା, ବାକ୍ ସ୍ୱାଧୀନତାକୁ ହ୍ରାସ କରାଗଲା ଓ ଶ୍ରୀ ଅଟଳ ବିହାରୀ ବାଜପେୟୀ, ଶ୍ରୀ ଏଲକେ ଆଡଭାନୀ, ଶ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସ ଓ ଶ୍ରୀ ମୋରାରଜୀ ଦେଶାଇଙ୍କ ଭଳି ଆଲୋକ ପ୍ରଦାନ କରୁଥିବା ବିରୋଧି ଦଳର ନେତାଙ୍କୁ ଗିରଫ କରାଗଲା ।

The Activist

ଜରୁରିକାଳୀନ ପରିସ୍ଥିତି ବେଳେ ନରେନ୍ଦ୍ର ମୋଦୀ

ଏହି ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଚାଲିଥିବା ଆନ୍ଦୋଳନର ମୂଖ୍ୟମାନଙ୍କ ମଧ୍ୟରେ ଥିଲେ ନରେନ୍ଦ୍ର ମୋଦୀ । ସ୍ୱେଚ୍ଛାଚାରୀତାକୁ ବିରୋଧ କରିବା ପାଇଁ ଗଠିତ ହୋଇଥିବା ଗୁଜୁରାଟ ଲୋକ ସଂଘର୍ଷ ସମିତି (ଜିଏଲଏସଏସ)ର ସେ ଅଂଶବିଶେଷ ଥିଲେ । ସେ ଜିଏଲଏସଏସର ସାଧାରଣ ସମ୍ପାଦକ ପଦକୁ ଉନ୍ନୀତ ହେଲେ । ତାଙ୍କର ମୂଖ୍ୟ ଦାୟିତ୍ୱ ଥିଲା ରାଜ୍ୟବ୍ୟାପୀ ଆନ୍ଦୋଳନକାରୀମାନଙ୍କୁ ସଂଯୋଜିତ କରିବା । କଂଗ୍ରେସ ବିରୋଧୀ ନେତା ଓ ଆନ୍ଦୋଳନକାରୀଙ୍କ ଉପରେ କଡା ନଜର ରଖାଯାଇଥିବାରୁ ଏହି କାର୍ଯ୍ୟ ଅତ୍ୟନ୍ତ କଷ୍ଟକର ଥିଲା ।

ଜରୁରୀକାଳୀନ ପରିସ୍ଥିତି ସମୟରେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକୁ ନେଇ ଅନେକ କାହାଣୀ ରହିଛି । ସେଥିମଧ୍ୟରୁ ଗୋଟିଏ ହେଲା ସେ ସ୍କୁଟରରେ ବସାଇ ଜଣେ ପୋଲିସ ଖୋଜୁଥିବା ଆରଏସଏସ ନେତାଙ୍କୁ ନିରାପଦ ସ୍ଥାନରେ ପହଂଚାଇ ଦେଇଥିଲେ । ସେହିପରି ଏହା ମଧ୍ୟ ଜଣାପଡିଥିଲା ଯେ ଗିରଫ ହୋଇଥିବା ଜଣେ ନେତାଙ୍କ ପାଖରେ ତାଙ୍କର କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଯାଇଥିଲା । ସେହି କାଗଜପତ୍ରକୁ ଉଦ୍ଧାର କରାଯିବା ଜରୁରୀ ଥିଲା ଓ ଏହି ଦାୟିତ୍ୱ ନରେନ୍ଦ୍ର ମୋଦୀଙ୍କ ଉପରେ ପଡିଲା । ପୋଲିସ ଷ୍ଟେସନରେ ଗିରଫ ହୋଇଥିବା ନେତା ଜଣକ ଥିଲେ ଏବଂ ପୋଲିସଙ୍କ ସାମନାରୁ ଯେକୌଣସି ମତେ ସେହି କାଗଜପତ୍ର ଆଣିବାର ଥିଲା । ନାନାଜୀ ଦେଶମୂଖଙ୍କୁ ଯେତବେଳେ ଗିରଫ କରାଗଲା, ସେତେବେଳ ତାଙ୍କ ସହ ସମର୍ଥକମାନଙ୍କ ଦସ୍ତଖତ ସମ୍ବଳିତ ଏକ ପୁସ୍ତକ ଥିଲା । ନରେନ୍ଦ୍ର ମୋଦୀ ନିଶ୍ଚିତ କରିଥିଲେ ଯେ ସମସ୍ତେ ଯେପରି ନିରାପଦ ସ୍ଥାନକୁ ଚାଲିଯିବେ ଓ କେହି ଜଣେ ହେଲେ ମଧ୍ୟ ଗିରଫ ହେବେନାହିଁ ।

ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଥିବା ଅନ୍ୟାନ୍ୟ ଦାୟିତ୍ୱ ମଧ୍ୟରେ ଥିଲା ଜରୁରୀକାଳୀନ ପରିସ୍ଥିତି ବିରୋଧରେ କାର୍ଯ୍ୟ କରୁଥିବା କର୍ମକତ୍ତାମାନଙ୍କର ଗୁଜରାଟରୁ ଯାତାୟତ ବ୍ୟବସ୍ଥା କରିବା । ତାଙ୍କ କାର୍ଯ୍ୟର ଆବଶ୍ୟକତା ମୁତାବକ ସେ କେବେକେବେ ଛଦ୍ମବେଶ ଧରି ଭ୍ରମଣ କରନ୍ତି । କେତେବେଳେ ସେ ଜଣେ ଶିଖ୍ ଭଦ୍ରବ୍ୟକ୍ତି ସାଜନ୍ତି ତ କେତେବେଳେ ଦାଢ଼ି ରଖିଥିବା ବୟସ୍କ ବ୍ୟକ୍ତି ସାଜନ୍ତି ।

The Activist

ନରେନ୍ଦ୍ର ମୋଦୀଙ୍କର ଏକ ଅଭୁଲା ଅନୁଭବ ହେଲା ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଭିନ୍ନଭିନ୍ନ ରାଜନୈତିକ ଦଳର ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ କାମ କରିଛନ୍ତି । ଏ ସମ୍ବନ୍ଧରେ ନରେନ୍ଦ୍ର ମୋଦୀ 2013 ଜୁନ୍ ରେ ତାଙ୍କ ବ୍ଲଗରେ ଉଲ୍ଲେଖ କରିଛନ୍ତି:

ଜରୁରୀକାଳୀନ ପରିସ୍ଥିତି ମୋ ଭଳି ଜଣେ ଯୁବକଙ୍କୁ ଅନେକ ଦଳ ଓ ସଂଗଠନର ନେତାମାନଙ୍କ ସହ କାର୍ଯ୍ୟ କରିବାର ସୁବର୍ଣ୍ଣ ସୁଯୋଗ ପ୍ରଦାନ କଲା କାରଣ ସମସ୍ତେ ସମାନ ଲକ୍ଷ୍ୟ ପାଇଁ କାର୍ଯ୍ୟ କରୁଥିଲେ । ଏହାଫଳରେ ଆମେ ନିଜ ନିଜ ଅନୁଷ୍ଠାନର ସୀମା ମଧ୍ୟରେ ଆବଦ୍ଧ ନରହି କାର୍ଯ୍ୟ କରିବାର ସୁଯୋଗ ପାଇଲୁ । ଏମାନଙ୍କ ମଧ୍ୟରେ ଥିଲେ ଆମ ପରିବାରର ଉତ୍ତୁଙ୍ଗ ନେତା ଅଟଳ ଜୀ, ଆଡ଼ଭାନି ଜୀ ଓ ସ୍ୱର୍ଗତ ନାନାଜୀ ଦେଶମୁଖଙ୍କଠାରୁ ଆରମ୍ଭ କରି ସମାଜବାଦୀ ଜର୍ଜ ଫର୍ଣ୍ଣାଣ୍ଡିସ, କଂଗ୍ରେସ ନେତା ରବିନ୍ଦ୍ର ବର୍ମା, ଯେଉଁମାନେ କି ମୋରାରଜୀ ଦେଶାଇଙ୍କ ସହିତ ନିବିଡ଼ ଭାବେ କାର୍ଯ୍ୟ କରିଛନ୍ତି ଓ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଅସନ୍ତୁଷ୍ଟ ଏବଂ ଭିନ୍ନଭିନ୍ନ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ନେତୃବୃନ୍ଦ । ଏହି ନେତାମାନଙ୍କ ଦ୍ୱାରା ଆମେ ପ୍ରଭାବିତ ହୋଇଥିଲୁ । ଗୁଜୁରାଟ ବିଦ୍ୟାପୀଠର ପୂର୍ବତନ ଉପକୁଳାଧିପତି ଶ୍ରୀ ଧୀରୁଭାଇ ଦେଶାଇ, ମାନବତତ୍ତ୍ୱବିତ୍ ଶ୍ରୀ ସିଟି ଦାରୁ, ଗୁଜୁରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ ଶ୍ରୀ ଏମ ଯଶଭାଇ ପଟେଲ, ଶ୍ରୀ ଚିମନଭାଇ ପଟେଲ ଓ ପ୍ରମୁଖ ମୁସଲମାନ ନେତା ହବିବ-ଉର-ରେହମାନଙ୍କଠାରୁ ବହୁ କିଛି ଶିକ୍ଷାଲାଭ କରିଥିବାରୁ ମୁଁ ଅତ୍ୟନ୍ତ ଭାଗ୍ୟବାନ । ସ୍ୱର୍ଗତ ଶ୍ରୀ ମୋରାରଜୀଭାଇ ଯିଏକି କଂଗ୍ରେସ ଦଳର ସ୍ୱେଚ୍ଛାଚାରିତାକୁ ବିରୋଧ କରୁଥିଲେ ଓ ଏପରିକି ଶେଷରେ ଦଳ ମଧ୍ୟ ଛାଡ଼ିଦେଇଥିଲେ, ତାଙ୍କର ସଂଘର୍ଷ ତଥା ସଂକଳ୍ପବଦ୍ଧତା ମଧ୍ୟ ମନକୁ ଆସୁଛି ।

ଏହା ଯେପରି ଭିନ୍ନଭିନ୍ନ ଚିନ୍ତାଧାରା ଓ ଆଦର୍ଶବାଦମାନଙ୍କର ଏକ ଜୀବନ୍ତ ସଙ୍ଗମ ସ୍ଥଳ ଥିଲା ଯେଉଁମାନେ କି ଏକ ମହତ ଉଦ୍ଦେଶ୍ୟରେ ଏକାଠି ହୋଇଥିଲେ । ଜାତି, ଧର୍ମ, ସମ୍ପ୍ରଦାୟ ଓ ଗୋଷ୍ଠୀର ଉଦ୍ଧ୍ୱର୍କୁ ଉଠି ଆମେ ସମସ୍ତେ ମିଶି ଆମର ଏକକ ଲକ୍ଷ୍ୟ ଦେଶର ଗଣତନ୍ତ୍ର ଭାବଧାରା ବଜାୟ ରଖିବା ଲାଗି କାର୍ଯ୍ୟ କରୁଥିଲୁ । 1975 ଡ଼ିସେମ୍ବରରେ ଆମେ ଗାନ୍ଧୀନଗରଠାରେ ବିପକ୍ଷର ସମସ୍ତ ସ୍ୱାଧୀନ ସାଂସଦମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିବା ଲାଗି କାର୍ଯ୍ୟ ଆରମ୍ଭ କଲେ । ଏହି ବୈଠକରେ ସ୍ୱାଧୀନ ସାଂସଦ ସ୍ୱର୍ଗତ ଶ୍ରୀ ପୁରୁଷୋତ୍ତମ ମାଭଲଙ୍କର, ଶ୍ରୀ ଉମାଶଙ୍କର ଯୋଶୀ ଓ ଶ୍ରୀ କୃଷ୍ଣକାନ୍ତ ପ୍ରଭୃତି ଯୋଗଦାନ କରିଥିଲେ ।

ରାଜନୀତି ପରିସରର ବାହାରେ ସାମାଜିକ ସଂଗଠନ ଓ ଅନେକ ଗାନ୍ଧିବାଦୀଙ୍କ ସହ କାର୍ଯ୍ୟ କରିବା ଲାଗି ନରେନ୍ଦ୍ର ମୋଦୀଙ୍କୁ ସୁଯୋଗ ମିଳିଲା । ଜର୍ଜ ଫର୍ଣ୍ଣାଣ୍ଡିସ (ମୋଦୀ ତାଙ୍କୁ ଜର୍ଜ ସାହେବ ବୋଲି ଡାକୁଥିଲେ) ଏବଂ ନାନାଜୀ ଦେଶମୁଖଙ୍କ ସହ ତାଙ୍କର ଭେଟକୁ ସେ ପ୍ରାଞ୍ଜଳ ଭାବେ ମନେପକାନ୍ତି । ସେ ସମୟର ଅନ୍ଧାରି ଦିନମାନଙ୍କରେ ମୋଦୀ ନିଜର ଅନୁଭବ ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରୁଥିଲେ । ପରବର୍ତ୍ତୀ ସମୟରେ ଏହା ‘ଆପାତକାଲ ମେଁ ଗୁଜୁରାଟ’(ଜରୁରୀକାଳୀନ ପରିସ୍ଥିତି ସମୟରେ ଗୁଜରାଟ) ନାମକ ଏକ ପୁସ୍ତକର ରୂପ ନେଲା ।

ଜରୁରୀକାଳୀନ ପରିସ୍ଥିତି ପରେ

ନବନିର୍ମାଣ ଆନ୍ଦୋଳନ ପରି, ଜରୁରୀକାଳୀନ ପରିସ୍ଥିତି ପରେ ଜନସାଧାରଣଙ୍କର ବିଜୟ ହେଲା । 1977 ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କର ବଡ ଧରଣର ପରାଜୟ ଘଟିଲା । ଲୋକମାନେ ପରିବର୍ତ୍ତନ ସପକ୍ଷରେ ଭୋଟ ଦେଲେ ଏବଂ ନୂତନ ଭାବେ ଗଠିତ ଜନତା ଦଳ ସରକାରରେ ଜନସଂଘର ନେତା ଅଟଳ ଜୀ ଓ ଆଡଭାନି ଜୀ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ମନ୍ତ୍ରୀ ପଦରେ ଅବସ୍ଥାପିତ ହେଲେ ।

ଏହି ସମୟରେ ପୂର୍ବଦିନର ସାଂଗଠନିକ କାର୍ଯ୍ୟଦକ୍ଷତାର ପ୍ରଶଂସା ଭିତ୍ତିରେ ନରେନ୍ଦ୍ର ମୋଦୀଙ୍କୁ ସମ୍ଭାଗ ପ୍ରଚାରକ(ଆଂଚଳିକ ସଂଗଠକ) କରାଗଲା । ଦକ୍ଷିଣ ଓ କେନ୍ଦ୍ର ଗୁଜୁରାଟର ଦାୟିତ୍ୱ ତାଙ୍କୁ ଦିଆଗଲା । ତାଙ୍କୁ ମଧ୍ୟ ଏହି ସମୟରେ ଦିଲ୍ଲୀ ଡକାଯାଇ ଜରୁରୀକାଳୀନ ପରିସ୍ଥିତି ସମୟର ଆରଏସଏସର ଆନୁଷ୍ଠାନିକ ବିବରଣୀ ଲେଖିବା ପାଇଁ କୁହାଗଲା । ଏହାଫଳରେ କାମର ବୋଝ ବଢ଼ିଗଲା ଓ ଆଂଚଳିକ ଏବଂ ଜାତୀୟ କର୍ତ୍ତବ୍ୟବୋଧ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ ହୋଇପଡିଲା । ତେବେ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକୁ ସହଜ ଓ ସୂଚାର ରୂପେ ସମ୍ପାଦନ କରିଥିଲେ ।

The Activist

ଗୁଜରାଟର ଏକ ଗ୍ରାମରେ ନରେନ୍ଦ୍ର ମୋଦୀ

1980 ପ୍ରାରମ୍ଭରେ ଗୁଜରାଟ ବ୍ୟାପୀ ତାଙ୍କର ଭ୍ରମଣ ଜାରି ରହିଲା ଏବଂ ଧୀରେ ଧୀରେ ବଢ଼ିବାରେ ଲାଗିଲା । ଏହା ତାଙ୍କୁ ରାଜ୍ୟର ପ୍ରତ୍ୟେକ ତାଲୁକା ଓ ପ୍ରତ୍ୟେକଟି ଗ୍ରାମକୁ ଭ୍ରମଣରେ ଯିବାର ସୁଯୋଗ ପ୍ରଦାନ କଲା । ଉଭୟ ସଂଗଠକ ଓ ମୁଖ୍ୟମନ୍ତ୍ରୀ ହିସାବରେ ଏହି ଅନୁଭବ ତାଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେଲା । ଜନସାଧାରଣଙ୍କ ସମସ୍ୟା ସମ୍ବନ୍ଧରେ ସେ ସିଧାସଳଖ ଭାବେ ଜାଣିବା ଓ ଏହାର ସମାଧାନ କରିବା ଲାଗି କଠିନ ପରିଶ୍ରମ କରିବା ପାଇଁ ତାଙ୍କ ସଂକଳ୍ପବଦ୍ଧତା ବଢ଼ାଇବାରେ ଏହା ସହାୟକ ହେଲା । ମରୁଡି, ବନ୍ୟା ଓ ଦଙ୍ଗା ସମୟରେ ସେ ସହାୟତା ପ୍ରଦାନ କାର୍ଯ୍ୟର ନେତୃତ୍ୱ ନେଲେ ।

ନରେନ୍ଦ୍ର ମୋଦୀ ଆନନ୍ଦର ସହିତ ତାଙ୍କ କାର୍ଯ୍ୟରେ ବୁଡିଗଲେ । ମାତ୍ର ଆରଏସଏସ ଓ ନୂତନ ଭାବେ ଗଠିତ ବିଜେପିର ବୟୋଜ୍ୟେଷ୍ଠମାନେ ଭିନ୍ନ ରକମର ଭାବୁଥିଲେ । ସେମାନେ ତାଙ୍କୁ ଅଧିକ ଦାୟିତ୍ୱ ଦେବାକୁ ଚାହୁଁଥିଲେ ଓ 1987 ପରଠାରୁ ନରେନ୍ଦ୍ର ମୋଦୀଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା । ଏହାପରଠାରୁ ସେ ଯେପରି ଭାବେ ଦଳର ରଣନୀତି ପ୍ରସ୍ତୁତ କରୁଥିଲେ, ସେହିପରି ଭାବେ ରାଜରାସ୍ତାକୁ ମଧ୍ୟ ଓହ୍ଲାଉଥିଲେ । ସେ ଦଳୀୟ ନେତାଙ୍କ ସହ କାର୍ଯ୍ୟ କରୁଥିଲେ ଓ କାର୍ଯ୍ୟକର୍ତ୍ତା ମାନଙ୍କ ସହ ମଧ୍ୟ ବସୁଥିଲେ ।

ଭାଡନଗରର ପୁଅ ଯିଏକି ଦେଶ ସେବା ପାଇଁ ଘର ଛାଡିଥିଲା, ଆଉ ଏକ ବଡ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରସ୍ତୁତ ଥିଲା । ମାତ୍ର ଏହା ତାଙ୍କ ଦେଶର ପୁରୁଷ ଓ ମହିଳାଙ୍କ ମୁହଁରେ ହସ ଫୁଟାଇବା ଲାଗି ତାଙ୍କ ଯାତ୍ରାର ଏକ ପ୍ରସାରଣ ଥିଲା । କୈଳାସ ମାନସରୋବରକୁ ଯାତ୍ରା କରିବା ପରେ, ନରେନ୍ଦ୍ର ମୋଦୀ ଗୁଜୁରାଟ ବିଜେପିର ସାଧାରଣ ସମ୍ପାଦକ ଭାବେ ତାଙ୍କ କାର୍ଯ୍ୟ ଆରମ୍ଭ କରିଦେଲେ ।

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
Flash composite PMI up at 61.7 in May, job creation strongest in 18 years

Media Coverage

Flash composite PMI up at 61.7 in May, job creation strongest in 18 years
NM on the go

Nm on the go

Always be the first to hear from the PM. Get the App Now!
...
PM Modi’s endeavour to transform sports in India
May 09, 2024

Various initiatives including a record increase in India’s sports budget, Khelo India Games, and the Target Olympic Podium Scheme showcase the Modi government’s emphasis on transforming sports in India. PM Modi’s endeavour for hosting the ‘Youth Olympics’ and the ‘Olympics 2036’ in India showcases the pioneering transformation and vision for India’s sports in the last decade.

Anju Bobby George, Athlete hailed PM Modi’s support being unprecedented for sports and narrated how PM Modi met her and enquired about the issues concerning sports in India. She said that PM Modi deeply enquired about the various issues and sought to resolve these issues on a mission mode to transform sports in India.

Along with an intent to resolve issues, PM Modi always kept in touch with various athletes and tried to bring about a systemic change in the way sports were viewed in India. Moreover, India’s sporting transformation was also a result of the improved sporting infrastructure in the country.

“PM Modi is really interested in sports. He knows each athlete… their performance. Before any major championships, he is calling them personally and interacting with them… big send-offs he is organising and after coming back also we are celebrating each victory,” she remarked.

Every athlete, she added, was happy as the PM himself was taking keen interest in their careers, well-being and performance.