ଭକ୍ତମାନେ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ତଥା ସାମାଜିକ ସେବାର ଉଦ୍ଦେଶ୍ୟ ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଉଚିତ୍‍
ଲୋକଙ୍କୁ ଜୈବିକ ଚାଷ, ନୂତନ ଫସଲ ପ୍ରଣାଳୀ ଗ୍ରହଣ କରିବାକୁ ଉତ୍ସାହିତ କରିଛନ୍ତି

ନମସ୍କାର

ଆପଣମାନେ ସମସ୍ତେ କିପରି ଅଛନ୍ତି?

ମୋର ଏଠାକୁ ବ୍ୟକ୍ତିଗତ ଭାବେ ପରିଦର୍ଶନରେ ଆସିବା ନିମନ୍ତେ ଅନୁମାନ କରା ଯାଉଥିଲା । ଯଦି ମୁଁ ବ୍ୟକ୍ତିଗତ ଭାବେ ଆସିବାକୁ ସକ୍ଷମ ହୋଇଥାନ୍ତି, ତା’ହେଲେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଦେଖା କରି ପାରିଥାନ୍ତି । ତେବେ, ସମୟର ଅଭାବ ଯୋଗୁଁ ଏବଂ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ଆଜି ଏହି ଶୁଭ କାର୍ଯ୍ୟରେ ଅଂଶଗ୍ରହଣ କରି ପାରିଥିବାରୁ ମୁଁ ଭାଗ୍ୟବାନ । ମୋ ଦୃଷ୍ଟିରେ, ଏହି କାର୍ଯ୍ୟ ବହୁମୁଖୀ ଗୁରୁତ୍ୱ ବହନ କରୁଛି- ବୃହତ୍ ସେବା ମନ୍ଦିର ପ୍ରକଳ୍ପ, ଯାହା ସମସ୍ତଙ୍କ ଉଦ୍ୟମ ଦ୍ୱାରା କରାଯାଉଛି ।

ମୁଁ ଲାଲକିଲ୍ଲାର ପ୍ରାଚୀରରୁ \"ସବ୍‌କା ପ୍ରୟାସ’ (ସମସ୍ତଙ୍କର ଉଦ୍ୟମ) ସମ୍ପର୍କରେ କହିଥିଲି । ମା’ ଉମିୟା ଧାମର ବିକାଶ କାର୍ଯ୍ୟ ପାଇଁ ମା’ ଉମିୟା ସେବା ସଙ୍କୁଳ ସହିତ ସଂଯୁକ୍ତ ହୋଇ, ଧାର୍ମିକ ଉଦ୍ଦେଶ୍ୟ, ଆଧ୍ୟାତ୍ମିକ ଉଦ୍ଦେଶ୍ୟ ଏବଂ ଏହାଠାରୁ ଅଧିକ ଉଦ୍ଦେଶ୍ୟ ସମାଜ ସେବାର ଉଦ୍ଦେଶ୍ୟ ପାଇଁ ଏକ ନୂତନ ଲକ୍ଷ୍ୟ ସ୍ଥିର କରିବା ଉଚିତ୍ । ଏବଂ ଏହା ହେଉଛି ପ୍ରକୃତ ମାର୍ଗ । ଆମ ଅଂଚଳରେ ଏହା କୁହା ଯାଇଥାଏ ଯେ, ‘ନର କରନି କରେ ତୋ ନାରାୟଣ ହୋ ଯାଏ’ (ମନୁଷ୍ୟ ତା’ର କର୍ମ ମାଧ୍ୟମରେ ଦେବତ୍ୱ ପ୍ରାପ୍ତ ହୋଇଥାଏ) । ଆମ ଅଂଚଳରେ ଏହା ମଧ୍ୟ କୁହା ଯାଇଥାଏ ଯେ, \"ଜନ ସେବା ଏଜ୍ ଜଗ ସେବା’ (ଲୋକ ମାନଙ୍କର ସେବା କରିବା ଜଗତର ସେବା କରିବା ସହିତ ସମାନ) । ଆମେମାନେ ହେଉଛେ ସେହି ବ୍ୟକ୍ତି ବିଶେଷ, ଯେଉଁମାନେ ପ୍ରତ୍ୟେକ ପ୍ରାଣୀ ଭିତରେ ଈଶ୍ୱରଙ୍କୁ ଦେଖିଥାଉ । ଆଉ ସେଥିପାଇଁ ଯୁବ ପିଢ଼ି, ଭବିଷ୍ୟତ ପିଢ଼ିକୁ ପ୍ରସ୍ତୁତ କରିବା ପାଇଁ ଏଠାରେ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ତାହା ମଧ୍ୟ ସମାଜର ସହଯୋଗରେ, ତାହା ଢେର୍ ପ୍ରଶଂସନୀୟ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ । ମୋତେ ଏହା କୁହା ଯାଇଥିଲା ଯେ, ଆପଣ ୫୧ କୋଟି ଥର \"ମା’ ଉମିୟା ଶରଣମ୍ ମମ’ (ମା’ ଉମିୟା ମୋତେ ଆପଣଙ୍କ ଶରଣରେ ରଖନ୍ତୁ ବା ତାଙ୍କ ନିକଟରେ ଆତ୍ମସମର୍ପଣ) ମନ୍ତ୍ରର ଜପ କରିବା ଏବଂ ଲେଖିବାର ଅଭିଯାନ ଆରମ୍ଭ କରିଛନ୍ତି । ତାହା ସ୍ୱୟଂ ଏକ ଶକ୍ତିର ଝରଣା ହୋଇ ଯାଇଥାଏ । ଏବଂ ଆପଣ ମା’ ଉମିୟାଙ୍କ ନିକଟରେ ନିଜକୁ ସମର୍ପଣ କରି ଲୋକ ମାନଙ୍କର ସେବା କରିବାର ରାସ୍ତାକୁ ବାଛିଛନ୍ତି । ଏବଂ ଆଜି, ସେବାର ଅନେକ ବଡ ବଡ କାର୍ଯ୍ୟ ଏହା ସହିତ ଆରମ୍ଭ କରାଯାଉଛି । ମା’ ଉମିୟା ଧାମ ବିକାଶ ପ୍ରକଳ୍ପ, ଯାହା ସେବାର ଏକ ବୃହତ୍ ଅଭିଯାନ ଅଟେ, ଆଗାମୀ ପିଢ଼ିମାନଙ୍କ ନିମନ୍ତେ ଅତ୍ୟନ୍ତ ଉପଯୋଗୀ ହେବାକୁ ଯାଉଛି । ଆଉ ଏଥିପାଇଁ, ଆପଣମାନେ ସମସ୍ତେ ଅଭିନନ୍ଦନ ପାଇବାର ହକ୍‌ଦାର ଅଟନ୍ତି ।

କିନ୍ତୁ ଯେତେବେଳେ ଆପଣ ଯୁବକମାନଙ୍କୁ ଅନେକ ସୁଯୋଗ ପ୍ରଦାନ କରିଛନ୍ତି ଏବଂ ସେମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଉପଲବ୍ଧ କରାଇଛନ୍ତି, ମୁଁ ଗୋଟିଏ କଥା କହିବାକୁ ଚାହିଁବି ଏବଂ ଏହାର କାରଣ ହେଉଛି, ବର୍ତମାନର ସମୟ ଦକ୍ଷତା ବିକାଶର ଗୁରୁତ୍ୱକୁ ପ୍ରମାଣିତ କରିଛି । ଆପଣମାନେ ନିଶ୍ଚିତ ରୂପେ ଆପଣଙ୍କ ସଂସ୍ଥାର ପ୍ରତ୍ୟେକ ଦିଗ ସହିତ ଦକ୍ଷତା ବିକାଶ କାର୍ଯ୍ୟକୁ ଯୋଡ଼ିବା ଉଚିତ୍ । ଆପଣମାନେ ନିଶ୍ଚିତ ରୂପେ ଏହା ଉପରେ ଚିନ୍ତା କରିଥିବେ । ତେବେ, ବର୍ତମାନ ସମୟର ଆବଶ୍ୟକତା ହେଉଛି ଦକ୍ଷତାର ଗୁରୁତ୍ୱକୁ ବୃଦ୍ଧି କରିବା । ଆମର ପ୍ରାଚୀନ ସମୟରେ, ପରିବାର ଗୁଡିକର ସଂରଚନା ଏପରି ରହିଥିଲା, ଯାହା ଫଳରେ ଆଗାମୀ ପିଢ଼ିକୁ କୌଳିକ ବୃତି ଭାବରେ କୌଶଳକୁ ହସ୍ତାନ୍ତରିତ କରାଯାଇ ପାରୁଥିଲା । ଏବେର ସାମାଜିକ ପରିସ୍ଥିତିରେ ଅନେକ ପରିବର୍ତନ ଘଟିଛି । ତେଣୁ ଆମକୁ ସେହି କାର୍ଯ୍ୟ ପାଇଁ ଆବଶ୍ୟକ ତନ୍ତ୍ର/ ବ୍ୟବସ୍ଥା/ ମେକାନିଜମ୍‌କୁ ସ୍ଥାପିତ କରିବାକୁ ପଡିବ । ଆଉ ଯେତେବେଳେ ଏହି ରାଷ୍ଟ୍ର \"ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି, ଏବଂ ଯେତେବେଳ ପର୍ଯ୍ୟନ୍ତ ମୋତେ ଗୁଜରାଟରେ ଆପଣ ମାନଙ୍କର ସେବା କରିବାର ସୁଯୋଗ ମିଳିଥିଲା, ଏବଂ ଯେହେତୁ ଏବେ ଆପଣମାନେ ମୋତେ ଦେଶର ସେବା କରିବା ନିମନ୍ତେ ସୁଯୋଗ ଦେଇଛନ୍ତି, ମୁଁ ଆପଣମାନଙ୍କୁ ମୋ ଶବ୍ଦଗୁଡ଼ିକୁ ମନେ ପକାଇ ଦେବାକୁ ଚାହିଁବି ଯେ ଏମିତିକି \"ଆଜାଦୀ କା ଅମୃତ ମହୋତ୍ସବ’ ସମୟରେ ମଧ୍ୟ ଆମେମାନେ ଏହି ସ୍ଥାନ ଛାଡି ବିଦାୟ ନେବା ପୂର୍ବରୁ ଏକ ଦୃଢ଼ ସଙ୍କଳ୍ପ ନେବା ଯେ ଏକ ସମାଜ ଏବଂ ଦେଶର ନିର୍ମାଣ ନିମନ୍ତେ ଆମେମାନେ କେଉଁ ଭଳି ଅବଦାନ ରଖିବା । ଏହା ସତ୍ୟ ଯେ ମୁଁ ଯେତେବେଳେ ବି ଆପଣମାନଙ୍କ ପାଖକୁ ଆସିଛି, ଆମେମାନେ ଅନେକ ଗୁଡ଼ିଏ ଜିନିଷ ଉପରେ ଆଲୋଚନା କରିଛେ । ମୁଁ ଅନେକ ଗୁଡ଼ିଏ ପ୍ରସଙ୍ଗ ଉପରେ ଆପଣମାନଙ୍କ ସହଯୋଗ ଏବଂ ସହାୟତା ମାଗିଛି । ଏବଂ ଆପଣମାନେ ସମସ୍ତେ ସେସବୁ ମୋତେ ଦେଇଛନ୍ତି ।

ମୋର ଠିକ୍ ମନେ ଅଛି, ଯେତେବେଳେ ମୁଁ \"ବେଟି ବଚାଓ’ (ଝିଅମାନଙ୍କୁ ସୁରକ୍ଷା ଦିଅ) ଅଭିଯାନ ଚଲାଉ ଥିଲି, ମୁଁ ଥରେ ଉନ୍‌ଝାକୁ ଆସିଥିଲି ଏବଂ ଆପଣମାନଙ୍କ ସହିତ ଅନେକ କଥା ଆଲୋଚନା କରିଥିଲି । ମୁଁ ଏହା ମଧ୍ୟ ସଂକ୍ଷେପରେ କହିଥିଲି ଯେ, ମା’ ଉମିୟା ଦେବୀଙ୍କ ଆସ୍ଥାନ ଉନ୍‌ଝା, ଯେଉଁଠାରେ କନ୍ୟା ସନ୍ତାନ ମାନଙ୍କର ଜନ୍ମ ହାରରେ ବହୁତ ହ୍ରାସ ହୋଇଥିବା ପ୍ରସଙ୍ଗର ଆମେମାନେ ସାକ୍ଷୀ ଥିଲେ, ତାହା ଆମ ସମସ୍ତଙ୍କ ପାଇଁ ଏକ କଳଙ୍କ ହୋଇପାରେ । ସେ ସମୟରେ, ମୁଁ ଆପଣମାନଙ୍କ ସମସ୍ତଙ୍କଠାରୁ ଏକ ଶପଥ କାମନା କରିଥିଲି ଯେ ଆମେ ସମସ୍ତେ ଏହି ସ୍ଥିତିରେ ସୁଧାର ଆବଶ୍ୟକ କରୁଛେ । ଆଜି, ମୁଁ ଏଠାରେ ଆପଣମାନଙ୍କୁ ସମସ୍ତଙ୍କୁ ସେହି ଆହ୍ୱାନକୁ ସ୍ୱୀକାର କରିଥିବା ନିମନ୍ତେ ଧନ୍ୟବାଦ ପ୍ରଦାନ କରୁଛି, ଯାହାର ପରିଣାମ ସ୍ୱରୂପ ଧୀରେ ଧୀରେ ଏପରି ସ୍ଥିତି ହୋଇ ଯାଇଛି ଯେ, ଯେଉଁଠାରେ ଝିଅମାନଙ୍କ ସଂଖ୍ୟା ପ୍ରାୟତଃ ପୁଅମାନଙ୍କ ସଂଖ୍ୟା ସହିତ ସମାନ ହୋଇ ଯାଇଛି । ଆପଣମାନେ ସମସ୍ତେ ମଧ୍ୟ ସମାଜରେ ଏହି ପରିବର୍ତନ ଆଣିବାର ଆବଶ୍ୟକତାକୁ ନିଶ୍ଚିତ ରୂପେ ଅନୁଭବ କରିଥିବେ । ଏବଂ ଆପଣମାନେ ବହୁତ ଭଲ କାମ କରିଛନ୍ତି ।

ସେହିଭଳି, ମୋର ଠିକ୍ ମନେ ପଡୁଛି ଯେ, ଯେତେବେଳେ ଆମେ \"ସୁଜଳାମ୍ ସୁଫଳାମ୍‌’ ଯୋଜନା ଅନୁସାରେ ନର୍ମଦା ନଦୀର ଜଳ ଯୋଗାଣ ଆରମ୍ଭ କରିଥିଲେ, ସେତେବେଳେ ମୁଁ ଉତର ଗୁଜରାଟ ଏବଂ ସୌରାଷ୍ଟ୍ର ଅଂଚଳର କୃଷକମାନଙ୍କ ସହିତ ମା’ ଉମିୟାଙ୍କ ଭକ୍ତମାନଙ୍କୁ ଏକ ବିଶେଷ ଅନୁରୋଧ କରିଥିଲି ଯେ ଯଦିଓ ବର୍ତମାନ ପାଣି ପହଂଚିଛି, ତଥାପି ଆମେ ଏହିି ପାଣିର ମହତ୍ୱକୁ ବୁଝିବା ଉଚିତ୍ । ଅନ୍ୟ ଲୋକମାନଙ୍କ ନିମନ୍ତେ \"ଜଳ ଏଜ୍ ଜୀବନ ଛେ’ (ଜଳ ହିଁ ଜୀବନ) ଅନ୍ୟ ଏକ ସ୍ଲୋଗାନ୍ ହୋଇପାରେ । କିନ୍ତୁ ଆମେ ସମସ୍ତେ ଜାଣିଛେ ଯେ ପାଣି ବିନା ଆମେମାନେ କିପରି ସଂଘର୍ଷ କରି ଆସୁଥିଲୁ । ବର୍ଷା ହେବାରେ ବିଳମ୍ବ ଘଟିଲେ, ଦିନ ଦିନ ଧରି ବା ବର୍ଷଟିଏ ନଷ୍ଟ ହେବାର ଯନ୍ତ୍ରଣା କ’ଣ, ତାକୁ ଆମେ ଜାଣିଥିଲେ । ଏଥିପାଇଁ ଆମେ ପାଣିର ସୁରକ୍ଷା କରିବାର ସଙ୍କଳ୍ପ ନେଲେ । ମୁଁ ଉତର ଗୁଜରାଟରେ ବୁନ୍ଦା ଜଳସେଚନ ପ୍ରଣାଳୀକୁ ଆପଣେଇବା ଉପରେ ଜୋର ଦେଇଥିଲି, ଯାହାକୁ ଆପଣମାନେ ସମସ୍ତେ ସ୍ୱାଗତ କରିଥିଲେ, ଏବଂ ଗ୍ରହଣ କରିଥିଲେ । ଅନେକ ଗୁଡ଼ିଏ ଅଂଚଳରେ ବୁନ୍ଦା ଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ କରା ଯାଇଥିଲା ଏବଂ ଏହାର ପରିଣାମ ସ୍ୱରୂପ ପାଣିକୁ ସଂରକ୍ଷିତ କରାଯାଇ ପାରିବା ସହିତ ବହୁତ ଭଲ ଫସଲ ମଧ୍ୟ ଅମଳ ହୋଇ ପାରିଥିଲା ।

ସେହିଭଳି, ଆମେ ଆମ ମାତୃଭୂମି ସମ୍ପର୍କରେ ନିଜର ଚିନ୍ତା ଉପରେ ଆଲୋଚନା କରିଥିଲେ । ଗୁଜରାଟ ରାଜ୍ୟ ଥିଲା ପ୍ରଥମ ରାଜ୍ୟ, ଯେଉଁଠାରେ ମୃତିକା ସ୍ୱାସ୍ଥ୍ୟ କାର୍ଡ (ସଏଲ୍ ହେଲ୍‌ଥ କାର୍ଡ) ବ୍ୟବସ୍ଥା ପ୍ରଥମେ କାର୍ଯ୍ୟକାରୀ କରାଗଲା, ଯେଉଁ ବ୍ୟବସ୍ଥାକୁ ଏବେ ସାରା ଦେଶରେ ଅନୁସରଣ କରାଯାଉଛି । ତାହା ଥିଲା ଆମ ମାତୃଭୂମିର ସ୍ୱାସ୍ଥ୍ୟାବସ୍ଥାର ଯାଂଚ କରିବା ସମ୍ପର୍କରେ, ଯାହା ପ୍ରତ୍ୟେକ ଜୀବନ୍ତ ପ୍ରାଣୀମାନଙ୍କ ନିମନ୍ତେ ଜୀବନର ଉତ୍ସ ଅଟେ । ଏବଂ ଆମେ ମୃତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା ମାଧ୍ୟମରେ ମୃତିକାର ସ୍ୱାସ୍ଥ୍ୟର ଯାଂଚ କରୁଛେ, ଯେଉଁଥିରେ ମୃତିକାର ଦୋଷ, ରୋଗ,  ମୃତିକାର ଆବଶ୍ୟକତା ସମ୍ପର୍କରେ ଜଣା ପଡିଥାଏ । ଏହିସବୁ କଥା ଆମେ କଲେ । ତେବେ ବର୍ତମାନ ଉତ୍ପାଦନର ଲୋଭ, ଦ୍ରୁତ ପରିଣାମର ଇଚ୍ଛା, ସବୁ ମାନବ ସ୍ୱଭାବର ଏକ ଅଂଶ ଅଟେ । ଏବଂ ଏଥିପାଇଁ ଆମେ ମାତୃଭୂମିର ସ୍ୱାସ୍ଥ୍ୟର ଚିନ୍ତା ନକରି ବିଭିନ୍ନ ପ୍ରକାରର ରାସାୟନିକ ଦ୍ରବ୍ୟ, ସାର ଏବଂ ଔଷଧର ବ୍ୟବହାର କରିବା ଆରମ୍ଭ କରିଦେଲେ । ଆଜି ମୁଁ ଆପଣମାନଙ୍କୁ ଏକ ଅନୁରୋଧ କରୁଛି । ଯେତେବେଳେ ଆମେ ମା’ ଉମିୟାଙ୍କର ସେବା କରିବା ନିମନ୍ତେ ସଙ୍କଳ୍ପ ନେଇଛେ,  ଆମେ ଏହି ମାତୃଭୂମିକୁ ଭୁଲି ଯାଇ ପାରିବା ନାହିଁ । ଆଉ ମା’ ଉମିୟାଙ୍କ ସନ୍ତାନ ମାନଙ୍କର ମାତୃଭୂମିକୁ ଭୁଲିଯିବାର କୌଣସି ଅଧିକାର ନାହିଁ । ଏହି ଦୁଇ ଜଣ ଆମ ପାଇଁ ସମାନ ଅଟନ୍ତି । ମାତୃଭୂମି ଆମର ଜୀବନ ହୋଇଥାଏ ଏବଂ ମା’ ଉମିୟା ଆମର ଆଧ୍ୟାତ୍ମିକ ମାର୍ଗଦର୍ଶକ ଅଟନ୍ତି । ଏବଂ ସେଥିପାଇଁ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆମକୁ ଗୁଜରାଟର ଉତର ଅଂଚଳରେ ଜୈବିକ ଚାଷ ପଦ୍ଧତି ଆପଣେଇବା ପାଇଁ ମା’ ଉମିୟାଙ୍କ ଉପସ୍ଥିତିରେ ସମୟ ଥାଉ ଥାଉ ସଙ୍କଳ୍ପ ନେବା ଉଚିତ୍ । ଜୈବିକ ଚାଷକୁ ଶୂନ୍ୟ ବଜେଟ୍‌ର ଚାଷ ମଧ୍ୟ କୁହାଯାଇ ପାରିବ । ଆମମାନଙ୍କ ମଧ୍ୟରୁ କିଛି ଲୋକ ଏହା ଭାବି ପାରନ୍ତି ଯେ ମୋଦୀଜୀଙ୍କୁ ଚାଷବାସ ବିଷୟରେ କିଛି ଜଣା ନାହିଁ, ତଥାପି ମଧ୍ୟ ସେ ଉପଦେଶ ଦେବାରେ ଲାଗିଛନ୍ତି । ଠିକ୍ ଅଛି, ଯଦି ଆପଣମାନଙ୍କୁ ମୋର ଅନୁରୋଧ ଉପଯୁକ୍ତ ଲାଗୁନାହିଁ,  ତେବେ ମୁଁ ଏହାର ଏକ ବିକଳ୍ପ ଦେଉଛି, ଯଦି ଆପଣଙ୍କ ପାଖରେ ୨ ଏକର ଚାଷଜମି ରହିଛି, ତେବେ ଅତି କମ୍‌ରେ ଏକ ଏକର ଜମିରେ ଜୈବିକ ଚାଷ କରିବା ନିମନ୍ତେ ଚେଷ୍ଟା କରନ୍ତୁ ଏବଂ ବାକି ଏକ ଏକରରେ ଯେମିତି ଚାଷ କରୁଥିଲେ, ସେମିତି କରନ୍ତୁ । ଏକ ବର୍ଷ ନିମନ୍ତେ ଏହିଭଳି ଚେଷ୍ଟା ଜାରି ରଖନ୍ତୁ । ଯଦି ଆପଣଙ୍କୁ ଏହା ଲାଭ ଦେଉଛି, ତେବେ ସମ୍ପୂର୍ଣ୍ଣ ଦୁଇ ଏକର ଜମିରେ ଜୈବିକ ଚାଷ କରନ୍ତୁ । ଏହା ଖର୍ଚ୍ଚ କମ୍ କରିବ ଏବଂ ଆମ ମାତୃଭୂମିର କାୟାକଳ୍ପରେ ଆମ ମାଟି ନିମନ୍ତେ ନୂତନ ଜୀବନ ରକ୍ତ ହେବ । ଆପଣମାନେ ଆଗାମୀ ଅନେକ ପିଢ଼ି ନିମନ୍ତେ ଏକ ମହାନ କାର୍ଯ୍ୟ କରିବାକୁ ଯାଉଛନ୍ତି, ଏହା ମୋର ଦୃଢ଼ ବିଶ୍ୱାସ ଅଟେ । ଏହିସବୁ କଥା ବୈଜ୍ଞାନିକ ପଦ୍ଧତିରେ ସିଦ୍ଧ ହୋଇ ସାରିଛି । ମୋତେ ୧୬ ତାରିଖରେ ଅମୂଲ ଡେରୀ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏକ ସଭାକୁ ସମ୍ବୋଧିତ କରିବାର ଅଛି । ମୁଁ ସେଠାରେ ଜୈବିକ ଚାଷ ଉପରେ ବିସ୍ତୃତ ଭାବେ ଆଲୋଚନା କରିବି । ମୁଁ ପୁଣି ଥରେ ଆପଣମାନଙ୍କୁ ନିବେଦନ କରୁଛି ଯେ ଜୈବିକ ଚାଷ କ’ଣ, ଏହାକୁ ବୁଝନ୍ତୁ ଏବଂ ଏହାକୁ ଆପଣାନ୍ତୁ ଏବଂ ମା’ ଉମିୟାଙ୍କ ଦୟାରୁ ଏହାକୁ ଆଗକୁ ବଢ଼ାନ୍ତୁ ଏବଂ ଆମର ଏକମାତ୍ର ଚିନ୍ତା ହେଉଛି “ସବ୍‌କା ପ୍ରୟାସ” “ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ” ଏବଂ ଏବେ “ସବ୍‌କା ପ୍ରୟାସ” ।

ସେହିଭଳି  ଆପଣମାନେ ଦେଖିଥିବେ ଯେ ନିର୍ଦ୍ଦିଷ୍ଟ ଭାବରେ ବନସକଣ୍ଠରେ ମଧ୍ୟ ଫସଲର ଶୈଳୀରେ ପରିବର୍ତନ ଦେଖାଯାଇଛି । ଅନେକ ଗୁଡ଼ିଏ ନୂତନ କୃଷି ଉତ୍ପାଦକୁ ଗ୍ରହଣ କରାଯାଇଛି । କଚ୍ଛ ଜିଲ୍ଲାକୁ ଦେଖନ୍ତୁ । କଚ୍ଛକୁ ଜଳ ଯୋଗାଣ ହେଉଛି ଏବଂ ଏହି ଜିଲ୍ଲା ବୁନ୍ଦା ଜଳସେଚନ ପ୍ରଣାଳୀକୁ ଗ୍ରହଣ କରିବା ଆରମ୍ଭ କରିଛି । ଆଜି କଚ୍ଛ ଜିଲ୍ଲାର ଫଳ ବିଦେଶ ରାଷ୍ଟ୍ରମାନଙ୍କୁ ରପ୍ତାନୀ ହେଉଛି । ଆମେମାନେ ମଧ୍ୟ ଏହା କରି ପାରିବା । ଆମେ ଏହା ଉପରେ ନିଶ୍ଚିତ ରୂପେ ଚିନ୍ତା କରିବା ଉଚିତ୍ । ଏଥିପାଇଁ ମୁଁ ପୁଣି ଥରେ ଆପଣମାନଙ୍କୁ ପ୍ରବର୍ତାଉଛି ଯେ ଆପଣମାନେ ମା’ ଉମିୟାଙ୍କ ସେବାରେ ଏତେ ପ୍ରକାରର କାର୍ଯ୍ୟ ଆରମ୍ଭ କରୁଛନ୍ତି, ଏବଂ ଏହା ଏକ ସତ ଯେ, ଆମେ ସ୍ୱର୍ଗୀୟ କ୍ଷେତ୍ର ନିମନ୍ତେ ମା’ ଉମିୟାଙ୍କର ପୂଜା କରୁଛେ । ଆପଣମାନଙ୍କ ସେବା ମା’ ଉମିୟାଙ୍କ ଭକ୍ତି ସହିତ ଯୋଡି ହୋଇ ଯାଇଛି, ଏଥିପାଇଁ ସ୍ୱର୍ଗୀୟ କ୍ଷେତ୍ର ନିମନ୍ତେ ବିଚାରଶୀଳ ହେବା ସହିତ ଆପଣମାନେ ଏହି ଦୁନିଆ ସମ୍ପର୍କରେ ମଧ୍ୟ ଚିନ୍ତିତ ରହିଛନ୍ତି । ମୋର ଦୃଢ଼ ବିଶ୍ୱାସ ଯେ ମା’ ଉମିୟାଙ୍କ ଆଶୀର୍ବାଦରୁ ଏବଂ ବର୍ତମାନ ପିଢ଼ିକୁ ସକ୍ଷମ କରାଇବା ସହିତ ସେମାନଙ୍କ ଜୀବନକୁ ସମୃଦ୍ଧ କରିବା ନିମନ୍ତେ ଆଜି ଯେଉଁ ନୂତନ ପ୍ରୟାସ ଏବଂ ଯୋଜନା ସମୂହ ଆରମ୍ଭ କରାଯାଉଛି, ତାହା ନିଶ୍ଚିତ ରୂପରେ ଗୁଜରାଟର ବିକାଶ ତଥା ରାଷ୍ଟ୍ରର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ହେବ ।

ଯେଉଁ ସମୟରେ ରାଷ୍ଟ୍ର “ଆଜାଦୀର ଅମୃତ ମହୋତ୍ସବ” ପାଳନ କରୁଛି, ତଥା ତା’ ସହିତ ମା’ ଉମିୟାଙ୍କ ମନ୍ଦିର ନିର୍ମାଣ କରୁଛି, ଆମେ ସମସ୍ତେ ଏକାଠି ହୋଇ ଅନେକ ନୂତନ ସଙ୍କଳ୍ପ ସହିତ ଆଗକୁ ବଢ଼ିବା ଉଚିତ୍ ।

ପୁଣି ଥରେ, ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଯେତେବେଳେ ଆମକୁ ବ୍ୟକ୍ତିଗତ ଭାବେ ଭେଟିବାର ସୁଯୋଗ ମିଳିବ, ଆମେ କାର୍ଯ୍ୟର ପ୍ରଗତି ସମ୍ପର୍କରେ ଆଲୋଚନା କରିବା । ଆପଣମାନଙ୍କୁ ସମସ୍ତଙ୍କୁ ଶୁଭ କାମନା ସହିତ ଦେଖିବା ଅପେକ୍ଷାରେ...

ଜୟ ଉମିୟା ମା’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari