Aatmanirbhar Bharat has become a mantra for 130 crore Indians: PM Modi
The government is making every possible effort to ensure 'Ease of Living' for the middle-class households in India: PM
In order for India to become Aatmanirbhar, the country has initiated major reforms in the defence sector: PM

ମୋର ପ୍ରିୟ ଦେଶବାସୀ

ସ୍ୱାଧୀନତାର ଏହି ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭକାମନା ।
ଆଜି ଆମେ ସ୍ୱାଧୀନ ଭାରତରେ ଶାନ୍ତିରେ ନିଶ୍ୱାସ ନେଉଛୁ, ଏହା ପଛରେ ମା’ ଭାରତୀଙ୍କ ଲକ୍ଷ ଲକ୍ଷ ସନ୍ତାନଙ୍କ ତ୍ୟାଗ, ବଳିଦାନ ଓ ଦେଶକୁ ସ୍ୱାଧୀନ କରିବା ଲାଗି ସମର୍ପଣ ରହିଛି । ଆଜି ସେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଶହୀଦମାନଙ୍କୁ ପ୍ରଣାମ କରିବାର ପର୍ବ ।

ଆମ ସେନାବାହିନୀର ସାହସୀ ଯବାନ, ଅର୍ଦ୍ଧସାମରିକ ବାହିନୀ, ପୁଲିସ ଯବାନ, ସୁରକ୍ଷା ବାହିନୀ ସମସ୍ତେ ମା’ ଭାରତୀ ଓ ଜନସାଧାରଣଙ୍କ ସୁରକ୍ଷାରେ ନିୟୋଜିତ ରହିଛନ୍ତି । ଆଜି ସେ ସମସ୍ତଙ୍କୁ ଆଦରପୂର୍ବକ ସ୍ମରଣ କରିବାର ପର୍ବ ।

ଆଜି ଶ୍ରୀ ଅରବିନ୍ଦ ଘୋଷଙ୍କ ଜୟନ୍ତୀ । ଆଧ୍ୟାତ୍ମିକତା ଠାରୁ ଆରମ୍ଭ କରି ଜାତୀୟତାବାଦ ପର୍ଯ୍ୟନ୍ତ ତାଙ୍କର ଜୀବନଯାତ୍ରା ଆମକୁ ଦେଶ ସେବା କରିବା ପାଇଁ ପ୍ରେରଣା ପ୍ରଦାନ କରିଥାଏ । ଆମେ ଏକ ବିଶେଷ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛୁ । ଆଜି ଛୋଟ ଛୋଟ ପିଲା ମୋ ସମ୍ମୁଖରେ ଦେଖାଯାଉ ନାହାନ୍ତି । କାହିଁକି କରୋନା ସମସ୍ତଙ୍କୁ ଅଟକାଇ ଦେଇଛି ।
ଏ କରୋନା ସମୟରେ ଲକ୍ଷ ଲକ୍ଷ କରୋନା ଯୋଦ୍ଧା, ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର ଏମିତି କେତେ ପେସାଦାର ନିଜକୁ ମହାମାରୀ ବିରୋଧୀ ଲଢ଼େଇରେ ସାମିଲ କରି ଦେଇଛନ୍ତି। ସେମାନେ ଦୀର୍ଘ ସମୟ ଧରି ‘ସେବା ପରମୋ ଧର୍ମଃ’ ମନ୍ତ୍ରକୁ ପାଳନ କରି ଦେଖାଇଛନ୍ତି। ସମ୍ପୂର୍ଣ୍ଣ ସମର୍ପଣ ଭାବନା ନେଇ ମା’ଭାରତୀର ସନ୍ତାନମାନଙ୍କର ସେବା କରୁଛନ୍ତି। ସେ ସମସ୍ତ କରୋନା ଯୋଦ୍ଧାଙ୍କୁ ମଧ୍ୟ ମୁଁ ଆଜି ପ୍ରଣାମ କରୁଛି ।

ଏ କରୋନା ସମୟରେ, ଆମର ଅନେକ ଭାଇ-ଭଉଣୀ ପ୍ରଭାବିତ ହୋଇଛନ୍ତି । ଅନେକ ପରିବାର ପ୍ରଭାବିତ ହୋଇଛନ୍ତି । ଅନେକଙ୍କୁ ଜୀବନ ବଳି ଦେବାକୁ ପଡିଛି । ମୁଁ ସେ ସମସ୍ତ ପରିବାର ପ୍ରତି ନିଜର ସମ୍ବେଦନଶୀଳତା ପ୍ରକଟ କରୁଛି । ମୋର ବିଶ୍ୱାସ, ଏ କରୋନା ବିରୋଧରେ 130 କୋଟି ଦେଶବାସୀଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ଦୃଢ଼ସଂକଳ୍ପ ଆମକୁ ବିଜେତା କରିବ ।

ବିଗତ କିଛିଦିନ ମଧ୍ୟରେ ଆମେ ଅନେକ ପ୍ରକାରର ସଂକଟ ମଧ୍ୟ ଦେଇ ଗତି କରିଛୁ । ବିଶେଷ କରି ଉତ୍ତର-ପୂର୍ବ, ପୂର୍ବ ଭାରତ, ଦକ୍ଷିଣ ଭାରତ, ପଶ୍ଚିମ ଭାରତର କିଛି ଅଞ୍ଚଳରେ ବନ୍ୟାର ପ୍ରକୋପ, ଅନେକ ସ୍ଥାନରେ ଭୂସ୍ଖଳନ, ଏମିତି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଅନେକ ଲୋକଙ୍କ ଜୀବନ ଯାଇଛି । ମୁଁ ସେସବୁ ପରିବାର ପ୍ରତି ନିଜର ସମବେଦନା ବ୍ୟକ୍ତ କରୁଛି। ରାଜ୍ୟ ସରକାରଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଏପରି ସଂକଟ ସମୟରେ ସବୁବେଳେ ଦେଶ ଏକାଠି ହୋଇ ଛିଡ଼ା ହେବ । କେନ୍ଦ୍ର ସରକାର, ରାଜ୍ୟ ସରକାର, ଆମେ ସମସ୍ତେ ମିଶି ତୁରନ୍ତ ଯେତିକି ସହାୟତା ପଠାଇ ହେବ ସଫଳତା ପୂର୍ବକ ସେହି କାର୍ଯ୍ୟ ସମ୍ପାଦନ କରୁଛୁ ।

ମୋର ପ୍ରିୟ ଦେଶବାସୀ, ଆମ ପାଇଁ ଏ ସ୍ୱାଧୀନତାର ପର୍ବ, ସ୍ୱାଧୀନତାର ବୀରମାନଙ୍କୁ ସ୍ମରଣ କରିବା ଲାଗି ନୂଆ ସଂକଳ୍ପର ଶକ୍ତିର ଏକ ଅବସର ଆଣିଥାଏ । ଆମ ପାଇଁ ନୂଆ ପ୍ରେରଣା ନେଇ ଆସିଥାଏ, ନୂଆ ଉତ୍ସାହ, ନୂଆ ଉଦ୍ଦୀପନା ନେଇ ଆଣିଥାଏ। ଚଳିତ ବର୍ଷ ଆମ ପାଇଁ ସଂକଳ୍ପ ନେବା ଅତି ଆବଶ୍ୟକ ହୋଇପଡ଼ିଛି। ଏହା ସବୁଠୁ ଶୁଭ ଅବସର। କାରଣ ଆସନ୍ତା ବର୍ଷ ଆମେ ଯେଉଁ ସ୍ୱାଧୀନତା ଦିବସ ପାଳନ କରିବା ତାହା ହେବ ଆମ ଦେଶ ସ୍ୱାଧୀନତାର 75ତମ ବର୍ଷରେ ପ୍ରବେଶ କରିବା । ଏହା ଏକ ବହୁତ ବଡ଼ ଅବସର । ସେଥିପାଇଁ ଆଜି ଆଗାମୀ ଦୁଇ ବର୍ଷ ଲାଗି ବହୁତ ବଡ଼ ସଂକଳ୍ପ ନେଇ ଆମକୁ ଚାଲିବାକୁ ହେବ-130 କୋଟି ଦେଶବାସୀଙ୍କୁ ଚାଲିବାକୁ ହେବ। ସ୍ୱାଧୀନତାର 75ତମ ବର୍ଷରେ ଆମେ ଯେତେବେଳେ ପ୍ରବେଶ କରିବା, ଏହାକୁ ଆମେ ଆମ ସଂକଳ୍ପ ପୂର୍ତ୍ତିର ଏକ ମହାପର୍ବ ଭାବେ ମଧ୍ୟ ପାଳନ କରିବୁ ।

ମୋର ପ୍ରିୟ ଦେଶବାସୀ, ଆମର ପୂର୍ବପୁରୁଷମାନେ ଅଖଣ୍ଡ, ଏକନିଷ୍ଠ ତପସ୍ୟା କରି, ତ୍ୟାଗ ଓ ବଳିଦାନର ଉଚ୍ଚ ଭାବନାକୁ ପ୍ରତିଷ୍ଠା କରି ଆମକୁ ସ୍ୱାଧୀନତା ଦେଇଛନ୍ତି । ଆମେ ଏକଥା ଭୁଲିଯିବା ଉଚିତ ନୁହେଁ ଯେ ଏକତା ସବୁ କ୍ଷେତ୍ରରେ ସ୍ୱାଧୀନତାର ବହ୍ନି ଜଳିଥିଲା । ସ୍ୱାଧୀନତାର ଇଚ୍ଛାକୁ ନେଇ ସମସ୍ତେ କିଛି ନା କିଛି ପ୍ରୟାସ କରିଛନ୍ତି, ସଂଘର୍ଷ କରିଛନ୍ତି, ତ୍ୟାଗ କରିଛନ୍ତି। ଯୁବାବସ୍ଥା ଜେଲରେ କାଟି ଦେଇଛନ୍ତି। ଜୀବନର ସମସ୍ତ ସ୍ୱପ୍ନକୁ ଜଳାଞ୍ଜଳି ଦେଇ ଫାଶୀଖୁଣ୍ଟକୁ ଆଲିଙ୍ଗନ କରି ନେଇଛନ୍ତି । ଏପରି ବୀରମାନଙ୍କୁ ପ୍ରଣାମ କରିବାର ଏହା ଅଦ୍ଭୂତ ଅବସର । ଗୋଟିଏ ପଟେ ସଶସ୍ତ୍ର କ୍ରାନ୍ତି, ଅନ୍ୟପଟେ ଜନ ଆନ୍ଦୋଳନର ସମୟ। ପୂଜ୍ୟ ବାପୁଙ୍କ ନେତୃତ୍ୱରେ ରାଷ୍ଟ୍ର ଜାଗରଣ ସହିତ ଜନ ଆନ୍ଦୋଳନର ଏକ ଧାରା ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂଆ ଶକ୍ତି ଦେଲା ଏବଂ ଆମେ ଆଜି ସ୍ୱାଧୀନତାର ପର୍ବ ପାଳନ କରୁଛୁ ।
ଏହି ସ୍ୱାଧୀନତାର ସଂଘର୍ଷରେ ଭାରତର ଆତ୍ମାକୁ ଦଳିମକଚି ଦେବା ଲାଗି ମଧ୍ୟ ନିରନ୍ତର ଅଗଣିତ ପ୍ରୟାସ ହେଲା । ଭାରତର ନିଜସ୍ୱ ସଂସ୍କୃତି, ପରମ୍ପରା, ରୀତିନୀତି ଏ ସବୁକୁ ନଷ୍ଟ କରିବା ଲାଗି ନାନା ପ୍ରକାରର ପ୍ରୟାସ କରାଗଲା । ଶହ ଶହ ବର୍ଷର ସେହି କାଳଖଣ୍ଡରେ ସାମ, ଦାମ, ଦଣ୍ଡ, ଭେଦ ସବୁକିଛି ଚରମ ସୀମାରେ ରହିଥିଲା। ଆହୁରି କିଛି ଲୋକ ନିଜକୁ ଭାବି ନେଇଥିଲେ ଯେ ସେମାନେ ‘ଯାବତ ଚନ୍ଦ୍ର ଦିବାକରୌ’ ଭଳି ଏଠାକୁ ଶାସନ କରିବା ଲାଗି ଆସିଛନ୍ତି। ସେମାନଙ୍କର ଚିନ୍ତାଧାରା ଥିଲା ଯେ ଅନେକ ରାଜାରାଜୁଡ଼ା, ଭିନ୍ନ ଭିନ୍ନ ଲୋକଭାଷା, ବେଶପୋଷାକ, ଖାଦ୍ୟପେୟ, ଅନେକ ଭାଷା, ଏତେ ବିବିଧତା କାରଣରୁ ବିଭାଜିତ ହୋଇ ରହିଥିବା ଏତେ ବଡ଼ ବିଶାଳ ଦେଶ କେବେ ବି ଏକଜୁଟ ହୋଇ ସ୍ୱାଧୀନତା ସଂଗ୍ରାମ ଲଢ଼ିପାରିବ ନାହିଁ । କିନ୍ତୁ ଏ ଦେଶର ପ୍ରାଣ-ଶକ୍ତିକୁ ସେମାନେ ଚିହ୍ନ ପାରିଲେ ନାହିଁ। ଅନ୍ତର୍ଭୂତ ଯେଉଁ ପ୍ରାଣ ଶକ୍ତି ରହିଛି। ଏକ ସୂତ୍ର-ଏକ ସମ୍ପର୍କର ଡୋରିକୁ ସେମାନେ ଚିହ୍ନି ପାରିଲେ ନାହିଁ, ଏହା ହିଁ ସ୍ୱାଧୀନତାର ସେହି ପର୍ବରେ ସମ୍ପୂର୍ଣ୍ଣ ଶକ୍ତି ସହିତ ସଂଗ୍ରାମରେ ଉଭା ହେଲା ତା’ପରେ ଯାଇ ଦେଶ ସ୍ୱାଧୀନତା ସଂଗ୍ରାମରେ ବିଜୟୀ ହେଲା ।

ଆମେ ଏହା ମଧ୍ୟ ଜାଣିଛୁ ଯେ ଏପରି ଏକ ସମୟ ଥିଲା, ଯେତେବେଳେ ବିସ୍ତାରବାଦ ଚିନ୍ତାଧାରା ରଖୁଥିବା ଲୋକମାନେ ସାରା ବିଶ୍ୱରେ ଯେଉଁଠି ବ୍ୟାପିବାକୁ ଚାହିଁଥିଲେ, ବ୍ୟାପିଯିବାର ପ୍ରୟାସ କଲେ। ନିଜର ପତାକା ପୋତିବା ଲାଗି ଚେଷ୍ଟା କଲେ । କିନ୍ତୁ ଭାରତର ସ୍ୱାଧୀନତା ଆନ୍ଦୋଳନ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣାର ପୁଞ୍ଜି ପାଲଟିଗଲା। ଦିବ୍ୟ ସ୍ତମ୍ଭ ପାଲଟିଗଲା । ବିଶ୍ୱରେ ମଧ୍ୟ ସ୍ୱାଧୀନତାର ଆଲୋକ ଜାଗି ଉଠିଲା । ଯେଉଁମାନେ ବିସ୍ତାରବାଦର ଅନ୍ଧ ପ୍ରତିଯୋଗିତାରେ ମାତି ନିଜର ପତାକା ପୋତିବାରେ ଲାଗିଥିଲେ, ସେମାନେ ସେହି ଉଦ୍ଦେଶ୍ୟକୁ ସାଧିତ କରିବା ଲାଗି-ବିଶ୍ୱକୁ ଦୁଇ ଦୁଇଟି ମହା-ବିଶ୍ୱଯୁଦ୍ଧ ଭିତରକୁ ଠେଲି ଦେଲେ। ମାନବତାକୁ ଛାରଖାର କରିଦେଲେ, ଲକ୍ଷ ଲକ୍ଷ ଜୀବନ ଉଜାଡ଼ି ଦେଲେ, ବିଶ୍ୱକୁ ଧ୍ୱଂସ ମୁଖକୁ ଠେଲିଦେଲେ ।

ଏପରି ଏକ ସମୟରେ ମଧ୍ୟ, ଯୁଦ୍ଧର ବିଭୀଷିକା ମଧ୍ୟରେ ଭାରତ ନିଜ ସ୍ୱାଧୀନତାର ଆଶା ଛାଡ଼ିଲା ନାହିଁ। ଏ ଲକ୍ଷ୍ୟ ମଳିନ ସୁଦ୍ଧା ହେଲା ନାହିଁ । ଦେଶ ବଳିଦାନ ଆବଶ୍ୟକତା ସମୟରେ, ବଳିଦାନ ଦେଇ ଚାଲିଲା। ଆବଶ୍ୟକତା ସମୟରେ, କଷ୍ଟ ସହି ଚାଲିଲା, ଜରୁରି ସମୟରେ ଜନ ଆନ୍ଦୋଳନ ଛିଡ଼ା କଲା । ଭାରତର ଏ ସଂଘର୍ଷ ସାରା ବିଶ୍ୱରେ ସ୍ୱାଧୀନତା ପାଇଁ ଏକ ପରିବେଶ ସୃଷ୍ଟି କଲା । ଏହାଫଳରେ ସାରା ବିଶ୍ୱରେ ଯେଉଁ ପରିବର୍ତ୍ତନ ଆସିଲା, ତାହାଦ୍ୱାରା ଭାରତ ବିସ୍ତାରବାଦ ସମ୍ମୁଖରେ ଏକ ଆହ୍ୱାନ ପାଲଟିଗଲା-ଇତିହାସ ଏ କଥାକୁ କେବେ ଅସ୍ୱୀକାର କରିପାରିବ ନାହିଁ ।

ମୋର ପ୍ରିୟ ଦେଶବାସୀ,

ସ୍ୱାଧୀନତାର ସଂଘର୍ଷରେ, ସାରା ବିଶ୍ୱରେ, ଭାରତ ମଧ୍ୟ ଏକତାର ଶକ୍ତି, ନିଜ ସାମଗ୍ରିକ ଶକ୍ତି, ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ନିଜର ସଂକଳ୍ପ, ସମର୍ପଣ ଓ ପ୍ରେରଣା-ସେ ଶକ୍ତିକୁ ନେଇ ଦେଶକୁ ଆଗକୁ ବଢ଼ି ଚାଲିଲା ।

ମୋର ପ୍ରିୟଦେଶବାସୀ,

କରୋନା ବୈଶ୍ୱିକ ମହାମାରୀ ସମୟରେ 130 କୋଟି ଭାରତୀୟ ସଂକଳ୍ପ ନେଲେ, ସଂକଳ୍ପ ଥିଲା ଆତ୍ମନିର୍ଭର ହେବାର। ଆହୁରି ଆତ୍ମନିର୍ଭର ଭାରତ ଆଜି ପ୍ରତ୍ୟେକ ହିନ୍ଦୁସ୍ତାନୀର ମନ-ମସ୍ତିଷ୍କରେ ଛାଇ ହୋଇ ରହିଛି । ଆତ୍ମନିର୍ଭର ଭାରତ-ଏହା ଏକ ଶବ୍ଦ ମାତ୍ର ନୁହେଁ, ଏହା ଆଜି 130 କୋଟି ଦେଶବାସୀଙ୍କ ପାଇଁ ମନ୍ତ୍ର ପାଲଟି ଯାଇଛି ।

ଆମେ ଆତ୍ମନିର୍ଭରତାର କଥା ଆଲୋଚନା କରିବା। ଆମ ଭିତରୁ ଯେଉଁମାନେ 25-30 ବର୍ଷ ବୟସରୁ ଅଧିକ ହୋଇଥିବେ, ସେମାନେ ସମସ୍ତେ ନିଜ ପରିବାରରେ ନିଜ ମାତା-ପିତା କିମ୍ବା ଘରେ ଥିବା ବୟସ୍କ ଲୋକମାନଙ୍କ ଠାରୁ ଶୁଣିଥିବେ ଯେ, ପୁଅ-ଝିଅ 20-21 ବର୍ଷର ହୋଇଗଲଣି ମାନେ ନିଜ ଗୋଡ଼ରେ ନିଜେ ଛିଡ଼ା ହୁଅ । 20-21 ବର୍ଷରେ ମଧ୍ୟ ସନ୍ତାନମାନଙ୍କୁ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ଲାଗି ଆଶା କରୁଥିଲା ପରିବାର । ଆମେ ସ୍ୱାଧୀନତାର 75 ବର୍ଷ ଠାରୁ ଗୋଟିଏ ପାଦ ଦୂରରେ ରହିଛୁ । ଭାରତ ଭଳି ଦେଶକୁ ମଧ୍ୟ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ଅନିବାର୍ଯ୍ୟ ହୋଇପଡ଼ିଛି । ଆତ୍ମନିର୍ଭରଶୀଳ ହେବା ଜରୁରି ହୋଇପଡ଼ିଛି । ଯାହା ପରିବାର ପାଇଁ ଆବଶ୍ୟକ, ତାହା ଦେଶ ପାଇଁ ମଧ୍ୟ ଆବଶ୍ୟକ। ସେଥିପାଇଁ ମୋର ବିଶ୍ୱାସ ରହିଛି ଯେ ଭାରତ ଏହି ସ୍ୱପ୍ନକୁ ଚରିତାର୍ଥ କରି ହିଁ ରହିବ। ଏହାର କାରଣ ମୋ ଦେଶର ନାଗରିକମାନଙ୍କର ସାମର୍ଥ୍ୟ ପ୍ରତି ମୋର ବିଶ୍ୱାସ ରହିଛି। ମୋ ଦେଶର ପ୍ରତିଭାକୁ ନେଇ ମୁଁ ଗର୍ବିତ। ମୋର ଏ ଦେଶର ଯୁବକମାନଙ୍କ ଠାରେ, ଦେଶର ମାତୃଶକ୍ତିରେ, ଆମ ମହିଳାମାନଙ୍କ ମଧ୍ୟରେ ଯେଉଁ ଅପ୍ରତିମ ସାମର୍ଥ୍ୟ ରହିଛି ତା’ ଉପରେ ମଧ୍ୟ ମୋର ବିଶ୍ୱାସ ରହିଛି । ମୋର ହିନ୍ଦୁସ୍ତାନର ଚିନ୍ତାଧାରା, ହିନ୍ଦୁସ୍ତାନର ଆଭିମୁଖ୍ୟ ଉପରେ ବିଶ୍ୱାସ ରହିଛି । ଇତିହାସ ସାକ୍ଷୀ ରହିଛି ଯେ ଭାରତ ସବୁବେଳେ ନିଜ ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିଆସିଛି ।

ଏହି କାରଣରୁ ଆମେ ଆତ୍ମନିର୍ଭର ଭାରତ କଥା କହିବା ବେଳେ ସାରା ବିଶ୍ୱ ଏଥିପ୍ରତି ଉତ୍ସୁକ ହୋଇ ଚାହିଁ ରହୁଛି, ଭାରତ ଠାରୁ ଆଶା ମଧ୍ୟ କରୁଛି । ଆମକୁ ସେହି ଆଶାଆକାଂକ୍ଷାକୁ ପୂରଣ କରିବା ଲାଗି ନିଜକୁ ଯୋଗ୍ୟ କରିବା ଅତ୍ୟନ୍ତ ଆବଶ୍ୟକ । ଆମେ ନିଜକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ଜରୁରି ।

ଭାରତ ଭଳି ବିଶାଳ ଦେଶ, ଯୁବଶକ୍ତିରେ ପରିପୂର୍ଣ୍ଣ । ଆତ୍ମନିର୍ଭର ଭାରତର ପ୍ରଥମ ସର୍ତ୍ତ ହେଉଛି-ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଭାରତ। ଏହା ତା’ର ମୂଳଦୁଆ । ଏହା ହିଁ ବିକାଶକୁ ନୂଆ ଗତି, ନୂଆ ଶକ୍ତି ପ୍ରଦାନ କରିବାର ସାମର୍ଥ୍ୟ ରଖିଥାଏ ।

ଭାରତ ‘ବିଶ୍ୱ ଏକ ପରିବାର’ ସଂସ୍କାରକୁ ନେଇ ଚାଲିଆସିଛି । ବେଦରେ କୁହାଯାଇଛି-“ବସୁଧୈବ କୁଟୁମ୍ବକମ”। ବିନୋବା ଭାବେ କହିଛନ୍ତି-“ଜୟ ଜଗତ”। ସେଥିପାଇଁ ଆମ ଲାଗି ସାରା ବିଶ୍ୱ ଗୋଟିଏ ପରିବାର । ସେଥିପାଇଁ ଆର୍ଥିକ ବିକାଶ ହେଉ, କିନ୍ତୁ ଏହା ସହିତ ମାନବ ଓ ମାନବତାକୁ ମଧ୍ୟ କେନ୍ଦ୍ରସ୍ଥାନରେ ରଖାଯାଉ, ଏହାର ମହତ୍ୱ ମଧ୍ୟ ରହୁ, ଏହାକୁ ନେଇ ଆମେ ଚାଲିଛୁ ।
ଆଜି ବିଶ୍ୱ ଆନ୍ତଃସଂଯୁକ୍ତ, ପରସ୍ପର ଉପରେ ନିର୍ଭରଶୀଳ। ସେଥିପାଇଁ ସମୟର ଆବଶ୍ୟକତା ହେଉଛି ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତ ଭଳି ବିଶାଳ ଦେଶର ଯୋଗଦାନ ବଢ଼ିବା ଉଚିତ । ବିଶ୍ୱ କଲ୍ୟାଣ ଲାଗି ମଧ୍ୟ ଏହା ଭାରତର କର୍ତ୍ତବ୍ୟ । ଭାରତକୁ ନିଜ ଯୋଗଦାନ ବଢ଼ାଇବାକୁ ହେବ । ଭାରତ ନିଜକୁ ସଶକ୍ତ କରିବା ସହ ଆତ୍ମନିର୍ଭରଶୀଳ କରିବାକୁ ହେବ । ଜଗତ କଲ୍ୟାଣ ଲାଗି ମଧ୍ୟ ଆମେ ନିଜକୁ ସାମର୍ଥ୍ୟବାନ କରିବା ଉଚିତ । ଆମର ମୂଳଦୁଆ ସୁଦୃଢ଼ ହେଲେ, ଆମ ନିଜର ସାମର୍ଥ୍ୟ ରହିଲେ ଆମେ ବିଶ୍ୱର କଲ୍ୟାଣ ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରିପାରିବା ।
ଆମ ଦେଶରେ ଅପାର ପ୍ରାକୃତିକ ସମ୍ପଦ ରହିଛି, କ’ଣ ନାହିଁ । ଆଜି ସମୟର ଆବଶ୍ୟକତା ହେଉଛି ଆମର ଏହି ପ୍ରାକୃତିକ ସମ୍ବଳର ମୂଲ୍ୟ ବୃଦ୍ଧି କରିବାକୁ ହେବ, ଆମେ ଆମ ମାନବ ପୁଞ୍ଜିର ମୂଲ୍ୟ ବୃଦ୍ଧି କରିବା, ଏହାକୁ ନୂଆ ଉଚ୍ଚତାକୁ ନେଇଯିବା । ଆମେ ଦେଶରୁ କେତେ ଦିନ ପର୍ଯ୍ୟନ୍ତ କଞ୍ଚାମାଲ ବିଦେଶକୁ ପଠାଉଥିବା? ଭାବନ୍ତୁ ତ’ କଞ୍ଚାମାଲ ବିଶ୍ୱକୁ ପଠାଇବା ଏବଂ ସେଠାରୁ ନୂତନ ସାମଗ୍ରୀ ଦେଶକୁ ଆଣିବା, ଏ ଖେଳ କେତେଦିନ ପର୍ଯ୍ୟନ୍ତ ଚାଲିଥିବ? ସେଥିପାଇଁ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ଆମର ପ୍ରତ୍ୟେକ ଶକ୍ତି ଉପରେ ବୈଶ୍ୱିକ ଆବଶ୍ୟକତା ଅନୁଯାୟୀ ମୂଲ୍ୟବୃଦ୍ଧି କରିବାକୁ ହେବ । ଏହା ଆମର ଦାୟିତ୍ୱ । ଏହି ମୂଲ୍ୟ ସମ୍ବର୍ଦ୍ଧନ ଦିଗରେ ଆମକୁ ଆଗକୁ ବଢ଼ିବାକୁ ହେ, ଆମେ ବିଶ୍ୱରେ ଯୋଗଦାନ କରିବା ଲାଗି ଆଗକୁ ବଢ଼ିବା ଲାଗି ଚାହୁଁଛୁ ।

ସେହିପରି କୃଷି କ୍ଷେତ୍ରରେ, ଏପରି ଏକ ସମୟ ଥିଲା ଯେତେବେଳେ ଆମେ ବାହାରୁ ଗହମ ଆମଦାନୀ କରି ପେଟ ପୋଷୁଥିଲୁ । କିନ୍ତୁ ଆମ ଦେଶର କୃଷକମାନେ ଯେଉଁ ଚମତ୍କାର କରି ଦେଖାଇଲେ, ଆତ୍ମନିର୍ଭର ଭାରତ ଆଜି କୃଷି କ୍ଷେତ୍ରରେ ପ୍ରତିଫଳିତ ହୋଇଛି । ଆଜି ଭାରତର କୃଷକମାନେ ଭାରତର ନାଗରିକମାନଙ୍କ ପେଟ ଭରୁଛନ୍ତି। ଖାଲି ସେତିକି ନୁହେଁ ଆଜି ଭାରତ ଅନ୍ୟମାନଙ୍କୁ ଅନ୍ନ ଦେବା ଲାଗି ସମର୍ଥ ହୋଇପାରିଛି। ଯଦି ଏହା ଆତ୍ମନିର୍ଭର ଭାରତର ଶକ୍ତି ତା’ହେଲେ କୃଷି କ୍ଷେତ୍ରରେ ମଧ୍ୟ ମୂଲ୍ୟବୃଦ୍ଧିର ଆବଶ୍ୟକତା ରହିଛି । ବୈଶ୍ୱିକ ଆବଶ୍ୟକତା ଅନୁସାରେ ଆମର କୃଷି ଜଗତରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ବିଶ୍ୱର ଚାହିଦାକୁ ପୂରଣ କରିବା ଲାଗି ଆମକୁ କୃଷି ଜଗତକୁ ମଧ୍ୟ ଆଗକୁ ବଢ଼ାଇବାକୁ ହେବ ।

ଆଜି ଦେଶ ଅନେକ ନୂଆ ପଦକ୍ଷେପ ଗ୍ରହଣ କରୁଛି । ସେଥିପାଇଁ ଏବେ ଆପଣ ଦେଖନ୍ତୁ ମହାକାଶ କ୍ଷେତ୍ରକୁ ଆମେ ଖୋଲି ଦେଇଛୁ । ଦେଶର ଯୁବକମାନଙ୍କୁ ସୁଯୋଗ ମିଳୁଛି । ଆମେ କୃଷି କ୍ଷେତ୍ରକୁ ଆଇନର ଜାଲରୁ ମୁକ୍ତ କରି ଦେଇଛୁ, ବନ୍ଧନରୁ ମୁକ୍ତ କରି ଦେଇଛୁ । ଆମେ ଆତ୍ମନିର୍ଭର ଭାରତ ନିର୍ମାଣ କରିବା ଲାଗି ପ୍ରୟାସ କରିଛୁ । ଏବେ ଭାରତ ମହାକାଶ କ୍ଷେତ୍ରରେ ଶକ୍ତିଶାଳୀ ହେଲେ ପଡ଼ୋଶୀମାନେ ତା’ର ଲାଭ ପାଇପାରିବେ । ଶକ୍ତି କ୍ଷେତ୍ରରେ ଶକ୍ତିଶାଳୀ ହେଲେ ଅନ୍ୟ ଦେଶର ଅନ୍ଧକାର ଦୂର କରିବା ଲାଗି ଭାରତ ସହାୟତା କରିପାରିବ । ଦେଶ ସ୍ୱାସ୍ଥ୍ୟ କ୍ଷେତ୍ର ଭିତ୍ତିଭୂମିରେ ଆତ୍ମନିର୍ଭରଶୀଳ ହୋଇପାରିଲେ ବିଶ୍ୱର ଅନେକ ଦେଶ ପାଇଁ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ରୂପରେ, ସ୍ୱାସ୍ଥ୍ୟ ଗନ୍ତବ୍ୟ ରୂପରେ ଭାରତ ପସନ୍ଦଯୋଗ୍ୟ ଦେଶ ହୋଇପାରିବ । ସେଥିପାଇଁ ଆବଶ୍ୟକ, ଭାରତ ନିର୍ମିତ ସାମଗ୍ରୀ ସାରା ବିଶ୍ୱରେ ପ୍ରଶଂସିତ ହେଉ। ଆମର ଦକ୍ଷ ମାନବ ସମ୍ବଳ ଦ୍ୱାରା ଯେଉଁ କାମ ହୋଇଥାଏ, ତା’ର ସାରା ବିଶ୍ୱରେ ପ୍ରଶଂସା କରାଯାଇଥାଏ, ଇତିହାସ ସାକ୍ଷୀ ରହିଛି ।
ଆମେ ଆତ୍ମନିର୍ଭରଶୀଳତାର କଥା କହିଲେ ତା’ର ଅର୍ଥ କେବଳ ଆମଦାନୀ କମ କରିବା ନୁହେଁ। ଆତ୍ମନିର୍ଭରଶୀଳତାର ଅର୍ଥ ହେଉଛି ଆମର ଦକ୍ଷତା, ଆମର ମାନବ ସମ୍ବଳର ସାମର୍ଥ୍ୟ। ବାହାରୁ ଆସୁଥିବା ସାମଗ୍ରୀ ଦ୍ୱାରା ଏହି ସାମର୍ଥ୍ୟର ପ୍ରଭାବ କମିବାକୁ ଲାଗିଥାଏ । ପିଢ଼ି ପରେ ପିଢ଼ି ନଷ୍ଟ ହୋଇଯାଇଥାଏ । ଆମକୁ ସେହି ସାମର୍ଥ୍ୟକୁ ବଞ୍ଚାଇବାକୁ ହେବ ବଢ଼ାଇବାକୁ ହେବ । କୌଶଳକୁ ବଢ଼ାଇବାକୁ ହେବ, ସୃଜନଶୀଳତାକୁ ବଢ଼ାଇବାକୁ ହେବ ଏବଂ ଏହାକୁ ନେଇ ଆମେ ଆଗକୁ ବଢ଼ିବା । ଆମକୁ ଦକ୍ଷତା ବିକାଶ ଦିଗରେ ଗୁରୁତ୍ୱ ଦେବାକୁ ପଡ଼ିବ । ଆତ୍ମନିର୍ଭର ଭାରତ ପାଇଁ, ଆମର ସାମର୍ଥ୍ୟ ବଢ଼ାଇବା ପାଇଁ ।
ମୋର ପ୍ରିୟ ଦେଶବାସୀ, ମୁଁ ଜାଣିଛି ଯେ ଆତ୍ମନିର୍ଭର ଭାରତ କଥା କହିଲେ, ଅନେକ ଆଶଙ୍କା ମଧ୍ୟ ପ୍ରକଟ ହୋଇଥାଏ । ମୁଁ ଏକଥାକୁ ଗ୍ରହଣ କରୁଛି ଯେ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ଲକ୍ଷ ଲକ୍ଷ ଆହ୍ୱାନ ଆସିବ ଏବଂ ଯେତେବେଳେ ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସ୍ଥିତିରେ ରହିଛି, ଆହ୍ୱାନ ମଧ୍ୟ ବଢ଼ିଛି। କିନ୍ତୁ ଦେଶ ସମ୍ମୁଖରେ ଲକ୍ଷ ଲକ୍ଷ ଆହ୍ୱାନ ରହିଥିଲେ ସୁଦ୍ଧା କୋଟି କୋଟି ସମାଧାନ ଦେଉଥିବା ଶକ୍ତି ମଧ୍ୟ ରହିଛି। ମୋ ଦେଶବାସୀଙ୍କ ନିକଟରେ ସମାଧାନର ସାମର୍ଥ୍ୟ ମଧ୍ୟ ରହିଛି ।

ଆପଣମାନେ ଦେଖନ୍ତୁ, କରୋନାର ସଂକଟ ସମୟରେ ଆମେ ଦେଖିଛୁ ଯେ ଅନେକ କଥାକୁ ନେଇ ଆମେ ସମସ୍ୟା ଭିତରେ ରହିଛୁ । ଆମକୁ ବିଶ୍ୱଠାରୁ ପାଇବାର ଅଛି କିନ୍ତୁ ବିଶ୍ୱ ଦେଇପାରୁନାହିଁ । ଆମ ଦେଶର ଯୁବକମାନେ, ଉଦ୍ୟମୀମାନେ, ଆମ ଦେଶର ଉଦ୍ୟୋଗ ଜଗତ ଭାରତର ବୋଝକୁ ମୁଣ୍ଡାଇଛନ୍ତି । ଯେଉଁ ଦେଶରେ ଏନ-95 ମାସ୍କ ତିଆରି ହେଉନଥିଲା, ତିଆରି ହେଲା, ପିପିଇ ତିଆରି ହେଉନଥିଲା ତିଆରି ହେଲା। ଭେଣ୍ଟିଲେଟର ତିଆରି ହେଉନଥିଲା ତିଆରି ହେଲା । ଦେଶର ଆବଶ୍ୟକତା ପୂରଣ ହେବା ସହିତ ବିଶ୍ୱର ଆବଶ୍ୟକତା ପୂରଣ କରିବା ଲାଗି ରପ୍ତାନି କରିବା ଆମର ଶକ୍ତି ପାଲଟିଗଲା । ବିଶ୍ୱର ଦରକାର ଥିଲା ଆମେ ଦେଲୁ । ଆତ୍ମନିର୍ଭର ଭାରତ ବିଶ୍ୱକୁ କିଭଳି ଭାବେ ସହାୟତା କରିପାରିବ, ଆଜି ଆମେ ଏହା ମାଧ୍ୟମରେ ଦେଖିପାରୁଛୁ। ସେଥିପାଇଁ ବିଶ୍ୱର କଲ୍ୟାଣରେ ଭାରତର ଯୋଗଦାନ ଦାୟିତ୍ୱ ରହିଛି ।
ବହୁତ ହୋଇଗଲା, ସ୍ୱାଧୀନ ଭାରତର ମାନସିକତା କ’ଣ ହେବା ଆବଶ୍ୟକ । ସ୍ୱାଧୀନ ଭାରତର ମାନସିକତା ହେବା ଉଚିତ-ଭୋକାଲ ଫର ଲୋକାଲ। ଆମ ସ୍ଥାନୀୟ ଉତ୍ପାଦର ଗୌରବଗାନ କରାଯିବା ଉଚିତ । ଆମେ ନିଜ ସାମଗ୍ରୀର ଗୁଣଗାନ କରିବା ନାହିଁ ଯଦି ସେଗୁଡ଼ିକୁ ଭଲ ହେବାର ସୁଯୋଗ ଜୁଟିବ ନାହିଁ, ସେମାନଙ୍କର ସାହସ ବଢ଼ିବ ନାହିଁ । ଆସନ୍ତୁ ଆମେ ମିଳିମିଶି ସଂକଳ୍ପ ନେବା, ସ୍ୱାଧୀନତାର 75 ବର୍ଷ ପର୍ବ ଆଡ଼କୁ ଆଗେଇ ଯିବା ସମୟରେ ଭୋକାଲ ଫର ଲୋକାଲ ଆମ ଜୀବନର ମନ୍ତ୍ର ହେଉ, ଆମେ ମିଳିମିଶି ଭାରତର ସେହି ଶକ୍ତିକୁ ବଢ଼ାଇବା ।

ମୋର ପ୍ରିୟ ଦେଶବାସୀ,

ଆମ ଦେଶ କେତେ ବଡ଼ ବଡ଼ ଚମତ୍କାର କରିଥାଏ, କିପରି ଆଗକୁ ବଢ଼ିଥାଏ, ଏକଥା ଆମେ ଭଲ ଭାବେ ଜାଣିଛୁ । କେହି କେବେ ଚିନ୍ତା କରିଥିଲା କି ଦିନେ ଗରିବଙ୍କ ଜନଧନ ଆକାଉଣ୍ଟକୁ ଲକ୍ଷ ଲକ୍ଷ କୋଟି ଟଙ୍କା ସିଧାସଳଖ ଟ୍ରାନ୍ସଫର ହୋଇଯିବ ! କୃଷକମାନଙ୍କ କଲ୍ୟାଣ ଲାଗି ଏପିଏମସି ଭଳି ଆଇନରେ ଏତେ ପରିବର୍ତ୍ତନ ହୋଇପାରିବ ! ଆମର ବ୍ୟବସାୟୀମାନଙ୍କ ମୁଣ୍ଡରେ ଯେଉଁ ଡେମୋକ୍ଲିସଙ୍କ ଖଣ୍ଡା ଝୁଲୁଥିଲା- ସେହି ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଏତେ ବର୍ଷ ପରେ ପରିବର୍ତ୍ତନ କରାଯାଇଛି । କେହି କେବେ ଚିନ୍ତା କରିନଥିଲା ଯେ ଆମର ମହାକାଶ କ୍ଷେତ୍ର ଦେଶର ଯୁବକମାନଙ୍କ ପାଇଁ ଉନ୍ମୁକ୍ତ ହୋଇଯିବ । ଆଜି ଆମେ ଦେଖୁଛୁ ଯେ ଜାତୀୟ ଶିକ୍ଷା ନୀତି, ଏକ ରାଷ୍ଟ୍ର ଏକ ରାସନ କାର୍ଡ, ଏକ ରାଷ୍ଟ୍ର ଏକ ଗ୍ରୀଡ, ଏକ ରାଷ୍ଟ୍ର-ଏକ ଟିକସ, ଦେବାଳିଆ ଓ ଦେବାଳିଆପଣ ସଂହିତା, ବ୍ୟାଙ୍କଗୁଡ଼ିକର ସମ୍ମିଶ୍ରଣ, ଏସବୁ ପ୍ରୟାସ ଆଜି ଦେଶ ପାଇଁ ବାସ୍ତବ ରୂପ ନେଇଛି । ଦେଶର ବାସ୍ତବତାରେ ପରିଣତ ହୋଇଛି ।

ଭାରତରେ ପରିବର୍ତ୍ତନର ଏହି ସମୟରେ ସଂସ୍କାରର ପରିଣାମକୁ ଆଜି ସାରା ବିଶ୍ୱ ଦେଖୁଛି । ଗୋଟିଏ ପରେ ଗୋଟିଏ, ପରସ୍ପର ସହ ଜଡ଼ିତ ଆମେ ଯେଉଁସବୁ ସଂସ୍କାର ଆଣୁଛୁ, ସାରା ବିଶ୍ୱ ସେଥିପ୍ରତି ଖୁବ ଗମ୍ଭୀର ଭାବେ ଦୃଷ୍ଟିପାତ କରିଛି । ଏହି କାରଣରୁ ବିଗତ ବର୍ଷ ଭାରତରେ ବିଦେଶୀ ପୁଞ୍ଜିନିବେଶ ପରିମାଣ ବିଗତ ବର୍ଷଗୁଡ଼ିକର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ବିଗତ ବର୍ଷ ଭାରତରେ ଏଫଡିଆଇରେ 18% ବୃଦ୍ଧି ଘଟିଛି । ସେଥିପାଇଁ କରୋନା କାଳରେ ମଧ୍ୟ ବିଶ୍ୱର ବଡ଼ ବଡ଼ କମ୍ପାନୀ ଭାରତ ମୁହାଁ ହୋଇଛନ୍ତି । ଏ ବିଶ୍ୱାସ ସାଧାରଣ ଭାବେ ସୃଷ୍ଟି ହୋଇନାହିଁ, ସାରା ବିଶ୍ୱ ଏଥିରେ ସାଧାରଣ ରୂପରେ ମୋହିତ ହୋଇପଡ଼ିନାହିଁ । ଏଥିପାଇଁ ଭାରତ ନିଜ ନୀତିରେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ, ଅର୍ଥବ୍ୟବସ୍ଥାର ଢାଞ୍ଚାରେ ପରିବର୍ତ୍ତନ ଆଣିବା ଲାଗି ଯେଉଁ ପଦକ୍ଷେପ ଗ୍ରହଣ କରିଛି, ତାହା ଦ୍ୱାରା ଏପରି ବିଶ୍ୱାସ ଜନ୍ମିପାରିଛି ।
ସାରା ବିଶ୍ୱର ଅନେକ ବ୍ୟବସାୟିକ ସଂସ୍ଥା ଭାରତକୁ ଯୋଗାଣ ଶୃଙ୍ଖଳର କେନ୍ଦ୍ର ରୂପରେ ଆଜି ଦେଖୁଛନ୍ତି । ଏବେ ଆମକୁ ମେକ ଇନ ଇଣ୍ଡିଆ ସହିତ ମେକ ଫର ୱର୍ଲ୍ଡ-ଏହି ମନ୍ତ୍ରକୁ ନେଇ ମଧ୍ୟ ଆଗକୁ ବଢ଼ିବାକୁ ହେବ ।

ବିଗତ କିଛି ଦିନ ଧରି 130 କୋଟି ଭାରତୀୟ ଅଦ୍ଭୂତ ସାମର୍ଥ୍ୟର ପରିଚୟ ଦେଇଛନ୍ତି । ଟିକିଏ ସ୍ମରଣ କରନ୍ତୁ, କରୋନାର ଏହି ଆହ୍ୱାନପୂର୍ଣ୍ଣ ସମୟରେ ସାମୁଦ୍ରିକ ଝଡ଼, ବଜ୍ରପାତରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଲା। ବାରମ୍ବାର ଭୂସ୍ଖଳନ ଭଳି ଘଟଣା, ଛୋଟମୋଟ ଭୂମିକମ୍ପ ଝଟକା ଭଳି ବିପତ୍ତି ଗୋଟିଏ ପରେ ଗୋଟିଏ ମାଡ଼ି ଆସିଥିଲା । ଏହା ଯଥେଷ୍ଟ ହେଲା ନାହିଁ ଯେ ଆମ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲେ ପଙ୍ଗପାଳ ଦଳ । କେଜାଣି କେଉଁଠୁ ଗୋଟିଏ ପରେ ଗୋଟିଏ ବିପତ୍ତି ମାଡ଼ି ଆସିଲା ? ଏହା ସତ୍ତ୍ବେ ଦେଶ ନିଜର ବିଶ୍ୱାସ ହରାଇଲା ନାହିଁ । ଦେଶ ଆତ୍ମନିର୍ଭରଶୀଳତାର ସହିତ ଆଗକୁ ବଢ଼ିଚାଲିଲା ।

ଦେଶବାସୀଙ୍କ ଜୀବନକୁ, ଦେଶର ଅର୍ଥବ୍ୟବସ୍ଥାକୁ କରୋନାର ପ୍ରଭାବରୁ ଶୀଘ୍ରାତିଶୀଘ୍ର ବାହାରକୁ ବାହାର କରିବା ଆମର ପ୍ରାଥମିକତା । ଏଥିରେ ନ୍ୟାସନାଲ ଇନଫ୍ରାଷ୍ଟ୍ରକ୍ଚର ପାଇପଲାଇନ ପ୍ରୋଜେକ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଏଥିରେ 110 ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ । ଏଥିପାଇଁ ଭିନ୍ନ ଭିନ୍ନ କ୍ଷେତ୍ରରେ ପାଖାପାଖି 7 ହଜାର ପ୍ରକଳ୍ପ ଚିହ୍ନଟ କରାଯାଇସାରିଛି। ଏହାଦ୍ୱାରା ଦେଶର ସାମଗ୍ରିକ ଭିତ୍ତିଭୂମି ବିକାଶକୁ ଏକ ନୂଆ ଦିଗ ମିଳିବ, ଏକ ନୂଆ ଗତି ମଧ୍ୟ ମିଳିବ । ଏପରି ସଂକଟ ସମୟରେ ଭିତ୍ତିଭୂମି ଉପରେ ଯେତେ ଅଧିକ ଗୁରୁତ୍ୱାରୋପ କରାଯିବ, ଆର୍ଥିକ ଗତିବିଧି ସେତିକି ବଢ଼ିବା ସହିତ ଲୋକମାନଙ୍କୁ ରୋଜଗାର ଓ କାମ ମିଳିପାରିବ । ଏହା ସହିତ ଜଡ଼ିତ ଅନେକ ଉଦ୍ୟୋଗ ଏକ ସଙ୍ଗେ ଚାଲିପାରିବ । ଛୋଟବଡ଼ ଉଦ୍ୟୋଗ, କୃଷି ପ୍ରତ୍ୟେକ ମଧ୍ୟମବର୍ଗ ଏହାଦ୍ୱାରା ଅଧିକ ଲାଭ ପାଇପାରିବେ ।

ଆହୁରି ଆଜି ମୁଁ ଗୋଟିଏ କଥା ସ୍ମରଣ କରାଇ ଦେବାକୁ ଚାହେଁ ଯେ, ଯେତେବେଳେ ଶ୍ରୀ ଅଟଳ ବିହାରୀ ବାଜପେୟୀ ଆମ ଦେଶର ପ୍ରଧାନମନ୍ତ୍ରୀ ଥିଲେ, ସେ ସ୍ୱର୍ଣ୍ଣିମ ଚତୁର୍ଭୁଜ ଭଳି ବଡ଼, ଦୂରଗାମୀ ଏବଂ ପ୍ରଭାବଶାଳୀ ଯୋଜନା ଆରମ୍ଭ କରିଥିଲେ । ଦେଶର ସଡ଼କ ନେଟୱର୍କକୁ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ନେଇଯାଇଥିଲେ । ଆଜି ବି ସେହି ସ୍ୱର୍ଣ୍ଣିମ ଚତୁର୍ଭୂତ ଆଡ଼କୁ ଦେଶ ସଗର୍ବେ ଦେଖୁଅଛି । ଆମ ହିନ୍ଦୁସ୍ତାନ ବଦଳୁଛି ।

ମୋର ପ୍ରିୟ ଦେଶବାସୀ, ଅଟଳ ଜୀ ତାଙ୍କ ସମୟରେ କରିଥିବା ଏହି କାମକୁ ଆମେ ଆଗେଇ ନେବା । ଆମକୁ ନୂଆ ଦିଗକୁ ଯିବାକୁ ହେବ। ଆମେ ଧୀରେ ଧୀରେ ଚାଲିପାରିବା ନାହିଁ । ଭିତ୍ତିଭୂମି ଏପରି ଭାବେ ବିକଶିତ କରିବାକୁ ହେବ, ଯେମିତି ସଡ଼କ ଓ ରେଳପଥ ମଧ୍ୟରେ କୌଣସି ସମ୍ପର୍କ ରହିବ ନାହିଁ । ଆମର ସମସ୍ତ ଭିତ୍ତିଭୂମି ବିସ୍ତୃତ, ସମନ୍ୱିତ, ପରସ୍ପରର ପରିପୂରକ ହେବ । ନୂଆ ଶତାବ୍ଦୀ ପାଇଁ ଆମେ ବହୁମୁଖୀ ସଂଯୋଗ ଭିତ୍ତିଭୂମିକୁ ଯୋଡ଼ିବା ଦିଗରେ ଆମେ ଆଗକୁ ବଢ଼ୁଛୁ । ଏହା ଏକ ନୂଆ ମାର୍ଗ ଖୋଲିବ । ଆମେ ବଡ଼ ସ୍ୱପ୍ନ ନେଇ କାମ କରିବା ଆରମ୍ଭ କରି ଦେଇଛୁ । ମୋର ବିଶ୍ୱାସ ଯେ ଆମେ ବାଧାଗୁଡ଼ିକୁ ଦୂର କରି ଏସବୁ ବ୍ୟବସ୍ଥାକୁ ଏକ ନୂଆ ଦୃଢ଼ତା ପ୍ରଦାନ କରିବୁ ।

ଏଥିସହିତ ଆମ ସାମୁଦ୍ରିକ ଉପକୂଳର ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବନ୍ଦର ଆଧାରିତ ବିକାଶ ଦିଗରେ ଆମେ ଅଗ୍ରସର ହେଉଛୁ । ଆଗାମୀ ଦିନରେ ଆମେ ଦେଶର ଉପକୂଳବର୍ତ୍ତୀ କ୍ଷେତ୍ରରେ 4 ଲେନ ବିଶିଷ୍ଟ ସଡ଼କ ନିର୍ମାଣ ସହିତ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରିବା ଦିଗରେ କାମ ଆରମ୍ଭ କରିଦେଇଛୁ ।

ପ୍ରିୟ ଦେଶବାସୀ,

ଆମ ଶାସ୍ତ୍ରରେ ଅତ୍ୟନ୍ତ ଗୁଢ଼ ଜ୍ଞାନ ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି ଯେ- “ସାମର୍ଥ୍ୟ ମୂଳ ସ୍ୱତନ୍ତ୍ରାୟମ, ଶ୍ରମ ମୂଳମ ବୈଭବମ” ଅର୍ଥାତ, ‘ସାମର୍ଥ୍ୟ ସ୍ୱାଧୀନତାର ଉତ୍ସ ଏବଂ ଶ୍ରମ ଶକ୍ତି ଆମର ମହାନତା, ସମୃଦ୍ଧି ଏବଂ ଦେଶର ପ୍ରଗତିର ଉତ୍ସ ।
ତେଣୁ ସହର ହେଉ ଅବା ଗାଁ ଜନସାଧାରଣଙ୍କ କଠିନ ପରିଶ୍ରମ ସହିତ କିଛି ବି ତୁଳନୀୟ ନୁହେଁ । ଯେତେବେଳେ ବଞ୍ଚିତ ସମାଜକୁ ମୌଳିକ ସୁବିଧାସୁଯୋଗ ମିଳିଥାଏ, ଜୀବନର ସଂଘର୍ଷ ପ୍ରଶମିତ ହୋଇଥାଏ, ଦୈନନ୍ଦିନ ସମସ୍ୟା ହ୍ରାସ ପାଇଥାଏ ଏବଂ ସେମାନଙ୍କର ସାମର୍ଥ୍ୟ ବୃଦ୍ଧି ପାଇଥାଏ ଏହାର ମୂଲ୍ୟବାନ ଫଳ ମିଳିଥାଏ ।

ବିଗତ 6 ବର୍ଷ ମଧ୍ୟରେ, ଦେଶର ବଞ୍ଚିତ ନାଗରିକମାନଙ୍କର ଜୀବନଧାରଣରେ ଉନ୍ନତି ଆଣିବା ଲାଗି ବିଭିନ୍ନ ଅଭିଯାନ ଆରମ୍ଭ କରାଯାଇଛି । ବ୍ୟାଙ୍କ ଆକାଉଣ୍ଟ ହେଉ ଅବା ପକ୍କା ଘର, ବ୍ୟାପକ ସଂଖ୍ୟାରେ ଶୌଚାଳୟ ନିର୍ମାଣ, ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗ, ମା’ ଓ ଭଉଣୀମାନଙ୍କୁ ମାଗଣା ଗ୍ୟାସ ସଂଯୋଗ ଦେଇ ସେମାନଙ୍କୁ ଧୂଆଁରୁ ମୁକ୍ତି ଦେବା, ଦରିଦ୍ରତମ ଲୋକକୁ ବୀମା ସୁରକ୍ଷା ପ୍ରଦାନ କରିବା, ଆୟୁଷ୍ମାନ ଭାରତ ଯୋଜନାରେ ଭଲ ଡାକ୍ତରଖାନାରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରିବା, ଡିଜିଟାଲ ପ୍ରଯୁକ୍ତି ଜରିଆରେ ରାସନ ଦୋକାନଗୁଡ଼ିକୁ ଯୋଡ଼ିବା ଭଳି ପଦକ୍ଷେପ ନିଆଯାଇଛି । ବିଗତ 6 ବର୍ଷ ମଧ୍ୟରେ ସ୍ୱଚ୍ଛତା ଆଣିବା ସହିତ ବାଛବିଚାର ଦୂର କରିବା ଲାଗି ପ୍ରୟାସ କରାଯାଇଛି । ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ ହେବା ଫଳରେ ପ୍ରତ୍ୟେକ ଗରିବ ଲୋକଙ୍କ ନିକଟରେ ସୁବିଧା ପହଞ୍ଚିପାରିଛି ।

କରୋନାର ସଂକଟ ସମୟରେ ମଧ୍ୟ ଏସବୁ ବ୍ୟବସ୍ଥା ଦ୍ୱାରା ଅନେକ ସହାୟତା ମିଳିପାରିଛି । ଏହି ସମୟରେ କୋଟି କୋଟି ଗରିବ ଲୋକଙ୍କ ନିକଟରେ ମାଗଣା ଗ୍ୟାସ ସିଲିଣ୍ଡର ପହଞ୍ଚାଇବା, ରାସନ କାର୍ଡ, 80 କୋଟିରୁ ଅଧିକ ଦେଶବାସୀଙ୍କୁ ଖାଦ୍ୟଶସ୍ୟ, 90 ହଜାର କୋଟି ଟଙ୍କାରୁ ଅଧିକ ସିଧାସଳଖ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିବା ଆଦି କାର୍ଯ୍ୟ ସମ୍ପାଦନ କରାଯାଇପାରିଛି । କିଛି ବର୍ଷ ପୂର୍ବରୁ ଏସବୁ କାମ ଅସମ୍ଭବ ଲାଗୁଥିଲା । ଦିଲ୍ଲୀରୁ 1 ଟଙ୍କା ପଠାଇଲେ ଶହେ ପଇସା ଗରିବଙ୍କ ଖାତାରେ ଜମା ହେବ, ଏ ବିଷୟରେ କିଛିବର୍ଷ ପୂର୍ବରୁ କେହି କଳ୍ପନା ସୁଦ୍ଧା କରିପାରିନଥିଲେ ।

ଗାଁରେ ହିଁ ଶ୍ରମିକମାନଙ୍କୁ ରୋଜଗାର ଦେବା ଲାଗି ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି । ଶ୍ରମିକ ସାଥୀମାନେ ନିଜକୁ ପୁନଃଦକ୍ଷ କରନ୍ତୁ, ଆହୁରି ଦକ୍ଷ କରନ୍ତୁ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଛି । ସେମାନଙ୍କୁ ଗାଁରେ ହିଁ ସମ୍ବଳ ପ୍ରଦାନ କରିବା ନିମନ୍ତେ ପ୍ରୟାସ କରାଯାଇଛି । ଆମେ ଭୋକାଲ ଫର ଲୋକାଲ ଉପରେ ଗୁରୁତ୍ୱାରୋପ କରି ରି-ସ୍କିଲ, ଅପ-ସ୍କିଲ ଜରିଆରେ ଦେଶର ଶ୍ରମଶକ୍ତିମାନଙ୍କୁ, ଆମର ଗରିବ ଲୋକମାନଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛୁ ।

ଗାଁରୁ ଲୋକମାନେ ଜୀବିକା ଉଦ୍ଦେଶ୍ୟରେ ସହରକୁ ଯାଇଥାନ୍ତି, ଆର୍ଥିକ ଗତିବିଧିର କେନ୍ଦ୍ର ସହରରେ ଥିବା ଉଠାଦୋକାନୀମାନଙ୍କୁ ସହାୟତା କରିବା ଲାଗି ସେମାନଙ୍କୁ ବ୍ୟାଙ୍କ ଜରିଆରେ ସିଧାସଳଖ ଟଙ୍କା ଦେବା ପାଇଁ ଯୋଜନା ଆରମ୍ଭ କରାଯାଇଛି । ଲକ୍ଷ ଲକ୍ଷ ଲୋକଙ୍କୁ ଏତେ କମ ସମୟ ମଧ୍ୟରେ, କରୋନାର କାଳଖଣ୍ଡରେ ଏହାର ଲାଭ ମିଳିଛି । ଏବେ ସେମାନଙ୍କୁ ଅଧିକ ସୁଧ ହାରରେ ଋଣ ନେବାକୁ ପଡ଼ିବ ନାହିଁ । ବ୍ୟାଙ୍କରୁ ସେମାନେ ନିଜର ଅଧିକାର ବଳରେ ଟଙ୍କା ପାଇପାରିବେ ।

ସେହିପରି ସହରରେ ରହୁଥିବା ଆମର ଶ୍ରମିକମାନଙ୍କୁ ରହିବାର ସୁବିଧା ମିଳିଲେ ସେମାନଙ୍କର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଥାଏ । ଏହାକୁ ଧ୍ୟାନରେ ରଖି ସହର ଭିତରେ ସେମାନଙ୍କ ଲାଗି ଆବାସ ବ୍ୟବସ୍ଥାର ଏକ ବହୁତ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି । ଯାହାଦ୍ୱାରା ସହରକୁ ଆସୁଥିବା ଶ୍ରମିକମାନଙ୍କୁ କାମ କରିବା ଲାଗି ସ୍ୱାଧୀନତା ମିଳିବା ସହିତ ସେମାନଙ୍କ ମନରେ ବିଶ୍ୱାସ ମଧ୍ୟ ବଢ଼ିବ ।

 

ମୋର ପ୍ରିୟ ଦେଶବାସୀ,

ଏହା ସତ୍ୟ ଯେ ବିକାଶର ଏହି ଯାତ୍ରାରେ ସାମାଜିକ ଜୀବନରେ କିଛି ଲୋକ ପଛରେ ପଡ଼ିଯାଇଥାନ୍ତି, ଦାରିଦ୍ର୍ୟରୁ ବାହାରକୁ ବାହାରିପାରିନଥାନ୍ତି । ଜାତୀୟ ପରିଦୃଶ୍ୟରେ ମଧ୍ୟ ଏପରି କେତେକ ଭୂଭାଗ ରହିଛି, ଇଲାକା ରହିଛି ଯେଉଁଗୁଡ଼ିକ ପଛରେ ପଡ଼ିଯାଇଥାନ୍ତି । ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ସନ୍ତୁଳିତ ବିକାଶ ଅତ୍ୟନ୍ତ ଜରୁରି । ଆମେ 110ଟି ଆକାଂକ୍ଷୀ ଜିଲ୍ଲା ଚିହ୍ନଟ କରିଛୁ । ଏସବୁ ଜିଲ୍ଲା ହାରାହାରୀ ବିକାଶ ହାର ଠାରୁ ପଛରେ ରହିଛନ୍ତି । ସେଗୁଡ଼ିକୁ ରାଜ୍ୟ ଓ ରାଷ୍ଟ୍ରର ବିକାଶ ହାର ସହିତ ସମକକ୍ଷ କରିବାର ଆବଶ୍ୟକତା ରହିଛି । ସେଠାକାର ଲୋକମାନଙ୍କୁ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, ରୋଜଗାର ପାଇଁ ସ୍ଥାନୀୟ ସୁଯୋଗ ପ୍ରଦାନ କରିବା ଲାଗି ଏହି 110ଟି ଜିଲ୍ଲାରେ ବିଭିନ୍ନ ପ୍ରକାର କାର୍ଯ୍ୟ ଜାରି ରହିଛି । ଆମର ବିକାଶ ଯାତ୍ରାରେ ସେମାନେ ଯେପରି ପଛରେ ପଡ଼ିନଯାଆନ୍ତି, ସେଥିପାଇଁ ଆମେ ପ୍ରୟାସ କରୁଛୁ ।
ମୋର ପ୍ରିୟଦେଶବାସୀ

ଆତ୍ମନିର୍ଭର ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକା ଆତ୍ମନିର୍ଭର କୃଷି ଏବଂ ଆତ୍ମନିର୍ଭର କୃଷକ । ଆମେ ସେମାନଙ୍କୁ କେବେହେଲେ ଅଣଦେଖା କରିପାରିବା ନାହିଁ । କୃଷକଙ୍କୁ ବିଗତ ଦିନରେ ଆମେ ଦେଖିଛୁ । ସ୍ୱାଧୀନତାର ଏତେ ବର୍ଷ ପରେ ଗୋଟିଏ ପରେ ଗୋଟିଏ ସଂସ୍କାର ଆମେ ଆଣିଛୁ । କୃଷକଙ୍କୁ ସମସ୍ତ ବନ୍ଧନରୁ ମୁକ୍ତ କରିବାକୁ ହେବ, ସେଥିପାଇଁ ବର୍ତ୍ତମାନ କାର୍ଯ୍ୟ ଜାରି ରହିଛି ।

ଆପଣମାନେ ଚିନ୍ତା କରିପାରିବେ ନାହିଁ ଯେ ସାବୁନ, ପୋଷାକ, ଚିନି ଆଦି ସମସ୍ତ ସାମଗ୍ରୀ ଉତ୍ପାଦନ କରୁଥିବା ଯେକେହି ହିନ୍ଦୁସ୍ତାନର ଯେକୌଣସି ସ୍ଥାନରେ ସେସବୁ ସାମଗ୍ରୀ ନେଇ ବିକ୍ରି କରିପାରିବ କିନ୍ତୁ କୃଷକ କୌଣସି ସାମଗ୍ରୀ ବିକ୍ରି କରିପାରିବ ନାହିଁ । ତା’ ପାଇଁ ଏକ ପରିସୀମା ନିର୍ଦ୍ଧାରଣ କରାଯାଇଥିଲା । ସେହି ସୀମା ମଧ୍ୟରେ ରହି ସେ ନିଜ ଉତ୍ପାଦିତ ଫସଲ ବିକ୍ରି କରୁଥିଲା। ହେଲେ ଏବେ ଆମେ ସେହି ସୀମା ଓ ବନ୍ଧନକୁ ଶେଷ କରି ଦେଇଛୁ ।

ଏବେ ଭାରତର କୃଷକ ସ୍ୱାଧୀନ ଭାବେ ନିଜର ସାମଗ୍ରୀ ବିକ୍ରି କରିପାରିବ। ହିନ୍ଦୁସ୍ତାନର ଯେକୌଣସି ସ୍ଥାନରେ, ବିଶ୍ୱର ଯେକୌଣସି ସ୍ଥାନରେ ନିଜର ଉତ୍ପାଦିତ ଫସଲ ବିକ୍ରି କରିପାରିବ । ନିଜ ସର୍ତ୍ତ ଅନୁସାରେ ବିକ୍ରି କରିପାରିବ । କୃଷକଙ୍କ ଆୟ ବୃଦ୍ଧି କରିବା ଦିଗରେ ଆମେ ବିକଳ୍ପ ମାର୍ଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛୁ । ସେମାନଙ୍କ ଚାଷରେ ଇନପୁଟ ଖର୍ଚ୍ଚ ହ୍ରାସ କରିବା, ସୌର ପମ୍ପ ମାଧ୍ୟମରେ ଡିଜେଲ ପମ୍ପ ଉପଯୋଗରୁ ମୁକ୍ତି ଦେବା, ଅନ୍ନଦାତାକୁ ଉର୍ଜାଦାତାରେ ପରିଣତ କରିବା ଦିଗରେ ଆମେ ପ୍ରୟାସ କରିଛୁ । ମହୁମାଛି ପାଳନ, ମତ୍ସ୍ୟଚାଷ, କୁକୁଡ଼ା ପାଳନ, ଏପରି ଅନେକ ବିକଳ୍ପ ମାର୍ଗରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ଲଗାତାର ପଦକ୍ଷେପ ଗ୍ରହଣ କରାଯାଉଛି ।
ବର୍ତ୍ତମାନ ଆମ କୃଷି କ୍ଷେତ୍ର ଆଧୁନିକ ହେବା ସମୟର ଆବଶ୍ୟକତା । ମୂଲ୍ୟବୃଦ୍ଧି, ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକେଜିଂ ବ୍ୟବସ୍ଥା, ସଂରକ୍ଷଣ ସୁବିଧା ପାଇଁ ଉନ୍ନତ ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା ରହିଛି ।

କରୋନା ସମୟରେ ହିଁ ବିଗତ କିଛି ଦିନ ମଧ୍ୟରେ ଭାରତ ସରକାର କୃଷି ଭିତ୍ତିଭୂମି ଲାଗି 1 ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । କୃଷକଙ୍କ କଲ୍ୟାଣ ପାଇଁ ଭିତ୍ତିଭୂମି ନିର୍ମାଣ ହେବା ଫଳରେ କୃଷକ ନିଜର ମୂଲ୍ୟ ପାଇପାରିବା ସହିତ ବିଶ୍ୱ ବଜାରରେ ସେଗୁଡ଼ିକୁ ବିକ୍ରି କରିପାରିବ, ବିଶ୍ୱ ବଜାରରେ ତା’ର ପହଞ୍ଚ ବଢ଼ିବ ।

ଆଜି ଦେଶରେ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ଗ୍ରାମୀଣ କ୍ଷେତ୍ରରେ ସ୍ୱତନ୍ତ୍ର ଭାବେ ଆର୍ଥିକ କ୍ଲଷ୍ଟର ନିର୍ମାଣ କରାଯିବ । କୃଷି ଓ ଅଣକୃଷି ଉଦ୍ୟୋଗଗୁଡ଼ିକର ଏକ ଜାଲ ଗ୍ରାମାଞ୍ଚଳରେ ନିର୍ମାଣ କରାଯିବ । ଯାହାଫଳରେ କୃଷକଙ୍କ ପାଇଁ କୃଷି ଉତ୍ପାଦକ ସଂଗଠନ ନିର୍ମାଣ କରିବା ଲାଗି ଆମେ ଯେଉଁ ପ୍ରୟାସ କରୁଛୁ ତାହା ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ବିଶେଷ ଭାବେ ଫଳପ୍ରଦ ହୋଇପାରିବ ।

ଭାଇ ଓ ଭଉଣୀମାନେ,

ମୁଁ ବିଗତ ବର୍ଷ ଏଠାରୁ ଜଳ-ଜୀବନ ମିଶନର ଘୋଷଣା କରିଥିଲି । ଆଜି ସେହି ଘୋଷଣାକୁ ଗୋଟିଏ ବର୍ଷ ପୂରଣ ହେବାକୁ ଯାଉଛି । ମୁଁ ଆଜି ଗର୍ବର ସହିତ କହିପାରେ ଯେ ଜଳ ଜୀବନ ମିଶନ କାରଣରୁ ଆମେ ଦେଖିଥିବା ସ୍ୱପ୍ନ ଧୀରେ ଧୀରେ ବାସ୍ତବତାର ରୂପ ନେଉଛି । ଦେଶବାସୀଙ୍କୁ ନଳ ଜରିଆରେ ଜଳ, ଶୁଦ୍ଧ ପାନୀୟ ଜଳ ମିଳିପାରୁଛି। ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲାଗି ଏହା ମାଧ୍ୟମରେ ପ୍ରୟାସ କରାଯାଇଛି ।

ମୁଁ ସନ୍ତୁଷ୍ଟ ଯେ ପ୍ରତିଦିନ ଆମେ ଏକ ଲକ୍ଷରୁ ଅଧିକ ଘରକୁ ପାଇପ ଜଳ ସଂଯୋଗ ପ୍ରଦାନ କରୁଛୁ। ବିଗତ ଗୋଟିଏ ବର୍ଷ ମଧ୍ୟରେ ଆମେ 2 କୋଟି ପରିବାର ନିକଟରେ ପାଇପ ପାନୀୟ ଜଳ ପହଞ୍ଚାଇପାରିଛୁ । ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ରହୁଥିବା ଆମର ଆଦିବାସୀମାନଙ୍କ ପରିବାର ନିକଟରେ ମଧ୍ୟ ପାଇପ ଜଳ ପହଞ୍ଚିପାରିଛି । ଜଳ ଜୀବନ ମିଶନ ଜରିଆରେ ଆଜି ଦେଶରେ ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ପରିବେଶ ସୃଷ୍ଟି ହୋଇଛି । ଏହା ଜିଲ୍ଲା, ରାଜ୍ୟ ଓ ସହରାଞ୍ଚଳସ୍ତରରେ ଦେଖିବାକୁ ମିଳୁଛି । ସମସ୍ତେ ନିଜ ନିଜ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଜଳ-ଜୀବନ ମିଶନର ସ୍ୱପ୍ନକୁ ପୂରଣ କରିବା ଲାଗି କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ସହଯୋଗୀ ସଂଘୀୟ ପ୍ରତିଦ୍ୱନ୍ଦ୍ୱିତାର ନୂଆ ଶକ୍ତି ଜଳ-ଜୀବନ ମିଶନ ସହିତ ଯୋଡ଼ି ହୋଇ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

ମୋର ପ୍ରିୟ ଦେଶବାସୀ, କୃଷି, ଲଘୁ ଉଦ୍ୟୋଗ, ଚାକିରି କ୍ଷେତ୍ରର ଅଧିକାଂଶ ଲୋକଙ୍କ ମଧ୍ୟରେ ବହୁତ ବଡ଼ ମଧ୍ୟମବର୍ଗ ରହିଛନ୍ତି । ଏହି ବର୍ଗର ଲୋକମାନଙ୍କର ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତେଣୁ ମଧ୍ୟମବର୍ଗକୁ ମିଳୁଥିବା ଅବସରର ଫଳ ଅନେକ ଗୁଣରେ ବଢ଼ିଯାଇଥାଏ। ମଧ୍ୟମବର୍ଗରେ ହିଁ ଡାକ୍ତର, ଇଞ୍ଜିନିୟର, ଆଇନଜୀବୀ, ବୈଜ୍ଞାନିକମାନେ ବାହାରି ସାରା ବିଶ୍ୱରେ ନାଁ କମାଇଛନ୍ତି । ସରକାର ଲଗାତାର ଏହି ବର୍ଗକୁ ସରକାରୀ ହସ୍ତକ୍ଷେପରୁ ମୁକ୍ତ ରଖିବା, ସେମାନଙ୍କୁ ନୂଆ ସୁଯୋଗ ଦେବା ଓ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି । ମଧ୍ୟମ ବର୍ଗ ନିକଟରେ ଚମତ୍କାର କରିବାର ଶକ୍ତି ରହିଛି । ସହଜ ଜୀବନଧାରଣର ଲାଭ ସବୁଠୁ ଅଧିକ ମଧ୍ୟମ ବର୍ଗଙ୍କୁ ମିଳିଥାଏ । ଶସ୍ତା ଇଣ୍ଟରନେଟ, ଶସ୍ତା ସ୍ମାର୍ଟ ଫୋନ, ଉଡ଼ାନ ମାଧ୍ୟମରେ ଶସ୍ତା ବିମାନ ଯାତ୍ରା ସୁବିଧା, ରାଜପଥ, ସୂଚନାପଥ ଏସବୁ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ମଧ୍ୟବିତଙ୍କ ଶକ୍ତିକୁ ବଢ଼ାଇବ। ଦାରିଦ୍ର୍ୟରୁ ମୁକ୍ତି ପାଉଥିବା ମଧ୍ୟବିତ ପରିବାରର ପ୍ରଥମ ସ୍ୱପ୍ନ ଘର, ସେ ଏକ ସୁବିଧାଜନକ ଜୀବନ ବଞ୍ଚିବାକୁ ଚାହୁଁଛି। ଦେଶରେ ଇଏମଆଇ କ୍ଷେତ୍ରରେ ଆମେ ବହୁତ ବଡ଼ ପଦକ୍ଷେପ ଗ୍ରହଣ କରିଛୁ ଯାହାଫଳରେ ଗୃହ ଋଣ ଶସ୍ତା ହୋଇଛି । ଘର ତିଆରି କରିବାକୁ ଋଣ ନେଉଥିବା ଲୋକମାନଙ୍କୁ ଋଣ ସୁଝିବା ସମୟରେ ପାଖାପାଖି 6 ଲକ୍ଷ ଟଙ୍କାର ରିହାତି ମିଳୁଛି । ବିଗତ ଦିନରେ ବହୁ ନିମ୍ନ ମଧ୍ୟବିତ ପରିବାର ଟଙ୍କା ଖଟାଇଥିଲେ ମଧ୍ୟ ପ୍ରକଳ୍ପ ପୂରଣ ହୋଇନପାରିବା କାରଣରୁ ସେମାନଙ୍କୁ ଘର ମିଳିପାରୁନାହିଁ, ଭଡ଼ା ଦେବାକୁ ପଡ଼ୁଛି । ଭାରତ ସରକାର 25 ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ କରି ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ପ୍ରକଳ୍ପ ସାରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହାଦ୍ୱାରା ମଧ୍ୟବିତ ପରିବାରଗୁଡ଼ିକ ଘର ପାଇବାର ସୁଯୋଗ ସୃଷ୍ଟି ହୋଇଛି ।

ଜିଏସଟି ମାଧ୍ୟମରେ ଟିକସ ଦର ବ୍ୟାପକ ଭାବେ ହ୍ରାସ ପାଇଛି, ଆୟକର କମ ହୋଇଛି । ଆଜି ଏପରି ସର୍ବନିମ୍ନ ବ୍ୟବସ୍ଥା ଜରିଆରେ ଆମେ ଦେଶକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରୁଛୁ । ସମବାୟ ବ୍ୟାଙ୍କକୁ ଆରବିଆଇ ଅଧୀନକୁ ଅଣାଯାଇଛି । ଏହା ମଧ୍ୟମବର୍ଗ ପରିବାର ଟଙ୍କାକୁ ସୁରକ୍ଷିତ ରଖିବା ନିମନ୍ତେ ଏକ ପଦକ୍ଷେପ ।

ଏମଏସଏମଇ ଓ କୃଷି କ୍ଷେତ୍ରରେ ଅଣାଯାଇଥିବା ସଂସ୍କାରର ସିଧାସଳଖ ଲାଭ ମଧ୍ୟମବର୍ଗଙ୍କୁ ମିଳିବ । ହଜାର ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି, ଆଜି ଆମେ ଆମ ବ୍ୟବସାୟୀ ବନ୍ଧୁମାନଙ୍କୁ, ଲଘୁ ଉଦ୍ୟୋଗୀମାନଙ୍କୁ ଯୋଗାଇ ଦେଇଛୁ । ଏହାର ଲାଭ ମଧ୍ୟ ମିଳିବ । ସାଧାରଣ ଭାରତୀୟର ଶକ୍ତି ଆତ୍ମନିର୍ଭର ଭାରତ ଅଭିଯାନର ଏକ ବହୁତ ବଡ଼ ଆଧାର । ଏହି ଶକ୍ତିକୁ ବଜାୟ ରଖିବା ଲାଗି ପ୍ରତ୍ୟେକ ସ୍ତରରେ ନିରନ୍ତର କାମ ଜାରି ରହିଛି ।

ମୋର ପ୍ରିୟଦେଶବାସୀ, ଆତ୍ମନିର୍ଭର ଭାରତ ନିର୍ମାଣରେ, ଆଧୁନିକ ଭାରତ ନିର୍ମାଣରେ, ନୂଆ ଭାରତ ନିର୍ମାଣରେ, ସମୃଦ୍ଧ ଓ ସୁଖଦ ଭାରତ ନିର୍ମାଣରେ ଦେଶର ଶିକ୍ଷାବ୍ୟବସ୍ଥାର ବହୁତ ବଡ଼ ମହତ୍ୱ ରହିଛି । ଏହି ଚିନ୍ତାଧାରା ସହିତ ଦେଶକୁ ତିନି ଦଶନ୍ଧି ପରେ ନୂଆ ଜାତୀୟ ଶିକ୍ଷା ନୀତି ଦେବାରେ ଆମେ ସଫଳ ହୋଇଛୁ ।

ହିନ୍ଦୁସ୍ତାନର ପ୍ରତ୍ୟେକ କୋଣ ଅନୁକୋଣରେ ଏହାକୁ ସ୍ୱାଗତ କରାଯାଉଛି । ଏହା ନୂଆ ଶକ୍ତି, ନୂଆ ବିଶ୍ୱାସ ପ୍ରଦାନ କରୁଛି । ଏହି ରାଷ୍ଟ୍ରୀୟ ଶିକ୍ଷାନୀତି ଆମର ଛାତ୍ରଛାତ୍ରୀଙ୍କ ମୂଳଦୁଆକୁ ମଜବୁତ କରିବ । ଏଥିସହିତ ସେମାନଙ୍କୁ ଗ୍ଲୋବାଲ ସିଟିଜେନ ହେବାର ସାମର୍ଥ୍ୟ ପ୍ରଦାନ କରିବ । ସେ ମୂଳ ସହିତ ଯୋଡ଼ି ହୋଇ ରହିବ କିନ୍ତୁ ତା’ର ମୁଣ୍ଡ ଆକାଶକୁ ଛୁଇଁବ ।

ଆଜି ଆପଣ ଦେଖିଥିବେ ଜାତୀୟ ଶିକ୍ଷା ନୀତିରେ ଏକ ସ୍ୱତନ୍ତ୍ର ଗୁରୁତ୍ୱ ଜାତୀୟ ଗବେଷଣା ଫାଉଣ୍ଡେସନ ଉପରେ ପ୍ରଦାନ କରାଯାଇଛି । ଦେଶର ପ୍ରଗତି ଲାଗି ନବୋନ୍ମେଷ ଜରୁରି । ନବୋନ୍ମେଷ ଉପରେ ଅଧିକ ଗୁରୁତ୍ୱାରୋପ କରାଗଲେ ଦେଶ ପ୍ରଗତି ହାସଲ କରିବ । ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱରେ ଆଗକୁ ବଢ଼ିବାରେ ଏହା ସହାୟକ ହୋଇପାରିବ ।

ଗ୍ରାମାଞ୍ଚଳରେ ଆଜି ଅନଲାଇନ ପାଠପଢ଼ାର ପରିବେଶ ସୃଷ୍ଟି ହୋଇଛି । ବିପତ୍ତି ସମୟରେ ବେଳେ ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଥାଏ ଯାହା ନୂଆ ମାର୍ଗ ସୃଷ୍ଟିରେ ସହାୟକ ହୁଏ । କରୋନା ସମୟରେ ଅନଲାଇନ ପାଠପଢ଼ାର ଏକ ସଂସ୍କୃତି ସୃଷ୍ଟି ହୋଇଛି, ଯାହା ବିଷୟରେ କିଛି ଦିନ ପୂର୍ବରୁ କେହି କଳ୍ପନା ସୁଦ୍ଧା କରିପାରିନଥିଲେ ।

ଆପଣମାନେ ଦେଖନ୍ତୁ ଅନଲାଇନ ଡିଜିଟାଲ କାରବାର କିପରି ବୃଦ୍ଧି ପାଇଛି । ଭାରତ ଭଳି ଦେଶରେ ୟୁପିଆଇ ଭୀମ ଜରିଆରେ ଗୋଟିଏ ମାସରେ 3 ଲକ୍ଷ କୋଟି ଟଙ୍କରୁ ଅଧିକ କାରବାର ହୋଇଛି । ପରିବର୍ତ୍ତିତ ପରିସ୍ଥିତିକୁ ଲୋକମାନେ କିପରି ଭାବେ ସ୍ୱୀକାର କରିଛନ୍ତି, ଏହାର ତା’ର ଏକ ନମୁନା ।

2014ରେ ଆମ ଦେଶରେ ମାତ୍ର 5ଟି ପଞ୍ଚାୟତରେ ଅପ୍ଟିକାଲ ଫାଇଭର ଥିଲା । ବିଗତ 5 ବର୍ଷରେ ଦେଢ଼ ଲକ୍ଷ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇଭର ନେଟୱର୍କ ପହଞ୍ଚିପାରିଛି । ଏହାକୁ ସମସ୍ତ ପଞ୍ଚାୟତରେ ପହଞ୍ଚାଇବା ଲାଗି ଆମେ କାର୍ଯ୍ୟ ଆରମ୍ଭ କରିଛୁ । ଯେଉଁ 1 ଲକ୍ଷ ପଞ୍ଚାୟତ ଏଥିରୁ ବଞ୍ଚିତ ରହିଛନ୍ତି, ସେଠାରେ ମଧ୍ୟ ଏହାକୁ ପହଞ୍ଚାଇବା ଲାଗି ଆମେ ଦ୍ରୁତ ଗତିରେ କାମ କରୁଛୁ । ପରିବର୍ତ୍ତିତ ପରିସ୍ଥିତିରେ ଗ୍ରାମାଞ୍ଚଳ ମଧ୍ୟ ଡିଜିଟାଲ ଇଣ୍ଡିଆରେ ଅଂଶୀଦାର ହେବା ଜରୁରି ହୋଇପଡ଼ିଛି । ଗାଁର ଲୋକମାନଙ୍କୁ ମଧ୍ୟ ଏପରି ଅନଲାଇନ ସୁବିଧାର ଆବଶ୍ୟକତା ବଢ଼ିଯାଇଛି । ଏହାକୁ ଧ୍ୟାନରେ ରଖି ପୂର୍ବରୁ ଆମେ ଯେଉଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲୁ, ସେଥିରେ ପରିବର୍ତ୍ତନ ଆଣିଛୁ । ସମସ୍ତ ପଞ୍ଚାୟତ ପରିବର୍ତ୍ତେ ଆମ ଦେଶରେ ଥିବା ସାଢ଼େ 6 ଲକ୍ଷରୁ ଅଧିକ ଗାଁରେ ଅପ୍ଟିକାଲ ଫାଇଭର ନେଟୱର୍କ ପହଞ୍ଚାଇବା ଲାଗି ଆମେ କାମ କରୁଛୁ । ଆବଶ୍ୟକତା ସହିତ ପ୍ରାଥମିକତା ବଦଳିଛି । 1000 ଦିନରେ ଆମେ ଦେଶର ସାଢ଼େ 6 ଲକ୍ଷରୁ ଅଧିକ ଗ୍ରାମଞ୍ଚଳରେ ଅପ୍ଟିକାଲ ଫାଇବର ନେଟୱର୍କ କାମ ସମ୍ପୂର୍ଣ୍ଣ କରିଦେବାକୁ ଲକ୍ଷ୍ୟ ରଖିଛୁ ।

ପରିବର୍ତ୍ତିତ ପ୍ରଯୁକ୍ତିରେ ସାଇବର ସ୍ପେସରେ ଆମର ନିର୍ଭରଶୀଳତା ବୃଦ୍ଧି ପାଇବାକୁ ଯାଉଛନ୍ତି । କିନ୍ତୁ ସାଇବର ସ୍ପେସ ବିପଦ ସହ ଜଡ଼ିତ । ସାରା ଦୁନିଆ ଏ ବିଷୟରେ ପରିଚିତ ଯେ ଏହା ଜରିଆରେ ଦେଶର ସାମାଜିକ ଢାଞ୍ଚା, ଅର୍ଥବ୍ୟବସ୍ଥା ଆମ ଦେଶର ବିକାଶ ପ୍ରତି ବିପଦ ସୃଷ୍ଟି କରିବାର ସହଜ ମାର୍ଗ ମିଳିପାରିବ । ସେଥିପାଇଁ ଭାରତ ଏ ବିଷୟରେ ଅଧିକ ସଚେତନ ରହିଛି । ଭାରତ ଅତ୍ୟନ୍ତ ସତର୍କତାର ସହିତ ଏସବୁ ବିପଦର ସମ୍ମୁଖୀନ ହେବା ଲାଗି ନିଷ୍ପତ୍ତି ନେଇଛି । କେବଳ ସେତିକି ନୁହେଁ, ନୂଆ ବ୍ୟବସ୍ଥା ମଧ୍ୟ ଲଗାତାର ବିକଶିତ ହେଉଛି । ଖୁବ ଅଳ୍ପ ସମୟ ମଧ୍ୟରେ ନୂଆ ସାଇବର ସୁରକ୍ଷା ନୀତିର ସମ୍ପୂର୍ଣ୍ଣ ସ୍ୱରୂପ ସାମ୍ନାକୁ ଆସିବ । ଆଗାମୀ ଦିନରେ ସବୁ ୟୁନିଟଗୁଡ଼ିକୁ ଯୋଡ଼ି ସେଗୁଡ଼ିକୁ ସାଇବର ସୁରକ୍ଷା ପରିଧି ମଧ୍ୟକୁ ଆଣି ଏକ ସଙ୍ଗେ ଚାଲିବାକୁ ହେବ । ଏଥିପାଇଁ ଆମେ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବୁ ।
ମୋର ପ୍ରିୟ ଦେଶବାସୀ

ଭାରତରେ ମହିଳା ଶକ୍ତିମାନେ ସେମାନଙ୍କୁ ମିଳିଥିବା ସୁଯୋଗର ଉପଯୋଗ କରି ଦେଶକୁ ଗୌରାବାନ୍ୱିତ କରିଛନ୍ତି, ଦେଶକୁ ସୁଦୃଢ଼ କରିଛନ୍ତି । ମହିଳାମାନଙ୍କୁ ରୋଜଗାର ଏବଂ ସ୍ୱରୋଜଗାରର ସମାନ ସୁଯୋଗ ଦେବା ଲାଗି ଦେଶ ଆଜି ପ୍ରତିଶ୍ରୁତିବଦ୍ଧ । ଆଜି ଭାରତର ମହିଳାମାନେ ଅଣ୍ଡରଗ୍ରାଉଣ୍ଡ କୋଇଲା ଖଣିରେ କାମ କରୁଛନ୍ତି । ଆଜି ମୋ ଦେଶର ଝିଅମାନେ ଯୁଦ୍ଧ ବିମାନ ଉଡ଼ାଇ ଆକାଶକୁ ଛୁଇଁ ପାରିଛନ୍ତି । ଆଜି ଭାରତ ବିଶ୍ୱର ସେସବୁ ହାତଗଣତି ଦେଶ ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି ନୌସେନା ଓ ବାୟୁସେନାରେ ମହିଳାମାନଙ୍କୁ ଯୁଦ୍ଧ ଭୂମିକାରେ ସାମିଲ କରାଯାଇପାରିଛି । ଗର୍ଭବତୀ ମହିଳାମାନଙ୍କୁ ଦରମା ସହିତ 6 ମାସର ଛୁଟି ଦେବାର ନିଷ୍ପତ୍ତି ନିଆଯାଇଛି । ଆମ ଦେଶର ମୁସଲିମ ମହିଳାମାନଙ୍କୁ ତିନି ତଲାକର ଯନ୍ତ୍ରଣାରୁ ମୁକ୍ତି ମିଳିଛି । ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି । 40 କୋଟି ଜନଧନ ଆକାଉଣ୍ଟ ମଧ୍ୟରୁ 22 କୋଟି ଆକାଉଣ୍ଟ କେବଳ ମହିଳାମାନଙ୍କ ନାମରେ ରହିଛି । କରୋନା ସମୟରେ ପାଖାପାଖି 30 ହଜାର କୋଟି ଟଙ୍କା ଏ ଭଉଣୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି । 25 କୋଟି ମୁଦ୍ରା ଋଣ ହିତାଧିକାରୀମାନଙ୍କ ମଧ୍ୟରୁ 70 ପ୍ରତିଶତ ଆମର ମା’ ଓ ଭଉଣୀମାନେ ଅଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ମିଳୁଥିବା ଆବାସର ସର୍ବାଧିକ ପଞ୍ଜିକରଣ ମହିଳାମାନଙ୍କ ନାମରେ ହେଉଛି ।

  

ମୋର ପ୍ରିୟ ଦେଶବାସୀ,

ଗରିବ ମା’-ଭଉଣୀମାନଙ୍କ ସ୍ୱାସ୍ଥ୍ୟ ଚିନ୍ତା ଲଗାତାର ଭାବେ ସରକାର କରିଆସୁଛନ୍ତି । ଆମେ ଜନ-ଔଷଧି କେନ୍ଦ୍ର ଜରିଆରେ ମାତ୍ର 1 ଟଙ୍କାରେ ସାନିଟାରୀ ପ୍ୟାଡ ଯୋଗାଇ ଦେବା ଭଳି ଜରୁରି କାର୍ଯ୍ୟ କରିଛୁ । 6 ହଜାର ଜନୌଷଧି କେନ୍ଦ୍ରରେ ବିଗତ କିଛି ସମୟ ମଧ୍ୟରେ ପାଖାପାଖି 5 କୋଟିରୁ ଅଧିକ ସାନିଟାରୀ ପ୍ୟାଡ ଆମର ଗରିବ ମହିଳାମାନଙ୍କ ନିକଟରେ ପହଁଚାଯାଇପାରିଛି ।

କିଶୋରୀଙ୍କ ଠାରେ ଦେଖାଯାଉଥିବା ଅପପୁଷ୍ଟି ସମସ୍ୟା, ସେମାନଙ୍କ ବିବାହର ଉପଯୁକ୍ତ ବୟସ, ନିର୍ଦ୍ଧାରଣ କରିବା ଲାଗି ଆମେ ଏକ ସମିତି ଗଠନ କରିଛୁ । ରିପୋର୍ଟ ଆସିବା ପରେ ଝିଅମାନଙ୍କର ଉଚିତ ବୟସ ବିଷୟରେ ଉପଯୁକ୍ତ ବୟସ ନିଦ୍ଧାରଣ କରାଯିବ ।

ମୋର ପ୍ରିୟ ଦେଶବାସୀ,

ଏହି କରୋନା ସମୟରେ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ସ୍ୱାଭାବିକ । ତେଣୁ ଏହି ସଂକଟ ସମୟରେ ଆମକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ବହୁତ ବଡ଼ ଶିକ୍ଷା ମିଳିଚି । ଏହି ଲକ୍ଷ୍ୟ ହାସଲ କରିବା ଲାଗି ଆମକୁ ଆଗକୁ ବଢ଼ିବାକୁ ହେବ ।

ଆପଣମାନେ ଦେଖନ୍ତୁ, କରୋନା ସମୟରେ, ଏହା ପୂର୍ବରୁ ଆମେ ଦେଶରେ କେବଳ ଗୋଟିଏ ପରୀକ୍ଷାଗାର ଥିଲା । ଆଜି 1400 ପରୀକ୍ଷାଗାରର ଏକ ନେଟୱର୍କ ରହିପାରିଛି । ହିନ୍ଦୁସ୍ତାନର ପ୍ରତ୍ୟେକ କୋଣରେ ପରୀକ୍ଷାଗାର ରହିଛି । କରୋନା ସଙ୍କଟ ଆରମ୍ଭ ହେବା ସମୟରେ ଦିନକୁ ମାତ୍ର 300 ନମୁନା ପରୀକ୍ଷା ହେଉଥିଲା । ଏତେ କମ ସମୟ ମଧ୍ୟରେ ଆମ ଦେଶର ଲୋକମାନେ ଏପରି ଶକ୍ତି ପ୍ରଦର୍ଶନ କଲେ ଯେ ଆଜି ଦିନରେ 7 ଲକ୍ଷରୁ ଅଧିକ ଟେଷ୍ଟ ଆମେ କରିପାରୁଛୁ । 300ରୁ ଆରମ୍ଭ ହୋଇଥିବା ନମୁନା ପରୀକ୍ଷା ଆଜି 7 ଲକ୍ଷରେ ପହଁଚିବା ଅଭୂତପୂର୍ବ ଉପଲବ୍ଧି ।

ଦେଶରେ ନୂଆ ଏମ୍ସ, ନୂଆ ମେଡ଼ିକାଲ କଲେଜ ନିର୍ମାଣ, ଆଧୁନିକୀକରଣ ଦିଗରେ ନିରନ୍ତର ପ୍ରୟାସ.. ଏସବୁ ଆମେ କରିପାରିଛୁ । ପାଞ୍ଚ ବର୍ଷରେ ଏମବିବିଏସ, ଏମଡିରେ 45 ହଜାରରୁ ଅଧିକ ସିଟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବୃଦ୍ଧି ପାଇଛି । ଦେଶରେ ଦେଢ଼ ଲକ୍ଷରର ଅଧିକ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରାଯାଉଥିବା ବେଳେ ଏଥିମଧ୍ୟରୁ ପାଖାପାଖି ଏକ ତୃତୀୟାଂଶ ଏବେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇସାରିଛି । କରୋନା ସମୟରେ ଆରୋଗ୍ୟ କେନ୍ଦ୍ରର ଭୂମିକା ଗ୍ରାମାଂଚଳରେ ବିଶେଷ ସହାୟକ ହୋଇପାରିଛି ।

ସ୍ୱାସ୍ଥ୍ୟ କ୍ଷେତ୍ରେ ଆଜି ବହୁତ ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି ଏବଂ ଏଥିରେ ପ୍ରଯୁକ୍ତିର ବହୁତ ବଡ଼ ଭୂମିକା ରହିବ । ଆଜିଠାରୁ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଆରମ୍ଭ କରାଯାଉଛି । ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକ ନୂଆ କ୍ରାନ୍ତି ଆଣିବ । ଚିକିତ୍ସା କ୍ଷେତ୍ରରେ ହେଉଥିବା ସମସ୍ୟା ହ୍ରାସ କରି ଅତ୍ୟନ୍ତ ସୁବିଚାରିତ ରୂପରେ ପ୍ରଯୁକ୍ତିର ଉପଯୋଗ କରିବ ।

ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାସ୍ଥ୍ୟ ଆଇଡି ପ୍ରଦାନ କରାଯିବ । ଏହି ସ୍ୱାସ୍ଥ୍ୟ ଆଇଡି ପ୍ରତ୍ୟେକ ଭାରତୀୟଙ୍କ ସ୍ୱାସ୍ଥ୍ୟ ଖାତା ଭଳି କାମ କରିବ । ଆପଣଙ୍କ ପ୍ରତ୍ୟେକ ପରୀକ୍ଷା, ପ୍ରତ୍ୟେକ ରୋଗ, କେଉଁ ଡାକ୍ତରଙ୍କ ପାଖକୁ ଯାଇ ଆପଣ କେଉଁ ଚିକିତ୍ସା ଗ୍ରହଣ କରିଛନ୍ତି, କେଉଁ ଔଷଧ ଖାଇଛନ୍ତି, ନିଦାନ, ଟଙ୍କା ଜମା କରିବା, ଡାକ୍ତରଖାନାରେ ଟିକେଟ କରିବାର ଦୌଡ଼, ଏ ସମସ୍ତ ସମସ୍ୟା ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ସମାଧାନ ହୋଇପାରିବ । ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆମର ଯେକେହି ନାଗରିକ ସଠିକ ନିଷ୍ପତ୍ତି ଗ୍ରହଣ କରିପାରିବେ ।

ମୋର ପ୍ରିୟଦେଶବାସୀ, କରୋନା ଟିକା କେବେ ପ୍ରସ୍ତୁତ ହେବ ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ରହିଛି, ସାରା ବିଶ୍ୱରେ ରହିଛି ।
ମୁଁ ଆଜି ଦେଶବାସୀଙ୍କୁ ଭରସା ଦେବାକୁ ଚାହେଁ ଯେ ଆମ ଦେଶର ବୈଜ୍ଞାନିକମାନଙ୍କର ସାମର୍ଥ୍ୟ ମୁନିଋଷିମାନଙ୍କ ଭଳି । ସେମାନେ ପରୀକ୍ଷାଗାରରେ ନିରନ୍ତର ପ୍ରୟାସ କରିଚାଲିଛନ୍ତି । ଅଖଣ୍ଡ, ଏକନିଷ୍ଠ ତପସ୍ୟା କରୁଛନ୍ତି । ବଡ଼ କଠିନ ପରିଶ୍ରମ କରୁଛନ୍ତି । ଭାରତରେ ଗୋଟିଏ କିମ୍ବା ଦୁଇଟି ନୁହେଁ ତିନୋଟି ଟିକାର ପରୀକ୍ଷଣ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ରହିଛି । ବୈଜ୍ଞାନିମାନଙ୍କ ଠାରୁ ସବୁଜ ସଙ୍କେତ ମିଳିଗଲେ, ବ୍ୟାପକ ମାତ୍ରାରେ ଉତ୍ପାଦନ ଆରମ୍ଭ ହେବ । ଏହାର ପ୍ରସ୍ତୁତି ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଦ୍ରୁତ ଗତିରେ ଟିକା ଯଥାସମ୍ଭବ କମ ସମୟରେ ସମସ୍ତ ଭାରତୀୟ ନାଗରିକମାନଙ୍କ ନିକଟରେ ପହଁଚାଇବା ଲାଗି ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି ।

ମୋର ପ୍ରିୟ ଦେଶବାସୀ, ଆମ ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ବିକାଶର ଛବି ଭିନ୍ନ ଭିନ୍ନ ରହିଛି । କିଛି କ୍ଷେତ୍ର ବହୁତ ଆଗରେ ରହିଥିବା ବେଳେ କିଛି କ୍ଷେତ୍ର ପଛରେ ପଡ଼ିଯାଇଛି । ଏହି ଅସନ୍ତୁଳନ ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି ବୋଲି ମାନୁଛି । ସେଥିପାଇଁ ଯେମିତି ମୁଁ ଆରମ୍ଭରୁ କହିଛି, 110ଟି ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ବିକାଶ ଉପରେ ଆମେ ଜୋର ଦେଉଛୁ । ବିକାଶର ପରିବେଶ, ଯୋଗାଯୋଗରେ ସୁଧାର ଆଣିବା ଲାଗି ପ୍ରୟାସ କରାଯାଉଛି ।

ଏବେ ଆପଣ ଦେଖନ୍ତୁ, ହିନ୍ଦୁସ୍ତାନର ପଶ୍ଚିମ ପ୍ରାନ୍ତ ଏବଂ ହିନ୍ଦୁସ୍ଥାନର ମଧ୍ୟ ଭାଗରୁ ଆରମ୍ଭ କରି ପୂର୍ବ ଭାଗ, ପୂର୍ବ ଉତ୍ତର ପ୍ରଦେଶ, ବିହାର, ବଙ୍ଗ, ଓଡ଼ିଶା ଏସବୁ କ୍ଷେତ୍ରରେ ଅପାର ପ୍ରାକୃତିକ ସମ୍ପଦ ପୂରି ରହିଛି । ଏଠାକାର ଲୋକମାନେ ସାମର୍ଥ୍ୟବାନ, ଶକ୍ତିମାନ, ପ୍ରତିଭାବାନ ଅଟନ୍ତି କିନ୍ତୁ ସୁଯୋଗର ଅଭାବ କାରଣରୁ ଏହି କ୍ଷେତ୍ରରେ ଅସନ୍ତୁଳନ ସୃଷ୍ଟି ହୋଇଛି । ସେଥିପାଇଁ ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ, ପୂର୍ବାଂଚଳ ସମର୍ପିତ ମାଲ କରିଡର, ପୂର୍ବାଂଚଳ ଗ୍ୟାସ ପାଇପ ଲାଇନ ସଂଯୋଗ, ନୂଆ ରୋଡ ରେଲ ଭିତ୍ତିଭୂମି, ନୂଆ ବନ୍ଦର ନିର୍ମାଣ ଆଦି ସାମଗ୍ରିକ ଭିତ୍ତିଭୂମି ବିକାଶ ନିମନ୍ତେ ନୂଆ ଯୋଜନା ପ୍ରସ୍ତୁତ କରାଯାଇ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ।
ସେହିପରି ଲେହ-ଲଦାଖ, ଜମ୍ମୁ-କଶ୍ମୀର କ୍ଷେତ୍ରକୁ ଧାରା 370 ଉଚ୍ଛେଦ ଫଳରେ ସ୍ୱାଧୀନତା ମିଳିସାରିଛି । ଗୋଟିଏ ବର୍ଷ ପୂରଣ ହୋଇସାରିଛି । ଏହି ଗୋଟିଏ ବର୍ଷ ଜମ୍ମୁ-କଶ୍ମୀରର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଏହି ଗୋଟିଏ ବର୍ଷ ସେଠାକାର ମହିଳାମାନଙ୍କୁ, ଦଳିତମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରିବାର ସମୟ । ଏହା ଆମ ଶରଣାର୍ଥୀମାନଙ୍କୁ ଗରିମାପୂର୍ଣ୍ଣ ଜୀବନ ଦେଇଛି । ବିକାଶର ଲାଭ ଗ୍ରାମାଂଚଳ ଓ ଗରିବଙ୍କ ନିକଟରେ ପହଁଚାଇବା ଲାଗି ବ୍ୟାକଟୁ ଭିଲେଜ ଭଳି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଆୟୁଷ୍ମାନ ଯୋଜନାକୁ ଉନ୍ନତ ଢଙ୍ଗରେ ଆଜି ଜମ୍ମୁ-କଶ୍ମୀର ଓ ଲଦାଖ କ୍ଷେତ୍ରରେ ଉପଯୋଗ କରାଯାଉଛି ।

ମୋର ପ୍ରିୟ ଦେଶବାସୀ, ଗଣତନ୍ତ୍ରର ଦୃଢ଼ତା, ଗଣତନ୍ତ୍ରର ପ୍ରକୃତ ଶକ୍ତି ଆମର ନିର୍ବାଚିତ ସ୍ଥାନୀୟ ସଂସ୍ଥା ନିକଟରେ ରହିଛି । ଆମ ସମସ୍ତଙ୍କ ପାଇଁ ଏହା ଗର୍ବର ବିଷୟ ଯେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ସଂସ୍ଥାର ଜନପ୍ରତିନିଧିମାନେ ସକ୍ରିୟତା ଓ ସମ୍ବେଦନଶୀଳତା ସହିତ ବିକାଶର ନୂଆ ଯୁଗକୁ ଆଗକୁ ବଢ଼ାଉଛନ୍ତି । ମୁଁ ସମସ୍ତ ପଞ୍ଚ-ସରପଞ୍ଚମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି, ବିକାଶ ଯାତ୍ରାରେ ସେମାନଙ୍କର ସକ୍ରିୟ ଭାଗିଦାରୀ ନିମନ୍ତେ ।

ଜମ୍ମୁ-କଶ୍ମୀରରେ ସୀମାନିର୍ଦ୍ଧାରଣ ପ୍ରକ୍ରିୟା ଜାରି ରହିଛି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ସୀମାନିର୍ଦ୍ଧାରଣ କାମ ଜାରି ରହିଛି ଏବଂ ଖୁବଶୀଘ୍ର ସୀମାନିର୍ଦ୍ଧାରଣ କାମ ଶେଷ ହେବା ପରେ ସେଠାରେ ନିର୍ବାଚନ ହେବ । ଜମ୍ମୁ-କଶ୍ମୀରରେ ଏମଏଲଏ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ନୂତନ ଉତ୍ସାହ ସହିତ ରାଜ୍ୟକୁ ଆଗେଇ ନେବେ । ଏଥିପାଇଁ ଦେଶ ପ୍ରତିବଦ୍ଧ ରହିଛି ଏବଂ ପ୍ରୟାସ ମଧ୍ୟ କରୁଛି ।
ଲଦାଖକୁ କେନ୍ଦ୍ରଶାସିତ ପ୍ରଦେଶରେ ପରିଣତ କରି ବହୁବର୍ଷ ଧରି ସେମାନଙ୍କର ଦାବି, ଆକାଂକ୍ଷାକୁ ପୂରଣ କରିବା ସହିତ ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯାଇଛି । ହିମାଳୟର ଉଚ୍ଚ ଶିଖରରେ ଥିବା ଳଦାଖ ବିକାଶର ନୂଆ ଶିଖର ଦିଗରେ ଆଗକୁ ବଢ଼ୁଅଛି । ଏବେ ସେଠାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଉଛି । ନୂଆ ଗବେଷଣା କେନ୍ଦ୍ର ନିର୍ମାଣ କରାଯାଉଛି, ହୋଟେଲ ମ୍ୟାନେଜମେଂଟର କୋର୍ସ ଆରମ୍ଭ କରାଯାଇଛି । ବିଦ୍ୟୁତ ପାଇଁ ସାଢ଼େ ସାତ ହଜାର ମେଗାୱାଟ ସୌର ପାର୍କ ନିର୍ମାଣ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଛି । କିନ୍ତୁ ମୋର ପ୍ରିୟ ଦେଶବାସୀ, ଲଦାଖର ଅନେକ ବିଶେଷତ୍ୱ ରହିଛି, ସେସବୁ ବିଶେଷତ୍ୱକୁ ସମ୍ଭାଳିବା, ସଂରକ୍ଷିତ କରି ରଖିବା ମଧ୍ୟ ଜରୁରି । ଯେପରି ଭାବେ ସିକିମ ଅର୍ଗାନିକ ଷ୍ଟେଟର ପରିଚୟ ସୃଷ୍ଟି କରିଛି ସେହିପରି ଲଦାଖ, ଲେହ, କାର୍ଗିଲ ସମ୍ପୂର୍ଣ୍ଣ କ୍ଷେତ୍ର ଆମ ଦେଶ ପାଇଁ ଅଙ୍ଗାରକାମ୍ଳ ମୁକ୍ତ ଅଂଚଳ ଭାବେ ନିଜର ପରିଚୟ ସୃଷ୍ଟି କରିପାରିବ । ସେଥିପାଇଁ ଭାରତ ସରକାର ସେଠାକାର ନାଗରିକମାନଙ୍କ ସହିତ ମିଶି ଅଙ୍ଗାରକାମ୍ଳ ମୁକ୍ତ ବିକାଶ ମଡେଲ, ସେମାନଙ୍କର ଆବଶ୍ୟକତା ପୂରଣ ପାଇଁ ଏକ ମଡେଲ ପ୍ରସ୍ତୁତ କରିବା ଦିଗରେ ଆଗକୁ ବଢ଼ୁଛନ୍ତି ।
ମୋର ପ୍ରିୟ ଦେଶବାସୀ, ଭାରତ ଦେଖାଇ ଦେଇଛି ଯେ ପରିବେଶ ସହିତ ସନ୍ତୁଳନ ବଜାୟ ରଖି ମଧ୍ୟ ଦ୍ରୁତ ବିକାଶ ସମ୍ଭବ । ଆଜି ଭାରତ ଏକ ବିଶ୍ୱ, ଏକ ସୂର୍ଯ୍ୟ, ଏକ ଗ୍ରୀଡ ଭିଜନ ସହିତ ସାରା ବିଶ୍ୱକୁ ବିଶେଷ କରି ସୌର ଶକ୍ତି କ୍ଷେତ୍ରରେ ଅନୁପ୍ରାଣିତ କରୁଛି ।

ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆଜି ଭାରତ ବିଶ୍ୱର ଶୀର୍ଷ ପାଞ୍ଚଟି ଦେଶ ମଧ୍ୟରେ ନିଜର ସ୍ଥାନ ପକ୍କା କରିସାରିଛି । ପ୍ରଦୂଷଣର ସମାଧାନକୁ ନେଇ ଭାରତ ସଜାଗ ଏବଂ ସକ୍ରିୟ ରହିଛି । ସ୍ୱଚ୍ଛ ଭାରତ ଅଭିଯାନ, ଧୂଆଁମୁକ୍ତ ରୋଷେଇ ପାଇଁ ମାଗଣା ଗ୍ୟାସ ବ୍ୟବସ୍ଥା, ଏଲଇଡି ବଲବ ଅଭିଯାନ, ସିଏନଜି ଆଧାରିତ ପରିବହନ ବ୍ୟବସ୍ଥା, ବୈଦ୍ୟୁତିକ ପରିବହନ ପାଇଁ ପ୍ରୟାସ, ଆମେ ସବୁପ୍ରକାରର ଉଦ୍ୟମ କରିଛୁ । ପେଟ୍ରୋଲ ପ୍ରଦୂଷଣ ହ୍ରାସ ଇଥାନଲ ଉତ୍ପାଦନ କମାଇବାରେ ଏବଂ ଏହାର ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ପାଞ୍ଚ ବର୍ଷ ପୂର୍ବରୁ ଆମ ଦେଶରେ ମାତ୍ର 40 କୋଟି ଲିଟର ଇଥାନଲ ଉତ୍ପାଦନ ହେଉଥିଲା । ପାଞ୍ଚବର୍ଷ ଭିତରେ ଏହା ପାଞ୍ଚଗୁଣ ବୃଦ୍ଧି ପାଇଛି । ଆଜି ଆମ ଦେଶରେ 200 କୋଟି ଲିଟର ଇଥାନଲ ପ୍ରସ୍ତୁତ ହେଉଛି ଯାହାକି ପରିବେଶ ଲାଗି ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ।

ମୋର ପ୍ରିୟ ଦେଶବାସୀ, ଦେଶର 100 ସହରରେ ପ୍ରଦୂଷଣ ହ୍ରାସ କରିବା ଲାଗି ଆମେ ଏକ ସାମଗ୍ରିକ, ସମନ୍ୱିତ ଆଭିମୁଖ୍ୟ ସହିତ ଆଗକୁ ବଢ଼ୁଛୁ । ଜନଭାଗିଦାରୀ ସହିତ, ଆଧୁନିକ ପ୍ରଯୁକ୍ତି ଭରପୂର ଉପଯୋଗ କରି ପ୍ରଦୂଷଣ ହ୍ରାସ କରିବା ଲାଗି ମିଶନ ମୋଡରେ କାର୍ଯ୍ୟ କରାଯାଉଛି ।

ମୋର ପ୍ରିୟ ଦେଶବାସୀ, ଭାରତ ବିଶ୍ୱର ହାତଗଣତି ଦେଶ ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି ଜଙ୍ଗଲର ଘନତ୍ୱ ବଢ଼ିବାରେ ଲାଗିଛି । ଜୈବ ବିବିଧତାର ସଂରକ୍ଷଣ ଏବଂ ବୃଦ୍ଧି ଲାଗି ଭାରତ ସମ୍ପୂର୍ଣ୍ଣ ଭାବେ ସମ୍ବେଦନଶୀଳ । ଆମେ ସଫଳତା ପୂର୍ବକ ପ୍ରୋଜେକ୍ଟ ଟାଇଗର, ପ୍ରୋଜେକ୍ଟ ଏଲିଫେଣ୍ଟକୁ ଆଗକୁ ବଢ଼ାଇଛୁ । ଆମ ଦେଶରେ ବାଘଙ୍କ ସଂଖ୍ୟା ବଢ଼ିଛି । ଆଗାମୀ ଦିନରେ ଏସୀୟ ସିଂହଙ୍କ ବଂଶବୃଦ୍ଧି ନିମନ୍ତେ ପ୍ରୋଜେକ୍ଟ ଲାୟନର ଶୁଭାରମ୍ଭ କରାଯିବ । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି, ରକ୍ଷା, ସୁରକ୍ଷା ଏବଂ ସ୍ୱତନ୍ତ୍ର ପ୍ରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରାଯିବ ।

ଆହୁରି ପ୍ରୋଜେକ୍ଟ ଡଲଫିନକୁ ମଧ୍ୟ ଆଗକୁ ନିଆଯିବ । ନଦୀ ଓ ସମୁଦ୍ରରେ ରହୁଥିବା ଡଲଫିନଙ୍କୁ ସୁରକ୍ଷା ଦିଆଯିବ । ଏହାଦ୍ୱାରା ଜୈବବିବିଧତାର ସଂରକ୍ଷଣ ହେବା ସହିତ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ ।

ମୋର ପ୍ରିୟ ଦେଶବାସୀ, ଅସାଧାରଣ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିଲେ ଆମ ସମ୍ମୁଖରେ ଅନେକ ସମସ୍ୟା ଆସିଥାଏ । ଏତେ ବିପତ୍ତି ସମୟରେ ସୀମା ଉପରେ ମଧ୍ୟ ଦେଶର ସାମର୍ଥ୍ୟକୁ ଆହ୍ୱାନକୁ ଦେବାର ଦୁଷ୍ପ୍ରୟାସ ହୋଇଛି । କିନ୍ତୁ ଏଲଓସି ଠାରୁ ଆରମ୍ଭ କରି ଏଲଏସି ପର୍ଯ୍ୟନ୍ତ ଦେଶର ଅଖଣ୍ଡତା ପ୍ରତି ଯେଉଁମାନେ ମଧ୍ୟ ଖରାପ ନଜର ପକାଇଛନ୍ତି, ଦେଶର ସେନା, ଆମର ବୀର ଯବାନମାନେ ସେମାନଙ୍କୁ ଉଚିତ ଜବାବ ଦେଇଛନ୍ତି ।

ଭାରତର ଅଖଣ୍ଡତାର ସୁରକ୍ଷା ଲାଗି ସାରା ଦେଶ ଉତ୍ସାହରେ ପୂରି ରହିଛି । ସଂକଳ୍ପରେ ଅନୁପ୍ରାଣିତ ହୋଇଛି ଏବଂ ସାମର୍ଥ୍ୟ ପ୍ରତି ଅତୁଟ ବିଶ୍ୱାସ ସହିତ ଆଗକୁ ବଢ଼ୁଅଛି । ଏହି ସଂକଳ୍ପ ପାଇଁ ଆମ ବୀର ଯବାନମାନେ କ’ଣ କରିପାରିବେ, ଦେଶ କ’ଣ କରିପାରିବ, ତାହା ଲଦାଖରେ ସାରା ଦୁନିଆ ଦେଖିସାରିଛି । ମୁଁ ଆଜି ମାତୃଭୂମି ଲାଗି ପ୍ରାଣବଳି ଦେଇଥିବା ସେହି ବୀର ଯବାନମାନଙ୍କୁ ଲାଲକିଲ୍ଲାର ପ୍ରାଚୀରୁ ଆଦରପୂର୍ବକ ପ୍ରଣାମ କରୁଛି ।

ଆତଙ୍କବାଦ ହେଉ ଅବା ବିସ୍ତାରବାଦ ଭାରତ ଆଜି ସାହସର ସହିତ ମୁକାବିଲା କରୁଛି । ଆଜି ଭାରତ ପ୍ରତି ବିଶ୍ୱର ବିଶ୍ୱାସ ସୁଦୃଢ଼ ହୋଇଛି । କିଛିଦିନ ପୂର୍ବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପରେ 192ଟି ଦେଶ ମଧ୍ୟରୁ 184ଟି ଦେଶ ଭାରତକୁ ନିର୍ବାଚିତ କରିଥିଲେ । ଏହା ଆମ ଦେଶ ପାଇଁ ଗର୍ବର ବିଷୟ । ବିଶ୍ୱରେ ଆମେ କିପରି ପ୍ରଭାବ ବିସ୍ତାର କରିପାରିଛୁ, ଏହା ତାହାର ଏକ ଉଦାହରଣ । ଭାରତ ନିଜେ ସୁଦୃଢ଼, ସଶକ୍ତ, ସୁରକ୍ଷିତ ରହିଲେ ଏହା ସମ୍ଭବ ହୋଇପାରିବ । ଏହି ଚିନ୍ତାଧାରାକୁ ନେଇ ଆଜି ସମସ୍ତ କ୍ଷେତ୍ରରେ କାମ ଜାରି ରହିଛି ।

ମୋର ପ୍ରିୟଦେଶବାସୀ, ଆମର ପଡ଼ୋଶୀ ଦେଶ ସହିତ ଭୂମି, ସମୁଦ୍ରରେ ଆମର ସମ୍ପର୍କକୁ ଆମେ ସୁରକ୍ଷା, ବିକାଶ ଏବଂ ବିଶ୍ୱାସର ଭାଗିଦାରୀ ସହିତ ଯୋଡ଼ୁଛୁ । ଭାରତ ଲଗାତାର ଏହି ପ୍ରୟାସ କରିଆସିଛି ଯେ ପଡ଼ୋଶୀ ଦେଶ ସହିତ ଶହ ଶହ ବର୍ଷ ପୁରୁଣା ସାଂସ୍କୃତିକ, ଆର୍ଥିକ ଏବଂ ସାମାଜିକ ସମ୍ପର୍କ ଯେପରି ଗମ୍ଭୀରତାର ସହିତ ବଜାୟ ରହିବ । ଦକ୍ଷିଣ ଏସିଆରେ ବିଶ୍ୱର ଏକ ଚତୁର୍ଥାଂଶ ଜନସଂଖ୍ୟା ରହିଥାନ୍ତି । ଆମେ ସଂଯୋଗ ଓ ସହଭାଗୀତା ବଳରେ ଏତେ ବଡ଼ ଜନସଂଖ୍ୟାର ବିକାଶ ଓ ସମୃଦ୍ଧିର ଅଗଣିତ ସମ୍ଭାବନା ସୃଷ୍ଟି କରିପାରିବା । ଏହି କ୍ଷେତ୍ରର ଦେଶଗୁଡ଼ିକର ସମସ୍ତ ନେତାଙ୍କ ଉପରେ ଏହି ବିଶାଳ ଜନସମୂହର ବିକାଶ ଓ ପ୍ରଗତିର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ତରଦାୟିତ୍ୱ ରହିଛି । ଏହାକୁ ତୁଲାଇବା ନିମନ୍ତେ ଦକ୍ଷିଣ ଏସିଆର ସମସ୍ତ କ୍ଷେତ୍ରର ସବୁ ଲୋକ, ରାଜନେତା, ସାଂସଦ, ବୁଦ୍ଧିଜୀବୀମାନଙ୍କୁ ମୁଁ ଆହ୍ୱାନ କରୁଛି । ଏହି ସମ୍ପୂର୍ଣ୍ଣ କ୍ଷେତ୍ରରେ ଶାନ୍ତି, ସୌହାର୍ଦ୍ଦ୍ୟ ବଜାୟ ରହିଲେ ମାନବତାର କଲ୍ୟାଣ ସାରା ବିଶ୍ୱର କଲ୍ୟାଣ ସମ୍ଭବ ହୋଇପାରିବ ।

ଖାଲି ଭୌଗଳିକ ସୀମା ଯୋଡ଼ି ହୋଇଗଲେ କୌଣସି ଦେଶ ଆମର ପଡ଼ୋଶୀ ହୋଇଯିବେ ନାହିଁ । ବରଂ ଆମ ସହ ମନ ମିଶୁଥିବା, ସମ୍ପର୍କରେ ସଦଭାବ ଓ ମିଳମିଶା ରହୁଥିବା ଦେଶଗୁଡ଼ିକ ଆମର ପଡ଼ୋଶୀ । ମୁଁ ଖୁସି ଯେ ବିଗତ ଦିନରେ ଭାରତ ସମ୍ପ୍ରସାରିତ ପଡ଼ୋଶୀ ଦେଶଗୁଡ଼ିକ ସହିତ ସମ୍ପର୍କକୁ ସୁଦୃଢ଼ କରିଛି । ପଶ୍ଚିମ ଏସିଆର ଦେଶଗୁଡ଼ିକ ସହିତ ଆମର ରାଜନୈତିକ, ଆର୍ଥିକ ଓ ମାନବୀୟ ସମ୍ପର୍କରେ ପ୍ରଗତି ଆସିଛି । ବିଶ୍ୱାସ ଅନେକ ଗୁଣରେ ବୃଦ୍ଧି ପାଇଛି । ଏସବୁ ଦେଶ ସହିତ ଆମର ଆର୍ଥିକ ସମ୍ପର୍କ ବିଶେଷ କରି ଶକ୍ତି କ୍ଷେତ୍ରରେ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏସବୁ ଦେଶରେ, ଅଧିକାଂଶ ଦେଶରେ ବହୁସଂଖ୍ୟାରେ ଭାରତୀୟ ଭାଇ-ଭଉଣୀ କାମ କରୁଛନ୍ତି । କରୋନା ସମୟରେ ଏହି ଦେଶଗୁଡ଼ିକ ଭାରତୀୟମାନଙ୍କୁ କରିଥିବା ସାହାଯ୍ୟ, ଭାରତ ସରକାରଙ୍କ ଅନୁରୋଧକୁ ସମ୍ମାନ କରିବା ଲାଗି ଭାରତ ସରକାର ସେମାନଙ୍କ ନିକଟରେ କୃତଜ୍ଞ ।

ଆସିଆନ ରାଷ୍ଟ୍ର ଯେଉଁମାନେ ଆମର ସାମୁଦ୍ରିକ ପଡ଼ୋଶୀ, ସେମାନେ ମଧ୍ୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ସହିତ ଭାରତର ହଜାର ହଜାର ବର୍ଷ ପୁରୁଣା ଧାର୍ମିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି । ବୌଦ୍ଧ ଧର୍ମର ପରମ୍ପରା ସେମାନଙ୍କୁ ଆମ ସହିତ ଯୋଡ଼ିଛି । ଆଜି ଭାରତ ଏସବୁ ଦେଶ ସହିତ କେବଳ ସୁରକ୍ଷା କ୍ଷେତ୍ରରେ ନୁହେଁ ବରଂ ସାମୁଦ୍ରିକ ସମ୍ପତ୍ତି କ୍ଷେତ୍ରରେ ମଧ୍ୟ ସହଯୋଗ ବଢ଼ାଉଛି ।

ମୋର ପ୍ରିୟଦେଶବାସୀ, ଭାରତ ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ଯେତିକି ପ୍ରୟାସ କରୁଛି, ନିଜ ସୁରକ୍ଷା ଓ ସେନାବାହିନୀକୁ ସଶକ୍ତ କରିବା ଲାଗି ମଧ୍ୟ ସେତିକି ତତ୍ପରତାର ସହିତ ପଦକ୍ଷେପ ଗ୍ରହଣ କରିଛି । ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପାଇଁ ପଦକ୍ଷେପ ନିଆଯାଇଛି । ନିକଟରେ 100ରୁ ଅଧିକ ସୈନିକ ଉପକରଣ ଆମଦାନୀ ଉପରେ କଟକଣା ଲାଗୁ ହୋଇଛି । କ୍ଷେପଣାସ୍ତ୍ର ଠାରୁ ଆରମ୍ଭ କରି ହାଲୁକା ଯୁଦ୍ଧ ହେଲିକପ୍ଟର ପର୍ଯ୍ୟନ୍ତ, ଆସଲ୍ଟ ରାଇଫଲ ଠାରୁ ଆରମ୍ଭ କରି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ସବୁକିଛି ଏବେ ମେକ ଇନ ଇଣ୍ଡିଆ ହୋଇପାରିଛି । ଆମ ତେଜସ ମଧ୍ୟ ନିଜର ତେଜ, ନିଜର ଗତି ଏବଂ ନିଜର ଶକ୍ତି ପ୍ରଦର୍ଶନ କରିବା ଲାଗି ଆଧୁନିକ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ହେଉଛି । ଦେଶର ସୁରକ୍ଷାରେ ଆମ ସୀମା ଓ ଉପକୂଳବର୍ତ୍ତୀ ଭିତ୍ତିଭୂମିର ବିଶେଷ ଭୂମିକା ରହିଛି । ଆଜି ହିମାଳୟ ଶିଖର ହେଉ, କିମ୍ବା ପୁଣି ଭାରତ ମହାସାଗର ଦ୍ୱୀପ, ପ୍ରତ୍ୟେକ ଦିଗରେ ଯୋଗାଯୋଗର ବିସ୍ତାର ଉପରେ ଗୁରୁତ୍ୱ ଦିଆଯାଉଛି । ଲଦାଖଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପକ ମାତ୍ରାରେ ଆମ ଦେଶର ସୁରକ୍ଷାକୁ ଧ୍ୟାନରେ ରଖାଯାଇ ନୂଆ ସଡ଼କ ପ୍ରସ୍ତୁତ କରାଯାଇଛି ।

ମୋର ପ୍ରିୟ ଦେଶବାସୀ, ଆମର ଏତେ ବଡ଼ ସମୁଦ୍ର ତଟ ରହିଛି, 1300ରୁ ଅଧିକ ଦ୍ୱୀପ ରହିଛି । କେତେକ ଛୋଟ ଦ୍ୱୀପର ଗୁରୁତ୍ୱକୁ ଦେଖି ସେଗୁଡ଼ିକୁ ଦ୍ରୁତ ଗତିରେ ବିକଶିତ କରିବା ଦିଗରେ ଆମେ ଆଗକୁ ବଢ଼ୁଛୁ । ଆପଣମାନେ ଦେଖିଥିବେ ଯେ ବିଗତ ସପ୍ତାହରେ ପାଞ୍ଚଦିନ ପୂର୍ବରୁ ଆଣ୍ଡାମାନ-ନିକୋବାରରେ ସମୁଦ୍ର ତଳେ ଅପ୍ଟିକାଲ ଫାଇଭର କେବୁଲ ପ୍ରୋଜେକ୍ଟ ଲୋକାର୍ପିତ ହୋଇଛି । ଆଣ୍ଡାମାନ ନିକୋବାରରେ ମଧ୍ୟ ଚେନ୍ନାଇ ଓ ଦିଲ୍ଲୀ ଭଳି ଇଂଟରନେଟ ସୁବିଧା ଏବେ ଉପଲବ୍ଧ ହେବ । ଏବେ ଆମେ ଆଗକୁ ଲାକ୍ଷାଦ୍ୱୀପରେ ମଧ୍ୟ ଏହି ସୁବିଧା ପହଁଚାଇବା ଦିଗରେ କାମ ଆରମ୍ଭ କରିବାକୁ ଯାଉଛୁ ।

ଆସନ୍ତା 1 ହଜାର ଦିନରେ ଲାକ୍ଷାଦ୍ୱୀପକୁ ମଧ୍ୟ ଦ୍ରୁତ ଇଂଟରନେଟ ସୁବିଧା ସହିତ ଯୋଡ଼ିବାକୁ ଆମେ ଲକ୍ଷ୍ୟ ରଖିଛୁ । ସୀମା ଓ ଉପକୂଳ କ୍ଷେତ୍ରର ଯୁବକମାନଙ୍କ ବିକାଶ ପ୍ରତି ଧ୍ୟାନ ଦିଆଯାଉଛି । ଏହାକୁ ମଧ୍ୟ ସୁରକ୍ଷାର କେନ୍ଦ୍ରରେ ରଖି ବିକାଶ ମଡେଲ ଦିଗରେ ଆମେ ଆଗକୁ ବଢ଼ୁଛୁ । ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ ହୋଇସାରିଛି ।

ଆମର ସୀମାବର୍ତ୍ତୀ ଓ ଉପକୂଳ କ୍ଷେତ୍ରରେ ପାଖାପାଖି 173 ଜିଲ୍ଲା ରହିଛି, ଯେଉଁଗୁଡ଼ିକ କୌଣସି ଏକ ଦେଶର ସୀମା କିମ୍ବା ସମୁଦ୍ର ଉପକୂଳ ସହିତ ଯୋଡ଼ି ହୋଇ ରହିଛି । ଆଗାମୀ ଦିନରେ ଏନସିସିର ସମ୍ପ୍ରସାରଣ ସେହି ସୀମାବର୍ତ୍ତୀ ଜିଲ୍ଲାର ଯୁବକମାନଙ୍କ ପାଇଁ କରାଯିବ । ସୀମାବର୍ତ୍ତୀ କ୍ଷେତ୍ରରେ ପାଖାପାଖି 1 ଲକ୍ଷ କ୍ୟାଡେଟଙ୍କୁ ପ୍ରସ୍ତୁତ କରାଯିବ । ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଯୁବତୀ ରହିବେ । ସୀମାବର୍ତ୍ତୀ କ୍ଷେତ୍ରରେ କ୍ୟାଡେଟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଉପକୂଳବର୍ତ୍ତୀ ଅଞ୍ଚଳର କ୍ୟାଡେଟମାନଙ୍କୁ ନୌସେନାର ଅଧିକାରୀମାନେ ପ୍ରଶିକ୍ଷଣ ଦେବେ । ଯେଉଁଠି ଏୟାର ବେସ ରହିଛି ସେଠାକାର କ୍ୟାଡେଟମାନଙ୍କୁ ବାୟୁସେନା ପକ୍ଷରୁ ତାଲିମ ଦିଆଯିବ। ସୀମାବର୍ତ୍ତୀ ଓ ଉପକୂଳବର୍ତ୍ତୀ କ୍ଷେତ୍ରରେ ବିପଦର ମୁକାବିଲା କରିବା ଲାଗି ଏକ ପ୍ରଶିକ୍ଷିତ ମାନବ ସମ୍ବଳ ରହିବ । ଏହାସହିତ ଯୁବକମାନଙ୍କୁ ସେନାବାହିନୀରେ ଯୋଗ ଦେବା ଲାଗି ଆବଶ୍ୟକ ଦକ୍ଷତା ମଧ୍ୟ ମିଳିପାରିବ ।

ମୋର ପ୍ରିୟ ଦେଶବାସୀ ଗତବର୍ଷ ମୁଁ ଲାଲକିଲାରୁ କହିଥିଲି ଯେ ବିଗତ ପାଞ୍ଚ ବର୍ଷରେ ଆବଶ୍ୟକତା ପୂରଣ କରାଯାଇଥିଲା ଏବଂ ଆଗାମୀ ପାଞ୍ଚ ବର୍ଷ ଆକାଂକ୍ଷା ପୂରଣ କରାଯିବ । ବିଗତ ଏକ ବର୍ଷ ମଧ୍ୟରେ ଦେଶ ଏକ ଓ ମହତ୍ୱପୂର୍ଣ୍ଣ ନିଷ୍ପତ୍ତିର ପାହାଚ ଅତିକ୍ରମ କରିଛି । ଗାନ୍ଧୀଜୀଙ୍କ 150ତମ ଜୟନ୍ତୀରେ ଭାରତର ଗ୍ରାମାଂଚଳ ଖୋଲା ଶୌଚ ମୁକ୍ତ ହୋଇସାରିଛନ୍ତି । ଧର୍ମ କାରଣରୁ ପ୍ରତାଡ଼ିତ ହୋଇଥିବା ଶରଣାର୍ଥୀମାନଙ୍କୁ ନାଗରିକତା ଦେବାର ଆଇନ, ଦଳିତ, ପଛୁଆବର୍ଗ, ଓବିସିଙ୍କ ପାଇଁ ସଂରକ୍ଷଣ ଅଧିକାର, ଆସାମ ଓ ତ୍ରିପୁରାରେ ଐତିହାସିକ ଶାନ୍ତି ବୁଝାମଣା, ସେନାବାହିନୀକୁ ସାମୂହିକ ଶକ୍ତି ପ୍ରଦାନ କରିବା ଲାଗି ଚିଫ ଅଫ ଡିଫେନ୍ସ ଷ୍ଟାଫଙ୍କ ନିଯୁକ୍ତି, କର୍ତ୍ତାରପୁର ସାହିବ କରିଡର ରେକର୍ଡ ସମୟ ମଧ୍ୟରେ ନିର୍ମାଣ ଆଦି କ୍ଷେତ୍ରରେ ଦେଶ ଇତିହାସ ରଚିଛି । ଅସାଧାରଣ କାର୍ଯ୍ୟ ସମ୍ପାଦନ କରିଛି ।

ଦଶ ଦିନ ପୂର୍ବରୁ ଅଯୋଧ୍ୟରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି । ଶହ ଶହ ବର୍ଷ ପୁରୁଣା ରାମ ଜନ୍ମଭୂମି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇସାରିଛି । ଦେଶର ଲୋକମାନେ ଯେଉଁ ସଂଯମ, ବୁଦ୍ଧିମତାର ପ୍ରଦର୍ଶନ କରିଛନ୍ତି, ବ୍ୟବହାର କରିଛନ୍ତି, ତାହା ଅଭୂତପୂର୍ବ ଏବଂ ଭବିଷ୍ୟତ ପାଇଁ ପ୍ରେରଣାଦାୟୀ । ଶାନ୍ତି, ଏକତା ଓ ସଦଭାବନା, ଏହା ହିଁ ଆତ୍ମନିର୍ଭର ଭାରତର ଶକ୍ତି ହେବ । ଏହି ମିଳାମିଶା, ଏହି ସଦଭାବ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗ୍ୟାରେଂଟି ଦେବ । ଏହି ସଦଭାବ ସହିତ ଆମକୁ ଆଗକୁ ବଢ଼ିବାକୁ ହେବ । ବିକାଶର ଏହି ମହାଯଜ୍ଞରେ ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କୁ ନିଜର କିଛି ନା କିଛି ଆହୂତି ଦେବାକୁ ହେବ ।
ଏ ଦଶକରେ ଭାରତ ନୂଆ ନୀତି ଏବଂ ନୂଆ ରୀତି ସହିତ ଆଗକୁ ବଢ଼ି । ଆଉ ସାଧାରଣ କାମ ଚାଲିବ ନାହିଁ । ‘ହେବ, ଚଳିବ’ର ସମୟ ଚାଲିଯାଇଛି । ଆମେ ବିଶ୍ୱରେ କାହାଠାରୁ କମ ନୁହେଁ । ଆମେ ସବୁଠୁ ଉପରେ ରହିବା ଲାଗି ପ୍ରୟାସ କରିବୁ । ସେଥିପାଇଁ ସର୍ବଶ୍ରେଷ୍ଠ ଉତ୍ପାଦନ, ସର୍ବଶ୍ରେଷ୍ଠ ମାନବ ସମ୍ବଳ, ସର୍ବଶ୍ରେଷ୍ଠ ପ୍ରଶାସନ ପ୍ରତ୍ୟେକ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଲକ୍ଷ୍ୟକୁ ନେଇ ସ୍ୱାଧୀନତାର 75ତମ ବର୍ଷ ଲାଗି ଆମେ ଆଗକୁ ବଢ଼ିବୁ ।

ଆମର ନୀତି, ପ୍ରକ୍ରିୟା, ଉତ୍ପାଦ ସବୁକିଛି ଉନ୍ନତ, ଶ୍ରେଷ୍ଠ ହେଲେ ଯାଇ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ପରିକଳ୍ପନା ସାକାର ହୋଇପାରିବ । ଆଜି ଆମକୁ ପୁଣିଥରେ ସଂକଳ୍ପ ନେବାକୁ ହେବ, ଏହି ସଂକଳ୍ପ ସ୍ୱାଧୀନତା ଲାଗି ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କର ସ୍ୱପ୍ନକୁ ପୂରଣ କରିବ । 130 କୋଟି ଦେଶବାସୀ, ଭବିଷ୍ୟତର ପିଢ଼ି, ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ଆତ୍ମନିର୍ଭର ଭାରତ ପାଇଁ ଏହି ସଂକଳ୍ପ ନେବାକୁ ହେବ । ଆମଦାନୀ ହ୍ରାସ କରିବା, ଲୋକାଲ ପାଇଁ ସମସ୍ତେ ଭୋକାଲ ହେବା, ନୂଆ ଉଦ୍ଭାବନ କରିବା, ଆମର ଯୁବକ, ମହିଳା, ଆଦିବାସୀ, ଦିବ୍ୟାଙ୍ଗ, ଦଳିତ, ଗରିବ, ପଛୁଆବର୍ଗ ସମସ୍ତଙ୍କୁ ସଶକ୍ତ କରିବା ଦିଗରେ ଯୋଗଦାନ ଦେବା ନିମନ୍ତେ ଆମକୁ ଶପଥ ନେବାକୁ ହେବ, ପ୍ରତିଜ୍ଞା କରିବାକୁ ହେବ ।

ଆଜି ଭାରତ ଅସାଧାରଣ ଗତିରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛି । ଏହି ଇଚ୍ଛାଶକ୍ତି, ଏହି ଉଦ୍ୟମ, ଏହି ଉତ୍ସାହ ସହିତ ପ୍ରତ୍ୟେକ ଭାରତୀୟଙ୍କୁ ଆଗକୁ ବଢ଼ିବାକୁ ହେବ ।

2022 ବର୍ଷ ଆମ ସ୍ୱାଧୀନତାର 75ତମ ବର୍ଷ ଏବେ ଆସନ୍ନ ପ୍ରାୟ । ଆମେ ଗୋଟିଏ ପାଦ ଦୂରେ ରହିଛୁ । ଆମକୁ ଦିନରାତି ଏକ କରିବାକୁ ହେବ । ଏକବିଂଶ ଶତାବ୍ଦୀର ଏହି ତୃତୀୟ ଦଶକ ଆମ ସ୍ୱପ୍ନକୁ ପୂରଣ କରିବାର ଦଶକ ହେବା ଉଚିତ । କରୋନା ବଡ଼ ବିପତ୍ତି, କିନ୍ତୁ ଏତେ ବଡ଼ ନୁହେଁ ଯେ ଆତ୍ମନିର୍ଭର ଭାରତର ବିଜୟ ଯାତ୍ରାକୁ ରୋକିପାରିବ ।

ମୁଁ ଦେଖିପାରୁଛି, ଏକ ନୂଆ ପ୍ରଭାତର ଲାଳିମା, ଏକ ନୂଆ ଆତ୍ମବିଶ୍ୱାସର ଉଦୟ, ଏକ ନୂଆ ଆତ୍ମନିର୍ଭର ଭାରତର ଶଙ୍ଖନାଦ । ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଧୀନତା ଦିବସର କୋଟି କୋଟି ଶୁଭକାମନା । ଆସନ୍ତୁ ମୋ ସହିତ ଦୁଇ ହାତ ଉପରକୁ କରି ସମ୍ପୂର୍ଣ୍ଣ ଶକ୍ତି ସହିତ କହିବା-

ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ,
ବନ୍ଦେ ମାତରମ, ବନ୍ଦେ ମାତରମ, ବନ୍ଦେ ମାତରମ ।

ଜୟ ହିନ୍ଦ, ଜୟ ହିନ୍ଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Japan-India Annual Summit: 150+ firms back $12.5 billion leap to fortify security ties

Media Coverage

Japan-India Annual Summit: 150+ firms back $12.5 billion leap to fortify security ties
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Prime Minister of Japan’s visit to India for the 16th India-Japan Annual Summit
July 02, 2026
Sl. No.OutcomeDescription
1. India-Japan Joint Declaration on Economic Security Promotes project-based collaboration for enhancing joint resilience in key sectors including semiconductors, critical minerals, information and communication technology including AI, clean energy and pharmaceuticals. India-Japan Fact Sheet 2.0 captures growing India-Japan G2G and B2B engagement in this crucial area.
2. India-Japan Joint Statement on Cooperation in the Field of Artificial Intelligence Elevates the India-Japan relationship to a strategic research and development partnership in the AI domain. Building on the India-Japan AI Initiative, the Joint Statement provides a roadmap for greater cooperation across the entire AI technology stack in pursuit of the shared vision of safe, secure, trusted, inclusive, and human-centric AI.
3 Joint Statement on Energy Resilience (between MoPNG and METI, Japan) Strengthens cooperation in strategic stockpiling and reserve mechanisms for crude oil and petroleum products. Promotes collaboration in joint investments across the maritime energy transport value chain.
4. Celebrating the 75th Anniversary of India-Japan Diplomatic Relations Outlines a series of commemorative events to celebrate 2027, the 75th anniversary of establishment of diplomatic relations, as the India-Japan Year of Shared Horizons
5. Memorandum of Cooperation for India-Japan Cooperative Biogas for Growth (CBG) Initiative Promotes cooperation towards the goal of establishing 1,000 biogas and organic fertilizer plants all across India, leveraging the extensive network of dairy cooperatives.
6. Memorandum of Cooperation in the Field of Batteries Promotes cooperation in battery-related projects and expands business opportunities with an aim of building a trusted, resilient and sustainable battery supply chain.
7. Memorandum of Cooperation in the Field of Pharmaceuticals and Medical Devices Sector Strengthens pharma supply chains, including in Active Pharmaceutical Ingredients (APIs) and Key Starting Materials (KSMs), through promotion of bilateral investment and business linkages, technical collaboration and industry-academia collaboration.
8. Memorandum of Cooperation in the Field of Geology and Mineral Exploration Strengthens cooperation in upstream critical minerals exploration through exchange of technical expertise.
9. Memorandum of Cooperation between IndiaAI Mission and Ministry of Economy, Trade and Industry (METI), Japan Promotes institutional cooperation between IndiaAI Mission and Japan’s GENIAC initiative – through B2B matchmaking, webinars on AI policies and challenges and support for joint projects through access to computing resources
10. Memorandum of Cooperation on Next Generation Mobility Partnership (NGMP) Establishes a framework for operationalizing the Next Generation Mobility Partnership (NGMP) which was announced at the 15th Annual Summit in August 2025. The NGMP would accelerate private sector-led cooperation and investment in mobility sectors including rail, automotive and road infrastructure, aviation, shipbuilding and ports, logistics, and urban development, positioning India as a hub for “Make in India for the World” exports to third countries.
11. Memorandum of Understanding between India’s Centre for Cellular and Molecular Platforms (C-CAMP) and RIKEN, Japan Establishes a framework for academic, translational research and start-up oriented innovation in deep-tech and life sciences, covering healthcare, agriculture and environment.
12. Memorandum of Understanding between National Center for Biological Sciences-Tata Institute of Fundamental Research and RIKEN, Japan Creates a framework for cooperation in basic biological and neuroscience research between the two leading research institutions
13. Memorandum of Understanding between IIT Bombay, BharatGen Technology Foundation and National Institute of Informatics, Japan Furthers collaboration on large language models (LLMs), with a focus on developing LLMs for enhanced scientific reasoning, through joint research exchanges
14. Memorandum of Understanding between SarvamAI and Preferred Network on LLM Development Creates a framework for cooperation across the full AI technology stack, including foundation models.
15. Memorandum of Understanding Between National Internet Exchange of India (NIXI) and Japan Network Information Center (JPNIC) Promotes cooperation in National Internet Registry operations, IPv6 adoption, internet security improvements, capacity building, student/professional exchanges and exchange of views on internet governance at regional and global forums.
16. Exchange of Letters Between International Financial Services Centres Authority (IFSCA) and Financial Services Agency, Japan (JFSA) Establishes a framework for cooperation in development, regulation and supervision of financial services as well as information exchange on financial-market trends and best practices, particularly in FinTech and RegTech.