PM Modi, PM Bettel of Luxembourg exchange views on strengthening India-Luxembourg relationship in the post-COVID world
India-Luxembourg agree to strengthen cooperation on realizing effective multilateralism and combating global challenges like the Covid-19 pandemic, terrorism and climate change
Prime Minister welcomes Luxembourg’s announcement to join the International Solar Alliance (ISA)

ମହାମହିମ, ନମସ୍କାର!

ସର୍ବପ୍ରଥମେ ମୁଁ କୋଭିଡ଼୍-19 ମହାମାରୀରେ ଲକ୍ସମବର୍ଗରେ ହୋଇଥିବା ଜନ ଜୀବନହାନୀ ପାଇଁ ମୋ ତରଫରୁ ଓ 130 କୋଟି ଭାରତବାସୀଙ୍କ ତରଫରୁ ସମ୍ବେଦନା ପ୍ରକଟ କରୁଛି । ଆଉ ଏହି କଠିନ ସମୟରେ ଆପଣମାନଙ୍କର କୁଶଳ ନେତୃତ୍ୱକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।

ମହାମହିମ,

ଆଜିକାର ଆମର ଏହି ଭର୍ଚୁଆଲ ସମ୍ମିଳନୀ ମୋ ଦୃଷ୍ଟିରେ ବହୁତ ଗରୁତ୍ୱପୂର୍ଣ୍ଣ । ଆପଣ ଏବଂ ମୁଁ ବିଭିନ୍ନ ଆନ୍ତର୍ଜାତିକ ମଂଚରେ ପରସ୍ପରକୁ ସାକ୍ଷାତ କରୁଛେ, କିନ୍ତୁ ବିଗତ ଦୁଇ ଦଶକରେ ଭାରତ ଏବଂ ଲକ୍ସମବର୍ଗ ମଧ୍ୟରେ ଏହା ହେଉଛି ପ୍ରଥମ ଔପଚାରିକ ସମ୍ମିଳନୀ ।

ଆଜି ଯେତେବେଳେ ବିଶ୍ୱ କୋଭିଡ଼-19 ମହାମାରୀର ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆହ୍ୱାନ ସହିତ ଲଢ଼େଇ କରୁଛି, ଭାରତ– ଲକ୍ସମବର୍ଗର ଭାଗିଦାରୀ ଓ ସହଯୋଗ ଉଭୟ କ୍ଷେତ୍ରର ପୁନଃରୁଦ୍ଧାର ପାଇଁ ଉପଯୋଗୀ ହୋଇ ପାରିବ । ଗଣତନ୍ତ୍ର, ଦେଶର ଆଇନ ଏବଂ ସ୍ୱାଧୀନତା ଭଳି ସମାନ ଆଦର୍ଶ ଆମର ସମ୍ବନ୍ଧ ଏବଂ ପାରସ୍ପରିକ ସହଯୋଗକୁ ଦୃଢ଼ତା ପ୍ରଦାନ କରୁଛି । ଭାରତ ଏବଂ ଲକ୍ସମବର୍ଗ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି କରିବାର ବହୁତ ବଡ଼ ସାମର୍ଥ୍ୟ ରହିଛି ।

ଇସ୍ପାତ, ବୈଷୟିକଜ୍ଞାନ, ଡିଜିଟାଲ ଡୋମେନ ଭଳି କ୍ଷେତ୍ରରେ ଆମ ମଧ୍ୟରେ ଏବେ ମଧ୍ୟ ଉତ୍ତମ ସହଯୋଗ ରହିଛି– କିନ୍ତୁ ଏହାକୁ ଆହୁରି ଆଗକୁ ନେଇଯିବାର ଅପାର ସମ୍ଭାବନା ରହିଛି । ମୁଁ ଖୁସି ଯେ କିଛି ଦିନ ପୂର୍ବରୁ ଆମର ମହାକାଶ ସଂସ୍ଥା ଲକ୍ସମବର୍ଗର ଚାରୋଟି ଉପଗ୍ରହକୁ ଉତକ୍ଷେପଣ କରିଛନ୍ତି । ମହାକାଶ କ୍ଷେତ୍ରରେ ମଧ୍ୟ ଆମେ ପାରସ୍ପରିକ ଆଦାନ– ପ୍ରଦାନ ବୃଦ୍ଧି କରି ପାରିବା ।

ଆନ୍ତର୍ଜାତିକ ସୌରମେଂଟ – ଆଇଏସଏରେ ଲକ୍ସମବର୍ଗ ସାମିଲ ହେବାର ଘୋଷଣାକୁ ଆମେ ସ୍ୱାଗତ କରୁଛୁ । ବିପର୍ଯ୍ୟୟ ସ୍ଥିରତା ଭିତ୍ତିଭୂମି ସହଯୋଗରେ ଯୋଗଦାନ କରିବା ପାଇଁ ଆପଣଙ୍କୁ ଆମନ୍ତ୍ରିତ କରୁଛୁ ।

ଚଳିତ ବର୍ଷ ଅପ୍ରେଲ ମାସରେ ମହାମହିମ ଗ୍ରାଣ୍ଡ ଡ୍ୟୁକଙ୍କ ଭାରତ ଯାତ୍ରାକୁ କୋଭିଡ଼-19 କାରଣରୁ ସ୍ଥଗିତ କରିବାକୁ ପଡ଼ିଲା । ଆମେ ଶୀଘ୍ର ତାଙ୍କୁ ଭାରତରେ ସ୍ୱାଗତ କରିବା ପାଇଁ କାମନା କରୁଛୁ । ମୁଁ ଚାହିଁବି ଯେ ଆପଣ ମଧ୍ୟ ଶୀଘ୍ର ଭାରତ ଯାତ୍ରାରେ ଆସନ୍ତୁ ।

ମହାମହିମ,

ଏବେ ମୁଁ ଆପଣଙ୍କୁ ପ୍ରାରମ୍ଭିକ ବକ୍ତବ୍ୟ ପାଇଁ ଆମନ୍ତ୍ରିତ କରିବାକୁ ଚାହିଁବି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's $13 billion semiconductor mission: Boosting domestic chip manufacturing and design

Media Coverage

India's $13 billion semiconductor mission: Boosting domestic chip manufacturing and design
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 8, 2026
September 08, 2026

Viksit Bharat, Many Engines: Defence, Diplomacy, Growth & Green Power Under PM Modi