ବ୍ୟକ୍ତିଗତ ସ୍ତରକୁ ନିଅ: କିପରି ବ୍ୟବହାରରେ ପରିବର୍ତ୍ତନ ବଳରେ ଜଳବାୟୁ ପରିବର୍ତ୍ତନ ମୁକାବିଲା କରିହେବ
ଆମ ଗ୍ରହ ନିମନ୍ତେ ଠିକ୍ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଗଣ ହିଁ ଆମ ଗ୍ରହକୁ ବଞ୍ଚାଇବାରେ ମୁଖ୍ୟ ଭୂମିକା ତୁଲାଇ ପାରିବେ । ଏହା ହିଁ ଲାଇଫ ଅଭିଯାନର ମୁଖ୍ୟ ଅଂଶ”
“ଜଳବାୟୁ ପରିବର୍ତ୍ତନ ସମସ୍ୟା କେବଳ ସମ୍ମିଳନୀ ଟେବୁଲରୁ ମୁକାବିଲା କରାଯାଇପାରିବ ନାହିଁ । ପ୍ରତ୍ୟେକ ଘର ରାତ୍ରି ଭୋଜନ ଟେବୁଲରୁ ମୁକାବିଲା କରିବାକୁ ହେବ”
“ମିଶନ ଲାଇଫ ହେଉଛି ଗଣତାନ୍ତ୍ରିକ ଉପାୟରେ ଜଳବାୟୁ ପରିବର୍ତ୍ତନ ମୁକାବିଲାର ମାଧ୍ୟମ”
“ଭାରତରେ ଜନସାଧାରଣ ଗତ କିଛିବର୍ଷ ମଧ୍ୟରେ ଜନଆଂଦୋଳନ ଓ ବ୍ୟାବହାରିକ ଅବସ୍ଥାନ୍ତର ଜରିଆରେ ଏ ଦିଗରେ ବହୁତ କିଛି କରିଛନ୍ତି”“ବ୍ୟାବହାରିକ ପଦକ୍ଷେପ ନିମନ୍ତେ ପର୍ଯ୍ୟାପ୍ତ ଆର୍ଥିକ ପଦ୍ଧତି ମଧ୍ୟ ଅନୁସୃତ ହେବା ଆବଶ୍ୟକ । ମିଶନ ଲାଇଫ ଭଳି ବ୍ୟାବହାରିକ ପଦକ୍ଷେପ ଦିଗରେ ବିଶ୍ୱବ୍ୟାଙ୍କର ସମର୍ଥନର ବହୁମୁଖୀ ପ୍ରଭାବ ପଡ଼ିବ”

ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ, ମରକ୍କୋର ଉର୍ଜା ରୁପାନ୍ତରଣ ଏବଂ ଦୀର୍ଘସ୍ଥାୟୀ ବିକାଶ ମନ୍ତ୍ରୀ ମହୋଦୟା, ମୋ କ୍ୟାବିନେଟର ସହଯୋଗୀ ନିର୍ମଳା ସୀତାରମଣ ଜୀ, ଲର୍ଡ ନିକୋଲସ ଷ୍ଟର୍ଣ୍ଣ, ପ୍ରଫେସର ସନଷ୍ଟିନ ଏବଂ ଅନ୍ୟ ବିଶିଷ୍ଟ ଅତିଥିବୃନ୍ଦ! 
ନମସ୍କାର!
ମୁଁ ଖୁସି ଯେ ବିଶ୍ୱ ବ୍ୟାଙ୍କ ଜଳବାୟୁ ପରିବର୍ତନ ଉପରେ ଆଚରଣ ପରିବର୍ତନର ପ୍ରଭାବ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି । ଏହି ପ୍ରସଙ୍ଗ ମୋ ହୃଦୟର ଖୁବ ନିକଟର, ଏବଂ ଏହାକୁ ବୈଶ୍ୱିକ ଆନ୍ଦୋଳନରେ ପରିଣତ ହେଉଥିବାର ଦେଖି ମତେ ବେଶ ଆନନ୍ଦିତ ଲାଗୁଛି ।
ବନ୍ଧୁଗଣ,
ଜଣେ ମହାନ ଭାରତୀୟ ଦାର୍ଶନିକ ଚାଣକ୍ୟ, ଦୁଇ ହଜାର ବର୍ଷ ପୂର୍ବେ ଏ କଥା ଲେଖିଥିଲେ: “ଜଳ ବିନ୍ଦୁ ନିପାତେନ କ୍ରମଶଃ ପୃର୍ଯ୍ୟତେ ଘଟଃ । ସ ହେତୁଃ ସର୍ବ ବିଦ୍ୟାନାଂ ଧର୍ମସ୍ୟ ଚ ଧନସ୍ୟ ଚ । ।” ଜଳର ଛୋଟ ଛୋଟ ବୁନ୍ଦା, ଯେତେବେଳେ ପରସ୍ପର ସହିତ ମିଶିଯାଏ, ସେତେବେଳେ ପାତ୍ରକୁ ପୂର୍ଣ୍ଣ କରି ଦେଇଥାଏ । ଏହିପରି, ଜ୍ଞାନ, ଉତମ କର୍ମ କିମ୍ବା ଧନ, ଧିରେ ଧିରେ ବୃଦ୍ଧି ପାଇଥାଏ । ଏଥିରେ ଆମ ପାଇଁ ଏକ ବାର୍ତା ରହିଛି । ପାଣିର ପ୍ରତିଟି ବୁନ୍ଦା ହୁଏ ତ ଅଧିକ ଲାଗି ନ ପାରନ୍ତି, କିନ୍ତୁ ଯେତେେବେଳେ ଏହା ସେହିଭଳି କୌଣସି ଅନ୍ୟ ବୁନ୍ଦା ସହ ମିଶିଯାଏ, ତାହାହେଲେ ଏହାର ପ୍ରଭାବ ଅନୁଭୂତ ହୋଇଥାଏ । ଧରିତ୍ରୀ ମାତା ପାଇଁ ପ୍ରତିଟି ସୁକର୍ମ ଅପର୍ଯ୍ୟାପ୍ତ ଲାଗିପାରେ, କିନ୍ତୁ ଯେତେବେଳେ ସମଗ୍ର ବିଶ୍ୱର କୋଟି କୋଟି ଲୋକ ଏକ ସଙ୍ଗରେ ଏହା କରନ୍ତି, ସେତେବେଳେ ଏହାର ପ୍ରଭାବ ମଧ୍ୟ ଅତ୍ୟନ୍ତ ବିଶାଳ ହୋଇଥାଏ । ମୁଁ ବିଶ୍ୱାସ କରେ ଯେ, ଆମ ପୃଥିବୀ ପାଇଁ ସଠିକ୍ ନିର୍ଣ୍ଣୟ ନେଉଥିବା ବ୍ୟକ୍ତି ଏହି ଧରିତ୍ରୀ ପାଇଁ ଲଢେଇରେ ଗରୁତ୍ୱପୂର୍ଣ୍ଣ ଅଟନ୍ତି । ଏହା ହେଉଛି ମିଶନ୍ ଲାଇଫର ମୂଳ ପିଣ୍ଡ ।
ବନ୍ଧୁଗଣ,
ଏହି ଆନ୍ଦୋଳନର ବୀଜ ବହୁ ପୂର୍ବରୁ ବପନ କରାଯାଇ ସାରିଥିଲା । ୨୦୧୫ରେ ଜାତିସଂଘ ସାଧାରଣ ଅଧିବେଶନରେ ମୁଁ ଆଚରଣ ପରିବର୍ତନର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲି । ସେହିଦିନଠାରୁ, ଆମେ ଏକ ଦୀର୍ଘ ପଥ ଅତିକ୍ରମ କରିଛୁ । ଅକ୍ଟୋବର ୨୦୨୨ରେ ଜାତିସଂଘର ମହାସଚିବ ଏବଂ ମୁଁ ମିଶନ ଲାଇଫର ଶୁଭାରମ୍ଭ କରିଥିଲୁ । ସିଓପି-୨୭ର ପରିଣାମ ଦସ୍ତାବିଜର ପ୍ରସ୍ତାବନା ମଧ୍ୟ ଦୀର୍ଘସ୍ଥାୟୀ ଜୀବନ ଶୈଳୀ ଏବଂ ଉପଭୋଗ ବିଷୟରେ ବ୍ୟାଖ୍ୟା କରୁଛି । ଏଥିସହିତ ଏ କଥା ଦେଖି ଅତି ଆନନ୍ଦିତ ଲାଗୁଛି ଯେ ଜଳବାୟୁ ପରିବର୍ତନ କ୍ଷେତ୍ରର ବିଶେଷଜ୍ଞମାନେ ମଧ୍ୟ ଏହି ମନ୍ତ୍ରକୁ ଆପଣାଇଛନ୍ତି । 
ବନ୍ଧୁଗଣ,
ବିଶ୍ୱବ୍ୟାପୀ ଲୋକମାନେ ଜଳବାୟୁ ପରିବର୍ତନ ବିଷୟରେ ଅନେକ କିଛି ଶୁଣିବାକୁ ପାଆନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଏହାକୁ ନେଇ ଚିନ୍ତା ପ୍ରକଟ କରନ୍ତି କାରଣ ସେମାନେ ଜାଣନ୍ତି ନାହିଁ ଯେ ଏହାକୁ ନେଇ ସେମାନେ କ’ଣ କରିପାରିବେ । ସେମାନଙ୍କୁ ନିରନ୍ତର ଭାବେ ଏହ ଅନୁଭବ କରାଇ ଦିଆଯାଏ ଯେ କେବଳ ସରକାର କିମ୍ବା ବୈଶ୍ୱିକ ସଂଗଠନଗୁଡିକର ହିଁ ଏହା ଦାୟିତ୍ୱ ଅଟେ । ଯଦି ସେମାନଙ୍କୁ ଜଣାପଡିଯାଏ ଯେ ସେମାନେ ମଧ୍ୟ ଏଥିରେ ଯୋଗଦାନ କରିପାରନ୍ତି, ତାହାହେଲେ ସେମାନଙ୍କର ଏହି ଚିନ୍ତା ପଦକ୍ଷେପରେ ପରିଣତ ହେବ ।
ବନ୍ଧୁଗଣ,
ଜଳବାୟୁ ପରିବର୍ତନର ମୁକାବିଲା କେବଳ ସମ୍ମିଳନୀ ଟେବୁଲରୁ କରାଯାଇ ପାରିବ ନାହିଁ । ଏହାକୁ ପ୍ରତ୍ୟେକ ଘରର ଖାଇବା ଟେବୁଲରୁ ଲଢିବାକୁ ପଡିବ । ଯେତେବେଳେ କୌଣସି ଚିନ୍ତାଧାରା ଚର୍ଚ୍ଚା ଟେବୁଲରୁ ଖାଇବା ଟେବୁଲରେ ପହଂଚିଥାଏ ସେତେବେଳେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଯାଇଥାଏ । ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ବିଷୟରେ ଅବଗତ କରାଇବାକୁ ପଡିବ ଯେ ସେମାନଙ୍କ ରୁଚି ଦ୍ୱାରା ଧରିତ୍ରୀକୁ ଆହୁରି ଉତମ ତଥା ଗତି ପ୍ରଦାନ କରିବାରେ ସହାୟତା ମିଳିପାରିବ । ମିଶନ୍ ଲାଇଫ ଜଳବାୟୁ ପରିବର୍ତନ ବିରୁଦ୍ଧରେ ସଂଗ୍ରାମର ଗଣତନ୍ତ୍ରୀକରଣ କରିବା ଉପରେ ପର୍ଯ୍ୟବେଶିତ । ଯେତେବେଳେ ଲୋକମାନେ ଏ କଥାକୁ ନେଇ ସଚେତନ ହୋଇଯିବେ ଯେ ସେମାନଙ୍କର ଦୈନନ୍ଦିନ ଜୀବନରେ ଗୋଟିଏ ସରଳ କାର୍ଯ୍ୟ ମଧ୍ୟ ଶକ୍ତିଶାଳୀ ହୋଇପାରେ, ସେତେବେଳେ ପରିବେଶ ଉପରେ ବହୁତ ସକରାତ୍ମକ ପ୍ରଭାବ ପଡିବ ।
ବନ୍ଧୁଗଣ,
ଏହି ଗଣ ଆନ୍ଦୋଳନର ବିଷୟ ଏବଂ ଆଚରଣ ପରିବର୍ତନ କ୍ଷେତ୍ରରେ ଭାରତର ଜନସାଧାରଣ ଗତ କିଛି ବର୍ଷ ମଧ୍ୟରେ ଅନେକ କିଛି କରିଛନ୍ତି । ଲୋକମାନଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଭାରତର ଅନେକ ଭାଗରେ ଲିଙ୍ଗ ଅନୁପାତରେ ସଂସ୍କାର ଆଣିଛି । ଏମାନେ ସେହି ଲୋକ ଥିଲେ ଯେଉଁମାନେ ବିପୁଳ ସଂଖ୍ୟାରେ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ । ନଦୀ ହେଉ, ସମୁଦ୍ର ତଟ ହେଉ ବା ସଡକ, ସେମାନେ ଏ କଥା ସୁନିଶ୍ଚିତ କରୁଛନ୍ତି ସେ ସାର୍ବଜନୀନ ସ୍ଥାନ ଆବର୍ଜନା ମୁକ୍ତ ହେଉ ଏବଂ ଏହିମାନେ ହିଁ ସେହି ଲୋକ ଯେଉଁମାନେ ଏଲଇଡି ବଲ୍‌ବର ବ୍ୟବହାରକୁ ସଫଳ କରିଛନ୍ତି । ଭାରତରେ ପ୍ରାୟ ୩୭୦ ମିଲିଅନ୍ ଏଲଇଡି ବଲବ ବିକ୍ରୀ ହୋଇସାରିଛି । ଏହା ପ୍ରତ୍ୟେକ ବର୍ଷ ପ୍ରାୟ  ୩୯ ମିଲିଅନ୍ ଟନ୍ ର ଅଙ୍ଗାରକାମ୍ଳ ନିର୍ଗମନରୁ ମୁକ୍ତି ଦେବାରେ ସହାୟତା କରୁଛି । ଭାରତର କୃଷକମାନେ କ୍ଷୁଦ୍ର ଜଳସେଚନ ଦ୍ୱାରା ପ୍ରାୟ ୭ଲକ୍ଷ ହେକ୍ଟର ଚାଷ ଜମିର ଜଳସେଚନକୁ ସୁନିଶ୍ଚିତ କରିଛନ୍ତି । “ପ୍ରତି ବୁନ୍ଦା ଅଧିକ ଫସଲ” ଅର୍ଥାତ୍ “ପର ଡ୍ରପ ମୋର କ୍ରପ”ର ମନ୍ତ୍ରର ସାକାର ପୂର୍ବକ ଏହା ଦ୍ୱାରା ବହୁତ ପରିମାଣର ଜଳ ସଂଚୟ ହୋଇପାରିଛି । ଏମିତି ଆହୁରି ଅନେକ ଉଦାହରଣ ମଧ୍ୟ ରହିଛି ।
ବନ୍ଧୁଗଣ,
ମିଶନ ଲାଇଫ ଅଧିନରେ ଆମର ପ୍ରୟାସଗୁଡିକ ଅନେକ କ୍ଷେତ୍ରକୁ ସମ୍ପ୍ରସାରିତ, ଯେପରିକି: ସ୍ଥାନୀୟ ସ୍ୱାୟତ ସଂସ୍ଥାଗୁଡିକୁ ପରିବେଶ ଅନୁକୂଳ କରିବା, ଜଳର ସଂଚୟ କରିବା, ଉର୍ଜାର ସଂଚର କରିବା, ଇ-ବର୍ଜ୍ୟ ଓ ବର୍ଜ୍ୟବସ୍ତୁ ହ୍ରାସ କରିବା, ସୁସ୍ଥ ଜୀବନ ଶୈଳୀ ଆପଣାଇବା, ପ୍ରାକୃତିକ କୃଷିକୁ ଆପଣାଇବା, ଶ୍ରୀଅନ୍ନର ପ୍ରୋତ୍ସାହନ ।
ଏହି ପ୍ରୟାସଗୁଡିକ ମଧ୍ୟରେ ସାମିଲ ରହିଛି:
-    ୨୦ ମିଲିଅନ ୟୁନିଟରୁ ଅଧିକ ଉର୍ଜାର ସଂଚୟ କରିବା,
-    ୯ ଟ୍ରିଲିଅନ ଲିଟର ଜଳର ସଂଚୟ କରିବା,
-    ବର୍ଜ୍ୟବସ୍ତୁକୁ ୩୭୫ ମିଲିଅନ ଟନ ପର୍ଯ୍ୟନ୍ତ ହ୍ରାସ କରିବା,
-    ପ୍ରାୟ ଏକ ମିଲିଅନ ଟନ୍ ଇ - ବର୍ଜ୍ୟର ପୁନଃ ପ୍ରକ୍ରିୟାକରଣ, ଏବଂ ୨୦୩୦ ସୁଦ୍ଧା ୧୭୦ ମିଲିଅନ୍ ଡଲାରର ଅତିରିକ୍ତ ବ୍ୟୟକୁ ଲାଘବ କରିବା ।
ଏହାଛଡା, ଏହା ୧୫ ବିଲିଅନ୍ ଟନ୍ ଖାଦ୍ୟକୁ ନଷ୍ଟ ହେବାରୁ ହ୍ରାସ କରିବ । ଏହା କେତେ ବିଶାଳ ଅଟେ, ଏ କଥା ଜାଣିବା ପାଇଁ ମୁଁ ଆପଣମାନଙ୍କୁ ଏକ ତୁଳନା ପାଇଁ କହୁଛି । ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ) ର ସୂଚନା ଅନୁଯାୟୀ ୨୦୨୦ରେ ବିଶ୍ୱର ପ୍ରମୁଖ ଫସଲ ଉତ୍ପାଦନ ର ପରିମାଣ ପ୍ରାୟ ୯ ବିଲିଅନ୍ ଟନ୍ ଥିଲା । 
ବନ୍ଧୁଗଣ,
ସମଗ୍ର ବିଶ୍ୱର ଦେଶଗୁଡିକୁ ଉତ୍ସାହିତ କରିବାରେ ବିଶ୍ୱସ୍ତରୀୟ ସଂଗଠନଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମତେ କୁହାଯାଇଛି ଯେ, ବିଶ୍ୱ ବ୍ୟାଙ୍କ ସମୁହ ମୋଟ ଅର୍ଥ ଲଗାଣ ରୁପରେ ଜଳବାୟୁ ବାବଦ ଅର୍ଥ ପରିମାଣକୁ ୨୬ ପ୍ରତିଶତରୁ ୩୫ ପ୍ରତିଶତକୁ ବୃଦ୍ଧି କରିବାକୁ ଚିନ୍ତା କରୁଛି । ସାଧାରଣତଃ ପାରମ୍ପରିକ ଦିଗ ଉପରେ ଏହି ଜଳବାୟୁ ବିତ ଗୁରୁତ୍ୱ ପ୍ରଦାନ କରିଥାଏ । ବ୍ୟାବହାରିକ ଦିଗଗୁଡିକ ପାଇଁ ମଧ୍ୟ ପର୍ଯ୍ୟାପ୍ତ ବୃଦ୍ଧି ବ୍ୟୟ ନୀତି ଉପରେ କାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି । ମିଶନ ଲାଇଫ ଭଳି ବ୍ୟାବହାରିକ ଦିଗୁଗଡିକ ପ୍ରତି ବିଶ୍ୱ ବ୍ୟାଙ୍କର ସମର୍ଥନ ଏହା ଉପରେ ବହୁ ଅଧିକ ଗୁଣର ପ୍ରଭାବ ପକାଇବ ।
ବନ୍ଧୁଗଣ,
ମୁଁ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଥିବା ବିଶ୍ୱ ବ୍ୟାଙ୍କର ଟିମକୁ ଅଭିନନ୍ଦନ ଜଣାଉଛି । ଏବଂ, ମୁଁ ଆଶା କରୁଛି ଯେ ଏହି ବୈଠକ ଲୋକମାନଙ୍କୁ ଆଚରଣ ପରିବର୍ତନ ଆଡକୁ ନେଇଯିବା ପାଇଁ ମାର୍ଗ ପ୍ରଦାନ କରିବ । ଧନ୍ୟବାଦ । ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA