ଭାରତୀୟ ତୈଳ ନିଗମର ‘ଅନବଟଲଡ’ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଉଦଘାଟନ କଲେ ପୋଷାକ
ଭାରତୀୟ ତୈଳ ସଂସ୍ଥାର ଦ୍ୱୈତ କୁକଟପ୍ ମଡେଲ ବା ଇନଡୋର ସୌର ରାନ୍ଧଣା ପଦ୍ଧତି ଜାତି ଉଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
ଇ-୨ଠ ଇନ୍ଧନର ଶୁଭାରମ୍ଭ
ଗ୍ରୀନ ମୋବିଲିଟି ରାଲିକୁ ପତାକା ଦେଖାଇ ଆରମ୍ଭ
“ବିକଶିତ ଭାରତର ସଂକଳ୍ପ ଆଭିମୁଖ୍ୟ ନେଇ ଆଗକୁ ବଢୁଥିବା ଭାରତର ଶକ୍ତି କ୍ଷେତ୍ରରେ ଅଦ୍ଭୁତପୂର୍ବ ସମ୍ଭାବନା ରହିଛି”
“ବୈଶ୍ୱିକ ମହାମାରୀ ଓ ଯୁଦ୍ଧର ଘନଘଟା ମଧ୍ୟରେ ବିଶ୍ୱ ଗତି କରୁଥିବା ବେଳେ, ଭାରତ ବୈଶ୍ୱିକ ଉଜ୍ଜ୍ୱଳ କ୍ଷେତ୍ର ଭାବେ ବଢ଼ି ଚାଲିଛି”
“ତୃଣମୂଳ ସ୍ତରରୁ ନିଷ୍ପତ୍ତିମୂଳକ ସରକାର, ନିରନ୍ତର ସଂସ୍କାର, ସାମାଜିକ ଓ ଆର୍ଥିକ ସଶକ୍ତୀକରଣ ହେଉଛି ଭାରତୀୟ ଆର୍ଥିକ ନମନୀୟତାର ମୂଳପିଣ୍ଡ”
“ସଂସ୍କାରଗୁଡ଼ିକ ଆଂଶିକ ସମାଜ ସୃଷ୍ଟି କରୁଛନ୍ତି”
“ଆମେ ନିରବଚ୍ଛିନ୍ନ ଭାବେ ଦେଶୀୟ ପଦ୍ଧତିରେ ଆମର ବିଶୋଧନକାରୀ ସାମର୍ଥ୍ୟ ବୃଦ୍ଧି କରି ଚାଲିଛୁ”
“୨୦୩୦ ମସିହା ସୁଦ୍ଧା ଆମେ ମିଶନ ମୋଡରେ ପ୍ରାକୃତିକ ବାଷ୍ପ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ”

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମାଇ ମହାଶୟ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ହରଦୀପ ସିଂହ ପୁରୀ ମହାଶୟ, ରାମେଶ୍ୱର ତେଲୀ ମହାଶୟ, ଅନ୍ୟାନ୍ୟ ମନ୍ତ୍ରୀଗଣ, ମହାମହିମ, ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳାଗଣ ।

ବର୍ତମାନ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ଉପରେ ଆମ ସମସ୍ତଙ୍କର ଦୃଷ୍ଟି ଲାଗି ରହିଛି । ବହୁତ ଲୋକମାନଙ୍କର ଦୁଃଖଦ ମୃତ୍ୟୁ ଏବଂ ବହୁତ କ୍ଷୟକ୍ଷତିର ଖବର ରହିଛି । ତୁର୍କୀର ଆଖପାଖ ଦେଶଗୁଡ଼ିକରେ ମଧ୍ୟ କ୍ଷୟକ୍ଷତିର ଆଶଙ୍କା ରହିଛି । ଭାରତର 140କୋଟି ଲୋକମାନଙ୍କର ସମ୍ବେଦନା, ସମସ୍ତ ଭୂକମ୍ପ ପୀଡ଼ିତମାନଙ୍କ ସହିତ ରହିଛି । ଭାରତ ଭୂକମ୍ପ ପୀଡ଼ିତମାନଙ୍କୁ ସମସ୍ତ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ତତ୍ପର ରହିଛି ।

ସାଥୀଗଣ,

ବେଙ୍ଗାଲୁରୁ ହେଉଛି ଟେକ୍ନୋଲୋଜି, ପ୍ରତିଭା ଏବଂ ନବସୃଜନର ଶକ୍ତିରେ ଭରପୂର ହୋଇ ରହିଥିବା ସହର। ମୋ ଭଳି ଆପଣମାନେ ମଧ୍ୟ ଏଠାକାର ଯୁବ ଉର୍ଜ୍ଜାକୁ ଅନୁଭବ କରୁଥିବେ। ଏହା ହେଉଛି ଭାରତର ଜି-20 ଅଧ୍ୟକ୍ଷତା କ୍ୟାଲେଣ୍ଡରର ପ୍ରଥମ ବୃହତ ଉର୍ଜ୍ଜା କାର୍ଯ୍ୟକ୍ରମ। ମୁଁ ଦେଶ- ବିଦେଶରୁ ଆସିଥିବା ସମସ୍ତ ଲୋକମାନଙ୍କୁ ଭାରତ ଉର୍ଜ୍ଜା ସପ୍ତାହକୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି ।

ସାଥୀଗଣ,

ଏକବିଂଶ ଶତାବ୍ଦୀର ବିଶ୍ୱର ଭବିଷ୍ୟତ ସ୍ଥିର କରିବାରେ, ଶକ୍ତି କ୍ଷେତ୍ରର ବହୁତ ବଡ଼ ଭୂମିକା ରହିଛି। ଶକ୍ତିର ନୂତନ ଉତ୍ସ ବିକାଶ କରିବାରେ, ଏନର୍ଜି ପରିବର୍ତନରେ ଆଜି ଭାରତ, ବିଶ୍ୱର ସବୁଠାରୁ ସୁଦୃଢ଼ ସ୍ୱର ମଧ୍ୟରୁ ହେଉଛି ଅନ୍ୟତମ । ବିକଶିତ ହେବାର ସଂକଳ୍ପ ନେଇ ଚାଲୁଥିବା ଭାରତରେ, ଶକ୍ତି କ୍ଷେତ୍ର ପାଇଁ ଅଦ୍ଭୂତପୂର୍ବ ସମ୍ଭାବନାମାନ ସୃଷ୍ଟି ହେବାକୁ ଯାଉଛି ।

ଆପଣମାନେ ଜାଣନ୍ତି ଯେ ଏଇ ନିକଟରେ ଆଇଏମଏଫ 2023 ପାଇଁ ଅଭିବୃଦ୍ଧି ଆକଳନ ଜାରି କରିଛି । ଏଥିରେ କୁହାଯାଇଛି ଯେ ଭାରତ, ଦ୍ରୁତତମ ବିକାଶଶୀଳ ବୃହତ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ମହାମାରୀ ଏବଂ ଯୁଦ୍ଧ ପ୍ରଭାବ ପରେ ମଧ୍ୟ 2022ରେ ଭାରତ ଏକ ବୈଶ୍ୱିକ ଉଜ୍ଜ୍ୱଳ ସ୍ଥାନ ହୋଇ ରହିଛି । ବାହ୍ୟ ପରିସ୍ଥିତି ଯାହା କିଛି ମଧ୍ୟ ହେଉ ନା କାହିଁକି, ଭାରତ ଅଭ୍ୟନ୍ତରୀଣ ସ୍ଥିରତା କାରଣରୁ ପ୍ରତ୍ୟେକ ପ୍ରକାରର ଆହ୍ୱାନକୁ ଅତିକ୍ରମ କରି ପାରିଛି । ଏହା ପଛରେ ଅନେକଗୁଡ଼ିଏ ଦିଗ କାର୍ଯ୍ୟ କରିଛି । ପ୍ରଥମ, ସ୍ଥିର ନିଷ୍ପତି ନେବାଭଳି ସରକାର, ଦ୍ୱିତୀୟ, ନିରନ୍ତର ସଂସ୍କାର, ଆଉ ତୃତୀୟ, ତୃଣମୂଳ ସ୍ତରରେ ସାମାଜିକ- ଅର୍ଥନୈତିକ ସଶକ୍ତିକରଣ ।

ବିଗତ ବର୍ଷମାନଙ୍କରେ ବ୍ୟାପକ ମାତ୍ରାରେ ଲୋକମାନଙ୍କୁ ବ୍ୟାଙ୍କ ଖାତା ସହିତ ଯୋଡାଗଲା, ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସୁରକ୍ଷା, ଚିକିତ୍ସାର ସୁବିଧା ମିଳିଲା । ସୁରକ୍ଷିତ ପରିମଳ ବ୍ୟବସ୍ଥା, ବିଜୁଳି ସଂଯୋଗ, ଆବାସ, ପାଇପ୍ ମାଧ୍ୟମରେ ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ସାମାଜିକ ଭିତିଭୂମିର ସଂଯୋଗ କୋଟି- କୋଟି ଲୋକମାନଙ୍କ ପର୍ଯ୍ୟନ୍ତ ପହଂଚିଛି । ବିଗତ କିଛି ବର୍ଷ ମଧ୍ୟରେ ଭାରତର ଯେତେ ବଡ଼ ଜନସଂଖ୍ୟାର ଜୀବନରେ ପରିବର୍ତନ ଆସିଛି, ତାହା କୌଣସି ବିକଶିତ ଦେଶର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ। ଏହାଦ୍ୱାରା କୋଟି- କୋଟି ଗରିବ ଲୋକମାନଙ୍କୁ ଦାରିଦ୍ୟରୁ ବାହାରକୁ ଆସିବାରେ ସାହାଯ୍ୟ କରିଛି । ଆଜି କୋଟି- କୋଟି ଲୋକ ଗରିବୀରୁ ବାହାରକୁ ବାହାରି ମଧ୍ୟବିତ ସ୍ତର ପର୍ଯ୍ୟନ୍ତ ପହଂଚୁଛନ୍ତି। ଆଜି ଭାରତରେ କୋଟି- କୋଟି ଲୋକମାନଙ୍କର ଗୁଣାତ୍ମକ  ଜୀବନ ଶୈଳୀରେ ପରିବର୍ତନ ଆସିଛି । ଆଜି ଗାଁ- ଗାଁକୁ ଇଂଟରନେଟ ପହଂଚାଇବା ପାଇଁ 6 ଲକ୍ଷ କିଲୋମିଟରରୁ ଅଧିକ ଅପଟିକାଲ ଫାଇବର ବିଛାଯାଉଛି । ବିଗତ 6 ବର୍ଷରେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା 13 ଗୁଣ ବୃଦ୍ଧି ପାଇଛି । ବିଗତ 9 ବର୍ଷରେ ଇଂଟରନେଟ ସଂଯୋଗ ତିନିଗୁଣରୁ ଅଧିକ ବୃଦ୍ଧି ପାଇଛି । ଆଜି ଗ୍ରାମୀଣ ଇଂଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସହରାଂଚଳ ଇଂଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ତୁଳନାରେ ବୃଦ୍ଧି ପାଇଛି । ଏହା ବ୍ୟତୀତ, ଭାରତ ଦ୍ୱିତୀୟ ସର୍ବ ବୃହତ ମୋବାଇଲ ଫୋନ୍ ନିର୍ମାତା ଦେଶ ପାଲଟି ଯାଇଛି । ଏହା ଦ୍ୱାରା ଭାରତରେ ବିଶ୍ୱର ସର୍ବ ବୃହତ ଆକାଂକ୍ଷିତ ଶ୍ରେଣୀ ପ୍ରସ୍ତୁତ ହୋଇଛନ୍ତି । ଭାରତର ଲୋକ ଚାଂହୁଛନ୍ତି ସେମାନଙ୍କୁ ଉନ୍ନତ ଉତ୍ପାଦ, ଉନ୍ନତ ସେବା ଏବଂ ଉନ୍ନତ  ଭିତିଭୂମି ମିଳୁ ।

ଭାରତରେ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ଉର୍ଜ୍ଜା ହେଉଛି ଏକ ବହୁତ ବଡ଼ ଦିଗ । ଉଦ୍ୟୋଗଠାରୁ ନେଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ, କାରଖାନାଠାରୁ ନେଇ ଘର ପର୍ଯ୍ୟନ୍ତ, ଭାରତରେ ଉର୍ଜ୍ଜା ବା ଶକ୍ତିର ଆବଶ୍ୟକତା, ଶକ୍ତିର ଚାହିଦା ବଢି ବଢ଼ି ଚାଲିଛି । ଭାରତରେ ଯେଉଁଭଳି ଦ୍ରୁତ ଗତିରେ ବିକାଶ ହେଉଛି, ତାହାକୁ ଦେଖି ଏହା ମାନି ନିଆଯାଉଛି ଯେ ଆଗାମୀ ବର୍ଷମାନଙ୍କରେ ଭାରତରେ ଅନେକ ନୂତନ ସହର ନିର୍ମାଣ ହେବାକୁ ଯାଉଛି । ଅନ୍ତରାଷ୍ଟ୍ରୀୟ ଉର୍ଜ୍ଜା ସଙ୍ଘ ମଧ୍ୟ କହିଛି ଯେ ଚଳିତ ଦଶକରେ ଭାରତର ଶକ୍ତି ଚାହିଦା ବିଶ୍ୱରେ ସବୁଠାରୁ ଅଧିକ ରହିବ ଆଉ ଏଠାରେ ଆପଣ ସମସ୍ତ ନିବେଶକମାନଙ୍କ ପାଇଁ ଉର୍ଜ୍ଜା କ୍ଷେତ୍ରରେ ଅଂଶୀଦାରମାନଙ୍କ ପାଇଁ ଭାରତ ନୂତନ ସୁଯୋଗ ନେଇ ଆସିଛି । ଆଜି ବୈଶ୍ୱିକ ତୈଳ ଚାହିଦାରେ ଭାରତର ଭାଗିଦାରୀ ପାଖାପାଖି 5 ପ୍ରତିଶତ ରହିଛି । କିନ୍ତୁ ଏହାକୁ 11 ପ୍ରତିଶତ ପର୍ଯ୍ୟନ୍ତ ପହଂଚାଇବାର ଆଶା ରହିଛି । ଭାରତର ଗ୍ୟାସ ଚାହିଦା 500 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଅନୁମାନ କରାଯାଉଛି । ଶକ୍ତି କ୍ଷେତ୍ରରେ ସମ୍ପ୍ରସାରଣ ପାଇଁ ନିବେଶ ଏବଂ ସହଯୋଗ ପାଇଁ ଆମେ ନୂତନ ସୁଯୋଗ ସୃଷ୍ଟି କରୁଛୁ ।

ବନ୍ଧୁଗଣ,

ଶକ୍ତି କ୍ଷେତ୍ରକୁ ନେଇ ଭାରତର ରଣନୀତିର ଚାରୋଟି ପ୍ରମୁଖ ଭୂଲମ୍ବ ହେଉଛି । ପ୍ରଥମ- ଘରୋଇ ଭାବେ ଅନୁସନ୍ଧାନ ଏବଂ ଉତ୍ପାଦନ ବୃଦ୍ଧି, ଦ୍ୱିତୀୟ- ଯୋଗାଣର ବିବିଧକରଣ, ତୃତୀୟ- ଜୈବ ଇନ୍ଧନ, ଇଥାନଲ, କମ୍ପ୍ରେସଡ୍ ବାୟୋଗ୍ୟାସ ଏବଂ ସୌରଶକ୍ତି ଭଳି ବିକଳ୍ପ ଉର୍ଜ୍ଜା ଉତ୍ସର ବିସ୍ତାର ଏବଂ ଚତୁର୍ଥ- ଇଲେକ୍ଟ୍ରିକ୍ ବାହାନ ଏବଂ ହାଇଡ୍ରୋଜେନ ଜରିଆରେ ଡିକାର୍ବୋନାଇଜେସନ୍ । ଏହି ଚାରୋଟି ଦିଗରେ ଭାରତ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ମୁଁ ଆପଣମାନଙ୍କ ଗହଣରେ ଏହାର କିଛି ଦିଗ ଏବଂ ସମ୍ପ୍ରସାରଣର କଥା କହିବାକୁ ଚାହିଁବି ।

ସାଥୀଗଣ,

ଆପଣମାନେ ଜାଣିଛନ୍ତି ଯେ ଭାରତ ହେଉଛି ବିଶ୍ୱର ଚତୁର୍ଥ ସର୍ବବୃହତ୍ ବିଶୋଧନ କ୍ଷମତା ରହିଥିବା ଦେଶ । ଭାରତର ବର୍ତ୍ତମାନର କ୍ଷମତା ହେଉଛି ପ୍ରାୟ 250 ଏମଏମଟିପିଏ, ଯାହାକୁ ବୃଦ୍ଧି କରି 450 ଏମଏମଟିପିଏ କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି । ଆମେ ନିଜର ବିଶୋଧନ ଉଦ୍ୟୋଗକୁ କ୍ରମାଗତ ଭାବରେ ସ୍ୱଦେଶୀ, ଆଧୁନିକ ଏବଂ ଅପଗ୍ରେଡ୍ କରୁଛୁ । ଆମେ ନିଜର ପେଟ୍ରୋକେମିକାଲ ଉତ୍ପାଦନ ଦକ୍ଷତାକୁ ବୃଦ୍ଧି କରିବା ଦିଗରେ ମଧ୍ୟ ବହୁତ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ । ଭାରତର ସମୃଦ୍ଧ ବୈଷୟିକ ଦକ୍ଷତା ଏବଂ ବୃଦ୍ଧି ପାଉଥିବା ଷ୍ଟାର୍ଟଅପ୍ ଇକୋ ସିଷ୍ଟମର ଉପଯୋଗ କରି ଆପଣ ସମସ୍ତେ ନିଜ ଶକ୍ତି ଦୃଶ୍ୟପଟକୁ ସମ୍ପ୍ରସାରିତ କରି ପାରିବେ ।

ସାଥୀଗଣ,

ଆମେ 2030 ସୁଦ୍ଧା ନିଜର ଉର୍ଜ୍ଜା ମିଶ୍ରଣରେ ପ୍ରାକୃତିକ ବାଷ୍ପ ଉପଯୋଗକୁ ବୃଦ୍ଧି କରିବା ପାଇଁ ମଧ୍ୟ ମିଶନ ମୋଡ୍‌ରେ କାର୍ଯ୍ୟ କରୁଛୁ । ଏହାକୁ 6 ପ୍ରତିଶତରୁ ବୃଦ୍ଧି କରି 15 ପ୍ରତିଶତ କରିବାର ଲକ୍ଷ୍ୟ ସ୍ଥିର କରାଯାଇଛି । ଆମର ଏକ ରାଷ୍ଟ୍ର, ଏକ ଗ୍ରୀଡ଼୍ ର ଦୃଷ୍ଟିଭଙ୍ଗୀ ଏଥିପାଇଁ ସମସ୍ତ ଆବଶ୍ୟକ ଜରୁରୀ ଭିତିଭୂମି ଉପଲବ୍ଧ କରାଇବ ।

ଆମର ପ୍ରୟାସ ହେଉଛି ଯେ ଏଲଏନଜି ଟର୍ମିନାଲର ପୁନଃ-ଗ୍ୟାସିଫିକେସନ୍ କ୍ଷମତାକୁ ବୃଦ୍ଧି କରାଯିବ । 2014ରେ ଆମର କ୍ଷମତା 21 ଏମଏମଟିପିଏ ଥିଲା, ଯାହା 2022ରେ ପ୍ରାୟ ଦୁଇଗୁଣ ହୋଇ ଯାଇଛି । ଏହାକୁ ଆହୁରି ବୃଦ୍ଧି କରିବା ପାଇଁ କାର୍ଯ୍ୟ ଜାରି ରହିଛି । ଭାରତରେ 2014 ତୁଳନାରେ ସିଜିଡିର ସଂଖ୍ୟା ମଧ୍ୟ ୯ଗୁଣ ବୃଦ୍ଧି ପାଇଛି । ଆମର ଏଠାରେ 2014ରେ ସିଏନଜି ଷ୍ଟେସନ୍ ମଧ୍ୟ 900 ପାଖାପାଖି ଥିଲା । ଏବେ ଏହାର ସଂଖ୍ୟା ବୃଦ୍ଧି ପାଇ 5ହଜାର ପର୍ଯ୍ୟନ୍ତ ପହଂଚିଛି ।

ଆମେ ଗ୍ୟାସ ପାଇପ ଲାଇନ୍ ନେଟୱର୍କର ଦୀର୍ଘତା ବୃଦ୍ଧି ଦିଗରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ । 2014ରେ ଆମ ଦେଶରେ ଗ୍ୟାସ ପାଇପ୍ ଲାଇନର ଦୀର୍ଘତା ପ୍ରାୟ 14 ହଜାର କିଲୋମିଟର ଥିଲା । ଏବେ ଏହା ବୃଦ୍ଧି ପାଇ 22 ହଜାର କିଲୋମିଟରରୁ ଅଧିକ ହୋଇ ସାରିଛି । ଆଗାମୀ 4-5 ବର୍ଷରେ ଭାରତରେ ଗ୍ୟାସ ପାଇପ୍ ଲାଇନ୍ ର ନେଟୱର୍କ 35 ହଜାର କିଲୋମିଟର ପର୍ଯ୍ୟନ୍ତ ପହଂଚିଯିବ । ଅର୍ଥାତ ଭାରତର ପ୍ରାକୃତିକ ଗ୍ୟାସ ଭିତିଭୂମିରେ ଆପଣମାନଙ୍କ ପାଇଁ ନିବେଶର ବହୁତ ବଡ଼ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି ।

ସାଥୀଗଣ,

ଆଜି ଭାରତ ଘରୋଇ ଅନୁସନ୍ଧାନ ଉପରେ ଗୁରୁତ୍ୱ ଦେଉଛି ଏବଂ ଉତ୍ପାଦନ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦେଉଛି । ଇ ଆଣ୍ଡ ପି କ୍ଷେତ୍ର ସେହି ଅଂଚଳରେ ମଧ୍ୟ ନିଜର ଆଗ୍ରହ ଦେଖାଉଛି, ଯାହାକୁ ଅପହଂଚ ଭାବି ନିଆ ଯାଇଥିଲା । ଆପଣମାନଙ୍କର ଏହି ଭାବନାକୁ ବୁଝି ଆମେ ‘ନୋ- ଗୋ’ (‘No-Go’) ଅଂଚଳ ସଂଖ୍ୟା ହ୍ରାସ କରୁଛୁ । ଏହାଦ୍ୱାରା 10 ଲକ୍ଷ ବର୍ଗ କିଲୋମିଟର ଅଂଚଳ ‘ନୋ- ଗୋ’ (‘No-Go’) କଟକଣାରୁ ମୁକ୍ତ ହୋଇଛି । ଯଦି ଆମେ ପରିସଂଖ୍ୟାନ ଅନୁସାରେ ଦୃଷ୍ଟିଦେବା, ତେବେ ‘ନୋ- ଗୋ’ (‘No-Go’) ଅଂଚଳରେ ମଧ୍ୟ ଏହି ହ୍ରାସ ହେଉଛି 98 ପ୍ରତିଶତରୁ ଅଧିକ । ମୁଁ ମଧ୍ୟ ନିବେଶକମାନଙ୍କୁ ଅନୁରୋଧ କରିବି, ଆପଣମାନେ ଏହି ସୁଯୋଗର ବ୍ୟବହାର କରନ୍ତୁ, ଫସିଲ ଇନ୍ଧନର ଅନୁସନ୍ଧାନରେ ନିଜର ଉପସ୍ଥିତି ବୃଦ୍ଧି କରନ୍ତୁ ।

ବନ୍ଧୁଗଣ,

ଜୈବ-ଶକ୍ତି କ୍ଷେତ୍ରରେ ମଧ୍ୟ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ । ବିଗତ ବର୍ଷ ଅଗଷ୍ଟ ମାସରେ ଆମେ ଏସିଆର ପ୍ରଥମ 2G ଇଥାନଲ ଜୈବ ବିଶୋଧନ କେନ୍ଦ୍ର ପ୍ରତିଷ୍ଠା କରିଥିଲୁ । ଆମର ପ୍ରସ୍ତୁତି ଏଭଳି ଭାବରେ 12ଟି ବ୍ୟବସାୟିକ 2G ଇଥାନଲ କାରଖାନା ନିର୍ମାଣ କରିବାର ଅଛି । ନିରନ୍ତର ଆଭିଏସନ ଇନ୍ଧନ ଏବଂ ନବୀକରଣୀୟ ଡିଜେଲର ବ୍ୟବସାୟିକ ଉପଯୋଗିତା ଦିଗରେ ମଧ୍ୟ ଆମର ପ୍ରୟାସ ଜାରି ରହିଛି ।

ଚଳିତ ବର୍ଷ ବଜେଟରେ ଆମେ ଗୋବର-ଧନ ଯୋଜନା ଅଧୀନରେ 500 ନୂତନ ‘ଆବର୍ଜନାରୁ ଶକ୍ତି’ ପ୍ଲାଂଟ ପ୍ରତିଷ୍ଠା କରିବାର ଘୋଷଣା କରିଛୁ । ଆମେ 200 କମ୍ପ୍ରେସଡ଼୍ ବାୟୋଗ୍ୟାସ ପ୍ଲାଂଟ୍ସ ଏବଂ 300 ଗୋଷ୍ଠୀ ଅବା କ୍ଲଷ୍ଟର- ଆଧାରିତ ପ୍ଲାଂଟ ସାମିଲ ହୋଇଛି । ଏଥିରେ ମଧ୍ୟ ଆପଣ ସମସ୍ତଙ୍କ ପାଇଁ ହଜାର- ହଜାର କୋଟି ଟଙ୍କାର ନିବେଶ କରିବାର ପଥ ପ୍ରସ୍ତୁତ ହେବାକୁ ଯାଉଛି ।

ସାଥୀଗଣ,

ଆଉ ଏକ କ୍ଷେତ୍ର ଯେଉଁଥିରେ ଭାରତ ବିଶ୍ୱର ନେତୃତ୍ୱ ନେଉଛି, ତାହା ହେଉଛି ଗ୍ରୀନ ହାଇଡ୍ରୋଜେନ୍ । ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ, ଏକବିଂଶ ଶତାବ୍ଦୀରେ ଭାରତକୁ ନୂତନ ଦିଗ ଦେବ । ଏହି ଦଶକର ଶେଷ ସୁଦ୍ଧା ଆମେ 5 ଏମଏମଟିପିଏ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନର ଲକ୍ଷ୍ୟ ନେଇ ଚାଲୁଛୁ । ଏଥିରେ ମଧ୍ୟ 5 ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶର ସମ୍ଭାବନା ରହିଛି । ଭାରତ ଆଗାମୀ 5 ବର୍ଷରେ ଗ୍ରେ- ହାଇଡ୍ରୋଜେନ୍ ବଦଳରେ ଗ୍ରୀନ୍ ହାଇଡ୍ରୋଜେନ୍‌ର ଅଂଶ 25ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ । ଏହା ମଧ୍ୟ ଆପଣମାନଙ୍କ ପାଇଁ ବହୁତ ବଡ଼ ସୁଯୋଗ ହେବ ।

ବନ୍ଧୁଗଣ,

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟ ହେଉଛି ଇଭିଏସର ବ୍ୟାଟେରୀ ମୂଲ୍ୟ । ଆଜି ଇଲେକ୍ଟ୍ରିକ ଯାନରେ ବ୍ୟାଟେରୀର ମୂଲ୍ୟ 40 ରୁ 50 ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ । ଏଥିପାଇଁ, ଏହି ଦିଗରେ ଆମେ 50 ଗିଗାୱାଟ୍ ଘଂଟାର ଅତ୍ୟାଧୁନିକ ରସାୟନ ସେଲ୍ସ ନିର୍ମାଣ କରିବା ପାଇଁ 18 ହଜାର କୋଟି ଟଙ୍କାରୁ ଅଧିକ ପିଏଲଆଇ ଯୋଜନା ଆରମ୍ଭ କରିଛୁ । ଦେଶରେ ବ୍ୟାଟେରୀ ଉତ୍ପାଦନ ସୁବିଧା ସ୍ଥାପିତ କରିବା ପାଇଁ ଏହା ହେଉଛି ଏକ ଭଲ ସୁଯୋଗ ।

ବନ୍ଧୁଗଣ,

ଭାରତରେ ସୃଷ୍ଟି ହୋଇଥିବା ଏହି ନିବେଶର ସମ୍ଭାବନନାକୁ ଆମେ ଏକ ସପ୍ତାହ ପୂର୍ବରୁ ଆସିଥିବା ବଜେଟରେ ଆହୁରି ସୁଦୃଢ଼ କରିଛୁ । ବଜେଟରେ ନବୀକରଣୀୟ ଉର୍ଜ୍ଜା, ଶକ୍ତି ଦକ୍ଷତା ନିରନ୍ତର ପରିବହନ ଏବଂ ଗ୍ରୀନ ଟେକ୍ନୋଲୋଜିକୁ ଆହୁରି ଅଧିକ ଉତ୍ସାହିତ କରାଯାଇଛି । ଏଥିରେ 35 ହଜାର କୋଟି ଟଙ୍କା ଅଗ୍ରାଧିକାର ପୁଞ୍ଜି ନିବେଶ ପାଇଁ  ରଖିଛୁ । ଫଳରେ ଉର୍ଜ୍ଜା ପରିବର୍ତ୍ତନ ଏବଂ ନେଟ୍ ଜିରୋ ଉଦ୍ଦେଶ୍ୟକୁ ଶକ୍ତି ମିଳୁ, ବଜେଟରେ ଆମେ ପୁଞ୍ଜିଗତ ବ୍ୟୟ ପାଇଁ 10 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ମଧ୍ୟ କରିଛୁ । ଏଥିରେ ମଧ୍ୟ ଗ୍ରୀନ ହାଇଡ୍ରୋଜେନ ଠାରୁ ମଧ୍ୟ ନେଇ ସୌର ଏବଂ ସଡ଼କ ଭଳି ପ୍ରତ୍ୟେକ ପ୍ରକାରର ଭିତିଭୂମିକୁ ଗତି ମିଳିବ ।

ସାଥୀଗଣ,

2014 ପରଠାରୁ, ସବୁଜ ଶକ୍ତି ସମ୍ବନ୍ଧରେ ଭାରତର ପ୍ରତିବଦ୍ଧତା ଏବଂ ଭାରତର ପ୍ରୟାସକୁ ସମଗ୍ର ବିଶ୍ୱ ଦେଖୁଛି । ବିଗତ 9 ବର୍ଷ ମଧ୍ୟରେ, ଭାରତରେ ନବୀକରଣୀୟ ଶକ୍ତିର କ୍ଷମତା ପ୍ରାୟ 70 ଗିଗାୱାଟରୁ ବୃଦ୍ଧି ପାଇ 170 ଗିଗାୱାଟ ହୋଇଛି । ଏଥିରେ ମଧ୍ୟ ସୌର ଶକ୍ତି କ୍ଷମତା 20ଗୁଣରୁ ଅଧିକ ବୃଦ୍ଧି ପାଇଛି । ପବନ ଶକ୍ତି କ୍ଷମତା କ୍ଷେତ୍ରରେ ଆଜି ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି।

ଚଳିତ ଦଶକ ଶେଷ ସୁଦ୍ଧା ଆମେ 50 ପ୍ରତିଶତ ଅଣ-ଜୀବାଶ୍ମ ଇନ୍ଧନ କ୍ଷମତାର ଲକ୍ଷ୍ୟ ରଖି ଚାଲୁଛୁ । ଆମେ ଜୈବ ଇନ୍ଧନ, ପେଟ୍ରୋଲରେ ଇଥାନଲ ମିଶ୍ରଣ  ଉପରେ ବହୁତ ଦ୍ରୁତ ଗତିରେ କାର୍ଯ୍ୟ  କରୁଛୁ । ଗତ 9 ବର୍ଷରେ, ଆମେ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ 1.5 ପ୍ରତିଶତରୁ 10 ପ୍ରତିଶତକୁ ବୃଦ୍ଧି କରିଛୁ । ଏବେ ଆମେ 20 ପ୍ରତିଶତ ଇଥାନଲ ମିଶ୍ରଣର ଲକ୍ଷ୍ୟ ଆଡକୁ ଗତି କରୁଛୁ।

ଆଜି ଏଠାରେ ଇ -20 ଶୁଭାରମ୍ଭ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଦେଶର 15 ଟି ସହରକୁ ଏହା ପରିସରକୁ ଅଣାଯିବ ଏବଂ ତା’ପରେ ଆସନ୍ତା 2 ବର୍ଷ ମଧ୍ୟରେ ସାରା ଦେଶକୁ ଏହାର ସଂପ୍ରସାରଣ କରାଯିବ। ଏହାର ଅର୍ଥ ହେଉଛି ଯେ,  ଇ-20 ଆପଣଙ୍କ ପାଇଁ ମଧ୍ୟ ସାରା ଦେଶରେ ଏକ ବଡ଼ ବଜାର ପାଲଟିବାକୁ ଯାଉଛି।

ସାଥୀଗଣ,

ଆଜି ଭାରତରେ ଶକ୍ତି ପରିବର୍ତ୍ତନକୁ ନେଇ ଯେଉଁ ଜନ ଆନ୍ଦୋଳନ ଚାଲିଛି, ତାହା ହେଉଛି ଏକ ଅଧ୍ୟୟନର ବିଷୟ । ଏହା ଦୁଇଟି ଉପାୟରେ ଚାଲୁଛି- ପ୍ରଥମ ଶକ୍ତିର ନବୀକରଣୀୟ ଉତ୍ସର ଦ୍ରୁତ ଗତିରେ ଗ୍ରହଣୀୟତା ଏବଂ ଦ୍ୱିତୀୟ, ଶକ୍ତି ସଂରକ୍ଷଣର ପ୍ରଭାବଶାଳୀ ପଦ୍ଧତି ଆପଣାଇବା। ଭାରତର ନାଗରିକମାନେ ଆଜି ବହୁତ ଦ୍ରୁତ ଗତିରେ ଶକ୍ତି ଏବଂ ନବୀକରଣୀୟ ଶକ୍ତି ଉତ୍ସକୁ ଆପଣାଉଛି । ସୌର ଶକ୍ତିରେ ଚାଲୁଥିବା ଘର, ସୌର ଶକ୍ତିରେ ଚାଲୁଥିବା ଗ୍ରାମ, ସୌର ଶକ୍ତିରେ ଚାଲୁଥିବା ବିମାନ ବନ୍ଦର, ସୌର ପମ୍ପ ଦ୍ବାରା କରାଯାଉଥିବା କୃଷି ଭଳି ଅନେକ ଉଦାହରଣ ରହିଛି।

ବିଗତ 9 ବର୍ଷ ମଧ୍ୟରେ ଭାରତ ନିଜର 19 କୋଟିରୁ ଅଧିକ ପରିବାରକୁ ସ୍ୱଚ୍ଛ ରନ୍ଧନ ଇନ୍ଧନ ସହିତ ଯୋଡିଛି । ଆଜି ଯେଉଁ ସୌର କୁକଟପ୍ ର ଶୁଭାରମ୍ଭ କରାଯାଇଛି, ତାହା  ଭାରତରେ ସବୁଜ ଏବଂ ସ୍ବଚ୍ଛ ରନ୍ଧନ ବା କୁକିଂକୁ ଏକ ନୂଆ ଦିଗ ଦେବାକୁ ଯାଉଛି । ଆଶା କରାଯାଉଛି  ଆସନ୍ତା 2-3 ବର୍ଷ ମଧ୍ୟରେ 3 କୋଟିରୁ ଅଧିକ ପରିବାରରେ ସୌର କୁକଟପ୍ ପହଂଚାଯାଇ ଯାଇପାରିବ।  ଗୋଟିଏ ପଟେ ଏହା ଭାରତର ରୋଷେଇରେ ଏକ ବିପ୍ଳବ ଆଣିବାର କାର‌୍ୟ୍ୟ କରିବ। ଭାରତରେ 25 କୋଟିରୁ ଅଧିକ ପରିବାର ଅଛନ୍ତି । ଆପଣ କଳ୍ପନା କରିପାରିବେ ଯେ କେବଳ ଗୋଟିଏ ସୌର କୁକଟପ୍ ସହିତ ଜଡିତ ନିବେଶ ଆପଣଙ୍କ ପାଇଁ କେତେ ସମ୍ଭାବନା ରହିଛି।

ସାଥୀଗଣ,

 ଭାରତର ନାଗରିକମାନେ ଶକ୍ତି ସଂରକ୍ଷଣର ପ୍ରଭାବଶାଳୀ ପଦ୍ଧତି ଆଡକୁ ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଛନ୍ତି । ବର୍ତ୍ତମାନ ଅଧିକାଂଶ ଘରେ, ଷ୍ଟ୍ରିଟ୍ ଲାଇଟ୍ ରେ ଏଲଇଡି ବଲ୍ବର ବ୍ୟବହାର ହେଉଛି । ଭାରତରେ ଘରେ ଘରେ ସ୍ମାର୍ଟ ମିଟର ଲଗାଯାଉଛି। ବ୍ୟାପକ ସ୍ତରରେ ସିଏନଜି ଏବଂ ଏଲନଜିକୁ ଲୋକେ ଆପଣାଉଛନ୍ତି । ଇଲେକଟ୍ରିକ ଯାନଗୁଡିକର ବୃଦ୍ଧି ପାଉଥିବା ଲୋକପ୍ରିୟତା ଏ ଦିଗରେ ଏକ ପ୍ରମୁଖ ପରିବର୍ତ୍ତନର ସଂକେତ ଦେଉଛି ।

ସାଥୀଗଣ,

ସବୁଜ ଅଭିବୃଦ୍ଧି ଦିଗରେ, ଶକ୍ତି ପରିବର୍ତ୍ତନ ଦିଗରେ ଭାରତର ଏହି ବଡ ପ୍ରୟାସ ମଧ୍ୟ ଆମର ମୂଲ୍ୟବୋଧକୁ ପ୍ରତିଫଳିତ କରୁଛି । ବୃତ୍ତାକାର ବା ସର୍କୁଲାର ଅର୍ଥନୀତି, ଗୋଟିଏ ପଟେ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ଜୀବନ ଶୈଳୀର ଏକ ଅଂଶ। ହ୍ରାସ, ପୁନଃ ବ୍ୟବହାର ଏବଂ ପୁନଃଚକ୍ରଣ ବା ବ୍ୟବହାରର ମନ୍ତ୍ର ଆମର ସଂସ୍କାରରେ ରହିଛି। ଆଜି ଏହାର ଏକ ଉଦାହରଣ ମଧ୍ୟ ଆମକୁ ଏଠାରେ ଦେଖିବାକୁ ମିଳିଛି । ପ୍ଲାଷ୍ଟିକର ବର୍ଜ୍ୟ ବୋତଲ ଗୁଡିକର ପୁନଃଚକ୍ରଣ ବା ବ୍ୟବହାରର ଦ୍ୱାରା ପ୍ରସ୍ତୁତ ହୋଇଥିବା ୟୁନିଫର୍ମ, ଆପଣ ଦେଖିଥିବେ, ଫ୍ୟାଶନ୍ ଦୁନିଆ ପାଇଁ, ସୌନ୍ଦର‌୍ୟ୍ୟ ଜଗତ ପାଇଁ ଏହାର କୌଣସି ଅଭାବ ନାହିଁ। ପ୍ରତିବର୍ଷ 10 କୋଟି ଏଭଳି ବୋତଲ ପୁନଃଚକ୍ରଣ ବା ବ୍ୟବହାର କରିବାର ଲକ୍ଷ୍ୟ ପରିବେଶର ସୁରକ୍ଷା ପାଇଁ ବହୁ ସହାୟତା କରିବ।

ଏହି ମିଶନ୍ ଲାଇଫ ଅର୍ଥାତ୍ ପରିବେଶ ପାଇଁ ଜୀବନ ଶୈଳୀକୁ ମଧ୍ୟ ଶକ୍ତି ପ୍ରଦାନ କରିବ, ଯାହା ଆଜି ବିଶ୍ବରେ ବହୁତ ଆବଶ୍ୟକ । ଏହି ସଂସ୍କାରକୁ ଅନୁସରଣ କରି ଭାରତ 2070 ସୁଦ୍ଧା ନେଟ୍ ଜିରୋର ଏକ ଲକ୍ଷ୍ୟ ସ୍ଥିର କରିଛି । ଆନ୍ତର୍ଜାତୀୟ ସୌର ମେଣ୍ଟ ଭଳି ପ୍ରୟାସ ମାଧ୍ୟମରେ ଭାରତ ଏହି ସଦ୍ଭାବନାକୁ ବିଶ୍ୱରେ ସୁଦୃଢ କରିବାକୁ ଚାହୁଁଛି ।

ସାଥୀଗଣ,

ମୁଁ ପୁନର୍ବାର ଆପଣଙ୍କୁ ଆହ୍ବାନ କରିବି ଯେ ଭାରତର ଶକ୍ତି କ୍ଷେତ୍ର ସହିତ ଜଡିତ ପ୍ରତ୍ୟେକ ସମ୍ଭାବନାକୁ ନିଶ୍ଚିତ ଭାବରେ ଅନୁସନ୍ଧାନ କରନ୍ତୁ, ଏଥିରେ ଜଡିତ ହୁଅନ୍ତୁ । ଆଜି ଭାରତ, ଆପଣଙ୍କ ନିବେଶକଙ୍କ ପାଇଁ ହେଉଛି ବିଶ୍ୱର ସବୁଠାରୁ ଉପଯୁକ୍ତ ସ୍ଥାନ । ଏହି ଶବ୍ଦଗୁଡ଼ିକ ସହିତ, ଆଜି ଆପଣ ଶକ୍ତି ପରିବର୍ତ୍ତନ ସଂକ୍ରାନ୍ତ ସପ୍ତାହରେ ଅଂଶଗ୍ରହଣ କରିବାକୁ ଏତେ ବିପୁଳ ସଂଖ୍ୟାରେ ଏଠାକୁ ଆସି ଯୋଗଦେଲେ । ମୁଁ ଆପଣମାନଙ୍କୁ  ଅଭିନନ୍ଦନ ଜଣାଉଛି, ଆପଣମାନଙ୍କୁ ସ୍ୱାଗତ କରୁଛି ଏବଂ ମୋର ବାଣୀକୁ ବିରାମ ଦେଉଛି।  ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”