ଏହି ଶିଖର ସମ୍ମିଳନୀ ସମଗ୍ର ବିଶ୍ୱର ବିଭିନ୍ନ ସଂସଦୀୟ ପ୍ରଥାର ଏକ ଅନନ୍ୟ ସମାଗମ
ପି - ୨୦ ଶିଖର ସମ୍ମିଳନୀ ସେହି ଭୂମିରେ ଅନୁଷ୍ଠିତ ହେଉଛି ଯାହା କେବଳ ଗଣତନ୍ତ୍ରର ଜନନୀ ଭାବରେ ପରିଚିତ ନୁହେଁ , ବରଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ମଧ୍ୟ ଅଟେ
ଭାରତରେ କେବଳ ବିଶ୍ୱର ସର୍ବବୃହତ ନିର୍ବାଚନ ହେଉ ନାହିଁ ବରଂ ଏଥିରେ ଲୋକ ମାନଙ୍କର ଭାଗିଦାରୀ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି
ଭାରତ ନିର୍ବାଚନ ପ୍ରକ୍ରିୟାକୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡ଼ିଛି
ଭାରତ ଆଜି ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରୁଛି
" ଏକ ବିଭାଜିତ ବିଶ୍ୱ ମାନବତା ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନ ଗୁଡିକର ସମାଧାନ ଦେଇ ପାରିବ ନାହିଁ "
ଏହା ହେଉଛି ଶାନ୍ତି ଓ ଭାଇଚାରାର ସମୟ, ଏକାଠି ଆଗକୁ ବଢ଼ିବାର ସମୟ । ଏହା ସମସ୍ତଙ୍କ ଅଭିବୃଦ୍ଧି ଏବଂ କଲ୍ୟାଣର ସମୟ ଅଟେ । ଆମକୁ ବିଶ୍ୱାସର ସଙ୍କଟକୁ ଦୂର କରି ମାନବ କେନ୍ଦ୍ରିତ ଚିନ୍ତାଧାରା ସହ ଆଗକୁ ବଢ଼ିବାକୁ ହେବ

ନମସ୍କାର!

୧୪୦ କୋଟି ଭାରତୀୟଙ୍କ ତରଫରୁ ମୁଁ ଜି-୨୦ ସଂସଦୀୟ ଅଧ୍ୟକ୍ଷ ସମ୍ମିଳନୀରେ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଏହି ସମ୍ମିଳନୀ ଏକ ପ୍ରକାରରେ ବିଶ୍ୱର ବିଭିନ୍ନ ସଂସଦୀୟ ପ୍ରଥାର ଏକ 'ମହାକୁମ୍ଭ' ବା ବିଶାଳ ସମାବେଶ। ଆପଣଙ୍କ ଭଳି ସମସ୍ତ ପ୍ରତିନିଧି ବିଭିନ୍ନ ସଂସଦର କାର୍ଯ୍ୟଶୈଳୀରେ ଅଭିଜ୍ଞ। ଏତେ ସମୃଦ୍ଧ ଗଣତାନ୍ତ୍ରିକ ଅନୁଭୂତି ନେଇ ଆପଣଙ୍କ ଭାରତ ଗସ୍ତ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆନନ୍ଦର ବିଷୟ ।

 

ସାଥୀମାନେ,

ଭାରତରେ ବର୍ତ୍ତମାନ ପର୍ବ ପର୍ବାଣୀର ଋତୁ । ଏହି ସମୟରେ ସମଗ୍ର ଭାରତବର୍ଷରେ ଅନେକ ପର୍ବପର୍ବାଣୀ ଚାଲିଛି। କିନ୍ତୁ ଏଥର ଜି-୨୦ ବର୍ଷ ସାରା ପାର୍ବଣ ଋତୁର ଉତ୍ସାହ ବଜାୟ ରଖିଛି। ବର୍ଷସାରା ଭାରତର ବିଭିନ୍ନ ସହରରେ ଜି-୨୦ ପ୍ରତିନିଧିମାନଙ୍କୁ ନେଇ ଆୟୋଜନ କରିଥିଲୁ। ଫଳରେ ସେ ସମସ୍ତ ସହରରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥିଲା। ଏହାପରେ ଭାରତ ଚନ୍ଦ୍ରରେ ଅବତରଣ କରିଥିଲା। ଏହା ସମଗ୍ର ଦେଶରେ ଉତ୍ସବର ପରିବେଶକୁ ଆହୁରି ବଢ଼ାଇ ଦେଇଥିଲା। ଏହାପରେ ଆମେ ଦିଲ୍ଲୀରେ ଏକ ସଫଳ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ କରିଥିଲୁ। ଆଉ ଏବେ ଏଠାରେ ଏହି ପି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି । ଯେ କୌଣସି ଦେଶର ସବୁଠାରୁ ବଡ଼ ଶକ୍ତି ହେଉଛି ସେଠାକାର ଲୋକ; ସେହି ଲୋକମାନଙ୍କର ଇଚ୍ଛାଶକ୍ତି । ଆଜି ଏହି ଶିଖର ସମ୍ମିଳନୀ, ଲୋକଙ୍କର ସେହି ଶକ୍ତିକୁ ପାଳନ କରିବାର ମାଧ୍ୟମ ପାଲଟିଛି ।

ସାଥୀମାନେ,

ବିଶ୍ୱର ସର୍ବବୃହତ ଗଣତନ୍ତ୍ର, ଗଣତନ୍ତ୍ରର ଜନନୀ ଭାରତରେ ପି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ବିଶ୍ୱର ବିଭିନ୍ନ ସଂସଦର ପ୍ରତିନିଧି ଭାବରେ, ଆପଣ ଜାଣନ୍ତି ଯେ ବିତର୍କ ଏବଂ ବିଚାର ବିମର୍ଶ ପାଇଁ ସଂସଦ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ | ହଜାର ହଜାର ବର୍ଷ ପୂର୍ବେ ଏଠାରେ ହୋଇଥିବା ବିତର୍କ ଓ ଆଲୋଚନାର ବହୁତ ଭଲ ଉଦାହରଣ ମାନ ଆମ ପାଖରେ ଅଛି । ଆମ ବେଦରେ ୫୦୦୦ ବର୍ଷରୁ ମଧ୍ୟ ଅଧିକ ପୁରୁଣା ଶାସ୍ତ୍ରରେ, ଆମର ବେଦରେ, ସଭାରେ ଏବଂ କମିଟି ବିଷୟରେ ଆଲୋଚନା କରାଯାଇଛି । ସେଠାରେ ସମାଜର ସ୍ୱାର୍ଥ ଦୃଷ୍ଟିରୁ ସାମୂହିକ ନିଷ୍ପତ୍ତି ନିଆଯାଇଥିଲା। ଆମର ସବୁଠାରୁ ପୁରାତନ ବେଦ ଋଗ୍ ବେଦରେ ମଧ୍ୟ କୁହାଯାଇଛି ଯେ- ସଂଗଛ ତ୍ବ ସବଦ ତ୍ବ ସଂ, ବୋ ମନାସିଂ ଜାନତାମ୍। ଅର୍ଥାତ୍ ଆମେ ଏକାଠି ଚାଲିବା, ଏକାଠି କଥାବାର୍ତ୍ତା କରିବା ଏବଂ ମନ ଏକ ରଖିବା। ଏପରିକି ସେହି ସମୟରେ ଗ୍ରାମସଭାରେ ବିତର୍କ ମାଧ୍ୟମରେ ଗାଁ ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଉଥିଲା।

 

ଯେତେବେଳେ ଗ୍ରୀକ୍ ରାଷ୍ଟ୍ରଦୂତ ମେଗାସ୍ଥେନିସ୍ ଭାରତରେ ଏଭଳି ବ୍ୟବସ୍ଥା ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଭାରତର ବିଭିନ୍ନ ରାଜ୍ୟରେ ପ୍ରଚଳିତ ଏହି ବ୍ୟବସ୍ଥା ଉପରେ ସେ ବିସ୍ତୃତ ଭାବେ ଲେଖିଛନ୍ତି। ଆପଣ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାମିଲନାଡୁରେ ନବମ ଶତାବ୍ଦୀର ଏକ ପଥର ଶିଳାଲେଖ ରହିଛି । ଏଥିରେ ଗ୍ରାମ ବିଧାନ ସଭାର ନିୟମ ଓ କୋଡ୍ ବିଷୟରେ ଉଲ୍ଲେଖ ରହିଛି। ଏବଂ ଏହା ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ହେବ ଯେ ସେହି ୧୨୦୦ ବର୍ଷ ପୁରୁଣା ଶିଳାଲେଖରେ କେଉଁ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରେ, କେଉଁ କାରଣରୁ ଏବଂ କେଉଁ ପରିସ୍ଥିତିରେ ଏହା ମଧ୍ୟ ଲେଖାଯାଇଛି । ମୁଁ ୧୨୦୦ ବର୍ଷ ପୂର୍ବର କଥା କହୁଛି । ମୁଁ ମଧ୍ୟ ଆପଣଙ୍କୁ ଅନୁଭବ ମନ୍ତପାଙ୍କ ବିଷୟରେ କହିବାକୁ ଚାହୁଁଛି । ମଗନା କାର୍ତା ପୂର୍ବରୁ ମଧ୍ୟ ଦ୍ୱାଦଶ ଶତାବ୍ଦୀରେ "ଅନୁଭବ ମନ୍ତପ"ର ପରମ୍ପରା ରହିଛି । ଏଥିରେ ବିତର୍କ ଓ ଆଲୋଚନାକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଥିଲା। 'ଅନୁଭବ ମନ୍ତପ'ରେ ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ଜାତି, ପ୍ରତ୍ୟେକ ସମ୍ପ୍ରଦାୟର ଲୋକ ମାନେ ସେଠାକୁ ଯାଇ ନିଜର ମତ ରଖୁଥିଲେ। ଜଗଦଗୁରୁ ବାସବେଶ୍ବରଙ୍କ ଏହି ଉପହାର ଆଜି ବି ଭାରତକୁ ଗର୍ବିତ କରୁଛି। ୫୦୦୦ ବର୍ଷ ପୁରୁଣା ବେଦରୁ ଆଜି ପର୍ଯ୍ୟନ୍ତ ଏହି ଯାତ୍ରା, ସଂସଦୀୟ ପରମ୍ପରାର ଏହି ବିକାଶ କେବଳ ଆମର ଐତିହ୍ୟ ନୁହେଁ ବରଂ ସମଗ୍ର ବିଶ୍ୱର ଐତିହ୍ୟ ।

ସାଥୀମାନେ,

ସମୟ କ୍ରମେ ଭାରତର ସଂସଦୀୟ ପ୍ରକ୍ରିୟାରେ କ୍ରମାଗତ ଉନ୍ନତି ଘଟିଛି ଏବଂ ଅଧିକ ଶକ୍ତିଶାଳୀ ହୋଇଛି। ଭାରତରେ ଆମେ ସାଧାରଣ ନିର୍ବାଚନକୁ ସବୁଠାରୁ ବଡ଼ ପର୍ବ ଭାବେ ବିବେଚନା କରିଥାଉ। ୧୯୪୭ ରେ ସ୍ୱାଧୀନତା ପରଠାରୁ ଭାରତରେ ୧୭ଟି ସାଧାରଣ ନିର୍ବାଚନ ଏବଂ ୩୦୦ରୁ ଅଧିକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଭାରତ କେବଳ ବିଶ୍ୱର ସର୍ବବୃହତ ନିର୍ବାଚନ ଆୟୋଜନ କରେ ନାହିଁ, ବରଂ ଏଥିରେ ଲୋକଙ୍କ ଯୋଗଦେବା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀ ମୋ ଦଳକୁ ଲଗାତାର ଦ୍ବିତୀୟ ଥର ପାଇଁ ବିଜୟୀ କରାଇଛନ୍ତି। ୨୦୧୯ରେ ସାଧାରଣ ନିର୍ବାଚନ ମାନବ ଇତିହାସର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଅଭ୍ୟାସ ଥିଲା। ଏଥିରେ ୬୦ କୋଟିରୁ ଅଧିକ ଅର୍ଥାତ୍ ୬୦କୋଟି ଭୋଟର ଅଂଶଗ୍ରହଣ କରିଥିଲେ। ଆପଣ କଳ୍ପନା କରିପାରିବେ, ସେତେବେଳେ ଭାରତରେ ୯୧ କୋଟି ଅର୍ଥାତ୍ ୯୧୦ ନିୟୁତ ପଞ୍ଜୀକୃତ ଭୋଟର ଥିଲେ। ଏହା ସମଗ୍ର ୟୁରୋପର ମୋଟ ଜନସଂଖ୍ୟା ଠାରୁ ଅଧିକ ଅଟେ । ଭାରତରେ ମୋଟ ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କ ଫଳାଫଳ ଦର୍ଶାଉଛି ଯେ ଭାରତରେ ସଂସଦୀୟ ଅଭ୍ୟାସ ଉପରେ ଲୋକମାନଙ୍କର କେତେ ବିଶ୍ୱାସ ରହିଛି । ଆଉ ଏଥିରେ ମହିଳାଙ୍କ ସର୍ବାଧିକ ଅଂଶଗ୍ରହଣ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା । ୨୦୧୯ ନିର୍ବାଚନରେ ଭାରତୀୟ ମହିଳାମାନେ ରେକର୍ଡ ସଂଖ୍ୟକ ଭୋଟ ଦେଇଥିଲେ। ସାଥୀମାନେ, କେବଳ ସଂଖ୍ୟା ଦୃଷ୍ଟିରୁ ନୁହେଁ, ରାଜନୈତିକ ପ୍ରତିନିଧିତ୍ୱ ଦୃଷ୍ଟିରୁ ମଧ୍ୟ ବିଶ୍ୱରେ ଭାରତର ନିର୍ବାଚନ ଭଳି ଅନ୍ୟ କୌଣସି ଉଦାହରଣ ଆପଣଙ୍କୁ ମିଳିବ ନାହିଁ । ୨୦୧୯ ସାଧାରଣ ନିର୍ବାଚନରେ ୬୦୦ରୁ ଅଧିକ ରାଜନୈତିକ ଦଳ ଅଂଶଗ୍ରହଣ କରିଥିଲେ। ଏହି ନିର୍ବାଚନରେ ୧ କୋଟିରୁ ଅଧିକ ଅର୍ଥାତ୍ ୧୦ ନିୟୁତ ସରକାରୀ କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ଯୋଗଦାନ ଦେଇଥିଲେ। ନିର୍ବାଚନ ପାଇଁ ଦେଶରେ ୧୦ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା।

 

ସାଥୀମାନେ,

ସମୟ କ୍ରମେ ଭାରତ ମଧ୍ୟ ନିର୍ବାଚନ ପ୍ରକ୍ରିୟାକୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡ଼ିଛି। ଭାରତ ପ୍ରାୟ ୨୫ ବର୍ଷ ଧରି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍- ଇଭିଏମ୍ ବ୍ୟବହାର କରିଆସୁଛି। ଇଭିଏମ୍ ର ବ୍ୟବହାର ଯୋଗୁଁ ନିର୍ବାଚନରେ ସ୍ୱଚ୍ଛତା ଓ ନିର୍ବାଚନ ପ୍ରକ୍ରିୟାରେ ଦକ୍ଷତା ବୃଦ୍ଧି ପାଇଛି। ଭାରତରେ ଭୋଟ ଗଣତି ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥାଏ। ଏବେ ମୁଁ ଆପଣମାନଙ୍କୁ ଆଉ ଏକ ଫିଗର ଦେଉଛି । ଏହା ଶୁଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଜାଣିଥିବେ ଯେ ଆସନ୍ତା ବର୍ଷ ଭାରତରେ ପୁଣି ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ୧୦୦ କୋଟି ଭୋଟର ଅର୍ଥାତ ୧ ବିଲିୟନ ଲୋକ ଭୋଟ୍ ଦେବାକୁ ଯାଉଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ଦେଖିବାକୁ ମୁଁ ପି-୨୦ ସମ୍ମିଳନୀର ସମସ୍ତ ପ୍ରତିନିଧିମାନଙ୍କୁ ଆଗୁଆ ନିମନ୍ତ୍ରଣ ଜଣାଉଛି। ଭାରତ ଆପଣଙ୍କୁ ପୁଣି ଥରେ ହୋଷ୍ଟ କରିବାରେ ବହୁତ ଆନନ୍ଦିତ ହେବେ ।

ସାଥୀମାନେ,

କିଛି ଦିନ ତଳେ ଭାରତର ସଂସଦ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି, ଯାହା ବିଷୟରେ ମୁଁ ଆପଣମାନଙ୍କୁ ସଚେତନ କରିବାକୁ ଚାହୁଁଛି । ଭାରତ ଏହାର ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଭାରତରେ ସ୍ଥାନୀୟ ସ୍ୱୟଂ ଶାସନ ଅନୁଷ୍ଠାନରେ ପ୍ରାୟ ୩୨ ଲକ୍ଷ ଅର୍ଥାତ୍ ୩ ନିୟୁତରୁ ଅଧିକ ନିର୍ବାଚିତ ପ୍ରତିନିଧି ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ହେଉଛନ୍ତି ମହିଳା ପ୍ରତିନିଧି। ଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ପ୍ରୋତ୍ସାହିତ କରୁଛି। ନିକଟରେ ଆମ ସଂସଦ ନେଇଥିବା ନିଷ୍ପତ୍ତି ଆମ ସଂସଦୀୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବ।

 

ସାଥୀମାନେ

ଭାରତର ସଂସଦୀୟ ପରମ୍ପରା ଉପରେ ଦେଶବାସୀଙ୍କ ଅତୁଟ ବିଶ୍ୱାସର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି, ଯାହାକୁ ଆପଣଜାଣିବା ଓ ବୁଝିବା ଅତ୍ୟନ୍ତ ଜରୁରୀ । ଆମର ଶକ୍ତି ଆମର ବିବିଧତା, ଆମର ବିଶାଳତା ଏବଂ ଆମର ଜୀବନ୍ତତାରେ ରହିଛି । ଏଠାରେ ସବୁ ଧର୍ମର ଲୋକ ଅଛନ୍ତି। ଶହ ଶହ ପ୍ରକାରର ଖାଦ୍ୟ, ଶହ ଶହ ଜୀବନଶୈଳୀ ଆମର ପରିଚୟ। ଭାରତରେ ଶତାଧିକ ଭାଷା କୁହାଯାଏ; ଆମପାଖରେ ଶତାଧିକ ଉପଭାଷା ଅଛି । ଭାରତରେ ୯୦୦ରୁ ଅଧିକ ଟିଭି ଚ୍ୟାନେଲ ଅଛି, ୨୮ଟି ଭାଷାରେ ୨୪ ଘଣ୍ଟିଆ କାମ କରି ଲୋକଙ୍କୁ ରିୟଲ ଟାଇମ ସୂଚନା ପ୍ରଦାନ କରୁଛି । ଏଠାରେ ପ୍ରାୟ ୨୦୦ ଭାଷାରେ ୩୩ ହଜାରରୁ ଅଧିକ ବିଭିନ୍ନ ଖବରକାଗଜ ପ୍ରକାଶିତ ହୋଇଥାଏ । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆମର ପ୍ରାୟ ୩ ବିଲିୟନ ଉପଭୋକ୍ତା ଅଛନ୍ତି । ଏହା ଦର୍ଶାଉଛି ଯେ ଭାରତରେ ସୂଚନା ପ୍ରଦାନ ଏବଂ ବାକ୍ ସ୍ୱାଧୀନତାର ସ୍ତର କେତେ ବିଶାଳ ଏବଂ ଶକ୍ତିଶାଳୀ । ଏକବିଂଶ ଶତାବ୍ଦୀର ଏହି ଦୁନିଆରେ ଭାରତର ଏହି ଜୀବନ୍ତତା, ବିବିଧତା ମଧ୍ୟରେ ଏକତା ହିଁ ଆମର ସବୁଠାରୁ ବଡ ଶକ୍ତି । ଏହି ଜୀବନ୍ତତା ଆମକୁ ପ୍ରତ୍ୟେକ ଆହ୍ୱାନର ମୁକାବିଲା କରିବାକୁ ଏବଂ ପ୍ରତ୍ୟେକ ସମସ୍ୟାର ଏକାଠି ସମାଧାନ କରିବାକୁ ପ୍ରେରଣା ଦିଏ |

ସାଥୀମାନେ,

ଆଜି ପୃଥିବୀର ବିଭିନ୍ନ କୋଣଅନୁକୋଣରେ ଯାହା ଘଟୁଛି ସେଥିରେ କେହି ଅଜଣା ନାହାନ୍ତି। ସଂଘର୍ଷ ଓ ସଂଘର୍ଷ ଯୋଗୁଁ ଆଜି ବିଶ୍ୱ ସଙ୍କଟର ସମ୍ମୁଖୀନ ହେଉଛି। ସଙ୍କଟରେ ଭରା ଏହି ଦୁନିଆ କାହାର ସ୍ୱାର୍ଥରେ ନାହିଁ । ମାନବିକତା ସମ୍ମୁଖରେ ଯେଉଁ ପ୍ରମୁଖ ଆହ୍ବାନ ଅଛି, ତାହାର ସମାଧାନ ଏକ ବିଭାଜିତ ବିଶ୍ବ ଦେଇପାରିବ ନାହିଁ। ଏହା ଶାନ୍ତି ଓ ଭାଇଚାରାର ସମୟ; ଏକାଠି ଚାଲିବାର ସମୟ; ଏକାଠି ଆଗକୁ ବଢ଼ିବାର ସମୟ। ଏହା ସମସ୍ତଙ୍କ ଅଭିବୃଦ୍ଧି ଏବଂ କଲ୍ୟାଣର ସମୟ ଅଟେ । ଆମକୁ ବିଶ୍ୱରେ ବିଶ୍ୱାସର ଅଭାବକୁ ଦୂର କରି ମାନବ-କେନ୍ଦ୍ରୀତ ଚିନ୍ତାଧାରା ରେ ଆଗକୁ ବଢ଼ିବାକୁ ପଡିବ । ଆମକୁ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ'ର ଭାବନାରେ ଦୁନିଆକୁ ଦେଖିବାକୁ ପଡ଼ିବ। ବିଶ୍ୱ ସହ ଜଡ଼ିତ ନିଷ୍ପତ୍ତି ନେବାରେ ଯେତେ ଅଧିକ ଅଂଶଗ୍ରହଣ କରିବେ, ପ୍ରଭାବ ସେତେ ଅଧିକ ରହିବ। ଏହି ପରିପ୍ରେକ୍ଷୀରେ ଭାରତ ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ। ମୁଁ ଖୁସି ଯେ ସମସ୍ତ ଦେଶର ସଦସ୍ୟମାନେ ଏହାକୁ ଗ୍ରହଣ କରିଛନ୍ତି । ଏହି ମଞ୍ଚରେ ପାନ୍ ଆଫ୍ରିକା ସଂସଦର ଅଂଶଗ୍ରହଣ ଦେଖି ମୁଁ ବହୁତ ଆନନ୍ଦିତ ।

 

ସାଥୀମାନେ,

ମୋତେ କୁହାଯାଇଛି ଯେ ଆମର ବାଚସ୍ପତି ଓମ୍ ବିର୍ଲା ଜୀ ଆଜି ସନ୍ଧ୍ୟାରେ ଆପଣଙ୍କୁ ଭାରତର ନୂତନ ସଂସଦ ଭବନକୁ ନେବାକୁ ଯାଉଛନ୍ତି । ସେଠାରେ ଆପଣ ମଧ୍ୟ ପୁଜ୍ୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଯାଉଛନ୍ତି। ଆପଣ ଜାଣନ୍ତି ଯେ ଭାରତ ଦଶନ୍ଧି ଧରି ସୀମାପାର ଆତଙ୍କବାଦର ସମ୍ମୁଖୀନ ହୋଇ ଆସୁଛି। ଆତଙ୍କବାଦୀମାନେ ଭାରତରେ ହଜାର ହଜାର ନିରୀହ ଲୋକଙ୍କୁ ହତ୍ୟା କରିଛନ୍ତି। ନୂଆ ସଂସଦ ଭବନ ନିକଟରେ ଆପଣ ଙ୍କୁ ଭାରତର ପୁରୁଣା ସଂସଦ ମଧ୍ୟ ଦେଖିବାକୁ ମିଳିବ । ପ୍ରାୟ ୨୦ ବର୍ଷ ତଳେ ଆତଙ୍କବାଦୀମାନେ ଆମ ସଂସଦକୁ ମଧ୍ୟ ଟାର୍ଗେଟ କରିଥିଲେ। ଏବଂ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେହି ସମୟରେ ସଂସଦର ଅଧିବେଶନ ଚାଲିଥିଲା । ଆତଙ୍କବାଦୀମାନେ ସାଂସଦମାନଙ୍କୁ ବନ୍ଧକ ରଖି ହତ୍ୟା କରିବାକୁ ଯୋଜନା କରିଥିଲେ। ଏଭଳି ଅନେକ ଆତଙ୍କବାଦୀ ଘଟଣାର ମୁକାବିଲା କରିବା ପରେ ଆଜି ଭାରତ ଏଠାରେ ପହଞ୍ଚିଛି। ଏବେ ଆତଙ୍କବାଦ ବିଶ୍ୱ ପାଇଁ କେତେ ବଡ଼ ଆହ୍ବାନ ତାହା ମଧ୍ୟ ବିଶ୍ୱ ଅନୁଭବ କରୁଛି। ଆତଙ୍କବାଦ ଯେଉଁଠି ବି ଆକ୍ରମଣ କରେ, ଯେକୌଣସି କାରଣରୁ ଓ ଯେକୌଣସି ରୂପରେ ଆକ୍ରମଣ କରେ, ତାହା ମାନବିକତା ବିରୋଧୀ। ଏଭଳି ସ୍ଥିତିରେ ଆତଙ୍କବାଦକୁ ନେଇ ଆମ ସମସ୍ତଙ୍କୁ ସବୁବେଳେ ଅତ୍ୟନ୍ତ କଠୋର ହେବାକୁ ପଡ଼ିବ। ତେବେ ଏହାର ଆଉ ଏକ ବିଶ୍ୱସ୍ତରୀୟ ଦିଗ ରହିଛି, ଯାହା ପ୍ରତି ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ଆତଙ୍କବାଦର ସଂଜ୍ଞା ଉପରେ ସହମତି ନାହିଁ । ଆଜି ବି ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ଅନ୍ତର୍ଜାତୀୟ ସମ୍ମିଳନୀ ଜାତିସଂଘରେ ସହମତିଅପେକ୍ଷାରେ ରହିଛି। ବିଶ୍ୱର ଏହି ମନୋଭାବର ଲାଭ ନେଉଛନ୍ତି ମାନବିକତାର ଶତ୍ରୁ । ଆତଙ୍କବାଦ ବିରୋଧରେ ଲଢ଼େଇରେ ଆମେ କିପରି ଏକାଠି କାମ କରିପାରିବା ସେ ନେଇ ସାରା ବିଶ୍ୱର ସଂସଦ ଓ ପ୍ରତିନିଧିଙ୍କୁ ଚିନ୍ତା କରିବାକୁ ପଡ଼ିବ।

ବନ୍ଧୁଗଣ,

ବିଶ୍ଵର ଆହ୍ୱାନର ମୁକାବିଲା ପାଇଁ ଜନସାଧାରଣଙ୍କ ଅଂଶଗ୍ରହଣ ଠାରୁ ଭଲ ମାଧ୍ୟମ ଆଉ କିଛି ହୋଇପାରିବ ନାହିଁ । ମୁଁ ସର୍ବଦା ବିଶ୍ୱାସ କରିଆସିଛି ଯେ ସରକାର ସଂଖ୍ୟାଗରିଷ୍ଠଙ୍କ ଦ୍ୱାରା ଗଠିତ ହୁଏ, କିନ୍ତୁ ଦେଶ ସର୍ବସମ୍ମତି କ୍ରମେ ପରିଚାଳିତ ହୁଏ । ଆମ ସଂସଦ ଏବଂ ଏହି ପି-୨୦ ଫୋରମ ମଧ୍ୟ ଏହି ଭାବନାକୁ ସୁଦୃଢ଼ କରିପାରିବ । ବିତର୍କ ଏବଂ ବିଚାର ବିମର୍ଶ ମାଧ୍ୟମରେ ଏହି ଦୁନିଆକୁ ଏକ ଉନ୍ନତ ସ୍ଥାନ ରେ ପରିଣତ କରିବା ପାଇଁ ଆମର ପ୍ରୟାସ ନିଶ୍ଚିତ ସଫଳ ହେବ । ମୁଁ ନିଶ୍ଚିତ ଯେ ଭାରତରେ ଆପଣମାନଙ୍କର ରହଣୀ ଆନନ୍ଦଦାୟକ ହେବ । ମୁଁ ପୁଣି ଥରେ ଆପଣମାନଙ୍କୁ ଏହି ସମ୍ମିଳନୀ ଏବଂ ଭାରତର ଏକ ସୁଖଦ ଯାତ୍ରା ପାଇଁ ସଫଳତା କାମନା କରୁଛି ।

ଆପଣଙ୍କୁ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"