ପ୍ରାୟ ୨୮,୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କଲେ
ପ୍ରାୟ ୨୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଜାତୀୟ ରାଜପଥର ତିନୋଟି ସଡ଼କ କ୍ଷେତ୍ର ପ୍ରକଳ୍ପ ଉଦଘାଟିତ
ପ୍ରାୟ ୨୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ
ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ପତାକା ଦେଖାଇ କଲେ ଶୁଭାରମ୍ଭ
ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
‘‘ଆଜି ଦେଶ ନିଜର ଜଣେ ମହାନ ପୁତ୍ର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି’’
‘‘ଓଡ଼ିଶାକୁ ଶିକ୍ଷା ଓ ଦକ୍ଷତା ବିକାଶର କେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି’’
‘‘ସବୁ ରାଜ୍ୟର ବିକାଶ ହେଲେ ହିଁ ବିକଶିତ ଭାରତର ଲକ୍ଷ୍ୟ ହାସଲ ହୋଇପାରିବ’’
‘‘ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯେଉଁ ନୀତି ପ୍ରଣୟନ କରିଛନ୍ତି, ସେଥିରୁ ଓଡ଼ିଶା ବେଶ୍ ଉପକୃତ ହୋଇଛି’’

ଓଡିଶାର ରାଜ୍ୟପାଳ ରଘୁବର ଦାସ ଜୀ, ମୁଖ୍ୟମନ୍ତ୍ରୀ ତଥା ମୋର ବନ୍ଧୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜୀ, କେନ୍ଦ୍ରିୟ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱୀନି ବୈଷ୍ଣବ ଜୀ, ବିଶ୍ୱେଶର ଟୁଡୁ ଜୀ, ସସଂଦରେ ମୋର ସାଥୀ ନିତେଶ ଗଙ୍ଗଦେବ ଜୀ, ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର୍ ମହାଦେବ ଜୟସ୍ୱାଲ୍‌, ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ ।

 

ଆଜି ଓଡିଶାର ବିକାଶ ଯାତ୍ରା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିବସ । ମୁଁ ଓଡିଶାର ଲୋକମାନଙ୍କୁ ପ୍ରାୟ ୭୦ ହଜାର କୋଟି ଟଙ୍କାର ଏହି ବିକାଶ ପ୍ରକଳ୍ପ ଗୁଡିକ ନିମନ୍ତେ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଏଥିରେ ଶିକ୍ଷା, ରେଳ, ସଡକ, ବିଜୁଳି, ପେଟ୍ରୋଲିୟମ୍ ସହ ଜଡିତ ଅନେକ ପ୍ରକଳ୍ପ ସାମିଲ ରହିଛି । ଏହି ପ୍ରକଳ୍ପ ଗୁଡିକର ଲାଭ, ଓଡିଶାର ଗରିବ, ଶ୍ରମିକ, କର୍ମଚାରୀ, ଦୋକାନି, ବ୍ୟବସାୟୀ, କୃଷକ, ଅର୍ଥାତ୍ ସମାଜର ସବୁ ବର୍ଗକୁ ଏହାର ଲାଭ ମିଳିବ । ଏହି ପ୍ରକଳ୍ପ ଗୁଡିକ, ଓଡିଶାର ସୁବିଧା ସହିତ ଏଠାକାର ଯୁବକମାନଙ୍କ ପାଇଁ ରୋଜଗାରର ହଜାର ହଜାର ନୂଆ ସୁଯୋଗ ମଧ୍ୟ ଆଣିବାକୁ ଯାଉଛି ।

 

ବନ୍ଧୁଗଣ,

ଆଜି ଦେଶ ନିଜର ଏକ ମହାନ ସୁପୁତ୍ର, ପୂର୍ବ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନି ଜୀଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ମଧ୍ୟ ନିର୍ଣ୍ଣୟ ନେଇଛି । ଭାରତର ଉପ-ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରୂପରେ, ଏବଂ ବହୁ ଦଶନ୍ଧି ଧରି ଏକ ନିଷ୍ଠାପର, ସଚେତନ ସାଂସଦ ରୂପରେ, ଆଦରଣୀୟ ଆଡଭାନି ଜୀ ଦେଶର ଯେଉଁ ସେବା କରିଛନ୍ତି, ତାହା ଅପ୍ରତିମ ଅଟେ । ଆଡଭାନି ଜୀଙ୍କୁ ଏହି ସମ୍ମାନ ଏହି କଥାର ପ୍ରତୀକ ଯେ ରାଷ୍ଟ୍ରର ସେବାରେ ନିଜର ଜୀବନ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ର କେବେ ବି ପାଶୋରି ଦିଏନାହିଁ । ମୋର ସୌଭାଗ୍ୟ ଯେ ଲାଲ୍‌କୃଷ୍ଣ ଆଡଭାନି ଜୀଙ୍କ ସ୍ନେହ, ତାଙ୍କର ମାର୍ଗଦର୍ଶନ ମୋତେ ନିରନ୍ତର ଭାବେ ମିଳିଆସିଛି । ମୁଁ ଆଦରଣୀୟ ଆଡଭାନି ଜୀଙ୍କ ଦୀର୍ଘ ଜୀବନ କାମନା କରୁଛି, ଏବଂ ତାଙ୍କୁ ଓଡିଶାର ଏହି ମହାନ୍ ମାଟିରୁ ସମସ୍ତ ଦେଶବାସୀଙ୍କ ତରଫରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

 

ବନ୍ଧୁଗଣ,

ଆମେ ଓଡିଶାକୁ ଶିକ୍ଷାର, କୌଶଳ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପ୍ରସ୍ତୁତ କରିବା ନିମନ୍ତେ ନିରନ୍ତର ପ୍ରୟାସ କରିଛୁ । ଗତ ଦଶକରେ ଓଡିଶାକୁ ଯେଉଁ ଆଧୁନିକ ପ୍ରତିଷ୍ଠାନ ମିଳିଛି, ଶିକ୍ଷା ପ୍ରତିଷ୍ଠାନ ମିଳିଛି, ସେସବୁ ଏଠାକାର ଯୁବବର୍ଗର ଭାଗ୍ୟ ବଦଳାଉଛି । ଆଇଜର୍ ବ୍ରହ୍ମପୁର ହେଉ କିମ୍ବା ଭୁବନେଶ୍ୱରର ଇନ୍‌ଷ୍ଟିଚ୍ୟୁଟ୍ ଅଫ କେମିକାଲ୍ ଟେକ୍ନୋଲୋଜି, ଏଭଳି ଅନେକ ପ୍ରତିଷ୍ଠାନ ଏଠାରେ ସ୍ଥାପିତ କରାଯାଇଛି । ଏବେ ଆଇଆଇଏମ୍ ସମ୍ବଲପୁର ମଧ୍ୟ ମ୍ୟାନେଜ୍‌ମେନ୍ଟର ଆଧୁନିକ ପ୍ରତିଷ୍ଠାନ ରୂପରେ ଓଡିଶାର ଭୂମିକାକୁ ଆହୁରି ସଶକ୍ତ କରୁଛି । ମୋର ମନେଅଛି ତିନି ବର୍ଷ ପୂର୍ବେ କରୋନା କାଳରେ ହିଁ ମୋତେ ଆଇଆଇଏମ୍‌ର ଏହି କ୍ୟାମ୍ପସର ଶିଳାନ୍ୟାସର ସୁଯୋଗ ମିଳିଥିଲା । ଅନେକ ପ୍ରତିବନ୍ଧକ ସତ୍ୱେ ଏବେ ଏହି ସୁନ୍ଦର କ୍ୟାମ୍ପସ୍ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ଏବଂ ଆପଣମାନଙ୍କର ଯେଉଁ ଉତ୍ସାହ ମୁଁ ଦେଖୁଛି ସେଥିରୁ ମୋତେ ଲାଗୁଛି ଯେ କ୍ୟାମ୍ପସ୍ ଆପଣମାନଙ୍କୁ କେତେ ସୁନ୍ଦର ଲାଗୁଛି । ମୁଁ ଏହାର ନିର୍ମାଣ ସହ ଜଡିତ ସମସ୍ତ ସାଥୀମାନଙ୍କୁ ପ୍ରଶଂସା କରୁଛି ।

 

ବନ୍ଧୁଗଣ,

ବିକଶିତ ଭାରତର ଲକ୍ଷ୍ୟକୁ ଆମେ ତେବେ ଯାଇ ହାସଲ କରିପାରିବା, ଯେତେବେଳେ ଭାରତର ପ୍ରତ୍ୟେକ ରାଜ୍ୟ ବିକଶିତ ହୋଇଯିବ । ଏଥିପାଇଁ ବିଗତ ବର୍ଷ ମାନଙ୍କରେ ଆମେ ଓଡିଶାକୁ ପ୍ରତ୍ୟେକ କ୍ଷେତ୍ରରେ ଅଧିକରୁ ଅଧିକ ସହଯୋଗ କରିଛୁ । କେନ୍ଦ୍ର ସରକାରଙ୍କ ପ୍ରୟାସ ଦ୍ୱାରା ଓଡିଶା ଆଜି ପେଟ୍ରୋଲିୟମ୍ ଏବଂ ପେଟ୍ରୋ-କେମିକାଲ୍ କ୍ଷେତ୍ରରେ ମଧ୍ୟ ନୂତନ ଶିଖର ପ୍ରାପ୍ତ କରିଚାଲିଛି । ଗତ ୧୦ ବର୍ଷରେ ଓଡିଶାରେ ପେଟ୍ରୋଲିୟମ୍ ଏବଂ ପୋଟ୍ରୋ-କେମିକାଲ୍ କ୍ଷେତ୍ରରେ ୧ ଲକ୍ଷ ୨୫ କୋଟିରୁ ଅଧିକ ପୁଂଜିନିବେଶ କରାଯାଇଛି । ବିଗତ ୧୦ ବର୍ଷରେ ପୂର୍ବ ତୁଳନାରେ ରେଳବାଇର ବିକାଶ ନିମନ୍ତେ ଓଡିଶାକୁ ୧୨ ଗୁଣାରୁ ଅଧିକ ବଜେଟ୍ ବ୍ୟବସ୍ଥା କରାଯାଇଛି । ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଅଧିନରେ ଓଡିଶାର ଗାଁ ଗହଳିରେ ପ୍ରାୟ ୫୦ ହଜାର କିଲୋମିଟର ସଡକ ନିର୍ମାଣ କରାଯାଇଛି । ରାଜ୍ୟରେ ୪ ହଜାର କିଲୋମିଟରରୁ ଅଧିକ ନୂଆ ଜାତୀୟ ରାଜପଥର ନିର୍ମାଣ ମଧ୍ୟ ହୋଇଛି । ଆଜି ମଧ୍ୟ ଏଠି ଜାତୀୟ ରାଜପଥ ସହ ସଂଶ୍ଳିଷ୍ଟ ତିନିଟି ବୃହତ ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଝାଡଖଣ୍ଡ ଏବଂ ଓଡିଶା ମଧ୍ୟରେ ଆନ୍ତଃ-ରାଜ୍ୟ ସଂଯୋଗ ବୃଦ୍ଧି ପାଇବ ଏବଂ ଯାତ୍ରାର ଦୂରତା ମଧ୍ୟ ହ୍ରାସ ପାଇବ । ଏହି କ୍ଷେତ୍ର ଖଣି, ବିଜୁଳି ଏବଂ ଇସ୍ପାତ ଉଦ୍ୟୋଗର ସମ୍ଭାବନାର ଅଂଚଳ ରୂପେ ପରିଚିତ । ଏହି ନୂତନ ସଂଯୋଗ ଦ୍ୱାରା ସମଗ୍ର କ୍ଷେତ୍ରରେ ନୂଆ ନୂଆ ଉଦ୍ୟୋଗ ନିମନ୍ତେ ସମ୍ଭାବନା ସୃଷ୍ଟି ହେବ, ରୋଜଗାରର ହଜାର ହଜାର ନୂଆ ସୁଯୋଗ ପ୍ରସ୍ତୁତ ହେବ । ଆଜି ସମ୍ବଲପୁର-ତାଳଚେର ରେଳ ଖଣ୍ଡର ଦୋହରିକରଣ, ଝାର-ତରଭାରୁ ସୋନପୁର ସେକ୍ସନ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ୍‌ର ମଧ୍ୟ ଶୁଭାରମ୍ଭ ହେଉଛି । ପୁରୀ-ସୋନପୁର ଏକ୍ସପ୍ରେସ୍ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ଅର୍ଥାତ୍ ଆମର ସୋନପରୁ ଆଜି ରେଳ ସଂଯୋଗ ସହ ଯୋଡି ହେଉଛି । ଏହାଦ୍ୱାରା ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଜଗନ୍ନାଥଙ୍କୁ ଦର୍ଶନ କରିବା ଆହୁରି ସହଜ ହୋଇଯିବ । ଓଡିଶାର ପ୍ରତ୍ୟେକ ପରିବାରକୁ ପର୍ଯ୍ୟାପ୍ତ ଏବଂ ଶସ୍ତା ବିଦ୍ୟୁତ୍ ଉପଲବ୍ଧ ହେଉ, ଏଥିପାଇଁ ଆମେ ନିରନ୍ତର ପ୍ରୟାସ କରିଚାଲିଛୁ । ଆଜି ଯେଉଁ ସୁପର୍ କ୍ରିଟିକାଲ୍ ତଥା ଆଲଟ୍ରା ସୁପର୍ କ୍ରିିଟିକାଲ୍ ଥର୍ମାଲ୍ ପ୍ଲାଂଟ୍ ଉଦ୍‌ଘାଟନ ଏଠାରେ ହୋଇଛି, ସେସବୁର ଲକ୍ଷ୍ୟ ଏହା ହିଁ ଅଟେ ।

 

ଭାଇ ଓ ଭଉଣୀମାନେ,

ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯେଉଁ ସବୁ ନୀତି ପ୍ରସ୍ତୁତ କରିଛନ୍ତି, ସେସବୁରୁ ଓଡିଶାକୁ ବହୁତ ବେଶି ଲାଭ ମିଳିଛି । ଆମେ ଖଣି କ୍ଷେତ୍ରରେ ଯେଉଁ ନୂଆ ସଂସ୍କାର ଆଣିଛୁ, ଓଡିଶା ତାହାର ବହୁତ ବଡ ଲାଭାର୍ଥି ହୋଇପାରିଛି । ଖଣି ନୀତି ଏବେ ପରିବର୍ତନ ପରେ ଓଡିଶାର ଆୟରେ ୧୦ ଗୁଣା ବୃଦ୍ଧି ଘଟିଛି । ପୂର୍ବରୁ ଖଣିଜ ଉତ୍ପାଦନର ଲାଭ ସେଇ କ୍ଷେତ୍ର ଓ ରାଜ୍ୟକୁ ଏତେ ପରିମାଣରେ ମିଳି ପାରୁନଥିଲା । ଯେଉଁଠାରେ ଖଣିଜ ଉତୋଳନ ହେଉଥିଲା । ଆମେ ଏହି ନୀତିକୁ ମଧ୍ୟ ବଦଳାଇଲୁ । କେନ୍ଦ୍ରର ବିଜେପି ସରକାର ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଗଠନ କଲେ । ଏହାଦ୍ୱାରା ଖଣିଜରୁ ହେଉଥିବା ଆୟର ଏକ ବଡ ଅଂଶ, ସେହି କ୍ଷେତ୍ରର ବିକାଶ ନିମନ୍ତେ ନିବେଶ ସୁନିଶ୍ଚିତ କରାଗଲା । ଏହାଦ୍ୱାରା ମଧ୍ୟ ଓଡିଶାକୁ ଏପର୍ଯ୍ୟନ୍ତ ପ୍ରାୟ ୨୫ ହଜାର କୋଟି ଟଙ୍କାରୁ ଅଧିକ ମିଳିସାରିଛି । ଏହି ଅର୍ଥ, ଯେଉଁ କ୍ଷେତ୍ରରେ ଖଣିଜ ଉତୋଳନ ହେଉଛି, ସେଠାକାର ଲୋକମାନଙ୍କ କଲ୍ୟାଣ କାର୍ଯ୍ୟରେ ଲାଗୁଛି । ମୁଁ ଓଡିଶାର ଜନତାଙ୍କୁ ଆଶ୍ୱସ୍ତ କରୁଛି ଯେ କେନ୍ଦ୍ର ସରକାର ଏହି ସମର୍ପିତ ଭାବନା ସହ ଓଡିଶାର ବିକାଶ ନିମନ୍ତେ କାର୍ଯ୍ୟ କରି ଚାଲିବେ ।

 

ବନ୍ଧୁଗଣ,

ମୋତେ ଏଠାରେ ଗୋଟିଏ ବହୁତ ବଡ କାର୍ଯ୍ୟକ୍ରମକୁ ଯିବାର ଅଛି, ଖୋଲା ପଡିଆକୁ ଯିବାର ଅଛି, ସେଠାରେ ବାତବରଣ ମଧ୍ୟ କିଛି ଅଲଗା ହୋଇଥାଏ । ତେଣୁ ମୁଁ ଏଠାରେ ଅଧିକ ସମୟ ଆପଣମାନଙ୍କର ନେଉନାହିଁ । କିନ୍ତୁ ସେଠାରେ ମୁଁ ଟିକେ ଅଧିକ ସମୟ ନେଇ ଅବଶିଷ୍ଟ କଥା ହେବି, ୧୫ ମିନିଟ୍ ପରେ ସେହି କାର୍ଯ୍ୟକ୍ରମରେ ପହଁଚିବି । ପୁଣିଥରେ ଆପଣ ସମସ୍ତଙ୍କୁ ବିକାଶ କାର୍ଯ୍ୟ ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ଏବଂ ମୋର ଯୁବା ବନ୍ଧୁମାନଙ୍କୁ ବିଶେଷ ଅଭିନନ୍ଦନ । ବହୁତ ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of His Majesty King Harald V of Norway
August 28, 2026

The Prime Minister, Shri Narendra Modi condoled the passing of His Majesty King Harald V of the Kingdom of Norway. Recalling his meeting with His Majesty during his visit to Norway earlier this year, Shri Modi remembered his warmth and profound sense of service to the people and nation of Norway.

The Prime Minister posted on X;

“Deeply saddened by the passing of His Majesty King Harald V of the Kingdom of Norway.

I fondly recall meeting His Majesty during my visit to Norway earlier this year and was deeply touched by his warmth and profound sense of service to his nation.

My heartfelt condolences to the Royal Family and the people of Norway.