“ବିଶ୍ୱର ଦୀର୍ଘତମ ନଦୀ ପର୍ଯ୍ୟଟନ-ଏମ୍‌ଭି ଗଙ୍ଗା ବିଳାସକୁ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ପତାକା ଦେଖାଇ ବାରଣାସୀରେ ଶୁଭାରମ୍ଭ କରିଛନ୍ତି ଓ ତମ୍ବୁ ନଗରୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି
“ଏହାଛଡା ଏକ ହଜାର କୋଟିରୁ ଅଧିକ ଟଙ୍କାର ଦେଶର ଆଭ୍ୟନ୍ତରୀଣ ଜଳପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ”
ହଳଦିଆର ମଲଟି ମଡେଲ ଟର୍ମିନାଲ ଉଦ୍‌ଘାଟିତ
“ଏମ୍‌ଭି ଗଙ୍ଗା ବିଳାସ ପର୍ଯ୍ୟଟନ ଦ୍ୱାରା ପୂର୍ବ ଭାରତର ଅନେକ ପର୍ଯ୍ୟଟନସ୍ଥଳୀ ଲାଭାନ୍ୱିତ ହେବାକୁ ଯାଉଛନ୍ତି”
“ଏହି ଜଳ ପର୍ଯ୍ୟଟନ ନୂତନ ବିକାଶର ଦିଗକୁ ଜାଗ୍ରତ କରାଇବ”
“ଆଜି ଭାରତର ସବୁ କିଛି ଅଛି ଓ ଅନେକ ଅପାର ସମ୍ଭାବନା ଆପଣମାନଙ୍କ କଳ୍ପନା ବାହାରେ”
“ଗଙ୍ଗାଜୀ କେବଳ ଏକ ନଦୀ ନୁହେଁ ଏବଂ ଆମେ ଦ୍ୱୈତ ଆଭିମୁଖ୍ୟ ନମାମି ଗଙ୍ଗେ ଓ ଅର୍ଥ ଗଙ୍ଗା ଜରିଆରେ ଏହି ପବିତ୍ର ନଦୀର ସେବା କରିବାକୁ ଚାହୁଁଛୁ”
“ବୈଶ୍ୱିକ ରୂପରେଖ ବୃଦ୍ଧିରେ ଭାରତକୁ ଜାଣିବା ଓ ବୁଲି ଆସିବା ଇଚ୍ଛା ମଧ୍ୟ ବୃଦ୍ଧି ପାଉଛି”
“ଏକବିଂଶ ଶତାବ୍ଦୀର ଏହି ଦଶକ ହେଉଛି ଭାରତର ଭିତ୍ତିଭୂମି ଅବସ୍ଥାନ୍ତରର ଦଶକ”
“ନଦୀ ଜଳପଥ ଭାରତର ନୂତନ ଶକ୍ତି”

ହର ହର ମହାଦେବ!

କାର୍ଯ୍ୟକ୍ରମରେ ଆମ ସହିତ ଯୋଡ଼ି ହୋଇଥିବା ବିଭିନ୍ନ ରାଜ୍ୟର ଆଦରଣୀୟ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀଗଣ, ପର୍ଯ୍ୟଟନ ଶିଳ୍ପର ବନ୍ଧୁ, ଦେଶ ବିଦେଶରୁ ବାରଣାସୀରେ ପହଞ୍ଚିଥିବା ପର୍ଯ୍ୟଟକ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ଲୋକମାନେ,

ଆଜି ଲୋହଡୀର ଉତ୍ସାହରେ ପରିପୂର୍ଣ୍ଣ ପର୍ବ । ଆଗାମୀ ଦିନରେ, ଆମେ ଉତ୍ତରାୟଣ, ମକର ସଂକ୍ରାନ୍ତି, ଭୋଗୀ, ବିହୁ, ପୋଙ୍ଗଲ ଭଳି ଅନେକ ପର୍ବ ମଧ୍ୟ ପାଳନ କରିବୁ । ଦେଶ ତଥା ବିଶ୍ୱରେ ଏହି ପର୍ବ ପାଳନ କରୁଥିବା ସମସ୍ତ ଲୋକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଆମର ପର୍ବଗୁଡ଼ିକ ଦାନ-ଦକ୍ଷିଣା, ତପ-ତପସ୍ୟା, ଆମର ସଂକଳ୍ପ ପୂରଣ ପାଇଁ, ଆମର ବିଶ୍ୱାସ, ଆମର ବିଶ୍ୱାସର ନିଜସ୍ୱ ଗୁରୁତ୍ୱ ରହିଛି । ଏବଂ ଏଥିରେ ମଦ୍ୟ ଆମ ନଦୀଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏପରି ଏକ ସମୟରେ, ଆମେ ସମସ୍ତେ ନଦୀ ଜଳପଥର ବିକାଶ ସହିତ ଜଡ଼ିତ ଏକ ବଡ଼ ଉତ୍ସବର ସାକ୍ଷୀ ଅଟୁ । ଆଜି ମୋର କାଶୀରୁ ଡିବ୍ରୁଗଡ଼ ମଧ୍ୟରେ ଦୁନିଆର ସବୁଠାରୁ ଲମ୍ବା ନଦୀ ଜଳଯାତ୍ରା - ଗଙ୍ଗା ବିଳାସ କ୍ରୁଜର ଶୁଭାରମ୍ଭ ହୋଇଛି । ଏହାଦ୍ୱାରା ପୂର୍ବ ଭାରତର ଅନେକ ପର୍ଯ୍ୟଟନସ୍ଥଳ, ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଅଧିକ ପ୍ରତିଷ୍ଠିତ ହେବାକୁ ଯାଉଛି । କାଶୀରେ ଥିବା ଗଙ୍ଗାର ପାଶ୍ୱର୍ରେ ଏହି ନୂତନ ଭାବେ ନିର୍ମିତ ଚମକ୍ରାର ଟେଣ୍ଟ ସହର ଦେଶ ତଥା ବିଶ୍ୱର ପର୍ଯ୍ୟଟକ ଏବଂ ଭକ୍ତମାନଙ୍କୁ ଆସିବା ଏବଂ ରହିବାର ଆହୁରି ବଡ଼ କାରଣ ହୋଇଛି । ଏହା ସହିତ ଆଜି ପଶ୍ଚିମ ବଙ୍ଗଳାରେ ମଲ୍ଟି ମୋଡାଲ ଟର୍ମିନାଲ, ୟୁପି ଏବଂ ବିହାରରେ ଫ୍ଲୋଟିଂ ଜେଟୀ, ଆସାମରେ ସାମୁଦ୍ରିକ ଦକ୍ଷତା କେନ୍ଦ୍ର, ଜାହାଜ ମରାମତି କେନ୍ଦ୍ର, ଟର୍ମିନାଲ କଲେକ୍ଟିଭିଟି ପ୍ରୋଜେକ୍ଟ, ଏହିପରି ୧ଠଠଠ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସେମାନେ ପୂର୍ବ ଭାରତରେ ବାଣିଜ୍ୟ ଏବଂ ପର୍ଯ୍ୟଟନ ସହ ଜଡ଼ିତ ସମ୍ଭାବନାକୁ ବିସ୍ତାର କରିବାକୁ ଏବଂ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି ।

ସାଥୀମାନେ,

ଗଙ୍ଗା ଜୀ କେବଳ ଆମ ପାଇଁ ଏକ ସ୍ରୋତ ନୁହେଁ । ବରଂ ପ୍ରାଚୀନ କାଳରୁ ଏହି ମହାନ ଭାରତ ଭୂମିରେ ତପ-ତପସ୍ୟାର ସାକ୍ଷୀ ରହିଛି । ଭାରତର ସ୍ଥିତି-ପରିସ୍ତିତି ଯାହା ହେଉନା କାହିଁକି, ମା’ ଗଙ୍ଗା ସବୁବେଳେ କୋଟି କୋଟି ଭାରତୀୟଙ୍କୁ ପୋଷଣ କରି ପ୍ରେରଣା ଯୋଗାଇଛନ୍ତି । ଏହାଠାରୁ ବଡ଼ ଦୁର୍ଭାଗ୍ୟର କଥା କ’ଣ ହୋଇପାରେ ଯେ ଗଙ୍ଗାଜୀ କୂଳରେ ଥିବା ସମଗ୍ର ଷ୍ଟ୍ରିପ ସ୍ୱାଧୀନତା ପରେ ବିକାଶର ପଛରେ ରହି ଆସିଛି, ଆଗକୁ ଯିବା ପ୍ରସଙ୍ଗକୁ ଛାଡ଼ିଦିଅ । ଏହି କାରଣରୁ ଲକ୍ଷ ଲକ୍ଷ ଲୋକ ଗଙ୍ଗା କୂଳରୁ ସ୍ଥାନାନ୍ତର ହୋଇଥିଲେ । ଏହି ପରିସ୍ଥିତିକୁ ପରିବର୍ତ୍ତନ କରାଯିବା ଆବଶ୍ୟକ, ତେଣୁ ଆମେ ଏକ ନୂତନ ପନ୍ଥା ସହିତ କାର୍ଯ୍ୟ କରିବାକୁ ସ୍ଥିର କଲୁ । ଗୋଟିଏ ପଟେ ଆମେ ନମାମି ଗଙ୍ଗେ ମାଧ୍ୟମରେ ଗଙ୍ଗା ଜୀଙ୍କର ପରିଷ୍କାର ପରିଚ୍ଛନ୍ନତା ପାଇଁ କାର୍ଯ୍ୟ କରିଥିଲୁ, ଅନ୍ୟପଟେ ଆମେ ମଧ୍ୟ ଅର୍ଥ ଗଙ୍ଗାର ମଧ୍ୟ ଅଭିଯାନ ଚଳାଇଥିଲୁ । ଅଥଂ ଗଙ୍ଗା ଅର୍ଥାତ, ଆମେ ତାଙ୍କ ଚାରିପାଖରେ ଅବସ୍ଥିତ ରାଜ୍ୟଗୁଡ଼ିକରେ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଏକ ନୂତନ ପରିବେଶ ସୃଷ୍ଟି କରିବାକୁ ଆମେ ପଦକ୍ଷେପ ନେଇଛୁ । ଏହି ଗଙ୍ଗା ବିଳାସ କ୍ରୁଜ, ଏହାର ଅର୍ଥ ଗଙ୍ଗାରେ ଏହାର ଅଭିଯାନକୁ ନୂତନ ଶକ୍ତି ଦେବ । ଏହି କ୍ରୁଜ ଉତ୍ତର ପ୍ରଦେଶ, ବିହାର, ଆସାମ, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଯାତ୍ରା କରିବା ସମୟରେ ସମସ୍ତ ପ୍ରକାର ସୁବିଧା ଯୋଗାଇବ ।

ସାଥୀମାନେ,

ଆଜି ମୁଁ ସେହି ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ବିଶେଷ ଅଭିବାଦନ ଜଣାଉଛି, ଯେଉଁମାନେ ଏହି କ୍ରୁଜ ମାଧ୍ୟମରେ ସେମାନଙ୍କର ପ୍ରଥମ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଆପଣ ସମସ୍ତେ ଏକ ଆଧୁନିକ କ୍ରୁଜରେ ଏକ ପ୍ରାଚୀନ ସହର ଦେଇ ଯାତ୍ରା କରିବାକୁ ଯାଉଛନ୍ତି । ମୁଁ ଏହି ବିଦେଶୀ ପର୍ଯ୍ୟଟକ ବନ୍ଧୁମାନଙ୍କୁ ବିଶେଷ ଭାବରେ କହିବି ଯେ ଭାରତରେ ସବୁକିଛି ଅଛି ଯାହାକୁ ଆପଣ କଳ୍ପନା କରିପାରିବେ । ଆପଣଙ୍କ କଳ୍ପନା ବାହାରେ ମଧ୍ୟ ଏଠାରେ ବହୁତ କିଛି ଅଛି । ଭାରତକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରିବ ନାହିଁ । ଭାରତ କେବଳ ହୃଦୟରୁ ଅନୁଭବ କରିପାରିବ । କାରଣ ଅଞ୍ଚଳ, ଧର୍ମ କିମ୍ବା ଦେଶ ନିର୍ବିଶେଷରେ ଭାରତ ସମସ୍ତଙ୍କ ପାଇଁ ସର୍ବଦା ନିଜର ହୃଦୟ ଖୋଲୁଛି । ଆମେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆମର ସମସ୍ତ ପର୍ଯ୍ୟଟକ ବନ୍ଧୁମାନଙ୍କୁ ସ୍ୱାଗତ କରୁ ।

ସାଥୀମାନେ,

ଏହି କ୍ରୁଜ ଯାତ୍ରା ଏକା ସହିତ ଅନେକ ନୂତନ ଅନୁଭୂତି ନେଇ ଆସିବାକୁ ଯାଉଛି । ଯେଉଁମାନେ ଏଥିରୁ ଆଧ୍ୟାତ୍ମିକତାର ସନ୍ଧାନ କରୁଛନ୍ତି, ସେମାନଙ୍କୁ ବାରଣାସୀ, କାଶୀ, ବୋଧଗୟା, ବିକ୍ରମଶିଳା, ପାଟନା ସାହିବ ଏବଂ ମାଜୁଲୀର ଯାତ୍ରା କରିବାର ସୌଭାଗ୍ୟ ମିଳିବ । ଯେଉଁମାନେ ବହୁ ଜାତୀୟ କ୍ରୁଜ ଅନୁଭବ କରିବାକୁ ଚାହାନ୍ତି, ସେମାନେ ଢାକା ଦେଇ ଯିବାର ସୁଯୋଗ ପାଇବେ । ଯେଉଁମାନେ ଭାରତର ପ୍ରାକୃତିକ ବିବିଧତା ଦେଖିବାକୁ ଚାହାନ୍ତି, ଏହି କ୍ରୁଜ ସେମାନଙ୍କୁ ସୁନ୍ଦରବନ ଏବଂ ଆସାମର ଜଙ୍ଗଲ ଭ୍ରମଣରେ ନେଇଯିବ । ଯେଉଁମାନେ ଭାରତରେ ନଦୀ ପ୍ରଣାଳୀ ବୁଝିବାକୁ ଆଗ୍ରହୀ, ସେମାନଙ୍କ ପାଇଁ ଏହି ପରିଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । କାରଣ ଏହି କ୍ରୁଜ ୨୫ଟି ବିଭିନ୍ନ ନଦୀ କିମ୍ବା ନଦୀର ସ୍ରୋତ ଦେଇଯିବ ଏବଂ ଯେଉଁମାନେ ଭାରତର ସମୃଦ୍ଧ ରୋଷେଇକୁ ଅନୁଭବ କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ । ତାହା ହେଉଛି, ଏହି ଯାତ୍ରାରେ ଆମେ ଭାରତର ଐତିହ୍ୟ ଏବଂ ଆଧୁନିକତାର ଏକ ଚମକ୍ରାର ମିଳନ ଦେଖିବାକୁ ପାଇବୁ । କ୍ରୁଜ ପର୍ଯ୍ୟଟନର ଏହି ନୂତନ ପର୍ଯ୍ୟାୟ ଆମର ଯୁବ ସହକର୍ମୀଙ୍କୁ ଏହି କ୍ଷେତ୍ରରେ ନୂତନ ନିଯୁକ୍ତି, ଆତ୍ମ-ନିଯୁକ୍ତିର ସୁଯୋଗ ମଧ୍ୟ ପ୍ରଦାନ କରିବ । ଏହା କେବଳ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ହେବ ନାହିଁ, ଦେଶର ପର୍ଯ୍ୟଟକମାନେ ଯେଉଁମାନେ ପୂର୍ବରୁ ଏପରି ଅନୁଭୂତି ପାଇଁ ବିଦେଶ ଯାଇଥିଲେ । ସେମାନେ ବର୍ତ୍ତମାନ ପୂର୍ବ ଭାରତକୁ ଯାଇପାରିବେ । ଯେଉଁଠାରେ ଏହି କ୍ରୁଜ ଅତିକ୍ରମ କରିବ, ସେହିଠାରେ ଏହା ବିକାଶର ଏକ ନୂତନ ମାର୍ଗ ସୃଷ୍ଟି କରିବ, ସମଗ୍ର ଦେଶରେ ନଦୀ ଜଳପଥରେ କ୍ରୁଜ ପର୍ଯ୍ୟଟନ ପାଇଁ ଆମେ ସମାନ ବ୍ୟବସ୍ଥା କରିଛୁ । ସହରଗୁଡ଼ିକ ମଧ୍ୟରେ ଲମ୍ବା ନଦୀ କ୍ରୁଜ ବ୍ୟତୀତ ଆମେ ଅଲଗା - ଅଲଗା ସହରରେ ମଧ୍ୟ ଛୋଟ ଛୋଟ କ୍ରୁଜକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ । କାଶୀରେ ମଧ୍ୟ ଏହି ପ୍ରକାରର ବ୍ୟବସ୍ଥା ବର୍ତ୍ତମାନ ମଧ୍ୟ ଚାଲିଛି । ଏହା ପ୍ରତ୍ୟେକ ପର୍ଯ୍ୟଟକ ଶ୍ରେଣୀରେ ଲୋକଙ୍କ ପାଇଁ ଏହା ଉପଲବ୍ଧ ହେବା ପାଇଁ ବଜେଟ ଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ କ୍ରୁଜ ପର୍ଯ୍ୟନ୍ତ, ସମସ୍ତ ପ୍ରକାର ସୁବିଧା ଦେଶରେ ବିକଶିତ କରାଯାଉଛି ।

ସାଥୀମାନେ,

ଦେଶରେ କ୍ରୁଜ ପର୍ଯ୍ୟଟନ ଏବଂ ଐତିହ୍ୟ ପର୍ଯ୍ୟଟନର ଏହି ମିଳନ ଏମିତି ସମୟରେ ହେଉଛି, ଯେଉଁ ସମୟରେ ଭାରତରେ ପର୍ଯ୍ୟଟନର ଏକ ଉନ୍ନତ ପର୍ଯ୍ୟଟନର ଏକ ଉନ୍ନତ ପର୍ଯ୍ୟାୟ ଆରମ୍ଭ ହେଉଛି । ଭାରତର ବିଶ୍ୱସ୍ତରୀୟ ଭୂମିକା ଯେଭଳି ଭାବେ ବୃଦ୍ଧି ଘଟୁଛି, ସେହିଭଳି ଭାରତକୁ ଦେଖିବା, ଭାରତକୁ ଜାଣିବା ଏବଂ ଭାରତକୁ ବୁଝିବାର ଉତ୍ସୁକତା ମଧ୍ୟ ବଢ଼ିବାରେ ଲାଗିଛି । ସେଥିପାଇଁ ଗତ ୮ ବର୍ଷ ମଧ୍ୟରେ ଆମେ ଭାରତରେ ପର୍ଯ୍ୟଟନ କ୍ଷେତ୍ରର ବିସ୍ତାର ଉପରେ ବିଶେଷ ଗୁରୁତ୍ୱ ଦେଇଛୁ, ଆମେ ଆମର ଆସ୍ଥାର ସ୍ଥଳ, ତୀର୍ଥସ୍ଥାନ ଏବଂ ଐତିହାସିକ ସ୍ଥାନଗୁଡ଼ିକର ବିକାଶକୁ ମଧ୍ୟ ଆମେ ପ୍ରାଥମିକତା ଦେଇଛୁ । କାଶୀ ସହର ଆମର ପ୍ରୟାସର ଜୀବନ୍ତ ସାକ୍ଷୀ ହୋଇପାରିଛି । ଆଜି ମୋର କାଶୀର ରାସ୍ତା ପ୍ରଶସ୍ତ ହେବାରେ ଲାଗିଛି, ଗଙ୍ଗା ଜୀର ଘାଟଗୁଡ଼ିକ ସଫା ହେଉଛି । କାଶୀ ବିଶ୍ୱନାଥ ଧାମର ପୁନଃନିର୍ମାଣ ପରେ ଉକ୍ତ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ଯେଉଁ ପ୍ରକାରର ଉତ୍ସାହ ଦେଖାଯାଉଛି ତାହା ମଧ୍ୟ ଅଦ୍ଭୁତପୂର୍ବ ଅଟେ । ଆମର ଡଙ୍ଗାଚାଳକ, ଗଳି ବିକ୍ରେତା, ରିକ୍ସା ଚାଳକ, ଦୋକାନୀ, ହୋଟେଲ- ଗେଷ୍ଟ ହାଉସ ମାଲିକମାନେ ଗତ ବର୍ଷରେ କାଶୀକୁ ଆସିଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ଦ୍ୱାରା ଉପକୃତ ହୋଇଛନ୍ତି । ବର୍ତ୍ତମାନ ଗଙ୍ଗା ପାଶ୍ୱର୍ରେ ଥିବା ଏହି ନୂତନ ଟେଣ୍ଟ ସହର କାଶୀକୁ ଆସୁଥିବା ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଏକ ନୂତନ ଅନୁଭୂତି ହେବ । ଏହି ଟେଣ୍ଟ ସହରରେ ଆଧୁନିକତା, ଆଧ୍ୟାତ୍ମିକତା ଏବଂ ବିଶ୍ୱାସ ଅଛି । ରାଗ ଠାରୁ ଆରମ୍ଭ କରି ସ୍ୱାଦ ପର୍ଯ୍ୟନ୍ତ, ବନାରସର ପ୍ରତ୍ୟେକ ରସ, ପ୍ରତ୍ୟେକ ରଙ୍ଗ ଏହି ଟେଣ୍ଟ ସହରରେ ଦେଖିବାକୁ ମିଳିବ ।

ଆଜିର ଏହି ଆୟୋଜନ, ୨ଠ୧୪ ପରଠାରୁ ଦେଶରେ ନିଆଯାଇଥିବା ଯେଉଁ ନୀତି ହେଉଛି, ଯାହା ନିର୍ଣ୍ଣୟ ହୋଇଥିଲା, ଯେଉଁ ଦିଗ ନିର୍ଣ୍ଣୟ ହୋଇଥିଲା, ତାହାର ପ୍ରତିଫଳନ ଅଟେ । ଏକବିଂଶ ଶତାବ୍ଦୀର ଏହି ଦଶନ୍ଧି, ଭାରତରେ ଭିତ୍ତିଭୂମି ପରିବର୍ତ୍ତନର ଦଶକ ଅଟେ । ଏହି ଦଶନ୍ଧିରେ ଭାରତର ଲୋକମାନେ ଆଧୁନିକ ଭିତ୍ତିଭୂମିର ଚିତ୍ର ଦେଖିବାକୁ ଯାଉଛନ୍ତି, ଯାହା ଅତୀତରେ କଳ୍ପନା କରିବା କଷ୍ଟକର ଥିଲା । ସେ ଘର, ଶୌଚାଳୟ, ବିଦ୍ୟୁତ, ପାଣି, ରନ୍ଧନ ଗ୍ୟାସ, ଶିକ୍ଷାନୁଷ୍ଠାନ ଏବଂ ଡାକ୍ତରଖାନା, ଡିଜିଟାଲ ଭିତ୍ତିଭୂମି କିମ୍ବା ରେଳ, ରାଜପଥ, ବାୟୁପଥ ଏବଂ ଜଳପଥ ପରି ଫିଜିକାଲ ସଂଯୋଗ ଭଳି ଭିତ୍ତିଭୂମି ହେଉ । ଏହା ଆଜି ଭାରତର ଦ୍ରୁତ ବିକାଶର, ବିକଶିତ ଭାରତ ନିର୍ମାଣର ସବୁଠାରୁ ମଜବୁତ ସ୍ତମ୍ଭ ଅଟେ । ସବୁଠାରୁ ପ୍ରଶସ୍ତ ରାଜପଥ, ସବୁଠାରୁ ଆଧୁନିକ ବିମାନବନ୍ଦର, ଆଧୁନିକ ରେଳ ଷ୍ଟେସନ, ସର୍ବୋଚ୍ଚ ଏବଂ ଦୀର୍ଘତମ ସେତୁ, ସବୁଠାରୁ ଉଚ୍ଚତାରେ ନିର୍ମିତ ଦୀର୍ଘତମ ଟନେଲରୁ ନୂତନ ଭାରତର ବିକାଶର ପ୍ରତିଫଳନକୁ ଆମେ ଅନୁଭବ କରିଥାଉ । ଏଥିରେ ମଧ୍ୟ ନଦୀ ଜଳମାର୍ଗ, ଭାରତର ନୂତନ ଶକ୍ତି ପାଲଟିଛି।

ସାଥୀମାନେ,

ଆଜି ଗଙ୍ଗା ବିଳାସ କ୍ରୁଜର ଶୁଭାରମ୍ଭ ମଧ୍ୟ ଏକ ସାଧାରଣ ଘଟଣା ନୁହେଁ । ଉଦାହରଣସ୍ୱରୂପ, ଯେତେବେଳେ ଗୋଟିଏ ଦେଶ ନିଜେ ମହାକାଶରେ ଉପଗ୍ରହ ସ୍ଥାପନ କରେ, ସେତେବେଳେ ଏହା ସେହି ଦେଶର ବୈଷୟିକ ଦକ୍ଷତାକୁ ପ୍ରଦର୍ଶନ କରିଥାଏ । ସେହିଭଳି ୩୨ଠଠ କିଲୋମିଟରରୁ ଅଧିକ ଏହି ଯାତ୍ରା ଭାରତରେ ଆଭ୍ୟନ୍ତରୀଣ ଜଳପଥଗୁଡ଼ିକର ବିକାଶର ଏକ ଜୀବନ୍ତ ଉଦାହରଣ, ନଦୀ ଜଳପଥ ପାଇଁ ଆଧୁନିକ ସମ୍ବଳ ସୃଷ୍ଟି ହୋଇଛି ।

୨ଠ୧୪ ପୂର୍ବରୁ ଦେଶରେ ଜଳପଥଗୁଡ଼ିକର ବ୍ୟବହାର ଅଳ୍ପ ଥିଲା । ଜଳପଥ ଦେଇ ଭାରତର ହଜାର ହଜାର ବର୍ଷର ପୁରୁଣା ଥିଲା ଯେତେବେଳେ ଏହି ପରିସ୍ଥିତି ଥିଲା । ୨ଠ୧୪ ପରଠାରୁ, ଆଧୁନିକ ଭାରତର ପରବହନ ବ୍ୟବସ୍ଥାରେ ଭାରତ ଏହି ପ୍ରାଚୀନ ଶକ୍ତିକୁ ଏକ ପ୍ରମୁଖ ଶକ୍ତି କରିବାରେ ନିୟୋଜିତ ଅଛି । ଦେଶର ପ୍ରମୁଖ ନଦୀରେ ନଦୀ ଜଳପଥର ବିକାଶ ପାଇଁ ଆମେ ଏକ ଆଇନ ପ୍ରସ୍ତୁତ କରିଛୁ, ଏକ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛୁ । ଆଜି ୨୪ଟି ରାଜ୍ୟରେ ୧୧୧ଟି ଜାତୀୟ ଜଳପଥର ବିକାଶ ପାଇଁ କାର୍ଯ୍ୟ ଚାଲିଛି । ସେବାଗୁଡ଼ିକ ବର୍ତ୍ତମାନ ପ୍ରାୟ ୨ ଡର୍ଜନ ଜଳମାର୍ଗରେ ଚାଲୁଛି । ୮ ବର୍ଷ ପୂର୍ବେ ନଦୀ ଜଳପଥ ଦେଇ କେବଳ ୩ଠ ଲକ୍ଷ ମେଟ୍ରିକ ଟନ ମାଲ ପରିବହନ କରାଯାଇଥିଲା । ଆଜି ଏହି କ୍ଷମତା ୩ ଗୁଣରୁ ଅଧିକ ବୃଦ୍ଧି ପାଇଛି । ନଦୀ ଜଳପଥ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଥିରେ ମଧ୍ୟ ଗଙ୍ଗା ଉପରେ ନିର୍ମିତ ଏହି ଜାତୀୟ ଜଳପଥ ସମଗ୍ର ଦେଶ ପାଇଁ ଏକ ମଡେଲ ପରି ବିକଶିତ ହେଉଛି । ପରିବହନ, ବାଣିଜ୍ୟ ଏବଂ ପର୍ଯ୍ୟଟନ ପାଇଁ ଆଜି ଏହି ଜଳପଥ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି ।

ସାଥୀମାନେ,

ଆଜିର ଏହି ଆୟୋଜନ, ପୂର୍ବ ଭାରତକୁ ବିକଶିତ ଭାରତର ଅଭିବୃଦ୍ଧି ଇଞ୍ଜିନ କରିବାରେ ସାହାଯ୍ୟ କରିବ । ପଶ୍ଚିମବଙ୍ଗର ହଳଦିଆରେ ଥିବା ଆଧୁନିକ ମଲ୍ଟି ମୋଡାଲ ଟର୍ମିନାଲ ବାରଣାସୀକୁ ସଂଯୋଗ କରୁଛି । ଏହା ଭାରତ - ବାଂଲାଦେଶ ପ୍ରୋଟକଲ ମାର୍ଗ ସହିତ ମଧ୍ୟ ସଂଯୁକ୍ତ ଏବଂ ଉତ୍ତର ପୂର୍ବକୁ ମଧ୍ୟ ସଂଯୋଗ କରିବ । ଏହା କୋଲକାତା ବନ୍ଦର ଏବଂ ବାଂଲାଦେଶକୁ ମଧ୍ୟ ସଂଯୋଗ କରିବ । ଅର୍ଥାତ ୟୁପି - ବିହାର - ଝାଡ଼ଖଣ୍ଡ - ପଶ୍ଚିମବଙ୍ଗରୁ ବାଂଲାଦେଶ ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ବ୍ୟବସାୟକୁ ସୁଗମ ହେବ । ସେହିଭଳି ଜେଟୀ ଏବଂ ରୋ-ରୋ ଫେରି ଟର୍ମିନାଲର ଏକ ଟର୍ମିନାଲର ଏକ ନେଟୱାର୍କ ମଧ୍ୟ ନିର୍ମାଣ କରାଯାଉଛି । ଏହା ଦ୍ୱାରା ଆସିବା ଏବଂ ଯିବା ସହଜ ହେବ । ମତ୍ସ୍ୟଜୀବୀ ଏବଂ କୃଷକମାନେ ମଧ୍ୟ ସୁବିଧା ପାଇବେ ।

ସାଥୀମାନେ,

କ୍ରୁଜ ହେଉ, କାର୍ଗୋ ଜାହାଜ ହେଉ, ଏହା ପରିବହନ ଏବଂ ପର୍ଯ୍ୟଟନକୁ ଉତ୍ସାହିତ କରିଥାନ୍ତି, ବରଂ ସେମାନଙ୍କ ସେବା ସହିତ ଜଡ଼ିତ ସମଗ୍ର ଶିଳ୍ପ ମଧ୍ୟ ନୂତନ ସୁଯୋଗ ସୃଷ୍ଟି କରେ । ଏଥିପାଇଁ ଯେଉଁ କର୍ମଚାରୀ ଆବଶ୍ୟକ । ଯେଉଁ ଦକ୍ଷ ବ୍ୟକ୍ତି ଆବଶ୍ୟକ, ସେଥିପାଇଁ ମଧ୍ୟ ତାଲିମ ପ୍ରାପ୍ତ ପାଇଁ ବ୍ୟବସ୍ଥା ଆବଶ୍ୟକ । ଏଥିପାଇଁ ଗୌହାଟୀରେ ଗୋଟିଏ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଜାହାଜ ମରାମତି ପାଇଁ ମଧ୍ୟ ଗୌହାଟୀରେ ଏକ ନୂତନ ସୁବିଧା ମଧ୍ୟ ନିର୍ମାଣ କରାଯାଉଛି ।

ସାଥୀମାନେ,

ଏହି ଜଳପଥଗୁଡ଼ିକ ପରିବେଶର ସୁରକ୍ଷା ପାଇଁ ମଧ୍ୟ ଭଲ ଏବଂ ଅର୍ଥ ସଞ୍ଚୟ ମଧ୍ୟ କରିଥାଏ । ଏକ ଅଧ୍ୟୟନ ଅନୁଯାୟୀ, ସଡ଼କ ପଥ ତୁଳନାରେ ଜଳପଥରେ ପରିବହନ ମୂଲ୍ୟ ଅଢ଼େଇଗୁଣ କମ୍ ଅଟେ। ଏଥି ସହିତ ଜଳପଥ ଦ୍ୱାରା ପରିବହନ ମୂଲ୍ୟ ରେଳ ତୁଳନାରେ ଏକ ତୃତୀୟାଂଶ କମ୍ ଅଟେ। ଆପଣ କଳ୍ପନା କରିପାରୁଥିବେ ଯେ ଜଳପଥ ଦ୍ୱାରା କେତେ ଇନ୍ଧନ ସଞ୍ଚୟ ହୋଇଛି, କେତେ ଟଙ୍କା ଅଧିକ ସଞ୍ଚୟ ହୋଇଛି । ଭାରତ ଯେଉଁ ନୂତନ ଲଜିଷ୍ଟିକ୍ସ ପଲିସି ତିଆରି କରିଛି, ଦ୍ରୁତ ଗତିରେ ନିର୍ମିତ ହେଉଥିବା ଏହି ଜଳପଥଗୁଡ଼ିକ ବହୁତ ସାହାଯ୍ୟ କରିବ । ଏହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ହଜାର ହଜାର ଜଳପଥ ନିର୍ମାଣ ପାଇଁ ଭାରତର ସାମର୍ଥ୍ୟ ରହିଛି । ଭାରତରେ ୧୨୫ରୁ ଅଧିକ ନଦୀ ଓ ନଦୀ ସ୍ରୋତ ଅଛି, ଯାହା ଲୋକ ଏବଂ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ହୋଇପାରିବ। ଏହି ଜଳପଥଗୁଡ଼ିକ ଭାରତରେ ପୋର୍ଟ-ଲେଡ ବିକାଶ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିବ । ପ୍ରୟାସ ହେଉଛି ଆଗାମୀ ବର୍ଷରେ ଭାରତରେ ଜଳପଥ, ରେଳପଥ ଏବଂ ରାଜପଥର ଏକ ମଲ୍ଟି ମୋଡାଲ ଆଧୁନିକ ନେଟୱର୍କ ନିର୍ମାଣ ହେବା ଉଚିତ । ଆମେ ବାଂଲାଦେଶ ଏବଂ ଅନ୍ୟାନ୍ୟ ଦେଶ ସହିତ ମଧ୍ୟ ଚୁକ୍ତି ସ୍ୱାକ୍ଷର କରିଛୁ । ଯେଉଁଥିପାଇଁ ଉତ୍ତର ପୂର୍ବର ଜଳ ସଂଯୋଗ ମଧ୍ୟ ମଜବୁତ ହେଉଛି ।

ସାଥୀମାନେ,

ଏକ ବିକଶିତ ଭାରତ ନିର୍ମାଣ ପାଇଁ ଶକ୍ତିଶାଳୀ ସଂଯୋଗ ଜରୁରୀ । ସେଥିପାଇଁ ଆମର ଏହି ଅଭିଯାନ କ୍ରମାଗତ ଭାବରେ ଚାଲିବ । ନୂତନ ଜଳଶକ୍ତି, ଦେଶର ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ନୂତନ ଉଚ୍ଚତା ଦେଇପାରିବ, ଏହି କାମନା ସହିତ ସମସ୍ତ କ୍ରୁଜ ଯାତ୍ରୀମାନଙ୍କୁ ଏକ ସୁନ୍ଦର ଯାତ୍ରା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Engineering goods exports up 10.4% in January,2026, crosses $100 billion mark in April-January Period of FY26

Media Coverage

Engineering goods exports up 10.4% in January,2026, crosses $100 billion mark in April-January Period of FY26
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Pays Tributes to Chandra Shekhar Azad on Martyrdom Day: Shares a Sanskrit Subhshitam Highlighting his Life Lessons
February 27, 2026

Prime Minister Shri Narendra Modi, offered his respectful tributes to the legendary revolutionary, Chandra Shekhar Azad, the brave son of Mother India on his martyrdom day .

The Prime Minister stated that Azad sacrificed his everything to free Mother India from the shackles of slavery, and for this, he will always be remembered.

Reflecting on the legacy of the immortal revolutionary, the Prime Minister remarked that the life of Chandra Shekhar Azad demonstrates that the resolution to stand firm against injustice is the essence of true prowess. Shri Modi, added that the saga of his sacrifice for the motherland will continue to inspire every generation of the country.

Prime Minister Shared on X;

“भारत माता के वीर सपूत चंद्रशेखर आजाद के बलिदान दिवस पर उन्हें मेरी आदरपूर्ण श्रद्धांजलि। उन्होंने मां भारती को गुलामी की बेड़ियों से आजाद कराने के लिए अपना सर्वस्व न्योछावर कर दिया, जिसके लिए वे सदैव स्मरणीय रहेंगे।”

“अमर क्रांतिकारी चंद्रशेखर आजाद का जीवन बताता है कि अन्याय के खिलाफ अडिग रहने का संकल्प ही सच्चा पराक्रम है। मातृभूमि के लिए उनके बलिदान की गाथा देश की हर पीढ़ी को प्रेरित करती रहेगी।

न हि शौर्यात्परं किञ्चित् त्रिषु लोकेषु विद्यते।

शूरः सर्वं पालयति सर्वं शूरे प्रतिष्ठितम् ।।”

"There is no element more transcendent than bravery in the three worlds. Valor is the fundamental force that nourishes and protects the animate and inanimate world. All worldly dignity, prosperity and duty exist solely in the valor of the valiant."