“ଭଗବାନ ବୁଦ୍ଧଙ୍କ ବାଣୀରେ ଉଦବୁଦ୍ଧ ହୋଇ ଭାରତ ବୈଶ୍ୱିକ କଲ୍ୟାଣ ଦିଗରେ ନୂତନ ପଦକ୍ଷେପମାନ ନେଉଛି”
“ଆମେ ନିରବଚ୍ଛିନ୍ନ ଭାବେ ଭଗବାନ ବୁଦ୍ଧଙ୍କ ମୂଲ୍ୟବୋଧ ଓ ବାର୍ତ୍ତା ପ୍ରଚାର କରିଆସୁଛୁ”
“ଭାରତ ପ୍ରତ୍ୟେକ ମଣିଷର ଦୁଃଖକୁ ନିଜର ଦୁଃଖ ବିବେଚନା କରେ”
“ଆଇଟିସି ଭଳି ମଞ୍ଚ ସମଭାବାପନ୍ନ ଓ ସମହୃଦୟବାନ ଦେଶଗୁଡ଼ିକୁ ବୌଦ୍ଧ ଧର୍ମ ଓ ଶାନ୍ତି ବାର୍ତ୍ତା ପ୍ରଚାର ନିମନ୍ତେ ସୁଯୋଗ ପ୍ରଦାନ କରିଛି”
“ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ପ୍ରତ୍ୟେକ ବ୍ୟକ୍ତି ଓ ଦେଶର ପ୍ରାଥମିକତା ହେଉଛି ଦେଶ ଓ ବିଶ୍ୱର ସ୍ୱାର୍ଥ ରକ୍ଷା”
“ସମସ୍ୟାର ସମାଧାନର ରାସ୍ତା ହେଉଛି ବୁଦ୍ଧଙ୍କ ପ୍ରଦର୍ଶିତ ମାର୍ଗ”
“ବିଶ୍ୱକୁ ଆଜି କବଳିତ କରୁଥିବା ସମସ୍ତ ସମସ୍ୟାର ସମାଧାନ ବୁଦ୍ଧ କହି ଯାଇଛନ୍ତି”
“ବୁଦ୍ଧଙ୍କ ମାର୍ଗ ହେଉଛି ଭବିଷ୍ୟତ ଓ ଚିରନ୍ତନ ପଥ”
“ମିଶନ ଲାଇଫ ବୁଦ୍ଧଙ୍କ ପ୍ରେରଣା ଦ୍ୱାରା ପ୍ରେରିତ ଓ ବୁଦ୍ଧଙ୍କ ଭାବନାକୁ ବ୍ୟକ୍ତ କରିଥାଏ”
ସେ ମଧ୍ୟ ୧୯ ଜଣ ପ୍ରସିଦ୍ଧ ସାଧୁଙ୍କୁ ସାଧୁ ପୋଷାକ ପ୍ରଦାନ କରିଥିଲେ ।

ନମୋ ବୁଦ୍ଧାୟ !

କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଶ୍ରୀମାନ କିରଣ ରିଜୀଜୁ ମହାଶୟ, ଜି. କିଶନ ରେଡ୍ଡୀ ମହାଶୟ, ଅର୍ଜୁନ ରାମ ମେଘୱାଲ ମହାଶୟ, ମୀନାକ୍ଷୀ ଲେଖି ମହାଶୟା, ଅନ୍ତରାଷ୍ଟ୍ରୀୟ ବୁଦ୍ଧ ମହାସଂଘର ମହାସଚିବ, ଦେଶ- ବିଦେଶରୁ ଏଠାକୁ ଆସିଥିବା ଏବଂ ଆମ ସହିତ ସାମିଲ ହୋଇଥିବା ସମସ୍ତ ପୂଜ୍ୟ ଭିକ୍ଷୁ ଗଣ, ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ!

 

ବିଶ୍ୱ ବୁଦ୍ଧ ମହାସମ୍ମିଳନୀର ଏହି ପ୍ରଥମ ଆୟୋଜନରେ ଆପଣ ସମସ୍ତେ ବିଶ୍ୱର କୋଣ- ଅନୁକୋଣରୁ ଆସିଛନ୍ତି । ବୁଦ୍ଧଙ୍କର ଏହି ମାଟିର ପରମ୍ପରା ହେଉଛି- ‘ଅତିଥି ଦେବୋ ଭବଃ’! ଅର୍ଥାତ ଅତିଥି ଆମ ପାଇଁ ହେଉଛନ୍ତି ଦେବତାଙ୍କ ଭଳି । କିନ୍ତୁ, ଭଗବାନ ବୁଦ୍ଧଙ୍କ ବିଚାରଧାରାକୁ ନେଇ ବଂଚୁଥିବା ଏତେଗୁଡିଏ ବ୍ୟକ୍ତିତ୍ୱ ଯେତେବେଳେ ଆମ ସାମ୍ନାରେ ଅଛନ୍ତି,  ସେତେବେଳେ ସାକ୍ଷାତ ବୁଦ୍ଧଙ୍କ ଉପସ୍ଥିତି ଅନୁଭବ ହେଉଛି । କାରଣ, ବୁଦ୍ଧ ବ୍ୟକ୍ତିଙ୍କ ଆଗକୁ ଯାଇ ହେଉଛନ୍ତି ବୌଦ୍ଧ । ବୁଦ୍ଧ ସ୍ୱରୂପରେ ଆଗକୁ ବଢି ହେଉଛି ଏକ ଚିନ୍ତାଧାରା । ବୁଦ୍ଧ ଚିତ୍ରଣରୁ ଆଗକୁ ଯାଇ ହେଉଛି ଏକ ଚେତନା ଆଉ ବୁଦ୍ଧଙ୍କର ଏହି ଚେତନା ହେଉଛି ନିରନ୍ତର, ହେଉଛି ନିରନ୍ତର । ଏହି ଚିନ୍ତା ହେଉଛି ଶାଶ୍ୱତ । ଏହି ବୋଧ ହେଉଛି ଅବିସ୍ମରଣୀୟ ।

ଏଥିପାଇଁ, ଆଜି ଏତେ ଭିନ୍ନ- ଭିନ୍ନ ଦେଶରୁ, ଏତେ ଭିନ୍ନ- ଭିନ୍ନ ଭୌଗୋଳିକ ସାଂସ୍କୃତିକ ପରିବେଶରୁ ଲୋକ ଏଠାରେ ଏକ ସଙ୍ଗେ ଉପସ୍ଥିତ ଅଛନ୍ତି । ଏହା ହେଉଛି ଭଗବାନ ବୁଦ୍ଧଙ୍କର ସେହି ବିସ୍ତାର, ଯାହା ସମଗ୍ର ମାନବତାକୁ ଗୋଟିଏ ସୂତ୍ରରେ ଯୋଡ଼ୁଛି । ଆମେ କଳ୍ପନା କରି ପାରିବା, ବିଶ୍ୱର ଭିନ୍ନ- ଭିନ୍ନ ଦେଶରେ ବୁଦ୍ଧଙ୍କ କୋଟି- କୋଟି ଅନୁଗାମୀଙ୍କର ଏହି ସାମର୍ଥ୍ୟ ଯେତେବେଳେ ଏକ ସଙ୍ଗେ କୌଣସି ସଂକଳ୍ପ ନେଇଥାଏ, ସେତେବେଳେ ତାହାର ଉର୍ଜ୍ଜା କେତେ ଅସୀମ ହୋଇ ଯାଇଥାଏ ।

 

ଯେତେବେଳେ ଏତେ ସମସ୍ତ ଲୋକ ବିଶ୍ୱର ଉନ୍ନତ ଭବିଷ୍ୟତ ପାଇଁ ଗୋଟିଏ ଚିନ୍ତାଧାରା ସହିତ କାର୍ଯ୍ୟ କରିବେ, ସେତେବେଳେ ଭବିଷ୍ୟତ ନିଶ୍ଚିତ ଭାବେ ହିଁ ଭବ୍ୟ ହେବ । ଆଉ ଏଥିପାଇଁ, ମୋର ବିଶ୍ୱାସ ଯେ ପ୍ରଥମ ବିଶ୍ୱ ବୁଦ୍ଧ ମହାସମ୍ମିଳନୀ ଏହି ଦିଗରେ ଆମ ସମସ୍ତ ଦେଶଙ୍କ ପ୍ରୟାସ ପାଇଁ ଏକ ପ୍ରଭାବଶାଳୀ ମଂଚ ନିର୍ମାଣ କରିବ । ମୁଁ ଏହି ଆୟୋଜନ ପାଇଁ ଭାରତର ସଂସ୍କୃତି ମନ୍ତ୍ରଣାଳୟ ଏବଂ ଅନ୍ତରାଷ୍ଟ୍ରୀୟ ବୁଦ୍ଧ ମହାସଙ୍ଘକୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଏହି ସମ୍ମିଳନୀରେ ମୋର ଆତ୍ମୀୟତା ରହିବାର ଆଉ ଏକ କାରଣ ରହିଛି । ମୋର ଜନ୍ମ, ଗୁଜରାଟର ଯେଉଁ ବଡ଼ନଗର ଭଳି ସ୍ଥାନରେ ହୋଇଛି, ସେହି ସ୍ଥାନର ବୌଦ୍ଧ ଧର୍ମ ସହିତ ଗଭୀର ସମ୍ପର୍କ ରହିଛି । ବଡ଼ନଗରରେ ବୌଦ୍ଧ ଧର୍ମ ସହିତ ଜଡ଼ିତ ଅନେକ ପ୍ରତ୍ନତତ୍ୱ ସାକ୍ଷୀ ମିଳିଛି । କେବେ ବୌଦ୍ଧ ଯାତ୍ରୀ ହୁଏନସାଂ ମଧ୍ୟ ବଡ଼ନଗର ଗସ୍ତ କରିଥିଲେ । ଆଉ ଏଠାରେ ମୁଁ ଯେଉଁ ପ୍ରଦର୍ଶନୀ ଦେଖିଲି, ପ୍ରଦର୍ଶନୀରେ ଯେଉଁ ସବୁ ଛବି ସବୁ  ଲାଗିଛି, ବହୁତ କିଛି କଥା ବିସ୍ତୃତ ଭାବେ ଏଠାରେ ରଖା ଯାଇଛି । ଆଉ ସଂଯୋଗ ଦେଖନ୍ତୁ ଯେ, ମୋର ଜନ୍ମ ବଡ଼ନଗରରେ ହୋଇଛି, ଆଉ ମୁଁ ହେଉଛି କାଶୀର ସାଂସଦ, ଏବଂ ସେଠାରେ ସାରନାଥ ମଧ୍ୟ ରହିଛି ।

ସାଥୀଗଣ,

ବିଶ୍ୱ ବୌଦ୍ଧ ସମ୍ମିଳନୀର ଆୟୋଜନ ଏଭଳି ଏକ ସମୟରେ ହେଉଛି ଯେତେବେଳେ ଭାରତ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରିଛି, ଭାରତ ନିଜ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏହି ଅମୃତକାଳରେ ଭାରତ ପାଖରେ ନିଜ ଭବିଷ୍ୟତ ପାଇଁ ବିଶାଳ ଲକ୍ଷ୍ୟ ମଧ୍ୟ ରହିଛି, ଆଉ ବୈଶ୍ୱିକ କଲ୍ୟାଣ ପାଇଁ ନୂତନ ସଂକଳ୍ପ ମଧ୍ୟ ରହିଛି । ଭାରତ ଆଜି ଅନେକ ବିଷୟଗୁଡ଼ିକ ଉପରେ ବିଶ୍ୱରେ ନୂତନ ଶୁଭାରମ୍ଭ କରିଛି । ଆଉ ଏଥିରେ ଆମର ବହୁତ ବଡ଼ ପ୍ରେରଣା ହିଁ ହେଉଛନ୍ତି ଭଗବାନ ବୁଦ୍ଧ ।

 

ସାଥୀଗଣ,

ଆପଣମାନେ ସମସ୍ତେ ପରିଚିତ ଅଛନ୍ତି ଯେ ବୁଦ୍ଧଙ୍କ ମାର୍ଗ ହେଉଛି- ପରିୟକ୍ତି, ପଟିପତି ଏବଂ ପଟିୱେଧ । ଅର୍ଥାତ, ଥିଓରୀ, ଅଭ୍ୟାସ ଏବଂ ଅନୁଭବ । ବିଗତ 9 ବର୍ଷରେ ଭାରତ ଏହି ତିନୋଟି ବିନ୍ଦୁ ଆଧାରରେ ହିଁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆମେ ଭଗବାନ ବୁଦ୍ଧଙ୍କ ମୂଲ୍ୟବୋଧର ନିରନ୍ତର ପ୍ରସାର କରିଛୁ । ଆମେ ବୁଦ୍ଧଙ୍କ ଶିକ୍ଷାକୁ ଜନ- ଜନ ପର୍ଯ୍ୟନ୍ତ ପହଂଚାଇବା ପାଇଁ ଏକ ସମର୍ପଣ ଭାବର ସହିତ କାର୍ଯ୍ୟ କରିଛୁ ।

ଭାରତ ଏବଂ ନେପାଳରେ ବୁଦ୍ଧ ସର୍କିଟର ବିକାଶ ହେଉ, ସାରନାଥ ଏବଂ କୁଶୀନଗର ଭଳି ତୀର୍ଥସ୍ଥାନର କାୟାକଳ୍ପର ପ୍ରସାର ହେଉ, କୁଶୀନଗର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ହେଉ, ଲୁମ୍ବିନୀରେ ଭାରତ ଏବଂ ଆଇବିସିର ସହଯୋଗରେ ଭାରତ ଅନ୍ତରାଷ୍ଟ୍ରୀୟ ବୁଦ୍ଧ ସଂସ୍କୃତି ଏବଂ ଐତିହ୍ୟ କେନ୍ଦ୍ରର ନିର୍ମାଣ ହେଉ, ଭାରତର ଏଭଳି ପ୍ରତ୍ୟେକ କାର୍ଯ୍ୟରେ ‘ପଟୀପତି’ର ପ୍ରେରଣା ସାମିଲ ହୋଇଛି । ଏହା ହେଉଛି ଭଗବାନ ବୁଦ୍ଧଙ୍କ ଶିକ୍ଷାର ପଟିୱେଧ ଯାହା ଭାରତ ବିଶ୍ୱର ପ୍ରତ୍ୟେକ ମାନବଙ୍କ ଦୁଃଖକୁ ନିଜର ଦୁଃଖ ଭାବେ ହୃଦୟଙ୍ଗମ କରୁଛି । ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଶାନ୍ତି ମିଶନ ହେଉ, କିମ୍ବା ତୁର୍କୀରେ ଭୂମିକମ୍ପ ଭଳି ପ୍ରକୃତିକ ବିପର୍ଯ୍ୟୟ ହେଉ, ଭାରତ ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟ ଲଗାଇ, ପ୍ରତ୍ୟେକ ସଙ୍କଟ ସମୟରେ ମାନବତାର ସହିତ ଠିଆ ହୋଇଛି, ‘ମମ ଭାବ’ ସହିତ ଠିଆ ହୋଇଥାଏ । ଆଜି ଭାରତର 144 କୋଟି ଲୋକଙ୍କର ଏହି ଭାବନାକୁ ବିଶ୍ୱ ଦେଖୁଛି, ବୁଝୁଛି ଆଉ ସ୍ୱୀକାର ମଧ୍ୟ କରୁଛି । ଆଉ ମୁଁ ସ୍ୱୀକାର କରୁଛି ଯେ ଅନ୍ତରାଷ୍ଟ୍ରୀୟ ବୁଦ୍ଧ ମହାସଙ୍ଘର ଏହି ମଂଚ ଏହି ଭାବନାକୁ ନୂଆ ବିସ୍ତାର ଦେଉଛି । ଏହା ଆମ ସମସ୍ତଙ୍କ ସମ ଚିନ୍ତାଧାରା ଏବଂ ସମ ହୃଦୟବାନ ଦେଶକୁ ଗୋଟିଏ ପରିବାର ରୂପେ ବୁଦ୍ଧଧମ୍ମ ଏବଂ ଶାନ୍ତିର ବିସ୍ତାରକୁ ନୂତନ ଅବସର ଦେବ । ବର୍ତମାନର ଆହ୍ୱାନକୁ ଆମେ କିଭଳି ଭାବେ ମୁକାବିଲା କରୁଛେ, ଏହା ଉପରେ ଚର୍ଚ୍ଚା ନିଜକୁ ନିଜ ମଧ୍ୟରେ ନା କେବଳ ପ୍ରସଙ୍ଗିକ ଅଛି ବରଂ ବିଶ୍ୱ ପାଇଁ ଏଥିରେ ଆଶାର କିରଣ ମଧ୍ୟ ସମାହିତ ହୋଇ ରହିଛି ।

 

ଆମକୁ ସ୍ମରଣ ରଖିବାକୁ ହେବ ଯେ ସମସ୍ୟା ଗୁଡ଼ିକର ସମାଧାନର ଯାତ୍ରା ହିଁ ହେଉଛି ବୁଦ୍ଧଙ୍କ ଯାତ୍ରା । ବୁଦ୍ଧ ଏଥିପାଇଁ ରାଜପ୍ରସାଦକୁ ଛାଡ଼ି ନ ଥିଲେ, କାରଣ ତାଙ୍କୁ କୌଣସି କଷ୍ଟ ଥିଲା । ବୁଦ୍ଧ ମହଲ, ରାଜକୀୟ ଥାଟପାଟ ଏଥିପାଇଁ ଛାଡ଼ିଥିଲେ, କାରଣ ତାଙ୍କ ପାଇଁ ଉପଲବ୍ଧ ସବୁ ପ୍ରକାରର ସୁଖ ସୁବିଧା ପରେ ମଧ୍ୟ ଅନ୍ୟମାନଙ୍କ ଜୀବନରେ ଦୁଃଖ ଥିଲା । ଯଦି ଆମକୁ ବିଶ୍ୱକୁ ସୁଖୀ କରିବାକୁ ଅଛି, ତେବେ ସ୍ୱ- ରୁ ବାହାରି ସଂସାର, ସଂକୁଚିତ ଚିନ୍ତାଧାରାକୁ ତ୍ୟାଗ କରି, ସମଗ୍ରତାର ଏହି ବୁଦ୍ଧମନ୍ତ୍ର ହିଁ ହେଉଛି ଏକମାତ୍ର ପଥ । ଆମକୁ ଆମର ଆଖପାଖରେ ଗରିବୀ ସହିତ ସଂଘର୍ଷ କରୁଥିବା ଲୋକଙ୍କ ବିଷୟରେ ଚିନ୍ତା କରିବାକୁ ହିଁ ହେବ । ଆମକୁ ସଂସାଧନର ଅଭାବରେ ଫସି ରହିଥିବା ଦେଶଗୁଡ଼ିକ ବିଷୟରେ ମଧ୍ୟ ଚିନ୍ତା କରିବାକୁ ହେବ । ଏକ ଉନ୍ନତ ଏବଂ ସ୍ଥିର ବିଶ୍ୱର ସ୍ଥାପନ ପାଇଁ ଏହା ହିଁ ହେଉଛି ଏକମାତ୍ର ମାର୍ଗ, ଏହା ହେଉଛି ଆବଶ୍ୟକ । ଆଜି ଏହା ସମୟର ଆବଶ୍ୟକତା ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ, ପ୍ରତ୍ୟେକ ରାଷ୍ଟ୍ରର ପ୍ରାଥମିକତା, ନିଜ ଦେଶର ହିତ ସହିତ ହିଁ, ବିଶ୍ୱର ମଧ୍ୟ ହିତ ହେଉ, ‘ବୈଶ୍ୱିକ ବିଶ୍ୱ ସ୍ୱାର୍ଥ’ ମଧ୍ୟ ହାସଲ ହେଉ ।

ସାଥୀଗଣ,

ଏହି କଥା ସର୍ବସ୍ୱୀକାର୍ଯ୍ୟ ଯେ ଆଜିର ଏହି ସମୟ ହେଉଛି ଏହି ଶତାବ୍ଦୀର ସବୁଠାରୁ ଆହ୍ୱାନପୂର୍ଣ୍ଣ ସମୟ । ଆଜି ଗୋଟିଏ ପଟେ, ମାସ- ମାସ ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲୁ ରହିଛି, ତେବେ ଅନ୍ୟପଟେ ବିଶ୍ୱ ଆର୍ଥିକ ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି । ଆତଙ୍କବାଦ ଏବଂ ଧାର୍ମିକ ଉନ୍ମାଦନା ଭଳି ବିପଦ ମାନବତାର ଆତ୍ମା ଉପରେ ପ୍ରହାର କରି ଚାଲିଛି । ଜଳବାୟୁ ପରିବର୍ତନ ଭଳି ଆହ୍ୱାନ ସମଗ୍ର ମାନବତାର ଅସ୍ତିତ୍ୱ ଉପରେ ବିପଦ ହୋଇ ଘୁରି ବୁଲୁଛି । ଗ୍ଲେସିୟର୍ସ ତରଳୁଛି, ପରିବେଶ ନଷ୍ଟ ହେଉଛି, ପ୍ରଜାତିଗୁଡ଼ିକ ବିଲୁପ୍ତ ହେଉଛନ୍ତି । କିନ୍ତୁ ଏହିସବୁ ମଧ୍ୟରେ ଆମଭଳି, ଆପଣଙ୍କ ଭଳି କୋଟି କୋଟି ଲୋକ ମଧ୍ୟ ଯେଉଁ ବୁଦ୍ଧଙ୍କ ଉପରେ ଆସ୍ଥା ରଖିଛୁ, ଜୀବମାତ୍ର କଲ୍ୟାଣରେ ବିଶ୍ୱାସ ରଖୁଛୁ, ଏହା ଆଶା ଯେ, ଏହା ବିଶ୍ୱାସ ଯେ, ଏହା ହେଉଛି ଏହି ଧରଣୀର ସବୁଠାରୁ ବଡ଼ ଶକ୍ତି । ଯେତେବେଳେ ଏହି ଆଶା ଓ ବିଶ୍ୱାସ ଏକାଠି ହୋଇଯିବ, ସେତେବେଳେ ବୁଦ୍ଧଙ୍କ ଧମ୍ମ, ବିଶ୍ୱର ଧାରଣା ପାଲଟି ଯିବ, ବୁଦ୍ଧଙ୍କ ବୋଧ ମାନବତାର ବିଶ୍ୱାସ ପାଲଟିଯିବ ।

ସାଥୀଗଣ,

ଆଧୁନିକ ବିଶ୍ୱର ଏଭଳି କୌଣସି ସମସ୍ୟା ନାହିଁ, ଯାହାର ସମାଧାନ ଶହ- ଶହ ବର୍ଷ ପୂର୍ବେ ବୁଦ୍ଧଙ୍କ ଉପଦେଶ ମାଧ୍ୟମରେ ଆମକୁ ପ୍ରାପ୍ତ ହୋଇ ନ ଥିବ, ଆଜି ବିଶ୍ୱ ଯେଉଁ ଯୁଦ୍ଧ ଏବଂ ଅଶାନ୍ତିରେ ପୀଡ଼ିତ ଅଛି, ବୁଦ୍ଧ ଶତାବ୍ଦୀ- ଶତାବ୍ଦୀ ପୂର୍ବେ ଏହାର ସମାଧାନ ଦେଇଥିଲେ । ବୁଦ୍ଧ କହିଥିଲେ- ଜୟନ୍ ବେରନ୍ ପସବତୀ, ଦୁଃଖନ୍ ସେତି ପରାଜିତୋ, ଉପସନ୍ତୋ ସୁଖନ୍ ସେତି, ହିତ୍ୱ ଜୟ ପରାଜୟଃ ଅର୍ଥାତ, ଜୀବ ଶତ୍ରୁତାକୁ ଜନ୍ମ ଦେଇଥାଏ, ଆଉ ହାରି ଯାଇଥିବା ବ୍ୟକ୍ତି ମଧ୍ୟ ଦୁଃଖର ନିଦ ଶୋଇଥାଏ । ଏଥିପାଇଁ, ହାର-ଜିତ୍‌, ଲଢ଼େଇ-ଝଗଡ଼ା, ଏହାକୁ ଛାଡ଼ି ହିଁ ଆମେ ସୁଖୀ ହୋଇ ପାରିବା । ଭଗବାନ ବୁଦ୍ଧ ଯୁଦ୍ଧରୁ ବାହାରି ଆସିବାର ରାସ୍ତା ମଧ୍ୟ ବତାଇଛନ୍ତି । ଭଗବାନ ବୁଦ୍ଧ କହିଛନ୍ତି- ନହିଁ ବେରେନ୍ ବେରାନୀ, ସମ୍ମନ ତୀଧ ଉଦାଚନ୍‌, ଅବେରେନ ଚ ସମ୍ମନ୍ତି, ଏସ ଧମ୍ମୋ ସନ୍ନତନୋ । ଅର୍ଥାତ, ଶତ୍ରୁତା ଦ୍ୱାରା... ବହୁତ କମ୍ ଶବ୍ଦରେ କଥା କହିଛନ୍ତି, ଶତ୍ରୁତା ଆଚରଣ ଦ୍ୱାରା ଶତ୍ରୁ ଶାନ୍ତ ହୋଇ ନଥାଏ । ଶତ୍ରୁ, ବିନା ଶତ୍ରୁତା ଦ୍ୱାରା ଶାନ୍ତ ହୋଇଥାଏ । ଭଗବାନ ବୁଦ୍ଧଙ୍କ ବଚନ ହେଉଛି- ସୁଖା ସଙ୍ଘସସ ସାମଗଗୀ, ସମଗଗାନଂ ତପୋ ସୁଖୋ । ଅର୍ଥାତ ସଙ୍ଘ ମଧ୍ୟରେ ଏକତାରେ ହିଁ ସୁଖ ସମାହିତ ଅଛି । ସମସ୍ତ ଲୋକଙ୍କ ସହିତ ମିଳିମିଶି ରହିବା ହିଁ ହେଉଛି ସୁଖ ।

 

ସାଥୀଗଣ,

ଆମେ ଦେଖୁଛେ, ଆଜି ନିଜ ବିଚାରରେ, ନିଜ ଆସ୍ଥାକୁ ଅନ୍ୟମାନଙ୍କ ଉପରେ ଲଦି ଦେବାର ଚିନ୍ତାଧାରା ବିଶ୍ୱ ପାଇଁ ବହୁତ ବଡ଼ ସଙ୍କଟ ପାଲଟି ଯାଉଛି । କିନ୍ତୁ ଭଗବାନ ବୁଦ୍ଧ କହିଥିଲେ, ଭଗବାନ ବୁଦ୍ଧ କହିଥିଲେ- ଅତାନ ମେବ ପଠନମ୍‌, ପତି ରୂପେ ନିବେସୟେ ଅର୍ଥାତ, ପ୍ରଥମେ ନିଜେ ସ୍ୱୟଂ ଏଭଳି ଆଚରଣ କରିବା ଆବଶ୍ୟକ, ପରେ ଅନ୍ୟକୁ ଉପଦେଶ ଦେବା ଉଚିତ । ଆଧୁନିକ ଯୁଗରେ ଆମେ ଦେଖୁଛେ ଯେ ସେ ଗାନ୍ଧିଜୀ ହୁଅନ୍ତୁ ଅବା ପୁଣି ବିଶ୍ୱର ଅନେକ ନେତୃତ୍ୱ, ସେମାନେ ଏହି ସୂତ୍ରରୁ ପ୍ରେରଣା ପାଇଥିଲେ । କିନ୍ତୁ ଆମକୁ ମନେ ରଖିବାକୁ ହେବ, ବୁଦ୍ଧ କେବଳ ଏତିକି ଉପରେ ଅଟକି ଯାଇ ନ ଥିଲେ । ସେ ଆଉ ଏକ ପାଦ ଆଗକୁ ବଢ଼ି କହିଥିଲେ- ଅପ୍ପ ଦୀପୋ ଭବଃ ଅର୍ଥାତ ଏହି ଯେଉଁ ଆଗକୁ ବାକ୍ୟ ଅଛି ତାହା ହିଁ ତ ହେଉଛି ସବୁଠାରୁ ବଡ଼ ଆଧାର- ଅପ୍ପ ଦୀପୋ ଭବଃ ଅର୍ଥାତ ସ୍ୱୟଂ ନିଜର ଆଲୋକ ହୁଅ । ଆଜି ଅନେକ ପ୍ରଶ୍ନର ଉତର ଭଗବାନ ବୁଦ୍ଧଙ୍କର ଏହି ଉପଦେଶରେ ହିଁ ସମାହିତ ହୋଇଛି । ଏଥିପାଇଁ କିଛି ବର୍ଷ ପୂର୍ବେ ମିଳିତ ଜାତିସଙ୍ଘରେ ମୁଁ ଗର୍ବର ସହିତ କହିଥିଲି ଯେ ଭାରତ ବିଶ୍ୱକୁ ଯୁଦ୍ଧ ନୁହେଁ ବୁଦ୍ଧ ଦେଇଛି । ଯେଉଁଠାରେ ବୁଦ୍ଧଙ୍କର କରୁଣା ରହିଛି, ସେଠାରେ ସଂଘର୍ଷ ନାହିଁ ସମନ୍ୱୟ ରହିଥାଏ, ଅଶାନ୍ତି ନୁହେଁ ଶାନ୍ତି ଥାଏ ।

ସାଥୀଗଣ,

ବୁଦ୍ଧଙ୍କ ମାର୍ଗ ହେଉଛି ଭବିଷ୍ୟତର ମାର୍ଗ, ହେଉଛି ନିରନ୍ତରତାର ମାର୍ଗ । ଯଦି ବିଶ୍ୱ, ଯୁଦ୍ଧରୁ ମିଳୁଥିବା ଶିକ୍ଷାକୁ ଗ୍ରହଣ କରିବ, ତେବେ ଜଳବାୟୁ ପରିବର୍ତନ ଭଳି ସଙ୍କଟ ମଧ୍ୟ ଆମ ସାମ୍ନାକୁ ଆସିବ ନାହିଁ । ଏହି ସଙ୍କଟ ଏଥିପାଇଁ ଆସିଲା, କାରଣ ବିଗତ ଶତାବ୍ଦୀରେ କିଛି ଦେଶ ଅନ୍ୟମାନଙ୍କ ବିଷୟରେ, ଆଗାମୀ ପିଢ଼ୀଙ୍କ ବିଷୟରେ ଚିନ୍ତା କରିବା ବନ୍ଦ କରିଦେଲେ । ଦଶକ- ଦଶକ ପର୍ଯ୍ୟନ୍ତ ସେମାନେ ଏହା ଚିନ୍ତା କରୁଥିଲେ ଯେ ପ୍ରକୃତି ସହିତ ଏଭଳି ଖେଳ ଖେଳିବାର ପ୍ରଭାବ ସେମାନଙ୍କ ଉପରେ ପଡ଼ିବ ନାହିଁ । ସେହି ଦେଶ ଏହାକୁ ଅନ୍ୟମାନଙ୍କ ଉପରେ ଲଦି ଚାଲିଥିଲେ । କିନ୍ତୁ ଭଗବାନ ବୁଦ୍ଧ ଧମ୍ମପଦରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେଭଳି ବୁନ୍ଦା ବୁନ୍ଦା ପାଣିରେ ମାଠିଆ ପୂର୍ଣ୍ଣ ହୋଇଥାଏ, ସେହିଭଳି କ୍ରମାଗତ ଭାବେ ହୋଇଥିବା ଭୁଲ ବିନାଶର କାରଣ ପାଲଟି ଯାଇଥାଏ । ମାନବତାକୁ ଏହିଭଳି ସତର୍କ କରିବା ପରେ ଭଗବାନ ବୁଦ୍ଧ ଏହା ମଧ୍ୟ କହିଛନ୍ତି ଯେ ଯଦି ଆମେ ତ୍ରୁଟିକୁ ସୁଧାରିବା, କ୍ରମାଗତ ଭାବେ ଭଲ କାମ କରିବା, ତେବେ ସମସ୍ୟା ଗୁଡ଼ିକର ସମାଧାନ ମଧ୍ୟ ମିଳିଥାଏ । ମାବ-ମଇଁଏଥ ପୁଣ୍ୟୟୀଅସ୍‌, ନ ମନ୍ ତନ୍ ଆଗ-ମିସସତି, ଉଦ-ବିନ୍ଦୁ-ନିପାତେନ, ଉଦ- କୁମ୍ଭୋପି ପୂରତି, ଧୀରୋ ପୂରତି ପୁଣ୍ୟୟୀଅସ୍‌, ଥୋକଂ ଥୋକମ୍ପି ଆଚିନନ୍ । ଅର୍ଥାତ, କୌଣସି କର୍ମର ଫଳ ମୋ ପାଖକୁ ଆସିବ ନାହିଁ, ଏହା ଚିନ୍ତାକରି ପୁଣ୍ୟକର୍ମର ଅବହେଳା କରନ୍ତୁ ନାହିଁ । ବୁନ୍ଦା ବୁନ୍ଦା ପାଣି ପଡ଼ିବା ଦ୍ୱାରା ମାଠିଆ ପୂର୍ଣ୍ଣ ହୋଇ ଯାଇଥାଏ । ସେହିଭଳି, କିଛି କିଛି ସଂଚୟ କରୁଥିବା ଧୀର ବ୍ୟକ୍ତି, ପୁଣ୍ୟରେ ଭରି ଯାଇଥାଏ ।

 

ସାଥୀଗଣ,

ପ୍ରତ୍ୟେକ ବ୍ୟକ୍ତିର ପ୍ରତ୍ୟେକ କାର୍ଯ୍ୟ କୌଣସି ନା କୌଣସି ରୂପରେ ଧରଣୀକୁ ପ୍ରଭାବିତ କରୁଛି । ଆମର ଜୀବନଶୈଳୀ ଯେପରି ହେଉ, ଆମେ ଯାହା ମଧ୍ୟ ପିନ୍ଧୁଛେ, ଆମେ ଯାହା ମଧ୍ୟ ଖାଉଛେ, ଆମେ ଯେଉଁଭଳି ସାଧନରେ ଯାତ୍ରା କରୁଛେ, ପ୍ରତ୍ୟେକ କଥାର ପ୍ରଭାବ କିଛି ନା କିଛି ନିଶ୍ଚିତ ଭାବେ ରହିଥାଏ, ନିଶ୍ଚିତ ଭାବେ ଫରକ ପଡ଼ିଥାଏ । ପ୍ରତ୍ୟେକ ବ୍ୟକ୍ତି ଜଳବାୟୁ ପରିବର୍ତନର ଆହ୍ୱାନର ମୁକାବିଲା ମଧ୍ୟ କରିଥାଏ । ଯଦି ଲୋକମାନେ ସଚେତନ ହୋଇ ନିଜ ଜୀବନ ଶୈଳୀରେ ପରିବର୍ତନ ଆଣିବେ, ତେବେ ଏହି ବଡ଼ ସମସ୍ୟାର ମଧ୍ୟ ମୁକାବିଲା କରାଯାଇ ପାରିବ ଆଉ ଏହା ହିଁ ତ ହେଉଛି ବୁଦ୍ଧଙ୍କ ମାର୍ଗ । ଏହି ଭାବନାକୁ ନେଇ ଭାରତ ମିଶନ ଲାଇଫର ଶୁଭାରମ୍ଭ କରିଛି । ପରିବେଶ ପାଇଁ ଜୀବନଶୈଳୀ ଏହି ମିଶନ ମଧ୍ୟ ବୁଦ୍ଧଙ୍କ ପ୍ରେରଣା ଦ୍ୱାରା ପ୍ରଭାବିତ ହୋଇଛି, ବୁଦ୍ଧଙ୍କ ଚିନ୍ତାଧାରାକୁ ଆଗକୁ ବଢ଼ାଉଛି ।

ସାଥୀଗଣ,

ଆଜି ବିଶ୍ୱ ପାଇଁ ଏହା ହେଉଛି ବହୁତ ଆବଶ୍ୟକ ଯେ, କୋରୀ ଭୌତିକତା ଏବଂ ସ୍ୱାର୍ଥର ପରିଭାଷାରୁ ବାହାରି ‘ଭବତୁ ସବ୍‌ବ ମଙ୍ଗଳମ୍‌’ ଏହି ଭାବନାକୁ ଅଭ୍ୟାସ କରନ୍ତୁ । ବୁଦ୍ଧଙ୍କୁ କେବଳ ପ୍ରତୀକ ଭାବେ ନୁହେଁ, ବରଂ ପ୍ରତିମିମ୍ବ ମଧ୍ୟ କରାଯାଉ, ତେବେ ‘ଭବତୁ ସବ୍‌ବ ମଙ୍ଗଳମ୍‌’ ସଙ୍କଳ୍ପ ଚରିତାର୍ଥ ହେବ । ଏଥିପାଇଁ, ଆମକୁ ବୁଦ୍ଧଙ୍କ ବଚନକୁ ମନେ ରଖିବାକୁ ହେବ- ‘ମା ନିବତ, ଅଭି-କ୍କମ’! ଅର୍ଥାତ ପଛକୁ ଫେରି ଚାହଁ ନାହିଁ ଆଗକୁ ମାଡିଚାଲ! ଆମକୁ ଆଗକୁ ବଢ଼ିବାର ଅଛି, ଆଉ କ୍ରମାଗତ ଭାବେ ଆଗକୁ ବଢ଼ି ଚାଲିବାର ଅଛି । ମୋର ବିଶ୍ୱାସ ଯେ, ଆମେ ସମସ୍ତେ ଏକାଠି ମିଳିମିଶି ନିଜ ସଂକଳ୍ପକୁ ସିଦ୍ଧି ପର୍ଯ୍ୟନ୍ତ ନେଇକରି ଯିବା । ଏହା ସହିତ, ଆପଣ ସମସ୍ତଙ୍କୁ ପୁଣିଥରେ ଆମର ନିମନ୍ତ୍ରଣ ରକ୍ଷାକରି ଏଠାକୁ ଆସିଥିବାରୁ କୃତଜ୍ଞତା ଜଣାଉଛି ଆଉ ଏହି ଦୁଇ ଦିବସୀୟ ବିଚାର ବିମର୍ଷ ଦ୍ୱାରା ମାନବତାକୁ ନୂତନ ଆଲୋକ ମିଳିବ, ନୂତନ ପ୍ରେରଣା ମିଳିବ, ନୂତନ ସାହସ ମିଳିବ, ନୂତନ ସାମର୍ଥ୍ୟ ମିଳିବ, ଏହି ଭାବନା ସହିତ ମୁଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା ଜଣାଉଛି ।

ନମୋ ବୁଦ୍ଧାୟ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s visit to Indonesia, Australia and New Zealand
July 03, 2026

At the invitation of the President of the Republic of Indonesia, H.E. Mr. Prabowo Subianto, Prime Minister Shri Narendra Modi will pay a visit to Indonesia from 6-8 July, 2026. This will be Prime Minister’s fourth visit to Indonesia and his first bilateral visit since the elevation of India-Indonesia ties to the level of Comprehensive Strategic Partnership in May 2018. During the visit, Prime Minister will hold bilateral discussions with President Prabowo and review the progress made in the partnership. In Jakarta, Prime Minister will address a large gathering of the Indian Diaspora. India and Indonesia share historical and warm people-to-people ties. In keeping with these special bonds, Prime Minister will visit the Prambanan Temple complex at Yogyakarta, a prominent UNESCO world heritage site in Indonesia.

From Indonesia, at the invitation of the Prime Minister of Australia, the Honourable Anthony Albanese MP, Prime Minister will travel to Melbourne from 8-10 July, 2026. In Melbourne, Prime Minister will hold bilateral discussions with Prime Minister Albanese. He will also call on the Governor General of Australia, the Honourable Ms Sam Mostyn AC. During his visit, Prime Minister will also participate in the India-Australia CEOs Forum, where he will address a gathering of top business leaders from both countries. Prime Minister will also address a large gathering of the Indian Diaspora, who constitute a strong pillar of the India-Australia relationship.

From Melbourne, at the invitation of the Prime Minister of New Zealand, Rt Honourable Christopher Luxon, Prime Minister will travel to Auckland for a state visit from 10-11 July, 2026. This will be the first state visit of an Indian Prime Minister to New Zealand in four decades. In Auckland, Prime Minister will hold bilateral discussions with Prime Minister Luxon and review the entire gamut of the bilateral relationship, which has seen significant progress in the last two years, especially in the areas of trade and commerce and defence. While in Auckland, Prime Minister will also interact with prominent business and sports personalities. In a reflection of the strong people-to-people ties that exist between India and New Zealand, Prime Minister will address a large gathering of the Indian Diaspora during the visit.