“୨୦୪୭ ବିକଶିତ ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ଦେଶ ଚଳିତ ବର୍ଷର ବଜେଟକୁ ଶୁଭ ବିବେଚନା କରୁଛି”
“ମହିଳା ନେତୃତ୍ୱାଧୀନ ବିକାଶକୁ ଚଳିତ ବର୍ଷର ବଜେଟ ନୂତନ ଗତି ପ୍ରଦାନ କରିବ”
“ମହିଳା ସଶକ୍ତିକରଣ ଉଦ୍ୟମର ଫଳାଫଳ ବେଶ ଆଖିଦୃଶିଆ ଓ ଆମେ ଦେଶର ସାମାଜିକ ଜୀବନରେ ଏକ ବୈପ୍ଳବିକ ପରିବର୍ତ୍ତନ ଅନୁଭବ କରୁଛୁ”
“ବିଜ୍ଞାନ, ପ୍ରଯୁକ୍ତି, ଯାନ୍ତ୍ରିକ ବିଦ୍ୟା ଓ ଗଣିତରେ ଦେଶର ମହିଳାଙ୍କ ଉପସ୍ଥାନ ଶତକଡ଼ା ୪୩ ଭାଗ ଯାହାକି ଆମେରିକା, ଯୁକ୍ତରାଜ୍ୟ ଓ ଜର୍ମାନୀ ଭଳି ଦେଶଙ୍କ ତୁଳନାରେ ମଧ୍ୟ ଅଧିକ”
“ପରିବାରର ଆର୍ଥିକ ନିଷ୍ପତ୍ତିରେ ମହିଳାଙ୍କ ନୂତନ ସ୍ୱର ପିଏମ ଆବାସ ଯୋଗୁ ବେଶ ଦୃଢ଼ ହୋଇଛି”
“ଗତ ନଅ ବର୍ଷ ମଧ୍ୟରେ ସାତ କୋଟିରୁ ଅଧିକ ମହିଳା ସ୍ୱୟଂସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି”
“ମହିଳାମାନଙ୍କ ସମ୍ମାନ ଓ ସମାନତା ଜ୍ଞାନର ସ୍ତରକୁ ଉନ୍ନୀତ କରି ଭାରତ ଆଗକୁ ବଢ଼ିପାରିବ”
“ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମହିଳା ଦିବସ ପ୍ରବନ୍ଧରୁ ଉଦ୍ଦୃତ କରି ସେ ତାଙ୍କ ବକ୍ତବ୍ୟ ସମାପନ କରିଥିଲ”

ନମସ୍କାର,

ଆମ ସମସ୍ତଙ୍କ ପାଇଁ ଏହା ଖୁସିର କଥା ଯେ ଚଳିତ ବର୍ଷ ବଜେଟରେ ଦେଶକୁ  2047 ପର୍ଯ୍ୟନ୍ତ, ବିକଶିତ ଭାରତ କରିବା ଲକ୍ଷ୍ୟ ପୂରଣ ପାଇଁ ଏକ ଶୁଭାରମ୍ଭ ଭାବେ ଦେଖାଯାଉଛି । ବଜେଟକୁ ଭବିଷ୍ୟତର ଅମୃତକାଳର ଦୃଷ୍ଟିରେ ଦେଖିବା ପାଇଁ ପରୀକ୍ଷା ନିରୀକ୍ଷା କରାଯାଇଛି । ଏହା ହେଉଛି ଦେଶ ପାଇଁ ଶୁଭ ସଂକେତ ଯେ ଦେଶର ନାଗରିକ ମଧ୍ୟ ଆଗାମୀ 25 ବର୍ଷକୁ, ଏହି ଲକ୍ଷ୍ୟ ସହିତ ଯୋଡି ଦେଖୁଛନ୍ତି ।

ସାଥୀଗଣ,

ବିଗତ 9 ବର୍ଷରେ ଦେଶ ମହିଳାଙ୍କ ନେତୃତ୍ୱରେ ବିକାଶର ଦୃଷ୍ଟିଭଙ୍ଗୀକୁ ନେଇ ଆଗକୁ ବଢୁଛି । ଭାରତ ନିଜର ବିଗତ ବର୍ଷର ଅନୁଭବକୁ ଦେଖି, ମହିଳାଙ୍କ ବିକାଶରୁ ମହିଳାଙ୍କ ନେତୃତ୍ୱରେ ବିକାଶର ପ୍ରୟାସକୁ ମଧ୍ୟ ବୈଶ୍ୱିକ ମଂଚକୁ ନେଇଯିବାର ପ୍ରୟାସ କରିଛି । ଚଳିତ ଥର ଭାରତର ଅଧ୍ୟକ୍ଷତାରେ ହେଉଥିବା G-20ର ବୈଠକରେ ମଧ୍ୟ ଏହି ବଷୟ ପ୍ରମୁଖତାର ସହ ଛାଇ ହୋଇ ରହିଛି । ଚଳିତ ବର୍ଷର ବଜେଟ ମଧ୍ୟ ମହିଳାଙ୍କ ନେତୃତ୍ୱରେ ବିକାଶର ଏହି ପ୍ରୟାସକୁ ନୂତନ ଗତି ଦେବ, ଆଉ ଏଥିରେ ଆପଣ ସମସ୍ତଙ୍କର ବଡ଼ ଭୂମିକା ରହିଛି । ମୁଁ ଏହି ବଜେଟ ୱେବିନାରକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ।

ସାଥୀଗଣ,

ନାରୀଶକ୍ତିର ସଂକଳ୍ପ ଶକ୍ତି, ଇଚ୍ଛା ଶକ୍ତି, ତାଙ୍କର କଳ୍ପନା ଶକ୍ତି, ତାଙ୍କର ନିଷ୍ପତି ନେବା ଭଳି ଶକ୍ତି, ତ୍ୱରିତ ନିଷ୍ପତି ନେବାଭଳି ତାଙ୍କର ସାମର୍ଥ୍ୟ, ନିର୍ଦ୍ଧାରିତ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ସେମାନଙ୍କର ତପସ୍ୟା, ସେମାନଙ୍କର ପରିଶ୍ରମର ପରାକାଷ୍ଠା, ଏହା ହେଉଛି ଆମର ମାତୃଶକ୍ତିର ପରିଚୟ, ଏହା ହେଉଛି ଏକ ପ୍ରତିବିମ୍ବ । ଯେତେବେଳେ ଆମେ ମହିଳାମାନଙ୍କ ନେତୃତ୍ୱରେ ବିକାଶର କଥା କହୁଛୁ ସେତେବେଳେ ଏହି ଶକ୍ତିଗୁଡିକ ହେଉଛି ତାହାର ଆଧାର । ମାଆ ଭାରତୀର ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବାରେ, ନାରୀଶକ୍ତିର ଏହି ସାମର୍ଥ୍ୟ ହେଉଛି ଭାରତର ଅନମୋଲ ଶକ୍ତି । ଏହି ଶକ୍ତି ସମୂହ ଚଳିତ ଶତାବ୍ଦୀରେ ଭାରତର ମାପ ଓ ଗତିକୁ ବୃଦ୍ଧି କରିବାରେ ବହୁତ ବଡ଼ ଭୂମିକା ତୁଲାଉଛି ।

ସାଥୀଗଣ,

ଆଜି ଆମେ ଭାରତର ସାମାଜିକ ଜୀବନରେ ବହୁତ ବଡ଼ ବୈପ୍ଳବିକ ପରିବର୍ତନ ଅନୁଭବ କରୁଛୁ । ବିଗତ କିଛି ବର୍ଷ ଗୁଡିକରେ ଭାରତ ଯେଭଳି ଭାବେ ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟ କରିଛି, ଆଜି ତାହାର ପରିଣାମ ଦୃଷ୍ଟି ଗୋଚର ହେବାରେ ଲାଗିଛି । ଆଜି ଆମେ ଦେଖୁଛୁ ଯେ ଭାରତରେ, ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବିଗତ 9-10 ବର୍ଷରେ ହାଇସ୍କୁଲ ଅବା ତା’ ଆଗକୁ ପାଠ ପଢୁଥିବା ଝିଅମାନଙ୍କ ସଂଖ୍ୟା ତିନିଗୁଣ ବୃଦ୍ଧି ପାଇଛି । ଭାରତରେ ବିଜ୍ଞାନ, ବୈଷୟିକ ଜ୍ଞାନ, ଇଞ୍ଜିନୟରିଂ ଏବଂ ଗଣିତରେ ଝିଅମାନଙ୍କର ପଞ୍ଜିକରଣ ଆଜି 43 ପ୍ରତିଶତ ପର୍ଯ୍ୟନ୍ତ ପହଂଚି ଯାଇଛି, ଆଉ ଏହି ସମୃଦ୍ଧ ଦେଶ, ବିକଶିତ ଦେଶ ଆମେରିକା ହେଉ, ୟୁକେ ହେଉ, ଜର୍ମାନୀ ହେଉ ଏହି ସବୁଠାରୁ ମଧ୍ୟ ହେଉଛି ଅଧିକ । ସେହିଭଳି, ଡାକ୍ତରୀ କ୍ଷେତ୍ର ହେଉ ଅବା ଖେଳ ପଡିଆ ହେଉ, ବ୍ୟବସାୟ ହେଉ ଅବା ରାଜନୈତିକ କାର୍ଯ୍ୟକଳାପ ହେଉ, ଭାରତରେ ମହିଳାମାନଙ୍କର କେବଳ ଭାଗିଦାରୀ ବଢି ନାହିଁ, ବରଂ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ଆସି ନେତୃତ୍ୱ ନେଉଛନ୍ତି । ଆଜି ଭାରତରେ ଏଭଳି ଅନେକ କ୍ଷେତ୍ର ରହିଛି ଯେଉଁଥିରେ ମହିଳାଶକ୍ତିର ସାମର୍ଥ୍ୟ ଦୃଷ୍ଟିଗୋଚର ହେଉଛି । ଯେଉଁ କୋଟି- କୋଟି ଲୋକଙ୍କୁ ମୁଦ୍ରା ଋଣ ଦିଆଯାଇଛି, ସେମାନଙ୍କ ମଧ୍ୟରୁ ପ୍ରାୟ 70 ପ୍ରତିଶତ ହିତାଧିକାରୀ ହେଉଛନ୍ତି ଦେଶର ମହିଳାମାନେ । ଏହି କୋଟି-କୋଟି ମହିଳାମାନେ କେବଳ ନିଜ ପରିବାରର ଆୟ ବୃଦ୍ଧି କରୁ ନାହାନ୍ତି, ବରଂ ଅର୍ଥବ୍ୟବସ୍ଥାର ନୂତନ ଦିଗ ମଧ୍ୟ ଉନ୍ମୁକ୍ତ କରୁଛନ୍ତି । ପିଏମ ସ୍ୱନିଧି ଯୋଜନା ମାଧ୍ୟମରେ ବିନା ଗ୍ୟାରେଂଟି ଆର୍ଥିକ ସହାୟତା ଦେବା ହେଉ, ପଶୁପାଳନକୁ ପ୍ରେତ୍ସୋହନ ଦେବା ହେଉ, ମତ୍ସ୍ୟ ପାଳନକୁ ପ୍ରେତ୍ସୋହନ ଦେବା ହେଉ, ଗ୍ରାମୋଦ୍ୟାଗକୁ ପ୍ରେତ୍ସୋହନ ଦେବା ହେଉ, ଏଫପିଓ ଗୁଡିକ ହେଉ, ଖେଳ- କୁଦ- ସ୍ପୋର୍ଟ୍ସ ହେଉ, ଏହି ସମସ୍ତକୁ ପ୍ରୋତ୍ସାହନ ଦିଆଯାଉଛି, ତାହାର ସର୍ବାଧିକ ଲାଭ ଏବଂ ଭଲରୁ ଅତି ଭଲ ପରିଣାମ ମହିଳାମାନଙ୍କ ଦ୍ୱାରା ଆସୁଛି । ଦେଶର ଅଧା ଜନସଂଖ୍ୟାର ସାମର୍ଥ୍ୟରେ ଆମେ କିଭଳି ଦେଶକୁ ଆଗକୁ ନେଇଯିବା, ଆମେ ନାରୀଶକ୍ତିର ସାମର୍ଥ୍ୟକୁ କିଭଳି ବୃଦ୍ଧି କରିବା, ଏହାର ପ୍ରତିବିମ୍ବ ଏଇ ବଜେଟରେ ମଧ୍ୟ ଦୃଷ୍ଟିଗୋଚର ହେଉଛି । ମହିଳା ସମ୍ମାନ ସଂଚୟ ସାର୍ଟିଫିକେଟ ଯୋଜନା, ଏହା ଅଧିନରେ ମହିଳାମାନଙ୍କୁ 7.5 ପ୍ରତିଶତ ହାରରେ ସୁଧ ଦିଆଯିବ । ଚଳିତ ଥର ବଜେଟରେ ପିଏମ୍ ଆବାସ ଯୋଜନା ପାଇଁ ପାଖାପାଖି 80 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ରାଶି, ଦେଶର ଲକ୍ଷ- ଲକ୍ଷ ମହିଳାମାନଙ୍କ ପାଇଁ ଗୃହ ନିର୍ମାଣ କାର୍ଯ୍ୟରେ ଆସିବ । ଭାରତରେ ବିଗତ ବର୍ଷମାନଙ୍କରେ ପିଏମ୍ ଆବାସ ଯୋଜନାରେ ଯେଉଁ 3 କୋଟିରୁ ଅଧିକ ଗୃହ ନିର୍ମାଣ ହୋଇଛି, ସେଥିମଧ୍ୟରୁ ଅଧିକାଂଶ ମହିଳାମାନଙ୍କ ନାମରେ ହିଁ ଅଛି । ଆପଣ କଳ୍ପନା କରିପାରିବେ ଯେ, ତାହା ମଧ୍ୟ ଏକ ସମୟ ଥିଲା ଯେତେବେଳେ ମହିଳାମାନଙ୍କ ପାଇଁ ନା କେବେ ଜମି ତାଙ୍କ ନାମରେ ହୋଉଥିଲା, ନା ଘରବାଡି ତାଙ୍କ ନାମରେ ହୋଉଥିଲା, ନା ଦୋକାନ ହେଉଥିଲା, ନା ଘର ହେଉଥିଲା । ଆଜି ଏହି ବ୍ୟବସ୍ଥାରେ ସେମାନଙ୍କୁ କେତେ ବଡ଼ ସହାୟତା ମିଳିଛି । ପିଏମ୍ ଆବାସ ମହିଳାମାନଙ୍କୁ ଘରର ଆର୍ଥିକ ନିଷ୍ପତି ନେବାରେ ଏକ ସ୍ୱର ପ୍ରଦାନ କରିଛି।

ସାଥୀଗଣ,

ଚଳିତ ବର୍ଷର ବଜେଟରେ ନୂତନ ୟୁନିକର୍ଣ୍ଣ ପ୍ରତିଷ୍ଠା କରିବା ପାଇଁ, ଏବେ ଆମେ ଷ୍ଟାର୍ଟଅପ୍ ଜଗତରେ ତ’ ୟୁନିକର୍ଣ୍ଣ ଶୁଣିଛେ, କିନ୍ତୁ କ’ଣ ସ୍ୱୟଂ ସହାୟକ ଗୋଷ୍ଠୀରେ ମଧ୍ୟ ଏହା ସମ୍ଭବ କି? ଏହି ବଜେଟ ସେହି ସ୍ୱପ୍ନକୁ ପୂରଣ କରିବା ଭଳି ଘୋଷଣାକୁ ନେଇ ଆସିଛି । ଦେଶର ଏହି ଦୃଷ୍ଟଭଙ୍ଗୀରେ କେତେ ବ୍ୟାପକତା ରହିଛି, ଏହା ଆପଣ ବିଗତ ବର୍ଷମାନଙ୍କର ଅଭିବୃଦ୍ଧିର  କାହାଣୀରୁ ଦେଖି ପାରିବେ । ଆଜି ଦେଶରେ ପାଂଚଟିରୁ ଗୋଟିଏ ଅଣ-ଫାର୍ମ ବ୍ୟବସାୟ ମହିଳାମାନେ ଚଳାଉଛନ୍ତି । ବିଗତ 9 ବର୍ଷରେ ସାତ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି, ଆଉ ସେମାନେ ଭିନ୍ନ- ଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏହି କୋଟି- କୋଟି ମହିଳା କେତେ ମୂଲ୍ୟବର୍ଦ୍ଧନ କରୁଛନ୍ତି ଆଉ ଏଥିରେ ବିନିଯୋଗ ହେଉଥିବା ପୁଞ୍ଜିର ଆବଶ୍ୟକତାକୁ ଲକ୍ଷ୍ୟ କରି ମଧ୍ୟ ଆପଣ ଏହାର ଅନୁମାନ ଲଗାଇ ପାରିବେ । ବିଗତ 9 ବର୍ଷରେ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ 6 ଲକ୍ଷ ପଚିଶ ହଜାର କୋଟି ଟଙ୍କାର ଋଣ ନେଇଛନ୍ତି । ଏହି ମହିଳାମାନେ କେବଳ ଛୋଟ- ଛୋଟ ଉଦ୍ୟୋଗୀ ହିଁ ନୁହଁନ୍ତି, ବରଂ ଏମାନେ ତୃଣମୂଳ ସ୍ତରରେ ସକ୍ଷମ ମାନବ ସମ୍ବଳର କାର୍ଯ୍ୟ ମଧ୍ୟ କରୁଛନ୍ତି । ବ୍ୟାଙ୍କ ସଖୀ, କୃଷି ସଖୀ, ପଶୁ ସଖୀ ଭାବେ ଏହି ମହିଳାମାନେ ଗାଁରେ ବିକାଶର ନୂତନ ମାର୍ଗ ପ୍ରସ୍ତୁତ କରୁଛନ୍ତି ।

ସାଥୀଗଣ,

ସମବାୟ କ୍ଷେତ୍ର, ସେଥିରେ ମଧ୍ୟ ମହିଳାମାନଙ୍କର ସର୍ବଦା ବଡ଼ ଭୂମିକା ରହି ଆସିଛି । ଆଜି ସମବାୟ କ୍ଷେତ୍ରରେ ଆମୂଳଚୂଳ ପରିବର୍ତନ ହେଉଛି । ଆଗାମୀ ବର୍ଷମାନଙ୍କରେ 2 ଲକ୍ଷରୁ ଅଧିକ ବହୁମୁଖୀ ସମବାୟ, ଦୁଗ୍ଧ ସମବାୟ ଏବଂ ମତ୍ସ୍ୟ ସମବାୟ ସମିତି ଗଠନ କରିବାକୁ ଯାଉଛନ୍ତି । 1 କୋଟି କୃଷକଙ୍କୁ ଜୈବିକ କୃଷି ଦ୍ୱାରା, ପ୍ରାକୃତିକ  କୃଷି ସହିତ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି । ଏଥିରେ ମହିଳା କୃଷକ ଏବଂ ଉତ୍ପାଦକ ଗୋଷ୍ଠୀର ବଡ଼ ଭୂମିକା ରହିପାରେ । ସାଂପ୍ରତିକ ସମୟରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ମିଲେଟସ୍ ଅର୍ଥାତ ଶ୍ରୀଅନ୍ନକୁ ନେଇ ସଚେତନତା ସୃଷ୍ଟି ହେଉଛି । ଏହାର ଚାହିଦା ବୃଦ୍ଧି ପାଉଛି । ଏହା ଭାରତ ପାଇଁ ହେଉଛି ଏକ ବଡ଼ ସୁଯୋଗ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକାକୁ ଆହୁରି ବୃଦ୍ଧି କରିବା ପାଇଁ ଆପଣମାନଙ୍କୁ କାର୍ଯ୍ୟ କରିବାକୁ ହେବ । ଆପଣମାନଙ୍କୁ ଆଉ ଗୋଟିଏ କଥା ମନେ ରଖିବାକୁ ହେବ । ଆମ ଦେଶରେ 1 କୋଟି ଆଦିବାସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛି । ସେମାନଙ୍କ ପାଖରେ ଆଦିବାସୀ ଅଂଚଳରେ ଉତ୍ପାଦିତ ହେଉଥିବା ଶ୍ରୀଅନ୍ନର ପାରମ୍ପରିକ ଅନୁଭବ ରହିଛି । ଆମକୁ ଶ୍ରୀଅନ୍ନର ବଜାର ବ୍ୟବସ୍ଥା ସହିତ ଏଥିରୁ ପ୍ରସ୍ତୁତ ପ୍ରକ୍ରିୟାକୃତ ଖାଦ୍ୟ ସହିତ ଜଡିତ ସୁଯୋଗକୁ ଅନୁଧ୍ୟାନ କରିବାକୁ ହେବ । ଅନେକ ସ୍ଥାନରେ ଲଘୁ ବନଜାତ ଦ୍ରବ୍ୟକୁ ଦୃଷ୍ଟି ଦେଇ ବଜାର ପର୍ଯ୍ୟନ୍ତ ଆଣିବା ପାଇଁ ସରକାରୀ ସଂସ୍ଥାକୁ ସହାୟତା କରୁଛନ୍ତି । ଆଜି ଏଭଳି କେତେଗୁଡ଼ିଏ ସ୍ୱୟଂ ସହାୟକ ଗୋଷ୍ଠୀ, ଅଗମ୍ୟ ଅଂଚଳରେ ସୃଷ୍ଟି ହୋଇଛନ୍ତି, ଆମକୁ ଏହାକୁ ଆହୁରି ବ୍ୟାପକ ସ୍ତର ପର୍ଯ୍ୟନ୍ତ ନେଇଯିବା ଉଚିତ ।

ସାଥୀଗଣ,

ଏଭଳି ସମସ୍ତ ପ୍ରାୟାସ ଦ୍ୱାରା ଯୁବକମାନଙ୍କ, ଝିଅମାନଙ୍କର ଦକ୍ଷତା ବିକାଶର ବହୁତ ବଡ଼ ଭୂମିକା ରହିଛି । ଏଥିରେ ବିଶ୍ୱକର୍ମା ଯୋଜନା ଏକ ବଡ଼ ସେତୁ ଭଳି କାର୍ଯ୍ୟ କରିବ । ଆମକୁ ବିଶ୍ୱକର୍ମା ଯୋଜନାରେ ମହିଳାମାନଙ୍କ ପାଇଁ ବିଶେଷ ସୁଯୋଗ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ାଇବାକୁ ହେବ । (ଜେଇଏମ୍‌) ଜେମ୍ ପୋର୍ଟାଲ ଏବଂ ଇ-ବାଣିଜ୍ୟ ମଧ୍ୟ ମହିଳାମାନଙ୍କର ବ୍ୟବସାୟକୁ ସମ୍ପ୍ରସାରଣ କରିବାର ବଡ଼ ମାଧ୍ୟମ ପାଲଟିଛି । ଆଜି ନୂତନ ଟେକ୍ନୋଲୋଜିର ଲାଭ ଅନେକ କ୍ଷେତ୍ର ନେଉଛନ୍ତି । ଆମକୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆ ଯାଉଥିବା ତାଲିମରେ ଅଧିକରୁ ଅଧିକ ନୂତନ ଟେକ୍ନୋଲୋଜିର ପ୍ରୟୋଗ ଉପରେ ଗୁରୁତ୍ୱ ଦେବା ଉଚିତ ।

ସାଥୀଗଣ,

ଦେଶ ଆଜି (‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ) ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସ’ର ଭାବନା ସହିତ ଆଗକୁ ବଢ଼ୁଛି । ଯେତେବେଳେ ଆମର ଝିଅମାନେ ସେନାରେ ଯୋଗ ଦେଇ ଦେଶର ସୁରକ୍ଷା କରୁଥିବା ଦେଖିବାକୁ ମିଳୁଛି, ରାଫେଲ ଉଡ଼ାଉଥିବା ଦେଖିବାକୁ ମିଳୁଛି, ସେତେବେଳେ ତାହା ସହିତ ଜଡ଼ିତ ଚିନ୍ତାଧାରା ମଧ୍ୟ ବଦଳିଥାଏ । ଯେତେବେଳେ ମହିଳାମାନେ ଉଦ୍ୟୋଗୀ ହେଉଛନ୍ତି, ନିଷ୍ପତି ନେଉଛନ୍ତି, ଆହ୍ୱାନର ମୁକାବିଲା କରୁଛନ୍ତି, ସେତେବେଳେ ତା’ସହିତ ଜଡ଼ିତ ଚିନ୍ତାଧାରା ମଧ୍ୟ ପରିବର୍ତିତ ହେଉଛି । ଏବେ କିଛି ଦିନ ପୂର୍ବେ ହିଁ ନାଗାଲାଣ୍ଡରେ ପ୍ରଥମ ଥର ଦୁଇ ଜଣ ମହିଳା ବିଧାୟକ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ମନ୍ତ୍ରୀ କରାଯାଇଛି । ମହିଳାମାନଙ୍କର ସମ୍ମାନ ବୃଦ୍ଧି କରି, ସମାନତାର ଭାବ ବୃଦ୍ଧି କରି ହିଁ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ି ପାରିବ । ମୁଁ ଆପଣ ସମସ୍ତଙ୍କୁ ଆହ୍ୱାନ କରିବି ଯେ, ଆପଣ ସମସ୍ତେ, ମହିଳାମାନଙ୍କ-ଭଉଣୀମାନଙ୍କ- ଝିଅମାନଙ୍କ ସାମ୍ନାରେ ଆସୁଥିବା ପ୍ରତିବନ୍ଧକକୁ ଦୂର କରିବାର ସଂକଳ୍ପର ସହିତ ଆଗକୁ ବଢନ୍ତୁ ।

ସାଥୀଗଣ,

8 ମାର୍ଚ୍ଚକୁ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାଶୟା ମହିଳା ସଶକ୍ତିକରଣ ବିଷୟରେ ଏକ ବହୁତ ଭାବବିହ୍ୱଳ ପ୍ରବନ୍ଧ ଲେଖିଥିଲେ । ଏହି ଲେଖାର ଶେଷରେ ରାଷ୍ଟ୍ରପତି ମୁର୍ମୁ ମହାଶୟା ଯେଉଁ ଭାବନା ବ୍ୟକ୍ତ କରିଛନ୍ତି ତାହା ସମସ୍ତଙ୍କୁ  ବୁଝିବା ଆବଶ୍ୟକ । ମୁଁ ସେହି ଲେଖାରୁ ତାଙ୍କୁ ଉଦ୍ଧୃତ କରୁଛି । ସେ କହିଛନ୍ତି- ‘ଆମ ସମସ୍ତଙ୍କର, ବରଂ ପ୍ରତ୍ୟେକ ବ୍ୟକ୍ତିର ଏହି ଦାୟିତ୍ୱ ରହିଛି ଯେ ଏହି ପ୍ରଗତିକୁ  ଦୃତ ଗତି ପ୍ରଦାନ କରାଯାଉ । ଏଥିପାଇଁ ଆଜି ମୁଁ ଆପଣ ସମସ୍ତଙ୍କୁ, ପ୍ରତ୍ୟେକ ବ୍ୟକ୍ତିଙ୍କୁ, ନିଜ ପରିବାର, ପାଖ- ପଡିଶା ଅଥବା କାର୍ଯ୍ୟସ୍ଥଳରେ ଏକ ପରିବର୍ତନ ଆଣିବା ପାଇଁ ନିଜକୁ ସମର୍ପିତ କରିବାର ଅନୁରୋଧ କରିବାକୁ ଚାହୁଁଛି । ଏପରି କୌଣସି ମଧ୍ୟ ପରିବର୍ତନ, ଯାହା କୌଣସି ଝିଅର ମୁହଁରେ ହସ ଫୁଟାଉ, ଏଭଳି କୌଣସି ପରିବର୍ତନ, ଯାହା ତାଙ୍କ ପାଇଁ ଜୀବନରେ ଆଗକୁ ବଢିବା ଲାଗି ସୁଯୋଗ ବୃଦ୍ଧି କରୁ । ଆପଣମାନଙ୍କୁ ମୋର ଅନୁରୋଧ, ଏହା ହୃଦୟର ଗଭୀରତାରୁ ବାହାରିଛି ।’ ମୁଁ ରାଷ୍ଟ୍ରପତି ମହାଶୟାଙ୍କ ଏହି ଶବ୍ଦଗୁଡିକ ସହିତ ମୋର  କଥା ସମାପ୍ତ କରୁଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia-Pacific's most AI-ready healthcare markets: Report

Media Coverage

India among Asia-Pacific's most AI-ready healthcare markets: Report
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.