ପାଖାପାଖି ୫୦୦୦ କୋଟି ଟଙ୍କାର ସାମଗ୍ରିକ କୃଷି ବିକାଶ କାର୍ଯ୍ୟକ୍ରମକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି
ସ୍ୱଦେଶ ଦର୍ଶନ ଓ ପ୍ରସାଦ ଯୋଜନାରେ ୧୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୨ଟି ପର୍ଯ୍ୟଟନ କ୍ଷେତ୍ରର ପ୍ରକଳ୍ପର ଲୋକାର୍ପଣ ଓ ଶୁଭାରମ୍ଭ କରିଛନ୍ତି
ଶ୍ରୀନଗରର 'ହଜରତବଲ ପୀଠର ସମନ୍ବିତ ବିକାଶ' ପାଇଁ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି
ଚ୍ୟାଲେଞ୍ଜ ଭିତ୍ତିକ ଗନ୍ତବ୍ୟ ସ୍ଥଳ ବିକାଶ ଯୋଜନାରେ ଚୟନ ହୋଇଥିବା ପର୍ଯ୍ୟଟନସ୍ଥଳୀ ଘୋଷଣା କରିଛନ୍ତି
'ଦେଖୋ ଅପନା ଦେଶ ପିପୁଲ୍ସ ଚଏସ୍ ୨୦୨୪' ଏବଂ 'ଚଲୋ ଇଣ୍ଡିଆ ଗ୍ଲୋବାଲ୍ ଡାୟସ୍ପୋରା ଅଭିଯାନ'ର ଶୁଭାରମ୍ଭ ଜାମ୍ମୁ - କାଶ୍ମୀରର ନୂତନ ସରକାରୀ ନିଯୁକ୍ତି ପାଇଁ ନିଯୁକ୍ତି ଆଦେଶ ବଣ୍ଟନ
ସ୍ନେହର ଏହି ଋଣ ପରିଶୋଧ କରିବା ପାଇଁ ମୋଦି କୌଣସି କସରତ କରିବା ଛାଡ଼ିବେ ନାହିଁ। ଆପଣଙ୍କ ହୃଦୟ ଜିତିବା ପାଇଁ ମୁଁ ଏତେ କଠିନ ପରିଶ୍ରମ କରୁଛି ଏବଂ ମୁଁ ବିଶ୍ୱାସ କରେ ଯେ ମୁଁ ସଠିକ୍ ମାର୍ଗରେ ଅଛି
ବିକାଶର ଶକ୍ତି, ପର୍ଯ୍ୟଟନର ସମ୍ଭାବନା, କୃଷକଙ୍କ ସାମର୍ଥ୍ୟ ଏବଂ ଜାମ୍ମୁ - କାଶ୍ମୀରର ଯୁବକମାନଙ୍କ ନେତୃତ୍ୱ ବିକଶିତ ଜାମ୍ମୁ କାଶ୍ମୀର ପାଇଁ ପଥ ପ୍ରଶସ୍ତ କରିବ
ଜାମ୍ମୁ କାଶ୍ମୀର କେବଳ ଏକ ସ୍ଥାନ ନୁହେଁ, ଜାମ୍ମୁ କାଶ୍ମୀର ଭାରତର ମଥା। ଆଉ ମୁଣ୍ଡ ଉଚ୍ଚା ହେବା ବିକାଶ ଓ ସମ୍ମାନର ପ୍ରତୀ
ଜାମ୍ମୁ ଓ କାଶ୍ମୀରର ପ୍ରାୟ ୧୦୦୦ ନୂତନ ସରକାରୀ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଆଦେଶ ବଣ୍ଟନ କରିବା ସହ ସଫଳତା ହାସଲ କରିଥିବା ମହିଳା, ଲକ୍ଷପତି ଦିଦି, କୃଷକ, ଉଦ୍ୟୋଗୀ ଇତ୍ୟାଦିଙ୍କ ସମେତ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ।
ପ୍ରଧାନମନ୍ତ୍ରୀ ତାଙ୍କ ବ୍ୟବସାୟିକ ଦକ୍ଷତା ଏବଂ ପୋଷଣ କାର୍ଯ୍ୟକୁ ଜାରି ରଖିବା ପାଇଁ ତାଙ୍କୁ ପ୍ରଶଂସା କରିଥିଲେ ।
ଗୁଣବତ୍ତାର ଯତ୍ନ ନେବା ସହ ପରିବେଶ ଅନୁକୂଳ ଢଙ୍ଗରେ ବ୍ୟବସାୟ କରୁଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ।
ତେଣୁ ବିକଶିତ ଜାମ୍ମୁ ଓ କାଶ୍ମୀର ବିକଶିତ ଭାରତର ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନାଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହଜୀ, ସଂସଦରେ ମୋର ସହଯୋଗୀ, ଏହି ମାଟିର ପୁତ୍ର ଗୁଲାମ ଅଲ୍ଲୀ ଜୀ ଏବଂ ଜମ୍ମୁ-କଶ୍ମୀରର ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ପ୍ରକୃତିର ଏହି ସ୍ୱର୍ଗକୁ ଆସିବାର ଏହି ଅନୁଭବ,ଏହି ଅନୁଭୂତି ଶବ୍ଦରୁ ଉର୍ଦ୍ଧ୍ୱରେ । ପ୍ରକୃତିର ଏହି ଅନୁପମ ସ୍ୱରୁପ ଏହି ପବନ, ଏହି ସୌନ୍ଦର୍ଯ୍ୟ ଓ ଏହି  ବାତାବରଣ ଏବଂ ତାହା ସହିତ ମୋର କାଶ୍ମୀର ଭାଇ ଓ ଭଉଣୀମାନଙ୍କର ଏତେ ଭଲ ପାଇବା !

ରାଜ୍ୟପାଳ ସାହେବ ଉଲ୍ଲେଖ କହୁଥିଲେ ଯେ ସମଗ୍ର ଜମ୍ମୁ-କଶ୍ମୀରର ଲୋକମାନେ ଷ୍ଟାଡିୟମ ବାହାରେ  ଉପସ୍ଥିତ ଅଛନ୍ତି । ୨୮୫ଟି ବ୍ଲକରୁ ପ୍ରାୟ ଏକ ଲକ୍ଷ ଲୋକ ଟେକ୍ନୋଲୋଜି ମାଧ୍ୟମରେ ଯୋଡି ହୋଇଛନ୍ତି । ଆଜି ମୁଁ ଜମ୍ମୁ-କଶ୍ମୀରବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ଏହା ହେଉଛି ନୂତନ ଜମ୍ମୁ-କଶ୍ମୀର ଯାହାକୁ ଆମେ ଦଶନ୍ଧି ଧରି ଉତ୍ସୁକତାର ସହ ଅପେକ୍ଷା ଥିଲା । ଏହା ହେଉଛି ନୂତନ ଜମ୍ମୁ-କଶ୍ମୀର ଯାହା ପାଇଁ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ନିଜ ଜୀବନବଳି ଦେଇଥିଲେ ।  ଏହି ନୂଆ ଜମ୍ମୁ-କଶ୍ମୀରର ଭବିଷ୍ୟତ ଉଜ୍ଜଳ ରହିଛି । ଏହି ନୂତନ ଜମ୍ମୁ  କଶ୍ମୀର ଆହ୍ୱାନର ମୁକାବିଲାକୁ ପାରି ହେବା ପାଇଁ ଆତ୍ମବିଶ୍ୱାସ ରଖିଛି । ଆପଣଙ୍କର ହସୁଥିବା ଚେହେରାକୁ ସମଗ୍ର ଦେଶ ଦେଖୁଛି ଏବଂ ଆଜି ୧୪୦ କୋଟି ଦେଶବାସୀ ଆଶ୍ୱସ୍ତି ଅନୁଭବ କରୁଛନ୍ତି ।

 

ସାଥିମାନେ,

ବର୍ତ୍ତମାନେ ମନୋଜ ସିହ୍ନାଜୀଙ୍କ ଭାଷଣ ଆମେ ସମସ୍ତେ ଶୁଣିଲେ । ସେ ଏତେ ସୁନ୍ଦର ଭାବରେ ବକ୍ତବ୍ୟ ରଖିଲେ, ବିକାଶ ପ୍ରସଙ୍ଗକୁ ଏତେ ବୁଝାଇଲେ ଯେ ବୋଧହୁଏ ତାଙ୍କ  ଭାଷଣ ପରେ କୌଣସି ଭାଷଣର ଆବଶ୍ୟକତା ନାହିଁ । କିନ୍ତୁ ଆପଣଙ୍କ ଭଲ ପାଇବା, ଆପଣମାନେ ଏଠାରେ ଏତେ ସଂଖ୍ୟାରେ ଆସିବା, ଲକ୍ଷ ଲକ୍ଷ ଲୋକମାନେ ଭଲପାଇବା,   ତେବେ ଏଠାରେ ଲକ୍ଷ ଲକ୍ଷ ଲୋକମାନେ ଯୋଡି ହେବା  ଆପଣଙ୍କର ଅତୁଳନୀୟ ଭଲପାଇବା ଏବଂ ଉପସ୍ଥିତି ମୋତେ ବହୁତ ଆନନ୍ଦ ଏବଂ କୃତଜ୍ଞତା କରି ମଧ୍ୟ ଦେଇଛି । ଭଲ ପାଇବାର ଏହି ଋଣ ପରିଶୋଧ କରିବାରେ ମୋଦି କୌଣସି ଅବେହଳା କରିବି ନାହିଁ । ୨୦୧୪ ପରଠାରୁ ଯେତେବେଳେ ମଧ୍ୟ ଆସିଛି ମୁୂଁ ଏହା କରିଛି, ମୁଁ ଏହି ପରିଶ୍ରମ  ଆପଣଙ୍କ ହୃଦୟ ଜିତିବା ପାଇଁ ମୁଁ କରୁଛି ଏବଂ ଦିନକୁ ଦିନ ମୁଁ ଦେଖୁଛି ଯେ ମୁଁ  ସେହି ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି କରୁଛି। ଏବଂ ଭବିଷ୍ୟତରେ ମଧ୍ୟ ଆପଣମାନଙ୍କ ହୃଦୟ ଜିତିବା ଦିଗରେ ମୁଁ ମୋର ପ୍ରୟାସ ଜାରି ରଖିବି । ଆଉ ଏହା ହେଉଛି 'ମୋଦିଙ୍କ ଗ୍ୟାରେଣ୍ଟି'! ଆଉ ଆପଣ ଜାଣନ୍ତି, ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ, ପ୍ରତିଶ୍ରୁତି ପୂରଣ କରିବାର ଗ୍ୟାରେଣ୍ଟି ।

ସାଥିମାନେ ,

ଏବେ କିଛି ଦିନ ପୂର୍ବରୁ  ମୁଁ ଜମ୍ମୁ ଆସିଥିଲି, ଯେଉଁଠାରେ ମୁଁ ୩୨ହଜାର କୋଟି ଟଙ୍କାର ଭିତ୍ତିଭୂମି ଏବଂ ଶିକ୍ଷା ସମ୍ବନ୍ଧୀୟ ପ୍ରକଳ୍ପର ଶୁଭାରମ୍ଭ କରିଥିଲି । ଏବଂ ଆଜି ଏତେ ଅଳ୍ପ ସମୟ ମଧ୍ୟରେ ମୁଁ ଶ୍ରୀନଗର ଆସି ରହି ଆପଣ ସମସ୍ତଙ୍କୁ ଭେଟିବାର ସୌଭାଗ୍ୟ ମିଳିଛି । ଆଜି ଏଠାରେ ମୁଁ ପର୍ଯ୍ୟଟନ ଏବଂ ବିକାଶ ସହିତ ଜଡିତ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଛି । ଏହା ବ୍ୟତୀତ କୃଷି କ୍ଷେତ୍ର ସହିତ ଜଡ଼ିତ ଯୋଜନାଗୁଡ଼ିକୁ କୃଷକମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ୧୦୦୦ ଜଣ ଯୁବକ ଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ମିଳିଛି । ବିକାଶର ଶକ୍ତି ......, ପର୍ଯ୍ୟଟନର ସମ୍ଭାବନା ....., ଆମ କୃଷକଙ୍କ ସାମର୍ଥ୍ୟ ଏବଂ ଜମ୍ମୁ-କଶ୍ମୀରର ଯୁବକମାନଙ୍କ ନେତୃତ୍ୱ ..... 'ବିକଶିତ ଜମ୍ମୁ-କଶ୍ମୀର' ନିର୍ମାଣରେ ରାସ୍ତ।। ଏଠାରୁ ବାହାରିବ । ଜମ୍ମୁ-କଶ୍ମୀର କେବଳ ଏକ ଭୌଗୋଳିକ ଅଞ୍ଚଳ ନୁହେଁ; ଏହା ଜାମ୍ମୁ କଶ୍ମୀର ଭାରତର ମସ୍ତକ , ଯାହା ଭାରତର ମର୍ଯ୍ୟାଦାର ପ୍ରତୀକ ଅଟେ । ଏବଂ ଉପରକୁ ଉଠୁଥିବା ମସ୍ତକ  ପ୍ରଗତି ଏବଂ ସମ୍ମାନର ପ୍ରତୀକ ହୋଇଥାଏ । ତେଣୁ  ବିକଶିତ ଜମ୍ମୁ-କଶ୍ମୀର  ବିକଶିତ ଭାରତର ପ୍ରାଥମିକତା ଅଟେ ।

 

ସାଥିମାନେ,

ଏକ ସମୟ ଥିଲା ଯେତେବେଳେ ଦେଶରେ  କୌଣସି ଆଇନ୍ ଲାଗୁ ହେଉଥିଲା, ତାହା ଜମ୍ମୁ-କଶ୍ମୀର ଲାଗୁ ହୋଇ ପାରୁ ନ ଥିଲା । ଏକ ସମୟ ଥିଲା ଯେତେେବେଳେ ଗରିବଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଦେଶବ୍ୟାପୀ ଲାଗୁ ହେଉଥିଲା । .... କିନ୍ତୁ ଏହାର ସୁଫଳ ଜମ୍ମୁ-କଶ୍ମୀରର ମୋ ଭାଇ ଭଉଣୀଳମାନଙ୍କୁ ତାହାର ଲାଭ ମିଳୁ ନ ଥିଲା ।  ବର୍ତ୍ତମାନ ଦେଖନ୍ତୁ, ସମୟରେ କେତେ ପରିବର୍ତ୍ତନ ଆସିଛି । ଆଜି ଶ୍ରୀନଗରରେ ଏପରି ପଦକ୍ଷେପ ନିଆଯାଇଛି ଯାହା କେବଳ ସ୍ଥାନୀୟ ବାସିନ୍ଦା ନୁହଁନ୍ତି ବରଂ ସମଗ୍ର ଦେଶ ଉପକୃତ ହେବ । ଆଜି ଶ୍ରୀନଗର, କେବଳ ଜମ୍ମୁ-କଶ୍ମୀର ନୁହେଁ, ସମଗ୍ର ଦେଶ ପାଇଁ ନୂଆ ପର୍ଯ୍ୟଟନ ନୂଆ ପଦକ୍ଷେପ ନେଉଛି । ତେଣୁ ଜମ୍ମୁ-କଶ୍ମୀରବାସୀଙ୍କ ବ୍ୟତୀତ ଦେଶର ଅନ୍ୟ ୫୦ରୁ ଅଧିକ ସହରର ଲୋକ ମାନେ ମଧ୍ୟ ଆଜି ଆମ ସହ ଯୋଡ଼ି ହୋଇଛନ୍ତି । ତେଣୁ ଶ୍ରୀନଗର ସହ ଦେଶ ଜଡ଼ିତ ରହିଛି । ଆଜି ଏଠାରୁ ସ୍ୱଦେଶ ଦର୍ଶନ ଯୋଜନା ଅଧୀନରେ ୬ଟି ପ୍ରକଳ୍ପର ଶୁଭାରମ୍ଭ ଦେଶ ପାଇଁ କରାଯାଇଛି ।  ଏହା ବ୍ୟତୀତ ସ୍ୱଦେଶ ଦର୍ଶନ ଯୋଜନାର ପରବର୍ତ୍ତୀ ଚରଣରୁ ମଧ୍ୟ ଶୁଭାରମ୍ଭ ହୋଇଛି । ଏହା ଅଧୀନରେ  ଜମ୍ମୁ-କଶ୍ମୀର ସମେତ  ଦେଶର ଅନ୍ୟାନ୍ୟ ସ୍ଥାନ ପାଇଁ ପ୍ରାୟ ୩୦ଟି ପ୍ରକଳ୍ପ ଆରମ୍ଭ କରାଯାଇଛି । ଆଜି ପ୍ରସାଦ ଯୋଜନା ଅଧୀନରେ ୩ଟି ପ୍ରକଳ୍ପର ଲୋକାର୍ପଣ ହୋଇଛି, ଅତିରିକ୍ତ ୧୪ଟି ପ୍ରକଳ୍ପକୁ  ମଧ୍ୟ ଲଞ୍ଚ୍ କରାଯାଇଛି ।   ପବିତ୍ର ହଜରତବଳ ଦରଗାରେ ଲୋକଙ୍କ ସୁବିଧା ପାଇଁ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ୪୦ରୁ ଅଧିକ ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ସରକାର  ସ୍ଥାନ ଚିହ୍ନଟ କରିଛନ୍ତି । ଆଜି ଏକ ନିଆରା ଅଭିଯାନ 'ଦେଖୋ ଅପ୍ନା ଦେଶ ପିପୁଲ୍ସ ଚଏସ୍‌' ଅଭିଯାନର ଶୁଭାରମ୍ଭ କରାଯାଇଛିି, ଯେଉଁଥିରେ ସାରା ଦେଶର ଲୋକମାନେ ଅନଲାଇନ୍ ଯାଇ ଦେଖିବେ ଏବଂ କହିବେ ଏକ ଯୋଗ୍ୟ  ସ୍ଥାନ ସ୍ଥାନରେ ଏବଂ  ସେଥିରେ ଯିଏ ଶୀର୍ଷରେ ଆସିବ, ସେମାନଙ୍କ ପାଇଁ  ମନୋନୀତି କରିପାରିବେେ । ଜନସାଧାରଣଙ୍କ ଭାଗିଦାରୀ ଏବଂ ସରକାରଙ୍କ ଦ୍ୱାରା ସବୁଠାରୁ ଲୋକପ୍ରିୟ ଗନ୍ତବ୍ୟସ୍ଥଳଗୁଡ଼ିକୁ ପର୍ଯ୍ୟଟନ ଆକର୍ଷଣ ଭାବରେ ବିକଶିତ କରାଯିବ । ଆଜିଠାରୁ ଆମେ 'ଚାଲୋ ଇଣ୍ଡିଆ' ଅଭିଯାନ ମାଧ୍ୟମରେ ଭାରତରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବ୍ୟାପୀ ପ୍ରବାସୀ ଭାରତୀୟମାନଙ୍କୁ ଉତ୍ସାହିତ କରୁଛୁ । ଅତି କମରେ ୫ଟି ଅଣଭାରତୀୟ ପରିବାରକୁ ଭାରତ ଆସିବାକୁ ନିମନ୍ତ୍ରଣ କରିବାକୁ ପ୍ରବାସୀ ଭାରତୀୟମାନଙ୍କୁ ଅନୁରୋଧ କରାଯାଇଛି । ଏହାବ୍ୟତୀତ 'ଚଲୋ ଇଣ୍ଡିଆ' ଅଭିଯାନ ଅଧୀନରେ ବିଦେଶରେ ରହୁଥିବା ଲୋକଙ୍କୁ ଭାରତ ଆସିବା ପାଇଁ ପ୍ରେରିତ କରିବା ପାଇଁ ଏକ ୱେବସାଇଟ୍ ଆରମ୍ଭ କରାଯାଇଛି । ଜମ୍ମୁ-କଶ୍ମୀରବାସୀ ଏହି ଯୋଜନା ଓ ଅଭିଯାନରୁ ଯଥେଷ୍ଟ ଲାଭ ପାଇପାରିବେ ଏବଂ  ମୁଁ ଅନ୍ୟ ଏକ ଉଦ୍ଦେଶ୍ୟ ନେଇ  କାର୍ଯ୍ୟ କରୁଛି,  ଭାରତୀୟ ପର୍ଯ୍ୟଟକମାନେ ବାହାରିଥାଆନ୍ତି... ସେମାନଙ୍କୁ ମୁଁ କହିଥାଏ, ଆପଣ ଯାଆନ୍ତି, କିନ୍ତୁ ମୋର ଗୋଟିଏ କାମ କରନ୍ତୁ, ଏବଂ କ’ଣ କାମ ଅଛି ? ମୁଁ ସେମାନଙ୍କୁ କହିଥାଏ ଯେ ଯାତ୍ରାର ପୁରା ବଜେଟ୍ ଯାହାଥିବ, ସେଥିରୁ ଅତି କମ୍‌ରେ ୫-୧୦% ଆପଣ ଯେଉଁଠିକୁ ଯାଉଛନ୍ତି, ସେଠାରୁ କିଛି ସ୍ଥାନୀୟ ଉତ୍ପାଦ କିଣନ୍ତୁ  । ଏହା କେବଳ ସ୍ଥାନୀୟ ଆୟ ଓ ରୋଜଗାର ବୃଦ୍ଧି କରିବ ନାହିଁ ବରଂ ସ୍ଥାୟୀ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବା ଏହା କେବଳ ଭ୍ରମଣ ପାଇଁ ନୁହେଁ; ଏହା ହେଉଛି ସ୍ଥାନୀୟ ଅର୍ଥନୀତିକୁ ସମର୍ଥନ କରିବା ବିଷୟରେ । ମୁଁ ମଧ୍ୟ ଆଜି ଶ୍ରୀନଗର ଗସ୍ତ ସମୟରେ ଏହି ଅଭ୍ୟାସକୁ ଅନୁସରଣ କରିଛି । ମୁଁ କିଛି ଭଲ ଦେଖିଲି ଏବଂ  କିଣିବାକୁ ସ୍ଥିର କଲି ଏବଂ ସେଥିରେ, ଏହା ସହିତ  ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

 

ସାଥିମାନେ,

ଏହି ସବୁ ଯୋଜନା କାର୍ଯ୍ୟକାରୀ ହେଲେ ଏହି ଅଞ୍ଚଳରେ ପର୍ଯ୍ୟଟନ ଶିଳ୍ପ ର ବିକାଶ ହେବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ବିକାଶମୂଳକ କାର୍ଯ୍ୟ ପାଇଁ ମୁଁ ଜମ୍ମୁ-କଶ୍ମୀରର ମୋର ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଏବେ ମୁଁ ଆପଣମାନଙ୍କୁ ଏକ ନୂଆ ପଦକ୍ଷେପ ସହିତ ପରିଚିତ କରାଇବାକୁ ଚାହୁଁଛି । ଏହି ଅଞ୍ଚଳ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ସୁଟିଂ ପାଇଁ ଏକ ପସନ୍ଦଯୋଗ୍ୟ ସ୍ଥାନ ଥିଲା । ମୋର ପରବର୍ତ୍ତୀ ଲକ୍ଷ୍ୟ ହେଉଛି 'ୱେଡ୍ ଇନ୍ ଇଣ୍ଡିଆ' ବିବାହ ଭାରତରେ କରନ୍ତୁ । ଅନେକ ସମୟରେ ଲୋକମାନେ ବିଦେଶରେ ବିବାହ କରିବା ପାଇଁ ବହୁ ପରିମାଣର ଅର୍ଥ ଖର୍ଚ୍ଚ କରିଥାନ୍ତି । ତଥାପି, ମୁଁ 'ୱେଡ୍ ଇନ୍ ଇଣ୍ଡିଆ'ର ପ୍ରସ୍ତାବ ଦେଉଛି, ଯାହା ଲୋକମାନଙ୍କୁ ଭାରତରେ ସେମାନଙ୍କ ବିବାହ ଆୟୋଜନ କରିବାକୁ ଚିନ୍ତା କରିବାକୁ ଉତ୍ସାହିତ କରୁଛି । ଜାମ୍ମୁ କାଶ୍ମୀରରେ ବିବାହ କରିବାକୁ ଲୋକମାନେ ଇଚ୍ଛା ପ୍ରକାଶ କରିବା ଉଚିତ୍ । ଏଠାରେ ବାହାଘର ଆୟୋଜନ କରି ପରିବାର ଲୋକେ ୩ରୁ ୪ ଦିନ ପର୍ଯ୍ୟନ୍ତ ଭବ୍ୟ ଉତ୍ସବର ମଜା ନେଇପାରିବେ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକାର ସୁଯୋଗ ପାଇପାରିବେ । ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ମୁଁ ପ୍ରୋତ୍ସାହିତ କରୁଛି ।

ଏବଂ ସାଥିମାନେ,

ଯେତେବେଳେ ଉଦ୍ଦେଶ୍ୟ ସ୍ୱଚ୍ଛ ଥିବ,  ସଂକଳ୍ପକୁ ହାସଲ କରିବା ପାଇଁ ପ୍ରତିବଦ୍ଧତା ଥିବ, ସେତେବେଳେ  ଫଳାଫଳ ପୁଣି ମଧ୍ୟ ମିଳିଥାଏ । ଜାମ୍ମୁ-କାଶ୍ମୀରରେ ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ କିପରି ହୋଇଥିଲା  ତାହାକୁ ସାରା ବିଶ୍ୱ ଦେଖିଛି । ପୂର୍ବରୁ ପର୍ଯ୍ୟଟନ ସ୍ଥଳୀ ଭାବେ ଜମ୍ମୁ-କଶ୍ମୀରର ସମ୍ଭାବନାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା । ତେବେ ଆଜି ଏହି ଅଞ୍ଚଳରେ ସମସ୍ତ ପର୍ଯ୍ୟଟନ ରେକର୍ଡ ଭାଙ୍ଗିବାରେ ଲାଗିଛି । କେବଳ ୨୦୨୩ରେ ୨ କୋଟିରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିଥିଲେ ।  ଗତ ଦଶନ୍ଧି ମଧ୍ୟରେ ଅମରନାଥ ଯାତ୍ରାରେ ସର୍ବାଧିକ ସଂଖ୍ୟକ ତୀର୍ଥଯାତ୍ରୀ ଅଂଶଗ୍ରହଣ କରିଥିଲେ । ବୈଷ୍ଣୋଦେବୀକୁ ଅଭୂତପୂର୍ବ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ପୂର୍ବ ବର୍ଷ ତୁଳନାରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ଦ୍ୱିଗୁଣିତ ହୋଇଛି ।  ବର୍ତ୍ତମାନ ବଡ ବଡ ଷ୍ଟାର ସେଲିବ୍ରେଟି, ବିଦେଶୀ ଅତିଥି,  ଅତିଥି  ମଧ୍ୟ କାଶ୍ମୀର ପ୍ରତି ଆକର୍ଷିତ ହୋଇ ଆସୁଛନ୍ତି, ଏଠାକୁ ନ’ ଆସି ସେମାନେ ଯାଉନାହାଁନ୍ତି  ଉପତ୍ୟକାକୁ ଭ୍ରମଣ କରିବାକୁ ଆସନ୍ତି, ରିଲ୍ କରିଥାନ୍ତି, ଏବଂ ଏହା ଭାଇରାଲ ହେଉଛି । 

ସାଥିମାନେ,

ଜମ୍ମୁ-କଶ୍ମୀରରେ ପର୍ଯ୍ୟଟନ ସମେତ  କୃଷି ଓ କୃଷି ଜାତ ଦ୍ରବ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜାମ୍ମୁ କାଶ୍ମୀରର କେଶର, ସେଓ, ମେୱେ ଏବଂ ଚେରି ଏହାକୁ ଏକ ପ୍ରମୁଖ ବ୍ରାଣ୍ଡ ଭାବେ ପ୍ରତିଷ୍ଠା ଲାଭ କରିଛି । ୫ହଜାର  କୋଟି ଟଙ୍କା ବିନିଯୋଗ ରେ କୃଷି ବିକାଶ କାର୍ଯ୍ୟକ୍ରମ ଦ୍ୱାରା  ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ, ବିଶେଷ କରି ଉଦ୍ୟାନ କୃଷି ଏବଂ ପଶୁ ସମ୍ପଦ ବିକାଶରେ ସାହାଯ୍ୟ ମିଳିବ।  ନିକଟରେ ସିଷ୍ଟର ହମିଦାଙ୍କ ସହ ଯେତେବେଳେ ମୋର କଥାବାର୍ତ୍ତା କରୁଥିଲ ସେହି ସମୟରେ, ଆମେ ଏହି ପଦକ୍ଷେପ ଦ୍ୱାରା ପଶୁପାଳନକୁ ମିଳିଥିବା ସମ୍ଭାବ୍ୟ ପ୍ରୋତ୍ସାହନ ବିଷୟରେ ଆଲୋଚନା କରିଥିଲୁ, ଯାହା ହଜାର ହଜାର ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ । ଭାରତ ସରକାର କିଷାନ ସମ୍ମାନ ନିଧି ଯୋଜନା ଜରିଆରେ ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ପ୍ରାୟ ୩ ହଜାର କୋଟି ଟଙ୍କା ପ୍ରଦାନ କରାସାରିଛନ୍ତି ।  ଜାମ୍ମୁ କାଶ୍ମୀରରେ ଫଳ ଏବଂ ପନିପରିବାକୁ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ ଷ୍ଟୋରେଜ କ୍ଷମତାକୁ ବହୁ ପରିମାଣରେ ବଢାଇ ଦିିଆଯାଇଛି । କିଛି ଦିନ ପୂର୍ବରୁ ବିଶ୍ୱର ସବୁଠାରୁ ବଡ ଭଣ୍ଡାରଣ ଯୋଜନା ଆରମ୍ଭ କରାଯାଇଛି । ଏହା ଅଧୀନରେ ଜାମ୍ମୁ-କାଶ୍ମୀରରେ ମଧ୍ୟ  ଅଧିନରେ ଜମ୍ମୁ-କାଶ୍ମୀରରେ ମଧ୍ୟ ଅନେକ ନୂତନ ଗୋଦାମଗୃହ ନିର୍ମାଣ କରାଯିବ ।

 

ସାଥିମାନେ,

ଜମ୍ମୁ-କଶ୍ମୀର ଆଜି ବିକାଶ ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଏହି ଅଞ୍ଚଳରେ ଖୁବ୍ ଶୀଘ୍ର ଗୋଟିଏ ନୁହେଁ ବରଂ ଦୁଇଟି ଏମ୍ସ ସୁବିଧା ମିଳିବାକୁ ଯାଉଛି । ଏବଂ ଏମ୍ସ ଜମ୍ମୁରେ ଉଦଘାଟିତ ହୋଇସାରିଛି ଏବଂ ଏମ୍ସ କାର୍ଯ୍ୟ କଶ୍ମୀରରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏଥିସହ ୭ଟି ନୂଆ ମେଡିକାଲ କଲେଜ ଓ ୨ଟି ବଡ଼ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ଆଇଆଇଟି ଓ ଆଇଆଇଏମ୍ ଭଳି ଆଧୁନିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଛି ଏବଂ ଜମ୍ମୁ-କଶ୍ମୀରରେ ଏବେ ଦୁଇଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି । ଶ୍ରୀନଗରରୁ ସଙ୍ଗଲଦାନ ଏବଂ ସଙ୍ଗଲଦାନରୁ ବାରାମୁଲା କୁ ଟ୍ରେନ୍ ସେବା ମଧ୍ୟ ଆରମ୍ଭ ହୋଇଛି । ସମ୍ପ୍ରସାରିତ ଯୋଗାଯୋଗ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଛି ଏବଂ ନୂତନ ଭିତ୍ତିଭୂମି ପ୍ରକଳ୍ପ ମାଧ୍ୟମରେ ଜମ୍ମୁ ଏବଂ ଶ୍ରୀନଗରକୁ ସ୍ମାର୍ଟ ସିଟିରେ ବିକଶିତ କରିବାକୁ ପ୍ରୟାସ ଚାଲିଛି । ଭବିଷ୍ୟତରେ ଜମ୍ମୁ-କଶ୍ମୀରର ସଫଳତାର କାହାଣୀ ନିଶ୍ଚିତ ଭାବେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବ । ଆପଣ ରେଡିଓରେ ଶୁଣିଥିବେ, ମୁଁ ପ୍ରାୟତଃ ମୋର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜମ୍ମୁ-କଶ୍ମୀରର ସଫଳତା ବିଷୟରେ ଆଲୋକପାତ କରିଥାଏ, ସ୍ୱଚ୍ଛତା ଅଭିଯାନ ଏବଂ ଏହି ଅଞ୍ଚଳର ସମୃଦ୍ଧ ହସ୍ତଶିଳ୍ପ ଏବଂ କାରିଗରୀ ଭଳି ପଦକ୍ଷେପ ବିଷୟରେ ବାରମ୍ବାର ଆଲୋଚନା କରିଥାଏ । ଉଦାହରଣ ସ୍ୱରୂପ, ମୁଁ ଥରେ ମନ୍ କି ବାତ୍ ର ଏକ ଅଂଶ ନଦରୁ ସମ୍ପର୍କରେ, ପଦ୍ମ କଢିି ସମ୍ପର୍କରେ ବହୁତ ବିସ୍ତୃତଭାବେ କହିଥିଲି । ଏଠାକାର ହ୍ରଦଗୁଡ଼ିକରେ ସବୁଠି ପଦ୍ମ ଦେଖିବାକୁ ମିଳିଥାଏ ।  ଏପରିକି ଜମ୍ମୁ-କଶ୍ମୀରରେ  ୫୦ବର୍ଷ ପୂର୍ବରୁ ହୋଇଥିବା କ୍ରିକେଟ୍ ଆସୋସିଏସନର ଲୋଗୋ ମଧ୍ୟ ପଦ୍ମ ଅଟେ । ଏହା ସୁଖଦ ସଂଯୋଗ ଅଟେ, କିମ୍ବା ପ୍ରକୃତିର କୌଣସି ସଙ୍କେତ, ଯେପରି ବିଜେପିର ଚିହ୍ନକୁ ମଧ୍ୟ ପଦ୍ମ, ପଦ୍ମ ସହିତ ଜମ୍ମୁ  ମଧ୍ୟ ଅଟେ । ଏହା ସୁଖଦ ସଂଯୋଗ ଅଟେ। 

ସାଥିମାନେ,

ଆମ ସରକାର ଜମ୍ମୁ-କଶ୍ମୀରର ଯୁବକମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ାଇବା ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଦକ୍ଷତା ବିକାଶଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରାଯାଉଛି ।

ବର୍ତ୍ତମାନ ଜମ୍ମୁ-କଶ୍ମୀରର ପ୍ରତ୍ୟେକ ଜିଲ୍ଲାରେ ଅତ୍ୟାଧୁନିକ କ୍ରୀଡ଼ା ସୁବିଧା ପ୍ରତିଷ୍ଠା କରାଯାଉଛି । ୧୭ଟି ଜିଲ୍ଲାରେ ବହୁମୁଖୀ ଇଣ୍ଡୋର ସ୍ପୋର୍ଟସ ହଲ୍ ନିର୍ମାଣ କରାଯାଇଛି । ଗତ କିଛି ବର୍ଷ ଧରି ଜମ୍ମୁ-କଶ୍ମୀର ଅନେକ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜକ ରହିଛି । ବର୍ତ୍ତମାନ, ଏହା ଦେଶର ଶୀତକାଳୀନ କ୍ରୀଡ଼ା ରାଜଧାନୀ ଭାବରେ ଉଭା ହେଉଛି - ଏହା ହେଉଛି ଜମ୍ମୁ-କଶ୍ମୀର ଯାହାକୁ ମୁଁ କଳ୍ପନା କରେ । ନିକଟରେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାରେ ଦେଶର ପ୍ରାୟ ଏକ ହଜାର ଖେଳାଳି ଅଂଶଗ୍ରହଣ କରିଥିଲେ ।

 

ସାଥିମାନେ,

ଆଜି ଜମ୍ମୁ-କଶ୍ମୀର ବିକାଶର ନୂଆ ଶିଖରକୁ ଛୁଇଁବାରେ ଲାଗିଛି । ଧାରା ୩୭୦ ଉଚ୍ଛେଦ ପରେ ଏହି କଟକଣାରୁ ମୁକ୍ତି ମିଳିଥିଲା ।   ଦଶନ୍ଧି ଧରି କଂଗ୍ରେସ ଓ ଏହାର ସହଯୋଗୀ ଦଳରାଜନୈତିକ ଫାଇଦା ପାଇଁ ଧାରା ୩୭୦ ନାମରେ ଜମ୍ମୁ-କଶ୍ମୀରବାସୀ ଓ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିଲେ । ଧାରା ୩୭୦ରୁ ଜମ୍ମୁ-କଶ୍ମୀର ପ୍ରକୃତରେ ଲାଭବାନ ହୋଇଛି, ଏହା କେବଳ କିଛି ରାଜନୈତିକ ପରିବାରର ସ୍ୱାର୍ଥ ପୂରଣ କରୁଛି, ଜମ୍ମୁ-କଶ୍ମୀରବାସୀ ସତ ଅନୁଭବ କରିଛନ୍ତି- ସେମାନଙ୍କୁ ବିଭ୍ରାନ୍ତ କରାଯାଇଛି । ଧାରା ୩୭୦ ଜମ୍ମୁ-କଶ୍ମୀରକୁ କିଛି ନିର୍ଦ୍ଦିଷ୍ଟ ପରିବାରର ହିତ ପାଇଁ ବାନ୍ଧି ରଖିଥିଲା । ଆଜି ଏହାକୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରର ଯୁବପିଢ଼ିଙ୍କ ପ୍ରତିଭାକୁ ଉପଯୁକ୍ତ ଭାବେ ସ୍ୱୀକୃତି ମିଳୁଛି ଏବଂ ସେମାନଙ୍କୁ ନୂଆ ସୁଯୋଗ ପ୍ରଦାନ କରାଯାଉଛି । ସମାନ ଅଧିକାର ଓ ସୁଯୋଗ ଏବେ ସମସ୍ତଙ୍କ ପାଖରେ ପହଞ୍ଚିଛି । ପୂର୍ବରୁ ପାକିସ୍ତାନରୁ ଆସିଥିବା ଶରଣାର୍ଥୀ, ବାଲ୍ମିକି ସମ୍ପ୍ରଦାୟର ସଦସ୍ୟ ଏବଂ ସଫେଇ କର୍ମଚାରୀ, ଯେଉଁମାନେ ୭୦ ବର୍ଷ ଧରି ମତଦାନ ଅଧିକାରରୁ ବଞ୍ଚିତ ହୋଇଥିଲେ, ସେମାନେ ଏବେ ଏହାକୁ ଉପଭୋଗ କରୁଛନ୍ତି । ଏସସି ବର୍ଗରେ ଅନ୍ତର୍ଭୁକ୍ତ କରିବା ପାଇଁ ବାଲ୍ମିକି ସମ୍ପ୍ରଦାୟର ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଏହାବ୍ୟତୀତ ଅନୁସୂଚିତ ଜନଜାତିଙ୍କ ପାଇଁ ବିଧାନସଭାରେ ଆସନ ସଂରକ୍ଷିତ ରଖାଯାଇଛି । ଏହାବ୍ୟତୀତ 'ପଦ୍ଦାରୀ ଜନଜାତି', 'ପାହାଡ଼ି ଜାତି ସମୂହ', 'ଗଡ୍ଡା ବ୍ରାହ୍ମଣ' ଏବଂ

'କୋଲି' ଭଳି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ଭାବେ ମାନ୍ୟତା ମିଳିଛି । ଆମ ସରକାର ପଞ୍ଚାୟତ, ପୌରପାଳିକା ଓ ମହାନଗର ନିଗମରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ସୁନିଶ୍ଚିତ କରିଛନ୍ତି । ପରିବାରବାଦୀ ଦଳ ଏହି ଜମ୍ମୁ-କଶ୍ମୀରବାସୀଙ୍କୁ ଦଶନ୍ଧି ଧରି ଏହି ଅଧିକାରରୁ ବଞ୍ଚିତ କରି ଆସୁଥିଲେ । ଆଜି ସମାଜର ପ୍ରତ୍ୟେକ ବର୍ଗ ନିଜର ଅଧିକାର ଫେରି ପାଉଛନ୍ତି ।

 

ସାଥିମାନେ,

ଆମ ଜମ୍ମୁ-କଶ୍ମୀର ବ୍ୟାଙ୍କ, ଜମ୍ମୁ-କଶ୍ମୀରରେ ପରିବାରବାଦ ଏବଂ ଦୁର୍ନୀତିର ଶିକାର ହୋଇଛି । ପୂର୍ବ ସରକାରମାନେ ଏହି ବ୍ୟାଙ୍କକୁ ଦୁର୍ବଳ କରିବା ପାଇଁ କୌଣସି ପ୍ରୟାସ ଛାଡି ନ ଥିଲେ ଏବଂ ସେମାନଙ୍କ ସମ୍ପର୍କୀୟ ଏବଂ ପୁତୁରାଙ୍କ ସହ ଏହି ପଦବୀ ପୂରଣ କରିଥିଲେ, ଯାହା ଫଳରେ ଏହାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଅବ୍ୟବସ୍ଥା ଯୋଗୁଁ ହଜାର ହଜାର କୋଟି ଟଙ୍କା ବିପଦରେ ପଡ଼ିଥିଲା- ଗରିବଙ୍କ ଟଙ୍କା, ଆପଣଙ୍କ ସମେତ କାଶ୍ମୀରବାସୀଙ୍କ କଠିନ ରୋଜଗାର ପଇସା ଥିଲା, ମୋ ଭାଇ ଓ ଭଉଣୀଙ୍କ ପଇସା ଥିଲା ତାହା ବୁଡିଯିବାକୁ ବସିଥିଲା ।  ଜମ୍ମୁ-କଶ୍ମୀର ବ୍ୟାଙ୍କକୁ ଉଦ୍ଧାର କରିବା ପାଇଁ ଆମ ସରକାର ଅନେକ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି ଏବଂ ବ୍ୟାଙ୍କକୁ ୧୦୦୦ କୋଟି ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ଦୁର୍ନୀତି ନିବାରଣ ବ୍ୟୁରୋ ଆଜି ବି ଏଭଳି ହଜାର ହଜାର ମାମଲାର ତଦନ୍ତ କରୁଥିବାରୁ ବ୍ୟାଙ୍କରେ ଭୁଲ୍ ନିଯୁକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରର ହଜାର ହଜାର ଯୁବକ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ବ୍ୟାଙ୍କ ଚାକିରି ହାସଲ କରିଛନ୍ତି । ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଆଜି ଜମ୍ମୁ-କଶ୍ମୀର ବ୍ୟାଙ୍କ ପୁଣି ଥରେ ଶକ୍ତିଶାଳୀ ହୋଇପାରିଛି । ଏକଦା ସଂଘର୍ଷ କରୁଥିବା ଏହି ବ୍ୟାଙ୍କର ଲାଭ ମୋଦିଙ୍କ ଗ୍ୟାରେଣ୍ଟିରୁ ପ୍ରମାଣିତ ହୋଇଥିବା ବେଳେ ଏବେ ତାହା ୧୭୦୦ କୋଟି ଟଙ୍କାରେ ପହଞ୍ଚିଛି । ଏହା ଆପଣଙ୍କର ଟଙ୍କା, ଠିକ୍ ଆପଣଙ୍କର ଅଧିକାର, ଯେତେବେଳେ ମୋଦୀ ଜଣେ ଚୌକିଦାର ଭଳି ସୁରକ୍ଷା ଠିଆ ହୁଅନ୍ତି । ୫ ବର୍ଷ ତଳେ ବ୍ୟାଙ୍କର ମୋଟ ବ୍ୟବସାୟ ମାତ୍ର ୧.୨୫ ଲକ୍ଷ କୋଟି ଟଙ୍କାକୁ ଖସି ଆସିଥିଲା । ବର୍ତମାନ ଏହାର ଆକାର ପ୍ରାୟ ଦ୍ୱିଗୁଣିତ ହୋଇ ୨.୨୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ସେହିପରି ୫ ବର୍ଷ ତଳେ ଜମା ରାଶି ୮୦ ହଜାର କୋଟି ଟଙ୍କା ହ୍ରାସ ପାଇଥିବା ବେଳେ ଏବେ ଏହାର ଆକାର ପ୍ରାୟ ଦ୍ୱିଗୁଣିତ ହୋଇ ୧.୨୫ ଲକ୍ଷ କୋଟି ଟପିଛି । ପାଞ୍ଚ ବର୍ଷ ତଳେ ବ୍ୟାଙ୍କର ନନ୍ ପରଫର୍ମିଂ ଆସେଟ୍ (ଏନ୍ ପିଏ) ଅନୁପାତ ୧୧ ପ୍ରତିଶତ ଅତିକ୍ରମ କରିଥିବା ବେଳେ ଏବେ ତାହା ୫ ପ୍ରତିଶତତଳକୁ ଖସି ଆସିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ବ୍ୟାଙ୍କର ସେୟାର ମୂଲ୍ୟ ପ୍ରାୟ ୧୨ ଗୁଣ ବୃଦ୍ଧି ପାଇଛି ।ବ୍ୟାଙ୍କର ସେୟାରର ମୂଲ୍ୟ ତଳକୁ ଆସିଥିଲା । ବର୍ତ୍ତମାନ ଏହା ୧୪୦ ଟଙ୍କାରେ ପହଞ୍ଚିଛି । ଜନକଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ଏକ ସଚ୍ଚୋଟ ସରକାର ହେଲେ ଆହ୍ୱାନକୁ ଅତିକ୍ରମ କରି ଲୋକଙ୍କ କଲ୍ୟାଣ ସୁନିଶ୍ଚିତ କରାଯାଇପାରିବ ।

ସାଥିମାନେ,

ସ୍ୱାଧୀନତା ପରଠାରୁ ଜମ୍ମୁ-କଶ୍ମୀର ଦୀର୍ଘ ଦିନ ଧରି ପରିବାରବାଦୀ  ରାଜନୀତିର ଶିକାର ହୋଇଛି । ଯେଉଁମାନେ ଦେଶ ଓ ଜମ୍ମୁ-କଶ୍ମୀରର ବିକାଶରେ ଅସନ୍ତୁଷ୍ଟ ଅଛନ୍ତି ସେମାନେ ମୋ ଉପରେ ବ୍ୟକ୍ତିଗତ ଆକ୍ରମଣ ଭାବରେ କରୁଛନ୍ତି । ସେମାନେ ଦାବି କରୁଛନ୍ତି ଯେ ମୋଦୀଙ୍କର କୌଣସି ପରିବାର ନାହିଁ, କିନ୍ତୁ ଦେଶ ସେମାନଙ୍କୁ ଉଚିତ ଜବାବ ଦେଉଛି । ସାରା ଦେଶରେ ଲୋକମାନେ ଘୋଷଣା କରୁଛନ୍ତି, ମୁଁ ମୋଦୀଙ୍କ ପରିବାର। ମୁଁ ସର୍ବଦା ଜମ୍ମୁ-କଶ୍ମୀରକୁ ମୋ ର ପରିବାର ଭାବରେ ବିବେଚନା କରିଆସିଛି - ପରିବାର ହୃଦୟ ଏବଂ ମନରେ ବାସ କରିଥାଏ । ସେଥିପାଇଁ କାଶ୍ମୀରବାସୀ ଏହି ଭାବନାର ଅଂଶୀଦାର କରନ୍ତି - "ମୁଁ ମୋଦୀଙ୍କ ପରିବାର! ମୁଁ ମୋଦୀଙ୍କ ପରିବାର । ଜମ୍ମୁ-କଶ୍ମୀରର ବିକାଶ ଯାତ୍ରା ନିରବଚ୍ଛିନ୍ନ ଭାବେ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇ ମୋଦି ତାଙ୍କ ପରିବାରକୁ ଛାଡ଼ି ଚାଲିଯାଉନାହାନ୍ତିି । ଆଗାମୀ ୫ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରର ବିକାଶ ଆହୁରି ଦ୍ରୁତ ଗତିରେ ହେବ ।

 

ସାଥିମାନେ,

କିଛି ଦିନ ମଧ୍ୟରେ ଶାନ୍ତି ଓ ଭକ୍ତିର ମାସ ରମଜାନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଜମ୍ମୁ-କଶ୍ମୀର ମାଟିରୁ ମୁଁ ସମଗ୍ର ଦେଶକୁ ଏହି ପବିତ୍ର ମାସରେ ଶୁଭେଚ୍ଛା ଜଣାଉଛି । ରମଜାନ ମାସରେ ଥିବା ଶାନ୍ତି ଓ ଏକତାର ସୌହାର୍ଦ୍ଧ୍ୟ  ସାର ସମସ୍ତଙ୍କୁ ଅନୁଭବ ହେଉ, ଏହା ମୋର କାମନା ।

ଏବଂ ମୋର ସାଥିମାନେ,

ଏହି ଭୂମି ଆଦି ଶଙ୍କରାଚାର୍ଯ୍ୟଙ୍କ ତପୋଭୂମି । ଆସନ୍ତାକାଲି ମହାଶିବରାତ୍ରୀର ପବିତ୍ର ଅବସର ଏବଂ ଏହି ପବିତ୍ର ପର୍ବରେ ମୁଁ ଆପଣମାନଙ୍କୁ ଏବଂ ଆମର ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଆଜି ପୁଣି ଥରେ ମୁଁ ଆପଣ ସମସ୍ତଙ୍କୁ ଏହି ସବୁ ପ୍ରକଳ୍ପ  ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଜମ୍ମୁ-କଶ୍ମୀରର ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଠିଆ ହୋଇ ଆପଣଙ୍କ ସ୍ନେହ ଓ ଆଶୀର୍ବାଦ ପାଇବା ମୋ ପାଇଁ ସୌଭାଗ୍ୟର ବିଷୟ ।

ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nuclear Leap: Bharat’s PFBR Signals New Era of Energy Independence

Media Coverage

Nuclear Leap: Bharat’s PFBR Signals New Era of Energy Independence
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Mr. Péter Magyar on election victory in Hungary
April 13, 2026

Prime Minister Shri Narendra Modi today extended his heartiest congratulations to Mr. Péter Magyar and the Tisza Party on their resounding election victory.

The Prime Minister remarked that India and Hungary are bound by a deep-rooted friendship, shared values, and enduring mutual respect. Shri Modi stated that he looks forward to working closely with Mr. Magyar to further strengthen bilateral cooperation between the two nations and advancing the vital India-EU Strategic Partnership for the shared prosperity and well-being of the people of both regions.

The Prime Minister wrote on X:

"Heartiest congratulations to Mr. Péter Magyar and the Tisza Party on your resounding election victory. India and Hungary are bound by deep-rooted friendship, shared values and enduring mutual respect. I look forward to working closely with you to further strengthen our bilateral cooperation and to advance the vital India-EU Strategic Partnership for the shared prosperity and well-being of our peoples.

@magyarpeterMP "