ମୁମ୍ବାଇ ମେଟ୍ରୋ ଲାଇନ୍ ୩ ଫେଜ୍ -୧ ର ଆରେ ଜେଭିଏଲ୍ଆର୍ ରୁ ବିକେସି ସେକ୍ସନ୍ ଉଦଘାଟିତ
ଥାନେ ଇଣ୍ଟିଗ୍ରାଲ ରିଂ ମେଟ୍ରୋ ରେଳ ପ୍ରକଳ୍ପ ଏବଂ ଏଲିଭେଟେଡ୍ ଇଷ୍ଟର୍ଣ୍ଣ ଫ୍ରିୱେ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ
ନଭି ମୁମ୍ବାଇ ଏୟାରପୋର୍ଟ ଇନ୍‌ଫ୍ଲୁଏନ୍ସ ନୋଟିଫାଏଡ୍‌ ଏରିଆ (ଏନଏଆଇଏନଏ) ପ୍ରକଳ୍ପର ଶିଳାନ୍ୟାସ
ଥାନେ ମ୍ୟୁନିସିପାଲିଟି କର୍ପୋରେସନ ପାଇଁ ଶିଳାନ୍ୟାସ
ଭାରତର ପ୍ରଗତିରେ ମହାରାଷ୍ଟ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଥାନେରୁ ଅନେକ ପରିବର୍ତ୍ତନମୂଳକ ପ୍ରକଳ୍ପ ଆରମ୍ଭ କରାଯାଉଛି: ପ୍ରଧାନମନ୍ତ୍ରୀ
ଆମ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି, ସଂକଳ୍ପ ଓ ପଦକ୍ଷେପ ବିକଶିତ ଭାରତର ଲକ୍ଷ୍ୟ ପ୍ରତି ସମର୍ପିତ: ପ୍ରଧାନମନ୍ତ୍ରୀ

ଭାରତ ମାତା କି ଜୟ,

ଭାରତ ମାତା କି ଜୟ,

ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଜୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଜୀ, ଅଜିତ ପାୱାର ଜୀ, ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦ, ବିଧାୟକ, ଅନ୍ୟ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଗଣ ଏବଂ ମହାରାଷ୍ଟ୍ରର ମୋର ପ୍ରିୟ ଭାଇ ଭଉଣୀମାନେ!

ମହାରାଷ୍ଟ୍ରର ଦେବୀ ଶକ୍ତି, ସାଢେ ତିନି ଶକ୍ତିପୀଠ, ତୁଳଜାପୁରର ମା' ଭବାନୀ, କୋହ୍ଲାପୁରର ମହାଲକ୍ଷ୍ମୀ ଦେବୀ, ମହୁରଗଡ଼ର ମା' ରେଣୁକା ଏବଂ ବାଣୀଚି, ସପ୍ତଶୃଙ୍ଗୀ ଦେବୀ, ସମସ୍ତଙ୍କୁ କୋଟି କୋଟି ପ୍ରଣାମ କରୁଛି । ଥାନେ ମାଟିରେ ଶ୍ରୀ କୋପିନେଶ୍ୱରଙ୍କ ଚରଣରେ ମୁଁ ପ୍ରଣାମ କରୁଛି । ମୁଁ ଛତ୍ରପତି ଶିବାଜୀ ମହାରାଜ ଏବଂ ବାବାସାହେବ ଆମ୍ବେଦକରଙ୍କୁ ମଧ୍ୟ ପ୍ରଣାମ କରୁଛି ।

ଭାଇ ଓ ଭଉଣୀମାନେ,

ଆଜି ମୁଁ ଏକ ଖୁସି ଖବର ନେଇ ମହାରାଷ୍ଟ୍ର ଆସିଛି । କେନ୍ଦ୍ର ସରକାର ଆମ ମରାଠୀ ଭାଷାକୁ ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି। ଏହା କେବଳ ମରାଠୀ ଓ ମହାରାଷ୍ଟ୍ରକୁ ସମ୍ମାନ ଦିଆଯାଉଛି ସେମିତି ନୁହେଁ, ଏହା ସେହି ପରମ୍ପରାକୁ ସମ୍ମାନ, ଯେଉଁମାନେ ଦେଶକୁ ଜ୍ଞାନ, ଦର୍ଶନ, ଆଧ୍ୟାତ୍ମିକତା ଓ ସାହିତ୍ୟର ସମୃଦ୍ଧ ସଂସ୍କୃତି ପ୍ରଦାନ କରିଥିବା ପରମ୍ପରାପ୍ରତି ଏହା ଶ୍ରଦ୍ଧାଞ୍ଜଳି। ମୁଁ ଦେଶ ତଥା ବିଶ୍ୱର ସମସ୍ତ ମରାଠୀ ଭାଷୀ ଲୋକଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀମାନେ

ନବରାତ୍ରୀ ସମୟରେ ମୋତେ ଗୋଟିଏ ପରେ ଗୋଟିଏ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିବାର ସୌଭାଗ୍ୟ ମଧ୍ୟ ମିଳୁଛି । ଥାନେରେ ପହଞ୍ଚିବା ପୂର୍ବରୁ ମୁଁ ୱାଶିମରେ ଥିଲି। ସେଠାରେ ମୁଁ ଦେଶର ସାଢେ ନଅ କୋଟି କୃଷକଙ୍କୁ କିଷାନ ସମ୍ମାନ ନିଧି ପ୍ରଦାନ କରିବା ଏବଂ ଅନେକ ଉନ୍ନୟନମୂଳକ ପ୍ରକଳ୍ପ କୁ ସମର୍ପିତ କରିବାର ସୁଯୋଗ ପାଇଲି । ଏବେ ଥାନେରେ ମହାରାଷ୍ଟ୍ରର ଆଧୁନିକ ବିକାଶର ଅନେକ ବଡ଼ ରେକର୍ଡ ସୃଷ୍ଟି ହେବାକୁ ଯାଉଛି । ମୁମ୍ବାଇ-ଏମଏମଆର ଏବଂ ମହାରାଷ୍ଟ୍ରର ବିକାଶର ଏହି ସୁପରଫାଷ୍ଟ ଗତି, ଆଜି ମହାରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତର ଝଲକ ଦେଉଛି । ଆଜି ମହାୟୁତି ସରକାର ମୁମ୍ବାଇ-ଏମଏମଆରରେ ୩୦ ହଜାର କୋଟି ରୁ ଅଧିକ ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି । ଆଜି ୧୨ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଥାନେ ଇଣ୍ଟିଗ୍ରାଲ ରିଂ ମେଟ୍ରୋର ମଧ୍ୟ ଶିଳାନ୍ୟାସ କରାଯାଇଛି। ନଭି ମୁମ୍ବାଇ ବିମାନବନ୍ଦର ପ୍ରଭାବିତ ଅଞ୍ଚଳ ଅର୍ଥାତ୍ ନୈନା ପ୍ରକଳ୍ପ, ଛେଢାନଗରରୁ ଆନନ୍ଦନଗର ପର୍ଯ୍ୟନ୍ତ ଏଲିଭେଟେଡ୍ ଇଷ୍ଟର୍ଣ୍ଣ ଫ୍ରିୱେ, ଥାନେ ମ୍ୟୁନିସିପାଲ କର୍ପୋରେସନର ନୂତନ ମୁଖ୍ୟାଳୟ, ଏଭଳି ଅନେକ ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟର ଆଜି ଶିଳାନ୍ୟାସ କରାଯାଇଛି। ଏହି ଉନ୍ନୟନମୂଳକ କାର୍ଯ୍ୟ ମୁମ୍ବାଇ ଏବଂ ଥାନେକୁ ଏକ ଆଧୁନିକ ପରିଚୟ ଦେବ ।

 

ସାଥୀମାନେ

ଆଜି ଆରେରୁ ମୁମ୍ବାଇସ୍ଥିତ ବିକେସି ପର୍ଯ୍ୟନ୍ତ ଆକ୍ୱା ଲାଇନ୍ ମେଟ୍ରୋ ମଧ୍ୟ ଆରମ୍ଭ ହୋଇଛି। ମୁମ୍ବାଇବାସୀ ଦୀର୍ଘ ଦିନ ଧରି ଏହି ଲାଇନକୁ ଅପେକ୍ଷା କରି ରହିଛନ୍ତି। ମୁଁ ଆଜି ଜାପାନ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛି । ଜାପାନ ଇଣ୍ଟରନ୍ୟାସନାଲ କୋଅପରେସନ ଏଜେନ୍ସି ଜରିଆରେ ଏହି ପ୍ରକଳ୍ପରେ ଜାପାନର ବହୁତ ଅବଦାନ ରହିଛି । ତେଣୁ ଏହି ମେଟ୍ରୋ ଏକ ପ୍ରକାରଭାରତ-ଜାପାନ ବନ୍ଧୁତାର ପ୍ରତୀକ।

ଭାଇ ଓ ଭଉଣୀମାନେ,

ଥାନେ ପ୍ରତି ବାଲାସାହେବ ଠାକରେଙ୍କର ବିଶେଷ ଆକର୍ଷଣ ଥିଲା। ଏହା ସ୍ୱର୍ଗତ ଆନନ୍ଦ ଦିଘେ ଜୀଙ୍କର ମଧ୍ୟ ସହର ଅଟେ । ଏହି ସହର ଦେଶକୁ ଆନନ୍ଦୀବାଇ ଯୋଶୀଙ୍କ ଭଳି ଦେଶକୁ ଦେଶର ପ୍ରଥମ ମହିଳା ଡାକ୍ତର ଦେଇଥିଲା। ଆଜି ଆମେ ଏହି ବିକାଶମୂଳକ କାର୍ଯ୍ୟ ମାଧ୍ୟମରେ ଏହି ମହାନ ବ୍ୟକ୍ତିତ୍ୱଙ୍କ ସଂକଳ୍ପକୁ ମଧ୍ୟ ପୂରଣ କରୁଛୁ । ମୁଁ ଥାନେ-ମୁମ୍ବାଇର ସମସ୍ତ ଜନସାଧାରଣ, ମହାରାଷ୍ଟ୍ରର ସମସ୍ତ ଜନସାଧାରଣଙ୍କୁ ଏହି ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଉଛି।

 

ସାଥୀମାନେ

ଆଜି ପ୍ରତ୍ୟେକ ଦେଶବାସୀଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ରହିଛି- ବିକଶିତ ଭାରତ ! ତେଣୁ ଆମ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି, ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ସ୍ୱପ୍ନ ହେଉଛି ଉତ୍ସର୍ଗୀକୃତ ଭାରତର ବିକାଶ । ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ମୁମ୍ବାଇ-ଥାନେ ଭଳି ସହରକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ। କିନ୍ତୁ ଏଥିପାଇଁ ଆମକୁ ଦ୍ୱିଗୁଣିତ ପରିଶ୍ରମ କରିବାକୁ ପଡ଼ିବ। କାରଣ ଆମକୁ ମଧ୍ୟ ବିକାଶ କରିବାକୁ ପଡ଼ିବ ଏବଂ କଂଗ୍ରେସ ସରକାରଙ୍କ ଖାଲି ସ୍ଥାନଗୁଡ଼ିକୁ ମଧ୍ୟ ପୂରଣ କରିବାକୁ ପଡ଼ିବ। ଆପଣମ ମନେ ପକାନ୍ତୁ, କଂଗ୍ରେସ ଓ ଏହାର ସହଯୋଗୀ ମାନେ ମୁମ୍ବାଇ, ଥାନେ ଭଳି ସହରକୁ କୁଆଡ଼େ ନେଉଥିଲେ? ସହରର ଜନସଂଖ୍ୟା ବୃଦ୍ଧି ପାଉଥିଲା, ଟ୍ରାଫିକ୍ ବୃଦ୍ଧି ପାଉଥିଲା। କିନ୍ତୁ ଏହାର କୌଣସି ସମାଧାନ ହୋଇନଥିଲା। ମୁମ୍ବାଇ ସହର, ଦେଶର ଆର୍ôଥକ ରାଜଧାନୀ, ତାହାର ଥମି ଯାଇଥିବା, ବନ୍ଦ ହେବାର କୁହାଯାଇଥିଲା । ଆମ ସରକାର ଏହି ପରିସ୍ଥିତିକୁ ବଦଳାଇବାକୁ ଚେଷ୍ଟା କରିଛନ୍ତି। ଆଜି ମୁମ୍ବାଇ ମହାନଗରରେ ପ୍ରାୟ ୩୦୦ କିଲୋମିଟର ର ମେଟ୍ରୋ ନେଟୱାର୍କ ପ୍ରସ୍ତୁତ କରାଯାଉଛି । ଆଜି ମେରାଇନ୍ ଡ୍ରାଇଭ୍ ରୁ ବାନ୍ଦ୍ରା ପର୍ଯ୍ୟନ୍ତ ଯାତ୍ରା କୋଷ୍ଟାଲ୍ ରୋଡରୁ ୧୨ ମିନିଟ୍ ରେ ଶେଷ ହେଉଛି। ଅଟଳ ସେତୁ ମଧ୍ୟ ଦକ୍ଷିଣ ମୁମ୍ବାଇ ଏବଂ ନବୀ ମୁମ୍ବାଇ ମଧ୍ୟରେ ସେହି ଦୂରତାକୁ ହ୍ରାସ କରିଛି। ଅରେଞ୍ଜ ଗେଟ୍ ଟୁ ମେରିନ୍ ଡ୍ରାଇଭ୍ ଅଣ୍ଡରଗ୍ରାଉଣ୍ଡ ଟନେଲ ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି। ଏତେ ପ୍ରୋଜେକ୍ଟ ଅଛି ଯେ ଯଦି ମୁଁ ଗଣନା ଜାରି ରଖିବି, ତେବେ ଏହା ବହୁତ ସମୟ ହେବ । ବର୍ସୋଭାରୁ -ବାନ୍ଦ୍ରା ସି ବ୍ରିଜ୍ ପ୍ରକଳ୍ପ, ଇଷ୍ଟର୍ଣ୍ଣ ଫ୍ରି ୱେ, ଥାନେ-ବୋରିଭାଲି ଟନେଲ, ଥାନେ ସର୍କୁଲାର ମେଟ୍ରୋ ରେଳ ପ୍ରକଳ୍ପ, ଏମିତି ପ୍ରକଳ୍ପଦ୍ୱାରା ଏହି ସହରଗୁଡ଼ିକର ଚିତ୍ର ବଦଳୁଛି । ଏହା ଦ୍ୱାରା ମୁମ୍ବାଇବାସୀ ବହୁତ ଉପକୃତ ହେବେ । ଏହା ଦ୍ୱାରା ମୁମ୍ବାଇ ଏବଂ ଆଖପାଖ ସହରଗୁଡିକରେ ଅସୁବିଧା ହ୍ରାସ ପାଇବ । ଏଠାରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଏଠାରେ ଶିଳ୍ପର ବିକାଶ ହେବ।

ସାଥୀମାନେ,

ଆଜି ଗୋଟିଏ ପଟେ ମହାୟୁତି ସରକାର ଅଛନ୍ତି, ଯିଏ ମହାରାଷ୍ଟ୍ରର ବିକାଶକୁ ନିଜର ଲକ୍ଷ୍ୟ ବୋଲି ଭାବୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଓ ମହାଅଘାଡି ଜନତା ଅଛନ୍ତି। ଯେତେବେଳେ ବି ସୁଯୋଗ ମିଳେ ସେମାନେ ଉନ୍ନୟନ ମୂଳକ କାର୍ଯ୍ୟକୁ ଅଟକାଇ ଦିଅନ୍ତି। ମହାଅଘାଡି ଲୋକମାନେ କେବଳ ଉନ୍ନୟନ ମୂଳକ କାର୍ଯ୍ୟକୁ କିପରି ଅଟକାଇବା ଓ ବଦଳାଇବା ଜାଣନ୍ତି । ମୁମ୍ବାଇ ମେଟ୍ରୋ ନିଜେ ଏହାର ସବୁଠାରୁ ବଡ଼ ସାକ୍ଷୀ! ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଥିବା ବେଳେ ମୁମ୍ବାଇରେ ମେଟ୍ରୋଲାଇନ୍ ୩ ଆରମ୍ଭ ହୋଇଥିଲା। ଏହାର ୬୦ ପ୍ରତିଶତ କାମ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିଲା। କିନ୍ତୁ ତା'ପରେ ମହାଅଘାଡି ସରକାର ଆସିଲା। ମହା ଆଘାଡି ଲୋକମାନେ ନିଜ ଅହଂକାରରେ ମେଟ୍ରୋ କାର୍ଯ୍ୟକୁ ସ୍ଥଗିତ ରଖିଥିଲେ । ଅଢ଼େଇ ବର୍ଷ ଧରି କାମ ଅଟକି ରହିଥିବାରୁ ପ୍ରକଳ୍ପର ଖର୍ଚ୍ଚ ବଢ଼ିଲା ୧୪ ହଜାର କୋଟି ! ଏହା କାହାର ଟଙ୍କା? ଏହି ଟଙ୍କା କ'ଣ ମହାରାଷ୍ଟ୍ରର ନ ଥିଲା? ଏହି ଟଙ୍କା କ'ଣ ମହାରାଷ୍ଟ୍ରର ନାଗରିକଙ୍କର ନଥିଲା? ଏହା କ'ଣ ମହାରାଷ୍ଟ୍ରର ଟିକସଦାତାଙ୍କ କଠିନ ପରିଶ୍ରମର ଟଙ୍କା ନ ଥିଲା?

 

ଭାଇ ଓ ଭଉଣୀମାନେ,

ଗୋଟିଏ ପଟେ କାମ ପୁରା କରିବାକୁ ମହାଯୁତି ସରକାର, ଅନ୍ୟପଟେ ବିକାଶକୁ ଅଟକାଉଥିବା ମହା ଆଘାଡ଼ିର ଲୋକମାନେ । ମହାଅଘାଡି ନିଜର ଟ୍ରାକ୍ ରେକର୍ଡ ସହ ପ୍ରମାଣିତ କରିଛି ଯେ ସେମାନେ ମେଗା ବିକାଶ ବିରୋଧୀ ଲୋକ ଅଟନ୍ତି! ସେମାନେ ଅଟଳ ସେତୁକୁ ବିରୋଧ କରିଥିଲେ। ସେମାନେ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ କୁ ବନ୍ଦ କରିବାକୁ ସମ୍ପୂର୍ଣ୍ଣ ଷଡଯନ୍ତ୍ର କରିଥିଲେ । ଯେପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ ସେମାନେ ବୁଲେଟ୍ ଟ୍ରେନ୍ କାମକୁ ଆଗକୁ ବଢ଼ିବାକୁ ଦେଇନଥିଲେ। ସେମାନେ ମହାରାଷ୍ଟ୍ରର ମରୁଭୂମି ଅଞ୍ଚଳରେ ପାଣି ସହିତ ଜଡିତ ପ୍ରକଳ୍ପକୁ ମଧ୍ୟ ଛାଡିଲେ ନାହିଁ । ଯେଉଁ କାର୍ଯ୍ୟ ମହାରାଷ୍ଟ୍ରର ଲୋକମାନଙ୍କର ଶୋଷ ମେଣ୍ଟିବା ପାଇଁ ଆରମ୍ଭ ହୋଇଥିଲା, ମହା ଆଘାଡି ସରକାର ତାକୁ ମଧ୍ୟ ବନ୍ଦ କରିଦେଇଥିଲେ। ସେମାନେ ତୁମର ସବୁ କାମ ବନ୍ଦ କରି ଦେଉଥିଲେ । ଏବେ ଆପଣଙ୍କୁ ସେମାନଙ୍କୁ ଅଟକାଇବାକୁ ପଡିବ । ମହାରାଷ୍ଟ୍ରରେ ବିକାଶର ଏହି ଶତ୍ରୁମାନଙ୍କୁ ଶହ ଶହ ମାଇଲ ଦୂରରେ ରଖିବାକୁ ହେବ ।

ସାଥୀମାନେ

କଂଗ୍ରେସ ହେଉଛି ଭାରତର ସବୁଠାରୁ ଅସାଧୁ ଓ ଦୁର୍ନୀତିଗ୍ରସ୍ତ ଦଳ। ଯୁଗ ଯାହା ହେଉ ନା କାହିଁକି, ରାଜ୍ୟ ଯାହା ହେଉ ନା କାହିଁକି, କଂଗ୍ରେସର ଚରିତ୍ର ବଦଳିନାହିଁ। ଗତ ଏକ ସପ୍ତାହର ସ୍ଥିତି ଉପରେ ନଜର ପକାନ୍ତୁ। ଜମି ଦୁର୍ନୀତିରେ ଜଣେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନାମ ସାମ୍ନାକୁ ଆସିଛି। ସେମାନଙ୍କର ଜଣେ ମନ୍ତ୍ରୀ ମହିଳାଙ୍କୁ ଅସଦାଚରଣ କରୁଛନ୍ତି, ଅପମାନିତ କରୁଛନ୍ତି। ହରିୟାଣାରେ କଂଗ୍ରେସ ନେତାମାନେ ଡ୍ରଗ୍ସ ସହ ଧରାପଡ଼ିଛନ୍ତି। ନିର୍ବାଚନରେ କଂଗ୍ରେସ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥାଏ। କିନ୍ତୁ ସରକାର ଗଠନ ହେଲେ ଜନସାଧାରଣଙ୍କୁ ଶୋଷଣ କରିବା ପାଇଁ ସେମାନେ ନୂଆ ନୂଆ ଉପାୟ ଖୋଜିଥାନ୍ତି। ପ୍ରତିଦିନ ନୂଆ ନୂଆ ଟିକସ ଲଗାଇ ସେମାନଙ୍କ ଦୁର୍ନୀତି ପାଇଁ ଅର୍ଥ ସଂଗ୍ରହ କରିବା ସେମାନଙ୍କ ଏଜେଣ୍ଡା। ହିମାଚଳରେ କଂଗ୍ରେସ ସରକାର ସୀମା ଅତିକ୍ରମ କରିଛି। ହିମାଚଳରେ କଂଗ୍ରେସ ସରକାର ନୂଆ ଟିକସ ଲାଗୁ କରିଛନ୍ତି । ଆପଣ କଳ୍ପନା ବି କରିପାରିବେ ନାହିଁ । ଏବଂ ସେମାନେ କ'ଣ ନୂଆ ଟିକସ ଲଗାଇଛନ୍ତି? ସେମାନେ ଏକ ନୂଆ ଟିକସ ଲଗାଇଛନ୍ତି - ଟଏଲେଟ୍ ଟ୍ୟାକ୍ସ! ଗୋଟିଏ ପଟେ ମୋଦି କହୁଛନ୍ତି ଆମେ ଶୌଚାଳୟ ତିଆରି କରିବୁ ଏବଂ ସେମାନେ କହୁଛନ୍ତି ଆମେ ଶୌଚାଳୟ ଉପରେ ଟିକସ ଲାଗୁ କରିବୁ । ଅର୍ଥାତ୍ କଂଗ୍ରେସ ହେଉଛି ଲୁଟ୍ ଓ ଠକେଇର ସମ୍ପୂର୍ଣ୍ଣ ପ୍ୟାକେଜ୍‌। ସେମାନେ ଆପଣଙ୍କର ଜମି ଲୁଟି ନେବେ। ସେମାନେ ଯୁବକମାନଙ୍କୁ ନିଶା କାରବାର ଭିତରକୁ ଠେଲି ଦେବେ। ସେମାନେ ଆପଣଙ୍କ ଉପରେ ଟିକସ ବୋଝ ପକାଇବେ। ଏବଂ ମହିଳାଙ୍କୁ ଅସଦାଚରଣ କରୁଛନ୍ତି। ଲୁଟ୍‌, ମିଥ୍ୟା ଓ ଅପଶାସନର ଏହି ପୂରା ପ୍ୟାକେଜ୍ ହିଁ କଂଗ୍ରେସର ପରିଚୟ। ଏବଂ ମନେ ରଖନ୍ତୁ, ମୁଁ ଗତ କିଛି ଦିନର ଏକ ଚିତ୍ର ଆପଣଙ୍କ ସାମ୍ନାରେ ରଖିଛି, ଏବଂ ତାହା ମଧ୍ୟ ସମ୍ପୂର୍ଣ୍ଣ ନୁହେଁ, କାରଣ ସମୟର ଅଭାବ ଅଛି । ବର୍ଷ ବର୍ଷ ଧରି କଂଗ୍ରେସ ଏହା କରି ଆସୁଛି।

 

ଭାଇ ଓ ଭଉଣୀମାନେ,

ମହାରାଷ୍ଟ୍ରରେ ସେମାନେ ଏବେଠାରୁ ନିଜର ରଙ୍ଗ ଦେଖାଇବା ଆରମ୍ଭ କରିସାରିଲେଣି। ଆପଣ ଦେଖନ୍ତୁ, ମହାୟୁତି ସରକାର ମହାରାଷ୍ଟ୍ରର ମହିଳାମାନଙ୍କ ପାଇଁ ‘ଲାଡ୍‌କୀ ବେହେରା ଯୋଜନା' ଆରମ୍ଭ କରିଛନ୍ତି। ଏଥିରେ ଭଉଣୀମାନଙ୍କୁ ମାସକୁ ଦେଢ଼ ହଜାର ଟଙ୍କା ଓ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ମିଳୁଛି। ମହାଅଘାଡି ଲୋକେ ଏହାକୁ ହଜମ କରିପାରୁନାହାନ୍ତି। ସେମାନେ ସୁଯୋଗ ପାଇବାକୁ ଅପେକ୍ଷା କରିଛନ୍ତି, ଯଦି ମହାୟୁତି ସରକାର ସୁଯୋଗ ପାଆନ୍ତି, ତାହା ଦିଆଯିବ ନାହିଁ, ପ୍ରଥମ କଥା - ସେମାନେ ସିନ୍ଦେ ଜୀଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିବେ?, ଏବଂ ସିନ୍ଦେ ଜୀଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଯୋଜନାକୁ ବନ୍ଦ କରିଦେବେ। ମହା ଅଘାଡି ଲୋକମାନେ ଚାହୁଁନାହାନ୍ତି ଯେ ଏହି ଟଙ୍କା ଭଉଣୀମାନଙ୍କ ହାତକୁ ନଯାଇ ସେମାନଙ୍କ ଦଲାଲଙ୍କ ପକେଟକୁ ଯାଉ। ତେଣୁ ଆମ ମା' ଭଉଣୀମାନେ କଂଗ୍ରେସ ଓ ମହାଅଘାଡି ବାସୀଙ୍କ ପ୍ରତି ଟିକିଏ ଅଧିକ ସତର୍କ ରହିବା ଆବଶ୍ୟକ।

ସାଥୀମାନେ

କଂଗ୍ରେସ କ୍ଷମତାରେ ଥିବା ବେଳେ ବାରମ୍ବାର ପ୍ରଶ୍ନ ଉଠୁଥିଲା ଯେ ଦେଶର ବିକାଶରେ କଂଗ୍ରେସର କ'ଣ ଅସୁବିଧା ରହିଛି? କିନ୍ତୁ ଏହି ଲୋକମାନେ କ୍ଷମତାରୁ ଦୂରେଇ ଯାଇଥିବାରୁ ସେମାନେ ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଆଜି ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି କଂଗ୍ରେସର ଅସଲ ରଙ୍ଗ । କଂଗ୍ରେସକୁ ଏବେ ଅର୍ବାନ ନକ୍ସଲଙ୍କ ଏକ ଗ୍ୟାଙ୍ଗ ଚଳାଉଛି। ସମଗ୍ର ବିଶ୍ୱରେ ଯେଉଁମାନେ ଭାରତକୁ ଆଗକୁ ବଢ଼ିବାରୁ ରୋକିବାକୁ ଚାହୁଁଛନ୍ତି, କଂଗ୍ରେସ ଏବେ ଖୋଲାଖୋଲି ଭାବେ ସେମାନଙ୍କ ସହ ଛିଡ଼ା ହୋଇଛି। ତେଣୁ ସଂପୂର୍ଣ୍ଣ ବିଫଳତା ସତ୍ତ୍ୱେ କଂଗ୍ରେସ ସରକାର ଗଢ଼ିବାର ସ୍ୱପ୍ନ ଦେଖୁଛି। କଂଗ୍ରେସ ଜାଣିଛି ଯେ ତା'ର ଭୋଟ୍ ବ୍ୟାଙ୍କ ଗୋଟିଏ ରହିବ କିନ୍ତୁ ବାକି ସବୁ ସହଜରେ ବିଭାଜିତ ହେବ, ଖଣ୍ଡ ଖଣ୍ଡ ହୋଇଯିବ .. ତେଣୁ କଂଗ୍ରେସ ଓ ଏହାର ସହଯୋଗୀ ଦଳର ଗୋଟିଏ ମାତ୍ର ଲକ୍ଷ୍ୟ ରହିଛି- ସମାଜକୁ ବିଭାଜିତ କରିବା, ଲୋକଙ୍କୁ ବିଭାଜିତ କରିବା ଓ କ୍ଷମତା ଦଖଲ କରିବା। ତେଣୁ ଆମକୁ ଅତୀତରୁ ଶିକ୍ଷା ନେବାକୁ ପଡ଼ିବ। ଆମକୁ ଆମର ଏକତାକୁ ଦେଶର ଢାଲ କରିବାକୁ ପଡିବ । ଆମକୁ ମନେ ରଖିବାକୁ ହେବ ଯେ ଯଦି ଆମେ ବିଭାଜନ କରିବୁ, ଯେଉଁମାନେ ବିଭାଜନ ହେବୁ ସେମାନେ ସମାବେଶକୁ ସଜାଇଦେବେ । କଂଗ୍ରେସ ଓ ମହାଅଘାଡିର ଯୋଜନାକୁ ସଫଳ ହେବାକୁ ଦେବା ଉଚିତ ନୁହେଁ।

 

ସାଥୀମାନେ,

ଯେଉଁଠି କଂଗ୍ରେସର ପାଦ ପଡୁଛି, ସେଠାରେ କେବଳ ବିଭାଜନ ରହିଛି। ସେମାନେ ଦେଶକୁ ଦାରିଦ୍ର‌୍ୟ ଭିତରକୁ ଠେଲି ଦେଲେ! ସେମାନେ ମହାରାଷ୍ଟ୍ରକୁ ନଷ୍ଟ କରି ଦେଇଛନ୍ତି, ମହାରାଷ୍ଟ୍ରର କୃଷକମାନଙ୍କୁ ନଷ୍ଟ କରିଦେଇଛନ୍ତି। ସେମାନେ ଯେଉଁ ରାଜ୍ୟରେ ସରକାର ଗଢ଼ିଲେ ତାକୁ ମଧ୍ୟ ଧ୍ୱଂସ କରିଥିଲେ। ଖାଲି ସେତିକି ନୁହେଁ, ଅନ୍ୟ ଦଳମାନେ ମଧ୍ୟ ନିଜ ସାଙ୍ଗରେ ଆସି ନଷ୍ଟ ହୋଇଯାଉଛନ୍ତି। ଯେଉଁମାନେ ଜାତୀୟତାବାଦ କଥା କହୁଥିଲେ, ସେମାନେ ଏବେ ତୁଷ୍ଟୀକରଣ ରାଜନୀତି ଆରମ୍ଭ କରିଛନ୍ତି। ଆପଣ ମାନେ ମଧ୍ୟ ଜାଣନ୍ତି ଯେ ଆମ ସରକାର ୱାକଫ୍ ବୋର୍ଡର ବେଆଇନ ଦଖଲ ଉପରେ ଏକ ବିଲ୍ ଆଣିଛନ୍ତି । କିନ୍ତୁ ତୁଷ୍ଟୀକରଣ ରାଜନୀତିରେ କଂଗ୍ରେସର ନୂଆ ଶିଷ୍ୟମାନେ ୱାକଫ୍ ବୋର୍ଡ ବିଲ୍ କୁ ବିରୋଧ କରି ପାପ କରୁଛନ୍ତି। ସେମାନେ କହୁଛନ୍ତି ଯେ ୱାକଫ୍ ର ବେଆଇନ ଦଖଲ ହଟାଯିବ ନାହିଁ। ଏପରିକି କଂଗ୍ରେସ ଲୋକମାନେ ବୀର ସାବରକରଙ୍କୁ ଅପଶବ୍ଦ ବ୍ୟବହାର କରୁଛନ୍ତି ଏବଂ ଅପମାନ ଦେଉଛନ୍ତି । ତାଙ୍କ ପଛରେ ଏବେ ବି କଂଗ୍ରେସ ଶିଷ୍ୟମାନେ ଠିଆ ହୋଇଛନ୍ତି। ଆଜି କଂଗ୍ରେସ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଲାଗୁ ହେବ ବୋଲି ଘୋଷଣା କରୁଛି ଏବଂ କଂଗ୍ରେସର ଶିଷ୍ୟମାନେ କିଛି କହୁନାହାନ୍ତି। ନୂଆ ଭୋଟ୍ ବ୍ୟାଙ୍କ ସୃଷ୍ଟି ପାଇଁ ଆଦର୍ଶର ଏଭଳି ଅବକ୍ଷୟ, କଂଗ୍ରେସର ଏଭଳି ଆଜ୍ଞା ହଜୁର, କଂଗ୍ରେସର ଭୂତ ଯାହା ଭିତରକୁ ପ୍ରବେଶ କରିବ, ତାଙ୍କର ଏଭଳି ଅବସ୍ଥା ହେବ ।

ସାଥୀମାନ,

ଆଜି ଦେଶକୁ ମହାରାଷ୍ଟ୍ରକୁ ସଚ୍ଚୋଟ ଏବଂ ସ୍ଥିର ନୀତି ଥିବା ଗୋଟିଏ ସରକାର ଦରକାର। କେବଳ ବିଜେପି ଓ ମହାୟୁତି ସରକାର ହିଁ ଏହି କାମ କରି ଆଗକୁ ବଢ଼ାଇପାରିବେ। ବିଜେପି ହିଁ ଦେଶରେ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରିବା ସହ ସାମାଜିକ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରିଛି। ରାଜପଥ, ଏକ୍ସପ୍ରେସ୍ ୱେ, ସଡ଼କ ପଥ ଏବଂ ବିମାନବନ୍ଦରର ବିକାଶରେ ମଧ୍ୟ ଆମେ ଏକ ରେକର୍ଡ ସୃଷ୍ଟି କରିଛୁ ଏବଂ ୨୫ କୋଟି ଗରିବ ଲୋକଙ୍କୁ ଦାରିଦ୍ର‌୍ୟରୁ ବାହାର କରିଛୁ । ଆମକୁ ଏବେ ବି ଦେଶକୁ ବହୁ ଆଗକୁ ନେବାକୁ ପଡ଼ିବ। ମୋର ବିଶ୍ୱାସ ଯେ ମହାରାଷ୍ଟ୍ରର ପ୍ରତ୍ୟେକ ନାଗରିକ ଏନଡିଏ ସହିତ ଏହି ସଂକଳ୍ପ ସହିତ ଠିଆ ହୋଇଛନ୍ତି । ଆମେ ସମସ୍ତେ ମିଳିମିଶି ମହାରାଷ୍ଟ୍ରର ସ୍ୱପ୍ନ ପୂରଣ କରିବୁ। ଏହି ବିଶ୍ୱାସ ସହିତ ମୁଁ ପୁଣି ଥରେ ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପ ଏବଂ ଅନେକ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆପଣ ମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୋ ସହିତ କୁହନ୍ତୁ –

ଭାରତ ମାତା କି ଜୟ,

ଭାରତ ମାତା କି ଜୟ,

ଭାରତ ମାତା କି ଜୟ,

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tricolour to be hoisted for first time since 1947 in 92 Bastar villages on Independence Day

Media Coverage

Tricolour to be hoisted for first time since 1947 in 92 Bastar villages on Independence Day
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights India’s strong conservation efforts on World Elephant Day
August 12, 2026

Prime Minister Shri Narendra Modi today stated that on World Elephant Day, we celebrate the majestic elephant, which has remained an integral part of India’s ecological heritage. He expressed gladness that India is home to over 60% of the world’s wild Asian elephants.

The Prime Minister noted that our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. Shri Modi also expressed pride in all forest personnel, scientists, veterinarians, mahouts, and the local communities who are integral to all such efforts.

In a post on X, the Prime Minister shared:

"On World Elephant Day, we celebrate the majestic elephant which has remained an integral part of India’s ecological heritage. It is gladdening that India is home to over 60% of the world’s wild Asian elephants. Our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. We are also proud of all forest personnel, scientists, veterinarians, mahouts and the local communities who are integral to all such efforts."