Launches Dharti Aaba Janjatiya Gram Utkarsh Abhiyan to benefit 63000 tribal villages in about 550 districts
Inaugurates 40 Eklavya Schools and also lays foundation stone for 25 Eklavya Schools
Inaugurates and lays foundation stone for multiple projects under PM-JANMAN
“Today’s projects are proof of the Government’s priority towards tribal society”

ଜୁହାର !

ଝାଡ଼ଖଣ୍ଡର  ରାଜ୍ୟପାଳ ଶ୍ରୀ ସନ୍ତୋଷ ଗଙ୍ଗୱାରଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଶ୍ରୀ ଜୁଏଲ ଓରାମ ଜୀ, ମୋର ସାଥୀ ମନ୍ତ୍ରୀ ଏବଂ ଏହି ଭୂମିର ଭଉଣୀ, ଅନ୍ନପୂର୍ଣ୍ଣା ଦେବୀ ଜୀ, ସଞ୍ଜୟ ସେଠ ଜୀ, ଶ୍ରୀ ଦୁର୍ଗାଦାସ ଉଇକେ ଜୀ, ଏହି ନିର୍ବାଚନମଣ୍ଡଳୀର ସାଂସଦ ଶ୍ରୀ ମନୀଷ ଜୟସ୍ୱାଲଜୀ, ସମସ୍ତ ଜନ-ପ୍ରତିନିଧିଗଣ ଏବଂ ଏଠାରେ ଉପସ୍ଥିତ ମୋର ଭାଇ ଏବଂ ଭଉଣୀମାନେ !

ଆଜି ପୁଣି ଥରେ ମୋତେ ଝାଡ଼ଖଣ୍ଡର ବିକାଶଯାତ୍ରାରେ ସାମିଲ ହେବାର ସୁଯୋଗ ମିଳିଛି। କିଛି ଦିନ ତଳେ ମୁଁ ଜାମସେଦପୁର ଗସ୍ତ କରିଥିଲି। ମୁଁ ଜାମସେଦପୁରରୁ ଝାଡ଼ଖଣ୍ଡ ପାଇଁ ଶହ ଶହ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଥିଲି। ଝାଡ଼ଖଣ୍ଡର ହଜାର ହଜାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜର ସ୍ଥାୟୀ ଘର ମିଳିଛି। ଆଉ ମାତ୍ର କିଛି ଦିନ ଭିତରେ ମୁଁ ପୁଣି ଥରେ ଏଠାକୁ ଆସିଛି । ଆଜି ଝାଡ଼ଖଣ୍ଡରେ ୮୦ହଜାରେ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ଏବଂ ଉନ୍ନତି ସହିତ ଜଡ଼ିତ । ଏହି ପ୍ରକଳ୍ପଗୁଡ଼ିକ ସମଗ୍ର ଦେଶରେ ଆଦିବାସୀ ସମ୍ପ୍ରଦାୟ ପାଇଁ ଭାରତ ସରକାରଙ୍କ ପ୍ରାଥମିକତାର ପ୍ରମାଣ ଅଟେ । ଏହି ବିକାଶମୂଳକ ପଦକ୍ଷେପ ପାଇଁ ମୁଁ ଝାଡ଼ଖଣ୍ଡର ସମସ୍ତ ଜନସାଧାରଣଙ୍କୁ ଏବଂ ସମଗ୍ର ଦେଶବାସୀକୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ଆଜି ହେଉଛି ପୂଜ୍ୟ ବାପୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ଆଦିବାସୀ ବିକାଶ ପାଇଁ ତାଙ୍କର ଦୃଷ୍ଟିକୋଣ ଓ ଚିନ୍ତାଧାରା ଆମ ପାଇଁ ଏକ ପୁଞ୍ଜି। ଗାନ୍ଧିଜୀ ବିଶ୍ୱାସ କରୁଥିଲେ ଯେ ଆଦିବାସୀ ସମ୍ପ୍ରଦାୟର ଦ୍ରୁତ ପ୍ରଗତି ହେଲେ ହିଁ ଭାରତର ବିକାଶ ସମ୍ଭବ ହୋଇପାରିବ । ମୁଁ ଖୁସି ଯେ ଆଜି ଆମ ସରକାର ଆଦିବାସୀ ସମ୍ପ୍ରଦାୟର ଉନ୍ନତି ଉପରେ ପୂର୍ବାପେକ୍ଷା ଅଧିକ ଧ୍ୟାନ ଦେଉଛନ୍ତି । ମୁଁ ନିକଟରେ ଏକ ପ୍ରମୁଖ କାର୍ଯ୍ୟକ୍ରମ, ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ଏକ ବହୁତ ବଡ କାର୍ଯ୍ୟକ୍ରମର  ଶୁଭାରମ୍ଭ କରିଛି । ଏହି ଯୋଜନାରେ ପାଖାପାଖି ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅଧୀନରେ ୫୫୦ ଟି ଜିଲ୍ଲାର ପ୍ରାୟ ୬୩ ହଜାର ଆଦିବାସୀ ଅଧ୍ୟୁଷିତ ଗ୍ରାମର ବିକାଶର ଅଭିଯାନ କାର୍ଯ୍ୟକାରୀ ହେବ। ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମଗୁଡ଼ିକରେ  ସାମାଜିକ- ଅର୍ଥନୈତିକ ସ୍ଥିତି ଏବଂ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରାଯିବ। ଏହି ପ୍ରୟାସ ଦ୍ୱାରା ସାରା ଦେଶରେ ମୋର ୫ କୋଟିରୁ ଅଧିକ ଆଦିବାସୀ ଭାଇ-ଭଉଣୀ ଉପକୃତ ହେବେ । ଝାଡ଼ଖଣ୍ଡର ଆଦିବାସୀ ସମ୍ପ୍ରଦାୟ ମଧ୍ୟ ଏହି ପଦକ୍ଷେପ ଦ୍ୱାରା ଯଥେଷ୍ଟ ଲାଭ ପାଇବେ।

 

ସାଥିମାନେ,

ଭଗବାନ ବିର୍ସା ମୁଣ୍ଡାଙ୍କ ଭୂମିରୁ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଆରମ୍ଭ ହୋଇଥିବାରୁ ମୁଁ ଆନନ୍ଦିତ । ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଝାଡ଼ଖଣ୍ଡରେ ପିଏମ୍-ଜନମନ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଆସନ୍ତା ମାସ ୧୫ ତାରିଖରେ ଜନଜାତିଆ ଗୌରବ ଦିବସ (ଆଦିବାସୀ ଗୌରବ ଦିବସ)ରେ ପ୍ରଧାନମନ୍ତ୍ରୀ-ଜନମନ ଯୋଜନାର ପ୍ରଥମ ବାର୍ଷିକୀ ପାଳନ କରାଯିବ। ପିଏମ୍-ଜନମାନ ଯୋଜନା ଜରିଆରେ ଏକଦା ପଛରେ ପଡ଼ିଥିବା ଆଦିବାସୀ ଅଞ୍ଚଳରେ ଏବେ ବିକାଶ ପହଞ୍ଚୁଛି, ଯେଉଁଠି କେହି ଧ୍ୟାନ ଦେଇନଥିଲେ । ଆଜି ପିଏମ୍-ଜନମନ ଯୋଜନାରେ ପ୍ରାୟ ସାଢେ ୧୩୦୦ କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରାଯାଇଛି। ଏହି ଯୋଜନା ଅଧୀନରେ ଅତି ପଛୁଆ ଆଦିବାସୀ ଅଞ୍ଚଳରେ ଜୀବନରେ ଉନ୍ନତି ଆଣିବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ସଡ଼କ ସୁବିଧା ନିର୍ମାଣ କରାଯିବ ।

 

ଭାଇ ଓ ଭଉଣୀମାନେ,

କେବଳ ଗୋଟିଏ ବର୍ଷରେ ପ୍ରଧାନମନ୍ତ୍ରୀ-ଜନମନ ଯୋଜନା ଝାଡ଼ଖଣ୍ଡରେ ଅନେକ ମାଇଲଖୁଣ୍ଟ ହାସଲ କରିଛି। ସାଢେ ୯୦ ରୁ ଅଧିକ ପଛୁଆ ଗାଁରେ ପ୍ରତି ଘରକୁ ପାଣି ପହଞ୍ଚାଇବାର କାମ ଶେଷ ହୋଇଛି। ରାଜ୍ୟରେ ୩୫ଟି ବନ ଧନ ବିକାଶ କେନ୍ଦ୍ରକୁ ମଧ୍ୟ ଅନୁମୋଦନ ମିଳିଛି। ଏହାବ୍ୟତୀତ ଦୁର୍ଗମ ଆଦିବାସୀ ଅଞ୍ଚଳକୁ ମୋବାଇଲ ସଂଯୋଗ ସହ ଯୋଡ଼ିବା ପାଇଁ କାମ ଚାଲିଛି। ଏହି ବିକାଶ, ଏହି ପରିବର୍ତ୍ତନ ଆମ ଆଦିବାସୀ ସଂପ୍ରଦାୟକୁ ପ୍ରଗତିର ସମାନ ସୁଯୋଗ ପ୍ରଦାନ କରିବ ।

 

ସାଥିମାନେ,

ଆମ ଆଦିବାସୀ ସମାଜର ଉନ୍ନତି ସେତେବେଳେ ହେବ ଯେତେବେଳେ ଏହାର ଯୁବକମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ସୁଯୋଗ ପ୍ରଦାନ କରାଯିବ । ଏ ଦିଗରେ ଆଦିବାସୀ ଅଂଚଳରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ନିର୍ମାଣ ପାଇଁ ଆମ ସରକାର ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ଆଜି ଏଠାରୁ ୪୦ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦ୍ ଘାଟିତ ହୋଇଛି। ଏଥିସହ ୨୫ଟି ନୂଆ ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ କରାଯାଇଛି। ଅତ୍ୟାଧୁନିକ ସୁବିଧା ଓ ଉଚ୍ଚମାନର ଶିକ୍ଷା ପ୍ରଦାନ ପାଇଁ ଆମେ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ବଜେଟ୍ କୁ ଦ୍ୱିଗୁଣିତ କରିଛୁ।

 

ଭାଇ ଓ ଭଉଣୀମାନେ,

ଯେତେବେଳେ ସଠିକ୍ ପ୍ରୟାସ କରାଯାଏ, ସଠିକ୍ ଫଳାଫଳ ମିଳିଥାଏ । ମୁଁ ବିଶ୍ୱାସ କରୁଛି ଯେ ଆମର ଆଦିବାସୀ ଯୁବକମାନେ ପ୍ରଗତି କରିବେ ଏବଂ ସେମାନଙ୍କ ସାମର୍ଥ୍ୟରୁ ଦେଶ ଉପକୃତ ହେବ ।

 

ସାଥିମାନେ,      

ମୁଁ ଏଠାରେ ଲମ୍ବା ଭାଷଣ ଦେବି ନାହିଁ, କାରଣ ମୁଁ ଖୁବ୍ ଶୀଘ୍ର ଏଠାରୁ ପ୍ରାୟ ୩-୪ କିଲୋମିଟର ଦୂରରେ ଥିବା ଆଦିବାସୀ ସମ୍ପ୍ରଦାୟର ଏକ ବଡ଼ ମେଳାକୁ ଯିବି । ମୁଁ ମୋ ର ହୃଦୟର କଥା କହିବି, ଏବଂ ମୁଁ ଉତ୍ସାହର ସହ କହିବି | ତେଣୁ ଏହି ସରକାରୀ କାର୍ଯ୍ୟକ୍ରମର ଶୃଙ୍ଖଳାକୁ ସମ୍ମାନ ଦେଇ ମୁଁ ଏହି ଭାଷଣକୁ ଅଧିକ ସମୟ ଦେବି ନାହିଁ। ତେବେ ଏଭଳି ସରକାରୀ କାର୍ଯ୍ୟକ୍ରମରେ ଯଦି ଏତେ ସଂଖ୍ୟକ ଲୋକ ଏକାଠି ହୁଅନ୍ତି, ତେବେ ସେମାନେ କହିବେ, "ଓ...ହୋ...ହୋ... ଏହି କାର୍ଯ୍ୟକ୍ରମ ବହୁତ ବଡ ଥିଲା। କିନ୍ତୁ ସରକାରୀ କାର୍ଯ୍ୟକ୍ରମ ପାଇଁ ଏହା କେବଳ ଏକ ଛୋଟ ବ୍ୟବସ୍ଥା ଥିଲା; ଖୁବ୍ ଶୀଘ୍ର ବଡ଼ କାର୍ଯ୍ୟକ୍ରମ ହେବ । ଯଦି ଏହି କାର୍ଯ୍ୟକ୍ରମ ନିଶ୍ଚିନ୍ତ ଏତେ ବଡ଼ ହୁଏ, ତେବେ ଅନ୍ୟ ନିଶ୍ଚିନ୍ତ କାର୍ଯ୍ୟକ୍ରମ କେତେ ବଡ ହେବ ତାହା କଳ୍ପନା କରନ୍ତୁ। ଆଜି ମୁଁ ଅବତରଣ କରିବା ମାତ୍ରେ ଝାଡ଼ଖଣ୍ଡର ଭାଇ ଓ ଭଉଣୀମାନଙ୍କର ଅଦ୍ଭୁତ ପ୍ରେମ ଓ ସମର୍ଥନ ଦେଖିଲି। ଏହି ଭଲପାଇବା ଓ ଆଶୀର୍ବାଦ ମୋତେ ଆଦିବାସୀ ସମ୍ପ୍ରଦାୟର ଅଧିକ ସେବା କରିବାକୁ ଶକ୍ତି ଦେବ। ଏହି ଭାବନା ସହିତ, ମୁଁ ପୁଣିଥରେ ଏହି ବିକାଶମୂଳକ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା  ଜଣାଉଛି ଏବଂ ମୁଁ ଆପଣମାନଙ୍କୁ ବହୁତ-ବହୁତ ଧନ୍ୟବାଦ ଜଣାଉଛି । ମୁଁ ଏହା ମଧ୍ୟ ଆଶା କରୁଛି ଯେ ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ସେଠାକୁ ଆସିବେ, ଏବଂ ମୋତେ ଆହୁରି ଅନେକ ପ୍ରସଙ୍ଗରେ କହିବାର ସୁଯୋଗ ମିଳିବ ।

ଜୟ ଜୁହାର !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Semiconductors to clean energy: Inside PM Modi’s high-profile meeting with 16 Dutch CEOs in The Hague

Media Coverage

Semiconductors to clean energy: Inside PM Modi’s high-profile meeting with 16 Dutch CEOs in The Hague
NM on the go

Nm on the go

Always be the first to hear from the PM. Get the App Now!
...
Prime Minister and Prime Minster of Sweden exchange special gifts celebrating the shared cultural legacy of Rabindranath Tagore
May 17, 2026

The Prime Minister of Sweden, H.E. Mr. Ulf Kristersson and Prime Minister Shri Narendra Modi exchanged special commemorative gifts to celebrate the legacy of Nobel Laureate Gurudev Rabindranath Tagore.

The gift from Prime Minister Kristersson comprised a box containing two replicas of hand-written epigrams by Gurudev Rabindranath Tagore, accompanied by a small explanatory text and a photograph of Gurudev Tagore taken in 1921 during his visit to Uppsala University. The originals, recently discovered in the Swedish National Archives, were created by Gurudev Tagore during his visits to Sweden in 1921 and 1926.

Prime Minister Modi presented to Prime Minster Kristersson a set of collected works of Rabindranath Tagore, along with a specially handcrafted bag from Shantiniketan with motifs that Gurudev chose to empower local artisans. The bag symbolizes Tagore’s philosophy that art is not meant to be confined to galleries, but to breathe life into everyday objects, bridging the gap between the intellectual and the functional.

Although Gurudev Tagore could not travel to Sweden in 1913 to receive the Nobel Prize, he was received by King Gustav V when he visited Sweden in 1921. These gifts symbolize the shared cultural and intellectual heritage between India and Sweden, and pay tribute to the enduring legacy of Rabindranath Tagore. The exchange of gifts also coincides with the centenary of Gurudev’s historic visit to Sweden in 1926.