ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ
ଗଗନଯାନର ଅଗ୍ରଗତି ସମୀକ୍ଷା କରିବା ସହ ମହାକାଶଚାରୀଙ୍କୁ 'ମହାକାଶଚାରୀ ୱିଙ୍ଗ୍' ପ୍ରଦାନ କରିଛନ୍ତି
ନୂଆ କାଳ ଚକ୍ରରେ ଭାରତ କ୍ରମାଗତ ଭାବରେ ବିଶ୍ୱ ବ୍ୟବସ୍ଥାରେ ନିଜର ସ୍ଥାନ ବିସ୍ତାର କରୁଛି ଏବଂ ଏହା ଆମ ମହାକାଶ କାର୍ଯ୍ୟକ୍ରମରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି
ଏହି ୪ ଜଣ ମହାକାଶଚାରୀ କେବଳ ୪ ଜଣ ନାମ କିମ୍ବା ବ୍ୟକ୍ତି ନୁହଁନ୍ତି, ସେମାନେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାକୁ ମହାକାଶକୁ ନେବାର ଚାରିଟି 'ଶକ୍ତି' ଅଟନ୍ତି
ଏହି ୪ ଜଣ ମହାକାଶଚାରୀ ଆଜିର ଭାରତର ବିଶ୍ୱାସ, ସାହସ, ବୀରତ୍ୱ ଓ ଶୃଙ୍ଖଳାର ପ୍ରତୀକ
୪୦ ବର୍ଷ ପରେ ମହାକାଶକୁ ଯାଉଛନ୍ତି ଜଣେ ଭାରତୀୟ । କିନ୍ତୁ ବର୍ତ୍ତମାନ ସମୟ, କାଉଣ୍ଟଡାଉନ୍ ଏବଂ ରକେଟ୍ ଆମର
ଭାରତ ବିଶ୍ବର ଶ୍ରେଷ୍ଠ-୩ ଅର୍ଥନୀତି ରେ ପରିଣତ ହେବାକୁ ଯାଉଥିବା ବେଳେ ଦେଶର ଗଗନଯାନ ଆମ ମହାକାଶ କ୍ଷେତ୍ରକୁ ମଧ୍ୟ ନୂଆ ଶିଖରରେ ପହଞ୍ଚାଇବାକୁ ଯାଉଛି
ମହାକାଶ କ୍ଷେତ୍ରରେ ଭାରତର ନାରୀ ଶକ୍ତି ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି
ମହାକାଶ କ୍ଷେତ୍ରରେ ଭାରତର ସଫଳତା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିଛି
ଏହି ଅମୃତ କାଳରେ ଜଣେ ଭାରତୀୟ ମହାକାଶଚାରୀ ଭାରତୀୟ ରକେଟରେ ଚନ୍ଦ୍ରରେ ଅବତରଣ
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମହାକାଶଚାରୀଙ୍କ ପାଇଁ ଷ୍ଟାଣ୍ଡିଂ ଓଭେସନ ଆହ୍ୱାନ ଦେବା ସହ ଭାରତ ମାତା କି ଜୟ ସ୍ଲୋଗାନରେ ହଲ ଗୁଞ୍ଜରିତ ହୋଇ ଉଠିଥିଲା ।

କେରଳର ରାଜ୍ୟପାଳ ଶ୍ରୀ ଆରିଫ୍ ମହମ୍ମଦ ଖାନ୍‌, ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ପିନାରାଇ ବିଜୟନ ଜୀ, ରାଷ୍ଟ୍ରମନ୍ତ୍ରୀ ତଥା ମୋର ସାଥୀ ଶ୍ରୀ ବି. ମୁରଲୀଧରନ ଜୀ, ଇସ୍ରୋ ପରିବାରର ସମସ୍ତ ସଦସ୍ୟଗଣ, ନମସ୍କାର ! ସାହସୀ ସାଥୀମାନଙ୍କ ସମ୍ମାନରେ ଆମେ ସମସ୍ତେ ଠିଆ ହୋଇ ଅଭ୍ୟର୍ଥନା ଦେଇ କରତାଳି ସହ ସେମାନଙ୍କୁ ସମ୍ମାନିତ କରିବା । ଭାରତ ମାତା କି – ଜୟ !
ଭାରତ ମାତା କି – ଜୟ !
ଭାରତ ମାତା କି – ଜୟ !
ଭାରତ ମାତା କି – ଜୟ !
ଅନେକ - ଅନେକ ଧନ୍ୟବାଦ!

ପ୍ରତି ରାଷ୍ଟ୍ରର ବିକାଶ ଯାତ୍ରାରେ ଏମିତି କିଛି ମୁହୂର୍ତ ଆସେ, ଯାହା ବର୍ତମାନ ସହିତ ହିଁ ଆଗାମୀ ପିଢିକୁ ମଧ୍ୟ ପରିଭାଷିତ କରିଥାଏ । ଆଜି ଭାରତ ପାଇଁ ଏହା ଏଭଳି ଏକ ମୁହୂର୍ତ । ଆମର ଆଜିର ପିଢି ବହୁତ ସୌଭାଗ୍ୟଶାଳୀ,  ଯେଉଁମାନଙ୍କୁ ଜଳ, ସ୍ଥଳ, ଆକାଶ ଏବଂ ମହାକାଶରେ, ଐତିହାସିକ କାର୍ଯ୍ୟ ଗୁଡିକର ଖ୍ୟାତି ମିଳୁଛି । କିଛି ଦିନ ପୂର୍ବରୁ ମୁଁ ଅଯୋଧ୍ୟାରେ କହିଥିଲି ଯେ ଏହା ନୂତନ କାଳଖଣ୍ଡର ଆରମ୍ଭ ମାତ୍ର । ଏହି ନୂତନ କାଳଖଣ୍ଡରେ, ବିଶ୍ୱସ୍ତରରେ ଭାରତ ନିଜର ସ୍ଥାନକୁ କ୍ରମାଗତ ଭାବରେ ବୃଦ୍ଧି କରୁଛି । ଏବଂ ଏହା ଆମର ମହାକାଶ କାର୍ଯ୍ୟକ୍ରମରେ ମଧ୍ୟ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି ।

 

ବନ୍ଧୁଗଣ,
ଗତ ବର୍ଷ, ପ୍ରଥମ ଦେଶ ଭାବରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ତ୍ରିରଙ୍ଗା ଉଡାଇଥିଲା । ଆଜି ଶିବଶକ୍ତି ପଏନ୍ଟ, ସମଗ୍ର ବିଶ୍ୱରେ ଭାରତର ସାମର୍ଥ୍ୟକୁ ପରିଚିତ କରାଉଛି । ଏବେ, ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ରରେ ଆମେ ସମସ୍ତେ ଅନ୍ୟ ଏକ ଐତିହାସିକ ଯାତ୍ରାର ସାକ୍ଷୀ ହେବାକୁ ଯାଉଛେ । ଏହି କିଛି ସମୟ ପୂର୍ବରୁ ରାଷ୍ଟ୍ର ପ୍ରଥମଥର ପାଇଁ ନିଜର ଚାରିଜଣ ଗଗନଯାନ ଯାତ୍ରୀଙ୍କ ସହ ପରିଚିତ ହୋଇଛି । ଏହା କେବଳ ଚାରିଟି ନାମ କିମ୍ବା ଚାରିଟି ମଣିଷ ନୁହଁନ୍ତି, ଏମାନେ ୧୪୦ କୋଟି ଆକାଂକ୍ଷାକୁ ମହାକାଶକୁ ନେଇ ଯାଉଥିବା ଚାରିଟି ଶକ୍ତି । ୪୦ ବର୍ଷ ପରେ କେହି ଭାରତୀୟ ମହାକାଶକୁ ଯାତ୍ରା କରିବେ । କିନ୍ତୁ ଏଥର ସମୟ ମଧ୍ୟ ଆମର, ଅବଗଣନା ମଧ୍ୟ ଆମର ଏବଂ ରକେଟ୍ ମଧ୍ୟ ଆମର । ମୁଁ ଖୁସି ଯେ ଆଜି ଏହି ମହାକାଶଚାରୀଙ୍କୁ ଭେଟିବା, ସେମାନଙ୍କ ସହ କଥାବାର୍ତା ହେବା ଏବଂ ସେମାନଙ୍କୁ ଦେଶ ସାମ୍ନାରେ ଉପସ୍ଥାପନ କରିବାର ସୌଭାଗ୍ୟ ମୋତେ ମଳିଛି । ମୁଁ ଏହି ସାଥୀମାନଙ୍କୁ ସମଗ୍ର ଦେଶ ତରଫରୁ ଅନେକ-ଅନେକ ଅଭିନନ୍ଦନ ଜଣାଉଛି, ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଏକବିଂଶ ଶତାବ୍ଦୀରେ ଭାରତର ସଫଳତା ସହିତ ଆଜି ଆପଣମାନଙ୍କ ନାମ ମଧ୍ୟ ଯୋଡି ହୋଇଗଲା । 

ଆପଣ ଆଜିକାର ଭାରତର ବିଶ୍ୱାସ । ଆପଣ ଆଜିର ଭାରତର ସୌର୍ଯ୍ୟ, ସାହସ ଏବଂ ଶୃଙ୍ଖଳା ଅଟନ୍ତି । ଆପଣ ଭାରତର ଗୌରବ ବୃଦ୍ଧି କରିବା ପାଇଁ, ମହାକାଶରେ ଜାତୀୟ ପତାକା ଉଡାଇବା ପାଇଁ ବିଗତ କିଛି ବର୍ଷ ଧରି ଦିନରାତି ପରିଶ୍ରମ କରିଆସୁଛନ୍ତି । ଆପଣମାନେ ଭାରତର ଏହି ଅମୃତ ପିଢିର ପ୍ରତିନିଧି ଅଟନ୍ତି, ଯେଉଁମାନେ ଆହ୍ୱାନ ଗୁଡିକୁ ଆହ୍ୱାନ ଦେବାର ଭାବାବେସ ରଖନ୍ତି । ଆପଣମାନଙ୍କର କଠୋର ପ୍ରଶିକ୍ଷଣ ପଦ୍ଧତିରେ ଯୋଗର ଏକ ବଡ ଭୂମିକା ରହିଛି । ଏହି ମିଶନ୍‌ରେ ସୁସ୍ଥ ମାନସ ଏବଂ ସୁସ୍ଥ ଶରୀର ଏବଂ ଏହି ଦୁଇଟିର ସନ୍ତୁଳନ ହେବା ବହୁତ ଜରୁରୀ ଅଟେ । ଆପଣମାନେ ଏହିଭଳି ଲାଗି ରୁହନ୍ତୁ, ଅଟଳ ରୁହନ୍ତୁ । ଦେଶର ଆଶୀର୍ବାଦ ଆପଣମାନଙ୍କ ସହ ରହିଛି, ଦେଶର ଶୁଭେଚ୍ଛା ଆପଣମାନଙ୍କ ସାଥୀରେ ଅଛି । ଆପଣମାନଙ୍କୁ ପ୍ରଶିକ୍ଷଣ ଦେବାରେ ଲାଗିପଡିଥିବା ଇସ୍ରୋର ଗଗନଯାନ ପ୍ରକଳ୍ପ ସହ ସମସ୍ତ ସାଥୀମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଦେଉଛି ।

କିନ୍ତୁ ଏଥିସହିତ କିଛି ଚିନ୍ତା ବିଷୟରେ ମଧ୍ୟ କହିବାକୁ ଚାହୁଁଛି ।  ଏବଂ ହୁଏତ କିଛି ଲୋକ ଏହି କଥାକୁ ହଜମ କରି ନପାରନ୍ତି । ମୋ ଦେଶର ଜନତାଙ୍କୁ ଏବଂ ବିଶେଷ କରି ଦେଶର ଗଣମାଧ୍ୟମକୁ ମୋର ବିନମ୍ର ପ୍ରାର୍ଥନା, ଏହି ଯେଉଁ ଚାରି ବନ୍ଧୁ ଅଛନ୍ତି, ସେମାନେ ଗତ କିଛି ବର୍ଷ ଧରି ନିରନ୍ତର ତପସ୍ୟା କରିଛନ୍ତି, ସାଧନା କରିଛନ୍ତି, ଏବଂ ଦୁନିଆର ନଜରରୁ ନିଜକୁ ଦୂରେଇ ରଖି କରିଛନ୍ତି । କିନ୍ତୁ ଏବେ ଆହୁରି ବହୁତ କିଛି କରିବା ବାକି ଅଛି । ଏବଂ ସେମାନଙ୍କୁ ଅନେକ କଠିନ ପରୀକ୍ଷା ଦେଇ ଗତି କରିବାକୁ ହେବ । ସେମାନଙ୍କୁ ଏବେ ନିଜର ଶରୀରକୁ ଏବଂ ମନକୁ ପରଖିବାର ଅଛି । କିନ୍ତୁ ଆମ ଦେଶର ଜନ ସାଧାରଣଙ୍କ ଯେଉଁଭଳି ସ୍ୱଭାବ ରହିଛି, ଏବେ ଏମାନେ ସେଲିବ୍ରଟି ପାଲଟି ଯାଇଛନ୍ତି । ଏବେ ସେମାନେ କେଉଁଠିକି ବି ଯାଉଥିବେ ବହୁତ ଲୋକ ଅଟୋଗ୍ରାଫ୍ ନେବାକୁ ସେମାନଙ୍କ ପଛରେ ଧାଁଉଥିବେ ଏବଂ ସେମାନଙ୍କୁ ସେଲ୍ଫି ମଧ୍ୟ ଦରକାର, ଫଟୋ ବି ଦରକାର, ଅଟୋଗ୍ରାଫ୍ ବି ଦରକାର, ଏବେ ଗଣମାଧ୍ୟମର ଲୋକମାନେ ମଧ୍ୟ ବାଡିବାଲା କ୍ୟାମେରା ଧରି ଆଗରେ ଛିଡା ହୋଇଯିବେ । ସେମାନଙ୍କର ପରିବାର ଲୋକମାନେ ମଧ୍ୟ ଅସ୍ତବ୍ୟସ୍ତ କରିପକାଇବେ । ପିଲାବେଳେ କଣ କରୁଥିଲେ, ଏଠିକି କେମିତି ଗଲେ । ଶିକ୍ଷକଙ୍କ ପାଖକୁ ଚାଲିଯିବେ, ସ୍କୁଲ୍‌କୁ ଚାଲିଯିବେ ଅର୍ଥାତ୍ ଏଭଳି ବାତାବରଣ ସୃଷ୍ଟି ହୋଇଯିବ ଯେ ଏମାନଙ୍କ ପାଇଁ ସେହି ସାଧନାର କାଳଖଣ୍ଡରେ ପ୍ରତିବନ୍ଧକ ଆସିଯାଇପାରେ ।

 

ଏବଂ ଏଥିପାଇଁ ମୋର ବିନମ୍ର ପ୍ରାର୍ଥନା ଯେ ଏବେ ପ୍ରକୃତ କାହାଣୀ ଏହି ଆରମ୍ଭ ହେଉଛି । ଆମେ ଯେତେ ସେମାନଙ୍କୁ ସହଯୋଗ କରିବା, ସେମାନଙ୍କ ପରିବାରକୁ ସହଯୋଗ କରିବା, ଏଭଳି କିଛି ବିଷୟରେ ଛନ୍ଦି ହୋଇଯିବା । ସେମାନଙ୍କର ଏକ ଧ୍ୟାନ ରୁହନ୍ତୁ, ହାତରେ ତ୍ରିରଙ୍ଗା ରହିଛି, ମହାକାଶ ରହିଛି, ୧୪୦ କୋଟି ଦେଶବାସୀଙ୍କର ସ୍ୱପ୍ନ ରହିଛି, ଏଠାରେ ଆମ ସମସ୍ତଙ୍କର ସଂକଳ୍ପ ରହିଛି । ଏହା ହିଁ ଭାବନା, ଏଥିପାଇଁ ଆମେ ଯେତେ ଅଧିକ ଅନୁକୂଳତା ଆଣିପାରିବା । ମୁଁ ଭାବୁଛି ଯେ ଦେଶର ସହଯୋଗ ବହୁତ ଜରୁରୀ ଅଟେ । ମୋର ଗଣମାଧ୍ୟମର ବନ୍ଧୁମାନଙ୍କର ସହଯୋଗ ବହୁତ ଜରୁରୀ ଅଟେ । ଏପର୍ଯ୍ୟନ୍ତ ଏହି ନାମ ପଦାକୁ ବାହାରି ନଥିଲା ତ ଆମର କାମ ଠିକ ଭାବରେ ଚାଲିଥିଲା । କିନ୍ତୁ ଏବେ ସେମାନଙ୍କ ପାଇଁ ଟିକେ ଅସୁବିଧା ମଧ୍ୟ ବଢିଯିବ । ଏବଂ ଏହା ହୋଇପାରେ ଯେ ସେମାନଙ୍କ ମଧ୍ୟ କେତେବେଳେ ଇଚ୍ଛା ହେବ ଚାଲ ଭାଇ ଗୋଟେ ସେଲ୍ଫି ନେଇଯିବା କଣ ବା ହୋଇଯିବ । କିନ୍ତୁ ଏହିସବୁ ବିଷୟରୁ ଆମକୁ ଦୂରେଇ ରହିବାକୁ ପଡିବ ।

ବନ୍ଧୁଗଣ, 
ଏଠାରେ ଏହି କାର୍ଯ୍ୟକ୍ରମ ପୂର୍ବରୁ ମୋତେ ଗଗନଯାନ ବିଷୟରେ ମଧ୍ୟ ବିସ୍ତୃତ ଭାବେ ଅବଗତ କରାଯାଇଛି । ଭିନ୍ନ ଭିନ୍ନ ଉପକରଣ ବିଷୟରେ ତଥ୍ୟ ପ୍ରଦାନ କରାଯାଇଛି । ସେଗୁଡିକର ପରିଚାଳନା ବିଷୟରେ ମଧ୍ୟ  ଜଣାଇ ଦିଆଯାଇଛି । ଏହା ଜାଣି ମୋତେ ଖୁସି ଲାଗିଲା ଯେ ଗଗନଯାନରେ ବ୍ୟବହାର ହେବାକୁ ଥିବ ଅଧିକାଂଶ ଉପକରଣ, ମେଡ୍ ଇନ୍ ଇଣ୍ଡିଆ ଅଟେ । ଏହା କେତେ ବଡ ସଂଯୋଗ ଯେ ଯେତେବେଳେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୀତିରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି, ସେହି ସମୟରେ ଭାରତର ଗଗନଯାନ ମଧ୍ୟ ଆମ ମହାକାଶ କ୍ଷେତ୍ରକୁ ଏକ ନୂଆ ଶିଖର ପର୍ଯ୍ୟନ୍ତ ନେଇଯିବା ପାଇଁ ଉଦ୍ୟତ ହେଉଛି । ଆଜି ଏଠି ଅନେକ ଗୁଡିଏ ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରାଯାଇଛି । ଏହାଦ୍ୱାରା ଦେଶର ବିଶ୍ୱସ୍ତରୀୟ ଜ୍ଞାନକୌଶଳ କ୍ଷେତ୍ରରେ ସାମର୍ଥ୍ୟ ତ ବୃଦ୍ଧି ପାଇବ, ଏଥିସହିତ ରୋଜଗାରକୁ ମଧ୍ୟ ନୂତନ ସୁଯୋଗ ମିଳିବ ।

 

ଏବଂ ବନ୍ଧୁଗଣ,
ମୁଁ ଖୁସି ଯେ ଆମର ମହାକାଶ କ୍ଷେତ୍ରରେ ନାରୀଶକ୍ତି, ଏହି ନାରୀଶକ୍ତିକୁ ବହୁତ ଗୁରୁତ୍ୱ ଦିଆଯାଉଛି । ଚନ୍ଦ୍ରଯାନ ହେଉ ବା ଗଗନଯାନ, ମହିଳା ବୈଜ୍ଞାନିକମାନଙ୍କ ବିନା ଏଭଳି କୌଣସି ବି ମିଶନ୍‌ର କଳ୍ପନା କରାଯାଇପାରିବ ନାହିଁ । ଆଜି ଇସ୍ରୋରେ ୫୦୦ରୁ ଅଧିକ ମହିଳା ନେତୃତ୍ୱ ପଦବୀରେ ଅଧିଷ୍ଠିତ ଅଛନ୍ତି । ମୁଁ ଏଠାରେ ଉପସ୍ଥିତ ମହିଳା ବୈଜ୍ଞାନିକ, ଟେକ୍ନିସିଆନ୍‌, ଇଂଜିନିୟର୍‌ମାନଙ୍କୁ ହୃଦୟରୁ ପ୍ରଶଂସା କରୁଛି । କିନ୍ତୁ ଏହି କାରଣରୁ ପୁରଷବର୍ଗ ଋଷି ନଯାନ୍ତୁ, ସେମାନଙ୍କୁ ତ ସବୁବେଳେ ଅଭିନନ୍ଦନ ମିଳିଚାଲିଛି ।

ବନ୍ଧୁଗଣ,
ଭାରତର ମହାକାଶ କ୍ଷେତ୍ରର ଏକ ବହୁତ ବଡ ଯୋଗଦାନ ରହିଛି, ଯାହାର ଏତେଟା ଚର୍ଚ୍ଚା ହୋଇପାରୁନାହିଁ । ଏହି ଯୋଗଦାନ ହେଉଛି, ଯୁବପିଢି ମଧ୍ୟରେ ବୈଜ୍ଞାନିକ ସ୍ୱଭାବର ବିଜ ରୋପଣ କରିବା । ଇସ୍ରୋର ସଫଳତାକୁ ଦେଖି କେତେ ଯେ ପିଲାଙ୍କ ମନରେ ଏହିକଥା ଉଠୁଛି ଯେ ବଡ ହୋଇ ମୁଁ ମଧ୍ୟ ବୈଜ୍ଞାନିକ ହେବି । ସେ ରକେଟ୍‌ର କାଉନ୍ଟଡାଉନ୍‌...ତାର ଅବଗଣନା... ଲକ୍ଷ ଲକ୍ଷ ପିଲାଙ୍କୁ ଅନୁପ୍ରେରିତ କରୁଛି । ପ୍ରତ୍ୟେକ ଘରେ କାଗଜର ଉଡାଜାହଜ ଉଡଉଥିବା ଯେଉଁ ମହାକାଶ ଇଂଜିନିୟର୍ ରହିଛି, ସେ ବଡ ହୋଇ ଆପଣମାନଙ୍କ ଭଳି ଇଂଜିନିୟର୍ ହେବାକୁ ଚାହେଁ, ବୈଜ୍ଞାନିକ ହେବାକୁ ଚାହେଁ ଏବଂ କୌଣସି ଦେଶ ପାଇଁ ତାର ଯୁବପିଢିର ଏହି ଇଚ୍ଛାଶକ୍ତି ବହୁତ ବଡ ସମ୍ବଳ ଅଟେ । 

 

ମୋର ମନେଅଛି, ଯେତେବେଳ ଚନ୍ଦ୍ରଯାନ-୨ର ଅବତରଣ ସମୟ ଥିଲା । ସାରା ଦେଶର ପିଲାମାନେ, ସେହି ମୁହୂର୍ତକୁ ଚାହିଁ ରହିଥିଲେ । ସେହି ମୁହୂର୍ତରେ ପିଲାମାନେ ବହୁତ କିଛି ଶିଖିବାକୁ ପାଇଥିଲେ । ପୁଣି ଆସିଲା ଗତ ବର୍ଷର ୨୩ ଅଗଷ୍ଟର ସେହିଦିନ । ଚନ୍ଦ୍ରଯାନର ସଫଳ ଅବତରଣ ଯୁବପିଢିକୁ ଏକ ନୂଆ ଉତ୍ସାହ ଉଦ୍ଦିପନାରେ ଭରିଦେଇଛି । ଏହି ଦିନକୁ ଆମେ ମହାକାଶ ଦିବସର ମାନ୍ୟତା ଦେଇଛୁ । ଆପଣମାନେ ସମସ୍ତେ ଦେଶକୁ ନିଜର ମହାକାଶ ଯାତ୍ରାରେ ଭାରତକୁ ଉବଲବ୍ଧିର ଏଭଳି ଗୋଟିଏରୁ ବଳି ଗୋଟିଏ ମୁହୂର୍ତ ଦେଇଛନ୍ତି । ମହାକାଶ କ୍ଷେତ୍ରରେ ଆମେ ଅନେକ ରେକର୍ଡ ସୃଷ୍ଟି କରିଛୁ । ପ୍ରଥମ ପ୍ରୟାସରେ ହିଁ ମଙ୍ଗଳଗ୍ରହ ପର୍ଯ୍ୟନ୍ତ ପହଁଚିବାର ସଫଳତା ଭାରତକୁ ମିଳିଛି । ଗୋଟିଏ ହିଁ ମିଶନ୍‌ରେ ୧୦୦ରୁ ଅଧିକ ଉପଗ୍ରହ ପ୍ରେରଣ କରିଥିବା ଦେଶ ଭାରତ ଅଟେ । ଚନ୍ଦ୍ରଯାନର ସଫଳତା ପରେ ମଧ୍ୟ ଆପଣମାନେ ଅନେକ ସଫଳତା ହାସଲ କରିଛନ୍ତି । ଆପଣମାନେ ଆଦିତ୍ୟ ଏଲ୍‌-୧କୁ  ପୃଥିବୀରୁ ୧୫ ଲକ୍ଷ କିଲୋମିଟର୍ ଦୂର ପର୍ଯ୍ୟନ୍ତ ସୁରକ୍ଷିତ ଭାବେ କକ୍ଷ ପର୍ଯ୍ୟନ୍ତ ପହଁଚାଇଛନ୍ତି । ବିଶ୍ୱର ଅଳ୍ପ କିଛି ହିଁ ଦେଶ କେବଳ ଏହା କରିପାରିଛନ୍ତି । ୨୦୨୪ ଆରମ୍ଭ ହେବାର ଏବେ କିଛି ସପ୍ତାହ ବିତିଛି, ଏତିକି କମ୍ ସମୟରେ ମଧ୍ୟ ଆପଣମାନେ ଏକ୍ସପୋସାଟ୍ ଏବଂ ଇନ୍‌ସାଟ୍‌-୩ ଡିଏସ୍ ଭଳି ସଫଳତା ହାସଲ କରିଛନ୍ତି ।

 

ବନ୍ଧୁଗଣ,
ଆପଣମାନେ ସମସ୍ତେ ଏକାଠି ହୋଇ ଭବିଷ୍ୟତ ନିମନ୍ତେ ନୂଆ ନୂଆ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରୁଛନ୍ତି । ଅନୁମାନ କରାଯାଉଛି ଯେ ଆଗାମୀ ୧୦ ବର୍ଷରେ ଭାରତର ମହାକାଶ ଅର୍ଥନୀତି ୫ଗୁଣା ବୃଦ୍ଧିପାଇ ୪୪ ବିଲିୟନ୍ ଡଲାରରେ ପହଁଚିଯିବ । ମହାକାଶ କ୍ଷେତ୍ରରେ ଭାରତ, ଏକ ବିଶାଳ ବୈଶ୍ୱିକ ବ୍ୟବସାୟିକ ପେଣ୍ଠ ହେବାକୁ ଯାଉଛି । ଆଗାମୀ କିଛି ବର୍ଷରେ ଆମେ ଚନ୍ଦ୍ରମାପୃଷ୍ଠକୁ ପୁଣିଥରେ ଯାତ୍ରା କରିବା । ଏବଂ ଏହି ସଫଳତା ପରେ ଆମେ ନିଜର ଲକ୍ଷ୍ୟକୁ ଆହୁରି ଉଚ୍ଚତର କରିନେଇଛୁ । ଏବେ ଆମର ମିଶନ୍ ଜ୍ଞାନକୌଶଳ ଦୃଷ୍ଟିରୁ ଅଧିକ ଆହ୍ୱାନପୂର୍ଣ୍ଣ ହେବ । ଆମେ ଚନ୍ଦ୍ରମାର ପୃଷ୍ଠରୁ ନମୁନା ସଂଗ୍ରହ କରିବା ଏବଂ ସେସବୁକୁ ପୃଥିବୀକୁ ଆଣିବା । ଏହାଦ୍ୱାରା ଚନ୍ଦ୍ରକୁ ନେଇ ଆମର ଜ୍ଞାନ ବୃଦ୍ଧି ପାଇବ । ଏହାପରେ ଶୁକ୍ର ମଧ୍ୟ ଇସ୍ରୋର ଲକ୍ଷ୍ୟ ମଧ୍ୟରୁ ଅନ୍ୟତମ । ୨୦୩୫ ପର୍ଯ୍ୟନ୍ତ ମହାକାଶରେ ଭାରତର ନିଜର ମହାକାଶ କେନ୍ଦ୍ର ସ୍ଥାପିତ ହେବ, ଯାହା ଆମକୁ ମହାକାଶର ଅଜ୍ଞାତ ପରିବ୍ୟାପ୍ତିକୁ ଜାଣିବାରେ ସହାୟତା ପ୍ରଦାନ କରିବ । ଏତିକି ନୁହେଁ, ଏହି ଅମୃତକାଳରେ ଭାରତର ମହାକାଶଚାରୀ, ଭାରତର ନିଜର ରେକଟ୍ ଯୋଗେଁ ଚନ୍ଦ୍ରମା ପୃଷ୍ଠରେ ଅବତରଣ କରି ଦେଖାଇବେ ।

 

ବନ୍ଧୁଗଣ,
ଏକବିଂଶ ଶତାବ୍ଦୀର ଭାରତ ବିକଶିତ ହେଉଥିବାର ଭାରତ, ଆଜି ଦୁନିଆକୁ ନିଜର ସାମର୍ଥ୍ୟ ଦ୍ୱାରା ଚକିତ କରୁଛି । ଗତ ୧୦ ବର୍ଷରେ ଆମେ ପ୍ରାୟ ୪୦୦ ଉପଗ୍ରହ ପ୍ରେରଣ କରିଛୁ । ଯେତେବେଳେ କି ଏହା ପୂର୍ବର ୧୦ ବର୍ଷରେ ମାତ୍ର ୩୩ଟି ଉପଗ୍ରହ ପ୍ରେରଣ କରାଯାଇଥିଲା । ୧୦ ପୂର୍ବରୁ ସମଗ୍ର ଦେଶରେ ଅତିବେଶୀରେ ଗୋଟିଏ କି ଦୁଇଟି ଷ୍ଟାର୍ଟଅପ୍ ଥିଲା । ଆଜି ଏହାର ସଂଖ୍ୟା ୨୦୦ ଟପି ଯାଇସାରିଛି । ଏଗୁଡିକ ମଧ୍ୟରେ ଅଧିକାଂଶ ଷ୍ଟାର୍ଟଅପ୍ ଯୁବବର୍ଗଙ୍କ ଦ୍ୱାରା ଆରମ୍ଭ କରାଯାଇଛି । ଆଜି ଏମାନଙ୍କ ମଧ୍ୟରୁ କିଛି ଲୋକ ଆମମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି । ମୁଁ ସେମାନଙ୍କ ଦୂରଦୃଷ୍ଟି, ସେମାନଙ୍କ ପ୍ରତିଭା ଏବଂ ସେମାନଙ୍କ ଉଦ୍ୟମିତାକୁ ସାଧୁବାଦ ଜଣାଉଛି । ନିକଟରେ କରାଯାଇଥିବା ମହାକାଶ ସଂସ୍କାର ସବୁ ଏହି କ୍ଷେତ୍ରକୁ ନୂଆ ଗତି ପ୍ରଦାନ କରିଛି । ଗତ ସପ୍ତାହରେ ହିଁ ଆମେ ମହାକାଶରେ ବିଦେଶୀ ପୁଂଜିନିବେଶ ନୀତି ମଧ୍ୟ ଜାରି କରିଛୁ । ଏହା ଅଧିନରେ ମହାକାଶ କ୍ଷେତ୍ରରେ ଶତ ପ୍ରତିଶତ ବିଦେଶୀ ପୁଂଜିନିବେଶକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି । ଏହି ସଂସ୍କାର ଦ୍ୱାରା ବିଶ୍ୱର ବଡ ବଡ ମହାକାଶ ସଂଗଠନ ଭାରତ ଆସିପାରିବେ ଏବଂ ଏଠାକାର ଯୁବବର୍ଗକୁ ସମଗ୍ର ବିଶ୍ୱ ସମ୍ମୁଖରେ ନିଜର ପ୍ରତିଭା ଉପସ୍ଥାପନର ସୁଯୋଗ ମିଳିବ । 

ବନ୍ଧୁଗଣ,  
ଆମେ ସମସ୍ତେ ଏକାଠି ହୋଇ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରାଇବା ପାଇଁ ସଂକଳ୍ପ ନେଇଛୁ । ଏହି ସଂକଳ୍ପକୁ ସିଦ୍ଧି ପର୍ଯ୍ୟନ୍ତ ପହଁଚାଇବାରେ ମହାକାଶ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏବଂ ମହାକାଶ ବିଜ୍ଞାନ କେବଳ ରକେଟ୍ ସାଇନ୍ସ ନୁହେଁ, ବଂର ଇୟେ ସବୁଠାରୁ ବଡ ସୋସିଆଲ୍ ସାଇନ୍ସ ମଧ୍ୟ ଅଟେ । ମହାକାଶ ଜ୍ଞାନକୌଶଳ ଦ୍ୱାରା ସମାଜକୁ ସବୁଠାରୁ ଅଧିକ ଲାଭ ମିଳିଥାଏ, ସମସ୍ତଙ୍କୁ ଲାଭ ହୋଇଥାଏ । ଆଜି ଆମର ଦୈନନ୍ଦିନ ଜୀବନରେ ଯେକୌଣସି ଜ୍ଞାନକୌଶଳର ଉପଯୋଗ ହେଉଛି, ସେଥିରେ ମହାକାଶ ପ୍ରଯୁକ୍ତିବିଦ୍ୟାର ବହୁତ ବଡ ଭୂମିକା ରହିଛି । କୃଷି କାର୍ଯ୍ୟରେ ଫସଲର ରକ୍ଷଣାବେକ୍ଷଣ ହେଉ, ଋତୁ ସମ୍ବନ୍ଧିୟ ସୂଚନା ହେଉ, ବାତ୍ୟା ଓ ଅନ୍ୟ ଦୁର୍ବିପାକ ହେଉ, ଜଳ ସେଚନର ସାଧନ ହେଉ, ଗାଡି ଚଲେଇବାରେ ସହାୟତା କରୁଥିବା ମ୍ୟାପ୍ ହେଉ, ଏଭଳି ଅନେକ କାର୍ଯ୍ୟ ଉପଗ୍ରହ ଡାଟା ଦ୍ୱାରା ସମ୍ପାଦିତ ହେଉଛି । ଭାରତର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କୁ ଏନ୍‌ଏଭିଆଇସି ଦ୍ୱାରା ସଠିକ୍ ସୂଚନା ମିଳିବା ପଛରେ ମଧ୍ୟ ମହାକାଶର ଶକ୍ତି ରହିଛି । ଆମର ଉପଗ୍ରହ, ଆମର ସୀମାକୁ ସୁରକ୍ଷିତ ରଖିବାରେ ମଧ୍ୟ ସାହାଯ୍ୟ କରୁଛି, ଦୂର ସୁଦୂର ଇଲାକାରେ ଶିକ୍ଷା, ଯୋଗାଯୋଗ, ଏବଂ ସ୍ୱାସ୍ଥ୍ୟ ସେବା ପହଁଚାଇବାରେ ମଧ୍ୟ ତାହା ଭରପୁର ସହାୟତା ଯୋଗାଉଛି । ଏଥିପାଇଁ, ବିକଶିତ ଭାରତର ନିର୍ମାଣରେ ଆପଣ ସମସ୍ତଙ୍କ, ଇସ୍ରୋର, ସମଗ୍ର ମହାକାଶ କ୍ଷେତ୍ରର ବହୁତ ବଡ ଭୂମିକା ରହିଛି । ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଟିମ୍ ଗଗନଯାନକୁ ବିଶେଷ ଭାବରେ ୧୪୦ କୋଟି ଦେଶବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଉଛି । ପୁଣିଥରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା, ବହୁତ ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s visit to Indonesia, Australia and New Zealand
July 03, 2026

At the invitation of the President of the Republic of Indonesia, H.E. Mr. Prabowo Subianto, Prime Minister Shri Narendra Modi will pay a visit to Indonesia from 6-8 July, 2026. This will be Prime Minister’s fourth visit to Indonesia and his first bilateral visit since the elevation of India-Indonesia ties to the level of Comprehensive Strategic Partnership in May 2018. During the visit, Prime Minister will hold bilateral discussions with President Prabowo and review the progress made in the partnership. In Jakarta, Prime Minister will address a large gathering of the Indian Diaspora. India and Indonesia share historical and warm people-to-people ties. In keeping with these special bonds, Prime Minister will visit the Prambanan Temple complex at Yogyakarta, a prominent UNESCO world heritage site in Indonesia.

From Indonesia, at the invitation of the Prime Minister of Australia, the Honourable Anthony Albanese MP, Prime Minister will travel to Melbourne from 8-10 July, 2026. In Melbourne, Prime Minister will hold bilateral discussions with Prime Minister Albanese. He will also call on the Governor General of Australia, the Honourable Ms Sam Mostyn AC. During his visit, Prime Minister will also participate in the India-Australia CEOs Forum, where he will address a gathering of top business leaders from both countries. Prime Minister will also address a large gathering of the Indian Diaspora, who constitute a strong pillar of the India-Australia relationship.

From Melbourne, at the invitation of the Prime Minister of New Zealand, Rt Honourable Christopher Luxon, Prime Minister will travel to Auckland for a state visit from 10-11 July, 2026. This will be the first state visit of an Indian Prime Minister to New Zealand in four decades. In Auckland, Prime Minister will hold bilateral discussions with Prime Minister Luxon and review the entire gamut of the bilateral relationship, which has seen significant progress in the last two years, especially in the areas of trade and commerce and defence. While in Auckland, Prime Minister will also interact with prominent business and sports personalities. In a reflection of the strong people-to-people ties that exist between India and New Zealand, Prime Minister will address a large gathering of the Indian Diaspora during the visit.