ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟପ୍ରଦେଶର ବୀନାରେ ୫୦, ୭୦୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ
ବୀନା ତୈଳ ବିଶୋଧନାଗାରରେ ପେଟ୍ରୋ ରସାୟନ ପରିସରର ଶିଳାନ୍ୟାସ
ନର୍ମଦାପୁରମ୍‌ଠାରେ ଶକ୍ତି ଓ ଅକ୍ଷୟ ଶକ୍ତି ନିର୍ମାଣ ଅଞ୍ଚଳ ନିମନ୍ତେ ଶିଳାନ୍ୟାସ ଓ ରତଲାମଠାରେ ବୃହତ ଶିଳ୍ପ ଉଦ୍ୟାନର ଭିତ୍ତିପ୍ରସ୍ତର ସ୍ଥାପନ
ଇନ୍ଦୋରଠାରେ ଦୁଇଟି ଆଇଟି ଉଦ୍ୟାନ ଓ ଛଅଟି ନୂତନ ଶିଳ୍ପ ଉଦ୍ୟାନର ଶିଳାନ୍ୟାସ
“ଆଜିର ପ୍ରକଳ୍ପ ସମୂହ ଆମର ମଧ୍ୟପ୍ରଦେଶ ପ୍ରତି ସଂକଳ୍ପର ପ୍ରମାଣ”
“ପ୍ରତ୍ୟେକ ଦେଶ ଓ ରାଜ୍ୟ ନିମନ୍ତେ ପ୍ରଶାସନ ସ୍ୱଚ୍ଛ ହେବା ସହ ଦୁର୍ନୀତିର ମୂଳୋତ୍ପାଟନ ଆବଶ୍ୟକ”
“ଭାରତ ଦାସତ୍ୱର ମାନସିକତାକୁ ଛାଡି ଆସି ବର୍ତ୍ତମାନ ସ୍ୱାଧୀନ ଚେତାର ବିଶ୍ୱାସ ନେଇ ଆଗେଇ ଚାଲିଛି”
“ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଥିବା ସନାତନ ଧର୍ମକୁ ଯେଉଁମାନେ ଭାଙ୍ଗିବାକୁ ଚାହୁଁଛନ୍ତି ସେମାନଙ୍କ ପ୍ରତି ଜନସାଧାରଣ ସତର୍କ ରହିବା ଆବଶ୍ୟକ”
“ଜି-୨୦ର ଅଭୂତପୂର୍ବ ସଫଳତା ହେଉଛି ୧୪୦ କୋଟି ଭାରତୀୟଙ୍କ ସଫଳତା”
“ବିଶ୍ୱକୁ ଏକାଠି କରିବାର ବିଶେଷଜ୍ଞତା ଭାରତ ପ୍ରଦର୍ଶନ କରିବା ସହ ବିଶ୍ୱାମିତ୍ର ଭାବେ ମୁଣ୍ଡ ଟେକୁଛି”
“ଅବହେଳିତ ଲୋକଙ୍କୁ ଅଗ୍ରାଧିକାର ହେଉଛି ସରକାରଙ୍କ ମୌଳିକ ମନ୍ତ୍ର”
“ମୋଦୀଙ୍କ ଟ୍ରାକ ରେକର୍ଡର ଗ୍ୟାରେଣ୍ଟି ଆପଣଙ୍କ ସାମ୍ନାରେ ଅଛି”
“ଅକ୍ଟୋବର ୫, ୨୦୨୩ରେ ରାଣୀ

ଭାରତ ମାତା କି - ଜୟ !

ଭାରତ ମାତା କି - ଜୟ !

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ହରଦୀପ ସିଂ ପୁରୀ, ମଧ୍ୟପ୍ରଦେଶର ଅନ୍ୟ ମନ୍ତ୍ରୀଗଣ, ସାଂସଦ, ବିଧାୟକ ଏବଂ ମୋର ପ୍ରିୟ ପରିବାରଗଣ!

ବୁନ୍ଦେଲଖଣ୍ଡର ଏହି ଦେଶ ହେଉଛି ବୀରଙ୍କ ଭୂମି, ଯୋଦ୍ଧାଙ୍କ ଭୂମି ଅଟେ। ଏହି ଭୂମିକୁ ଉଭୟ ବିନା ଓ ବେତୱା ନଦୀର ଆଶୀର୍ବାଦ ମିଳିଛି। ଆଉ ମୋ ପାଇଁ, ଏହି ମାସରେ ଦ୍ୱିତୀୟ ଥର ପାଇଁ, ସାଗରକୁ ଆସି ଆପଣ ସମସ୍ତଙ୍କୁ ଦେଖିବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ । ମୁଁ ଶ୍ରୀ ଶିବରାଜଙ୍କ ସରକାରଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଉଛି ଯେ ସେ ମୋତେ ଆଜି ଆପଣ ମାନଙ୍କ ମଧ୍ୟରେ ଆସିବାକୁ, ଆପଣମାନଙ୍କୁ ଦେଖିବାର ଅବସର ମଧ୍ୟ ଦେଇଛନ୍ତି। ଗତଥର ମୁଁ ସନ୍ଥ ରବିଦାସଜୀଙ୍କ ଭବ୍ୟ ସ୍ମାରକୀର ଶିଳାନ୍ୟାସ ଅବସରରେ ଆପଣଙ୍କ ମଧ୍ୟକୁ ଆସିଥିଲି। ଆଜି ମଧ୍ୟପ୍ରଦେଶର ବିକାଶରେ ନୂଆ ଗତି ଆଣିବା ଭଳି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବାର ସୁଯୋଗ ପାଇଛି। ଏହି ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳର ଶିଳ୍ପ ବିକାଶକୁ ନୂତନ ଶକ୍ତି ପ୍ରଦାନ କରିବ। ଏହି ସବୁ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆପଣ କଳ୍ପନା କରିପାରିବେ କି, ପଚାଶ ହଜାର କୋଟି ଅର୍ଥ କ'ଣ ହୋଇଥାଏ? ଆମ ଦେଶର ଅନେକଗୁଡ଼ିଏ ରାଜ୍ୟର ବାର୍ଷିକ ବଜେଟ୍ ଏତିକି ହୋଇ ନ ଥାଏ, ଯାହାକି ଆଜି କେବଳ ଗୋଟିଏ କାର୍ଯ୍ୟକ୍ରମ ପାଇଁ ଭାରତ ସରକାର ଏ ଖର୍ଚ୍ଚ କରୁଛନ୍ତି। ମଧ୍ୟପ୍ରଦେଶ ପ୍ରତି ଆମର ପ୍ରତିବଦ୍ଧତା କେତେ ବଡ଼ ତାହା ଏହା ଦର୍ଶାଉଛି। ଏହି ସବୁ ପ୍ରକଳ୍ପ ଆଗାମୀ ଦିନରେ ମଧ୍ୟପ୍ରଦେଶର ହଜାର ହଜାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବ। ଏହି ପ୍ରକଳ୍ପଗୁଡ଼ିକ ଗରିବ ଓ ମଧ୍ୟବିତ୍ତ ପରିବାରର ସ୍ୱପ୍ନ ପୂରଣ କରିବାକୁ ଯାଉଛି। ବିନା ରିଫାଇନାରୀର ସମ୍ପ୍ରସାରଣ ଏବଂ ଅନେକ ନୂତନ ସୁବିଧାର ଶିଳାନ୍ୟାସ ପାଇଁ ମୁଁ ମଧ୍ୟପ୍ରଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

 

ସାଥୀମାନେ,

ସ୍ୱାଧୀନତାର ଏହି 'ଅମୃତ କାଳ'ରେ ପ୍ରତ୍ୟେକ ଭାରତୀୟ ନିଜ ଭାରତକୁ ବିକଶିତ କରିବାକୁ ସଂକଳ୍ପ ନେଇଛନ୍ତି। ଏହି ସଂକଳ୍ପକୁ ହାସଲ କରିବା ପାଇଁ ଭାରତ ଆତ୍ମନିର୍ଭରଶୀଳ ହେବା ଜରୁରୀ ଏବଂ ଆମେ ବିଦେଶୀ ଆମଦାନୀ ଉପରେ ଆମର ନିର୍ଭରଶୀଳତାକୁ ଯଥାସମ୍ଭବ ହ୍ରାସ କରିବା ଜରୁରୀ ଅଟେ । ଆଜି ଭାରତ କେବଳ ପେଟ୍ରୋଲ ଓ ଡିଜେଲ ଆମଦାନୀ କରୁନାହିଁ ବରଂ ପେଟ୍ରୋକେମିକାଲ ଉତ୍ପାଦ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଛି। ଆଜି ବିନାରେ ପେଟ୍ରୋକେମିକାଲ କମ୍ପ୍ଲେକ୍ସର ଶିଳାନ୍ୟାସ ସମାରୋହରେ ଏଭଳି ସାମଗ୍ରୀ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ କାର୍ଯ୍ୟ କରିବ। ପ୍ଲାଷ୍ଟିକ୍ ପାଇପ୍, ବାଥରୁମ୍ ବାଲ୍ଟି, ମଗ୍, ପ୍ଲାଷ୍ଟିକ୍ ଟ୍ୟାପ୍, ପ୍ଲାଷ୍ଟିକ୍ ଚେୟାର, ଟେବୁଲ୍, ଘର ରଙ୍ଗ, କାର୍ ବମ୍ପର, ଡ୍ୟାସବୋର୍ଡ, ପ୍ୟାକେଜିଂ ସାମଗ୍ରୀ, ଚିକିତ୍ସା ଉପକରଣ, ଗ୍ଲୁକୋଜ୍ ବୋତଲ, ମେଡିକାଲ ସିରିଞ୍ଜ୍ ଏବଂ ବିଭିନ୍ନ ପ୍ରକାରର କୃଷି ଉପକରଣ ତିଆରି କରିବାରେ ପେଟ୍ରୋକେମିକାଲ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ହୁଏତ ଅନେକ ଲୋକ ଜାଣିନଥିବେ। ଏବେ ବିନାରେ ପ୍ରତିଷ୍ଠା ହେଉଥିବା ଆଧୁନିକ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ଏହି ସମଗ୍ର ଅଞ୍ଚଳକୁ ବିକାଶର ନୂଆ ଶୀର୍ଷରେ ପହଞ୍ଚାଇବ। ମୁଁ ଆପଣଙ୍କୁ ଏଥିପାଇଁ ଆଶ୍ୱାସନା ଦେଉଛି । ଏହା ଦ୍ୱାରା ଏଠାରେ ନୂତନ ଶିଳ୍ପ ଆସିବ, ସ୍ଥାନୀୟ କୃଷକ ଓ କ୍ଷୁଦ୍ର ଉଦ୍ୟୋଗୀମାନେ ଉପକୃତ ହେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଆମ ର ଯୁବବର୍ଗଙ୍କ ପାଇଁ ହଜାର ହଜାର ନିଯୁକ୍ତିର ସୁଯୋଗ ପ୍ରଦାନ କରିବ ।

ଆଜିର ନୂଆ ଭାରତରେ ମାନୁଫାକ୍ଚରିଂ ସେକ୍ଟରରେ ମଧ୍ୟ ପରିବର୍ତ୍ତନ ଆସୁଛି। ଦେଶର ଆବଶ୍ୟକତା ଯେତିକି ବୃଦ୍ଧି ପାଉଛି ଓ ବିକଶିତ ହେଉଛି, ଉତ୍ପାଦନ କ୍ଷେତ୍ରର ଆଧୁନିକୀକରଣ ମଧ୍ୟ ସେତିକି ଜରୁରୀ ଅଟେ। ଏହି ଲକ୍ଷ୍ୟ ନେଇ ମଧ୍ୟପ୍ରଦେଶରେ ୧୦ଟି ନୂଆ ଶିଳ୍ପ ପ୍ରକଳ୍ପ ଉପରେ କାମ ଆରମ୍ଭ ହୋଇଛି। ନର୍ମଦାପୁରମରେ ଅକ୍ଷୟ ଶକ୍ତି ସହ ଜଡ଼ିତ ଉତ୍ପାଦନ କ୍ଷେତ୍ର ହେଉ, ଇନ୍ଦୋରରେ ଦୁଇଟି ନୂତନ ଆଇଟି ପାର୍କ ଏବଂ ରତଲାମରେ ଏକ ମେଗା ଇଣ୍ଡଷ୍ଟ୍ରିଆଲ ପାର୍କ ହେଉ, ଏସବୁ ମଧ୍ୟପ୍ରଦେଶରେ ଶିଳ୍ପ ଶକ୍ତିକୁ ଆହୁରି ପ୍ରୋତ୍ସାହିତ କରିବ। ମଧ୍ୟପ୍ରଦେଶର ଶିଳ୍ପ ଶକ୍ତି ବଢ଼ିଲେ ସମସ୍ତେ ଉପକୃତ ହେବେ। ଯୁବବର୍ଗ, କୃଷକ ଓ କ୍ଷୁଦ୍ର ଉଦ୍ୟୋଗୀ ସମସ୍ତଙ୍କ ଆୟ ବୃଦ୍ଧି ପାଇବ ଏବଂ ସମସ୍ତଙ୍କୁ ଅଧିକ ସୁଯୋଗ ମିଳିବ।

ମୋ ପରିବାର ସଦସ୍ୟ,

ଯେ କୌଣସି ଦେଶ ବା ରାଜ୍ୟର ବିକାଶ ପାଇଁ ଶାସନ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ କାର୍ଯ୍ୟ କରିବା ଉଚିତ ଏବଂ ଦୁର୍ନୀତିକୁ ରୋକିବା ଜରୁରୀ । ଏହା ମଧ୍ୟପ୍ରଦେଶର ଆଜିର ପିଢ଼ିକୁ ହୁଏତ ମନେ ନ ଥିବ, କିନ୍ତୁ ଏକ ସମୟ ଥିଲା, ଯେତେବେଳେ ମଧ୍ୟପ୍ରଦେଶର ପରିଚୟ ଦେଶର ସବୁଠାରୁ ଜରାଜୀର୍ଣ୍ଣ ରାଜ୍ୟ ମଧ୍ୟରେ ଅନ୍ୟତମ ଥିଲା । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଯେଉଁମାନେ ମଧ୍ୟପ୍ରଦେଶରେ ଦୀର୍ଘ ଦିନ ଧରି ଶାସନ କରିଥିଲେ ସେମାନେ ରାଜ୍ୟକୁ ଅପରାଧ ଏବଂ ଦୁର୍ନୀତି ବ୍ୟତୀତ ଆଉ କିଛି ଦେଇନଥିଲେ । ସେତେବେଳେ ମଧ୍ୟପ୍ରଦେଶ ଅପରାଧିକ କାର୍ଯ୍ୟକଳାପ ପାଇଁ ଜଣାଶୁଣା ଥିଲା ଏବଂ ଆଇନ ଶୃଙ୍ଖଳା ଉପରେ ଲୋକମାନଙ୍କର ବିଶ୍ୱାସ ନଥିଲା । ଏଭଳି ସ୍ଥିତିରେ ମଧ୍ୟପ୍ରଦେଶରେ ଶିଳ୍ପ ପ୍ରତିଷ୍ଠା କେମିତି ହୋଇପାରିଥାନ୍ତା? କୌଣସି ବ୍ୟବସାୟୀ ଏଠାକୁ ଆସିବାକୁ କେମିତି ସାହସ କରିଥାନ୍ତା? ଯେତେବେଳେ ଆପଣ ଆମକୁ ସେବା କରିବାର ସୁଯୋଗ ଦେଲେ, ଯେତେବେଳେ ଆମର ସହକର୍ମୀମାନଙ୍କୁ ସେବା କରିବାର ସୁଯୋଗ ମିଳିଲା, ଆମେ ମଧ୍ୟପ୍ରଦେଶର ଭାଗ୍ୟ ବଦଳାଇବା ପାଇଁ ଆନ୍ତରିକ ପ୍ରୟାସ କରିଲୁ । ଆମେ ମଧ୍ୟପ୍ରଦେଶକୁ ଭୟମୁକ୍ତ କରିଥିଲୁ, ଆଇନ ଶୃଙ୍ଖଳା ପ୍ରତିଷ୍ଠା କରିଥିଲୁ ଏବଂ ସ୍ଥିତିରେ ସୁଧାର ଆଣିଥିଲୁ। ପୂର୍ବ ପିଢ଼ିର ଲୋକମାନେ ମନେ ରଖିବେ ଯେ କଂଗ୍ରେସ କିପରି ବୁନ୍ଦେଲଖଣ୍ଡକୁ ଅବହେଳା କରିଥିଲା ଏବଂ ରାସ୍ତା, ବିଜୁଳି, ପାଣି ଭଳି ମୌଳିକ ସୁବିଧାରୁ ବଞ୍ଚିତ କରିଥିଲା। ଆଜି ବିଜେପି ସରକାରରେ ପ୍ରତି ଗାଁକୁ ରାସ୍ତା ପହଞ୍ଚୁଛି, ପ୍ରତ୍ୟେକ ଘରକୁ ବିଜୁଳି ପହଞ୍ଚୁଛି। ଯୋଗାଯୋଗରେ ସୁଧାର ଆସି ଶିଳ୍ପ ଓ ବ୍ୟବସାୟ ପାଇଁ ଅନୁକୂଳ ଓ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଛି। ଆଜି ବଡ଼ ବଡ଼ ନିବେଶକମାନେ ମଧ୍ୟପ୍ରଦେଶ ଆସିବାକୁ ଆଗ୍ରହୀ ଏବଂ ସେମାନେ ଏଠାରେ ନୂଆ କାରଖାନା ସ୍ଥାପନ କରିବାକୁ ଚାହୁଁଛନ୍ତି। ମୋର ବିଶ୍ୱାସ ଅଛି ଯେ ମଧ୍ୟପ୍ରଦେଶ ଆଗାମୀ କିଛି ବର୍ଷ ମଧ୍ୟରେ ଶିଳ୍ପ ବିକାଶର ନୂତନ ଶିଖରକୁ ପହଞ୍ଚିବାକୁ ଯାଉଛି ।

 

ମୋ ପରିବାରଗଣ,

ଆଜିର ନୂଆ ଭାରତ, ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଆପଣଙ୍କୁ ମନେ ଥିବ ଯେ, ମୁଁ ଲାଲକିଲାରୁ ଦାସତ୍ବର ମାନସିକତାରୁ ମୁକ୍ତି ଏବଂ 'ସବକା ପ୍ରୟାସ' (ସମସ୍ତଙ୍କ ପ୍ରୟାସ)ର ମହତ୍ତ୍ୱ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲି । ମୁଁ ଆଜି ଏହା ଦେଖି ବହୁତ ଗର୍ବିତ ଯେ ଭାରତ ଦାସତ୍ବର ମାନସିକତାକୁ ପଛରେ ଛାଡ଼ି ଆଗକୁ ବଢ଼ିଛି ଏବଂ ଏହାର ସ୍ୱାଧୀନତା ପାଇଁ ଗର୍ବର ଭାବନା ସହିତ ଅଗ୍ରଗତି କରିବା ଆରମ୍ଭ କରିଛି । ଯେତେବେଳେ କୌଣସି ଦେଶ ଏଭଳି ସଂକଳ୍ପ ନେଇଥାଏ, ସେତେବେଳେ ତାର ପରିବର୍ତ୍ତନ ଆରମ୍ଭ ହୋଇଥାଏ। ଜି-୨୦ ଶିଖର ସମ୍ମିଳନୀରେ ଆପଣ ଏହାର ଏକ ଝଲକ ଦେଖିଥିବେ । 'ଜି-୨୦' ଶବ୍ଦ ପ୍ରତ୍ୟେକ ଗାଁର ପିଲାମାନଙ୍କ ମଧ୍ୟରେ ଗର୍ବର ସହ ଗୁଞ୍ଜରିତ ହେଉଛି। ଆପଣ ସମସ୍ତେ ଦେଖିଥିବେ ଯେ ଭାରତ କିପରି ଜି-୨୦ ଶିଖର ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିଥିଲା । ଏବେ ଆପଣମାନେ ମୋତେ କୁହନ୍ତୁ ସାଥୀମାନେ, ଆପଣ ମୋତେ କହିବେ କି? ଆପଣ ହାତ ଉଠାଇ ମୋତେ ଉତ୍ତର ଦିଅନ୍ତୁ, ପଛରେ ଥିବା ଲୋକମାନେ ମଧ୍ୟ ପ୍ରତିକ୍ରିୟା ଦେବେ । ଆପଣମାନେ ମୋତେ ସମସ୍ତେ କହିବେ କି, ଜି-୨୦ ଶିଖର ସମ୍ମିଳନୀର ସଫଳତା ପାଇଁ ଆପଣ ଗର୍ବ ଅନୁଭବ କରିଛନ୍ତି କି ନାହିଁ? ଆପଣ ଗର୍ବ ଅନୁଭବ କରିଛନ୍ତି କି ନାହିଁ?ଦେଶ ଗର୍ବିତ ଅନୁଭବ କଲା କି ନାହିଁ? ଆପଣଙ୍କ ମୁଣ୍ଡ ଉଚ୍ଚରେ ଅଛି କି ନାହିଁ? ଆପଣଙ୍କର ଛାତି ଗର୍ବରେ ଫୁଲିଗଲା କି ନାହିଁ?

ମୋର ପ୍ରିୟ ପରିବାରଗଣ,

ଆଜି ଆପଣଙ୍କ ପାଖରେ ଯେଉଁ ଉପଲବ୍ଧିର ଭାବନା ରହିଛି, ତାହା ହେଉଛି ସମଗ୍ର ଦେଶର ଭାବନା। ଜି-୨୦ ଶିଖର ସମ୍ମିଳନୀର ଏହି ଯେଉଁ ସଫଳତା, ଏହି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି, ଏହା କାହାର? ଏହା କାହାର ଶ୍ରେୟ? ଏହା କାହାର?କିଏ ଏହାକୁ ପ୍ରଦର୍ଶନ କଲା?କିଏ ଦେଖାଇଲା? କେବଳ ମୋଦି ନୁହଁନ୍ତି, ଆପଣମାନେ ସମସ୍ତେ । ଏହା ଆପଣଙ୍କ ର ସାମର୍ଥ୍ୟ । ଏହା ୧୪୦ କୋଟି ଭାରତୀୟଙ୍କ ସଫଳତା । ଏହା ଭାରତର ସାମୂହିକ ଶକ୍ତିର ପ୍ରମାଣ ଅଟେ। ଏହି ଶିଖର ସମ୍ମିଳନୀ ରେ ସାରା ବିଶ୍ୱରୁ ବିଦେଶୀ ଅତିଥି ମାନେ ଭାରତ ଆସି କହୁଥିଲେ ଯେ ସେମାନେ ପୂର୍ବରୁ ଏଭଳି କୌଣସି ଆୟୋଜନ ଦେଖିନଥିଲେ । ଦେଶର ବିଭିନ୍ନ ସହରରେ ବିଦେଶୀ ଅତିଥିମାନଙ୍କୁ ଭାରତ ସ୍ୱାଗତ କରିଥିଲା, ସେମାନଙ୍କୁ ଭାରତର ସ୍ଥାନ ଦେଖାଇଥିଲା ଏବଂ ସେମାନେ ଭାରତର ବିବିଧତା, ଐତିହ୍ୟ ଏବଂ ସମୃଦ୍ଧିଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ଏପରିକି ମଧ୍ୟପ୍ରଦେଶରେ ଭୋପାଳ, ଇନ୍ଦୋର ଏବଂ ଖଜୁରାହୋରେ ଜି-୨୦ ବୈଠକ ହୋଇଥିଲା ଏବଂ ଯେଉଁମାନେ ସେହି ସଭାରେ ଯୋଗ ଦେଇଥିଲେ, ଯେଉଁମାନେ ଅଂଶଗ୍ରହଣ କରିଥିଲେ, ସେମାନେ ଆପଣଙ୍କୁ ପ୍ରଶଂସା କରୁଛନ୍ତି ଏବଂ ସେମାନେ ଆପଣଙ୍କ ପ୍ରଶଂସା ଗାଉଛନ୍ତି । ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ମୁଁ ଆପଣସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଆପଣ ମଧ୍ୟପ୍ରଦେଶର ସାଂସ୍କୃତିକ, ପର୍ଯ୍ୟଟନ, କୃଷି ଏବଂ ଶିଳ୍ପ ଦକ୍ଷତାକୁ ବିଶ୍ୱ ଆଗରେ ପ୍ରଦର୍ଶିତ କରିଛନ୍ତି । ଏହା ବିଶ୍ୱ ସ୍ତରରେ ମଧ୍ୟପ୍ରଦେଶର ଭାବମୂର୍ତ୍ତିକୁ ଉନ୍ନତ କରିଛି। ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ସୁନିଶ୍ଚିତ କରିଥିବାରୁ ଶିବରାଜ ଜୀ ଏବଂ ତାଙ୍କ ପୂରା ଟିମ୍କୁ ମୁଁ ପ୍ରଶଂସା କରୁଛି।

 

ମୋ ପରିବାରଗଣ,

ଗୋଟିଏ ପଟେ ଆଜିର ଭାରତ ବିଶ୍ୱ ସହ ଯୋଡ଼ି ହେବାର ଦକ୍ଷତା ପ୍ରଦର୍ଶନ କରୁଛି। ଆମ ଭାରତ ଅନ୍ତର୍ଜାତୀୟ ସ୍ତରରେ 'ବିଶ୍ୱାମିତ୍ର' (ବିଶ୍ୱବନ୍ଧୁ) ଭାବେ ଉଭା ହେଉଛି। ଅପରପକ୍ଷରେ କିଛି ଗୋଷ୍ଠୀ ଅଛନ୍ତି ଯେଉଁମାନେ ଦେଶ ଓ ସମାଜକୁ ବିଭାଜନ କରିବାରେ ସକ୍ରିୟ ଅଛନ୍ତି। ସେମାନେ ଏକ ଇଣ୍ଡି-ଆଲାଏନ୍ସ ଗଠନ କରିଛନ୍ତି। କେହି କେହି ଏହି ଇଣ୍ଡି-ଆଲାଏନ୍ସକୁ 'ଘମାଣ୍ଡିଆ ଗଠବନ୍ଧନ' (ଅହଂକାରୀ ମେଣ୍ଟ) ବୋଲି ମଧ୍ୟ କହୁଛନ୍ତି। ସେମାନଙ୍କ ନେତା ସ୍ପଷ୍ଟ ନୁହଁନ୍ତି ଏବଂ ନେତୃତ୍ୱକୁ ନେଇ ଦ୍ୱନ୍ଦ୍ୱ ମଧ୍ୟ ରହିଛି । ତେବେ ଗତ କିଛି ଦିନ ତଳେ ସେମାନେ ମୁମ୍ବାଇରେ ଏକ ବୈଠକ କରିଥିଲେ। ମୋର ବିଶ୍ୱାସ ଯେ ସେହି ବୈଠକରେ ସେମାନେ ଏହି 'ଘମାଣ୍ଡିଆ ଗଠବନ୍ଧନ' କିପରି କାର୍ଯ୍ୟ କରିବ ସେ ନେଇ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ସେମାନେ ଏକ ଲୁକ୍କାୟିତ ଏଜେଣ୍ଡା ମଧ୍ୟ ପ୍ରସ୍ତୁତ କରିଛନ୍ତି, ଏବଂ ଏହି ଏଜେଣ୍ଡା କ'ଣ? ଭାରତର ସଂସ୍କୃତି ଉପରେ ଆକ୍ରମଣ କରିବା ଇଣ୍ଡି ଆଲାଏନ୍ସର ନୀତି, 'ଘମାଣ୍ଡିଆ ମହାମେଣ୍ଟ'ର ନୀତି। ଭାରତୀୟ ଲୋକଙ୍କ ଆସ୍ଥା ଉପରେ ଆକ୍ରମଣ କରିବା ପାଇଁ ଆଇଏନଡିଆଇ-ଆଲାଏନ୍ସର ଏହି ନିଷ୍ପତ୍ତି । ଇଣ୍ଡି-ଆଲାଏନ୍ସ, 'ଘମାଣ୍ଡିଆ ଗଠବନ୍ଧନ'ର ଉଦ୍ଦେଶ୍ୟ ହେଉଛି ହଜାର ହଜାର ବର୍ଷ ଧରି ଭାରତ ଯାହା ସହ ଜଡ଼ିତ ରହିଛି, ଏହାର ମୂଲ୍ୟବୋଧ, ଏହାର ସଂସ୍କୃତି ଏବଂ ଏହାର ପରମ୍ପରାକୁ ନଷ୍ଟ କରିବା। ଏହି ଇଣ୍ଡି ଆଲାଏନ୍ସ, ଏହି  'ଘମାଣ୍ଡିଆ ଗଠବନ୍ଧନ' ସେହି ପ୍ରାଚୀନ ସଂସ୍କୃତିକୁ ଶେଷ କରିବା ପାଇଁ ସଂକଳ୍ପବଦ୍ଧ ଯାହା ଦେବୀ ଅହଲ୍ୟାବାଇ ହୋଲକରଙ୍କୁ ଦେଶର କୋଣ ଅନୁକୋଣରେ ସାମାଜିକ କାର୍ଯ୍ୟ କରିବାକୁ, ମହିଳାଙ୍କ ଉନ୍ନତି ପାଇଁ ଅଭିଯାନ ଆରମ୍ଭ କରିବା ଏବଂ ଦେଶର ଐତିହ୍ୟକୁ ରକ୍ଷା କରିବାକୁ ପ୍ରେରଣା ଦେଇଥିଲା । ସେହି କାଳଜୟୀ ସନାତନ ପରମ୍ପରା ଓ ମୂଲ୍ୟବୋଧକୁ ଶେଷ କରିବା ପାଇଁ ସଂକଳ୍ପ ନେଇ ଆସିଛି ଏହି 'ଘମାଣ୍ଡିଆ ଗଠବନ୍ଧନ', ଏବଂ ଏହି ଇଣ୍ଡି-ଆଲାଏନ୍ସ।

ଏହା ସନାତନ ମୂଲ୍ୟବୋଧର ଶକ୍ତି ଥିଲା ଯେତେବେଳେ ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ଇଂରେଜମାନଙ୍କୁ ଡାକି ଘୋଷଣା କଲେ ଯେ ସେ ତାଙ୍କ ଝାନ୍ସୀ ଦେବେ। ସାରା ଜୀବନ ସନାତନକୁ ଗ୍ରହଣ କରିଥିବା ଏବଂ ଭଗବାନ ଶ୍ରୀରାମଙ୍କଠାରୁ ପ୍ରେରଣା ପାଇଥିବା ମହାତ୍ମା ଗାନ୍ଧୀଙ୍କ ଶେଷ ଶବ୍ଦ ଥିଲା "ହେ ରାମ!" ଯେଉଁ ସନାତନ ତାଙ୍କୁ ଅସ୍ପୃଶ୍ୟତା ବିରୋଧରେ ଆଜୀବନ ଆନ୍ଦୋଳନ କରିବାକୁ ପ୍ରେରଣା ଦେଇଥିଲା, ତଥାପି ଏହି 'ଘମାଣ୍ଡିଆ ଗଠବନ୍ଧନ' ବ୍ୟକ୍ତିମାନେ ସେହି ସନାତନ ପରମ୍ପରାକୁ ଶେଷ କରିବାକୁ ଚାହୁଁଛନ୍ତି। ଯେଉଁ ସନାତନ ମୂଲ୍ୟବୋଧ ସ୍ୱାମୀ ବିବେକାନନ୍ଦଙ୍କୁ ବିଭିନ୍ନ ସାମାଜିକ କୁସଂସ୍କାର ପ୍ରତି ଲୋକଙ୍କୁ ଜାଗ୍ରତ କରିବାକୁ ପ୍ରେରଣା ଦେଇଥିଲା, ତାହା ଏବେ ଇଣ୍ଡି-ଆଲାଏନ୍ସର ଟାର୍ଗେଟରେ ରହିଛି। ଏହି ଇଣ୍ଡି-ଆଲାଏନ୍ସ ସେହି ସନାତନ ମୂଲ୍ୟବୋଧକୁ ନଷ୍ଟ କରିବାକୁ ଚାହୁଁଛି ଯାହା ଲୋକମାନ୍ୟ ତିଳକଙ୍କୁ ଭାରତର ସ୍ୱାଧୀନତାର ବ୍ୟାନର ଉତ୍ତୋଳନ କରିବାକୁ, ଗଣେଶ ପୂଜାକୁ ସ୍ୱାଧୀନତା ଆନ୍ଦୋଳନ ସହିତ ଯୋଡିବାକୁ ଏବଂ ସାର୍ବଜନୀନ ଗଣେଶ ପର୍ବର ପରମ୍ପରା ପ୍ରତିଷ୍ଠା କରିବାକୁ ପ୍ରେରଣା ଦେଇଥିଲା।

 

ସାଥୀମାନେ,

ଏହା ଥିଲା ଆମ ସନାତନ ମୂଲ୍ୟବୋଧର ଶକ୍ତି, ଯେଉଁଠାରେ ସ୍ୱାଧୀନତା ଆନ୍ଦୋଳନ ସମୟରେ ଫାଶୀଦଣ୍ଡର ସମ୍ମୁଖୀନ ହୋଇଥିବା ବୀର ଆତ୍ମାମାନେ କହୁଥିଲେ, "ମୋର ପରବର୍ତ୍ତୀ ଜନ୍ମରେ ମୁଁ ପୁଣି ଥରେ ଭାରତ ମାତାଙ୍କ କୋଳରେ ଜନ୍ମ ନେବାକୁ ଚାହୁଁଛି। ଏଗୁଡ଼ିକ ହେଉଛି ସେହି ସନାତନ ମୂଲ୍ୟବୋଧ ଯାହା ସନ୍ଥ ରବିଦାସଙ୍କୁ ପ୍ରତିବିମ୍ବ କରିଥାଏ, ଯାହା ମହର୍ଷି ବାଲ୍ମିକୀଙ୍କ ଆଧାର ଅଟେ, ଯେଉଁ ସନାତନ ହଜାର ହଜାର ବର୍ଷ ଧରି ଭାରତକୁ ବାନ୍ଧି ରଖିଛି। ତଥାପି, ଇଣ୍ଡି-ଆଲାଏନ୍ସ ଭାବରେ ଏକଜୁଟ ହୋଇଥିବା ଏହି ଲୋକମାନେ ଏହି ସନାତନ ମୂଲ୍ୟବୋଧକୁ ଭାଙ୍ଗିବାକୁ ଚାହୁଁଛନ୍ତି । ଆଜି ଏହି ବ୍ୟକ୍ତିମାନେ ଖୋଲାଖୋଲି ଭାବେ କହିବା ଆରମ୍ଭ କରିଛନ୍ତି ଏବଂ ଖୋଲାଖୋଲି ଆକ୍ରମଣ କରିଛନ୍ତି। ଭବିଷ୍ୟତରେ ସେମାନେ ଆମ ଉପରେ ଆକ୍ରମଣ ବଢ଼ାଇବେ। ଦେଶର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ସନାତନୀକୁ, ଏହି ଦେଶକୁ ଭଲପାଉଥିବା, ଆମ ଦେଶକୁ ଭଲ ପାଉଥିବା ଅଗଣିତ ଲୋକମାନଙ୍କୁ, ଆମ ଦେଶର ମାଟିକୁ ଭଲ ପାଉଥିବା ଲୋକଙ୍କୁ ସତର୍କ ରହିବା ଆବଶ୍ୟକ । ସେମାନେ ସନାତନକୁ ଉଚ୍ଛେଦ କରି ଏହି ଦେଶକୁ ପୁଣିଥରେ ଏକ ହଜାର ବର୍ଷର ଦାସତ୍ୱରେ ବୁଡ଼ାଇ ଦେବାକୁ ଚାହୁଁଛନ୍ତି। କିନ୍ତୁ ଆମେ ସମସ୍ତେ ମିଳିମିଶି ଏହି ଶକ୍ତିଗୁଡ଼ିକୁ ରୋକିବା ଦରକାର ଏବଂ ଆମସଂଗଠନ ଏବଂ ଆମର ଏକତା ବଳରେ ସେମାନଙ୍କ ଯୋଜନାକୁ ବିଫଳ କରିବା ଉଚିତ୍ ।

ମୋ ପରିବାରଗଣ,

ଭାରତୀୟ ଜନତା ପାର୍ଟି ଦେଶପ୍ରେମ, ଜନଶକ୍ତିର ଉପାସନା ଏବଂ ଜନସେବାର ରାଜନୀତି ପାଇଁ ଉତ୍ସର୍ଗୀକୃତ ।

ବିଜେପି ଶାସନର ମୌଳିକ ନୀତି ହେଉଛି ଅବହେଳିତ ଲୋକଙ୍କୁ ପ୍ରାଥମିକତା ଦେବା । ବିଜେପି ନେତୃତ୍ବାଧୀନ ସରକାର ଏକ ଦୟାଳୁ ସରକାର। ଦିଲ୍ଲୀ ହେଉ କି ଭୋପାଳ, ଆଜି ସରକାର ଆପଣଙ୍କ ଘରେ ପହଞ୍ଚି ଆପଣଙ୍କ ସେବା କରିବାକୁ ଚେଷ୍ଟା କରୁଛନ୍ତି। କୋଭିଡ୍-୧୯ର ଭୟଙ୍କର ସଙ୍କଟ ଆସିବା ପରେ ସରକାର କୋଟି କୋଟି ନାଗରିକଙ୍କ ପାଇଁ ମାଗଣା ଟିକାକରଣ କରିଥିଲେ। ସୁଖ ଦୁଃଖ ଉଭୟରେ ଆମେ ଆପଣମାନଙ୍କର ସାଥୀ । ଆମ ସରକାର ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ପ୍ରଦାନ କରୁଛନ୍ତି। ଗରିବଙ୍କ ଚୁଲି ଜଳିବା ଉଚିତ୍ ଏବଂ ସେମାନଙ୍କ ପେଟ ଖାଲି ହେବା ଉଚିତ୍ ନୁହେଁ । ଗରିବ, ଦଳିତ, ପଛୁଆ କିମ୍ବା ଆଦିବାସୀ ପରିବାରର କୌଣସି ମା'ର ପିଲା ଯେପରି ଭୋକିଲା ଶୋଇବେ ନାହିଁ ସେଥିପାଇଁ ଆମର ପ୍ରୟାସ ରହିଥିଲା। ସେ ମା’ ଏହି କଥା ଉପରେ ଗରିବର ପୁଅ ପାଇଁ ରାସନ ବିଷୟରେ ଚିନ୍ତା କଲୁ। ଏବଂ ସେହି କଥା ଆପଣମାନଙ୍କ ଆଶୀର୍ବାଦରେ ମୁଁ ଆଜି ଏହି ଦାୟିତ୍ୱ ତୁଲାଇପାରୁଛି।

ମୋ ପରିବାରଗଣ,

ଆମର ନିରନ୍ତର ପ୍ରୟାସ ହେଉଛି ମଧ୍ୟପ୍ରଦେଶ ବିକାଶର ନୂତନ ଶୀର୍ଷରେ ପହଞ୍ଚୁ ଏବଂ ମଧ୍ୟପ୍ରଦେଶର ପ୍ରତ୍ୟେକ ପରିବାରର ଜୀବନକୁ ସହଜ ହେଉ ଏବଂ ପ୍ରତ୍ୟେକଙ୍କ ଘରେ ସମୃଦ୍ଧି ଆଣୁ। ମୋଦିଙ୍କ ଗ୍ୟାରେଣ୍ଟିର ଟ୍ରାକ୍ ରେକର୍ଡ ଆପଣଙ୍କ ସାମ୍ନାରେ ରହିଛି । ସେମାନଙ୍କ ଟ୍ରାକ୍ ରେକର୍ଡ ମନେ ପକାନ୍ତୁ ଏବଂ ମୋ ଟ୍ରାକ୍ ରେକର୍ଡକୁ ଦେଖନ୍ତୁ। ମୋଦୀ ଗରିବଙ୍କ ପାଇଁ ପକ୍କା ଘର ର ଗ୍ୟାରେଣ୍ଟି ଦେଇଥିଲେ ମୋଦି । ଆଜି କେବଳ ମଧ୍ୟପ୍ରଦେଶରେ ୪୦ ଲକ୍ଷରୁ ଅଧିକ ପରିବାରକୁ ପକ୍କା ଘର ମିଳିଛି। ଆମେ ପ୍ରତ୍ୟେକ ଘରେ ଶୌଚାଳୟର ଗ୍ୟାରେଣ୍ଟି ଦେଇଥିଲୁ ଏବଂ ଆମେ ସେହି ଗ୍ୟାରେଣ୍ଟି ପୂରଣ କରିଛୁ । ଆମେ ଗରିବରୁ ଅତି ଗରିବ ଲୋକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବାର ଗ୍ୟାରେଣ୍ଟି ଦେଇଥିଲୁ । ଆମେ ପ୍ରତ୍ୟେକ ଘରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ଗ୍ୟାରେଣ୍ଟି ଦେଇଥିଲୁ । ଆମ ମା' ଓ ଭଉଣୀମାନଙ୍କ ପାଇଁ ଧୂଆଁରୁ ମୁକ୍ତିର ରୋଷେଇ ଘର ର ଗ୍ୟାରେଣ୍ଟି ଦେଇଥିଲୁ । ଆଜି ମୋଦି, ଆପଣଙ୍କ 'ସେବକ' ଏହି ସବୁ ଗ୍ୟାରେଣ୍ଟି ପୂରଣ କରୁଛନ୍ତି। ଭଉଣୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆମ ସରକାର ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ଅର୍ଥାତ୍ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୪୦୦ ଟଙ୍କା କମ୍ ରେ ଗ୍ୟାସ ସିଲିଣ୍ଡର ମିଳୁଛି । ଆମେ ସମସ୍ତେ ଜାଣୁ ଯେ ଉଜ୍ଜ୍ୱଳା ଯୋଜନା କିପରି ଆମ ଭଉଣୀ ଓ ଝିଅମାନଙ୍କ ଜୀବନକୁ ବଞ୍ଚାଉଛି । ଆମର ପ୍ରୟାସ ହେଉଛି ଯେ ଜଣେ ବି ଭଉଣୀ କିମ୍ବା ଝିଅଙ୍କୁ ଧୂଆଁ ମଧ୍ୟରେ ରୋଷେଇ କରିବାକୁ ନ ପଡିବ। ସେଥିପାଇଁ ଗତକାଲି କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏବେ ଦେଶରେ ଅତିରିକ୍ତ ୭୫ ଲକ୍ଷ ଭଉଣୀଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିବ। ଗ୍ୟାସ୍ ସଂଯୋଗରୁ କୌଣସି ଭଉଣୀ ବାଦ୍ ପଡ଼ିବେ ନାହିଁ; ଏହା ହିଁ ଆମର ଲକ୍ଷ୍ୟ। ଥରେ ଆମେ ଆମର କାମ ସାରିସାରିବା ପରେ, କିନ୍ତୁ କିଛି ପରିବାରରେ ସମ୍ପ୍ରସାରଣ ହୋଇଛି, ଏବଂ ପରିବାର ବିଭାଜିତ ହୋଇଛି, ତେଣୁ ଅନ୍ୟ ଏକ ପରିବାରକୁ ଗ୍ୟାସ୍ ସଂଯୋଗ ଆବଶ୍ୟକ। ଯେଉଁମାନଙ୍କ ନାଁ ତାଲିକାରେ ଅଛି, ସେମାନଙ୍କ ପାଇଁ ଆମେ ଏହି ନୂଆ ଯୋଜନା ଆଣିଛୁ ।

 

ସାଥୀମାନେ,

ଆମେ ଆମର ପ୍ରତ୍ୟେକ ଗ୍ୟାରେଣ୍ଟିକୁ ପୂରଣ କରିବା ପାଇଁ ଆମେ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ କାର୍ଯ୍ୟ କରୁଛୁ | ଆମେ ମଧ୍ୟସ୍ଥିମାନଙ୍କୁ ଶେଷ କରିବା ଏବଂ ପ୍ରତ୍ୟେକ ହିତାଧିକାରୀଯେପରି ସମ୍ପୂର୍ଣ୍ଣ ଲାଭ ପାଇପାରିବେ ତାହା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ । ଏହାର ଏକ ଉଦାହରଣ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି । ଏହି ଯୋଜନା ଅଧୀନରେ ପ୍ରତ୍ୟେକ କୃଷକଙ୍କୁ ସିଧାସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୮ ହଜାର ଟଙ୍କା ପଠାଯାଇଛି। ଏହି ଯୋଜନାରେ ସରକାର ୨ ଲକ୍ଷ ୬୦ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ।

ସାଥୀମାନେ,

ବିଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଖର୍ଚ୍ଚ ହ୍ରାସ କରିବା ସହ ସେମାନଙ୍କୁ ଶସ୍ତା ସାର ଯୋଗାଇ ଦେବାକୁ ପ୍ରୟାସ କରିଛନ୍ତି। ଏହି ସମୟ ମଧ୍ୟରେ ଆମ ସରକାର ସରକାରୀ ରାଜକୋଷରୁ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଆଜି କାଲି ଚାଷୀମାନେ ନିଜ କ୍ଷେତରେ ବ୍ୟବହାର କରୁଥିବା ଏକ ବ୍ୟାଗ୍ ୟୁରିଆ ଯୁକ୍ତରାଷ୍ଟ୍ର ଆମେରିକାରେ ୩୦ ଟଙ୍କାରେ ବିକ୍ରି ହେଉଛି। ତେବେ ସେହି ବ୍ୟାଗ୍ ମୋ ସାଥୀ ଭାରତୀୟ କୃଷକମାନଙ୍କୁ ମାତ୍ର ୩୦୦ ଟଙ୍କାରେ ଉପଲବ୍ଧ କରାଯାଇଛି ଏବଂ ଏଥିପାଇଁ ସରକାର ରାଜକୋଷରୁ ୧୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆପଣମାନେ ମନେରଖନ୍ତୁ, ଅତୀତରେ ୟୁରିଆ ନାଁରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା ଏବଂ କେବଳ ୟୁରିଆ ପାଇବା ପାଇଁ ଚାଷୀଙ୍କୁ ଦିନରାତି ଲାଠି ଖାଇବାକୁ ପଡ଼ିଥିଲା। ଏବେ ସେହି ୟୁରିଆ ସବୁସ୍ଥାନରେ ଅତି ସହଜରେ ଉପଲବ୍ଧ ହେଉଛି।

ମୋ ପରିବାରଗଣ,

ଜଳସେଚନର ମହତ୍ତ୍ୱ ଏପରି ଏକ ଜିନିଷ ଯାହା ବୁନ୍ଦେଲଖଣ୍ଡର ଲୋକମାନେ ଅନ୍ୟମାନଙ୍କ ତୁଳନାରେ ଭଲ ଭାବରେ ବୁଝନ୍ତି । ଡବଲ ଇଞ୍ଜିନ ବିଶିଷ୍ଟ ବିଜେପି ସରକାର ବୁନ୍ଦେଲଖଣ୍ଡରେ ଅନେକ ଜଳସେଚନ ପ୍ରକଳ୍ପ ରେ କାମ କରିଛନ୍ତି । କେନ୍-ବେତୱା ଲିଙ୍କ୍ କେନାଲ ସହିତ ଏହି ଅଞ୍ଚଳର ଅନ୍ୟ ଜଳସେଚନ ପ୍ରକଳ୍ପ କେବଳ ଜୀବନସାରା ନୁହେଁ, ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି। ଭଉଣୀମାନଙ୍କ ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ପାଣି ପହଞ୍ଚାଇବା ପାଇଁ ଆମ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ମାତ୍ର ୪ ବର୍ଷ ରେ ସାରା ଦେଶରେ ପ୍ରାୟ ୧୦ କୋଟି ନୂଆ ପରିବାରକୁ ପାଇପ ଲାଇନ ଜରିଆରେ ପାଣି ଯୋଗାଇ ଦିଆଯାଇଛି। କେବଳ ମଧ୍ୟପ୍ରଦେଶରେ ୬୫ ଲକ୍ଷ ପରିବାରକୁ ପାଇପ୍ ଯୋଗେ ପାଣି ପହଂଚିଛି । ଏହା ମୋ ବୁନ୍ଦେଲଖଣ୍ଡର ମା' ଓ ଭଉଣୀମାନଙ୍କ ପାଇଁ ଯଥେଷ୍ଟ ଲାଭ ଆଣିଛି । ବୁନ୍ଦେଲଖଣ୍ଡରେ ଅଟଳ ଭୁଜଲ ଯୋଜନାରେ ଜଳ ଉତ୍ସ ସୃଷ୍ଟି ପାଇଁ ମଧ୍ୟ ଯଥେଷ୍ଟ କାର୍ଯ୍ୟ କରାଯାଉଛି ।

ସାଥୀମାନେ,

ଆମ ସରକାର ଏହି ଅଞ୍ଚଳର ବିକାଶ ଏବଂ ଏହାର ଗୌରବ ବୃଦ୍ଧି ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଚଳିତ ବର୍ଷ ଅକ୍ଟୋବର ୫ ତାରିଖରେ ଆମେ ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ପାଳନ କରିବୁ। ଡବଲ ଇଞ୍ଜିନ ସରକାର ମଧ୍ୟ ଏହି ପବିତ୍ର ଅବସରକୁ ବେଶ୍ ଉତ୍ସାହର ସହ ପାଳନ କରିବାକୁ ଯୋଜନା କରୁଛନ୍ତି।

 

ବନ୍ଧୁଗଣ,

ଆମ ସରକାରଙ୍କ ପ୍ରୟାସ ଦ୍ୱାରା ଗରିବ, ଦଳିତ ଓ ଆଦିବାସୀ ସମ୍ପ୍ରଦାୟ ସବୁଠାରୁ ଅଧିକ ଉପକୃତ ହୋଇଛନ୍ତି। ଅବହେଳିତ ଲୋକଙ୍କୁ ପ୍ରାଥମିକତା ଦେବାର ମଡେଲ 'ସବ୍ କା ସାଥ, ସବ୍ କା ବିକାଶ' ଆଜି ବିଶ୍ୱକୁ ବାଟ ଦେଖାଉଛି। ଭାରତ ଏବେ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରୁ ଅନ୍ୟତମ ହେବା ଦିଗରେ କାର୍ଯ୍ୟ କରୁଛି । ଭାରତକୁ (ବିଶ୍ୱର) ଶୀର୍ଷ ତିନୋଟି ରେ ପରିଣତ କରିବାରେ ମଧ୍ୟପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ମଧ୍ୟପ୍ରଦେଶ ସେହି ଭୂମିକା କୁ ପୂରଣ କରିବ । ଏହା ଦ୍ୱାରା ଏହି ଅଞ୍ଚଳର କୃଷକ, ଶିଳ୍ପ ଓ ଯୁବବର୍ଗଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ଆଗାମୀ ୫ ବର୍ଷ ମଧ୍ୟପ୍ରଦେଶର ବିକାଶରେ ନୂତନ ଉଚ୍ଚତା ଆଣିବ। ଆଜି ଆମେ ଆରମ୍ଭ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟପ୍ରଦେଶର ଦ୍ରୁତ ବିକାଶକୁ ତ୍ୱରାନ୍ୱିତ କରିବ । ବିକାଶ ର ଉତ୍ସବରେ ଅଂଶଗ୍ରହଣ କରିଥିବାରୁ, ବିକାଶର ଏହି ଉତ୍ସବରେ ଉପସ୍ଥିତ ରହି ଆମକୁ ଆଶୀର୍ବାଦ ଦେଇଥିବାରୁ ଏବଂ ଆପଣଙ୍କ ସମର୍ଥନ ପାଇଁ ମୁଁ ଆପଣସମସ୍ତଙ୍କୁ ଗଭୀର ଧନ୍ୟବାଦ ଜଣାଉଛି । ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି, ଅନେକ ଅନେକ ଶୁଭକାମନା ଜଣାଉଛି।

ମୋ ସହିତ କୁହନ୍ତୁ-

ଭାରତ ମାତା କି - ଜୟ !

ଭାରତ ମାତା କି - ଜୟ !

ଭାରତ ମାତା କି - ଜୟ !

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Villagers in Bastar gather for PM's Mann Ki Baat at former Maoist meeting ground

Media Coverage

Villagers in Bastar gather for PM's Mann Ki Baat at former Maoist meeting ground
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.