‘‘ଯୁଗାନ୍ତକାରୀ ପ୍ରଗତି ଶିଳ୍ପ କ୍ଷେତ୍ରରେ ରୂପାନ୍ତରଣ ଲାଗି ପ୍ରସ୍ତୁତ ରହିଥିବାବେଳେ ଭାରତର ସେମିକଣ୍ଡକ୍ଟର କ୍ଷେତ୍ର ଏକ ବିପ୍ଳବର ଦ୍ୱାରଦେଶରେ ଅଛି’’
‘‘ଆଜିର ଭାରତ ବିଶ୍ୱରେ ଆତ୍ମବିଶ୍ୱାସ ସୃଷ୍ଟି କରୁଛି...ଯେତେବେଳେ ଚିପ୍ସ ହ୍ରାସ ପାଇବ, ଆପଣ ଭାରତ ଉପରେ ଭରସା କରିପାରିବେ’’
‘‘ଭାରତର ସେମିକଣ୍ଡକ୍ଟର ଶିଳ୍ପ ସ୍ୱତନ୍ତ୍ର ଡାୟୋଡ୍‌ ଦ୍ୱାରା ସକ୍ଷମ ଯେଉଁଥିରେ ଉଭୟ ଦିଗକୁ ଶକ୍ତି ପ୍ରବାହିତ ହେଉଛି’’
‘‘ବର୍ତ୍ତମାନର ସଂସ୍କାରବାଦୀ ସରକାର, ଦେଶର ବୃଦ୍ଧି ପାଉଥିବା ଉତ୍ପାଦନ ଭିତ୍ତିଭୂମି ଏବଂ ଦେଶର ଆକାଂକ୍ଷୀ ବଜାରକୁ ନେଇ ଏକ ତ୍ରିମୁଖୀ ଶକ୍ତି ଭାରତ ପାଖରେ ରହିଛି, ଯାହାକି ବୈଷୟିକ ପ୍ରଗତି ବିଷୟରେ ଅବଗତ’’
‘‘ଏହି ଛୋଟ ଚିପ୍ ଭାରତରେ ଶେଷ ମାଇଲ ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ବଡ କାମ କରୁଛି’’
‘‘ବିଶ୍ୱର ପ୍ରତ୍ୟେକ ଡିଭାଇସରେ ଭାରତୀୟ ନିର୍ମିତ ଚିପ୍ ରହିବା ଆମର ସ୍ୱପ୍ନ’’
‘‘ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପକୁ ଚଳାଇବାରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି’’ ‘‘୧୦୦% ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉତ୍ପାଦନ ଭାରତରେ ହେବା ଆମର ଲକ୍ଷ୍ୟ ହେବା ଉଚିତ’’
‘‘ମୋବାଇଲ ଉତ୍ପାଦନ ହେଉ, ଇଲେକ୍ଟ୍ରୋନିକ୍ସ ହେଉ କିମ୍ବା ସେମିକଣ୍ଡକ୍ଟର, ଆମର ଲକ୍ଷ୍ୟ ସ୍ପଷ୍ଟ- ଆମେ ଏପରି ଏକ ଦୁନିଆ ଗଢ଼ିବାକୁ ଚାହୁଁଛୁ ଯାହା ସଙ୍କଟ ସମୟରେ ଅଟକିବ ନାହିଁ କିମ୍ବା ସ୍ଥିର ହେବ ନାହିଁ ବରଂ ଆଗକ
ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହୋଇଛି, ଯେଉଁଥିରେ ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହକର୍ମୀ ଅଶ୍ୱିନୀ ବୈଷ୍ଣବ ଏବଂ ଜିତିନ ପ୍ରସାଦ, ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ସହ ଜଡିତ ସମସ୍ତ ମହାନ ବ୍ୟକ୍ତି, ଶିକ୍ଷା, ଗବେଷଣା ଏବଂ ଉଦ୍ଭାବନ ଜଗତର ସମସ୍ତ ଅଂଶୀଦାର, ଅନ୍ୟାନ୍ୟ ଅତିଥିଗଣ, ମହିଳା ଏବଂ ଭଦ୍ରଲୋକମାନେ! ଆପଣ ସମସ୍ତଙ୍କୁ ନମସ୍କାର !

 

ସେମିର ସମସ୍ତ ସହଯୋଗୀଙ୍କୁ ମୁଁ ବିଶେଷ ଭାବରେ ସ୍ୱାଗତ ଜଣାଉଛି । ଗ୍ଲୋବାଲ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ସହ ଜଡିତ ଏହି ଭବ୍ୟ କାର୍ଯ୍ୟକ୍ରମଆୟୋଜନ କରିବାରେ ଭାରତ ବିଶ୍ୱର ଅଷ୍ଟମ ଦେଶ । ଏବଂ ମୁଁ କହିପାରିବି ଯେ ଭାରତରେ ରହିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଆପଣ ସଠିକ୍ ସମୟରେ, ସଠିକ୍ ସ୍ଥାନରେ ଅଛନ୍ତି । ଏକବିଂଶ ଶତାବ୍ଦୀର ଭାରତରେ ଚିପ୍ସ କେବେ ବି କମିନଥାଏ! ଖାଲି ସେତିକି ନୁହେଁ, ଆଜିର ଭାରତ ବିଶ୍ୱକୁ ଆଶ୍ୱାସନା ଦେଉଛି- ଚିପ୍ସ ଖସିଗଲେ ଆପଣ ଭାରତ ଉପରେ ବାଜି ଲଗାଇପାରିବେ!

 

ସାଥିମାନେ,

ସେମିକଣ୍ଡକ୍ଟର ଜଗତ ସହିତ ଆପଣଙ୍କର ସମ୍ପର୍କ ରେ ଅନିବାର୍ଯ୍ୟ ଭାବରେ ଡାୟୋଡ ଅନ୍ତର୍ଭୁକ୍ତ । ଏବଂ ଆପଣ ଜାଣନ୍ତି ଯେ, ଶକ୍ତି ଏକ ଡାୟୋଡରେ କେବଳ ଗୋଟିଏ ଦିଗରେ ପ୍ରବାହିତ ହୁଏ | କିନ୍ତୁ ଭାରତର ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିରେ ସ୍ୱତନ୍ତ୍ର ଡାୟୋଡ ବ୍ୟବହାର କରାଯାଏ । ଏଠାରେ ଆମର ଶକ୍ତି ଉଭୟ ଦିଗରେ ପ୍ରବାହିତ ହୋଇଥାଏ । ଆପଣ ଭାବୁଥିବେ କିପରି ? ଏବଂ ଏହା ଅତ୍ୟନ୍ତ ଆକର୍ଷଣୀୟ, ଆପଣ ନିବେଶ କରିଥାନ୍ତି ଏବଂ ମୂଲ୍ୟ ସୃଷ୍ଟି କରିଥାନ୍ତି । ଏହି ସମୟରେ ସରକାର ଆପଣଙ୍କୁ ସ୍ଥିର ନୀତି ଏବଂ ବ୍ୟବସାୟ କରିବାରେ ସହଜତା ପ୍ରଦାନ କରିଥାନ୍ତି । ଆପଣଙ୍କ ସେମିକଣ୍ଡକ୍ଟର ଶିଳ୍ପ 'ଇଣ୍ଟିଗ୍ରେଟେଡ୍ ସର୍କିଟ୍' ସହିତ ଲିଙ୍କ୍ ହୋଇଛି। ଭାରତ ଆପଣଙ୍କୁ ଏକ 'ସମନ୍ଵୀତ ଇକୋସିଷ୍ଟମ୍' ମଧ୍ୟ ପ୍ରଦାନ କରେ । ଭାରତର ଡିଜାଇନରଙ୍କ ଅସୀମ ପ୍ରତିଭା ବିଷୟରେ ଆପଣ ଭଲ ଭାବରେ ଜାଣିଛନ୍ତି । ଡିଜାଇନିଂ ଦୁନିଆରେ ଭାରତ ୨୦ ପ୍ରତିଶତ ପ୍ରତିଭାର ଯୋଗଦାନ ଦେଇଥାଏ ଏବଂ ଏହା କ୍ରମାଗତ ଭାବରେ ବିସ୍ତାରିତ ହେଉଛି । ଆମେ ୮୫ ହଜାର ଟେକ୍ନିସିଆନ, ଇଞ୍ଜିନିୟର ଏବଂ ଗବେଷଣା ଓ ବିକାଶ ବିଶେଷଜ୍ଞଙ୍କୁ ନେଇ ଏକ ସେମିକଣ୍ଡକ୍ଟର କର୍ମଚାରୀ ପ୍ରସ୍ତୁତ କରୁଛୁ । ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏହାର ଛାତ୍ର ଏବଂ ପେସାଦାରମାନଙ୍କୁ ପ୍ରସ୍ତୁତ କରିବା ଉପରେ ଭାରତର ଫୋକସ ରହିଛି । ଗତକାଲି ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଫାଉଣ୍ଡେସନ ଭାରତର ଗବେଷଣା ଇକୋସିଷ୍ଟମକୁ ଏକ ନୂତନ ଦିଗ ଏବଂ ନୂତନ ଶକ୍ତି ପ୍ରଦାନ କରିବ । ଏହାବ୍ୟତୀତ ଭାରତ ଏକ ଟ୍ରିଲିୟନ ଟଙ୍କାର ଏକ ସ୍ୱତନ୍ତ୍ର ଗବେଷଣା ପାଣ୍ଠି ମଧ୍ୟ ସୃଷ୍ଟି କରିଛି।

 

ସାଥିମାନେ,

ଏଭଳି ପଦକ୍ଷେପ ସେମିକଣ୍ଡକ୍ଟର ଓ ବିଜ୍ଞାନ କ୍ଷେତ୍ରରେ ଉଦ୍ଭାବନର ପରିସରକୁ ବ୍ୟାପକ ଭାବେ ବିସ୍ତାର କରିବ। ସେମିକଣ୍ଡକ୍ଟର ସମ୍ବନ୍ଧୀୟ ଭିତ୍ତିଭୂମି ଉପରେ ମଧ୍ୟ ଆମେ ଅଧିକ ଧ୍ୟାନ ଦେଉଛୁ। ଏହାବ୍ୟତୀତ, ଆପଣଙ୍କର ଏକ ତ୍ରିମୁଖୀ ଶକ୍ତି ଅଛି - ପ୍ରଥମ, ଭାରତର ବର୍ତ୍ତମାନର ସଂସ୍କାରବାଦୀ ସରକାର, ଦ୍ୱିତୀୟ, ଭାରତରେ ବଢୁଥିବା ଉତ୍ପାଦନ ଭିତ୍ତିଭୂମି ଏବଂ ତୃତୀୟ ଭାରତର ଆକାଂକ୍ଷୀ ବଜାର । ଏକ ବଜାର ଯାହା ଟେକ୍ନୋଲୋଜିର ସ୍ୱାଦ କୁ ବୁଝିଥାଏ । ଆପଣଙ୍କ ପାଇଁ, ଥ୍ରି-ଡି ପାୱାର ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ବେସ୍ ଏପରି ଏକ ଜିନିଷ ଯାହା ଅନ୍ୟତ୍ର ଖୋଜିବା କଷ୍ଟକର ।

 

ସାଥିମାନେ,

ଭାରତର ଆକାଂକ୍ଷୀ ଓ ବୈଷୟିକ ଭିତ୍ତିକ ସମାଜ ଅତ୍ୟନ୍ତ ଅନନ୍ୟ । ଭାରତ ପାଇଁ ଚିପ୍ କେବଳ ଏକ ଟେକ୍ନୋଲୋଜି ନୁହେଁ। ଆମ ପାଇଁ ଏହା ଲକ୍ଷ ଲକ୍ଷ ଆକାଂକ୍ଷା ପୂରଣ କରିବାର ମାଧ୍ୟମ । ଆଜି ଭାରତ ଚିପ୍ସର ପ୍ରମୁଖ ଉପଭୋକ୍ତା। ଆମେ ଏହି ଚିପ୍ ରେ ବିଶ୍ୱର ଶ୍ରେଷ୍ଠ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ନିର୍ମାଣ କରିଛୁ । ଏହି କ୍ଷୁଦ୍ର ଚିପ୍ ଭାରତରେ ଶେଷ ମାଇଲ୍ ଡେଲିଭରି ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। କରୋନା ମହାମାରୀ ସମୟରେ ଯେତେବେଳେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା, ସେତେବେଳେ ଭାରତରେ ବ୍ୟାଙ୍କଗୁଡ଼ିକ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରଖିଥିଲେ। ଭାରତର ୟୁପିଆଇ ହେଉ, ରୂପେ କାର୍ଡ ହେଉ, ଡିଜି ଲକର ବ୍ୟବସ୍ଥା ହେଉ କିମ୍ବା ଡିଜି ଯାତ୍ରା, ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ଭାରତବାସୀଙ୍କ ଦୈନନ୍ଦିନ ଜୀବନର ଅଂଶ ପାଲଟିଛି । ଆଜି ଭାରତ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରୁଛି। ଆଜି ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସବୁଜ ପରିବର୍ତ୍ତନ ଦେଇ ଗତି କରୁଛି । ଭାରତରେ ଡାଟା ସେଣ୍ଟରର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅର୍ଥାତ୍ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପକୁ ଚଳାଇବାରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି।

 

ସାଥିମାନେ,

ଏକ ପୁରୁଣା ପ୍ରଚଳିତ କଥା ରହିଛି- 'ଚିପ୍ସକୁ ଯେଉଁଠି ପଡ଼ିପାରେ ସେଠାରେ ପଡ଼ିବାକୁ ଦିଅନ୍ତୁ'। ଅର୍ଥାତ୍ ଜିନିଷଗୁଡ଼ିକ ଯେପରି ଚାହିଁବ ସେମିତି ଘଟିବାକୁ ଦିଅନ୍ତୁ। ଆଜିର ଯୁବ ଓ ଆକାଂକ୍ଷୀ ଭାରତ ଏହି ମନୋଭାବକୁ ଅନୁସରଣ କରେ ନାହିଁ । ଆଜି ଭାରତର ମନ୍ତ୍ର ହେଉଛି 'ଭାରତରେ ଉତ୍ପାଦିତ ଚିପ୍ ସଂଖ୍ୟା ବଢ଼ାଇବା'। ସେଥିପାଇଁ ସେମିକଣ୍ଡକ୍ଟର ଉତ୍ପାଦନକୁ ଆଗକୁ ବଢ଼ାଇବା ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ। ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ସ୍ଥାପନ ପାଇଁ ଭାରତ ସରକାର ୫୦ ପ୍ରତିଶତ ସହାୟତା ପ୍ରଦାନ କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଅତିରିକ୍ତ ସହାୟତା ଯୋଗାଇ ଦେଉଛନ୍ତି। ଏହି ସବୁ ନୀତି ଯୋଗୁଁ ଭାରତରେ ଏହି କ୍ଷେତ୍ରରେ ଖୁବ୍ କମ୍ ସମୟ ମଧ୍ୟରେ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ହୋଇସାରିଛି। ଆଉ ଆଜି ଅନେକ ପ୍ରକଳ୍ପ ପାଇପ୍ ଲାଇନରେ ରହିଛି । ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ ମଧ୍ୟ ଏକ ଉତ୍କୃଷ୍ଟ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ଅଧୀନରେ ଫ୍ରଣ୍ଟ-ଏଣ୍ଡ ଫ୍ୟାବ୍, ଡିସପ୍ଲେ ଫ୍ୟାବ୍, ସେମିକଣ୍ଡକ୍ଟର ପ୍ୟାକେଜିଂ, କମ୍ପାଉଣ୍ଡ ସେମିକଣ୍ଡକ୍ଟର, ସେନ୍ସର ଏବଂ ଡିସପ୍ଲେ ଉତ୍ପାଦନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଅର୍ଥାତ୍ ଭାରତରେ ୩୬୦ ଡିଗ୍ରୀ ପଦ୍ଧତିରେ କାମ ଚାଲିଛି। ଆମ ସରକାର ଭାରତରେ ସମଗ୍ର ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଇକୋସିଷ୍ଟମକୁ ଆଗକୁ ବଢ଼ାଉଛନ୍ତି । ମୁଁ ଚଳିତ ବର୍ଷ ଲାଲକିଲ୍ଲାରୁ ଉଲ୍ଲେଖ କରିଥିଲି  ଆମର ସ୍ୱପ୍ନ ହେଉଛି ବିଶ୍ୱର ପ୍ରତ୍ୟେକ ଡିଭାଇସରେ ଏକ ଭାରତୀୟ ନିର୍ମିତ ଚିପ୍ ରହିବା । ସେମିକଣ୍ଡକ୍ଟର ପାୱାରହାଉସ ହେବା ପାଇଁ ଯାହା ଆବଶ୍ୟକ ହେବ ଭାରତ ସେ ସବୁ କରିବ ।

 

ସାଥିମାନେ,

ନିକଟରେ ଆମେ ଘରୋଇ ଉତ୍ପାଦନ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ବିଦେଶ ଅଧିଗ୍ରହଣ ପାଇଁ କ୍ରିଟିକାଲ ମିନେରାଲ ମିଶନ ଘୋଷଣା କରିଛୁ । ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଖଣି ବ୍ଲକ ନିଲାମ ଆଦି ପାଇଁ ସୀମା ଶୁଳ୍କ ଛାଡ଼ ଉପରେ କାମ ଚାଲିଛି। ଏହାବ୍ୟତୀତ ଆମେ ଭାରତୀୟ ମହାକାଶ ବିଜ୍ଞାନ ପ୍ରତିଷ୍ଠାନରେ ଏକ ସେମିକଣ୍ଡକ୍ଟର ଗବେଷଣା କେନ୍ଦ୍ର ସ୍ଥାପନ କରିବାକୁ କାର୍ଯ୍ୟ କରୁଛୁ । ଆମେ ଆଇଆଇଟି ସହିତ ଭାଗିଦାରୀ କରୁଛୁ ଯାହାଦ୍ୱାରା ଆମର ଇଞ୍ଜିନିୟରମାନେ କେବଳ ଆଜି ପାଇଁ ହାଇଟେକ୍ ଚିପ୍ ବିକଶିତ କରିବେ ନାହିଁ ବରଂ ପରବର୍ତ୍ତୀ ପିଢ଼ିର ଚିପ୍ ଉପରେ ମଧ୍ୟ ଗବେଷଣା କରିବେ । ଆମେ ମଧ୍ୟ ଅନ୍ତର୍ଜାତୀୟ ସହଯୋଗକୁ ଆଗକୁ ବଢ଼ାଉଛୁ । ତୈଳ କୂଟନୀତି ବିଷୟରେ ଆପଣ ଶୁଣିଥିବେ; ଆଜିର ଯୁଗ ହେଉଛି ସିଲିକନ୍ କୂଟନୀତି। ଚଳିତ ବର୍ଷ ଭରତ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ଢାଞ୍ଚାର ଯୋଗାଣ ଶୃଙ୍ଖଳା ପରିଷଦର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଆମେ କ୍ୱାଡ୍ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ପଦକ୍ଷେପ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଏବଂ ନିକଟରେ ଜାପାନ ଏବଂ ସିଙ୍ଗାପୁର ସମେତ ଅନେକ ଦେଶ ସହିତ ଚୁକ୍ତି ସ୍ୱାକ୍ଷର କରିଛୁ । ଭାରତ ମଧ୍ୟ ଏହି କ୍ଷେତ୍ରରେ ଆମେରିକା ସହ ନିଜର ସହଯୋଗ କୁ କ୍ରମାଗତ ଭାବେ ବଢ଼ାଉଛି ।

 

ସାଥିମାନେ,

ଆପଣମାନେ ସମସ୍ତେ ଭାରତର ସେମିକଣ୍ଡକ୍ଟର ମିଶନ ସହ ପରିଚିତ । ଭାରତ କାହିଁକି ଏଥିପ୍ରତି ଧ୍ୟାନ ଦେଉଛନ୍ତି ବୋଲି କିଛି ଲୋକ ପ୍ରଶ୍ନ କରିଛନ୍ତି। ଏଭଳି ବ୍ୟକ୍ତିମାନେ ଆମର ଡିଜିଟାଲ ଇଣ୍ଡିଆ ମିଶନ କୁ ଅଧ୍ୟୟନ କରିବା ଉଚିତ୍ । ଦେଶକୁ ସ୍ୱଚ୍ଛ, ପ୍ରଭାବଶାଳୀ ଏବଂ ପ୍ରଯୁକ୍ତିମୁକ୍ତ ଶାସନ ପ୍ରଦାନ କରିବା ହେଉଛି ଡିଜିଟାଲ ଇଣ୍ଡିଆ ମିଶନର ଲକ୍ଷ୍ୟ । ଆଜି ଆମେ ଏହାର ଗୁଣାତ୍ମକ ପ୍ରଭାବ ଅନୁଭବ କରୁଛୁ। ଡିଜିଟାଲ ଇଣ୍ଡିଆର ସଫଳତା ପାଇଁ ଆମକୁ ସୁଲଭ ମୋବାଇଲ୍ ହ୍ୟାଣ୍ଡସେଟ୍ ଏବଂ ଡାଟା ର ଆବଶ୍ୟକତା ଥିଲା । ସେହି ଅନୁଯାୟୀ ଆମେ ଆବଶ୍ୟକ ସଂସ୍କାର କାର୍ଯ୍ୟକାରୀ କରିଛୁ ଏବଂ ଅତ୍ୟାବଶ୍ୟକ ଭିତ୍ତିଭୂମି ନିର୍ମାଣ କରିଛୁ। ଏକ ଦଶନ୍ଧି ପୂର୍ବେ ଆମେ ମୋବାଇଲ୍ ଫୋନ୍ ର ପ୍ରମୁଖ ଆମଦାନୀକାରୀଙ୍କ ମଧ୍ୟରୁ ଅନ୍ୟତମ ଥିଲୁ। ଆଜି ଆମେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ ଏବଂ ରପ୍ତାନିକାରୀ ଅଟୁ। ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତ ଏବେ ୫ଜି ହ୍ୟାଣ୍ଡସେଟ୍ ପାଇଁ ଦ୍ୱିତୀୟ ବୃହତ୍ତମ ବଜାର ସୃଷ୍ଟି ହୋଇସାରିଛି । ମାତ୍ର ଦୁଇ ବର୍ଷ ତଳେ ଆମେ ୫ଜି ରୋଲଆଉଟ୍ ଆରମ୍ଭ କରିଥିଲୁ। ଦେଖନ୍ତୁ ଆଜି ଆମେ କେଉଁଠି ପହଞ୍ଚିଛୁ। ଆଜି ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ୧୫୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏବଂ ଆମର ଲକ୍ଷ୍ୟ ଆହୁରି ବଡ ହୋଇଯାଉଛି । ଆମେ ଏହି ଦଶନ୍ଧି ଶେଷ ସୁଦ୍ଧା ଆମର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ୫୦୦ ବିଲିୟନ ଡଲାରକୁ ବୃଦ୍ଧି କରିବାକୁ ଚାହୁଁଛୁ । ଏହା ଦ୍ୱାରା ଭାରତର ଯୁବକମାନଙ୍କ ପାଇଁ ପ୍ରାୟ ୬ ନିୟୁତ ଅର୍ଥାତ ୬୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଭାରତର ସେମିକଣ୍ଡକ୍ଟର ସେକ୍ଟର ମଧ୍ୟ ଏଥିରୁ ବହୁତ ଲାଭବାନ ହେବ । ଆମର ଲକ୍ଷ୍ୟ ହେଉଛି ୧୦୦ ପ୍ରତିଶତ ଇଲେକ୍ଟ୍ରୋନିକ ଉତ୍ପାଦନ ଭାରତରେ କରାଯିବ । ଅର୍ଥାତ୍ ଭାରତ କେବଳ ସେମିକଣ୍ଡକ୍ଟର ଚିପ୍ ନୁହେଁ ବରଂ ନିଜ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ତିଆରି କରିବ।

 

ସାଥିମାନେ,

ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ କେବଳ ଘରୋଇ ଆହ୍ୱାନ ନୁହେଁ ବରଂ ବିଶ୍ୱସ୍ତରୀୟ ଆହ୍ୱାନର ସମାଧାନ ମଧ୍ୟ ପ୍ରଦାନ କରିଥାଏ । ଡିଜାଇନିଂ ସମ୍ବନ୍ଧୀୟ ଏକ ରୂପକ ଆପଣ ଶୁଣିଥିବେ । ଏହି ରୂପକ ଟି ହେଉଛି- 'ବିଫଳତାର ଏକକ ବିନ୍ଦୁ'। ଏହି ତ୍ରୁଟିକୁ ଏଡ଼ାଇବା ପାଇଁ ଡିଜାଇନିଂ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଏ । ସିଷ୍ଟମ ଯେପରି କେବଳ ଗୋଟିଏ ଉପାଦାନ ଉପରେ ନିର୍ଭର ନ କରି ନ ଥାଏ,  ତାହା ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ । ଏହି ଶିକ୍ଷା କେବଳ ଡିଜାଇନିଂରେ ସୀମିତ ନୁହେଁ । ବିଶେଷକରି ଯୋଗାଣ ଶୃଙ୍ଖଳା ପରିପ୍ରେକ୍ଷୀରେ ଏହା ଆମ ଜୀବନ ରେ ସମାନ ଭାବରେ ପ୍ରଯୁଜ୍ୟ । କୋଭିଡ୍ ହେଉ, ଯୁଦ୍ଧ ହେଉ, ନିକଟ ଅତୀତରେ କୌଣସି ଶିଳ୍ପ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବାରୁ ରକ୍ଷା ପାଇନାହାନ୍ତି। ତେଣୁ ଯୋଗାଣ ଶୃଙ୍ଖଳାରେ ସ୍ଥିରତା ଅତ୍ୟନ୍ତ ଜରୁରୀ। ତେଣୁ ମୁଁ ଖୁସି ଯେ ଭାରତ ବିଭିନ୍ନ କ୍ଷେତ୍ରରେ ସ୍ଥିରତା ସୃଷ୍ଟି କରିବା ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆଉ ଗୋଟିଏ କଥା ମନେ ରଖିବା ଦରକାର । ବୈଷୟିକ ଜ୍ଞାନକୌଶଳ ସହ ଗଣତାନ୍ତ୍ରିକ ମୂଲ୍ୟବୋଧ ଯୋଡ଼ି ହେଲେ ପ୍ରଯୁକ୍ତିବିଦ୍ୟାର ସକାରାତ୍ମକ ଶକ୍ତି ଅଧିକ ଶକ୍ତିଶାଳୀ ହୋଇଥାଏ। ଅପରପକ୍ଷେ ବୈଷୟିକ ଜ୍ଞାନକୌଶଳରୁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ହଟାଇଦେଲେ ଏହା ଶୀଘ୍ର କ୍ଷତିକାରକ ହୋଇପାରେ। ତେଣୁ ମୋବାଇଲ ଉତ୍ପାଦନ ହେଉ, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ହେଉ ବା ସେମିକଣ୍ଡକ୍ଟର, ଆମର ଫୋକସ୍ ସମ୍ପୃର୍ଣ୍ଣ ଭାବେ ସ୍ପଷ୍ଟ। ଆମେ ଏପରି ଏକ ବିଶ୍ୱ ସୃଷ୍ଟି କରିବାକୁ ଚାହୁଁଛୁ ଯାହା ସଙ୍କଟ ସମୟରେ ମଧ୍ୟ ନ’ ଅଟକି କାର୍ଯ୍ୟ ଜାରି ରଖିବ । ଏ ଦିଗରେ ଭାରତର ପ୍ରୟାସକୁ ଆପଣମାନେ ସୁଦୃଢ଼ କରିବେ ବୋଲି ବିଶ୍ୱାସ ରଖି ମୁଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା ଜଣାଉଛି ।

ବହୁତ - ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA