ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ
"ଚାକିରି ପ୍ରତି ନବନିଯୁକ୍ତ କର୍ମଚାରୀ ମାନଙ୍କ ନିଷ୍ଠା ଦେଶକୁ ତା'ର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ"
ନୂଆ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଦେଶ ପାଇଁ ଏକ ନୂଆ ଆରମ୍ଭ
"ଟେକ୍ନୋଲୋଜି ଦୁର୍ନୀତି ରୋକିଛି, ବିଶ୍ୱସନୀୟତାରେ ଉନ୍ନତି ଆଣିଛି, ଜଟିଳତା ହ୍ରାସ କରିଛି"
ସରକାରଙ୍କ ନୀତି ଏକ ନୂତନ ମାନସିକତା, ନିରନ୍ତର ତଦାରଖ, ମିଶନ ମୋଡ୍ କାର୍ଯ୍ୟକାରିତା ଏବଂ ଜନଭାଗିଦାରୀ ଉପରେ ଆଧାରିତ, ଯାହା ଉଲ୍ଲେଖନୀୟ ଲକ୍ଷ୍ୟ ହାସଲ ପାଇଁ ମାର୍ଗ ପ୍ରଶସ୍ତ କରିଛି

ନମସ୍କାର !

ଆଜିର ଏହି ରୋଜଗାର ମେଳାରେ ଯେଉଁ ଆବେଦନକାରୀ ମାନଙ୍କୁ ସରକାରୀ ସେବାରେ ନିଯୁକ୍ତି ପତ୍ର ମିଳିଛି, ସେହି ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା । ଆପଣ ସମସ୍ତେ କଠିନ ପରିଶ୍ରମ ପରେ ଏହି ସଫଳତା ହାସଲ କରିଛନ୍ତି । ଆପଣମାନଙ୍କର  ଚୟନ ଲକ୍ଷ- ଲକ୍ଷ ଆବେଦନକାରୀମାନଙ୍କ ମଧ୍ୟରୁ କରାଯାଇଛି, ଏଥିପାଇଁ ଏହି ସଫଳତାର ଆପଣଙ୍କ ଜୀବନରେ ବହୁତ ବଡ଼ ଗୁରୁତ୍ୱ ରହିଛି।

ଆଜି ଦେଶରେ ଚାରିଆଡେ ଗଣେଶ ଉତ୍ସବର ଧୂମ ଚାଲୁ ରହିଛି । ଏହି ପବିତ୍ର ସମୟରେ ଆପଣ ସମସ୍ତଙ୍କ ନୂତନ ଜୀବନର ଶୁଭାରମ୍ଭ ବା ଶ୍ରୀଗଣେଶ ହେଉଛି । ଭଗବାନ ଗଣେଶ ହେଉଛନ୍ତି ସିଦ୍ଧିର ଦେବତା । ମୋର ଏହି କାମନା ଯେ, ଆପଣ ମାନଙ୍କର ସେବାର ସଂକଳ୍ପ, ରାଷ୍ଟ୍ରର ଲକ୍ଷ୍ୟକୁ ସିଦ୍ଧି ପର୍ଯ୍ୟନ୍ତ ନେଇଯିବ ।

 

ସାଥୀଗଣ,

ଆଜି ଆମ ଦେଶ ଐତିହାସିକ ଉପଲବ୍ଧି ଗୁଡିକର ଏବଂ ନିଷ୍ପତି ଗୁଡିକର ସାକ୍ଷୀ ପାଲଟୁଛି । କିଛି ଦିନ ପୂର୍ବରୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ରୂପରେ ଦେଶର ଅଧା ଜନସଂଖ୍ୟାକୁ ବହୁତ ବଡ଼ ଶକ୍ତି ମିଳିଛି । 30 ବର୍ଷ ଧରି ମହିଳା ସଂରକ୍ଷଣର ଯେଉଁ ବିଷୟ ପଡି ରହିଥିଲା, ତାହା ଏବେ ରେକର୍ଡ ଭୋଟ ସହିତ ଉଭୟ ସଦନରେ ଗୃହୀତ ହୋଇଛି ।

ଆପଣ କଳ୍ପନା କରନ୍ତୁ ଯେ, ଏହା କେତେ ବଡ଼ ଉପଲବ୍ଧି । ଏହି ଦାବି ସେତେବେଳଠାରୁ ହେଉଥିଲା, ଯେତେବେଳେ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ଜନ୍ମ ମଧ୍ୟ ହୋଇ ନ ଥିବ । ଏହି ନିଷ୍ପତି ଦେଶର ନୂତନ ସଂସଦର ପ୍ରଥମ ଅଧିବେଶନରେ ହୋଇଛି । ଏକ ପକ୍ଷରେ ନୂତନ ସଂସଦରେ, ଦେଶର ନୂତନ ଭବିଷ୍ୟତର ଶୁଭାରମ୍ଭ ହୋଇଛି ।    

ସାଥୀଗଣ,

ଆଜି ଏହି ରୋଜଗାର ମେଳାରେ ମଧ୍ୟ ଆମର ଝିଅମାନଙ୍କୁ ବ୍ୟାପକ ସଂଖ୍ୟାରେ ନିଯୁକ୍ତି ପତ୍ର ମିଳିଛି । ଆଜି ଭାରତର ଝିଅମାନେ ମହାକାଶଠାରୁ ନେଇ କ୍ରୀଡା ପର୍ଯ୍ୟନ୍ତ ଅନେକ ନୂତନ କିର୍ତିମାନ ସ୍ଥାପିତ କରୁଛନ୍ତି । ମୋତେ ନାରୀ ଶକ୍ତିର ଏହି ସଫଳତା ଉପରେ ବହୁତ- ବହୁତ ଗୌରବ ହେଉଛି । ସରକାରଙ୍କ ନୀତି ମଧ୍ୟ ଏହା ଯେ ନାରୀ ଶକ୍ତି ପାଇଁ ନୂଆ ନୂଆ ଦ୍ୱାର ଉନ୍ମୁକ୍ତ ହେଉ । ଆମର ଝିଅମାନେ ଏବେ ଦେଶର ସଶସ୍ତ୍ର ବଳମାନଙ୍କରେ କମିଶନଠାରୁ ନେଇ ରାଷ୍ଟ୍ରସେବାର ପଥରେ ଅଗକୁ ବଢୁଛନ୍ତି । ଆମ ସମସ୍ତଙ୍କର ଅନୁଭବ ହେଉଛି ଯେ, ନାରୀ ଶକ୍ତି ସଦାସର୍ବଦା ନୂତନ ଉର୍ଜ୍ଜା ସହିତ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତନ ଆଣିଛନ୍ତି । ଆମର ଅଧା ଜନସଂଖ୍ୟା ପାଇଁ ସରକାରଙ୍କର ସୁଶାସନ, ଏଥିପାଇଁ  ଆପଣମାନଙ୍କୁ ନୂତନ ଚିନ୍ତାଧାରା ଉପରେ କାର୍ଯ୍ୟ କରିବା ଆବଶ୍ୟକ ।

ସାଥୀଗଣ,

ଆଜି ଏକବିଂଶ ଶତାବ୍ଦୀରେ ଭାରତର ଆକାଂକ୍ଷାଗୁଡିକ ହେଉଛି ବହୁତ ଉଚ୍ଚ, ଆମ ସମାଜର, ସରକାରଙ୍କଠାରୁ ବହୁତ ଅଧିକ ଆଶା ଅଛି । ଆପଣମାନେ ସ୍ୱୟଂ ଦେଖୁଛନ୍ତି ଯେ, ଏହି ନୂତନ ଭାରତ ଆଜି କ’ଣ ଚମତ୍କାର କରୁଛି । ଏହା ହେଉଛି ସେହି ଭାରତ ଯିଏ କିଛି ଦିନ ପୂର୍ବେ ଚନ୍ଦ୍ରରେ ନିଜର ତ୍ରିରଙ୍ଗା ଉଡାଇଛି । ଏହି ନୂତନ ଭାରତର ସ୍ୱପ୍ନ ହେଉଛି ବହୁତ ଉଚ୍ଚ । ଦେଶ 2047 ସୁଦ୍ଧା ବିକଶିତ ଭାରତ ହେବାର ସଂକଳ୍ପ ନେଇଛି ।

 

ଆଗାମୀ କିଛି ବର୍ଷ ମଧ୍ୟରେ ଆମେ ତୃତୀୟ ସର୍ବ ବୃହତ ଅର୍ଥବ୍ୟବସ୍ଥା ହେବାକୁ ଯାଉଛେ । ଆଜି ଯେତେବେଳେ ଦେଶରେ ଏତେ କିଛି ହେଉଛି ସେତେବେଳେ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ଭୂମିକା ବହୁତ ବୃଦ୍ଧି ପାଇବାକୁ ଯାଉଛି । ଆପଣମାନଙ୍କୁ ସର୍ବଦା ନାଗରିକ ପ୍ରଥମେ ଭାବନା ସହିତ କାର୍ଯ୍ୟ କରିବାକୁ ହେବ । ଆପଣମାନେ ତ’ ହେଉଛନ୍ତି ଏଭଳି ଏକ ପିଢ଼ୀର ଅଂଶ, ଯେଉଁମାନେ ପ୍ରଯୁକ୍ତି ବିଦ୍ୟା ସହିତ ବଢ଼ିଛନ୍ତି । ଯେଉଁ ଗ୍ୟାଜେଟସ ଆପଣଙ୍କ ଅଭିଭାବକ ବହୁତ କଷ୍ଟରେ ପରିଚାଳିତ କରି ପାରୁଥିଲେ, ଆପଣମାନେ ତାହାକୁ ଖେଳଣା ଭଳି ବ୍ୟବହାର କରୁଛନ୍ତି ।

ପ୍ରଯୁକ୍ତିବିଦ୍ୟା ଦ୍ୱାରା ଏହି ସହଜତାକୁ ଏବେ ଆପଣଙ୍କୁ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ବ୍ୟବହାର କରିବାକୁ ହେବ । ଆମକୁ ଚିନ୍ତା କରିବାକୁ ହେବ ଯେ ଆମେ ପ୍ରଶାସନକୁ ମଧ୍ୟ ପ୍ରଯୁକ୍ତିବିଦ୍ୟାର ସହାୟତାରେ କିପରି ନୂତନ ସୁଧାର କରି ପାରିବା? ଆପଣମାନଙ୍କୁ ଦେଖିବାକୁ ହେବ ଯେ ନିଜ- ନିଜ କ୍ଷେତ୍ରରେ ଆପଣ କିଭଳି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଦକ୍ଷତାକୁ ଆହୁରି ଅଭିବୃଦ୍ଧି କରି ପାରିବେ?

ସାଥୀଗଣ,

ପ୍ରଯୁକ୍ତିବିଦ୍ୟା ରୂପାନ୍ତରଣ ଦ୍ୱାରା ପ୍ରଶାସନ କିଭଳି ସହଜ ହୋଇଥାଏ, ଆପଣ ବିଗତ 9 ବର୍ଷରେ ଦେଖିଛନ୍ତି । ପୂର୍ବରୁ ରେଳ ଟିକଟ ନେବାପାଇଁ ବୁକିଂ କାଉଂଟରରେ ଲାଇନ ଲାଗୁଥିଲା । ପ୍ରଯୁକ୍ତିବିଦ୍ୟା ଏହି କଷ୍ଟକୁ ସହଜସାଧ୍ୟ କରି ଦେଇଛି । ଆଧାର କାର୍ଡ, ଡିଜିଟାଲ ଲକର ଏବଂ ଇ-କେୱାଇସି କାଗଜାତର ଜଟିଳତାକୁ ଶେଷ କରି ଦେଇଛି । ଗ୍ୟାସ ସିଲିଣ୍ଡର ବୁକିଂ ଠାରୁ ନେଇ ବିଜୁଳି ବିଲ ଦେୟ ପଇଠ ପର୍ଯ୍ୟନ୍ତ ସବୁ ଏବେ ଆପ୍ ସାହାଯ୍ୟରେ ହେବାରେ ଲାଗିଛି । ଡିବିଟି ଜରିଆରେ ସରକାରୀ ଯୋଜନାର ଅର୍ଥ ସିଧାସଳଖ ଲୋକଙ୍କ ଖାତାରେ ପହଂଚୁଛି । ଡିଜି ଯାତ୍ରା ଦ୍ୱାରା ଆମର ଯାତାୟାତ ତଥା କାର୍ଯ୍ୟ ସହଜ ହୋଇଛି । ଅର୍ଥାତ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଭ୍ରଷ୍ଟାଚାର ହ୍ରାସ ପାଇଛି, ବିଶ୍ୱାସନୀୟତା ବୃଦ୍ଧି ପାଇଛି, ଜଟିଳତା ହ୍ରାସ ପାଇଛି, ଆରାମଦାୟକ ପରିସ୍ଥିତି ବୃଦ୍ଧି ପାଇଛି ।

ଆପଣମାନଙ୍କୁ ଏହି ଦିଗରେ ଆହୁରି ଅଧିକରୁ ଅଧିକ କାର୍ଯ୍ୟ କରିବାକୁ ଅଛି । ଗରିବଙ୍କ ପ୍ରତ୍ୟେକ ଆବଶ୍ୟକତା, ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କିପରି ସହଜ ହେବ, ଆପଣମାନଙ୍କୁ ଏହି କାର୍ଯ୍ୟ ପାଇଁ ନୂଆ- ନୂଆ କୌଶଳ ଖୋଜିବାକୁ ହେବ, ଅଭିନବ ଉପାୟ ଖୋଜିବାକୁ ହେବ, ଏବଂ ତାହାକୁ ଆଗକୁ ମଧ୍ୟ ବଢ଼ାଇବାକୁ ହେବ ।

 

ସାଥୀଗଣ,

ବିଗତ 9 ବର୍ଷରେ ଆମର ନୀତିଗୁଡ଼ିକ ବଡ଼ରୁ ବଡ଼ ଲକ୍ଷ୍ୟ ହାସଲ କରିବାର ପଥ ପ୍ରସ୍ତୁତ କରିଛି । ଆମର ନୀତିଗୁଡ଼ିକ ନୂତନ ଚିନ୍ତାଧାରା, ଅନବରତ ନିରୀକ୍ଷଣ, ମିଶନ ମୋଡରେ କାର୍ଯ୍ୟାନ୍ୱୟନ ଏବଂ ଜନ ଭାଗିଦାରୀ ଉପରେ ଆଧାରିତ । 9 ବର୍ଷରେ ସରକାର ମିଶନ ମୋଡରେ ନୀତିଗୁଡ଼ିକୁ ଲାଗୁ କରିଛନ୍ତି । ସେ ସ୍ୱଚ୍ଛତା ହେଉ, ଅବା ଜଳଜୀବନ ମିଶନ, ଏହି ସମସ୍ତ ଯୋଜନା ଗୁଡ଼ିକରେ ଶତ ପ୍ରତିଶତ ପରିପୂର୍ଣ୍ଣତାର ଲକ୍ଷ୍ୟ ଉପରେ କାର୍ଯ୍ୟ କରାଯାଉଛି । ସରକାରଙ୍କ ପ୍ରତ୍ୟେକ ସ୍ତରରେ ଯୋଜନାଗୁଡ଼ିକର ନିରୀକ୍ଷଣ କରାଯାଉଛି ।

ସ୍ୱୟଂ ମୁଁ ନିଜେ ମଧ୍ୟ ପ୍ରଗତି ମଂଚ ଦ୍ୱାରା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ଦୃଷ୍ଟି ରଖୁଛି । ଏହି ପ୍ରୟାସ ମଧ୍ୟରେ, କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ସବୁଠାରୁ ବଡ଼ ଦାୟିତ୍ୱ ଆପଣ ସମସ୍ତ ନବନିଯୁକ୍ତ କର୍ମଚାରୀଙ୍କ ଉପରେ ରହିଛି । ଯେତେବେଳେ ଆପଣମାନଙ୍କ ଭଳି ଲକ୍ଷ- ଲକ୍ଷ ଯୁବକ ସରକାରୀ ସେବା ସହିତ ଯୋଡ଼ି ହୋଇଥାଆନ୍ତି, ସେତେବେଳେ ନୀତିଗୁଡ଼ିକୁ ଲାଗୁ କରିବାର ଗତି ଏବଂ ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ । ଏହାଦ୍ୱାରା ସରକାରଙ୍କ ବ୍ୟତୀତ ମଧ୍ୟ ବାହାରେ ରୋଜଗାରର ସୁଯୋଗ ପ୍ରସ୍ତୁତ ହୋଇଥାଏ । ଏହା ସହିତ କାର୍ଯ୍ୟ କରିବାର ନୂତନ ବ୍ୟବସ୍ଥା ମଧ୍ୟ ସୃଷ୍ଟି ହୋଇଥାଏ ।

ସାଥୀଗଣ,

ବୈଶ୍ୱିକ ଅର୍ଥବ୍ୟବସ୍ଥାଗୁଡ଼ିକରେ କଷ୍ଟକର ସମୟ ମଧ୍ୟରେ ଆଜି ଭାରତର ଜିଡିପି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଆମର ଉତ୍ପାଦନ ଏବଂ ରପ୍ତାନୀ ଉଭୟ କ୍ଷେତ୍ରରେ ବହୁତ ବଡ଼ ବୃଦ୍ଧି ହେଉଛି । ଦେଶ ଆଜି ନିଜର ଆଧୁନିକ ଭିତିଭୂମି ଉପରେ ଯେତେ ନିବେଶ କରୁଛି, ତାହା ପୂର୍ବରୁ କେବେ କରାଯାଇ ନ ଥିଲା । ଆଜି ଦେଶରେ ନୂଆ- ନୂଆ କ୍ଷେତ୍ରର ବିସ୍ତାର ହେଉଛି । ଆଜି ନବୀକରଣୀୟ ଶକ୍ତି, ଜୈବିକ କୃଷି, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ ସମେତ ଅନେକ କ୍ଷେତ୍ରରେ ଅଦ୍ଭୂତପୂର୍ବ ଗତି ଦେଖିବାକୁ ମିଳୁଛି ।

ମୋବାଇଲ ଫୋନ ଠାରୁ ନେଇ ଯୁଦ୍ଧବିମାନ ପରିବହନ ପର୍ଯ୍ୟନ୍ତ, କରୋନା ଟିକା ଠାରୁ ନେଇ ଫାଇଟର ଜେଟ୍ ପର୍ଯ୍ୟନ୍ତ ଭାରତର ଆତ୍ମନିର୍ଭର ଅଭିଯାନର ଶକ୍ତି ସମସ୍ତଙ୍କ ସାମ୍ନାରେ ଅଛି । ଏଭଳି କୁହାଯାଉଛି ଯେ 2025 ପର୍ଯ୍ୟନ୍ତ କେବଳ ଭାରତର ମହାକାଶ ଅର୍ଥନୀତି ହିଁ 60 ହଜାର କୋଟିରୁ ବହୁତ ବଡ଼ ହୋଇଯିବ । ଅର୍ଥାତ ଆଜି ଦେଶର ଯୁବକମାନଙ୍କ ପାଇଁ କ୍ରମାଗତ ନୂଆ- ନୂଆ ସୁଯୋଗ ସୃଷ୍ଟି ହେଉଛି, ରୋଜଗାରର ନୂତନ ସମ୍ଭାବନା ମଧ୍ୟ ସୃଷ୍ଟି ହେଉଛି ।

 

ସାଥୀଗଣ,

ସ୍ୱାଧୀନତାର ଅମୃତକାଳରେ ଆଗାମୀ 25 ବର୍ଷ ହେଉଛି ଯେତେ ଗୁରୁତ୍ୱପୂର୍ଣ୍ଣ, ସେତିକି ହିଁ ହେଉଛି ଆପଣମାନଙ୍କର ଆଗାମୀ 25 ବର୍ଷର କ୍ୟାରିୟର ଗୁରୁତ୍ୱପୂର୍ଣ୍ଣ । ଆପଣମାନଙ୍କୁ ଟିମ୍ ୱାର୍କ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ହେବ । ଆପଣମାନେ ଦେଖିଛନ୍ତି, ଚଳିତ ମାସରେ ଆମ ଦେଶରେ G-20 ବୈଠକଗୁଡ଼ିକର ସଫଳ ଆୟୋଜନ ଶେଷ ହୋଇଛି । ଦିଲ୍ଲୀ ସମେତ ଦେଶର 60 ସହରରେ 200ରୁ ଅଧିକ ବୈଠକ ଆୟୋଜିତ କରାଯାଇଥିଲା ।

ଏହି ସମୟରେ ବିଦେଶୀ ଅତିଥିମାନେ ଆମ ଦେଶର ବିବିଧତାର ରଙ୍ଗ ଦେଖିଛନ୍ତି । G-20 ଆମର ପରମ୍ପରା, ସଙ୍କଳ୍ପ ଏବଂ ଆତିଥ୍ୟ ଭାବନାର ଆୟୋଜନ ଥିଲା । G-20 ଶୀଖର ସମ୍ମିଳନୀର ସଫଳତା ମଧ୍ୟ ସରକାରୀ ଏବଂ ଘରୋଇ କ୍ଷେତ୍ରର ଭିନ୍ନ- ଭିନ୍ନ ବିଭାଗଗୁଡ଼ିକର ହେଉଛି ସଫଳତା । ସମସ୍ତେ ଏହି ଆୟୋଜନ ପାଇଁ ଏକ ଟିମ୍ ଭାବେ କାର୍ଯ୍ୟ କରିଛନ୍ତି । ମୁଁ ଖୁସି ଯେ ଆଜି ଆପଣମାନେ ମଧ୍ୟ ସରକାରୀ କର୍ମଚାରୀମାନଙ୍କର ଟିମ୍ ଇଣ୍ଡିଆର ଅଂଶ ହେବାକୁ ଯାଉଛନ୍ତି ।

ସାଥୀଗଣ,

ଆପଣ ସମସ୍ତଙ୍କୁ ଦେଶର ବିକାଶ ଯାତ୍ରାରେ ସରକାରଙ୍କ ସହିତ ସିଧାସଳଖ ଯୋଡ଼ି ହୋଇ କାର୍ଯ୍ୟ କରିବାକର ସୁଯୋଗ ମିଳିଛି । ମୋର ଆପଣମାନଙ୍କୁ ଅନୁରୋଧ ଯେ ଏହି ଯାତ୍ରାରେ ଆପଣମାନେ ଶିକ୍ଷା ଲାଭ କରି କାର୍ଯ୍ୟ କରିବାର ଅଭ୍ୟାସକୁ ଜାରି ରଖିବେ । ଅନ୍ ଲାଇନ୍ ଲର୍ଣ୍ଣିଂ ପୋର୍ଟାଲ- ‘ଆଇଜିଓଟି କର୍ମଯୋଗୀ’ (‘iGoT Karmayogi’) ଦ୍ୱାରା ଆପଣ ନିଜ ପସନ୍ଦର ପାଠ୍ୟକ୍ରମ ସହିତ ଯୋଡ଼ି ହୋଇ ପାରିବେ । ମୁଁ ଚାହୁଁଛି ଯେ ଆପଣ ସମସ୍ତେ ଏହି ସୁବିଧାର ଲାଭ ଉଠାଇବେ । ପୁଣି ଥରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଭାରତର ସଂକଳ୍ପକୁ ସିଦ୍ଧି ପର୍ଯ୍ୟନ୍ତ ଆଣିବା ପାଇଁ ଆପଣ ସମସ୍ତଙ୍କୁ ମୋର ବହୁତ- ବହୁତ ଶୁଭକାମନା । ଆପଣମାନଙ୍କ ପରିବାରଜନଙ୍କୁ ମଧ୍ୟ ଅନେକ- ଅନେକ ଶୁଭକାମନା, ବହୁତ- ବହୁତ ଶୁଭେଚ୍ଛା । ଆପଣ ସ୍ୱୟଂ ମଧ୍ୟ ପ୍ରଗତି କରନ୍ତୁ ଆଉ ଆପଣଙ୍କର ଏହି 25 ବର୍ଷର ଯାହା ଆପଣମାନଙ୍କ ପାଇଁ ଆଉ ଦେଶ ପାଇଁ ମଧ୍ୟ । ଏଭଳି ବିରଳ ସଂଯୋଗ ବହୁତ କମ୍ ମିଳିଥାଏ, ଆପଣମାନଙ୍କୁ ମିଳିଛି । ଆସନ୍ତୁ ସାଥୀଗଣ, ସଂକଳ୍ପ ନେଇ ଆଗେଇ ଚାଲିବା । ଦେଶ ପାଇଁ ଜୀଇଁକରି ଦେଖାଇବା, ଦେଶ ପାଇଁ କିଛି କରି ଦେଖାଇବା । ବହୁତ- ବହୁତ ଶୁଭକାମନା ।

ବହୁତ- ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI platforms processes over 241 billion transactions with value exceeding ₹340 lakh crore in 2025-26, says Nirmala Sitharaman

Media Coverage

UPI platforms processes over 241 billion transactions with value exceeding ₹340 lakh crore in 2025-26, says Nirmala Sitharaman
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the true resolve of a representative
April 29, 2026

Prime Minister Shri Narendra Modi shared a Sanskrit Subhashitam today highlighting the true resolve of a representative.

The Prime Minister remarked that as vigilant citizens of the country, it is our duty to ensure record voting to make democracy even stronger.

The Prime Minister wrote on X:

"देश के एक सजग नागरिक के रूप में हमारा कर्तव्य है कि हम लोकतंत्र को और अधिक सशक्त बनाने के लिए रिकॉर्ड मतदान सुनिश्चित करें। इस तरह हम न केवल भारतवर्ष के नवनिर्माण में अपनी सक्रिय भागीदारी निभा सकते हैं, बल्कि एक समर्थ और समृद्ध राष्ट्र की नींव को और मजबूत कर सकते हैं।

राज्ञो हि व्रतमुत्थानं यज्ञः कार्यानुशासनम्।

दक्षिणा वृत्तिसाम्यं च दीक्षितस्याभिषेचनम्॥"

From the perspective of the welfare of the people, continuously uplifting them, faithfully performing duties as a sacred responsibility, ensuring fair judgment, giving generously, treating everyone with equality, and keeping oneself pure, disciplined and dedicated with a consecrated spirit, this is the true resolve of a representative.