Inaugurates pilot Project of the 'World's Largest Grain Storage Plan in Cooperative Sector' in 11 PACS of 11 states
Lays foundation stone for additional 500 PACS across the country for construction of godowns & other agri infrastructure
Inaugurates project for computerization in 18,000 PACS across the country
“Cooperative sector is instrumental in shaping a resilient economy and propelling the development of rural areas”
“Cooperatives have the potential to convert an ordinary system related to daily life into a huge industry system, and is a proven way of changing the face of the rural and agricultural economy”
“A large number of women are involved in agriculture and dairy cooperatives”
“Modernization of agriculture systems is a must for Viksit Bharat”
“Viksit Bharat is not possible without creating an Aatmnirbhar Bharat”

ପ୍ରଧାନମନ୍ତ୍ରୀ ଆଜି ସମବାୟ କ୍ଷେତ୍ରରେ ଥିବା ବହୁମୁଖୀ ଗୁରୁତ୍ବପୂର୍ଣ୍ଣ କେତେକ ଭିତ୍ତିଭୂମିର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ‘ଦେଶର ଗୃହ ଏବଂ ସହକାରିତା ମନ୍ତ୍ରୀ ଶ୍ରୀମାନ ଅମିତ ଶାହା, କ୍ୟାବିନେଟରେ ମୋର ସାଥୀ ଅର୍ଜୁନ ମୁଣ୍ଡା, ଶ୍ରୀମାନ ପୀୟୁଷ ଗୋୟଲ ଜୀ, ରାଷ୍ଟ୍ରୀୟ ସମବାୟ ସମିତିର ଅଧକାରୀଗଣ, ଉପସ୍ଥିତ ମହାନୁଭବ, ମହିଳା ଏବଂ ସଜ୍ଜନଗଣ।

ଆଜି ଭାରତ ମଣ୍ଡପମ ବିକଶିତ ଭାରତର ଅମୃତ ଯାତ୍ରା ଅବସରରେ ମିଳିଥିବା ଅଭିଜ୍ଞତାର ଏକ ସାକ୍ଷୀ। ସମବାୟରୁ ସମୃଦ୍ଧିର ଯେଉଁ ସଂକଳ୍ପ ଦେଇ ନେଇଛି, ଏହାକୁ ସାକାର କରିବା ଦିଗରେ ଆମେ ଆଜି ଆଗକୁ ବଢ଼ିଚାଲିଛୁ। କୃଷି ଏବଂ କୃଷକଙ୍କ ମୂଳଦୁଆ ମଜଭୁତ କରିବା ପାଇଁ ସମବାୟର ଶକ୍ତି ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ। ଏହି ବିଚାରକୁ ନେଇ ଆମେ ଅଲଗା ସମବାୟ ମନ୍ତ୍ରଣାଳୟ ଗଠନ କରିଛୁ। ଏବେ ଏହି ବିଚାରଧାରାକୁ ନେଇ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଜି ଆମେ ଆମ କୃଷକମାନଙ୍କ ପାଇଁ ବିଶ୍ବର ସବୁଠାରୁ ବଡ଼ ଶସ୍ୟ ଭଣ୍ଡାର ଯୋଜନା ଅନ୍ୟ ଅର୍ଥରେ ଭଣ୍ଡାରଣ ଯୋଜନା ଆରମ୍ଭ କରୁଛୁ। ଏହା ପରେ ପରେ ଦେଶର ପ୍ରତି କୋଣରେ ହଜାର ହଜାର ଓୟାର ହାଉସ (ଭଣ୍ଡାର ଗୃହ) ନିର୍ମାଣ କରାଯିବ। ହଜାର ହଜାର ଗୋଦାମ ମଧ୍ୟ ନିର୍ମାଣ କରାଯିବ। ଆଜି 18 ହଜାର ପେକ୍ସର କମ୍ପ୍ୟୁଟର ଶିକ୍ଷା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଏହି ସମସ୍ତ କାର୍ଯ୍ୟ ଦେଶର କୃଷିକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ସହିତ ସଂଯୁକ୍ତ କରିବ। ମୁଁ ଏହି ସମସ୍ତ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଏବଂ ଭବିଷ୍ୟତଦ୍ରଷ୍ଟା ପରିଣାମ ରହିଥବା କାର୍ଯ୍ୟକୁ ନେଇ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ଅନେକ ଶୁଭକାମନା ମଧ୍ୟ ଦେଉଛି।

 

ବନ୍ଧୁଗଣ,

ଭାରତରେ ସମବାୟ ଏକ ପ୍ରାଚୀନ ବ୍ୟବସ୍ଥା। ଆମର ବିଭିନ୍ନ ଶାସ୍ତ୍ରଗୁଡ଼ିକରେ ମଧ୍ୟ କୁହାଯାଇଛି ଯେ, ଛୋଟ ଛୋଟ ବସ୍ତୁ, ଅଳ୍ପ ଅଳ୍ପ ସଂସାଧନ ଆଦି ପରସ୍ପର ସହିତ ସଂଯୁକ୍ତ ହେଲେ ଏଥରେ ବଡ଼ ବଡ଼ କାର୍ଯ୍ୟ ସମ୍ପନ୍ନ ହୋଇଯାଏ। ପ୍ରାଚୀନ ଭାରତର ଗ୍ରାମ୍ୟ ଅର୍ଥ ବ୍ୟବସ୍ଥାରେ ସମବାୟର ଏହି ସ୍ବତସ୍ଫୁର୍ତ୍ତ ବ୍ୟବସ୍ଥା ସଫଳ ଭାବରେ କାର୍ଯ୍ୟ କରିଆସୁଛି। ସମବାୟ ହେଉଛି ଆମର ଆତ୍ମନିର୍ଭର ସମାଜର ଭିତ୍ତିଭୂମି। ସମବାୟ କେବଳ ଏକ ବ୍ୟବସ୍ଥା ନୁହେଁ, ସମବାୟ ଏକ ଭାବନା ମଧ୍ୟ। ସମବାୟ ଏକ ଇଚ୍ଛାଶକ୍ତି ମଧ୍ୟ। ସମବାୟର ଏହି ଉତ୍ସାହ ଅନେକ ସମୟରେ ବ୍ୟସ୍ଥାରେ ଥିବା ଭିତ୍ତିଭୂମିକୁ ଆଶ୍ଚର୍ଯ୍ୟଜନକ ପରିଣାମ ଦେଇଥାଲ। ସମବାୟ ଜୀବନଯାପନ ସହିତ ସମ୍ପର୍କିତ ଏକ ସାଧାରଣ ବ୍ୟବସ୍ଥା। ଏହାକୁ ବଡ଼ ବଡ଼ ଶିଳ୍ପଗୁଡ଼ିକର କ୍ଷମତାରେ ବଦଳାଇ ଦିଆଯାଇପାରେ। ଏହା ଦେଶର ଅର୍ଥ ବ୍ୟବସ୍ଥା, ବିଶେଷ କରି ଗ୍ରାମୀଣ କୃଷି ବୃତ୍ତି ସହିତ ସମ୍ପର୍କିତ ଅର୍ଥ ବ୍ୟବସ୍ଥାର ଭିତ୍ତିଭୂମିର ଏକ ପ୍ରାମାଣିକ ରୂପ। ଏକ ଅଲଗା ମନ୍ତ୍ରଣାଳୟ ମାଧ୍ୟମରେ ଆମେ ଦେଶର ଏହି ସାମର୍ଥ୍ୟକୁ କୃଷି କ୍ଷେତ୍ରର ନିକଟତମ କରାଉଛୁ। ଏହି ଶକ୍ତିକୁ ଏକତ୍ର କରିବାର ମୂଳ ଉଦ୍ୟମ ମଧ୍ୟ କରୁଛୁ। କୃଷକ ଉତ୍ପାଦକ ସଂଘ (ଏଫପିଓ) ଏକ ବହୁତ ଗୁରୁତ୍ବପୂର୍ଣ୍ଣ ଉଦାହରଣ ଆଜି ଆମେ ଦେଖବାକୁ ପାଉଛୁ। ଏଫପିଓ ମାଧ୍ୟମରେ ଆଜି ଗାଁର ଛୋଟ ଛୋଟ କୃଷକ ମଧ୍ୟ ଗୋଟିଏ ଗୋଟିଏ ଉଦ୍ୟୋଗୀ ଭାବରେ ରୂପାନ୍ତରିତ ହୋଇଛନ୍ତି। ନିଜର ଉତ୍ପାଦିତ ପଦାର୍ଥକୁ ବିଦେଶ ପର୍ଯ୍ୟନ୍ତ ରପ୍ତାନୀ କରିପାରୁଛନ୍ତି। ଆମେ ଦେଶରେ 10 ହଜାର ଏଫପିଓ ଗଠନ କରିବାର ଲକ୍ଷ୍ୟ ରଖଥିଲୁ। ଗୋଟିଏ ସ୍ବତନ୍ତ୍ର ସମବାୟ ମନ୍ତ୍ରଣାଳୟ ହେବାର ଫଳ ଏହା ଯେ ଆଠ ହଜାର ଏଫପିଓର ଗଠନ ସମ୍ପୂର୍ଣ୍ଣ ହୋଇଗଲାଣି। ଆଉ କେତେଗୁଡ଼ିଏର ସମ୍ପୂର୍ଣ୍ଣ ହେବାକୁ କାର୍ଯ୍ୟ ଚାଲିଛି। ଆମେ ଆଜି ଏଫପିଓର ସଫଳତାର କାହାଣୀ ଦେଶ ବାହାରେ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛି। ଏହିଭଳି ଭାବରେ ଏକ ସନ୍ତୋଷଜନକ ପରିବର୍ତ୍ତନ ଦେଶରେ ଆସିଛି। ସମବାୟର ଲାଭ ବର୍ତ୍ତମାନ ପଶୁପାଳକ ଏବଂ ମତ୍ସ୍ୟ ଚାଷୀମାନଙ୍କ ପର୍ଯ୍ୟନ୍ତ ପହଂଚିଗଲାଣି। ମତ୍ସ୍ୟଚାଷ କ୍ଷେତ୍ରରେ ଆଜି 25 ହଜାରରୁ ଅଧିକ ସମବାୟ ସମିତି କାର୍ଯ୍ୟ କରୁଛି। ଆସନ୍ତା 5 ବର୍ଷରେ ସରକାରଙ୍କର ଲକ୍ଷ୍ୟ ରହିଛି ଯେ 2 ଲକ୍ଷ ସରକାରୀ ସମିତି ଗଠନ କରାଯିବ। ସେଥିମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟା ମତ୍ସ୍ୟପାଳନ କ୍ଷେତ୍ରରେ ସହକାରୀ ସମବାୟ ସମିତି ଭାବରେ ଗଠିତ ହେବାକୁ ଯାଉଛି।

ବନ୍ଧୁଗଣ,

ସମବାୟର କେତେ ଶକ୍ତି ରହିଛି ତାହା ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଥିବାବେଳେ ଏହାକୁ ଅନୁଭବ କରିଛି। ଗୁଜରାଟରେ ‘ଅମୁଲ’ର ସଫଳତାର ଗାଥା ଆଜି ସମଗ୍ର ବିଶ୍ବରେ ପହଂଚିପାରିଛି। ଆମେ ସମସ୍ତେ ବିଶ୍ବବ୍ୟାପୀ ବଜାରରେ ପହଂଚି ଯାଇଯାରିଛନ୍ତି। ‘ଲିଜ୍ଜତ’ ପାମ୍ପଡ଼ ବିଷୟରେ ମଧ୍ୟ ସମସ୍ତେ ଜାଣିଛନ୍ତି। ଏହି ସମସ୍ତ ଆନ୍ଦୋଳନ ମୁଖ୍ୟ ରୂପରେ ମହିଳାମାନେ ଦେଶର ମହିଳାମାନେ ହିଁ ପ୍ରଥମେ ଆରମ୍ଭ କରି ନେତୃତ୍ବ ନେଇଥଲେ। ଆଜି ଦେଶରେ ପଶୁପାଳନ ଏବଂ କୃଷି କ୍ଷେତ୍ରରେ ସମବାୟ ସମିତି ମାଧ୍ୟମରେ କୃଷକମାନେ ଏକଜୁଟ ହୋଇଛନ୍ତି। ଏଥିରେ କୋଟି କୋଟି ସଂଖ୍ୟାର ମହିଳାମାନେ ରହିଛନ୍ତି। ମହିଳାମାନଙ୍କର ଏଭଳି ଆଶ୍ଚର୍ଯ୍ୟଜନକ ଶକ୍ତି ଦେଖିବା ପରେ ସମବାୟ ଆନ୍ଦୋଳନ ସହିତ ସମ୍ପର୍କିତ ନୀତିଗୁଡ଼ିକୁ ପ୍ରାଥମିକତା ଦେଉଛନ୍ତି। ଆପଣମାନେ ଜାଣିଥିବେ ଯେ ଏହି ଅଳ୍ପଦିନ ତଳେ ଆନ୍ତଃରାଜ୍ୟ କୋପରେଟିଭ୍ ସୋସାଇଟି ଆକ୍ଟରେ କିଛି ସଂଶୋଧନ ଅଣାଯାଇଛି। ଏହି ଆଇନ ବଳରେ ଆନ୍ତଃରାଜ୍ୟ ସମବାୟ ସମିତିଗୁଡ଼ିକର ବୋର୍ଡରେ ମହିଳାମାନଙ୍କୁ ନିର୍ଦଶେକ ଭାବରେ ରଖାଯିବା ବାଧ୍ୟତାମୂଳକ କରାଯାଇଛି। ଆମ ଦେଶରେ ପାର୍ଲିଆମେଣ୍ଟରେ ଯେତେବେଳେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହେଉଛି ସେତେବେଳେ ଏହା ଉପରେ ବିଶ୍ବବ୍ୟାପୀ ଅନେକ ଚର୍ଚ୍ଚା ହେଉଛି। ବାସ୍ତବ କ୍ଷେତ୍ରରେ ଆମେ ଏହି ନାରୀମାନଙ୍କ ଶକ୍ତିକୁ ବଢ଼ାଇବା ପାଇଁ ମହତ୍ତ୍ବପୂର୍ଣ୍ଣ ଆଇନ ଗଠନ କରିଛୁ। ଏ ସମ୍ପର୍କରେ ବହୁତ କମ ଲୋକ ଆଲୋଚନା କରିଥାନ୍ତି।

 

ବନ୍ଧୁଗଣ,

କୃଷକମାନଙ୍କର ବ୍ୟକ୍ତିଗତ ସମସ୍ୟାକୁ ସମବାୟ ମାଧ୍ୟମରେ ସାମୁହିକ ଶକ୍ତି ଦ୍ବାରା ସମାଧାନ କରାଯାଇପାରେ। ଭଣ୍ଡାରଣ ବ୍ୟବସ୍ଥା ତାହାର ଏକ ବଡ଼ ଉଦାହରଣ। ଶସ୍ୟ ଭଣ୍ଡାର ସମ୍ପର୍କିତ ଭଣ୍ଡାରଣ ଦ୍ବାରା ସମସ୍ୟା ସମାଧାନ ସମୟରେ ଭିତ୍ତିଭୂମିର ଅଭାବ ଭଳି କିଛି ସମସ୍ୟାକୁ ନେଇ କୃଷକମାନଙ୍କୁ ବହୁତ କ୍ଷତି ସହିବାକୁ ପଡୁଥଲା। ପୂର୍ବ ସରକାରଗୁଡ଼ିକ ଏ ସମ୍ପର୍କରେ କୃଷକମାନଙ୍କର ଆବଶ୍ୟକତା ସମ୍ପର୍କରେ ଏଭଳି ଧ୍ୟାନ ଦେଉ ନ ଥିଲେ। କିନ୍ତୁ ଆଜି ସମବାୟ ସମିତିଗୁଡ଼ିକ ମାଧ୍ୟମରେ ଏପରି ସମସ୍ୟାର ସମାଧାନ କରାଯାଇ ପାରୁଛି। ବିଶ୍ବରେ ଏଭଳି ଘଟଣା ଏକ ବହୁତ ବଡ଼ ଘଟଣା। ସବୁଠାରୁ ବଡ଼ ଶସ୍ୟ ଭଣ୍ଡାର ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଆସନ୍ତା 5 ବର୍ଷରେ 7 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଗଚ୍ଛିତ କରି ରଖିବାର ବ୍ୟବସ୍ଥା କରାଯିବ। ଏହି ଅଭିଯାନରେ 125 ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ। ଏହି ଯୋଜନା ପୂରା ହୋଇଯିବା ପରେ ଆମ କୃଷକମାନେ ନିଜର ଉତ୍ପାଦିତ ପଦାର୍ଥକୁ ନିଜର ଆବଶ୍ୟକତା ମୁତାବକ ସଂରକ୍ଷଣ କରି ରଖିପାରିବେ। ଏମାନଙ୍କୁ ବ୍ୟାଙ୍କରୁ ଋଣ ନେବା ମଧ୍ୟ ସହଜ ହୋଇପଡ଼ିବ। ସେମାନେ ଯେତେବେଳେ ଅନୁଭବ କରିବେ ଯେ ଉତ୍ପାଦିତ ପଦାର୍ଥର ବଜାର ମୂଲ୍ୟ ସେମାନଙ୍କୁ ସୁହାଇବ, ସେତେବେଳେ ଏହି ବିଶାଳ ଭଣ୍ଡାର ଗୃହଗୁଡ଼ିକରୁ ନିଜ ଉତ୍ପାଦିତ ପଦାର୍ଥକୁ ବାହାର କରି ବଜାରରେ ବିକ୍ରି କରିପାରିବେ।

ବନ୍ଧୁଗଣ,

ବିକଶିତ ଭାରତ ପାଇଁ ଭାରତର କୃଷି ବ୍ୟବସ୍ଥାର ଆଧୁନିକୀକରଣ ବର୍ତ୍ତମାନ ଜରୁରୀ ହୋଇପଡ଼ିଛି। ଆମେ ବର୍ତ୍ତମାନ କୃଷି କ୍ଷେତ୍ରରେ ନୂଆ ନୂଆ ବ୍ୟବସ୍ଥାକୁ ପ୍ରୟୋଗ କରିବା ସହ ପ୍ରାଇମେରୀ ଏଗ୍ରିକଲ୍ଚର କୋଅପରେଟିଭ କ୍ରେଡିଟ୍ ସୋସାଇଟି (PACCS) ଭଳି ସହକାରୀ ସଂସ୍ଥାଗୁଡ଼ିକୁ ନୂଆ ଭୂମିକା ସହିତ ତିଆରି କରିବାକୁ ଯାଉଛୁ। ଏହି ସମିତିଗୁଡ଼ିକ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରର କାମ ମଧ୍ୟ କରୁଛି। ଏହା ମାଧ୍ୟମରେ ହଜାର ହଜାର ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ସଂଚାଳିତ ହେଉଛି। ବର୍ତ୍ତମାନ ଆମେ ସହକାରୀ ସମିତିଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲର ରିଟେଲ କେନ୍ଦ୍ରରେ ବି ପରିବର୍ତ୍ତନ କରିଛୁ। ଅନେକ ସମିତିକୁ ବର୍ତ୍ତମାନ ଏଲପିଜି ସିଲିଣ୍ଡର ମଧ୍ୟ ବ୍ୟବସାୟ ନିମିତ୍ତ ଦିଆଯାଇଛି। ଅନେକ ପ୍ରାଇମେରୀ ଏଗ୍ରିକଲ୍ଚର କୋଅପରେଟିଭ କ୍ରେଡିଟ୍ ସୋସାଇଟି (PACCS) ପାଣି ସମିତି ଭାବରେ ଦାୟିତ୍ବପୂର୍ଣ୍ଣ ଭାବେ କାର୍ଯ୍ୟ କରୁଛନ୍ତି। ପ୍ୟାକ୍ସଗୁଡ଼ିକର ଋଣ ସମିତି ସମ୍ପର୍କିତ ଉପଯୋଗିତା ମଧ୍ୟ ବୃଦ୍ଧି ପାଉଛି। ସେମାନଙ୍କର ରୋଜଗାରର ସୂତ୍ର ମଧ୍ୟ ବଢୁଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ସହକାରୀ ସମିତିଗୁଡ଼ିକ କମନ ସର୍ଭିସ ସେଣ୍ଟର ମାଧ୍ୟମରେ ଗାଁରେ ଶହ ଶହ ଲୋକଙ୍କୁ ସରକାରୀ ସୁବିଧା ପ୍ରଦାନ କରୁଛନ୍ତି। ବର୍ତ୍ତମାନ କମ୍ପ୍ୟୁଟର ମାଧ୍ୟମରେ ଏହି ସମିତିଗୁଡ଼ିକ ବୈଷୟିକ କୌଶଳ ଏବଂ ଡିଜିଟାଲ ଇଣ୍ଡିଆ ଅଧୀନରେ ଥିବା ସମସ୍ତ କାର୍ଯ୍ୟକ୍ରମ ସହିତ ସମ୍ପର୍କିତ ହୋଇଗଲେଣି। ଏହାର ଲାଭ ବିପୁଳ ମାତ୍ରାରେ କୃଷକମାନଙ୍କ ନିକଟରେ ପହଂଚିବ। ଏହା ଗ୍ରାମାଞ୍ଚଳଗୁଡ଼ିକରେ ଯୁବବର୍ଗମାନଙ୍କ ନିମିତ୍ତ ରୋଜଗାର ପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି କରିବ।

 

ବନ୍ଧୁଗଣ,

ବିକଶିତ ଭାରତର ‘ସଂକଳ୍ପରୁ ସିଦ୍ଧି କାର୍ଯ୍ୟକ୍ରମ’ର ମୁଁ ଆପଣ ସମସ୍ତଙ୍କର ଭୂମିକା ସହକାରୀ ସମିତିଗୁଡ଼ିକର ଭୂମିକା ଆଦିକୁ ବହୁତ ଭଲ ଭାବରେ ବୁଝିପାରୁଛି। ଏ କ୍ଷେତ୍ରରେ ମୋ ଠାରୁ ଆପଣମାନଙ୍କର ଅନେକ କିଛି ପାଇବା ପାଇଁ ଆଶା ରହିଛି। କିନ୍ତୁ ଏ କ୍ଷେତ୍ରରେ ଯିଏ ପ୍ରକୃତରେ କାମ କରେ ତା’ରି ନିକଟରୁ ଲୋକମାନେ କିଛି ଆଶା କରନ୍ତି, ଯିଏ କିଛି କାମ କରେ ନାହିଁ ତା’ଠାରୁ କିଏ କେବେ କିଛି ଆଶା କରନ୍ତି କି? ଆତ୍ମନିର୍ଭର ଭାରତର ନିର୍ମାଣ କ୍ଷେତ୍ରରେ ଆପଣ ଯେତେ ଅଧିକ ସଂଖ୍ୟାରେ ଏବଂ ଅଧିକ ଭାବରେ ସକ୍ରିୟ ଯୋଗଦାନକୁ ବୃଦ୍ଧି କରିବେ ଆମେ ଆପଣମାନଙ୍କର ଲକ୍ଷ୍ୟକୁ ସେତେ ଶୀଘ୍ର ହାସଲ କରିବାରେ ସାହାଯ୍ୟ କରିପାରିବୁ। ଆତ୍ମନିର୍ଭର ଭାରତ ନିର୍ମାଣ ନ କରି ବିକଶିତ ଭାରତ ନିର୍ମାଣ କରିବା ସମ୍ଭବ ନୁହେଁ। ଆପଣମାନଙ୍କର ସାମର୍ଥ୍ୟ, ଆପଣମାନଙ୍କର ସମର୍ଥନ ଓ ସାଙ୍ଗଠନିକ କ୍ଷମତାକୁ ଦେଖି ମୋ ମନରେ ଅନେକ ପ୍ରକାର ପ୍ରସ୍ତାବ ଆସୁଛି। ସେ ସମସ୍ତଙ୍କୁ ମୁଁ ବର୍ତ୍ତମାନ ଏକକାଳୀନ ଏଠାରେ କହୁନାହିଁ। କିନ୍ତୁ କିଛି ଇସାରା ମାଧ୍ୟମରେ କହୁଛି। ଯେଉଁଭଳି କି ମୋର ପ୍ରସ୍ତାବ ହେଲା ଆମେ ଏକ ସମବାୟ ବା କୋଅପରେଟିଭ ତାଲିକା ପ୍ରସ୍ତୁତ କରିବା। ଏଥିରେ ଆମେ କେଉଁ କେଉଁ ଜିନିଷକୁ ବାହାରୁ ଆଣୁଛୁ ବା ବିଦେଶରୁ ଆଣୁଛୁ ତାହାର ତାଲିକା ପ୍ରସ୍ତୁତ କରିବା। ଆମେ ଏସବୁକୁ ଭବିଷ୍ୟତରେ ଆଉ ବାହାର ଦେଶରୁ ଆଣିବା ନାହିଁ। ସମବାୟ କ୍ଷେତ୍ର ଏଭଳି ପରିସ୍ଥିତିରେ କ’ଣ କରିପାରିବ ଏଥିପାଇଁ ଆମେ ଦେଶ ଭିତରେ ହିଁ ଏକ ସପୋର୍ଟ ବ୍ୟବସ୍ଥା ପ୍ରସ୍ତୁତ କରିବା। ଏହାର ଦାୟିତ୍ବ ସହକାରୀ ସଂସ୍ଥାମାନେ ଖୁବ ସହଜରେ ନେଇପାରିବେ। ବର୍ତ୍ତମାନ ଭାରତକୁ କୃଷି ପ୍ରଧାନ ଦେଶ ବୋଲି କୁହାଯାଉଛି, କିନ୍ତୁ ଏହା ସତ୍ୟ ଯେ କୃଷି ପ୍ରଧାନ ଦେଶ ଭାବରେ ଆମେ ଗତ 75 ବର୍ଷ ହେଲା ଗୀତ ଗାଉଛୁ, କିନ୍ତୁ ଆମର ଦୁର୍ଭାଗ୍ୟକୁ ଦେଖିବା ଦରକାର ଯେ ହଜାର ହଜାର କୋଟି ଟଙ୍କା ମୂଲ୍ୟର ଖାଦ୍ୟ ତୈଳ ପ୍ରତିବର୍ଷ ଆମେ ବିଦେଶରୁ ଆମଦାନୀ କରୁଛୁ। ଖାଦ୍ୟ ତୈଳ କ୍ଷେତ୍ରରେ ଆମେ କିଭଳି ଭାବରେ ଆତ୍ମନିର୍ଭରଶୀଳ ହେବା, ଆମରି ଦେଶରୁ ମାଟିରୁ ଉତ୍ପାଦିତ ହେଉଥବା ତୈଳବୀଜ ଏବଂ ଏଥିରୁ ପ୍ରସ୍ତୁତ ହେଉଥିବା ତୈଳ ଆମ ନାଗରିଙ୍କୁ ଅଧିକ ଭାବରେ ଶକ୍ତି ଦେଇପାରିବ। ସେ ଦିଗରେ ଆମେ ସମବାୟ କ୍ଷେତ୍ରରେ ଏକତ୍ର ହୋଇ କାମ କରିବା। କିନ୍ତୁ ଏଭଳି କାର୍ଯ୍ୟ ଆରମ୍ଭ କରିବ କିଏ? ମୁଁ ଠିକ୍ କଥା କହୁଛି କି ନାହିଁ ଆପଣମାନେ କୁହନ୍ତୁ। ଏହି କାମ ଆପଣମାନେ କରିବେ ତ ନା କରିବେ ନାହିଁ? ବର୍ତ୍ତମାନ ଦେଖନ୍ତୁ ଆମମାନଙ୍କ ପାଇଁ ଖାଦ୍ୟ ତୈଳ ମଧ୍ୟ ବିଦେଶରୁ ଆସୁଛି ଏବଂ ଶକ୍ତି କ୍ଷେତ୍ରର ଚାହିଦା ପୂରଣ କରିବା ପାଇଁ ଗାଡ଼ି ଚଲାଇବା ପାଇଁ, ଟ୍ରାକ୍ଟର ଚଲାଇବା ପାଇଁ ପେଟ୍ରୋଲ-ଡିଜେଲ ଏବଂ ଶକ୍ତି ଉତ୍ପାଦକ ଜାଳେଣି ସହିତ ସମ୍ପର୍କିତ ଆମଦାନୀ ଆମକୁ କମାଇବାକୁ ପଡ଼ିବ। ଏଥିପାଇଁ ଆମେ ଇଥାନଲକୁ ନେଇ ଆଜି ବହୁତ ବଡ଼ ଏକ ଯୋଜନା କାର୍ଯ୍ୟକାରୀ କରୁଛୁ। ଗତ ଦଶ ବଷର୍ରେ ଇଥାନଲର ଉତ୍ପାଦନ ଆମଦାନୀ ଏବଂ ମିଶ୍ରଣ ଏହି ତିନି କାର୍ଯ୍ୟରେ ଅନେକ ଗୁଣରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଆଜି ଏ କାମ ବିଶେଷ ଭାବରେ ଚିନିକଳଗୁଡ଼ିକରେ ହେଉଛି। ଏବଂ ସରକାରୀ କମ୍ପାନୀଗୁଡ଼ିକ ଏମାନଙ୍କ ଠାରୁ ଇଥାନଲ କିଣୁଛନ୍ତି। କ’ଣ ଏଭଳି କାର୍ଯ୍ୟ କରିବା ପାଇଁ ସହକାରୀ ସମିତିଗୁଡ଼ିକ ଆଗେଇ ଆସିପାରିବେ ନାହିଁ। ଏ କ୍ଷେତ୍ରରେ ସହକାରୀ ସମିତିଗୁଡ଼ିକ ଯେତେ ଅଧିକ ସଂଖ୍ୟାରେ ଆସିବେ ସେତେ ଅଧିକ ସଂଖ୍ୟାରେ ଏହାର ଉତ୍ପାଦନ ବଢ଼ିଯିବ। ଡାଲିଜାତୀୟ ପଦାର୍ଥର ଆମଦାନୀକୁ କମ କରିବାର ଆବଶ୍ୟକତା ଅଛି। ଆପଣମାନେ ଦେଖନ୍ତୁ, କୃଷି ପ୍ରଧାନ ଦେଶ ବୋଲି କୁହାଯାଉଛି କିନ୍ତୁ ଆମେ ବାହାର ଦେଶରୁ ଡାଲି ଆମଦାନୀ କରି ଖାଉଛୁ। ଡାଲିର ଆମଦାନୀକୁ କମ କରିବା ପାଇଁ ସହକାରୀ ସମବାୟ କ୍ଷେତ୍ରଗୁଡ଼ିକର ବହୁତ ବଡ଼ ଭୂମିକା ରହିଛି। ଏମାନେ ଅଗ୍ରଣୀ ଭୂମିକା ନେଇପାରିବେ। ନିର୍ମାଣ କ୍ଷେତ୍ର ସହିତ ସମ୍ପର୍କିତ ମଧ୍ୟ ଅନେକ ଛୋଟ ଛୋଟ ପଦାର୍ଥ ଆମେ ଏହି କ୍ଷେତ୍ରରେ ନିର୍ମାଣ କରି ଏହାର ରପ୍ତାନୀ କରିପାରିବା; କିନ୍ତୁ ସମବାୟ ମାଧ୍ୟମରେ ଆମକୁ ଦେଶ ଭିତରେ ଏହିସବୁ ପଦାର୍ଥ ନିର୍ମାଣ କରିବାକୁ ପଡ଼ିବ।

ବନ୍ଧୁଗଣ,

ଆଜି ପ୍ରାକୃତିକ କୃଷି ଉପରେ ଆମେ ବହୁତ ଗୁରୁତ୍ବ ଦେଉଛୁ। ଏଥିରେ ମଧ୍ୟ ସମବାୟ ସମିତିଗୁଡ଼ିକ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଅନ୍ନଦାତାକୁ ଶକ୍ତିଦାତା ଏବଂ ଅନ୍ନଦାତାକୁ ସାରାଦାତା ବନାଇବା କ୍ଷେତ୍ରରେ ମଧ୍ୟ ସମବାୟ ସମିତିଗୁଡ଼ିକର ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଏଥିରେ ସମବାୟ ସମିତିଗୁଡ଼ିକ ହାତ ମିଳାଇବା ଆବଶ୍ୟକ। ଏହା ଫଳରେ ତୀବ୍ର ଗତିରେ ଏହାର ପରିଣାମ ଆମକୁ ମିଳିଯିବ। ବର୍ତ୍ତମାନ ଦେଖନ୍ତୁ ରୁଫ୍ ଟପ୍ ସୋଲାର ହେଉ କିମ୍ବା କୃଷି କ୍ଷେତ୍ରରେ ଛୋଟ ଛୋଟ ସୋଲାର ପ୍ୟାନେଲ ଲଗାଇବା ବ୍ୟବସ୍ଥା ହେଉ, ଏସବୁ ସମବାୟ ସଂସ୍ଥା ମାଧ୍ୟମରେ ବିଜୁଳି ଉତ୍ପାଦନ କରାଯାଇ ପାରିବ। ଖାଲି ସେତିକି ନୁହେଁ, ବିଜୁଳି ବିକ୍ରି କରିବା, କୃଷକମାନଙ୍କୁ ମଧ୍ୟ ବିକ୍ରି କରିବା, ସରକାରଙ୍କୁ ମଧ୍ୟ ବିକ୍ରି କରିବା ଭଳି କାର୍ଯ୍ୟ ସମବାୟ ସମିତିଗୁଡ଼ିକ ସରଳ ଓ ଶୀଘ୍ର କରପାରିବେ। ଏହି କ୍ଷେତ୍ରରେ 50-60 ଜଣ ଲେଖାଏଁ କୃଷକ ଏକତ୍ର ହୋଇ ଏକ ସହକାରୀ ସଂସ୍ଥା ଗଠନ କରନ୍ତୁ, ଏହାପରେ ସୋଲାର ପ୍ୟାନେଲ ପ୍ରତିଷ୍ଠା କରନ୍ତୁ। ଏବଂ ଏହି ସହକାରୀ ସଂସ୍ଥାଗୁଡ଼ିକ ବିଜୁଳି ଶକ୍ତି ଉତ୍ପନ୍ନ କରିବେ, ତାକୁ ବିକ୍ରି କରିବେ, ସାଥୀ କୃଷକମାନଙ୍କୁ ମଧ୍ୟ ବିକ୍ରି କରିବେ। ସରକାରଙ୍କୁ ମଧ୍ୟ ବିକ୍ରି କରି ଖୁବ୍ ସହଜରେ ସମବାୟ ସଂସ୍ଥାର କାର୍ଯ୍ୟ ଚଳାଇ ପାରିବେ। ଆଜିକାଲି ଆମେ ଦେଖୁଛୁ ଯେ ଗୋବର ଧନ ଯୋଜନାରେ କାର୍ଯ୍ୟ କରିବା ପାଇଁ ବଡ଼ ବଡ଼ ମଲ୍ଟି ନ୍ୟାସନାଲ କମ୍ପାନୀମାନେ ଆସି ପହଂଚି ଯାଇଛନ୍ତି। ଏହା ବର୍ତ୍ତମାନ ଶକ୍ତିର ଏକ ବହୁତ ବଡ଼ ଉତ୍ସ ଭାବରେ ପରିଣତ ହେବାକୁ ଯାଉଛି। ତେଣୁ ଏ କ୍ଷେତ୍ରରେ ସମବାୟ ସମିତିଗୁଡ଼ିକ ପଛରେ ରହିଯିବା ଉଚିତ ନୁହେଁ। ବର୍ଜ୍ୟରୁ ସମ୍ପତ୍ତି ସୃଷ୍ଟି କାର୍ଯ୍ୟ ହୋଇଯିବ। ଗୋବରରୁ ଜୈବିକ ଜାଳେଣି ଗ୍ୟାସ ପ୍ରସ୍ତୁତ ହେବ, ଜୈବିକ ସାର ପ୍ରସ୍ତୁତ ହେବ। ଏଥିରେ ସହକାରୀ ସମବାୟ ସଂସ୍ଥାନଗୁଡ଼ିକର ସମ୍ପ୍ରସାରଣ ମଧ୍ୟ ହେବ। ଏଥିରୁ ଦେଶକୁ ସାର ସହିତ ସମ୍ପର୍କିତ ଆମଦାନୀ ଖର୍ଚ୍ଚ ମଧ୍ୟ କମିଯିବ। ଆମର କୃଷକମାନଙ୍କର ଛୋଟ ଛୋଟ ଉଦ୍ୟମ ଏବଂ ସେଥିରୁ ଉତ୍ପାଦିତ ପଦାର୍ଥ ବିଶ୍ବସ୍ତରୀୟ ବ୍ରାଣ୍ଡିଂରେ ପରିଣତ ହୋଇ ଆଗକୁ ଚାଲିଆସିବେ। ଏବେ ଦେଖନ୍ତୁ ମୁଁ ଗୁଜରାଟରେ ପ୍ରଥମେ ଥିଲି, ଗୁଜରାଟରେ ଗୋପାଳନ ବ୍ୟବସ୍ଥାର ଅଲଗା ଅଲଗା ନାମରେ ଅଲଗା ଅଲଗା କାର୍ଯ୍ୟ କରାଯାଉଥଲା। ଯେଉଁଦିନ ଠାରୁ ଅମୁଲ ଏକ ବ୍ରାଣ୍ଡ୍ ହୋଇଗଲା, ଗୋପାଳନ ସଂଖ୍ୟା ବଢ଼ିଲା ଏବଂ ଅଲଗା ଅଲଗା ମଧ୍ୟ ହେଲା କିନ୍ତୁ ଅମୁଲ ଏକ ବ୍ରାଣ୍ଡ୍ ଭାବରେ ପରିଚିତ ହୋଇଗଲା। ଆଜି ସମଗ୍ର ବିଶ୍ବରେ ଅମୁଲର ସ୍ବର ଶୁଣାଯାଉଛି। ଆମେ ମଧ୍ୟ ଆମର ଅଲଗା ଅଲଗା ଉତ୍ପାଦନକୁ ନେଇ ଗୋଟିଏ ଗୋଟିଏ ସାଧାରଣ ବ୍ରାଣ୍ଡ୍ ବନାଇ ପାରିବା। ଆମର ନିଜସ୍ବ ଉତ୍ପାଦିତ କ୍ଷୁଦ୍ର ଶସ୍ୟ (ମିଲେଟ୍ସ) ଯାହାକୁ ଶ୍ରୀଅନ୍ନ ବ୍ରାଣ୍ଡରେ ବଜାରରେ ଦେଖିବାକୁ ମିଳୁଛି, ଏହାର ଉତ୍ପାଦନକୁ ଆମର ଲକ୍ଷ୍ୟ ଭାବରେ ରଖିବା ଉଚିତ। ବିଶ୍ବର ସମସ୍ତ ଡାଇନିଂ ଟେବଲ ଉପରେ ଭାରତର ଉତ୍ପାଦିତ ମିଲେଟ କାହିଁକି ନ ରହିବ? ଆମକୁ ସମଗ୍ର ବିଶ୍ବ ପର୍ଯ୍ୟନ୍ତ ଏହାକୁ ପହଂଚାଇବାକୁ ପଡ଼ିବ। ଏଥିପାଇଁ ସମବାୟକୁ ବ୍ୟାପକ ଭାବରେ ଆଗେଇ ନେବା ଉଚିତ।

 

ବନ୍ଧୁଗଣ

ଗ୍ରାମଗୁଡ଼ିକର ପ୍ରଗତି କ୍ଷେତ୍ରରେ ଏବଂ ରୋଜଗାର ବଢ଼ାଇବା କ୍ଷେତ୍ରରେ ସମବାୟ ସମିତିଗୁଡ଼ିକର ବହୁତ ବଡ଼ ଭୂମିକା ରହିଛି। ବର୍ତ୍ତମାନ ତ ଆମେ ପଶୁପାଳନ କ୍ଷେତ୍ରରେ ସ୍ପଷ୍ଟରୂପେ ଦେଖାଯାଉଥିବା ଏକ ପରିବର୍ତ୍ତନ ଦେଖିବାକୁ ପାଉଛୁ। ବର୍ତ୍ତମାନ ଗତ ତିନିଦିନ ହେଲାଣି କୌଣସି ନା କୌଣସି ସମବାୟ କ୍ଷେତ୍ରରେ ମୁଁ ଲାଗି ରହିଛି। ପ୍ରଥମେ ଅହମ୍ମଦାବାଦରେ ଅମୁଲର 50 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଆୟୋଜନ ଥିଲା। ତା’ପରେ କାଲି ବନାରସରେ କାଶୀର ବନାରସ ଡାଏରୀର ଉଦଘାଟନ କରିଥିଲି। ବନାରସରେ ମୋର ଅଭିଜ୍ଞତା ହେଲା ଯେ ପଶୁପାଳନ ସମବାୟ ସମିତି ମାଧ୍ୟମରେ ଆସିବା ପରେ ଭଉଣୀମାନଙ୍କର ପଶୁପାଳନଜନିତ ଆୟ ତୀବ୍ର ଗତିରେ ବଢ଼ିଯାଇଛି। ସମବାୟ କ୍ଷେତ୍ରରେ ପ୍ରଗତିର ଆଉ ଏକ ନୂଆ ଅଧ୍ୟାୟର ପ୍ରବେଶ ହୋଇଛି। ମୁଁ ଗୁଜରାଟର ସମବାୟ କ୍ଷେତ୍ରରେ ଥିବା ଲୋକମାନଙ୍କୁ କିଛି ଉପଦେଶ ଦେଇଥିଲି। ତାହା ହେଲା- ଆପଣମାନେ ମହୁମାଛି ପାଳନ ଦୁନିଆକୁ ଆସିଯାନ୍ତୁ। ଆମକୁ ଶ୍ବେତକ୍ରାନ୍ତି ସହିତ ବର୍ତ୍ତମାନ ସ୍ବିଟ୍ କ୍ରାନ୍ତି ବା ମଧୁର କ୍ରାନ୍ତି କରିବାର ଆବଶ୍ୟକତା ରହିଛି। ଏହାପରେ ମହୁମାଛି ପାଳନ କ୍ଷେତ଼ରେ ଆମର ଲୋକମାନେ ଆଗେଇ ଆସିଛନ୍ତି ମଧ୍ୟ। ସହରାଞ୍ଚଳରେ ରହିଥିବା କୃଷକମାନେ ଆଜି କେତେ ପ୍ରକାରର ଲାଭ ଉଠାଉଛନ୍ତି ଏହା ମଧ୍ୟ ଆପଣମାନେ ଜାଣିଛନ୍ତି। ଗତ ଦଶ ବର୍ଷରେ ମହୁର ଉତ୍ପାଦନ 75 ହଜାର ମେଟ୍ରିକ ଟନରୁ ବୃଦ୍ଧି ପାଇ ପାଖାପାଖି ଦେଢ଼ ଲକ୍ଷ ମେଟ୍ରିକ ଟନରେ ଆସି ପହଂଚିଲାଣି। ମହୁର ରପ୍ତାନୀ ମଧ୍ୟ 28 ହଜାର ମେଟ୍ରିକ ଟନରୁ ବୃଦ୍ଧି ପାଇ 80 ହଜାର ମେଟ୍ରିକ ଟନରେ ପହଂଚିଲାଣି। ଏଥିରେ ନାଫେଡ ଏବଂ ଟ୍ରାଇଫେଡ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକ ସହ ସମ୍ପୃକ୍ତ ହୋଇ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏ କ୍ଷେତ୍ରରେ ଆମକୁ ଆହୁରି ଆଗକୁ ଆଗେଇ ଯିବାକୁ ପଡ଼ିବ।

ବନ୍ଧୁଗଣ,

ଗୁଜରାଟରେ ଆମେ ଦେଖିଛୁ ଯେ ଦୁଗ୍ଧରୁ ଆୟ ହେଉଥିବା ଟଙ୍କା ଯେତେବେଳେ ସିଧାସଳଖ ଭଉଣୀମାନଙ୍କ ବ୍ୟାଙ୍କ ଖାତାରେ ଆସି ଜମା ହେବା ଆରମ୍ଭ ହେଲା, ସେତେବେଳେ ଏକ ସକାରାତ୍ମକ ସାମାଜିକ ପରିବର୍ତ୍ତନ ହେଲା। ବର୍ତ୍ତମାନ ଆମର ସମବାୟ ସମିତି ଏବଂ ........... ପ୍ୟାକ୍ସଗୁଡ଼ିକ କମ୍ପ୍ୟୁଟର ସହିତ ସଂଯୋଗ ହୋଇଯାଇଛି। ସେଥିପାଇଁ ଆମର ସମସ୍ତ ଦେଣନେଣ କାର୍ଯ୍ୟକୁ ଡିଜିଟାଲ ମାଧ୍ୟମରେ କରିବା ଉଚିତ। ଏ କ୍ଷେତ୍ରରେ ବିଶେଷ ଭାବରେ କୋଅପରେଟିଭ ବ୍ୟାଙ୍କଗୁଡ଼ିକୁ କାର୍ଯ୍ୟ କରିବା ପାଇଁ ଦ୍ରୁତ ଗତିରେ ଉଦ୍ୟମ କରିବା ଆବଶ୍ୟକ। ଆଉ ଗୋଟିଏ କାର୍ଯ୍ୟ ହେଉଛି ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ। ଆମେ ମାଟିର ସ୍ବାସ୍ଥ୍ୟକୁ ପରୀକ୍ଷା କରିବା ପାଇଁ ଏବଂ ମାଟିର ଗୁଣବତ୍ତା ଜାଣିବା ପାଇଁ ଏକ ବଡ଼ କାର୍ଯ୍ୟକ୍ରମ କରିଛୁ। ମୋର ସହକାରୀ ସଂଗଠନଗୁଡ଼ିକ ତଥା ପ୍ୟାକ୍ସଗୁଡ଼ିକ ନିଜର ମୃତ୍ତିକା ପରୀକ୍ଷା କରିବା ପାଇଁ ଛୋଟ ଛୋଟ ଲାବୋରେଟୋରୀ ଆପଣମାନଙ୍କ ଅଞ୍ଚଳରେ ପ୍ରସ୍ତୁତ କରି କୃଷକମାନଙ୍କୁ କ୍ରମାଗତ ଭାବରେ ନିଜ ଜମିର ମାଟିକୁ ପରୀକ୍ଷା କରିବା ପାଇଁ ଏକ ନେଟଓ୍ବର୍କ ପ୍ରସ୍ତୁତ କରନ୍ତୁ।

 

ବନ୍ଧୁଗଣ,

ସମବାୟ କ୍ଷେତ୍ରରେ ଯୁବକ ଏବଂ ମହିଳାମାନଙ୍କର ଅଂଶଗ୍ରହଣକୁ କିପରି ଭାବେ ବୃଦ୍ଧି କରାଯିବା ତାକୁ ନେଇ ମଧ୍ୟ ଆମର ଉଦ୍ୟମ ଚଳାଇବାକୁ ପଡ଼ିବ। ଯେଉଁ କ୍ଷେତ୍ରରେ କୃଷକମାନେ ସମବାୟ ସମିତି ସହିତ ସମ୍ପର୍କିତ ହୋଇଛନ୍ତି, ସେଠାରେ ଏହି କାମ ସହଜରେ ହୋଇପାରିବ। ସେଠାରେ ସେମାନଙ୍କୁ କୁହାଯାଇପାରିବ ଯେ ସେମାନେ ଲାଭାଂଶ ହିତାଧିକାରୀ ଯାହା ପାଉଛନ୍ତି, ଏଥିସହିତ ଆପଣଙ୍କୁ ମାଗଣାରେ ମୃତ୍ତିକା ପରୀକ୍ଷା କରାଇ ଦିଆଯାଇ ପାରିବ। ଏକଥା ମଧ୍ୟ ସେମାନଙ୍କୁ ଶିକ୍ଷା ଦିଆଯାଇପାରିବ ଯେ ମାଟି ପରୀକ୍ଷାର ରିପୋର୍ଟ ଆଧାରରେ ନିଜର ନିଜର ଫସଲକୁ ବଦଳାଇ ଚାଷ କରାଯିବା ଉଚିତ।

ବନ୍ଧୁଗଣ,

ସମବାୟ କ୍ଷେତ୍ରରେ ଏକ ନୂଆ ଯୁଗ ଆସିବ, ଏକ ନୂଆ ଶକ୍ତି ମିଳିବ। ସମବାୟ କ୍ଷେତ୍ରରେ କୌଶଳ ବିକାଶ ନିମିତ୍ତ ତାଲିମ ଏ କ୍ଷେତ୍ରରେ ସଚେତନତା ଆଦି ସୃଷ୍ଟି ପାଇଁ ଅନେକ କିଛି କରିବାର ଆବଶ୍ୟକତା ରହିଛି। ବହୁତ କିଛି ପରିବର୍ତ୍ତନ ହୋଇଯାଇଛି ଏବଂ ଏହିସବୁ ପରିବର୍ତ୍ତନକୁ ଲିଖିତ ରୂପରେ ରଖିବାକୁ ପଡ଼ିବ। ମୁହଁରେ କେବଳ କହିଲେ ଭୁଲଭାଲ ହୋଇଯିବ। ଆଉ ଏଥିପାଇଁ ତାଲିମ ମଧ୍ୟ ବହୁତ ଜରୁରୀ। ଏଥିପାଇଁ ଉଦ୍ୟମ କରିବା ଉଚିତ। ପ୍ୟାକ୍ସଗୁଡ଼ିକୁ ଏବଂ ସମବାୟ ସମିତିଗୁଡ଼ିକୁ ପରସ୍ପର ଠାରୁ ଶିକ୍ଷା ଲାଭ କରିବା ଉଚିତ। ବହୁତଗୁଡ଼ିଏ ସମବାୟ ସମିତି ନୂଆ ନୂଆ ସୃଜନଶୀଳ କାମ କରୁଛନ୍ତି। ଏଥିପାଇଁ ଉଦ୍ୟମର ଆବଶ୍ୟକତା ରହିଛି। ଦେଶର ଆଉ କେତେକ ଅଞ୍ଚଳରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ। ଆମେ ଏଭଳି ଏକ ଉତ୍ତମ ଅଭ୍ୟାସକୁ ପରସ୍ପର ମଧ୍ୟରେ ବାଣ୍ଟିବା ନିମିତ୍ତ ଏକ ସାଧାରଣ ପ୍ଲାଟଫର୍ମ ପ୍ରସ୍ତୁତ କରିବା ଉଚିତ। ପ୍ରତ୍ୟେକ ବ୍ୟକ୍ତି ନିଜର ନୂଆ ନୂଆ ଅନୁଭୂତି, ନୂଆ ନୂଆ ଢଙ୍ଗରେ ଏହି ପ୍ଲାଟଫର୍ମରେ ଅପଲୋଡ଼ କରନ୍ତୁ। ଏହି ଉତ୍ତମ ଅଭ୍ୟାସଗୁଡ଼ିକୁ ସମସ୍ତଙ୍କ ନିକଟରେ ପହଂଚାଇବା ପାଇଁ ତାଲିମ ବ୍ୟବସ୍ଥା ମଧ୍ୟ ହେଉ। ନୂଆ ନୂଆ ମଡ୍ୟୁଲ ପ୍ରସ୍ତୁତ ହେଉ। ଆପଣମାନେ ଜାଣିଥିବେ ଯେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ବିଭିନ୍ନ କାର୍ଯ୍ୟକ୍ରମ ଅଭିଯାନର ଏକ ବିଶେଷତ୍ବ ହେଉଛି ଏହି ମଡ୍ୟୁଲ ବ୍ୟବସ୍ଥା। ଏକ ସୁସ୍ଥ ବାତାବରଣ ମଧ୍ୟରେ ପ୍ରତିଯୋଗିତା। ଏଥିରେ ରାଙ୍କିଙ୍ଗର ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ପ୍ରତିଦିନ ବିଭିନ୍ନ ସଂସ୍ଥା ରାଙ୍କିଙ୍ଗ୍ ଅନୁସାରେ ତଳ ଉପର ଆଦି ସ୍ଥାନରେ ରହୁଛନ୍ତି। ପ୍ରତ୍ୟେକ ଅଫିସର ଚାହୁଁଛନ୍ତି ଯେ ସେମାନଙ୍କ ଜିଲ୍ଲା ଆଗେଇ ଯାଉ। କ’ଣ ଏହି ସମବାୟ କ୍ଷେତ୍ରରେ ଅଲଗା ଅଲଗା ଡିଜାଇନ ଆମେ ପ୍ରସ୍ତୁତ କରିବା? ଅଲଗା ଅଲଗା ମଡ୍ୟୁଲ ପ୍ରସ୍ତୁତ କରିବା? ପ୍ରତ୍ୟେକ ସମବାୟ ସଂସ୍ଥା ଗୋଟିଏ ଗୋଟିଏ ମଡ୍ୟୁଲ ପ୍ରସ୍ତୁତ କରିବା ପରେ ମଡ୍ୟୁଲ ପ୍ରସ୍ତୁତ କରିବା ଏକ ପ୍ରକ୍ରିୟାରେ ପରିଣତ ହୋଇଯିବ। ଏଥିରେ ଏକ ସୁସ୍ଥ ବାତାବରଣ ମଧ୍ୟରେ ପ୍ରତିଯୋଗିତା ଦିନ-ରାତି ଚାଲିବ। ସମବାୟ ସଂସ୍ଥାଗୁଡ଼ିକ ମଧ୍ୟରେ ଏଭଳି ଏକ ଚିନ୍ତାଧାରା ଆସିବ ଯେ, ସବୁଠାରୁ ଭଲ କାର୍ଯ୍ୟ କରୁଥିବା ସଂସ୍ଥାକୁ ପୁରସ୍କାର ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିବ। ସମବାୟ ସଂସ୍ଥାଗୁଡ଼ିକ ମଧ୍ୟ ନୂଆ ନୂଆ ଉତ୍ପାଦନରେ ଲାଗିପଡ଼ିବେ। ଏ କ୍ଷେତ୍ରରେ ଏକ ବହୁତ ବଡ଼ ଆନ୍ଦୋଳନ ସବୁ ସମବାୟ ସଂସ୍ଥାଗୁଡ଼ିକ ମିଳିମିଶି କରିପାରିବେ।

 

ବନ୍ଧୁଗଣ,

ଗୋଟିଏ କଥା ହେଉଛି, ସମବାୟ ସଂସ୍ଥାଗୁଡ଼ିକ ସବୁବେଳେ ଗୋଟିଏ ପ୍ରଶ୍ନଚିହ୍ନକୁ ନେଇ ଚାଲିଥାଏ। ସମବାୟ ସଂଗଠନଗୁଡ଼ିକ ମଧ୍ୟରେ ନିର୍ବାଚନରେ ସ୍ବଚ୍ଛତା ରକ୍ଷା ଏକ ବହୁତ ବଡ଼ ଆବଶ୍ୟକତା। ଏଥିରେ ଲୋକମାନଙ୍କର ଆସ୍ଥା ଏବଂ ବିଶ୍ବାସ ବଢ଼େ। ଅଧିକରୁ ଅଧିକ ଲୋକ ଏଥିସହିତ ସମ୍ପୃକ୍ତ ହୁଅନ୍ତି।

ବନ୍ଧୁଗଣ,

ସମବାୟ ସମିତିଗୁଡ଼ିକର ସମୃଦ୍ଧିର ଆଧାର ଭାବରେ ସରକାର ସବୁବେଳେ ରହିଛନ୍ତି ଏବଂ ଏମାନଙ୍କ କାର୍ଯ୍ୟ କ୍ଷେତ୍ରକୁ ଆସୁଥିବା ଆହ୍ବାନଗୁଡ଼ିକୁ ମଧ୍ୟ ହ୍ରାସ କରୁଛନ୍ତି। ଆପଣମାନଙ୍କର ମନେ ଥିବ, ଆମର ଏଠାରେ କମ୍ପାନୀଗୁଡ଼ିକ ଉପରେ ସେସ୍ ଲାଗୁ କରାଯାଏ। କିନ୍ତୁ ସହକାରୀ ସମିତିଗୁଡ଼ିକୁ କମ୍ପାନୀଗୁଡ଼ିକ ଠାରୁ ଅଧିକ ସେସ୍ ଦେବାକୁ ପଡ଼ିଥାଏ। ଆମେ ଏକ କୋଟିରୁ ଦଶ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ସମବାୟ ସମିତି ଉପରେ ଲାଗୁଥିବା ସେସକୁ 12 ପ୍ରତିଶତରୁ ହ୍ରାସ କରି 7 ପ୍ରତିଶତ କରିଦେଇଛୁ। ଏହାଦ୍ବାରା ସମିତିଗୁଡ଼ିକ ନିକଟରେ କାମ କରିବା ପାଇଁ ପୁଞ୍ଜିର ବୃଦ୍ଧି ଘଟିଛି। ସେମାନଙ୍କ ନିକଟରେ ଗୋଟିଏ କମ୍ପାନୀ ଭାବରେ ନିଜର ବୃଦ୍ଧି ନିମିତ୍ତ ରାସ୍ତା ଖୋଲିଯାଇଛି। ସହକାରୀ ସମବାୟ ସମିତି ଏବଂ କମ୍ପାନୀଗୁଡ଼ିକ ମଧ୍ୟରେ ବିକଳ୍ପ ବ୍ୟବସ୍ଥା ପ୍ରଥମେ ଭେଦଭାବପୂର୍ଣ୍ଣ ଥିଲା। ଆମେ ସମବାୟ ସମିତିଗୁଡ଼ିକ ନିମନ୍ତେ ସର୍ବନିମ୍ନ ବିକଳ୍ପ ଟ୍ୟାକ୍ସକୁ 18.5 ପ୍ରତିଶତରୁ 15 ପ୍ରତିଶତ କରିଦେଇଛୁ। ଏବଂ କର୍ପୋରେଟ ଜଗତରେ ଆମେ ଏହାକୁ ସମାନ କରି ପ୍ରତିଷ୍ଠିତ କରିଦେଇଛୁ। ଆଉ ଏକ ସମସ୍ୟା ମଧ୍ୟ ଥିଲା ଯେ ସମବାୟ ସମିତିଗୁଡ଼ିକୁ ଏକ କୋଟିରୁ ଅଧିକ ଟଙ୍କା ଉଠାଣ କରିବା ସମୟରେ ଟିଡିଏସ ଦେବାକୁ ପଡୁଥିଲା। ଆମେ ଅର୍ଥ ଉଠାଣ ସମୟରେ ଏହି ସୀମା ମଧ୍ୟ ବୃଦ୍ଧି କରି ବର୍ଷକୁ ତିନି କୋଟି ଟଙ୍କା କରିଦେଇଛୁ। ଏହି ଲାଭର ସୁଯୋଗ ସମସ୍ତ ସଦସ୍ୟମାନଙ୍କ ହିତରେ ଲାଗିବ। ମୋର ବିଶ୍ବାସ ଅଛି ସମବାୟ କ୍ଷେତ୍ରରେ ଆମର ଏହି ଉଦ୍ୟମ ଦେଶର ସାମୁହିକ ସାମର୍ଥ୍ୟ ବୃଦ୍ଧି କ୍ଷେତ୍ରରେ ସମସ୍ତ ସମ୍ଭାବନାକୁ ଉନ୍ମୁକ୍ତ କରିଦେବ। ଏହି କାମନା ସହିତ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଦେଉଛି।

ଆଜି ଅମିତ ଭାଇ ମୋତେ କହିଛନ୍ତି ଯେ ଲକ୍ଷ ଲକ୍ଷ ଲୋକ ଅଲଗା ଅଲଗା କେନ୍ଦ୍ରମାନଙ୍କରେ ଉପସ୍ଥିତ ହୋଇଛନ୍ତି। ମୁଁ ଏହି ସମସ୍ତ ଭାଇମାନଙ୍କର ଉତ୍ସାହ ଏବଂ ଆଗ୍ରହକୁ ଦୃଷ୍ଟିରେ ରଖି ସେମାନଙ୍କୁ ଏଭଳି ଏକ ମହତ୍ବପୂର୍ଣ୍ଣ କାର୍ଯ୍ୟରେ ଯୋଗଦାନ ପାଇଁ ଧନ୍ୟବାଦ ଦେଉଛି। ଏବଂ ଶୁଭକାମନା ଜଣାଉଛି। ଆସନ୍ତୁ ଆମେ ସମସ୍ତେ ଏକ ମୁକ୍ତ ମନରେ ସମବାୟ ଭାବନା ନେଇ କାନ୍ଧକୁ କାନ୍ଧ ମିଳାଇ, ପାଦକୁ ପାଦ ମିଳାଇ ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଦିଗରେ ଆଗେଇ ଚାଲିବା। ଏହାର ପରିଣାମ ଖୁବଶୀଘ୍ର ଆମକୁ ମିଳିଯିବ। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 52,000 Indians return safely from Gulf amid Iran war: MEA

Media Coverage

Over 52,000 Indians return safely from Gulf amid Iran war: MEA
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves two multitracking projects covering 5 Districts of West Bengal and Jharkhand, increasing the existing network of Indian Railways by about 192 Kms
March 10, 2026
The total estimated cost of the projects is Rs 4,474 crore and will be completed up to 2030-31

The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved 02 (Two) projects of Ministry of Railways with total cost of Rs. 4,474 crore (approx.). These projects include:

  1. Sainthia – Pakur 4th line

  2. Santragachi – Kharagpur 4th line

The increased line capacity will significantly enhance mobility, resulting in improved operational efficiency and service reliability for Indian Railways. These multi-tracking proposals are poised to streamline operations and alleviate congestion. The projects are in line with the Prime Minister Shri Narendra Modiji’s Vision of a New India which will make people of the region “Atmanirbhar” by way of comprehensive development in the area which will enhance their employment/ self-employment opportunities.

The projects are planned on PM-Gati Shakti National Master Plan with focus on enhancing multi-modal connectivity & logistic efficiency through integrated planning and stakeholder consultations. These projects will provide seamless connectivity for movement of people, goods, and services.

The 02 (Two) projects covering 05 Districts across the states of West Bengal and Jharkhand will increase the existing network of Indian Railways by about 192 Kms.

The approved multi-tracking project will enhance connectivity to approx. 5,652 villages, which are having a population of about 147 lakhs.

The proposed capacity enhancement will improve rail connectivity to several prominent tourist destinations across the country, including Bolpur-Shantiniketan, Nandikeshwari Temple (Shaktipeeth), Tarapith (Shaktipeeth), Patachitra Gram, Dhadika Forest, Bhimbandh Wildlife Sanctuary, Rameshwar Kund, etc.

The approved projects are essential routes for transportation of commodities such as coal, stone, dolomite, cement, slag, gypsum, iron and steel, foodgrains, POL, container, etc. The capacity augmentation works will result in additional freight traffic of magnitude 31 MTPA (Million Tonnes Per Annum). The Railways being environment friendly and energy efficient mode of transportation, will help both in achieving climate goals and minimizing logistics cost of the country, reduce oil import (06 Crore Litres) and lower CO2 emissions (28 Crore Kg) which is equivalent to plantation of 01 (One) Crore trees.