ସାର୍ ଏମ୍ ଏମ୍ ବିଶ୍ବେଶ୍ବରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
“ସବକା ପ୍ରୟାସ”ସହିତ ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ପଥରେ ଅଗ୍ରସର”
କର୍ଣ୍ଣାଟକର ଧାର୍ମିକ ତଥା ସାମାଜିକ ଅନୁଷ୍ଠାନର ଗୌରବମୟ ପରମ୍ପରା ରହିଛି ଯାହା ଗରୀବ ଲୋକଙ୍କୁ ସେବା କରିଥାଏ
“ଆମ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଏହା କନ୍ନଡ ସମେତ ସମସ୍ତ ଭାରତୀୟ ଭାଷାରେ ଡାକ୍ତରୀ ଶିକ୍ଷାର ଏକ ବିକଳ୍ପ ପ୍ରଦାନ କରିଛି ”
“ଆମେ ଗରିବ ଏବଂ ମଧ୍ୟବିତ୍ତଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇଛୁ”
ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନୀତିରେ ଆମେ ମହିଳାମାନଙ୍କୁ ପ୍ରାଥମିକତା ଦେଉଛୁ ”

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମ୍ମାଇ ଜୀ, ସଦଗୁରୁ ଶ୍ରୀ ମଧୁସୂଦନ ସାଇ ଜୀ, ମଞ୍ଚ ଉପରେ ଉପସ୍ଥିତ ମହାନୁଭବ, ମହିଳା ଏବଂ ଭଦ୍ର ଲୋକମାନେ ।

କର୍ଣ୍ଣାଟକର ଭାଇ, ଭଉଣୀ ଓ ଏଠାରେ ଉପସ୍ଥିତ ଭଦ୍ର ଲୋକମାନଙ୍କୁ ନମସ୍କାର ଜଣାଉଛି ।

ଆପଣ ସମସ୍ତେ ଏତେ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ଅନେକ ସ୍ୱପ୍ନକୁ ନେଇ, ନୂତନ ସଂକଳ୍ପକୁ ନେଇ ସେବାର ଏହି ମହାନ ଧାରା ସହିତ ଯୋଡ଼ି ହୋଇଛନ୍ତି । ଆପଣଙ୍କୁ ଦେଖିବା ମୋ ପାଇଁ ମଧ୍ୟ ଏକ ସୌଭାଗ୍ୟର ବିଷୟ ଅଟେ । ମୁଁ ଆପଣଙ୍କର ବହୁତ ବହୁତ କୃତଜ୍ଞ ଅଟେ । ଚିକ୍କ-ବଲ୍ଲାପୁର, ଆଧୁନିକ ଭାରତର ସ୍ଥପତିମାନଙ୍କ ମଧ୍ୟରୁ ଜଣେ ହେଲେ, ସାର୍ ଏମ୍ ବିଶେଶ୍ୱରାୟଙ୍କର ଜନ୍ମସ୍ଥାନ । ବର୍ତ୍ତମାନ ମୋତେ ସାର୍ ବିଶେଶ୍ୱରାୟାଙ୍କ ସମାଧିରେ ପୁଷ୍ପାଞ୍ଜଳୀ ଅର୍ପଣ କରିବା ଏବଂ ତାଙ୍କ ସଂଗ୍ରହାଳୟ ପରିଦର୍ଶନ କରିବାର ସୌଭାଗ୍ୟ ପାଇଲି । ମୁଁ ଏହି ପବିତ୍ର ଭୂମିକୁ ମଥା ନୁଆଁଇ ପ୍ରଣାମ କରୁଛି । ଏହି ପବିତ୍ର ଭୂମିରୁ ପ୍ରେରଣା ନେଇ ସେହି କୃଷକ ଏବଂ ସାଧାରଣ ଲୋକଙ୍କ ପାଇଁ ନୂତନ ଉଦ୍ଭାବନ କରିଥିଲେ, ଇଞ୍ଜିନିୟରିଂ ଉତ‌କୃଷ୍ଟ ପ୍ରକଳ୍ପ ସୃଷ୍ଟି କରିଥିଲେ ।

ସାଥୀମାନେ,

ଏହି ଭୂମି ସତ୍ୟ ସାଇ ଗ୍ରାମ ଆକାରରେ ମଧ୍ୟ ସେବାର ଏକ ଚମକ୍ରାର ମଡେଲ ଦେଶକୁ ଦେଇଛି । ଶିକ୍ଷା ଏବଂ ସ୍ୱାସ୍ଥ୍ୟ ମାଧ୍ୟମରେ ଯେଉଁଭଳି ଭାବରେ ମାନବ ସେବାର ମିଶନ କିପରି ଚାଲିଛି, ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଅଟେ, ଆଜି ଏହି ମେଡିକାଲ କଲେଜ ଆରମ୍ଭ ହେଉଛି, ଏହାଦ୍ୱାରା ମିଶନ ଅଧିକ ଶକ୍ତିଶାଳୀ ହୋଇଛି । ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ, ପ୍ରତିବର୍ଷ ଅନେକ ନୂତନ ପ୍ରତିଭାବାନ ଡାକ୍ତର ଦେଶର କୋଟି କୋଟି ଜନତାଙ୍କ ସେବାରେ ଦେଶକୁ ସମର୍ପିତ କରିବ । ମୁଁ ଏଠିକାର ଅନୁଷ୍ଠାନକୁ ଏକ ଚିକ୍କ-ବାଲ୍ଲାପୁରା ଏଠିକାର ସମସ୍ତ ଲୋକମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଭାଇ ଏବଂ ଭଉଣୀମାନେ,

ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶ ବିକାଶ ହେବା ପାଇଁ ନିଷ୍ପତ୍ତି ନେଇଛି । ଅନେକ ଥର ଲୋକମାନେ ପଚାରନ୍ତି ଯେ ଭାରତ ଏତେ ସ୍ୱଳ୍ପ ସମୟ ମଧ୍ୟରେ ବିକଶିତ ହେବ କାରଣ ମୁଁ କହିଛି ୨୦୪୭ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ହେବ, ସେତେବେଳେ ଲୋକମାନେ ପଚାରିବେ ଏତେ କମ ସମୟ ମଧ୍ୟରେ ଭାରତ ବିକଶିତ କିପରି ହେବ? ଏତେଗୁଡ଼ିଏ ଆହ୍ୱାନ ଅଛି, ଏତେ କାମ ଅଛି, ଏତେ କାମ କମ ସମୟ ମଧ୍ୟରେ କେମିତି ପୁରା ହେବ? ଏହି ପ୍ରଶ୍ନର କେବଳ ଗୋଟିଏ ଉତ୍ତର ଅଛି, ଏକ ଦୃଢ଼ ଉତ୍ତର ଅଛି, ସଂକଳ୍ପରେ ପରିପୂର୍ଣ୍ଣ ଏକ ଉତ୍ତର ରହିଛି, ସଫଳତା ହାସଲ କରିବାର ଶକ୍ତି ସହିତ ଏକ ଉତ୍ତର ଏବଂ ସେହି ଉତ୍ତର ହେଉଛି ସମସ୍ତଙ୍କର ପ୍ରୟାସ । ପ୍ରତ୍ୟେକ ଦେଶବାସୀଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇପାରିବ । ସେଥିପାଇଁ ଭାଜପା ସରକାର ନିରନ୍ତର ଭାବେ ସମସ୍ତଙ୍କର ଅଂଶଗ୍ରହଣ ଉପରେ ଗୁରୁତ୍ୱ ହେଉଛନ୍ତି । ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ଆମର ସାମାଜିକ ସଂଗଠନର, ଧାର୍ମିକ ସଂଗଠନର ଭୂମିକା ମଧ୍ୟ ବହୁତ ବଡ଼ ଅଟେ । କର୍ଣ୍ଣାଟକରେ ସାଧୁ, ଆଶ୍ରମ ଏବଂ ଗଣିତର ଏକ ମହାନ ପରମ୍ପରା ରହିଛି । ଏହି ଧାର୍ମିକ ତଥା ସାମାଜିକ ଅନୁଷ୍ଠାନଗୁଡ଼ିକ ବିଶ୍ୱାସ ଏବଂ ଆଧ୍ୟାତ୍ମିକତା ସହିତ ଗରିବ, ଦଳିତ, ପଛୁଆ, ଆଦିବାସୀମାନଙ୍କୁ ସଶକ୍ତ କରି ଆସୁଛନ୍ତି । ଆପଣଙ୍କ ସଂସ୍ଥା ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟ ମଧ୍ୟ, ସମସ୍ତଙ୍କ ପ୍ରୟାସର ଭାବନାକୁ ହିଁ ସଶକ୍ତ କରିଥାଏ ।

ସାଥୀମାନେ,

ମୁଁ ଦେଖୁଥିଲି, ଶ୍ରୀ ସତ୍ୟସାଇ ବିଶ୍ୱବିଦ୍ୟାଳୟର ଉଦେଶ୍ୟ ହେଉଛି- “ଯୋଗ: କର୍ମସୁ କୌଶଳମ୍”। ଅର୍ଥାତ, କାର୍ଯ୍ୟରେ ଦକ୍ଷତା ହେଉଛି ଯୋଗ । ଗତ ୯ ବର୍ଷ ମଧ୍ୟରେ, ଭାରତରେ ମଧ୍ୟ ଆମେ ଅତି ଆନ୍ତରିକତାର ସହିତ, ଅତି ଦକ୍ଷତାର ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରୟାସ କରାଯାଇଛି ଏବଂ ସେହି କାର୍ଯ୍ୟ କରିବାରେ ଆମେ ସକ୍ଷମ ହୋଇଛୁ। ଦେଶରେ ଡାକ୍ତରୀ ଶିକ୍ଷା ସହ ଜଡ଼ିତ ଅନେକ ସଂସ୍କାର କରାଯାଇଛି । ଏହାସହ ଡାକ୍ତରଖାନା ଏବଂ ମେଡିକାଲ କଲେଜ ଖୋଲିବା ସରକାର ତଥା ଅନ୍ୟାନ୍ୟ ସଂଗଠନ ପାଇଁ ଏହା ସହଜ ହୋଇଛି । ବେସରକାରୀ କ୍ଷେତ୍ର, ସାମାଜିକ କ୍ଷେତ୍ର ହେଉ, ସାଂସ୍କୃତିକ କାର୍ଯ୍ୟକଳାପ ହେଉ, ସମସ୍ତଙ୍କ ଉଦ୍ୟମର ଫଳାଫଳ ଆଜି ଦୃଶ୍ୟମାନ ହେଉଛି । ୨୦୧୪ ମସିହାରେ ଆମ ଦେଶରେ ୩୮୦ରୁ କମ ମେଡିକାଲ କଲେଜ ଥିଲା । ଆଜି ଦେଶରେ ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ପାଇଛି । ଏଥିମଧ୍ୟରୁ ଆକାଂକ୍ଷୀ ଜିଲ୍ଲାରେ ୪୦ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି, ଯେଉଁ ଜିଲ୍ଲା ବିକାଶର ପ୍ରତ୍ୟେକ ଦିଗରେ ପଛରେ ପଡ଼ିଛି । ସେଠାରେ ମେଡିକାଲ କଲେଜ ଗଠନ କରାଯାଇଛି ।

ସାଥୀମାନେ,

ଗତ ୯ ବର୍ଷ ମଧ୍ୟରେ ଦେଶରେ ମେଡିକାଲ ସିଟ ସଂଖ୍ୟା ପ୍ରାୟତଃ ଦୁଇଗୁଣ ବୃଦ୍ଧି ପାଇଛି । ସ୍ୱାଧୀନତାର ୭୫ ବର୍ଷରେ ଦେଶରେ ଯେତେ ଡାକ୍ତର ପ୍ରସ୍ତୁତ ହୋଇଥିଲେ, ଆସନ୍ତା ୧ଠ ବର୍ଷ ମଧ୍ୟରେ ଡାକ୍ତରଙ୍କ ସଂଖ୍ୟା ପ୍ରସ୍ତୁତ ହେବାକୁ ଯାଉଛି। ଦେଶରେ କରାଯାଉଥିବା ଏହି କାର୍ଯ୍ୟର, ତାହାର ଲାଭ କର୍ଣ୍ଣାଟକକୁ ମଧ୍ୟ ମିଳୁଛି । କର୍ଣ୍ଣାଟକରେ ଆଜି ପ୍ରାୟ ୭ଠ ମେଡିକାଲ କଲେଜ ଅଛି । ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ ଦ୍ୱାରା ଯେଉଁ ମେଡିକାଲ କଲେଜ ଗତ ବର୍ଷମାନଙ୍କରେ ହୋଇଛି, ସେଥିରୁ ଗୋଟିଏ ଏଠିକାର ଚକ୍କ-ବଲାପୁରାରେ ମଧ୍ୟ ହୋଇଛି । ଚଳିତ ବର୍ଷ କେନ୍ଦ୍ର ସରକାର ତାଙ୍କ ବଜେଟରେ ୧୫ଠ ନର୍ସିଂ ପ୍ରତିଷ୍ଠାନ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । ଏହାଦ୍ୱାରା ନର୍ସିଂ କ୍ଷେତ୍ରରେ ମଧ୍ୟ ଯୁବକମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହେବାକୁ ଯାଉଛି ।

ସାଥୀମାନେ,

ଆଜି ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଛି, ସେତେବେଳେ ଭାରତର ମେଡିକାଲ ବୃତିକୁ ସମ୍ମୁଖରେ ରଖି ଏକ ଆହ୍ୱାନର ମଧ୍ୟ ବିଷୟ ନିଶ୍ଚିତ ଉଲ୍ଲେଖ କରିବାକୁ ଚାହୁଁଛି । ଏହି ଆହ୍ୱାନ କାରଣରୁ ଗ୍ରାମର, ଗରିବଙ୍କର, ପଛୁଆ ସମାଜରେ ଥିବା ଯୁବକମାନଙ୍କ ପାଇଁ ଡାକ୍ତର ହେବା ବହୁତ କଠିନ ଥିଲା । ସେମାନଙ୍କର ରାଜନୈତିକ ସ୍ୱାର୍ଥ ପାଇଁ, ଭୋଟ ବ୍ୟାଙ୍କ ପାଇଁ କିଛି ଦଳ ଭାଷାର ଖେଳ ଖେଳିଥିଲେ କିନ୍ତୁ ପ୍ରକୃତରେ ଭାଷାକୁ ମଜବୁତ କରିବା ପାଇଁ ଯେତିକି ହେବା ଉଚିତ ତାହା ହୋଇ ନ ଥିଲା । କନ୍ନଡ ଏତେ ସମୃଦ୍ଧ ଭାଷା, ଏହା ଏକ ଭାଷା ଯାହା ଦେଶର ଗୌରବ ବୃଦ୍ଧି କରିଥାଏ । କନ୍ନଡା ମଧ୍ୟ ମେଡିକାଲ, ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଶିକ୍ଷା ଉପଲବ୍ଧ ହେବା ପାଇଁ ପୂର୍ବରୁ ସରକାର ପଦକ୍ଷେପ ନେଇ ନ ଥିଲେ । ଏହି ରାଜନୈତିକ ଦଳମାନେ ଚାହୁଁ ନ ଥିଲେ ଯେ ଗାଁର ପୁଅ ଏବଂ ଝିଅ, ଗରିବ, ଦଳିତ ଏବଂ ପଛୁଆ ପରିବାର ବର୍ଗ ମଧ୍ୟ ଡାକ୍ତର - ଇଞ୍ଜିନିୟର ହୋଇପାରିବେ । ଗରିବଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଥିବା ଆମ ସରକାର କନ୍ନଡ଼ ସମେତ ସମସ୍ତ ଭାରତୀୟ ଭାଷାରେ ଡାକ୍ତରୀ ଅଧ୍ୟୟନର ବିକଳ୍ପ ଦେଇଛନ୍ତି ।

ଭାଇ ଏବଂ ଭଉଣୀମାନେ,

ଦୀର୍ଘଦିନ ଧରି ଦେଶରେ ଏଭଳି ରାଜନୀତି ଚାଲିଆସୁଛି, ଯେଉଁଠାରେ ଗରିବ ଲୋକଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବରେ ବିବେଚନା କରାଯାଉଥିଲା । ଯେତେବେଳେ ବିଜେପି ସରକାର ଗରିବଙ୍କ ସେବାକୁ ନିଜର ସର୍ବୋଚ୍ଚ କର୍ତ୍ତବ୍ୟ ବୋଲି ବିବେଚନା କରିଛନ୍ତି । ଆମେ ଗରିବ ଏବଂ ମଧ୍ୟବିତ୍ତଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇଛୁ, ଆମେ ଦେଶରେ ଶସ୍ତା ଔଷଧ ଦୋକାନ, ଜନଔଷଧି କେନ୍ଦ୍ର ଖୋଲିଛୁ । ଆଜି ସମଗ୍ର ଦେଶରେ ପ୍ରାୟ ୧ଠ ହଜାର ଜନଔଷଧି କେନ୍ଦ୍ର ଅଛି, ଯେଉଁଥିରେ ଏକ ହଜାରରୁ ଅଧିକ ଆମର ଏଠିକାର କର୍ଣ୍ଣାଟକରେ ରହିଛି । ଏହି କେନ୍ଦ୍ରଗୁଡ଼ିକ ହେତୁ କର୍ଣ୍ଣାଟକର ଗରିବମାନେ ଔଷଧ ପାଇଁ ଖର୍ଚ୍ଚ ହେଉଥିବା ୧ଠଠଠ କୋଟି ଟଙ୍କା ଖର୍ଚ୍ଚରୁ ରକ୍ଷା ପାଇଛନ୍ତି ।

ସାଥୀମାନେ,

ମୁଁ ମଧ୍ୟ ଆପଣଙ୍କୁ ସେହି ପୁରୁଣା ଦିନଗୁଡ଼ିକୁ ମନେ ପକେଇବାକୁ କହିବି । ଯେତେବେଳେ ଗରିବମାନେ ଚିକତ୍ସା ପାଇଁ ଡାକ୍ତରଖାନା ଯିବାକୁ ସାହସ କରିପାରୁ ନ ଥିଲେ । ବିଜେପି ସରକାର ଗରିବଙ୍କ ଏହି ଚିନ୍ତାକୁ ବୁଝି ଏହା ସମାଧାନ କରିଥିଲେ । ଆଜି ଆୟୁଷ୍ମାନ ଭାରତ ଯୋଜନା, ଗରିବ ପରିବାରଙ୍କ ପାଇଁ ଭଲ ଡାକ୍ତରଖାନାର ଦ୍ୱାର ଉନ୍ମୁକ୍ତ କରିଛି। ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ନିଶ୍ଚିତ କରିବାକୁ ବିଜେପି ସରକାର ଗ୍ୟାରେଣ୍ଟି ଦେଇଛନ୍ତି । ଏହି ଯୋଜନାରେ କର୍ଣ୍ଣାଟକର ଲକ୍ଷ ଲକ୍ଷ ଲୋକ ମଧ୍ୟ ଉପକୃତ ହୋଇଛନ୍ତି ।

ସାଥୀମାନେ,

ପୂର୍ବରୁ ହାର୍ଟ ସର୍ଜରୀ ହେଉ, ଆଣ୍ଠୁ ପ୍ରତିରୋପଣ ହେଉ, ଡାଇଲେସିସି, ଏସବୁ ମଧ୍ୟ ବହୁତ ମହଙ୍ଗା ଥିଲା । ଗରିବଙ୍କ ସରକାର, ଭାଜପାଙ୍କ ସରକାର, ଏମାନଙ୍କୁ ମଧ୍ୟ ଶସ୍ତା କରିଛନ୍ତି । ମାଗଣା ଡାଇଲେସିସର ସୁବିଧା ମଧ୍ୟ ଗରିବ ଲୋକଙ୍କୁ ୧ଠଠଠ କୋଟି ଟଙ୍କା ଖର୍ଚ୍ଚରୁ ରକ୍ଷା କରିଛି ।

ସାଥୀମାନେ,

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନୀତିରେ ଆମେ ମାଆ ଏବଂ ଭଉଣୀମାନଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ । ଯେତେବେଳେ ମା’ର ସ୍ୱାସ୍ଥ୍ୟ, ମା’ର ପୁଷ୍ଟିକର ଖାଦ୍ୟ ଭଲ ହୁଏ, ସେତେବେଳେ ସମଗ୍ର ପିଢ଼ିର ସ୍ୱାସ୍ଥ୍ୟରେ ଉନ୍ନତି ହୁଏ । ତେଣୁ, ସେ ଶୌଚାଳୟ ନିର୍ମାଣ ଯୋଜନା ହେଉ, ମାଗଣା ଗ୍ୟାସ ସଂଯୋଗ ଯୋଗାଇବା ପାଇଁ ଯୋଜନା ହେଉ, ପ୍ରତ୍ୟେକ ପରିବାରକୁ ଟ୍ୟାପ ଜଳ ଯୋଗାଇବା ପାଇଁ ଯୋଜନା ହେଉ, ମାଗଣା ସାନିଟାରୀ ପ୍ୟାଡ ଯୋଗାଇବା ପାଇଁ ଯୋଜନା ହେଉ କିମ୍ବା ପୁଷ୍ଟିକର ଖାଦ୍ୟ ପାଇଁ ବ୍ୟାଙ୍କକୁ ସିଧାସଳଖ ଟଙ୍କା ପଠାଇବା ହେଉ । ଏହିସବୁ ମା’-ଭଉଣୀମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କରାଯାଉଛି । ବିଶେଷକରି ସ୍ତନ କର୍କଟକୁ ନେଇ ବିଜେପି ସରକାର ମଧ୍ୟ ସତର୍କ ଅଛନ୍ତି । ବର୍ତ୍ତମାନ ଗ୍ରାମଗୁଡ଼ିକରେ ଯେଉଁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଖୋଲାଯାଇଛି ସେହି କେନ୍ଦ୍ରଗୁଡ଼ିକରେ ଏପରି ରୋଗର ପରୀକ୍ଷଣ ପାଇଁ ଉଦ୍ୟମ କରାଯାଉଛଇ । ଏହାର ଉଦେଶ୍ୟ ହେଉଛି ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟ କରିବା । ଏହା ସହିତ ଆମେ ମା’ଏବଂ ଭଉଣୀମାନଙ୍କ ଜୀବନରେ ଏକ ବଡ଼ ସଙ୍କଟ ରୋକିବାରେ ସଫଳ ହେଉଛୁ । ମୁଁ ବୋମ୍ମାଇ ଜୀ ଏବଂ ତାଙ୍କର ଦଳକୁ ଅଭିନ୍ଦନ ଜଣାଉଛି ଯେ କର୍ଣ୍ଣାଟକରେ ମଧ୍ୟ ୯ ହଜାରରୁ ଅଧିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଆମ ସରକାର ଝିଅମାନଙ୍କୁ ଏଭଳି ଜୀବନ ଦେବାରେ ନିୟୋଜିତ ଅଛନ୍ତି, ଯାହାଦ୍ୱାରା ସେମାନେ ନିଜେ ସୁଖରେ ରହିବେ ଏବଂ ଭବିଷ୍ୟତରେ ସେମାନଙ୍କର ପିଲାମାନେ ମଧ୍ୟ ସୁସ୍ଥ ରହିବେ ।

ଭାଇ ଏବଂ ଭଉଣୀମାନେ,

ଆଜି ମୁଁ ଆଉ ଏକ କାରଣ ପାଇଁ କର୍ଣ୍ଣାଟକ ସରକାରଙ୍କୁ ପ୍ରଶଂସା କରିବି । ବିଗତ ବର୍ଷଗୁଡ଼ିକରେ ଭାଜପା ସରକାର ଏଏନଏମ ଏବଂ ଆଶା ଭଉଣୀମାନଙ୍କୁ ଆହୁରି ସଶକ୍ତ କରିଛନ୍ତି । ସେମାନଙ୍କୁ ଆଧୁନିକ ଜ୍ଞାନକୌଶଳ ସହିତ ଗେଜେଟ ଦିଆଯାଇଛି, ସେମାନଙ୍କର କାର୍ଯ୍ୟକୁ ସହଜ କରାଯାଇଛି । କର୍ଣ୍ଣାଟକରେ ଆଜି ପ୍ରାୟ ୫୦ ହଜାର ଆଶା ଏବଂ ଏଏନଏମ କର୍ମଚାରୀ ଅଛନ୍ତି, ପ୍ରାୟ ଏକ ଲକ୍ଷ ପଞ୍ଜୀକୃତ ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । ଡବଲ ଇଞ୍ଜିନ ସରକାର ଏହି ସମସ୍ତ ସାଥୀମାନଙ୍କୁ ସମସ୍ତ ସମ୍ଭାବ୍ୟ ସୁବିଧା ଯୋଗାଇ ଦେବା ପାଇଁ ଜୀବନକୁ ସହଜ କରିବା ପାଇଁ ପ୍ରୟାସରତ

ସାଥୀମାନେ,

ଆରୋଗ୍ୟ ସହିତ ମା-ଭଉଣୀ-ଝିଅମାନଙ୍କର ଆର୍ଥିକ ସଶକ୍ତୀକରଣ ଉପରେ ମଧ୍ୟ ଡବଲ ଇଞ୍ଜିନ ସରକାରଙ୍କର ସମ୍ପୂର୍ଣ୍ଣ ଧ୍ୟାନରହିଛି। ଏହି ଭୂମି ହେଉଛି କ୍ଷୀର ଏବଂ ରେଶମର ଦେଶ ଅଟେ । ଏ ଯେଉଁ ଆମର ସରକାର ଯିଏ ପଶୁପାଳକମାନଙ୍କ ପାଇଁ କିଷାନ କ୍ରେଡିଟ କାର୍ଡର ମଧ୍ୟ ସୁବିଧା ସୁନିଶ୍ଚିତ କରିଛନ୍ତି, ପଶୁମାନଙ୍କର ସ୍ୱାସ୍ଥ୍ୟ ଠିକ ରହିଲେ, ଏଥିପାଇଁ ସବୁଠାରୁ ବଡ଼ ମାଗଣା ଟୀକାକରଣ ଅଭିଯାନ ମଧ୍ୟ ଆମ ସରକାର ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଡବଲ ଇଞ୍ଜିନ ସରକାରଙ୍କ ଏହା ମଧ୍ୟ ପ୍ରୟାସ ଯେ ଡାଏରୀ କୋ-ଅପରେଟିଭରେ ମହିଳାମାନଙ୍କର ଭାଗିଦାରୀ ଆହୁରି ବୃଦ୍ଧି ଘଟୁ । ଗାଁରେ ମହିଳାମାନଙ୍କର ଯେଉଁ ସ୍ୱୟଂ ସହାୟକ ଦଳ ରହିଛି, ସେଗୁଡ଼ିକୁ ମଧ୍ୟ ସଶକ୍ତ କରାଯାଉଛି ।

ସାଥୀମାନେ,

ଯେତେବେଳେ ଦେଶ ସୁସ୍ଥ ରହିବ, ଯେତେବେଳେ ବିକାଶ ପାଇଁ ସମସ୍ତଙ୍କ ଉଦ୍ୟମ ରହିବ, ସେତେବେଳେ ବିକଶିତ ଭାରତର ଲକ୍ଷ୍ୟକୁ ଆମେ ଆହୁରି ଶୀଘ୍ର ହାସଲ କରିପାରିବୁ । ମୁଁ ପୁଣିଥରେ ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚୁଟ ସହିତ ଜଡ଼ିତ ସମସ୍ତ ସାଥୀମାନଙ୍କୁ ମାନବ ସେବାର ଏହି ଉତ୍ତମ ପ୍ରୟାସ ପାଇଁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଭଗବାନ ସାଇ ବାବାଙ୍କ ସହିତ ମୋର ଅତି ଘନିଷ୍ଠ ସମ୍ପର୍କ ଥିଲା ଏବଂ ଆମର ଶ୍ରୀନିବାସ ଜୀଙ୍କ ସହିତ ମଧ୍ୟ ମୋର ଅତି ଘନିଷ୍ଠ ସମ୍ପର୍କ ମଧ୍ୟ ଥିଲା, ଏହି ସମ୍ପର୍କ ପ୍ରାୟ ୪ଠ ବର୍ଷ ବିତିଗଲାଣି ଏବଂ ସେଥିପାଇଁ ନା ମୁଁ ଏଠିକାର କୁଣିଆ, ନା ଅତିଥି, ମୁଁ ଏଠିକାର ଆପଣଙ୍କର ଏହି ଭୂମିର ସନ୍ତାନ ଅଟେ । ଏବଂ ଯେତେବେଳେ ମଧ୍ୟ ଆପଣଙ୍କ ମଧ୍ୟକୁ ଆସିଥାଏ ସେତେବେଳେ ଆପଣଙ୍କ ସହିତ ସମ୍ପର୍କ ପୁଣି ଯୋଡ଼ି ହୋଇ ଯାଇଥାଏ, ପୁରୁଣା ସ୍ମୃତିଗୁଡ଼ିକ ସତେଜ ହୋଇ ଯାଇଥାଏ, ଆହୁରି ଅଧିକ ମଜବୁତର ସହିତ ମନ ଯୋଡ଼ି ହୋଇ ଯାଇଥାଏ ।

ମୋତେ ଏଠାକୁ ପୁଣିଥରେ ନିମନ୍ତ୍ରଣ କରିଥିବାରୁ ଆପଣଙ୍କ ନିକଟରେ ମୁଁ ବହୁତ ବହୁତ କୃତଜ୍ଞ । ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s visit to Indonesia, Australia and New Zealand
July 03, 2026

At the invitation of the President of the Republic of Indonesia, H.E. Mr. Prabowo Subianto, Prime Minister Shri Narendra Modi will pay a visit to Indonesia from 6-8 July, 2026. This will be Prime Minister’s fourth visit to Indonesia and his first bilateral visit since the elevation of India-Indonesia ties to the level of Comprehensive Strategic Partnership in May 2018. During the visit, Prime Minister will hold bilateral discussions with President Prabowo and review the progress made in the partnership. In Jakarta, Prime Minister will address a large gathering of the Indian Diaspora. India and Indonesia share historical and warm people-to-people ties. In keeping with these special bonds, Prime Minister will visit the Prambanan Temple complex at Yogyakarta, a prominent UNESCO world heritage site in Indonesia.

From Indonesia, at the invitation of the Prime Minister of Australia, the Honourable Anthony Albanese MP, Prime Minister will travel to Melbourne from 8-10 July, 2026. In Melbourne, Prime Minister will hold bilateral discussions with Prime Minister Albanese. He will also call on the Governor General of Australia, the Honourable Ms Sam Mostyn AC. During his visit, Prime Minister will also participate in the India-Australia CEOs Forum, where he will address a gathering of top business leaders from both countries. Prime Minister will also address a large gathering of the Indian Diaspora, who constitute a strong pillar of the India-Australia relationship.

From Melbourne, at the invitation of the Prime Minister of New Zealand, Rt Honourable Christopher Luxon, Prime Minister will travel to Auckland for a state visit from 10-11 July, 2026. This will be the first state visit of an Indian Prime Minister to New Zealand in four decades. In Auckland, Prime Minister will hold bilateral discussions with Prime Minister Luxon and review the entire gamut of the bilateral relationship, which has seen significant progress in the last two years, especially in the areas of trade and commerce and defence. While in Auckland, Prime Minister will also interact with prominent business and sports personalities. In a reflection of the strong people-to-people ties that exist between India and New Zealand, Prime Minister will address a large gathering of the Indian Diaspora during the visit.