“ଆଜି ସଂସଦୀୟ ଗଣତନ୍ତ୍ର ପାଇଁ ଗର୍ବର ଦିନ, ଗୌରବର ଦିନ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆମ ନୂଆ ସଂସଦରେ ଏହି ଶପଥ ଗ୍ରହଣ କରାଯାଉଛି”
“ଆସନ୍ତାକାଲି ହେଉଛି ଜୁନ୍ ୨୫ ତାରିଖ । ୫୦ ବର୍ଷ ପୂର୍ବେ ଆଜିର ଦିନରେ ସମ୍ବିଧାନ ଉପରେ କଳା ଦାଗ ଲଗାଯାଇଥିଲା । ଆମେ ଚେଷ୍ଟା କରିବୁ ଯେ ଏଭଳି ଦାଗ ଯେପରି ଦେଶରେ ଆଉ କେବେ ନ ଲାଗେ”
“ସ୍ୱାଧୀନତା ପରେ ଦ୍ୱିତୀୟ ଥର ପାଇଁ କୌଣସି ସରକାର ଲଗାତାର ତୃତୀୟ ଥର ନିମନ୍ତେ ଦେଶର ସେବା କରିବାର ସୁଯୋଗ ପାଇଛନ୍ତି । ୬୦ ବର୍ଷ ପରେ ଏହି ସୁଯୋଗ ଆସିଛି” ;
“ଆମେ ବିଶ୍ୱାସ କରୁଛୁ ଯେ ସରକାର ଚଳାଇବା ପାଇଁ ସଂଖ୍ୟାଗରିଷ୍ଠତା ଆବଶ୍ୟକ , କିନ୍ତୁ ଦେଶ ଚଳାଇବା ପାଇଁ ସହମତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ”
“ମୁଁ ଦେଶବାସୀଙ୍କୁ ଆଶ୍ୱାସନା ଦେଉଛି ଯେ , ତୃତୀୟ ପାଳିରେ ଆମେ ତିନି ଗୁଣ ଅଧିକ ପରିଶ୍ରମ କରିବୁ ଏବଂ ତିନି ଗୁଣ ଫଳାଫଳ ହାସଲ କରିବୁ”
“ଦେଶକୁ ସ୍ଲୋଗାନ ଦରକାର ନାହିଁ, ସାମର୍ଥ୍ୟ ଦରକାର । ଦେଶକୁ ଏକ ଭଲ ବିରୋଧୀ ଦଳ, ଏକ ଦାୟିତ୍ୱବାନ ବିରୋଧୀ ଦଳର ଆବଶ୍ୟକତା ରହିଛି”

ସାଥିମାନେ,

ସଂସଦୀୟ ଗଣତନ୍ତ୍ର ପାଇଁ ଆଜିର ଦିନ ଏକ ଗୌରବର ଦିନ, ବୈରବର ଦିନ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆମ ନୂଆ ସଂସଦରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୁରୁଣା ଗୃହରେ ଏହି ପ୍ରକ୍ରିୟା ଚାଲିଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ମୁଁ ସମସ୍ତ ନବନିର୍ବାଚିତ ସାଂସଦଙ୍କୁ ସ୍ୱାଗତ କରୁଛି, ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି।

ଏହି ସଂସଦ ଗଠନ ର ଉଦ୍ଦେଶ୍ୟ ଭାରତର ସାଧାରଣ ନାଗରିକଙ୍କ ଆକାଂକ୍ଷାପୂରଣ କରିବା । ନୂତନ ଉତ୍ସାହ ଏବଂ ଉଦ୍ଦୀପନା ସହିତ ନୂତନ ଗତି ଏବଂ ନୂତନ ଉନ୍ନତି ହାସଲ କରିବା ପାଇଁ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୁଯୋଗ | 'ଶ୍ରେଷ୍ଠ' ଭାରତ ନିର୍ମାଣରଓ 'ବିକଶିତ' ଭାରତ । ୨୦୪୭ ସୁଦ୍ଧା ଏ ସମସ୍ତ ସ୍ଵପକୁ ନେଇ ଗଠନର ଲକ୍ଷ୍ୟ, ସ୍ୱପ୍ନ ଓ ସଂକଳ୍ପ ନେଇ ଆଜିଠାରୁ ଆରମ୍ଭ ହେଉଛି ୧୮ତମ ଲୋକସଭାର ଅଧିବେଶନ। ବିଶ୍ୱର ସର୍ବବୃହତ ନିର୍ବାଚନ ବହୁତ ଉଚ୍ଚକୋଟିର ଭବ୍ୟ ଓ ଗୌରବମୟ ଭାବରେ ଅନୁଷ୍ଠିତ ହେବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର କଥା। ଏହା ୧୪୦ କୋଟି ଦେଶବାସୀଙ୍କ ପାଇଁ ଗର୍ବର ଉତ୍ସ। ଏହି ନିର୍ବାଚନରେ ୬୫ କୋଟିରୁ ଅଧିକ ଭୋଟର ଅଂଶଗ୍ରହଣ କରିଥିଲେ। ଏହି ନିର୍ବାଚନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସ୍ୱାଧୀନତା ପରେ ଦ୍ୱିତୀୟ ଥର ପାଇଁ ଦେଶର ଜନତା ଏକ ସରକାରଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ସେବା କରିବାର ସୁଯୋଗ ଦେଇଛନ୍ତି । ୬୦ ବର୍ଷ ପରେ ଆସୁଥିବା ଏହି ସୁଯୋଗ ନିଜେ ଏକ ବହୁତ ବଡ ଗୌରବ ପୂର୍ଣ୍ଣ ଘଟଣା ।

ସାଥିମାନେ,

ଯେତେବେଳେ ଦେଶର ଜନତା ତୃତୀୟ ଥର ପାଇଁ ସରକାର ଚୟନ କରିଛନ୍ତି, ଏହା ଏହାର ଉଦ୍ଦେଶ୍ୟ ହେଉଛି ଏହାର ନିୟୁତ ଉପରେ ମୋହର ଲଗାଇଛନ୍ତି, ଏହାର ନୀତି ଉପରେ ମୋହର ଲଗାଇଛନ୍ତି, ଜନତା ଜନର୍ଦ୍ଧନଙ୍କ ଉପରେ ମୋହର ଲଗାଇଛନ୍ତି , ଏହାର ସମର୍ପଣ ଉପରେ ସେମାନେ ସେମାନଙ୍କର ବିଶ୍ୱାସ କୁ ଦୋହରାଇଛନ୍ତି ଏବଂ ଏଥିପାଇଁ ମୁଁ ମୋର ଦେଶର ନାଗରିକମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ବିଗତ ୧୦ ବର୍ଷ ମଧ୍ୟରେ ଆମେ ଏକ ପରମ୍ପରା ପ୍ରତିଷ୍ଠା ପାଇଁ ନିରନ୍ତର ପ୍ରୟାସ କରୁଛୁ କାରଣ ଆମେ ବିଶ୍ୱାସ କରୁ ଯେ ସରକାର ଚଳାଇବା ପାଇଁ ସଂଖ୍ୟାଗରିଷ୍ଠତା ଆବଶ୍ୟକ, କିନ୍ତୁ ଦେଶକୁ ଚଳାଇବା ପାଇଁ ସହମତି ବହୁତ ଜରୁରୀ ଏବଂ ସେଥିପାଇଁ ଆମର ନିରନ୍ତର ପ୍ରୟାସ ରହିବ ଯେ ପ୍ରତ୍ୟେକଙ୍କ ସହମତିରେ ପ୍ରତ୍ୟେକଙ୍କୁ ସାଥିରେ ନେଇ, ମା’ଭଉଣୀଙ୍କ ସେବା କରିବି, ୧୪୦କୋଟି ଦେଶବାସୀଙ୍କ ଆଶା, ଆଂକାକ୍ଷାକୁ ପୂରଣ କରିବି ।

 

ସାଥିମାନେ,

ଆମେ ସମସ୍ତଙ୍କୁ ସାଥିରେ ନେଇ ଚାଲିବାକୁ ଚାହୁଁଛୁ, ସମସ୍ତଙ୍କୁ ସାଥିରେ ନେଇ ସମ୍ବିଧାନର ମର୍ଯ୍ୟାଦାକୁ ପାଳନ କରିବାକୁ ଯାଇ ନିର୍ଣ୍ଣୟକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛୁ । । ସମ୍ବିଧାନର ମର୍ଯ୍ୟାଦାକୁ ଢାଞ୍ଚା ରେ ନିଷ୍ପତ୍ତିକୁ ତ୍ୱରାନ୍ୱିତ କରିବା ଆମର ଲକ୍ଷ୍ୟ । ଅଷ୍ଟାଦଶ ଲୋକସଭାରେ, ବହୁ ସଂଖ୍ୟକ ଯୁବ ସାଂସଦଙ୍କୁ ଦେଖି ଆମେ ଆନନ୍ଦିତ। ଭାରତୀୟ ପରମ୍ପରା ଓ ସାଂସ୍କୃତିକ ଐତିହ୍ୟ ସହ ପରିଚିତ ଲୋକଙ୍କ ପାଇଁ ୧୮ ନମ୍ବରର ବହୁତ ସାତ୍ତ୍ଵିକ ମହତ୍ଵ ରହିଛି। ଭଗବତ ଗୀତାରେ ୧୮ଟି ଅଧ୍ୟାୟ ରହିଛି, ଯେଉଁଥିରେ କର୍ମ, କର୍ତ୍ତବ୍ୟ ଏବଂ କରୁଣାର ବାର୍ତ୍ତା ସେଠାରେ ମିଳିଥାଏ। ଆମ ପରମ୍ପରାରେ ୧୮ଟି ପୁରାଣ ଓ ଉପପୁରାଣ ମଧ୍ୟ ରହିଛି। ୧୮ର ମୂଳ ହେଉଛି ୯ ଏବଂ  ୦ ସଂଖ୍ୟା ଯାହା ପୂର୍ଣ୍ଣତାର ପ୍ରତୀକ ଅଟେ । ୧୮ ବର୍ଷ ବୟସରେ ଆମକୁ ଭୋଟ୍ ଦେବାର ଅଧିକାର ମିଳିଥାଏ। ଅଷ୍ଟାଦଶ ଲୋକସଭା ଭାରତର 'ଅମୃତ କାଳ' ସହିତ ମେଳ ଖାଉଥିବାରୁ ଏହାର ଗଠନ ଏକ ଶୁଭ ସଙ୍କେତ ପାଲଟିଛି।

ସାଥିମାନେ,

ଆଜି ଆମେ ଜୁନ୍ ୨୪ ତାରିଖରେ ବୈଠକ କରୁଛୁ। ଆସନ୍ତାକାଲି ହେଉଛି ଜୁନ୍ ୨୫ ତାରିଖ। ଯେଉଁମାନେ ଆମ ସମ୍ବିଧାନର ମର୍ଯ୍ୟାଦା ବଜାୟ ରଖିବାପାଇଁ ଉତ୍ସର୍ଗୀକୃତ ଏବଂ ଭାରତର ଗଣତାନ୍ତ୍ରିକ ପରମ୍ପରାରେ ବିଶ୍ୱାସ କରନ୍ତି, ସେମାନଙ୍କ ପାଇଁ ଜୁନ୍ ୨୫ ତାରିଖ ଏକ ଅବିସ୍ମରଣୀୟ ଦିନ। ଆସନ୍ତାକାଲି ୨୫ଜୁନକୁ ଭାରତର ଗଣତନ୍ତ୍ରରେ ଏକ କଳା ଦାଗ ଲାଗିଥିଲା, ତାହା  ୫୦ ବର୍ଷ ପୂରିଛି। ଭାରତର ନୂଆ ପିଢ଼ି କେବେ ବି ଭୁଲିବା ଉଚିତ ନୁହେଁ ଯେ କିପରି ସମ୍ବିଧାନକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା, ଭାଙ୍ଗିଦିଆଯାଇଥିଲା ଏବଂ ଦେଶକୁ ଏକ ଜେଲ ଖାଦ୍ୟରେ ପରିଣତ କରାଯାଇଥିଲା, ଗଣତନ୍ତ୍ର ସମ୍ପୂର୍ଣ୍ଣ ଦମନ କରାଗଲା । ଜରୁରୀକାଳୀନ ପରିସ୍ଥିତିର ଏହି ୫୦ ବର୍ଷ ଆମକୁ ଆମ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ଗର୍ବର ସହ ରକ୍ଷା କରିବାକୁ ମନେ ପକାଇଦିଏ । ଦେଶବାସୀ ସଂକଳ୍ପ ନେବା ଦରକାର ଯେ ଏଭଳି ଉପହାସ ଆଉ କେବେ ଘଟିବାକୁ ଦିଆଯିବ ନାହିଁ। ଏକ ଜୀବନ୍ତ ଗଣତନ୍ତ୍ର ସୁନିଶ୍ଚିତ କରିବା ଏବଂ ଭାରତୀୟ ସମ୍ବିଧାନରେ ଦର୍ଶାଯାଇଥିବା ସାଧାରଣ ଲୋକଙ୍କ ସ୍ୱପ୍ନ କୁ ପୂରଣ କରିବା ପାଇଁ ଆମେ ନିଜକୁ ପ୍ରତିଶ୍ରୁତିବଦ୍ଧ କରୁଛୁ ।

 

ସାଥିମାନେ,

ଦେଶର ଜନତା ଆମକୁ ତୃତୀୟ ଥର ପାଇଁ ସୁଯୋଗ ଦେଇଛନ୍ତି, ଯାହା ଏକ ଉଲ୍ଲେଖନୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ବିଜୟ । ଏହା ଦ୍ୱାରା ଆମର ଦାୟିତ୍ୱ ତିନି ଗୁଣ ବଢିଯାଇଛି । ମୁଁ ଆଜି ଦେଶବାସୀଙ୍କୁ ଆଶ୍ୱାସନା ଦେଉଛି ଯେ ଦୁଇ ଥର ସରକାର ଚଳାଇବାର ଅଭିଜ୍ଞତା ସହିତ ଆମେ ତୃତୀୟ ପାଳିରେ ତିନି ଗୁଣ ଅଧିକ ପରିଶ୍ରମ କରିବୁ । ଏହି ନୂଆ ମିଶନ କୁ ଆଗେଇ ନେଇ ଆମେ ତିନିଗୁଣା ଫଳାଫଳ ହାସଲ କରି ରହିବୁ । ଏବଂ ଏହି ସଂକଳ୍ପ ସହିତ ଆମେ ଏହି ନୂତନ ଦାୟିତ୍ୱକୁ ନେଇ ଆଗକୁ ବଢୁଛୁ ।


ମାନନୀୟ ସଦସ୍ୟମାନେ, ଦେଶ ଆମ ସମସ୍ତଙ୍କ ଠାରୁ ବହୁତ ଆଶା ରଖିଛି । ମୁଁ ସମସ୍ତ ସାଂସଦଙ୍କୁ ଅନୁରୋଧ କରୁଛି ଯେ ଏହି ସୁଯୋଗକୁ ଜନକଲ୍ୟାଣ ଏବଂ ସେବା ପାଇଁ ବ୍ୟବହାର କରନ୍ତୁ ଏବଂ ଜନସ୍ୱାର୍ଥ ରେ ସମସ୍ତ ସମ୍ଭବ ପଦକ୍ଷେପ ନିଅନ୍ତୁ । ଲୋକମାନେ ମଧ୍ୟ ବିରୋଧୀଙ୍କ ଠାରୁ ଗଠନମୂଳକ ଅବଦାନ ଆଶା ରଖିଥାନ୍ତି । ଏପର୍ଯ୍ୟନ୍ତ ନିରାଶା ସତ୍ତ୍ୱେ ମୁଁ ଆଶା କରୁଛି ଯେ ଅଷ୍ଟାଦଶ ଲୋକସଭାରେ ବିରୋଧୀ ମାନେ ପ୍ରଭାବଶାଳୀ ଭାବରେ ନିଜର ଭୂମିକା ନିର୍ବାହ କରିବେ ଏବଂ ଆମ ଗଣତନ୍ତ୍ରର ମର୍ଯ୍ୟାଦାକୁ ବଜାୟ ରଖିବେ। ମୁଁ ବିଶ୍ୱାସ କରୁଛି ଯେ ବିରୋଧୀ ମାନେ ଏହି ଆଶା ପୂରଣ କରିବେ ।

ସାଥିମାନେ,

ଗୃହରେ  ସାମାନ୍ୟ ସାଧାରଣ ତର୍କ ବିତର୍କର ଆଶା ରହିଥାଏ ଓ ପରିଶ୍ରମ ରହିଥାଏ । ଲୋକମାନଙ୍କର ଏହି ଅପେକ୍ଷା ନ ଥାଏ ଯେ ନଖରାମି, ନାଟକ ଓ ବିଶୃଙ୍ଖଳା ଆଦି ସେମାନେ ଆଶା କରନ୍ତି ନାହିଁ। ସେମାନେ ସ୍ଲୋଗାନ୍ ଚାହାନ୍ତି ନାହିଁ ସାମର୍ଥ୍ୟ ଚାହୁଁଛନ୍ତି। ଦେଶକୁ ଏକ ଭଲ ଏବଂ ଦାୟିତ୍ୱବାନ ବିରୋଧୀ ଦଳର ଆବଶ୍ୟକତା ରହିଛି ଏବଂ ମୋର ବିଶ୍ୱାସ ଯେ ଅଷ୍ଟାଦଶ ଲୋକସଭାକୁ ନିର୍ବାଚିତ ସାଂସଦମାନେ ସାଧାରଣ ଲୋକଙ୍କ ଏହି ଆଶାପୂରଣ କରିବାକୁ ଚେଷ୍ଟା କରିବେ ।

 

ସାଥିମାନେ,

'ବିକଶିତ ଭାରତ' ପାଇଁ ଆମର ସଂକଳ୍ପ ହାସଲ କରିବା ଆମର ସାମୂହିକ ଦାୟିତ୍ୱ। ଆମେ ମିଳିମିଶି ଏହି ଦାୟିତ୍ୱ ତୁଲାଇବୁ ଏବଂ ଲୋକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିବୁ । ୨୫ କୋଟି ନାଗରିକଙ୍କୁ ଦାରିଦ୍ର୍ୟରୁ ବାହାର କରିବା ଏବଂ  ହେବା ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି ଯେ ଆମେ ଖୁବ୍ ଶୀଘ୍ର ଭାରତରେ ଦାରିଦ୍ର୍ୟ ଦୂରୀକରଣରେ ସଫଳ ହୋଇପାରିବା, ଯାହା କି ମାନବଜାତି ପାଇଁ ଏକ ମହାନ ସେବା ହେବ । ଆମ ଦେଶର ଲୋକ, ୧୪୦ କୋଟି ନାଗରିକ, କଠିନ ପରିଶ୍ରମ କରିବାରେ କୌଣସି ଅବହେଳା  କରନ୍ତି ନାହିଁ । ଆମେ ସେମାନଙ୍କୁ ଅଧିକରୁ ଅଧିକ ସୁଯୋଗ ପ୍ରଦାନ କରିବା ଦରକାର। ଏହା ହିଁ ଆମର ଏକମାତ୍ର ଲକ୍ଷ୍ୟ ଏବଂ ଆମର ଏହି ଗୃହ ସଂକଳ୍ପ ଗୃହରେ ପରିଣତ ହେବ । ଆମ ର ଅଷ୍ଟାଦଶ ଲୋକସଭାରେ ସଂକଳ୍ପ ଭରି ରହିବା ଉଚିତ ଯାହା ସାଧାରଣ ଲୋକଙ୍କ ସ୍ୱପ୍ନକୁ ସାକାର କରିବ ।

ସାଥିମାନେ,

ନବନିର୍ବାଚିତ ସାଂସଦମାନଙ୍କୁ ମୁଁ ପୁଣି ଥରେ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ସମସ୍ତ ସାଂସଦଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଅନେକ ଆଶା ଆକାଂକ୍ଷା ସହିତ ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ଏହି ଦେଶର ଜନସାଧାରଣ ଆମକୁ ଯେଉଁ ନୂତନ ଦାୟିତ୍ୱ ଦେଇଛନ୍ତି ତାହାକୁ ନିଷ୍ଠାର ସହ ପୂରଣ କରିବା ।  ସମର୍ପଣ ଭାବରେ ନିର୍ବାହ କରିବା,  ବହୁତ  ବହୁତ ଧନ୍ୟବାଦ ସାଥିମାନେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour