ଅଭିନବ ଚିନ୍ତାଧାରା, ଉର୍ଜ୍ଜା ଓ ଉଦ୍ଦେଶ୍ୟ ସହ ଯୁବଶକ୍ତି ରାଷ୍ଟ୍ରନିର୍ମାଣରେ ଆଗୁଆ ରହିଛି : ପ୍ରଧାନମନ୍ତ୍ରୀ
ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଯୁବପିଢିଙ୍କୁ ଅନୁପ୍ରାଣିତ କରିଚାଲିଛି
ଯୁବପିଢ଼ି ଉପରେ ସ୍ପଷ୍ଟ ଧ୍ୟାନ ଦେଇ, ଆମେ ବିଭିନ୍ନ ଯୋଜନା ପ୍ରଣୟନ କରିଛୁ; ଏହାପରେ ହିଁ ଭାରତରେ ଷ୍ଟାର୍ଟଅପ୍ ବିପ୍ଳବ ପ୍ରକୃତରେ ଆଗକୁ ବଢିଥିଲା: ପ୍ରଧାନମନ୍ତ୍ରୀ
ସଂସ୍କୃତି, ବିଷୟବସ୍ତୁ ଏବଂ ସୃଜନଶୀଳତା ଚାଳିତ ନାରଙ୍ଗୀ ଅର୍ଥନୀତି କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଭିବୃଦ୍ଧି ଅନୁଭବ କରୁଛି: ପ୍ରଧାନମନ୍ତ୍ରୀ
ଗତ ଦଶନ୍ଧିରେ, ଆମେ ଆରମ୍ଭ କରିଥିବା ବିଭିନ୍ନ ପ୍ରକାରର ସଂସ୍କାର ଏବେ ଏକ 'ସଂସ୍କାର ଏକ୍ସପ୍ରେସ'ରେ ପରିଣତ ହୋଇଛି; ଏହି ସଂସ୍କାରର ମୂଳରେ ଆମର ଯୁବଶକ୍ତି ଅଛି: ପ୍ରଧାନମନ୍ତ୍ରୀ
ଭାରତର ଯୁବପିଢ଼ି ଦେଶକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବା ପାଇଁ ସଂକଳ୍ପ ନେବା ଉଚିତ: ପ୍ରଧାନମନ୍ତ୍ରୀ

କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀ, ସମସ୍ତ ସାଂସଦଗଣ, ବିକଶିତ ଭାରତ ୟଙ୍ଗ ଲିଡର୍ସ ଆହ୍ଵାନର ବିଜେତାଗଣ, ଅନ୍ୟ ମହାନଭବ ତଥା ସମଗ୍ର ଦେଶରୁ ଆସିଥିବା ମୋର ସମସ୍ତ ଯୁବ ସାଥୀ, ବିଦେଶରୁ ଆସିଥିବା ଯେଉଁ ଯୁବକମାନେ ସେମାନଙ୍କୁ ମଧ୍ୟ ଏଠାରେ ନିଶ୍ଚିତ ଏକ ନୂତନ ଅନୁଭବ ମିଳିଥିବ । ଆପଣମାନେ କ୍ଳାନ୍ତ ହୋଇଯାଇନାହାନ୍ତି ତ? ଦୁଇ ଦିନ ଧରି ଆପଣମାନେ ବ୍ୟସ୍ତ ଅଛନ୍ତି,ତେଣୁ ପୁଣି ଥରେ ଏହା ଶୁଣି ଶୁଣି ଥକି ଯିବେ ନାହିଁ ତ? ଏମିତି ବି ପଛ ସିଟରୁ ମୁଁ ଯାହା କହିବା କଥା କହିଦେଇଥିଲି । ମୁଁ ଯେତେବେଳେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲି, ଆପଣମାନଙ୍କ ମଧ୍ୟରୁ ଅନେକ ଜନ୍ମ ହୋଇ ନଥିଲେ । ୨୦୧୪ରେ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଲି,ଆପଣମାନଙ୍କ ମଧ୍ୟରୁ ଅନେକଙ୍କୁ ଛୋଟ ପିଲା ଥିଲେ । କିନ୍ତୁ ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଏବେ ପ୍ରଧାନମନ୍ତ୍ରୀ ଭାବେ ସର୍ବଦା ଯୁବପିଢ଼ିଙ୍କ ଉପରେ ମୋର ବହୁତ ଅଧିକ ବିଶ୍ୱାସ ରହିଆସିଛି । ଆପଣମାନଙ୍କ ସାମର୍ଥ୍ୟ,ଆପଣମାନଙ୍କ ପ୍ରତିଭା, ଆପଣମାନଙ୍କ ଶକ୍ତିରୁ ମୁଁ ସର୍ବଦା ଶକ୍ତି ପାଇଥାଏ । ଏବଂ ଆଜି ମୁଁ ଦେଖୁଛି ଆପଣମାନେ ସମସ୍ତେ ବିକଶିତ ଭାରତ ଗଠନର ଲଗାମ ଧରିଛନ୍ତି । 
ବନ୍ଧୁଗଣ,
୨୦୪୭ ମସିହାରେ,ଯେତେବେଳେ ଆମ ସ୍ୱାଧୀନତାର ଶହେ ବର୍ଷ ପୂରଣ ହେବ, ସେ ପର୍ଯ୍ୟନ୍ତ ଯାତ୍ରା ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହା ସେହି ସମୟ ଯାହାକି ଆପଣମାନଙ୍କ ଜୀବନରେ ବି ସବୁଠାରୁ ମହତ୍ୱପୂର୍ଣ୍ଣ, ଅଥାତ ଆପଣମାନଙ୍କ ପାଇଁ ସବୁଠାରୁ ବଡ଼ ସୁବର୍ଣ୍ଣ ସୁଯୋଗ । ଅର୍ଥାତ, ଆପଣମାନଙ୍କ ସାମର୍ଥ୍ୟ ଭାରତର ସାମର୍ଥ୍ୟ ବନିବ, ଆପଣମାନଙ୍କ ସଫଳତା ଭାରତର ସଫଳତାକୁ ନୂତନ ଶୀର୍ଷତାରେ ପହଞ୍ଚାଇବ । ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗରେ ସହଭାଗିତା ପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଆଗକୁ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା ନିଶ୍ଚତ କରିବି, କିନ୍ତୁ ପ୍ରଥମେ ଆଜି ବିଶେଷ ଦିବସର ଆଲୋଚନା କରିବା ।
 

ବନ୍ଧୁଗଣ,
ଆପଣ ସମସ୍ତେ ଜାଣନ୍ତି ଆଜି ସ୍ୱାମୀ ବିବେକାନନ୍ଦ ଜୀଙ୍କ ଜୟନ୍ତୀ । ସ୍ୱାମୀ ବିବେକାନନ୍ଦନ ଜୀଙ୍କ ବିଚାରଧାରା ଆଜି ମଧ୍ୟ ପ୍ରତ୍ୟେକ ଯୁବକଙ୍କ ପାଇଁ ପ୍ରେରଣାର ଉତ୍ସ । ଆମ ଜୀବନର ଲକ୍ଷ୍ୟ କ’ଣ? ଆମର ଲକ୍ଷ୍ୟ କ’ଣ? ‘ପ୍ରଥମେ ରାଷ୍ଟ୍ର’ ଭାବନା ସହ ଆମେ କିପରି ବଂଚିବା? ଆପର ପ୍ରତ୍ୟେକ ପ୍ରୟାସରେ ସମଜାର, ଦେଶର ମଂଗଳ ରହୁ, ଏହି ଲକ୍ଷ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ମାର୍ଗଦର୍ଶକ, ବଡ଼ ପ୍ରେରଣା । ସ୍ୱାମୀ ବିବେକାନନ୍ଦଙ୍କୁ ସ୍ମରଣ କରି ଆମେ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୨ ତାରିଖରେ ରାଷ୍ଟ୍ରୀୟ ଯୁବ ଦିବସ ପାଳନ କରୁଛନ୍ତି ଏବଂ ତାଙ୍କରି ପ୍ରେରଣାରେ ଆଜି ୧୨ ଜାନୁଆରୀକୁ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ ପାଇଁ ମଧ୍ୟ ଚୟନ କରାଯାଇଛି ।
ବନ୍ଧୁଗଣ,
ମୁଁ ଖୁସି ଯେ ବହୁତ କମ୍ ସମୟରେ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ ଏତେ ବଡ଼ ପ୍ଲାଟଫର୍ମ ହୋଇପାରିଛି । ଏପରି ଏକ ପ୍ଲାଟଫର୍ମ ଯେଉଁଠି ଦେଶର ବିକାଶ ଲକ୍ଷ୍ୟରେ ଯୁବପିଢ଼ି ସିଧାସଳଖ ଅଂଶଗ୍ରହଣ କରିପାରୁଛନ୍ତି । ୫୦ ଲକ୍ଷରୁ ଅଧିକ ଯୁବକ ପଂଜିକୃତ ହୋଇଛନ୍ତି, ୩୦ ଲକ୍ଷରୁ ଅଧିକ ସକ୍ରିୟ ଭାବେ ବିକଶିତ ଭାରତ ଚାଲେଞ୍ଜରେ ଅଂଶଗ୍ରହଣ କରିଛନ୍ତି ଏବଂ ଭାରତର ଭବିଷ୍ୟତ ପାଇଁ ସେମାନଙ୍କ ଚିନ୍ତାଧାରା ବାଣ୍ଟିଛନ୍ତି । ଏତେ ବ୍ୟାପକ ଭାବେ ଯୁବ ସଂପୃକ୍ତି ଅଭୂତପୂର୍ବ । ସମଗ୍ର ବିଶ୍ୱରେ ‘ଥିଙ୍କ ଟ୍ୟାଙ୍କ୍’ ଶବ୍ଦଟି ସାଧାରଣ ଭାବେ ବ୍ୟବହାର ହୋଇଥାଏ । ଥିଙ୍କ ଟ୍ୟାଙ୍କ ଗୁଡ଼ିକ ଆଲୋଚନା କରନ୍ତି ଏବଂ ମତାମତ ନିର୍ଦ୍ଧାରଣକୁ ପ୍ରଭାବିତ କରନ୍ତି । କିନ୍ତୁ ଆଜିର ଉପସ୍ଥାପନା ଏବଂ ଆପଣମାନେ ଯେଉଁଭଳି ଚାଲେଞ୍ଜିଂ ଚିନ୍ତାଧାରା ଉଠାଇଛନ୍ତି ତାହା ଦେଖିବା ପରେ, ମୁଁ ବିଶ୍ୱାସ କରେ ଯେ ଏହି ପ୍ଲାଟଫର୍ମ ନିଜେ ଏକ ପ୍ରତିଷ୍ଠାନରେ ପରିଣତ ହୋଇଛି- ଏକ ଅନନ୍ୟ ବିଶ୍ୱ ଚିନ୍ତନ ଟ୍ୟାଙ୍କ । ଯେତେବେଳେ ଲକ୍ଷଲକ୍ଷ ମନ ଏକ ସ୍ପଷ୍ଟ ଲକ୍ଷ୍ୟ ସହିତ ପରିଭାଷିତ ବିଷୟ ଉପରେ ଏକତ୍ର ମନ୍ଥନ କରନ୍ତି,ସେତେବେଳେ ଚିନ୍ତା କରିବାର ଏହାଠାରୁ ବଡ଼ ଅଭ୍ୟାସ ଅଉ କ’ଣ ହୋଇପାରେ? ବାସ୍ତବରେ ‘ଥିଙ୍କ ଟ୍ୟାଙ୍କ୍’ ଶବ୍ଦଟି ଅପର୍ଯ୍ୟାପ୍ତ ମନେହୁଏ । ଏକ ଟ୍ୟାଙ୍କ ଛୋଟ ହୋଇପାରେ, କିନ୍ତୁ ଏହି ପଦକ୍ଷେପ ସମୁଦ୍ରଠାରୁ ବିସ୍ତୃତ ଏବଂ ଚିନ୍ତାଧାରାରେ ଏହାଠାରୁ ଗଭୀର । ଆଜି ଆପଣମାନେ ଯେଉଁ ବିଷୟଗୁଡ଼ିକ ଉପରେ ଆଲୋଚନା କରିଛନ୍ତି-  ବିଶେଷ କରି ମହିଳା ନେତୃତ୍ୱାଧୀନ ବିକାଶ ଏବଂ ଗଣତନ୍ତ୍ରରେ ଯୁବ ଅଂଶଗ୍ରହଣ - ତାହା ଉଲ୍ଲେଖନୀୟ ପରିପକ୍ୱତାର ସହିତ ସମ୍ବୋଧିତ ହୋଇଛି । ଆପଣମାନଙ୍କ ଉପସ୍ଥାପନା ଗୁଡ଼ିକ ଦର୍ଶାଉଛି ଯେ ଆମର ଅମୃତ ପିଢ଼ି ଏକ ବିକଶିତ ଭାରତ ଗଠନ ପାଇଁ କେତେ ଦୃଢ଼ । ସେମାନେ ଭାରତର ଜେନ୍-ଜେଡର ସ୍ୱଭାବକୁ ମଧ୍ୟ ପ୍ରକାଶ କରନ୍ତି: ସୃଜନଶୀଳ, ଆତ୍ମବିଶ୍ୱାସୀ ଏବଂ ପ୍ରତିବଦ୍ଧ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଁ ମୋର ସମସ୍ତ ଯୁବ ବନ୍ଧୁ ଏବଂ ଯୁବ ଭାରତ ସଂଗଠନ ସହିତ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । 
ବନ୍ଧୁଗଣ,
ଯେତେବେଳେ ମୁଁ ପୂର୍ବରୁ ୨୦୧୪ ବର୍ଷ ବିଷୟରେ କହିଥିଲି, ଏଠାରେ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ଆଠ କିମ୍ବା ଦଶ ବର୍ଷ ବୟସର ହୋଇଥିବେ । ସେତେବେଳେ ଆପଣମାନେ ଖବରକାଗଜ ପଢ଼ିବାର ଅଭ୍ୟାସ ବଢ଼ାଇନଥିବେ । ଆପଣମାନେ ନୀତି ପକ୍ଷାଘାତର ଯୁଗ ଦେଖିନାହାନ୍ତି, ଯେତେବେଳେ ସରକାରଗୁଡ଼ିକୁ ବିଳମ୍ବିତ ନିଷ୍ପତ୍ତି ପାଇଁ ସମାଲୋଚନା କରାଯାଉଥିଲା ଏବଂ ନିଷ୍ପତ୍ତି ନିଆଯିବା ସମୟରେ ମଧ୍ୟ ସେଗୁଡ଼ିକୁ ଖରାପ ଭାବେ କାର୍ଯ୍ୟକାରୀ କରାଯାଉଥିଲା । ନିୟମ ଏବଂ ନୀତି ଏପରି ଥିଲା ଯେ ଯୁବପିଢ଼ି କିଛି ନୂଆ କରିବା କଳ୍ପନା ମଧ୍ୟ କରିପାରିବେ ନାହିଁ । ପ୍ରତ୍ୟେକ ପଦକ୍ଷେପରେ ଯୁବପିଢ଼ି ପ୍ରତିବନ୍ଧକ ଦ୍ୱାରା ଭାରାକ୍ରାନ୍ତ ଥିଲେ ।
 

ବନ୍ଧୁଗଣ,
ସେ ସମୟରେ, ପରୀକ୍ଷା କିମ୍ବା ଚାକିରି ସକାଶେ ଆବେଦନ କରିବା ଭଳି ସରଳ କାର୍ଯ୍ୟ ପାଇଁ କେବଳ ପ୍ରମାଣପତ୍ର ପାଇବାକୁ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଥିଲା । ଫି’ ଦେବା ଅର୍ଥ ଡିମାଣ୍ଡ ଡ୍ରାଫ୍ଟ ପାଇବାକୁ ବ୍ୟାଙ୍କ କିମ୍ବା ପୋଷ୍ଟଅଫିସକୁ ଯିବା । ବ୍ୟବସାୟ ଆରମ୍ଭ କରିବା ପାଇଁ ଏପରିକି ଏକ ଛୋଟ ଋଣ ସକାଶେ ଅନେକ ଗ୍ୟାରେଣ୍ଟି ଆବଶ୍ୟକ ହେଉଥିଲା । ଆଜି ଏହି ପ୍ରକ୍ରିୟା ଗୁଡ଼ିକ ଅବିଶ୍ୱସନୀୟ ମନେହୁଏ, କିନ୍ତୁ ଏହା ଦଶନ୍ଧି ପୂର୍ବେ ବାସ୍ତବତା ଥିଲା ।
ବନ୍ଧୁଗଣ,
ଆପଣମାନେ ଏଠାରେ ଷ୍ଟାର୍ଟ-ଅପ୍ ବିଷୟରେ କହିଥିଲେ, ତେଣୁ ମୁଁ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମର ପରିବର୍ତ୍ତନ ବିଷୟରେ ବୁଝାଉଛି । ଦଶନ୍ଧି ପୂର୍ବରୁ ବିଶ୍ୱସ୍ତରରେ ଷ୍ଟାର୍ଟ-ଅପ୍ ସଂସ୍କୃତି ଆରମ୍ଭ ହୋଇଥିଲେ ମଧ୍ୟ ଭାରତରେ ଏହା ଉପରେ ବହୁତ କମ୍ ଆଲୋଚନା ହୋଇଥିଲା । ୨୦୧୪ ପର୍ଯ୍ୟନ୍ତ, ଦେଶରେ ୫୦୦ରୁ କମ୍ ପଂଜିକୃତ ଷ୍ଟାର୍ଟ-ଅପ୍ ଥିଲେ । ଅତ୍ୟଧିକ ସରକାରୀ ନିୟନ୍ତ୍ରଣ ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରୁଥିଲା, ଫଳରେ ଯୁବ ପ୍ରତିଭାମାନଙ୍କୁ ନବାଚାର ପ୍ରଦର୍ଶନ କରିବା ଦିଗରେ କମ୍ ସୁଯୋଗ ମିଳୁଥିଲା ।
ବନ୍ଧୁଗଣ,
ମୋର ମୋ ଦେଶର ଯୁବପିଢ଼ିଙ୍କ ଉପରେ ବିଶ୍ୱାସ ରହିଛି ଏବଂ ଆପଣଙ୍କ ଦକ୍ଷତା ଉପରେ ବିଶ୍ୱାସ ଅଛି । ସେଥିପାଇଁ ଆମେ ଏକ ଭିନ୍ନ ପଥ ବାଛିଲୁ । ଯୁବପିଢ଼ିଙ୍କୁ କେନ୍ଦ୍ରରେ ରଖି ଆମେ ଗୋଟିଏ ପରେ ଗୋଟିଏ ସଂସ୍କାର ଆରମ୍ଭ କଲୁ, ଏବଂ ଏହିଠାରୁ ଭାରତରେ ଷ୍ଟାର୍ଟ-ଅପ୍ ବିପ୍ଲବ ବାସ୍ତବରେ ତ୍ୱରାନ୍ୱିତ ହୋଇପାରିଲା । ଇଜ୍ ଅଫ୍ ଡୁଇଙ୍ଗ୍ ବ୍ୟବସାୟରେ ସଂସ୍କାର, ଷ୍ଟାର୍ଟ-ଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ପାଣ୍ଠିର ପାଣ୍ଠି, ଟିକସ ଏବଂ ଅନୁପାଳନ ସରଳୀକରଣ - ଏହିପରି ଅନେକ ପଦକ୍ଷେପ ନିଆଯାଇଥିଲା । କେତେକ କ୍ଷେତ୍ର ଯେଉଁଗୁଡ଼ିକରେ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସରକାର ପ୍ରାଧାନ୍ୟ ବିସ୍ତାର କରିଥିଲେ, ସେଗୁଡ଼ିକୁ ଯୁବ ନେତୃତ୍ୱାଧୀନ ନବସୃଜନ ଓ ଉଦ୍ୟୋଗ ପାଇଁ ଖୋଲାଯାଇଥିଲା । ଏହି ପ୍ରୟାସର ପ୍ରଭାବ ନିଜେ ଏକ ଉଲ୍ଲେଖନୀୟ ସଫଳତାର କାହାଣୀ ପାଲଟିଛି ।
ବନ୍ଧୁଗଣ,
ମହାକାଶ କ୍ଷେତ୍ରକୁ ଉଦାହରଣ ଭାବେ ନିଅନ୍ତୁ । ପାଞ୍ଚ କିମ୍ବା ଛଅ ବର୍ଷ ପୂର୍ବେ ମହାକାଶ କ୍ଷେତ୍ରକୁ ଆଗକୁ ନେବାର ଦାୟିତ୍ୱ କେବଳ ଇସ୍ରୋ ଉପରେ ନ୍ୟସ୍ତ ଥିଲା । ଆମେ ମହାକାଶ କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ପାଇଁ ଖୋଲି ଦେଇଥିଲୁ, ଆବଶ୍ୟକ ଢାଞ୍ଚା ସୃଷ୍ଟି କରିଥିଲୁ ଏବଂ ସହାୟକ ପ୍ରତିଷ୍ଠାନ ସ୍ଥାପନ କରିଥିଲୁ । ଫଳସ୍ୱରୂପ ଆଜି ଭାରତର ମହାକାଶ କ୍ଷେତ୍ରରେ ୩୦୦ ରୁ ଅଧିକ ଷ୍ଟାର୍ଟ-ଅପ୍ କାର୍ଯ୍ୟ କରୁଛନ୍ତି । ଅଳ୍ପ ଦିନ ମଧ୍ୟରେ ଆମର ଷ୍ଟାର୍ଟ-ଅପ୍ ସ୍କାଏରୁଟ ଏରୋସ୍ପେସ୍ ଏହାର ରକେଟ, ବିକ୍ରମ-ଏସ୍ ବିକଶିତ କରିଛି । ଅନ୍ୟଏକ ଷ୍ଟାର୍ଟ-ଅପ୍ ଅଗ୍ନିକୁଳ କସମସ୍ ବିଶ୍ୱର ପ୍ରଥମ ଥ୍ରୀଡି ପ୍ରିଣ୍ଟେଡ ଇଞ୍ଜିନ ତିଆରି କରି ବିଶ୍ୱକୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଏସବୁ ଷ୍ଟାର୍ଟ-ଅପ୍ ଗୁଡ଼ିକର ଶକ୍ତିର ପରିଣାମ । ଭାରତର ମହାକାଶ ଷ୍ଟାର୍ଟ-ଅପ୍ ଗୁଡ଼ିକ ଏବେ ନିରନ୍ତର ସେମାନଙ୍କର କ୍ଷମତା ପ୍ରଦର୍ଶନ କରୁଛନ୍ତି ।
 

ବନ୍ଧୁଗଣ,
ମୁଁ ଏବେ ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ । କଳ୍ପନା କରନ୍ତୁ, ଯଦି ଡ୍ରୋନ ଉଡ଼ାଇବା ଉପରେ ଚବିଶ ଘଣ୍ଟା କଟକଣା ଥାଆନ୍ତା ତେବେ କ’ଣ ହୋଇଥାନ୍ତା । ପୂର୍ବରୁ ଠିକ୍ ସେହିପରି ପରିସ୍ଥିତି ଥିଲା । ଆମ ଦେଶରେ,ଡ୍ରୋନ ଉଡ଼ାଇବା ଏବଂ ନିର୍ମାଣ କରିବା ଉଭୟ ଆଇନ ଜାଲରେ ଫସି ରହିଥିଲେ । ଲାଇସେନ୍ସ ପାଇବା ଏକ ପର୍ବତ ଚଢ଼ିବା ଭଳି ଥିଲା ଏବଂ ସବୁ କିଛିକୁ କେବଳ ସୁରକ୍ଷା ଦୃଷ୍ଟିକୋଣରୁ ଦେଖାଯାଉଥିଲା । ଆମେ ନୂତନ ନିୟମ ପ୍ରଣୟନ କରିଛୁ ଏବଂ ସେଗୁଡ଼ିକର ସରଳୀକରଣ କରିଛୁ । ଫଳସ୍ୱରୂପ, ଆଜି ଅନେକ ଯୁବକ ଡ୍ରୋନ୍ ସମ୍ବନ୍ଧୀୟ କ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ପାଇଛନ୍ତି । ଯୁଦ୍ଧକ୍ଷେତ୍ରରେ ଭାରତରେ ନିର୍ମିତ ଡ୍ରୋନ୍ ଦେଶର ଶତ୍ରୁମାନଙ୍କୁ ପରାସ୍ତ କରୁଛି ଏବଂ କୃଷି କ୍ଷେତ୍ରରେ ଆମର ନମୋ ଡ୍ରୋନ୍ ଦିନି ଭଉଣୀମାନେ କୃଷିକ୍ଷେତ୍ରରେ ଡ୍ରୋନ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି ।
ବନ୍ଧୁଗଣ,
ପୂର୍ବରୁ ପ୍ରତିରକ୍ଷା କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ସରକାରୀ କମ୍ପାନି ଗୁଡ଼ିକ ଉପରେ ନିର୍ଭର କରୁଥିଲା । ଆମ ସରକାର ଏହାକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି ଏବଂ ଭାରତର ପ୍ରତିରକ୍ଷା ଇକୋସିଷ୍ଟମର ଦ୍ୱାର ଷ୍ଟାର୍ଟଅପ୍ ପାଇଁ ଖୋଲି ଦେଇଛନ୍ତି । ଏହା ଆମ ଯୁବପିଢ଼ିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଲାଭ ଆଣିଛି । ଆଜି, ଭାରତରେ ଏକ ହଜାରରୁ ଅଧିକ ପ୍ରତିରକ୍ଷା ଷ୍ଟାର୍ଟଅପ୍ କାମ କରୁଛନ୍ତି । ଜଣେ ଯୁବ ଉଦ୍ୟୋଗୀ ଡ୍ରୋନ ନିର୍ମାଣ କରୁଛନ୍ତି, ଅନ୍ୟଜଣେ ଡ୍ରୋନ-ବିରୋଧୀ ସିଷ୍ଟମର ବିକାଶ କରୁଛନ୍ତି, କିଛି ଏଆଇ -ଆଧାରିତ କ୍ୟାମେରା ନିର୍ମାଣ କରୁଛନ୍ତି, ଯେତେବେଳେ ଅନ୍ୟମାନେ ରୋବୋଟିକ୍ସ କ୍ଷେତ୍ରରେ କାମ କରୁଛନ୍ତି ।
ବନ୍ଧୁଗଣ,
ଭାରତରେ ଡିଜିଟାଲ ଇଣ୍ଡିଆ ମଧ୍ୟ ସୃଷ୍ଟିକର୍ତ୍ତାଙ୍କ ଏକନୂତନ ସମ୍ପ୍ରଦାୟ ସୃଷ୍ଟି କରିଛି । ଆଜି ଭାରତ ଅରେଞ୍ଜ ଇକୋନୋମି ଅର୍ଥାତ୍,ସଂସ୍କୃତି, ବିଷୟବସ୍ତୁ ଏବଂ ସୃଜନଶୀଳତାରେ ଅଭୂତପୂର୍ବ ଅଭିବୃଦ୍ଧି ଦେଖୁଛି । ଭାରତ ମିଡିଆ, ଚଳଚ୍ଚିତ୍ର, ଗେମିଙ୍ଗ, ସଙ୍ଗୀତ, ଡିଜିଟାଲ ବିଷୟବସ୍ତୁ ଏବଂ ଭିଆର-ଏକ୍ସଆ ଟେକ୍ନୋଲୋଜି ଭଳି କ୍ଷେତ୍ରରେ ବୈଶ୍ୱିକ ହବ୍ ଭାବେ ଉଭା ହୋଇଛି । ଏଠାରେ ଏକ ଉପସ୍ଥାପନାରେ ଆମର ସଂସ୍କୃତି ରପ୍ତାନି କରିବା ବିଷୟରେ କୁହାଯାଇଥିଲା । ମୁଁ ଉପସ୍ଥିତ ଯୁବପିଢ଼ିଙ୍କୁ ଅନୁରୋଧ କରୁଛି: ଆମ ପାଖରେ ରାମାୟଣ, ମହାଭାରତ ଏବଂ ଆହୁରି ଅନେକ କାହାଣୀ ଏବଂ କିମ୍ବଦନ୍ତୀର ଏତେ ବିଶାଳ ଭଣ୍ଡାର ରହିଛି । ଆମେ କ’ଣ ଏଗୁଡ଼ିକୁ ଗେମିଙ୍ଗ ଜଗତରେ ନେଇପାରିବୁ? ବିଶ୍ୱସ୍ତରରେ ଗେମିଙ୍ଗ ଏକ ବିଶାଳ ବଜାର ଏବଂ ଏକ ପ୍ରମୁଖ ଅର୍ଥନୀତି । ଆମେ ଆମର ପୌରାଣିକ କାହାଣୀ ଉପରେ ଆଧାରିତ ଅଭିନବ ଖେଳ ସୃଷ୍ଟି କରିପାରିବା । ଆମର ହନୁମାନ ଜୀ ବିଶ୍ୱବ୍ୟାପୀ ଖେଳାଳିଙ୍କ କଳ୍ପନାକୁ ତୋଳି ଧରିପାରିବେ । ଏହିପରି ଭାବେ ଆମର ସଂସ୍କୃତିକୁ ଆଧୁନିକ ରୂପରେ ରପ୍ତାନି କରାଯିବ, ପ୍ରଯୁକ୍ତିବିଦ୍ୟାକୁ ଏହାର ମାଧ୍ୟମ ଭାବେ ବ୍ୟବହାର କରି । ଆଜି ମଧ୍ୟ ମୁଁ ଅନେକ ଭାରତୀୟ ଷ୍ଟାର୍ଟଅପ୍ ଦେଖୁଛି ଯେଉଁମାନେ ଗେମିଙ୍ଗ ମାଧ୍ୟମରେ ଭାରତର କାହାଣୀଗୁଡ଼ିକୁ ସୁନ୍ଦର ଭାବେ ଉପସ୍ଥାପନ କରୁଛନ୍ତି, ପିଲାମାନେ ଖେଳୁଥିବା ସମୟରେ ଭାରତକୁ ବୁଝିବା ସହଜ କରୁଛନ୍ତି ।
ବନ୍ଧୁଗଣ,
ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭସ) ଯୁବ ସୃଷ୍ଟିକର୍ତ୍ତାଙ୍କ ପାଇଁ ଏକ ଶକ୍ତିଶାଳୀ ଲଞ୍ଚପ୍ୟାଡ ପାଲଟିଛି । ଆପଣ କେଉଁ କ୍ଷେତ୍ରର ଅଟନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆଜି ଭାରତ ଅସୀମ ସମ୍ଭାବନା ପାଇଁ ଦ୍ୱାର ଖୋଲି ଦେଉଛି । ତେଣୁ, ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ସମସ୍ତ ଯୁବପିଢ଼ି ଏବଂ ଦେଶର ଯୁବପିଢ଼ିଙ୍କୁ ମୋର ଆହ୍ୱାନ ହେଉଛି : ଆପଣଙ୍କ ଚିନ୍ତାଧାରା ସହିତ ଆଗକୁ ବଢ଼ନ୍ତୁ ବିପଦ ନେବାକୁ ଦ୍ୱିଧା କରନ୍ତୁ ନାହିଁ । ସରକାର ଆପଣଙ୍କ ସହିତ କାନ୍ଧକୁ କାନ୍ଧ ମିଳା ଚାଲୁଛି ।
ବନ୍ଧୁଗଣ,
ଗତ ଦଶନ୍ଧି ଧରି ଆମେ ଆରମ୍ଭ କରିଥିବା ବହୁଗୁଡ଼ିଏ ପରିବର୍ତ୍ତନ ଏବଂ ସଂସ୍କାର ଏବେ ଏକ ସଂସ୍କାର ଏକ୍ସପ୍ରେସର ପରିଣତ ହୋଇଛି । ଏହି ସଂସ୍କାରର ମୂଳରେ ଆପଣ- ଆମର ଯୁବଶକ୍ତି । ଜିଏସଟିରେ ପରବର୍ତ୍ତୀ ପିଢ଼ିର ସଂସ୍କାର ଯୁବପିଢ଼ି ଓ ଉଦ୍ୟୋଗୀମାନଙ୍କ ପାଇଁ ପ୍ରକ୍ରିୟାଗୁଡ଼ିକୁ ଆହୁରି ସରଳ କରିଛି । ବାର ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଏବେ କରମୁକ୍ତ, ଯାହା କାର୍ଯ୍ୟବଳରେ ପ୍ରବେଶ କରୁଥିବା କିମ୍ବା ନୂତନ ବ୍ୟବସାୟ ଆରମ୍ଭ କରୁଥିବା ଲୋକମାନଙ୍କ ପାଇଁ ସଞ୍ଚୟର ସମ୍ଭାବନାକୁ ଯଥେଷ୍ଟ ବୃଦ୍ଧି କରେ ।
 

ବନ୍ଧୁଗଣ,
ଆଜି ଆପଣ ସମସ୍ତେ ଜାଣନ୍ତି ବିଦୁ୍ୟତ କେବଳ ଆଲୋକର ଉତ୍ସ ନୁହେଁ । ଏଆଇ ଏବଂ ଡାଟା ସେଣ୍ଟରଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର ଏବଂ ଉତ୍ପାଦନ ପର୍ଯ୍ୟନ୍ତ, ପ୍ରତ୍ୟେକ ଆଧୁନିକ ଇକୋସିଷ୍ଟମକୁ ପ୍ରଚୁର ଶକ୍ତି ଆବଶ୍ୟକ । ସେଥିପାଇଁ ଭାରତ ନିଶ୍ଚିତ ଶକ୍ତି ସୁନିଶ୍ଚିତ କରୁଛି । ବେସାମରିକ ପରମାଣୁ ଶକ୍ତି ସହିତ ଜଡ଼ିତ ସଂସ୍କାର - ଶାନ୍ତି ଆଇନ ଏହି ଉଦେ୍ଦଶ୍ୟ ସହିତ ହାତକୁ ନିଆଯାଇଛି । ଏହା ପରମାଣୁ କ୍ଷେତ୍ରରେ ହଜାର ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବ ଏବଂ ଅନ୍ୟ କ୍ଷେତ୍ର ଗୁଡ଼ିକରେ ମଧ୍ୟ ବହୁଗୁଣ ପ୍ରଭାବ ପକାଇପାରିବ ।
ବନ୍ଧୁଗଣ,
ବିଶ୍ୱର ବିଭିନ୍ନ ଦେଶର ଭିନ୍ନ ଭିନ୍ନ ଆବଶ୍ୟକତା ଏବଂ ଚାହିଦା ରହିଛି, ଏବଂ ସେମାନଙ୍କର କାର୍ଯ୍ୟବଳ କ୍ରମାଗତ ଭାବେ ହ୍ରାସ ପାଉଛି । ଆମର ପ୍ରୟାସ ହେଉଛି, ଭାରତର ଯୁବପିଢ଼ି ବିଶ୍ୱସ୍ତରରେ ଉଭା ହେଉଥିବା ସୁଯୋଗ ପାଇଁ ପ୍ରସ୍ତୁତ ହେବା । ତେଣୁ ଦକ୍ଷତା ବିକାଶ କ୍ଷେତ୍ରରେ ନିରନ୍ତର ସଂସ୍କାର ଅତ୍ୟାବଶ୍ୟକ ଏବଂ ଆମେ ସେଗୁଡ଼ିକୁ ସକ୍ରିୟ ଭାବେ ଅନୁସରଣ କରୁଛୁ । ନୂତନ ଜାତୀୟ ଶିକ୍ଷାନୀତି ପ୍ରଚଳନ ପରେ, ଉଚ୍ଚଶିକ୍ଷା ସହିତ ଜଡ଼ିତ ନିୟମାବଳୀରେ ମଧ୍ୟ ସଂସ୍କାର କରାଯାଉଛି । ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଏବେ ଭାରତରେ ସେମାନଙ୍କର କ୍ୟାମ୍ପସ ଖୋଲୁଛନ୍ତି । ସମ୍ପ୍ରତି, ହଜାର ହଜର କୋଟି ଟଙ୍କାର ନିବେଶ ସହିତ ପିଏମ ସେତୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପଦକ୍ଷେପ ହଜାର ହଜାର ଆଇଟିଆଇକୁ ଅପଗ୍ରେଡ୍ କରିବ, ଯାହାଦ୍ୱାରା ଯୁବପିଢ଼ିଙ୍କୁ ଶିଳ୍ପର ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ପ୍ରଶିକ୍ଷଣ ଦିଆଯାଇପାରିବ । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ, ଭାରତ ଅନେକ ଦେଶ ସହ ବାଣିଜ୍ୟ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିଛି, ଯାହା ଭାରତୀୟ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ଆଣୁଛି । 
ବନ୍ଧୁଗଣ,
କୌଣସି ଦେଶ ଆତ୍ମବିଶ୍ୱାସ ବିନା ଆତ୍ମନିର୍ଭରଶୀଳ କିମ୍ବା ବିକଶିତ ହୋଇପାରିବନାହିଁ । ଆମର କ୍ଷମତା, ଆମର ଐତିହ୍ୟ ଏବଂ ଆମର ଉପକରଣ ପ୍ରତି  ଗର୍ବର ଅଭାବ ଆମକୁ ଦୁର୍ବଳ କରେ । ଆମକୁ ପ୍ରତିବଦ୍ଧତା ଓ ଗର୍ବର ଭାବନା ଆବଶ୍ୟକ,ଏବଂ ଆମକୁ ଶକ୍ତି ଓ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବାକୁ ପଡ଼ିବ । ଆପଣମାନେ ନିଶ୍ଚିତ ବ୍ରିଟିଶ ରାଜନେତା ମ୍ୟାକାଲେଙ୍କ ବାବଦରେ ପଢ଼ିଥିବେ, ଯିଏ ଉପନିବେଶବାଦ ସମୟରେ ମାନସିକ ଭାବେ ଦାସତ୍ୱରେ ଥିବା ଭାରତୀୟମାନଙ୍କର ଏକ ପିଢ଼ି ସୃଷ୍ଟି କରିବା ପାଇଁ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟ କରିଥିଲେ । ଏହା ସ୍ୱଦେଶୀ ପରମ୍ପରା, ଉତ୍ପାଦ ଏବଂ କ୍ଷମତା ପ୍ରତି ଏକ ହୀନମନ୍ୟତାକୁ ପ୍ରୋତ୍ସାହିତ କରିଥିଲା । ବିଦେଶୀ କିମ୍ବା ଆମଦାନୀ ହେବା ଶ୍ରେଷ୍ଠତାର ଗ୍ୟାରେଣ୍ଟି ଭାବେ ଦେଖାଯାଉଥିଲା । ଆଜିର ସମୟରେ କ’ଣ ସେହି ମାନସିକତା ଗ୍ରହଣୀୟ? ଆମକୁ ଏହି ଦାସତ୍ୱର ଅନ୍ତ ଏକାଠି କରିବାକୁ ପଡ଼ିବ । ଆସନ୍ତା ଦଶ ବର୍ଷ ପରେ ମ୍ୟାକାଲେଙ୍କ କାର୍ଯ୍ୟକୁ ଦୁଇଶହ ବର୍ଷ ବିତିଯିବ, ଏବଂ ସେହି ଦୁଇ ଶତାବ୍ଦୀର ଅନ୍ୟାୟକୁ ଧୋଇବା ଏହି ପିଢ଼ିର ଦାୟିତ୍ୱ । ଆମ ହାତରେ ଆହୁରି ଦର୍ଶ ବର୍ଷ ଅଛି, ଏବଂ ମୋର ପୂର୍ଣ୍ଣବିଶ୍ୱାସ ଅଛି ଯେ ବର୍ତ୍ତମାନର ଯୁବପିଢ଼ି ଏହି କାର୍ଯ୍ୟକୁ ହାସଲ କରିପାରିବ । ଦାସତ୍ୱର ମାନସିକତାରୁ ଦେଶକୁ ମୁକ୍ତ କରିବାକୁ ପ୍ରତ୍ୟେକ ନାଗରିକଙ୍କୁ ସଂକଳ୍ପ ନେବାକୁ ପଡ଼ିବ ।
 

ବନ୍ଧୁଗଣ,
କୌଣସି ଦେଶ ଆତ୍ମବିଶ୍ୱାସ ବିନା ଆତ୍ମନିର୍ଭରଶୀଳ କିମ୍ବା ବିକଶିତ ହୋଇପାରିବନାହିଁ । ଆମର କ୍ଷମତା, ଆମର ଐତିହ୍ୟ ଏବଂ ଆମର ଉପକରଣ ପ୍ରତି  ଗର୍ବର ଅଭାବ ଆମକୁ ଦୁର୍ବଳ କରେ । ଆମକୁ ପ୍ରତିବଦ୍ଧତା ଓ ଗର୍ବର ଭାବନା ଆବଶ୍ୟକ,ଏବଂ ଆମକୁ ଶକ୍ତି ଓ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବାକୁ ପଡ଼ିବ । ଆପଣମାନେ ନିଶ୍ଚିତ ବ୍ରିଟିଶ ରାଜନେତା ମ୍ୟାକାଲେଙ୍କ ବାବଦରେ ପଢ଼ିଥିବେ, ଯିଏ ଉପନିବେଶବାଦ ସମୟରେ ମାନସିକ ଭାବେ ଦାସତ୍ୱରେ ଥିବା ଭାରତୀୟମାନଙ୍କର ଏକ ପିଢ଼ି ସୃଷ୍ଟି କରିବା ପାଇଁ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟ କରିଥିଲେ । ଏହା ସ୍ୱଦେଶୀ ପରମ୍ପରା, ଉତ୍ପାଦ ଏବଂ କ୍ଷମତା ପ୍ରତି ଏକ ହୀନମନ୍ୟତାକୁ ପ୍ରୋତ୍ସାହିତ କରିଥିଲା । ବିଦେଶୀ କିମ୍ବା ଆମଦାନୀ ହେବା ଶ୍ରେଷ୍ଠତାର ଗ୍ୟାରେଣ୍ଟି ଭାବେ ଦେଖାଯାଉଥିଲା । ଆଜିର ସମୟରେ କ’ଣ ସେହି ମାନସିକତା ଗ୍ରହଣୀୟ? ଆମକୁ ଏହି ଦାସତ୍ୱର ଅନ୍ତ ଏକାଠି କରିବାକୁ ପଡ଼ିବ । ଆସନ୍ତା ଦଶ ବର୍ଷ ପରେ ମ୍ୟାକାଲେଙ୍କ କାର୍ଯ୍ୟକୁ ଦୁଇଶହ ବର୍ଷ ବିତିଯିବ, ଏବଂ ସେହି ଦୁଇ ଶତାବ୍ଦୀର ଅନ୍ୟାୟକୁ ଧୋଇବା ଏହି ପିଢ଼ିର ଦାୟିତ୍ୱ । ଆମ ହାତରେ ଆହୁରି ଦର୍ଶ ବର୍ଷ ଅଛି, ଏବଂ ମୋର ପୂର୍ଣ୍ଣବିଶ୍ୱାସ ଅଛି ଯେ ବର୍ତ୍ତମାନର ଯୁବପିଢ଼ି ଏହି କାର୍ଯ୍ୟକୁ ହାସଲ କରିପାରିବ । ଦାସତ୍ୱର ମାନସିକତାରୁ ଦେଶକୁ ମୁକ୍ତ କରିବାକୁ ପ୍ରତ୍ୟେକ ନାଗରିକଙ୍କୁ ସଂକଳ୍ପ ନେବାକୁ ପଡ଼ିବ ।
ବନ୍ଧୁଗଣ,
ଆମର ଶାସ୍ତ୍ରଗୁଡ଼ିକ କହେ ଏବଂ ଏହା ଏଠାରେ ଏକ ଷ୍ଟାର୍ଟ-ଅପ ଉପସ୍ଥାପନାରେ ମଧ୍ୟ ଉଲ୍ଲେଖ କରାଯାଇଥିଲା - ‘ଆ ନୋ ଭଦ୍ରାଃ କୃତଭୋ ଯନ୍ତୁ ବିଶ୍ୱଭୋଃ”, ଅର୍ଥାତ୍ ସମସ୍ତ ଦିଗରୁ ଆମ ପାଖକୁ ମହାନ ଶୁଭ ଏବଂ ହିତକର ଚିନ୍ତାଧାରା ଆସିବା ଉଚିତ । ତୁମେ ବିଶ୍ୱର ସର୍ବୋତ୍ତମ ଅଭ୍ୟାସରୁ ଶିଖିବା ଉଚିତ, କିନ୍ତୁ କେବେ ବି ନିଜସ୍ୱ ଐତିହ୍ୟ ଏବଂ ଚିନ୍ତାଧାରାକୁ ଅବମାନନା କରିବାର ପ୍ରବୃତ୍ତିକୁ ପ୍ରାଧାନ୍ୟ ଦେବାକୁ ଦିଅ ନାହିଁ । ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଆମକୁ ଏହା ଶିଖାଏ । ସେ ବିଶ୍ୱ ଭ୍ରମଣ କରିଥିଲେ,ଏହାର ଶକ୍ତିକୁ ପ୍ରଶଂସା କରିଥିଲେ, ତଥାପି ଭାରତର ସଭ୍ୟତା ବିଷୟରେ ପ୍ରସାରିତ ଭୁଲ ଧାରଣାକୁ ନିରନ୍ତର ଚାଲେଞ୍ଜ କରିଥିଲେ । ସେ କେବଳ ଲୋକପ୍ରିୟ ହୋଇଥିବାରୁ ଚିନ୍ତାଧାରାକୁ ଗ୍ରହଣ କରିନଥିଲେ, ବରଂ ସେ ସାମାଜିକ ଦୁଷ୍ଟତାର ମୁକାବିଲା କରିଥିଲେ ଏବଂ ଏକ ଉନ୍ନତ ଭାରତ ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ । ସମାନ ଆତ୍ମା ସହିତ ଆମର ଯୁବଶକ୍ତିକୁ ଏବେ ଆଗକୁ ବଢ଼ିବାକୁ ପଡ଼ିବ । ଏବଂ ସମାନ ସମୟରେ ତୁମର ଫିଟନେସର ଯତ୍ନ ନିଅ- ଖେଳ,ହସ ଏବଂ ପୂର୍ଣ୍ଣ ଭାବରେ ବଞ୍ଚ ।
ତୁମ ସମସ୍ତଙ୍କ ଉପରେ, ତୁମର କ୍ଷମତା ଏବଂ ତୁମର ଶକ୍ତି ଉପରେ ମୋର ଅଟଳ ବିଶ୍ୱାସ ରହିଛି । ଏହି କଥା ସହିତ, ମୁଁ ପୁଣି ଥରେ ଜାତୀୟ ଯୁବ ଦିବସରେ ଆପଣ ସମସ୍ତଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଜଣାଉଛି । ଗୋଟିଏ ଶେଷ ପରାମର୍ଶ, ମୁଁ ଆପଣମାନଙ୍କୁ ଦେବାକୁ ଚାହୁଁଛି: ଏହି ଡାଇଲଗ ପ୍ରୋଗ୍ରାମ ରାଜ୍ୟସ୍ତରରେ ତଥା ରାଜ୍ୟ ଭିତରେ ବିକାଶ ବିଷୟରେ ଆଲୋଚନା କରିବାକୁ ଆୟୋଜନ ହେବା ଉଚିତ । ଏହାପରେ ଆମେ ଜିଲ୍ଲାସ୍ତରୀୟ ଆଲୋଚନା ଆଡ଼କୁ ଯିବା ଉଚିତ । ଏହିପରି ଭାବରେ ଆମେ ଯାହାକୁ ଏକ ଥିଙ୍କଟ୍ୟାଙ୍କ କହୁଛୁ ତାହା ଏକ ଥିଙ୍କ ୱେବରେ ପରିଣତ ହୋଇପାରିବ । ମୋର ଶୁଭକାମନା ସର୍ବଦା ଆପଣମାନଙ୍କ ସହ ଅଛି ।
ବନ୍ଧୁଗଣ, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”