କ୍ରୀଡ଼ାବିତ୍ ଓ ସେମାନଙ୍କ ପରିବାର ସହିତ ଏକ ଅନୌପଚାରିକ, ସ୍ୱତଃସ୍ଫୂର୍ତ୍ତ ବାତାବରଣରେ ଆଲୋଚନା
ଆପଣମାନଙ୍କ ସହିତ 135 କୋଟି ଭାରତୀୟଙ୍କ ଶୁଭକାମନା ଆଶୀର୍ବାଦ ସ୍ୱରୂପ ରହିଛି : ପ୍ରଧାନମନ୍ତ୍ରୀ
ଉନ୍ନତ ପ୍ରଶିକ୍ଷଣ ଶିବିର, ସରଞ୍ଜାମ, ଅନ୍ତର୍ଜାତୀୟ ସୁଯୋଗ ଖେଳାଳୀମାନଙ୍କୁ ଯୋଗାଇ ଦିଆଯାଇଛି : ପ୍ରଧାନମନ୍ତ୍ରୀ
ଏକ ନୂତନ ଚିନ୍ତାଧାରା ଓ ନୂତନ ଦୃଷ୍ଟିକୋଣ ନେଇ ଆଜି ସାରା ଦେଶ କିପରି ଭାବେ ପ୍ରତ୍ୟେକ କ୍ରୀଡ଼ାବିତ୍‌ଙ୍କ ସହ ଛିଡ଼ା ହୋଇଛି ତାହା ସେମାନେ ଅନୁଭବ କରିପାରୁଛନ୍ତି : ପ୍ରଧାନମନ୍ତ୍ରୀ
ପ୍ରଥମ ଥର ପାଇଁ ସର୍ବାଧିକ ସଂଖ୍ୟକ କ୍ରୀଡ଼ାବିତ୍ ସର୍ବାଧିକ କ୍ରୀଡ଼ା ବର୍ଗରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି: ପ୍ରଧାନମନ୍ତ୍ରୀ
କେତେକ କ୍ରୀଡ଼ା ବର୍ଗରେ ପ୍ରଥମ ଥର ପାଇଁ ଭାରତୀୟ କ୍ରୀଡ଼ାବିତ୍‌ମାନେ ଯୋଗ୍ୟତା ଅର୍ଜନ କରିଛନ୍ତି : ପ୍ରଧାନମନ୍ତ୍ରୀ
‘Cheer4India’ (ଭାରତୀୟ ଦଳକୁ ଉତ୍ସାହିତ କରିବା) ପ୍ରତ୍ୟେକ ଦେଶବାସୀଙ୍କ ଦାୟିତ୍ୱ

ଆପଣମାନଙ୍କ ସହ କଥା ହୋଇ ମତେ ବହୁତ ଭଲ ଲାଗିଲା । ସମସ୍ତଙ୍କ ସହିତ ତ କଥା ହୋଇପାରିଲି ନାହିଁ । କିନ୍ତୁ ଆପଣମାନଙ୍କ ଉଦ୍ଦୀପନା, ଆପଣମାନଙ୍କ ଉତ୍ସାହ, ସମଗ୍ର ଦେଶର ପ୍ରତ୍ୟେକ ଲୋକ ଆଜି ଅନୁଭବ କରୁଛନ୍ତି । କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଦେଶର କ୍ରୀଡା ମନ୍ତ୍ରୀ ଶ୍ରୀମାନ ଅନୁରାଗ ଠାକୁର ମହୋଦୟ, ଏଇ କିଛି ଦିନ ପୂର୍ବରୁ କ୍ରୀଡାମନ୍ତ୍ରୀ ଭାବେ ଆପଣ ସମସ୍ତଙ୍କ ସହିତ ମିଶି ଅନେକ କାର୍ଯ୍ୟ କରିଛନ୍ତି । ସେହିଭଳି ଆମର ବର୍ତମାନର ଆଇନ୍ ମନ୍ତ୍ରୀ ଶ୍ରୀମାନ କିରନ୍ ରିଜିଜୁ ମହୋଦୟ, କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଆମର ମନ୍ତ୍ରୀ ପରିଷଦର ସର୍ବକନିଷ୍ଠ ମନ୍ତ୍ରୀ ଶ୍ରୀମାନ ନିଶିଥ ପ୍ରାମାଣିକ ମହୋଦୟ, କ୍ରୀଡା ସହିତ ସମ୍ପୃକ୍ତ ସଂସ୍ଥାଗୁଡିକର ସମସ୍ତ ମୁଖ୍ୟ, ସେମାନଙ୍କର ସମସ୍ତ ସଦସ୍ୟ ଏବଂ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ମୋର ସମସ୍ତ ବନ୍ଧୁଗଣ, ସମସ୍ତ କ୍ରୀଡାବିତଙ୍କ ପରିବାର, ଆଜି ଆମର ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଛି, କିନ୍ତୁ ମତେ ଆହୁରି ଖୁସି ଲାଗିଥାଆନ୍ତା ଯଦି ମୁଁ ଆପଣ ସମସ୍ତ ଖେଳାଳିମାନଙ୍କୁ ଏଠି ଦିଲ୍ଲୀରେ ନିଜ ବାସଭବନରେ ଆତିଥ୍ୟ ପ୍ରଦାନ କରିଥାଆନ୍ତି, ତାହେଲେ ଆପଣମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଦେଖା ହୋଇପାରିଥାଆନ୍ତା । ଏହା ପୂର୍ବରୁ ମୁଁ ସବୁବେଳେ ସିଧାସଳଖ ସାକ୍ଷାତ କରିଥାଏ । ଏବଂ ମୋ ପାଇଁ ଏହା ଅତ୍ୟନ୍ତ ଆନନ୍ଦର ମୁହୁର୍ତ ହୋଇଥାଏ । ଏବଂ ଏଥର ଆମର ଅଧାରୁ ଅଧିକ ଖେଳାଳି ବିଦେଶରେ ପ୍ରଶିକ୍ଷଣ ନେଉଛନ୍ତି । କିନ୍ତୁ ଆପଣମାନଙ୍କୁ କଥା ଦେଉଛି ଯେ ଫେରିବା ପରେ ଆପଣ ସମସ୍ତଙ୍କ ସହିତ ସୁବିଧା ଦେଖି ଅବସର ବାହାର କରି ମୁଁ ନିଶ୍ଚୟ ଭେଟିବି । କିନ୍ତୁ କରୋନା ଅନେକ କିଛି ବଦଳାଇ ଦେଇଛି । ଅଲିମ୍ପିକ୍ସର ବର୍ଷ ମଧ୍ୟ ବଦଳିଗଲା । ଆପଣମାନଙ୍କ ପ୍ରସ୍ତୁତିର ସ୍ୱରୂପ ମଧ୍ୟ ବଦଳିଗଲା । ଏମିତି ଅନେକ କିଛି ବଦଳିଯାଇଛି । ଏବେ ତ ଅଲିମ୍ପିକ୍ସ ଆରମ୍ଭ ହେବା ପାଇଁ ମାତ୍ର ୧୦ଦିନ ସମୟ ରହିଛି । ଟୋକିଓରେ ମଧ୍ୟ ଆପଣମାନଙ୍କୁ ଏକ ଭିନ୍ନ ପରିବେଶ ମିଳିବାର ଅଛି । 

ବନ୍ଧୁଗଣ,

ଆଜି ଆପଣମାନଙ୍କ ସହିତ କଥାବାର୍ତା କାଳରେ ଦେଶ ମଧ୍ୟ ଜାଣିବାକୁ ପାଇଛି ଯେ ଏହି କଠିନ ସମୟରେ ମଧ୍ୟ ଆପଣମାନେ ଦେଶ ପାଇଁ କେତେ ପରିଶ୍ରମ କରିଛନ୍ତି । କେତେ ଝାଳ ବୁହାଇଛନ୍ତି । ଗତ ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କ ମଧ୍ୟରୁ କିଛି ବନ୍ଧୁଙ୍କର ଏହି ପରିଶ୍ରମ ବିଷୟରେ ଚର୍ଚ୍ଚା ମଧ୍ୟ କରିଥିଲି । ମୁଁ ଦେଶବାସୀଙ୍କୁ ଅନୁରୋଧ ମଧ୍ୟ କରିଥିଲି ଯେ ସେମାନେ ଦେଶର କ୍ରୀଡାବ୍ରୀତମାନଙ୍କ ପାଇଁ, ଆପଣ ସମସ୍ତଙ୍କ ପାଇଁ ଉତ୍ସାହଭରା ବାର୍ତା ଦିଅନ୍ତୁ, ଆପଣମାନଙ୍କ ମନୋବଳ ବୃଦ୍ଧି କରାନ୍ତୁ । ମତେ ଆଜି ଏକଥା ଜାଣି ଖୁସି ଲାଗୁଛି ଯେ ଦେଶ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି । ନକିଟରେ ମୁଁ “ହାସଟ୍ୟାଗ ଚିୟର ଫର ଇଂଡିଆ” ସହିତ ଅନେକ ଫଟୋ ଦେଖିବାକୁ ପାଇଛି । ସାମାଜିକ ଗଣମାଧ୍ୟରୁ ଆରମ୍ଭ କରି ଦେଶର ଭିନ୍ନ ଭିନ୍ନ କୋଣ-ଅନୁକୋଣ ପର୍ଯ୍ୟନ୍ତ, ସମଗ୍ର ଦେଶ ଆପଣମାନଙ୍କ ପାଇଁ ଜାଗି ଉଠିଛି । ୧୩୫ କୋଟି ଭାରତୀୟଙ୍କ ଏହିସବୁ ଶୁଭକାମନା କ୍ରୀଡାଙ୍ଗନକୁ ଓହ୍ଲାଇବା ପୂର୍ବରୁ ଆପଣ ସମସ୍ତଙ୍କ ପାଇଁ ଦେଶର ଆଶୀର୍ବାଦ । ମୁଁ ମଧ୍ୟ ନିଜ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି । ଆପଣ ସମସ୍ତଙ୍କୁ ଦେଶବାସୀଙ୍କ ପକ୍ଷରୁ ନିରନ୍ତର ଭାବେ ଶୁଭକାମନା ମିଳିଚାଲୁ, ଏଥିପାଇଁ ନମୋ ଆପରେ ମଧ୍ୟ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲୋକମାନେ ନମୋ ଆପକୁ ଯାଇ ମଧ୍ୟ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି, ଆପଣମାନଙ୍କୁ ସନ୍ଦେଶ ପ୍ରେରଣ କରୁଛନ୍ତି ।

ବନ୍ଧୁଗଣ,

ଆପଣମାନଙ୍କ ସହିତ ସମଗ୍ର ଦେଶର ଭାବନା ଯୋଡି ହୋଇ ରହିଛି । ଏବଂ ଯେତେବେଳେ ମୁଁ ଆପଣ ସମସ୍ତଙ୍କୁ ଏକାଠି ଦେଖୁଛି, ସେତେବେଳେ କିଛି କଥାରେ ସମାନତା ପରିଲକ୍ଷିତ ହେଉଛି । ଏବଂ ଯେତେବେଳେ ମୁଁ ଆପଣମାନଙ୍କୁ ଦେଖୁଛି, ଏହି ସମାନ କଥାଟି ମନକୁ ଆସୁଛି, ତାହା ହେଉଛି - ନିର୍ଭୀକ, ଆତ୍ମବିଶ୍ୱାସୀ ଓ ସକରାତ୍ମକ । ଆପଣମାନଙ୍କ ମଧ୍ୟରେ ଏକ ସମାନ ଉପାଦାନ ଦୃଶ୍ୟମାନ ହେଉଛି । ତାହା ହେଉଛି – ଶୃଙ୍ଖଳା, ନିଷ୍ଠା ଏବଂ ଦୃଢ ସଙ୍କଳ୍ପ । ଆପଣମାନଙ୍କ ମଧ୍ୟରେ ପ୍ରତିଶୃତିବଦ୍ଧତା ମଧ୍ୟ ଅଛି, ପ୍ରତିଯୋଗୀ ମନୋଭାବ ମଧ୍ୟ ରହିଛି । ଏହିସବୁ ଗୁଣ ନବ ଭାରତରେ ମଧ୍ୟ ରହିଛି । ଏଥିପାଇଁ ଆପଣମାନେ ସମସ୍ତେ ନବ ଭାରତର ପ୍ରତିବିମ୍ବ, ଦେଶର ଭବିଷ୍ୟତର ପ୍ରତୀକ ମଧ୍ୟ । ଆପଣମାନଙ୍କ ମଧ୍ୟରୁ କିଏ ଦକ୍ଷିଣରୁ ତ କିଏ ଉତରର, ଅବା କିଏ ପୂର୍ବର ବା କିଏ ପୂର୍ବୋତରର । କିଏ ନିଜର ଖେଳର ଆରମ୍ଭ ଗାଆଁର କ୍ଷେତରୁ କରିଛି ତ କିଛି ସାଥି ବାଲ୍ୟକାଳରୁ କୌଣସି କ୍ରୀଡା ଏକାଡେମୀ ସହ ଯୋଡି ହୋଇଛନ୍ତିି । କିନ୍ତୁ ଏବେ ଆପଣମାନେ ସମସ୍ତେ ଏଠି ଟିମ ଇଣ୍ଡିଆର ଅଂଶ ଅଟନ୍ତି । ଆପଣମାନେ ସମସ୍ତେ ଘର ପାଇଁ ଖେଳିବାକୁ ଯାଉଛନ୍ତି । ଏହ ଦଳଗତ ଭାବନା ହିଁ ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ।

ବନ୍ଧୁଗଣ,

ଆପଣମାନେ ସମସ୍ତେ ଏଇ କଥାର ସାକ୍ଷୀ ଅଟନ୍ତି ଯେ ଦେଶ ଆଜି କିଭଳ ଏକ ନୂଆ ଭାବନା, ନୂତନ ଆଭିମୁଖ୍ୟ ସହ ନିଜର ପ୍ରତ୍ୟେକ କ୍ରୀଡାବିତଙ୍କ ସହିତ ପଛରେ ଛିଡା ହୋଇଛି । ଆଜି ଦେଶ ପାଇଁ ଆପଣମାନଙ୍କ ଅନୁପ୍ରେରଣା ବେଶ ମହତ୍ୱପୂର୍ଣ୍ଣ ଅଟେ । ଆପଣମାନେ କିଭଳି ଖୋଲା ମନରେ ଖେଳପାରିବେ, ନିଜ ନିଜର ସମ୍ପୁର୍ଣ୍ଣ ସାମର୍ଥ୍ୟ ସହିତ ଖେଳିପାରିବେ, ନିଜର ଖେଳକୁ, ନିଜର କୌଶଳକୁ ଆହୁରି ଶାଣିତ କରିପାରିବେ ସେସବୁକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଆପଣମାନଙ୍କର ମନେଥିବ ଅଲିମ୍ପିକ୍ସ ପାଇଁ ବହୁ ପୂର୍ବରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ଟାର୍ଗେଟ ଅଲିମ୍ପିକ୍ସ ପୋଡିଅମ ସ୍କିମ ଅଧିନରେ ପ୍ରତ୍ୟେକ ଖେଳାଳିଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯାଇଥିଲା । ପୂର୍ବ ତୁଳନାରେ ଆଜି ଯେଉଁ ପରିବର୍ତନ ଆସିଛି, ସେସବୁକୁ ମଧ୍ୟ ଆପଣମାନେ ଅନୁଭବ କରୁଛନ୍ତି । 

ବନ୍ଧୁଗଣ:

ଆପଣମାନେ ଦେଶ ପାଇଁ ଝାଳ ବୁହାଉଛନ୍ତି, ଦେଶର ପତାକାକୁ ସାଥିରେ ନେଇ ଯାଉଛନ୍ତି, ଏଥିପାଇଁ ଆପଣମାନଙ୍କ ସହିତ ଦୃଢ ଭାବରେ ଠିଆ ହେବା ଦେଶର ଦାୟିତ୍ୱ ଅଟେ । ଆମେ ପ୍ରୟାସ କରିଛୁ, କ୍ରୀଡାବିତମାନଙ୍କ ଉତମ ପ୍ରଶିକ୍ଷଣ ଶିବିର ନିମନ୍ତେ, ଉତମ ଉପକରଣ ନିମନ୍ତେ । ଖେଳାଳିମାନଙ୍କୁ ଅଧିକରୁ ଅଧିକ ଆନ୍ତର୍ଜାତୀୟ ପ୍ରତ୍‌ିଯୋଗୀତାରେ ଭାଗ ନେବାର ସୁଯୋଗ ମଧ୍ୟ ଦିଆଯାଉଛି । କ୍ରୀଡା ସହିତ ସମ୍ପୃକ୍ତ ସଂସ୍ଥାଗୁଡିକ ଆପଣ ସମସ୍ତଙ୍କ ପରାମର୍ଶଗୁଡିକୁ ସର୍ବାଗ୍ରେ ରଖିଥିଲେ । ଏଥିପାଇଁ ଏତେ କମ୍ ସମୟରେ ଏତେସବୁ ପରିବର୍ତନ ଆସିପାରିଥିଲା । 

ବନ୍ଧୁଗଣ,

ଯେମିତି ଖେଳ ପଡିଆରେ ପରିଶ୍ରମ ସହିତ ସଠିକ ରଣନୀତି ଯୋଡି ହୋଇଗଲେ ବିଜୟ ସୁନିଶ୍ଚିତ ହୋଇଯାଏ ସେହି ସମାନ କଥା ପଡିଆ ବାହାର ପାଇଁ ମଧ୍ୟ ପ୍ରଜୁଜ୍ୟ । ଦେଶ ଖେଲୋ ଇଣ୍ଡିଆ ଓ ଫିଟ ଇଣ୍ଡିଆ ଭଳି ଅଭିଯାନ ଚଳାଇ ମିଶନ୍ ଆକାରରେ ସଠିକ୍ ରଣନୀତିରେ କାର୍ଯ୍ୟ କରିବା ଯୋଗୁଁ ଏହାର ପରିଣାମ ଆପଣମାନେ ଦେଖୁଛନ୍ତି । ପ୍ରଥମଥର ପାଇଁ ଏତେ ବୃହତ ସଂଖ୍ୟାରେ ଖେଳାଳିମାନେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ପ୍ରଥମଥର ପାଇଁ ଏତେ ଅଧିକ ଖେଳରେ ଭାରତୀୟ ଖେଳାଳି ଭାଗ ନେଉଛନ୍ତି । ଅନେକ ଖେଳ ଏଭଳି ରହିଛି ଯେଉଁଥିରେ ଭାରତ ପ୍ରଥମଥର ପାଇଁ ଯୋଗ୍ୟତା ହାସଲ କରିଛି ।

ବନ୍ଧୁଗଣ,

ଆମର ଏଠି କୁହାଯାଏ - ଅଭ୍ୟାସାତ୍ ଜାୟତେ ନୃଣାମ ଦ୍ୱିତୀୟା ପ୍ରକୃତିଃ । ଅର୍ଥାତ୍‌, ଆମେ ଯେଭଳି ଅଭ୍ୟାସ କରିଥାଉ, ଯେଭଳି ପ୍ରୟାସ କରିଥାଉ, ଧିରେ ଧିେରେ ସେସବୁ ଆମ ସ୍ୱଭାବର ଅଂଶ ହୋଇଯାଆନ୍ତି । ଏତେ ସମୟ ହେଲା ଆପଣମାନେ ସମସ୍ତେ ବିଜୟ ପାଇଁ ଅଭ୍ୟାସ କରିଚାଲିଛନ୍ତି । ଆପଣମାନଙ୍କୁ ଦେଖି, ଆପଣମାନଙ୍କର ଏହି ଶକ୍ତିର ସ୍ଫୁଲିଙ୍ଗ ଦେଖି ମନରେ ତିଳେମାତ୍ର ସନ୍ଦେହ ଆସୁନାହିଁ । ଆପଣମାନଙ୍କୁ ଏବଂ ଦେଶର ଯୁବପିଢୀର ଉଦ୍ଦୀପନାକୁ ଦେଖି ମୁଁ ଏକଥା କହିପାରିବି ଯେ, ସେହିଦିନ ଦୂର ନାହିଁ ଯେଉଁ ଦିନ ବିଜୟ ନବ ଭାରତର ଅଭ୍ୟାସରେ ପରିଣତ ହୋଇଯିବ । ଏବଂ ଏବେ ତ କେବଳ ଆରମ୍ଭ ମାତ୍ର । ଆପଣମାନେ ଟୋକିଓ ଯାଇ ଯେତେବେଳେ ଦେଶର ତ୍ରିରଙ୍ଗା ଲହରାଇବେ ସେତେବେଳେ ,ଏହାକୁ ସମଗ୍ର ବିଶ୍ୱ ଦେଖିବ । ହଁ, ଏକଥା ନିଶ୍ଚିଭାବେ ମନେ ରଖିବାକୁ ହେବ ଯେ ବିଜୟର ଚାପ ମଧ୍ୟରେ ଖେଳିବା ଉଚିତ୍ ନୁହେଁ । ନିଜର ମନ, ମସ୍ତିଷ୍କକୁ କେବଳ ଗୋଟିଏ କଥା କୁହନ୍ତୁ ଯେ ମତେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାର ଅଛି । ମୁଁ ଦେଶବାସୀଙ୍କୁ ମଧ୍ୟ ପୁଣିଥରେ କହିବି ଯେ, “ଚିୟର ଫର ଇଣ୍ଡିଆ” । ମୋର ଦୃଢ ବିଶ୍ୱାସ ଯେ ଆପଣମାନେ ସମସ୍ତେ ଦେଶ ପାଇଁ ଖେଳି ଦେଶର ଗୌରବ ବଢାଇବେ, ନୂଆ ଲକ୍ଷ୍ୟ ହାସଲ କରିବେ । ଏହି ବିଶ୍ୱାସ ସହିତ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ! ମୋର ଅନେକ ଶୁଭେଚ୍ଛା ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ମୋର ପ୍ରଣାମ । ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cotton duty relief: Textile industry welcomes import tax waiver, sees boost for exports and MSMEs

Media Coverage

Cotton duty relief: Textile industry welcomes import tax waiver, sees boost for exports and MSMEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the qualities of an ideal teacher
June 01, 2026

The Prime Minister, Shri Narendra Modi, said that some people are highly skilled at performing a task themselves, while others are particularly adept at imparting that knowledge or skill to others. He noted that a person who possesses both these qualities-self-mastery and the ability to teach others-deserves to be regarded among the finest of teachers.

The Prime Minister shared a Sanskrit Subhashitam-

“श्लिष्टा क्रिया कस्यचिदात्मसंस्था सङ्क्रान्तिरन्यस्य विशेषयुक्ता।

यस्योभयं साधु स शिक्षकाणां धुरि प्रतिष्ठापयितव्य एव।। ”

The Subhashitam conveys that while some excel in practice and others in teaching, the one who combines both mastery of a subject and the ability to effectively impart it to others is worthy of being placed in the foremost rank of teachers.

The Prime Minister wrote on X;

“श्लिष्टा क्रिया कस्यचिदात्मसंस्था सङ्क्रान्तिरन्यस्य विशेषयुक्ता।

यस्योभयं साधु स शिक्षकाणां धुरि प्रतिष्ठापयितव्य एव।।”