ଭାରତ ଆଜି ଅଟକିବା ସ୍ଥିତିରେ ନାହିଁ! ଆମେ ଅଟକିବୁ ନାହିଁ କିମ୍ବା ଧୀମା ହେବୁ ନାହିଁ; ୧୪୦ କୋଟି ଭାରତୀୟ ପୂର୍ଣ୍ଣ ଗତିରେ ଏକାଠି ଆଗକୁ ବଢ଼ିବେ: ପ୍ରଧାନମନ୍ତ୍ରୀ
ଆଜି, ଯେତେବେଳେ ବିଶ୍ୱ ବିଭିନ୍ନ ପ୍ରତିବନ୍ଧକ ଓ ଅବରୋଧର ସମ୍ମୁଖୀନ ହେଉଛି, ଏକ ଅପରାଜୟ ଭାରତ ବିଷୟରେ କଥା ହେବା ସ୍ୱାଭାବିକ: ପ୍ରଧାନମନ୍ତ୍ରୀ
ଆଜି, ଭାରତ "ଭଙ୍ଗୁର ପାଞ୍ଚ" ଅର୍ଥନୀତି ମଧ୍ୟରୁ ବାହାରି ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରୁ ଅନ୍ୟତମ ହୋଇଛି: ପ୍ରଧାନମନ୍ତ୍ରୀ
ଚିପ୍ସରୁ ଜାହାଜ ପର୍ଯ୍ୟନ୍ତ, ଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଏବଂ ଆତ୍ମବିଶ୍ୱାସୀ: ପ୍ରଧାନମନ୍ତ୍ରୀ
ଆଜି, ଭାରତର ବିକାଶ ବିଶ୍ୱ ସୁଯୋଗକୁ ଆକାର ଦେଉଛି: ପ୍ରଧାନମନ୍ତ୍ରୀ
ସମଗ୍ର ବିଶ୍ୱ ଭାରତକୁ ଏକ ନିର୍ଭରଯୋଗ୍ୟ, ଦାୟିତ୍ୱବାନ ଏବଂ ସ୍ଥିର ଅଂଶୀଦାର ଭାବରେ ଦେଖୁଛି: ପ୍ରଧାନମନ୍ତ୍ରୀ
ବିଶ୍ୱ ପାଇଁ, "ଅଜଣା କ୍ଷେତ୍ରର ସୀମା" ଅନିଶ୍ଚିତ ମନେ ହୋଇପାରେ; କିନ୍ତୁ ଭାରତ ପାଇଁ, ଏହା ନୂତନ ସୁଯୋଗର ଦ୍ୱାର: ପ୍ରଧାନମନ୍ତ୍ରୀ
ଆମେ ପ୍ରତ୍ୟେକ ବିପଦକୁ ସଂସ୍କାରରେ, ପ୍ରତ୍ୟେକ ସଂସ୍କାରକୁ ନମନୀୟତାରେ ଏବଂ ପ୍ରତ୍ୟେକ ନମନୀୟତାକୁ ବିପ୍ଳବରେ ପରିଣତ କରିଛୁ: ପ୍ରଧାନମନ୍ତ୍ରୀ
ଗତ ୧୧ ବର୍ଷ ମଧ୍ୟରେ, ଆମେ ନୀତି ଏବଂ ପ୍ରକ୍ରିୟା ଉଭୟକୁ ଗଣତାନ୍ତ୍ରିକ କରିବା ପାଇଁ କାର୍ଯ୍ୟ କରିଛୁ: ପ୍ରଧାନମନ୍ତ୍ରୀ
ଆଜି, ଆମେ ଗର୍ବର ସହିତ କହିପାରିବା ଯେ, ଭାରତ ନିଜସ୍ୱ ଘରୋଇ ୪ଜି ନେଟୱାର୍କ ସହିତ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ଅଛି: ପ୍ରଧାନମନ୍ତ୍ରୀ
ମାଓବାଦୀ ଆତଙ୍କବାଦ ଏକ ମହାନ ଅନ୍ୟାୟ ଏବଂ ଦେଶର ଯୁବପିଢ଼ି ବିରୁଦ୍ଧରେ ଏକ ମହାପାପ; ମୁଁ ଦେଶର ଯୁବପିଢ଼ିଙ୍କୁ ସେହି ପରିସ୍ଥିତିରେ ଛାଡିପାରିବି ନାହିଁ: ପ୍ରଧାନମନ୍ତ୍ରୀ

ମହାମହିମ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହାରିନି ଅମରସୂର୍ଯ୍ୟାଜୀ, ମହାମହିମ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୋ ବନ୍ଧୁ ଟୋନି ଆବଟ୍ଟଜୀ, ମହାମହିମ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଜୀ, ଅନ୍ୟାନ୍ୟ ବନ୍ଧୁଗଣ, ନମସ୍କାର ।

ଏହା ଉତ୍ସବର ସମୟ । ଆପଣମାନଙ୍କୁ ସମସ୍ତଙ୍କୁ ଶୁଭ ଦୀପାବଳି । ଏକ ଉତ୍ସାହ ଓ ଉଦ୍ଦୀପନାର ମାହୋଲରେ ଏନଡିଟିଭି ୱାର୍ଲଡ ସମିଟ ୨୦୨୫ ଅନୁଷ୍ଠିତ ହେଉଛି । ଚଳିତ ଅଧିବେଶନ ଲାଗି ଆପଣମାନେ ଏକ ପ୍ରମୁଖ ପ୍ରସଙ୍ଗ ଚୟନ କରିଛନ୍ତି । ଅପ୍ରତିହତ ଭାରତ । ବାସ୍ତବରେ ଭାରତ ଆଜି ଅଟକିଯିବା ଭାବନାରେ ନାହିଁ । ଆମେ ଅଟକିଯିବୁନି କିମ୍ବା ବନ୍ଦ କରିବୁନି । ଏକାଠି ହୋଇ ଆମେ ୧୪୦ କୋଟି ଭାରତୀୟ ଆଗକୁ ବଢିବୁ ।

 

ବନ୍ଧୁଗଣ, 

ଆଜି ଯେତେବେଳେ ସାରା ବିଶ୍ୱ ରାସ୍ତା ଅବରୋଧ ଓ ସ୍ପିଡ ବ୍ରେକରମାନଙ୍କୁ ସାମ୍ନା କରୁଛି ସେବେ ଅପ୍ରତିହତ ଭାରତ ପ୍ରସଙ୍ଗରେ ଆଲୋଚନା କରିବା ସ୍ୱାଭାବିକ କଥା । ଏଗାର ବର୍ଷ ତଳେ ଓ ଆଜିର ଦିନରେ ଏସବୁ ପ୍ରସଙ୍ଗକୁ ମୁଁ ରଖିବାକୁ ଚାହୁଁଛି । ୨୦୧୪ ପୂର୍ବରୁ ଏପ୍ରକାର ସମ୍ମିଳନୀରେ କଣ ଆଲୋଚନା କରାଯାଉଥିଲା ତାହା ଆପଣମାନଙ୍କର ସ୍ମରଣ ଥିବ । ହେଡଲାଇନ କଣ ରହୁଥିଲା କିମ୍ବା କନଫରେନ୍ସରେ କଣ ଆଲୋଚନା କରାଯାଉଥିଲା, ରାସ୍ତାଘାଟରେ କଣ ଆଲୋଚନା ହେଉଥିଲା ତାହା ଆପଣମାନଙ୍କର ଊଣା ଅଧିକେ ମନେ ରହିଥିବ । ବୈଶ୍ୱିକ ଚ୍ୟାଲେଞ୍ଜକୁ କିଭଳି ଆମେ ସାମ୍ନା କରିବା, ଶୀତଳ ଭଣ୍ଡାରରେ ପଡିରହିଥିବା ବିଭିନ୍ନ ଯୋଜନା କିପରି କାର୍ଯ୍ୟକାରୀ କରାଯିବ ସେନେଇ ଆମେ ଚିନ୍ତିତ ଥିଲେ । ଦେଶର ବଡ ବଡ ସ୍କାମକୁ କିପରି ବନ୍ଦ କରିହେବ ସେନେଇ ବି ଆଲୋଚନା ଚାଲିଥିଲା ।

ବନ୍ଧୁଗଣ,  

ସେହି ସମୟରେ ମହିଳା ସୁରକ୍ଷା ଉପରେ ଅନେକ ପ୍ରଶ୍ନ କରାଯାଉଥିଲା । ଟେରିଷ୍ଟ ସ୍ଲିପର ସେଲଗୁଡିକ କିପରି ନିୟନ୍ତ୍ରଣ ବାହାରେ ସେନେଇ ଖୁଲାସା କରାଯାଉଥିଲା । ମହଙ୍ଗା ରୂପକ ଡାହାଣୀ ଖାଇଯାଉଥିବା ନେଇ ଗୀତ ବି ବୋଲାଗଲା । ୨୦୧୪ ପୂର୍ବରୁ କଣ ହେଉଥିଲା ସେନେଇ ଏକ ପରିଷ୍କାର ଚିତ୍ର ସାମ୍ନାକୁ ଆସିଲା । ତା ପୂର୍ବରୁ ଏ ଦେଶ ଓ ସାରା ବିଶ୍ୱର ଲୋକେ ଭାବୁଥିଲେ ଯେ, ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଘାଂଟି ହେଉଥିବା ଲୋକେ କେବେ ବି ଏଥିରୁ ମୁକୁଳି ପାରିବେ ନାହିଁ । କିନ୍ତୁ ଗତ ଏଗାର ବର୍ଷ ଭିତରେ ସମସ୍ତ ପ୍ରକାର କଳ୍ପନା ଜଳ୍ପନାକୁ ଭାରତ ଖଣ୍ଡନ କରିଛି । ପ୍ରତି ଚ୍ୟାଲେଞ୍ଜକୁ ଏହା ପ୍ରତିହତ କରିପାରିଛି । ଫ୍ରାଜାଇଲ ଫାଇଭରୁ ଆଜି ଭାରତ ମୁକୁଳାଇ ପାରିଛି । ବିଶ୍ୱର ପାଂଚଟି ଅର୍ଥନୈତିକ ଦେଶ ଭିତରେ ଭାରତ ନିଜ ସ୍ଥାନ ପକ୍କା କରିଛି । ଆଜି ଦୁଇ ପ୍ରତିଶତ ତଳକୁ ମୁଦ୍ରାସ୍ଫୀତି ରହିଥିବା ବେଳେ ସାତ ପ୍ରତିଶତ ଉପରେ ବିକାଶ ହାର ରହିଛି । ସିପରୁ ଚିପ ପର୍ଯ୍ୟନ୍ତ ଆତ୍ମ ନିର୍ଭର ଭାରତ ଆଜି ଆତ୍ମ ବିଶ୍ୱାସ ସମ୍ପନ୍ନ ଭାରତରେ ପରିଣତ ହୋଇପାରିଛି । ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଚୁପ ବସି ନାହିଁ । ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ, ଅପରେସନ ସିନ୍ଦୂର ପରି ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ବନ୍ଧୁଗଣ,

କୋଭିଡ ପୂର୍ବବର୍ତୀ ସମୟ କଥା ବିଚାରକୁ ନିଆଯାଉ ଯେବେ ସାରା ବିଶ୍ୱ ଜୀବନ ଓ ମୃତ୍ୟୁ ଭିତରେ ସଂଘର୍ଷ କରୁଥିଲା । ସାରା ବିଶ୍ୱ ଯେବେ ଏତେ ବଡ ଜନସଂଖ୍ୟା ବିଶିଷ୍ଟ ଦେଶକୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଦେଖିଲା ସମସ୍ତେ ଭାବିଲେ ଭାରତ ପାଇଁ ବୋଧହୁଏ ସାରା ବିଶ୍ୱ ଡୁବିଯିବ । ଏନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଇଲା । କିନ୍ତୁ ପ୍ରତିଟି କଳ୍ପନା ଜଳ୍ପନାକୁ ଭାରତ ଭୁଲ ପ୍ରମାଣିତ କଲା । ଆମେ ପ୍ରତିରୋଧ କରିବା ଆରମ୍ଭ କଲୁ । ଆମେ ଆମ ନିଜ ଟୀକା ବାହାର କରିବାକୁ ଆରମ୍ଭ କଲୁ । ରେକର୍ଡ ଟାଇମରେ ଆମେ ଟୀକା ପ୍ରୟୋଗ କଲୁ । ଏପ୍ରକାର ସମସ୍ୟାରୁ ମୁକୁଳିବା ପରେ ଆମେ ସାରା ବିଶ୍ୱର ପ୍ରମୁଖ ଅର୍ଥନୈତିକ ଦେଶ ଭିତରେ ସ୍ଥାନିତ ହୋଇପାରିଲୁ । 

 

ବନ୍ଧୁଗଣ,

କରୋନାର ପ୍ରଭାବ କମି ନଥିବା ବେଳେ ସାରା ବିଶ୍ୱ ବିଭିନ୍ନ ପ୍ରକାର ମତ ପାର୍ଥକ୍ୟ ଦେଖିବାକୁ ପାଇଲା । ହେଡଲାଇନରେ ଯୁଦ୍ଧର ବିଭୀଷିକା ଓ ଘନଘଟା ବିଷୟରେ ଖବର ପ୍ରକାଶ ପାଇବାରେ ଲାଗିଲା । ଦ୍ରୁତ ବିକାଶଶୀଳ ପ୍ରମୁଖ ଅର୍ଥନୈତିକ ଦେଶ ଭାବରେ ଭାରତ ବିକଶିତ ହେବାକୁ ଲାଗିଲା । ଗତ ତିନି ବର୍ଷ ଭିତରେ ଭାରତର ହାରାହାରି ବିକାଶ ହାର ୭.୮ ପ୍ରତିଶତ । ଏହା ଅବିଶ୍ୱସନୀୟ ଓ ଅଭୂତପୂର୍ବ । ଦୁଇ ଦିନ ପୂର୍ବରୁ ଗତବର୍ଷ ଅପେକ୍ଷା ସାମୁଦ୍ରିକ ରପ୍ତାନୀ ହାର ୭ ପ୍ରତିଶତ ବଢିଛି । ୪.୫ ଲକ୍ଷ କୋଟି ମୂଲ୍ୟର କୃଷିଜାତ ଦ୍ରବ୍ୟ ଭାରତ ରପ୍ତାନୀ କରିଛି । ବିଭିନ୍ନ ଦେଶର ଅସ୍ଥିର ରେଟିଂ ଭିତରେ ୧୭ ବର୍ଷ ପରେ ଭାରତର କ୍ରେଡିଟ ରେଟିଂକୁ ଏସ ଆଣ୍ଡ ପି ଅପଗ୍ରେଡ କରିପାରିଛି । ଆଇଏମଏଫ ମଧ୍ୟ ଭାରତର ବିକାଶକୁ ସମୀକ୍ଷା କରିଛି । କିଛି ଦିନ ପୂର୍ବେ ଭାରତର ଏଆଇ ସ୍ପେସ ପାଇଁ ଗୁଗୁଲ ୧୫ ବିଲିୟନ ଡଲାର ପୁଞ୍ଜି ନିବେଶ ଘୋଷଣା କରିଛି । ଗ୍ରୀନ ଏନର୍ଜି ସେମି କଣ୍ଡକ୍ଟର ବାବଦକୁ ଆଜି ବିପୁଳ ପୁଞ୍ଜି ନିବେଶ କରାଯାଉଛି ।

ବନ୍ଧୁଗଣ, 

ଆଜି ଭାରତର ବିକାଶ ବୈଶ୍ୱିକ ସୁଯୋଗକୁ ଆକାର ଦେଇପାରୁଛି । ଏଇ ନିକଟରେ ସ୍ୱାକ୍ଷରିତ ହୋଇଥିବା ଇଏଫଟିଏ ବାଣିଜ୍ୟିକ ଚୁକ୍ତିନାମା ଏହାର ଜ୍ୱଳନ୍ତ ଉଦାହରଣ । ଭାରତରେ ଶହେ ବିଲିୟନ ଡଲାରର ପୁଞ୍ଜି ନିବେଶ ଲାଗି ୟୁରୋପିଆନ ଦେଶଗୁଡିକ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ଏହା ଭାରତରେ ପ୍ରବଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କିଛି ଦିନ ପୂର୍ବରୁ ମୋ ବନ୍ଧୁ ତଥା ବ୍ରିଟେନର ପ୍ରଧାନମନ୍ତ୍ରୀ ଷ୍ଟାର୍ମର ତାଙ୍କ ବାଣିଜ୍ୟିକ ପ୍ରତିନିଧି ମଣ୍ଡଳୀକୁ ନେଇ ଭାରତ ପରିଦର୍ଶନ କରିଥିଲେ । ଜି-୭ ଦେଶଗୁଡିକ ସହ ୬୦ ପ୍ରତିଶତରୁ ଅଧିକ ବାଣିଜ୍ୟ ହୋଇଛି । ନିର୍ଭର ଯୋଗ୍ୟ, ବିଶ୍ୱସନୀୟ ସହଯୋଗୀ ହିସାବରେ ସାରା ବିଶ୍ୱ ଭାରତବର୍ଷକୁ ଦେଖୁଛି । ଇଲେକ୍ଟ୍ରୋନିକ୍ସରୁ ଫାର୍ମା, ଅଟୋ ମୋବାଇଲରୁ ମୋବାଇଲ ନିର୍ମାଣ ସବୁ କ୍ଷେତ୍ରରେ ଭାରତରେ ପୁଞ୍ଜି ନିବେଶର ମାହୋଲ ସୃଷ୍ଟି ହୋଇପାରିଛି ।

ବନ୍ଧୁଗଣ,

ଏହି ସମ୍ମିଳନୀରେ ଆପଣମାନେ ସମସ୍ତେ ଏଜ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି । ବିଶ୍ୱ ପାଇଁ ଏଜ ଅଫ ଦ ଅନନୋନ ହେଉଛି ସମ୍ଭାବନାର ଏକ ଗେଟୱେ । ବର୍ଷ ବର୍ଷ ଧରି ଭାରତ ବିଭିନ୍ନ ଉପାୟରେ ବିକଶିତ ହୋଇଛି । ଆମ ସାଧୁ, ବୈଜ୍ଞାନିକ, ନାବିକ ସମସ୍ତେ କହିଛନ୍ତି ଯେ, ପ୍ରଥମ ପଦକ୍ଷେପ ହେଉଛି ପରିବର୍ତନର ସ୍ୱର । ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା ହେଉ ଅବା କରୋନା ଲାଗି ଆବଶ୍ୟକୀୟ ଟୀକା, କୁଶଳୀ ମାନବ ସମ୍ବଳ ସବୁ କ୍ଷେତ୍ରରେ ସବୁ ପ୍ରକାର ବିପଦକୁ ଆମେ ସମ୍ଭାବନାରେ ପରିଣତ କରିପାରିଛୁ । ଭାରତର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପରେ ନିକଟରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ମୁଖ୍ୟ କହିଛନ୍ତି ଯେ, ସେ ଅତ୍ୟନ୍ତ ଖୁସି । ବିଭିନ୍ନ ସଂସ୍କାର ସହ ଇକୋ ସିଷ୍ଟମକୁ ବି ଗୁରୁତ୍ୱ ଦିଆଯାଉଛି । ଭାରତର ଉଲ୍ଲେଖନୀୟ ସଂସ୍କାରଧର୍ମୀ ଭୂମିକାକୁ ଆଇଏମଏଫ ପ୍ରାଧାନ୍ୟ ଦେଇଛି । ସେ ଆଉ ଗୋଟିଏ କଥା ବି କହିଛନ୍ତି । ଏତେ ବଡ ଜନ ସମୁଦାୟକୁ ଡିଜିଟାଲ ଆଇଡେଂଟି ଦେବାରେ ଭାରତର ଉଲ୍ଲେଖନୀୟ ଉଦ୍ୟମକୁ ଆଇଏମଏଫ ମୁଖ୍ୟ ସ୍ୱାଗତ କରିଛନ୍ତି । ଭାରତରେ ୫୦ ପ୍ରତିଶତ ଫିନଟେକ ବିଶ୍ୱ ରିୟଲ ଟାଇମ କାରବାର ହେଉଛି । ଭାରତର ୫୦ ପ୍ରତିଶତ ୟୁପିଆଇ କାରବାର ସାରା ବିଶ୍ୱର ଡିଜିଟାଲ କାରବାରକୁ ସୂଚାଇଥାଏ । ଏହାର ଅର୍ଥ ହେଉଛି ଯେ ସମସ୍ତ ପ୍ରକାର ସମ୍ଭାବନା ଓ କଳ୍ପନା ଜଳ୍ପନାର ସୀମା ଅତିକ୍ରମଣତା ଏବେ ଭାରତବର୍ଷର ସ୍ୱଭାବରେ ପରିଣତ ହୋଇଛି । ମୁଁ ପ୍ରକୃତି ନୁହେଁ ବରଂ ସ୍ୱଭାବ କଥା ଉଲ୍ଲେଖ କରିଛି । ଏହି ସ୍ୱଭାବ ପାଇଁ ହିଁ ଆଜି ଭାରତ ଅପ୍ରତିହତ ଏକ ଶକ୍ତିରେ ରୂପାନ୍ତରିତ ହୋଇପାରିଛି ।

 

ବନ୍ଧୁଗଣ,

 ଯେ କୌଣସି ଦେଶର ଶକ୍ତି ସେହି ଦେଶର ନାଗରିକମାନଙ୍କ ସଫଳତାରୁ ହିଁ ଆସିଥାଏ । ଆଉ ଯେତେ ବେଳେ ନାଗରିକମାନଙ୍କ ଜୀବନଧାରାରେ ପ୍ରଶାସନ କିମ୍ବା ସରକାରଙ୍କ ହସ୍ତକ୍ଷେପ ରହିଥିବ ସେବେ ପ୍ରତିଟି ନାଗରିକ ପୂର୍ଣ୍ଣ ମାତ୍ରାରେ ନିଜ ଦକ୍ଷତା ପ୍ରତିପାଦିତ କରିପାରିବେ । ଯେବେ ଅଧିକ ସରକାରୀକରଣ ହେବ ସେତେ ଅବରୋଧ ମିଳିବ । ଯେତେ ଅଧିକ ଗଣତାନ୍ତ୍ରିକ ହେବ ସେତେ ଅଧିକା ଗତି ବଢିବ । ଦୁର୍ଭାଗ୍ୟ କାରଣରୁ ୬୦ ବର୍ଷ ଧରି ଏହି ଦେଶକୁ କଂଗ୍ରେସ ଶାସନ କରିଛି । କଂଗ୍ରେସ ଅମଳରେ ବିଭିନ୍ନ ଯୋଜନାର ଅଧିକା ସରକାରୀକରଣ କରାଯାଉଥିଲା । ଗତ ୧୧ ବର୍ଷ ଭିତରେ ଯୋଜନାଗୁଡିକର ସରକାରୀକରଣ ବଦଳରେ ଆମେ ଗଣତାନ୍ତ୍ରୀକରଣ କରିଛୁ । ଅପ୍ରତିହ ଭାରତ ପଛରେ ଏହା ବି ଏକ ମୁଖ୍ୟ କାରଣ । ବ୍ୟାଙ୍କିଙ୍ଗର କଥା ବିଚାରକୁ ନିଆଯାଉ । ୧୯୬୦ରେ ଭାରତୀୟ ବ୍ୟାଙ୍କଗୁଡିକୁ ଜାତୀୟକରଣ କରିବା କଣ ଦରକାର ଥିଲା । ଗରିବ, ଚାଷୀ, ଖଟିଖିଆ ଶ୍ରେଣୀର ଲୋକେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ ବୋଲି ସେତେ ବେଳେ ସରକାର କହିଥିଲେ । ଏହି କାରଣ କଂଗ୍ରେସ ସରକାର ଦର୍ଶାଇଥିଲେ । କିନ୍ତୁ ପରବର୍ତୀ ସମୟରେ କଣ ହେଲା । ବ୍ୟାଙ୍କଗୁଡିକ ଧୀରେ ଧୀରେ ଲୋକଙ୍କଠାରୁ ଦୂରେଇବାକୁ ଆରମ୍ଭ କଲେ । ବ୍ୟାଙ୍କ ଦ୍ୱାର ସମ୍ମୁଖକୁ ଯିବାକୁ ଲୋକେ ଡରିବା ଆରମ୍ଭ କଲେ । ପୁଣି ଲୋକମାନଙ୍କଠାରୁ ବ୍ୟାଙ୍କଗୁଡିକ କ୍ରମଶଃ ଦୂରେଇ ଗଲେ । କିନ୍ତୁ ୨୦୧୪ରେ ଆମ ସରକାର ଆସିବା ପରେ ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ପାଖରେ ବ୍ୟାଙ୍କ ଖାତା ନଥିଲା । ବ୍ୟାଙ୍କ ଆକାଉଂଟ ନରହିବା କେବଳ ଏକ ସମସ୍ୟା ହେଲାନି ବରଂ ଦେଶର ଅର୍ଦ୍ଧାଧିକ ଲୋକେ ବ୍ୟାଙ୍କିଙ୍ଗ ସୁବିଧା ପାଇବାରୁ ବଂଚିତ ହେଲେ । ବଜାରରେ ଅଧିକ ସୁଧ ହାର ଦେବା ଓ ନିଜ ସ୍ଥାବର ଅସ୍ଥାବର ସମ୍ପତିକୁ ବନ୍ଧକ ରଖିବା ହେଉଥିଲେ ।

ବନ୍ଧୁଗଣ,

ଏପରି ସରକାରୀ ନିୟନ୍ତ୍ରଣରୁ ଦେଶ ମୁକୁଳିବା ଜରୁରୀ ଥିଲା । ତାହା ଆମେ କରିକି ଦେଖାଇଛୁ । ବ୍ୟାଙ୍କିଙ୍ଗ ସେକ୍ଟରକୁ ଆମେ ଗଣତାନ୍ତ୍ରିକ କରି ସଂସ୍କାର ଆଣିଛୁ । ମିଶନ ମୋଡରେ ଆମେ ୫୦ କୋଟି ଜନଧନ ଆକାଉଂଟ୍ସ ଖୋଲି ପାରିଛୁ । ସାରା ବିଶ୍ୱରେ ଖୋଲିଥିବା ଆକାଉଂଟ୍ସ ଗୋଟିଏ ପକ୍ଷେ ଦେଶରେ ଖୋଲିଥିବା ଆକାଉଂଟ୍ସ ଗୋଟିଏ ପଟେ ରହିଲା । ଆଜି ଦେଶର ଏହି ଦେଶର ପ୍ରାୟ ଗ୍ରାମାଂଚଳରେ ବ୍ୟାଙ୍କିଙ୍ଗ ଟଚ ପଏଂଟ ରହୁଛି । ଡିଜିଟାଲ ଟ୍ରାନଜାକସନ ପାଇଁ ସାରା ବିଶ୍ୱରେ ଭାରତ ଅର୍ଥନୈତିକ କ୍ଷମତା ସମ୍ପନ୍ନ ଦେଶ ଭାବରେ ପରିଗଣିତ ହୋଇଛି । ପୂର୍ବ କଂଗ୍ରେସ ସରକାର ଶାସନ ବେଳେ ଏନପିଏର ପାହାଡ ଦେଖିବାକୁ ମିଳୁଥିଲା । ବିଜେପିର ଗଣତାନ୍ତ୍ରିକ ପ୍ରକ୍ରିୟା ବ୍ୟାଙ୍କଗୁଡିକୁ ରେକର୍ଡ ପ୍ରଫିଟ ଦେଇଛି । ଗତ ୧୧ ବର୍ଷ ଭିତରେ ବିନା ବ୍ୟାଙ୍କ ଗ୍ୟାରେଂଟିରେ ବିଭିନ୍ନ ପ୍ରକାର ସରକାରୀ ଋଣ ସହାୟତା ଭିନ୍ନ ଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ଚାଷୀ, ଲାଇଭଷ୍ଟକ ଚାଷୀ, ମତ୍ସ୍ୟଜୀବୀ, ଉଠା ଦୋକାନୀ ଓ ବିଶ୍ୱକର୍ମାମାନଙ୍କୁ ଦିଆଯାଇଛି ।

ବନ୍ଧୁଗଣ, 

ପେଟ୍ରୋଲ ଓ ଗ୍ୟାସ ସେକ୍ଟର କଥା ଆମେ ଆପଣଙ୍କୁ ଉଦାହରଣ ଦେବୁ । ୨୦୧୪ ପୂର୍ବରୁ କଣ ଅବସ୍ଥା ରହିଥିଲା । ସେତେବେଳେ ଜାତୀୟକରଣ କଥା ସାମ୍ନାକୁ ଆସୁଥିଲା । ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ସବସିଡି ପାଇଁ ରାତି ୮ଟାରୁ ଦିନ ୮ଟା ଯାଏ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ନିଷ୍ପତି ନେଇଥିଲା । କେଉଁ ଅବସ୍ଥାରେ ଆଜି ଆମେ ପହଂଚିଛେ ତାହା ସ୍ପଷ୍ଟ ଅନୁମେୟ । ସାରା ଦିନ ୨୪ ଘଂଟା ଧରି ପେଟ୍ରୋଲ ପମ୍ପ ଖୋଲା ରହୁଛି । ବିକଳ୍ପ ଇନ୍ଧନ ଓ ଇଲେକ୍ଟ୍ରିକ ଗତିଶୀଳତା ଲାଗି ଆମେ ଏବେ ପ୍ରଯତ୍ନଶୀଳ ଓ ଅଭୂତପୂର୍ବ ପୁଞ୍ଜି ବିନିଯୋଗ କରୁଛୁ । 

 

ବନ୍ଧୁଗଣ,

ଏପରିକି କଂଗ୍ରେସ ସମୟରେ ଗ୍ୟାସ ସଂଯୋଗୀକରଣ ଲାଗି ଲୋକେ ରାଜନେତାଙ୍କଠାରୁ ଲେଖାଇ ଆଣୁଥିଲେ । ବର୍ଷକ ଭିତରେ ଗ୍ୟାସ ସଂଯୋଗ ଲାଗି କୌଣସି ସାଂସଦ ୨୫ଟି କୁପନ ପାଇଥାନ୍ତି । ସେହି ସାଂସଦ ଘର ଆଗରେ ଲମ୍ବା ଲାଇନ ଲାଗିଥାଏ । ଗ୍ୟାସ କରେଇ ନେବା ଲାଗି ସେବେ ସାଂସଦଙ୍କ କାର୍ଯ୍ୟାଳୟରେ ଭିଡ ଲାଗୁଥିଲା । ଆପଣ ଜାଣି ଚକିତ ହେବେ ଯେ, ୨୦୧୩ ମସିହାର କୌଣସି ଖବରକାଗଜ ପଢିବେ ସେଠି ୨୦୧୪ରେ ମୋଦୀଙ୍କ ରଣାଙ୍ଗନରେ ଲଢିବା ଲାଗି କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଥିଲା । ସେତେ ବେଳେ ସେମାନେ ମୋତେ ଭଲ ଭାବରେ ଜାଣି ପାରିନଥିଲେ । ସମ୍ଭବତଃ ସେମାନେ ଏବେ ବି ମୋତେ ଭଲ ଭାବରେ ଜାଣି ପାରିନାହାନ୍ତି । ରାଜନୀତିକ ମୁଦ୍ଦା ହିସାବରେ ବର୍ଷକୁ ୬ଟି କିମ୍ବା ୯ଟି ସିଲିଣ୍ଡର ଯୋଗାଣକୁ ମୁଦ୍ଦା କଂଗ୍ରେସ କରିଥିଲା । ସରକାରୀ କଳର ପୂର୍ଣ୍ଣ ଅପବ୍ୟବହାର ନେଇ ସନ୍ଦେହ ବଢିଥିଲା । ଏବେ ଏଠାକୁ ଆସିବା ପରେ ଆମେ କଣ କରିଲୁ । ପ୍ରାୟ ୧୦ କୋଟି ଗରିବ ହିତାଧିକାରୀଙ୍କୁ ଆମେ ମାଗଣା ଗ୍ୟାସ ଯୋଗାଇ ଦେଇଛୁ । ଯେବେ ଗ୍ରାମାଂଚଳକୁ ଗ୍ୟାସ ସିଲିଣ୍ଡର ଆସେ ସେବେ ଲୋକେ ଭାବୁଥିଲେ ଯେ ଏହା ପଇସାବାଲା ମଗାଇଥିବେ । କିନ୍ତୁ ଗରିବଙ୍କ ପାଇଁ ଏହା ଅଭିପ୍ରେତ ଥିଲା । ପରିସ୍ଥିତିକୁ ଆମେ ଓଲଟାଇ ଦେଇଥିଲୁ ଓ ୧୦ କୋଟି ଲୋକଙ୍କ ଘରେ ଗ୍ୟାସ ଷ୍ଟୋଭ ପହଂଚାଇ ଦିଆଗଲା । ଏହା ହେଉଛି ବ୍ୟବସ୍ଥାର ଗଣତାନ୍ତ୍ରିକ ପ୍ରକ୍ରିୟାକରଣ । ଏହା ହିଁ ହେଉଛି ସମ୍ବିଧାନର ସଠିକ ସ୍ପିରିଟ ।

ବନ୍ଧୁଗଣ, 

ବ୍ୟାଙ୍କର ଜୀତୟକରଣ ଯୁଗରେ ସରକାରୀ କମ୍ପାନୀ ଓ ପିଏସୟୁଗୁଡିକୁ ବନ୍ଦ କରି କଂଗ୍ରେସ ଶୋଇ ଯାଉଥିଲା । ଏହା ଡୁବିବାକୁ ବସିଥିବା ବେଳେ କଂଗ୍ରେସ ଆମେ କାହିଁକି ଚିନ୍ତା କରିବୁ ଭାବରେ ଏସବୁ ଛାଡି ଦେଇଥିଲା । ଏହାର ସ୍ୱାଭାବିକ ମୃତ୍ୟୁ ଘଟିବ । ଆମ ପକେଟରୁ କଣ ବାଯାଉଛି । ଏହି ଭାବଧାରାରେ ସରକାର ରହିଥିଲେ । କିନ୍ତୁ ଏଥିରେ ପରିବର୍ତନ ଆସିଛି । ଏଲଆଇସି, ଏସବିଆଇ, ପିଏସୟୁ ପରି କ୍ଷେତ୍ର ଆଜିକାଲି ରେକର୍ଡ ପ୍ରଫିଟ କରୁଛନ୍ତି ।

ବନ୍ଧୁଗଣ,

ଯେବେ ବିଭିନ୍ନ ସରକାରୀ ଯୋଜନା ସରକାରୀକରଣ ଛଡା ଗଣତାନ୍ତ୍ରିକ ରହିଥିଲା, ସେବେ ଦେଶବାସୀଙ୍କ ମନରେ ଉଚ୍ଚ ଉତ୍ସାହ ରହିଥିଲା । ସରକାରୀକରଣର ଏପରି ଚିନ୍ତାଧାରା ଭିତରେ କଂଗ୍ରେସ ଦେଶରୁ ଗରିବୀ ହଟାଇବା ଲାଗି ସ୍ଲୋଗାନ ଦେଇଥିଲା । ପ୍ରତି ନିର୍ବାଚନରେ ଆପଣ ଏକଥା ଦେଖିଥିବେ । ୟୁଟ୍ୟୁବରୁ ଆପଣ ପୁରୁଣା ଭିଡିଓ ଶୁଣିପାରିବେ । ଗୋଟିଏ ନିର୍ଦ୍ଦିଷ୍ଟ ପରିବାରର ରାଜନେତାମାନେ ଲାଲକିଲ୍ଲାରୁ ସବୁ ବେଳେ ଗରିବୀ ହଟାଇବା ନେଇ ଉଦଘୋଷଣା କରୁଥିଲେ । ସମସ୍ତେ ସବୁ ସମୟରେ ଗରିବୀ ହଟାଇବା ନେଇ କହିଥାନ୍ତି । କିନ୍ତୁ ଗରିବୀ ଉପରେ କିଛି ବି କହିନଥାନ୍ତି । କିନ୍ତୁ ଗରିବୀ କିମ୍ବା ଦାରିଦ୍ର‌୍ୟ ହଟିଲା ନାହିଁ । ଗତ ୧୧ ବର୍ଷ ଭିତରେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ଫଳରେ ୨୫ କୋଟି ଗରିବୀ ଲୋକଙ୍କୁ ଦାରିଦ୍ର‌୍ୟରୁ ମୁକୁଳାଇ ପାରିଛି । ଫଳରେ ସାରା ଦେଶ ଆମ ଉପରେ ବିଶ୍ୱାସ ରଖିଛି । ସେଇଥିପାଇଁ ଭାରତ ପ୍ରତିହତ ।

ବନ୍ଧୁଗଣ, 

ଆଜି ଗରିବୀରେ ସଢୁଥିବା ଲୋକଙ୍କ ପାଇଁ ସରକାର ପୂର୍ଣ୍ଣମାତ୍ରାରେ ସମର୍ପିତ ରହିଛି । ପଛୁଆ ଶ୍ରେଣୀକୁ ଆମେ ପ୍ରାଧାନ୍ୟ ଦେଉଛୁ । ସେମାନଙ୍କ ଜୀବନ ଧାରଣର ମାନରେ ଉଲ୍ଲେଖନୀୟ ପରିବର୍ତନ ଲାଗି ଆମେ ସମ୍ପୂର୍ଣ୍ଣ ଭାବରେ ସମ୍ବେଦନଶୀଳ ରହିଛୁ । ବଡ ବଡ ଆଲୋଚନାରେ ଏହି ପ୍ରସଙ୍ଗ ବିଶେଷ ଭାବେ ସ୍ଥାନିତ ହୋଇନଥାଏ । ଏକ ଉଦାହରଣ ଦିଆଯାଉ । ନିକଟରେ ବିଏସଏନଏଲ ପକ୍ଷରୁ ମେଡ ଇନ ଇଣ୍ଡିଆ ୪ଜି ଷ୍ଟାକର ବଜାର ପ୍ରବେଶ ଘଟିଛି । 

ବନ୍ଧୁଗଣ,

ମୁଁ ଆପଣମାନଙ୍କୁ ଏହି ଅବସରରେ କହୁଛି ଯେ ଭାରତ ଲାଗି ଏହା ଏକ ଉଲ୍ଲେଖନୀୟ ପ୍ରଗତିର ସୂଚକ । ଆମେ ଆଜି ଗର୍ବର ସହ କହୁଛେ ଯେ, ଭାରତ ପାଖରେ ସ୍ୱଦେଶୀ ୪ଜି ଷ୍ଟାକ ରହି ପାରିଛି । ଆଗରୁ ସବୁକଥାରେ ୨ଜିକୁ ଆକ୍ଷେପ କରାଯାଉଥିଲା । କିନ୍ତୁ ଏବେ ଆମେ ୪ଜି କଥା କହୁଛେ । ସରକାରୀ କମ୍ପାନୀ ହିସାବରେ ବିଏସଏନଏଲକୁ କଂଗ୍ରେସ ସରକାର ଧ୍ୱସଂ ପଥରେ ଛାଡି ଦେଇଥିଲେ । ହେଲେ ଏବେ ସ୍ଥିତିରେ ସୁଧାର ଆସିପାରିଛି । ଏବେ ବିଏସଏନଏଲ ସଫଳତା ପାଇବାରେ ଲାଗିଛି ।

 

ବନ୍ଧୁଗଣ,

 ଦେଶର ସଫଳତା ପଛରେ ଏହା ଗୋଟିଏ ଫର୍ଦ୍ଦ । ଯେଉଁ ତାରିଖରେ ୪ଜି ଷ୍ଟାକ ଲୋକାର୍ପିତ ହେଲା ସେବେ ବିଏସଏନଏଲ ପକ୍ଷରୁ ଏକ ଲକ୍ଷ ୪ଜି ଟାୱାର କାର୍ଯ୍ୟକ୍ଷମ କରାଗଲା । ଗ୍ରାମାଂଚଳ, ପାହାଡିଆ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ଏହା ହାଇ ସ୍ପିଡ ଇଂଟରନେଟ ସେବା ଯୋଗାଇଲା ।

ବନ୍ଧୁଗଣ,  

ଆଉ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ଆପଣଙ୍କ ଆଗରେ ଅବତାରଣା କରୁଛି । ଆପଣମାନେ ସବୁବେଳେ ୨ଜି, ୪ଜି, ୬ଜି କଥା ଶୁଣୁଛନ୍ତି । ଆପଣମାନେ ହୁଏତ ସରକାରଙ୍କ ଇ-ସଂଜୀବନୀ କଥା ଶୁଣିନଥିବେ । ପାହାଡିଆ କିମ୍ବା ଗ୍ରାମାଂଚଳରେ ରୋଗରେ ପୀଡିତ ଲୋକଟିଏ ଇ-ସଂଜୀବନୀ ସହ ଯୋଗା ଯୋଗ କରି ସ୍ୱାସ୍ଥ୍ୟଗତ ସୁବିଧା ପାଇପାରିବେ ।

ବନ୍ଧୁଗଣ,

ଏହି ଆପ୍ଲିକେସନ ବା ଇ-ସଂଜୀବନୀ ମାଧ୍ୟମରେ ଦୂରଦୂରାନ୍ତର କୌଣସି ରୋଗୀ ଡାକ୍ତରଙ୍କ ସହ ସମ୍ପର୍କରେ ରହିପାରି ଚିକିତ୍ସିତ ହୋଇପାରିବେ । ଏନଡିଟିଭି ଦର୍ଶକ ଶୁଣି ଖୁସି ହେବେ ଯେ ଇ-ସଂଜୀବନୀ ମାଧ୍ୟମରେ ଏଯାଏ ୪୨ କୋଟି ଲୋକ ଡାକ୍ତରଙ୍କ ସହ ଓପିଡି ଯୋଗାଯୋଗ କରିସାରିଛନ୍ତି । ଏହା ବୁଝା ପଡୁଛି ଯେ, ୪ଜି, ୨ଜି କେବଳ ଏକ ମାଧ୍ୟମ ହୋଇ ରହିନାହିଁ ବରଂ ଏହା ଆବଶ୍ୟକତାରେ ପରିଣତ ହୋଇପାରିଛି । ଗ୍ରାମୀଣ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ପହଂଚାଇ ଲୋକମାନଙ୍କର ଜୀବନଶୈଳୀରେ ପରିବର୍ତନ ଅଣାଯାଇ ପାରିଛି । ଏବେ ଯେତେବେଳେ ଆପଣମାନଙ୍କ ସହ ମୁଁ କଥା ହେଉଛି ସେବେ ପ୍ରାୟ ଏକ ଲକ୍ଷ ଲୋକ ଇ-ସଂଜୀବନୀର ଫାଇଦା ପାଇସାରିଛନ୍ତି । ୧୨ ଘଂଟାର ବିବରଣୀ ମୁଁ ଦେଉଛି । ଇ-ସଂଜୀବନୀ କେବଳ ଏକ ସୁବିଧା ନୁହେଁ ବରଂ ସଂକଟ ସମୟରେ ସ୍ୱାସ୍ଥ୍ୟଗତ ସେବା ପାଇବାର ଏହା ହେଉଛି ପ୍ରକୃତ ପ୍ଲାଟଫର୍ମ । 

ବନ୍ଧୁଗଣ,

ଗୋଟିଏ ସମ୍ବେଦନଶୀଳ ସରକାର ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସବୁବେଳେ ଉତ୍ସର୍ଗୀକୃତ । ଲୋକମାନଙ୍କର ଜୀବନ ଶୈଳୀକୁ ସରଳ କରିବା ସହ ଆର୍ଥିକ କ୍ଷେତ୍ରରେ ସେମାନଙ୍କର ସଞ୍ଜୟ ଜମା ବୃଦ୍ଧି କରିବାକୁ ପ୍ରାଥମିକତା ଦିଆଯାଉଛି । ଉଦାହରଣ ସ୍ୱରୂପ, ଏକ ଜିବି ଡାଟା ବ୍ୟବହାର ପାଇଁ ଆଗରୁ ୩୦୦ ଟଙ୍କା ଲାଗୁଥିଲା । ହେଲେ ମାତ୍ର ଏବେ ୧୦ ଟଙ୍କାରେ କାମ ହୋଇଯାଉଛି । ଫଳରେ ପ୍ରତିବର୍ଷ ଭାରତୀୟଙ୍କ ପକେଟରେ ହଜାର ହଜାର ଟଙ୍କା ଜମା ହୋଇ ରହିପାରୁଛି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ରୋଗୀମାନେ ୧.୨୫ ଲକ୍ଷ କୋଟି ଜମା କରିପାରିଛନ୍ତି । ପିଏମ ଜନଔଷଧି ସେଂଟର ମାଧ୍ୟମରେ ୮୦ ପ୍ରତିଶତ ରିହାତିରେ ଲୋକେ ଔଷଧ ପାଇପାରୁଛନ୍ତି । ଏହାଫଳରେ ଲୋକେ ପ୍ରାୟ ୪୦ ହଜାର କୋଟି ସଂଚୟ କରିପାରିଛନ୍ତି । ହାର୍ଟ ଷ୍ଟେଂଟର ମୂଲ୍ୟ ଏବେ ପ୍ରାୟ କମିଯାଇଥିବାରୁ ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକେ ବାର୍ଷିକ ପ୍ରାୟ ୧୨ ହଜାର କୋଟି ଟଙ୍କା ଜମା କରିବାରେ ସଫଳ ହେଉଛନ୍ତି ।

ବନ୍ଧୁଗଣ,

 ସଚ୍ଚୋଟ କରଦାତାଙ୍କୁ ଆମେ ସିଧାସଳଖ ଫାଇଦା ଦେଉଛୁ । ଏହା ଆୟକର ହେଉ ଅବା ଜିଏସଟି ସବୁଥିରେ ଦର ହ୍ରାସ କରାଯାଇଛି । ଚଳିତ ବର୍ଷ ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ସୀମା କୋହଳ କରାଯାଇଛି । ଜିଏସଟି ସେଭିଂ ଉତ୍ସବ ଏବେ ଭଲ ଫଳାଫଳ ଦେଇଛି । ଆଜିକାଲି ଆମେ ଦେଖୁଛୁ ଯେ, ପୁରୁଣା ସେଲ୍ସ ରେକର୍ଡ ଭାଙ୍ଗିଛି । ଆୟକର ଓ ଜିଏସଟିର ଏହି ଦୁଇଟି ପାବଚ୍ଛ ପାଇଁ ଦେଶବାସୀ ବର୍ଷକରେ ୨.୫ ଲକ୍ଷ କୋଟି ଟଙ୍କା ସଂଚୟ କରିପାରୁଛନ୍ତି । 

ବନ୍ଧୁଗଣ,

ନିକଟରେ ଦେଶ ଓ ସାରା ବିଶ୍ୱ ଅପରେସନ ସିନ୍ଦୂରକୁ ନେଇ ବହୁ ଚର୍ଚ୍ଚା କଲେ । ଆମ ବନ୍ଧୁ ରାହୁଲଜୀ ମଧ୍ୟ ଅପରେସନ ସିନ୍ଦୂରକୁ ନେଇ ବହୁ କଥା କହିଲେ । ସେ ଏକ ସେନା ପରିବାରରୁ ଆସିଛନ୍ତି । ତାଙ୍କର ଏଥିପ୍ରତି ଆଗ୍ରହ ରହିବା କଥା । ସେ ଏହାକୁ ଗର୍ବର ସହ ପ୍ରଶଂସା କଲେ । ଦେଶ ଓ ସାରା ବିଶ୍ୱ ସେହି ସମାନ କଥା କରୁଛି । କିନ୍ତୁ ଆଜି ଆପଣମାନଙ୍କୁ ମୁଁ ଆଉ ଗୋଟିଏ ପ୍ରସଙ୍ଗକୁ ନେଇଯିବି । ଦେଶର ସୁରକ୍ଷା ଓ ନିରାପତା ନେଇ ଏହା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଏହା ଆମ ଦେଶର ଯୁବ ବର୍ଗଙ୍କ ଭବିଷ୍ୟ ସହ ସମ୍ପୃକ୍ତ । ଏହି ପ୍ରସଙ୍ଗ ନକ୍ସଲିଜିମ ଉପରେ ପର୍ଯ୍ୟବସିତ । ମୁଁ ବିଶ୍ୱାସ କରେ ଏପ୍ରକାର ଶବ୍ଦ କିଛି ଲୋକ ଆବିଷ୍କାର କରିଛନ୍ତି । ପ୍ରକୃତ ପକ୍ଷେ ଏହା ହେଉଛି ମାଓ ଆତଙ୍କ । ଆଜି ଆପଣମାନଙ୍କୁ ମାଓ ଆତଙ୍କର ଏକ କାହାଣୀ କହୁଛି । କଂଗ୍ରେସ ଶାସନ କାଳରେ ଅର୍ବାନ ନକ୍ସଲଙ୍କ ଇକୋ ସିଷ୍ଟମ ପ୍ରସଙ୍ଗରେ କହୁଛି । ଏହି ଅର୍ବାନ ନକ୍ସଲମାନେ ଆଗରୁ ବହୁତ ପ୍ରଭାବଶାଳୀ ଥିଲେ ଆଉ ଏବେ ବି ରହିଛନ୍ତି । ଆମ ଦେଶରେ ଆତଙ୍କବାଦକୁ ନେଇ ବହୁ ଚର୍ଚ୍ଚା କରାଯାଉଥିଲା । ୩୭୦ ଧାରାକୁ ନେଇ ବହୁ ବିତର୍କ ହେବାକୁ ଆରମ୍ଭ କଲା । କଂଗ୍ରେସ ଶାସନ କାଳରେ ଯେଉଁ ଅର୍ବାନ ନକ୍ସଲମାନେ ସକ୍ରିୟ ଥିଲେ, ଯେଉଁମାନେ ଏପ୍ରକାର ଅନୁଷ୍ଠାନଗୁଡିକୁ ଅଧିଗ୍ରହଣ କରିଛନ୍ତି ସେମାନେ ଏପ୍ରକାର ମାଓ ଆତଙ୍କକୁ ଘଂଟ ଘୋଡାଇ ରଖିଥିଲେ । ଦେଶକୁ ଅନ୍ଧାରରେ ରଖିଥିଲେ । କିଛି ଦିନ ପୂର୍ବରୁ ମାଓ ଆତଙ୍କରେ ଶୀକାର ହୋଇଥିବା ଅନେକ ଦୁର୍ଗତମାନେ ଦିଲ୍ଲୀ ଆସିଥିଲେ । ଏହା ବଡ ଯନ୍ତ୍ରଣାଦାୟକ ଘଟଣା । ସେମାନେ ବହୁ ସଂଖ୍ୟାରେ ଆସିଥିଲେ । କିଛି ଲୋକଙ୍କର ଗୋଡ ନଥିଲା । କିଛି ଲୋକଙ୍କର ହାତ ନଥିଲା । କିଛି ଲୋକଙ୍କର ଆଖି ନଥିଲା । କିଛି ଲୋକଙ୍କର ଶରୀରର କିଛି ପ୍ରତ୍ୟଙ୍ଗ ବି ନଥିଲା । ସେମାନେ ସମସ୍ତେ ମାଓ ଆତଙ୍କର ଶୀକାର ବ୍ୟକ୍ତି ଥିଲେ । ଗରିବ, ଆଦିବାସୀ, କୃଷକମାନଙ୍କର ପୁତ୍ର, ଗାଁର ଭାଇ, ଉଭଣୀ, ମା, ଉଭଣୀ କିଛି ଲୋକଙ୍କର କୃତ୍ରିମ ଗୋଡ ଲାଗିଥିଲା । ସେମାନେ ସମସ୍ତେ ଦିଲ୍ଲୀ ଆସିଥିଲେ । ସାତ ଦିନ ରହିଥିଲେ । ଯୋଡ ହସ୍ତରେ ସେମାନେ ସେମାନଙ୍କର ବାର୍ତା ଦେଶବାସୀଙ୍କୁ ଜଣାଇବାକୁ କହିଥିଲେ । ସେମାନେ ଏକ ପ୍ରେସ କନଫରେନ୍ସ ବି କରିଥିଲେ । ଆପଣମାନଙ୍କ ବିଥରୁ କେହି ବି ଏହା ଶୁଣିନଥିବେ କିମ୍ବା ଦେଖି ନଥିବେ । ମାଓ ଆତଙ୍କର ଠିକାଦାରମାନେ ଗରିବ ଭୁକ୍ତ ଭୋଗୀ ଦୁର୍ଗତମାନଙ୍କର କାହାଣୀକୁ ସାରା ଦେଶ ଜାଣିବାକୁ ଦେଉ ନଥିଲେ । କଂଗ୍ରେସ ଇକୋ ସିଷ୍ଟମ ଚର୍ଚ୍ଚା ହେବାକୁ ବି ଦେଉନଥିଲା । 

ବନ୍ଧୁଗଣ,

ପରିସ୍ଥିତି ଏପରି ଥିଲା ଯେ ଦେଶର ଅନେକ ପ୍ରମୁଖ ରାଜ୍ୟ ମାଓ ଅଧ୍ୟୁଷିିତ ଥିଲା । ବାକି ଜାଗାରେ ସମ୍ବିଧାନ କାର୍ଯ୍ୟକ୍ଷମ ଥିବା ବେଳେ ମାଓ ଅଧ୍ୟୁଷିତ ରେଡ କରିଡରରେ କେହି ଉଲ୍ଲେଖ କରିବାକୁ ବି ସାହାସ କରୁନଥିଲେ । ରାତି ଦିନ ସମ୍ବିଧାନ ମୁଣ୍ଡାଇ ବିକ୍ଷୋଭ କରୁଥିବା ଏହି ବ୍ୟକ୍ତିମାନେ ମାଓବାଦୀଙ୍କୁ ସୁରକ୍ଷା ଦେଉଛନ୍ତି । କିନ୍ତୁ ସମ୍ବିଧାନରେ ବିଶ୍ୱାସ ରଖନ୍ତି ନାହିଁ । 

ବନ୍ଧୁଗଣ,

ସରକାର ନିର୍ବାଚିତ ହେଲେ । କିନ୍ତୁ ରେଡ କରିଡରରେ ଏହାକୁ ସ୍ୱୀକୃତି ମିଳିଲା ନାହିଁ । ସନ୍ଧ୍ୟା ହେଲେ ଘରୁ ବାହାରିବା ମୁସ୍କିଲ ହେଉଛି । ଲୋକଙ୍କୁ ସୁରକ୍ଷା ଯୋଗାଉଥିବା ସୁରକ୍ଷା କର୍ମୀଙ୍କୁ ବି ସୁରକ୍ଷା ଦରକାର ହେଲା ।

ବନ୍ଧୁଗଣ,

ଗତ ୫୦-୫୫ ବର୍ଷ ଭିତରେ ମାଓ ହିଂସା ପାଇଁ ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । ବହୁ ସୁରକ୍ଷା କର୍ମୀ ମାଓ ହିଂସାର ଶୀକାର ବି ହୋଇଛନ୍ତି । ଆମେ ଅନେକ ଯୁବକଙ୍କୁ ହରାଇଛୁ । ସ୍କାଲ ଚାଲିବାକୁ ବି ମାଓବାଦୀମାନେ ଅନୁମତି ଦେଉନଥିଲେ । ଡାକ୍ତରଖାନା ତିଆରି କରିବାକୁ ବି ଅନୁମତି ଦେଉନଥିଲେ । ଚାଲୁଥିଲେ ବି ଡାକ୍ତର ଆସିବାକୁ ଅନୁମତି ମିଳୁନଥିଲା । ଯେଉଁମାନେ ଛିଡା ହୋଇ ରହୁଥିଲେ ସେମାନଙ୍କୁ ବୋମା ଉଡାଇ ମାରି ଦିଆଯାଉଥିଲା । ବର୍ଷ ବର୍ଷ ଧରି ଦେଶର ଅନେକ ଜାଗାରେ ବହୁ ସଂଖ୍ୟାକ ଲୋକଙ୍କ ପାଖକୁ ବିକାଶ ପହଂଚି ପାରିନଥିଲା । ଆମ ଆଦିବାସୀ ଭାଇ ଉଭଣୀମାନେ, ଦଳିତ ଭାଇ ଉଭଣୀମାନେ, ଗରିବ ଶ୍ରେଣୀର ଲୋକେ ଏଥିପାଇଁ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ।

ବନ୍ଧୁଗଣ,

ଏହି ଦେଶର ଯୁବକମାନଙ୍କ ଲାଗି ମାଓବାଦ ଏକ ଚରମ ଅଭିଶାପ । ଆମ ଯୁବକମାନଙ୍କୁ ମୁଁ ଏଭଳି ଅବସ୍ଥାରେ ଛାଡି ପାରିବିନି । ପ୍ରଥମଥର ଲାଗି ଆପଣମାନଙ୍କ ଆଗରେ ମୋ ଦୁଃଖ ମୁଁ କହୁଛି । ମୁଁ ଜାଣିଛି ଯେଉଁ ମା’ମାନେ ସେମାନଙ୍କ ସନ୍ତାନକୁ ହରାଇଛନ୍ତି ସେମାନଙ୍କର ନିଜ ପିଲାଙ୍କଠାରୁ ଯଥେଷ୍ଟ ଆଶା ରହିଥିଲା । ମାଓ ଗୁଜବର ସେମାନେ ଶୀକାର ହୋଇଥାଇ ପାରନ୍ତି କିମ୍ବା ମାଓବାଦର ଶୀକାର ହୋଇପାରିଥାନ୍ତି । ୨୦୧୪ ପରେ ଆମ ସରକାର ଏପ୍ରକାର ଖରାପ ବାଟରେ ଯାଇଥିବା ଯୁବକମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଉଦ୍ୟମ କରିବା ଆରମ୍ଭ କଲା । ମୁଁ ଦେଶବାସୀଙ୍କୁ ଆଜି ପ୍ରଥମଥର କହୁଛି ଯେ, ଦେଶବାସୀ ଆମକୁ ଆଶୀର୍ବାଦ ଦେବେ । ଯେଉଁ ମା’ମାନେ ସେମାନଙ୍କୁ ପିଲାଙ୍କୁ ହରାଇଛନ୍ତି ସେମାନେ ଆମକୁ ଆଶୀର୍ବାଦ ଦେବେ । ଏ ଦେଶର ଶକ୍ତିକୁ ସେମାନେ ଆଶୀର୍ବାଦ ଦେବେ । ଆଜି ସାରା ଦେଶ ଏହାର ସୁଫଳ ଦେଖୁଛି । ୧୧ ବର୍ଷ ପୂର୍ବରୁ ୧୨୫ରୁ ଅଧିକା ଜିଲ୍ଲା ମାଓ ହିଂସା ଦ୍ୱାରା ଅଧ୍ୟୁଷିତ ଥିଲା ।

ବନ୍ଧୁଗଣ,

ଆଜି ଏହି ସଂଖ୍ୟା ୧୧କୁ ଖସିଛି । ଆଉ ଏଥିପାଇଁ କମ ପରିଶ୍ରମ କରିବାକୁ ପଡିନି । ଆଉ ଏହି ୧୧ଟି ଜିଲ୍ଲା ଭିତରୁ ୩ଟି ଅତିରିକ୍ତ ସମ୍ବେଦନଶୀଳ ରହିଛି । 

ବନ୍ଧୁଗଣ,

ଗତ ଶତାବ୍ଦୀରେ ହଜାର ହଜାର ନକ୍ସଲ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି । ଗତ ୭୫ ଘଂଟାର ରେକର୍ଡ ମୁଁ ଆପଣଙ୍କୁ ଦେଉଛି । ମୁଁ ଜାଣିଛି ଯେ ଏହା ମିଡିଆର ମେନ୍ୟୁ ନୁହେଁ । କିନ୍ତୁ ଏହା ମୋ ଜୀବନର ଏହା ସବୁଠାରୁ ବଡ ଉପଲବ୍ଧି ଯେ ଗତ ୭୫ ଘଂଟା ଭିତରେ ୩୦୩ ନକ୍ସଲ ଆତ୍ମ ସମର୍ପଣ କରିଛନ୍ତି । ଯେଉଁମାନେ ଅତୀତରେ ଥ୍ରି ନଟ ଥ୍ରୀ ଚଳାଉଥିଲେ ସେମାନେ ଆଜି ସେହି ଥ୍ରୀ ନଟ ଥ୍ରୀକୁ ହସ୍ତାନ୍ତର କରି ସମର୍ପଣ କରିଛନ୍ତି । ଆଉ ଏମାନେ ସାଧାରଣ ନକ୍ସଲ ନଥିଲେ । କୋଟି କୋଟି ଟଙ୍କାର ପୁରସ୍କାର ଏମାନଙ୍କ ନାଁରେ ରହିଥିଲା । କିଛି ଲୋକଙ୍କ ଏକ କୋଟି, କିଛି ଲୋକଙ୍କର ୧୫ ଲକ୍ଷ, କିଛି ଲୋକଙ୍କର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରାଯାଇଥିଲା । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ବି ଏହି ନକ୍ସଲମାନଙ୍କଠାରୁ ଗ୍ରହଣ ଜବତ କରାଯାଇଛି । ବନ୍ଧୁକ ଓ ବୋମା ଛାଡି ଏହି ବ୍ୟକ୍ତିମାନେ ସମ୍ବିଧାନକୁ ଗ୍ରହଣ କରିବାକୁ ରାଜି ହୋଇଛନ୍ତି । ଯେବେ ଗୋଟିଏ ଦେଶ ସମ୍ବିଧାନର ମାର୍ଗରେ ଚାଲିଥାଏ ସେବେ ଭୁଲ ରାସ୍ତା ବାଛିଥିବା ବ୍ୟକ୍ତି ଠିକ ରାସ୍ତାକୁ ଫେରିଥାଏ ଓ ସମ୍ବିଧାନ ଉପରେ ହିଁ ଦୃଷ୍ଟି ନିବଦ୍ଧ କରିଥାଏ । ଧୀରେ ଧୀରେ ଏହି ବ୍ୟକ୍ତିମାନେ ସମାଜର ମୁଖ୍ୟ ସ୍ରୋତକୁ ଆସିଥାନ୍ତି । ପାଂଚ ଶତାବ୍ଦୀ ହୋଇଗଲା ଯୁବାବସ୍ଥା ସେମାନେ ବିତାଇଦେଲେ । କିନ୍ତୁ ଯେଉଁ ପରିବର୍ତନ ସେମାନେ ଚାହୁଁଥିଲେ ତାହା ହେଲାନି । ଏବେ ସେମାନେ ସମ୍ବିଧାନ ଉପରେ ବିଶ୍ୱାସ ରଖି ଚାଲିବେ । 

ବନ୍ଧୁଗଣ,  

ଏ ପ୍ରକାର କିଛି ମିଡିଆ ହେଡ ଲାଇନ୍ସ ରହିଥିଲା । ଛତିଶଗଡର ବସ୍ତରରେ ଏହା ଘଟିଲା କିମ୍ବା ସମ୍ପୂର୍ଣ୍ଣ ବସଟିକୁ ଜଣାଇ ଦିଆଗଲା । ଏତେ ସଂଖ୍ୟକ ସୁରକ୍ଷାକର୍ମୀ ମରିଗଲେ । ବସ୍ତରରେ ପ୍ରାୟ ସମୟ ଏପରି ଅଘଟଣ ଦେଖିବାକୁ ମିଳୁଥିଲା । ଏବେ ସେହି ସମାନ ବସ୍ତର କଥା ମୁଁ ଉଦାହରଣ ଦେବି । ଆଦିବାସୀ ପିଲାମାନେ ବସ୍ତର ଅଲିମ୍ପିକ୍ସ ଆୟୋଜନ କରିପାରିଛନ୍ତି । ଲକ୍ଷ ଲକ୍ଷ ଯୁବକ ବସ୍ତର ଅଲିମ୍ପିକ୍ସ ଆସି ସେମାନଙ୍କର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରୁଛନ୍ତି । 

ବନ୍ଧୁଗଣ,

ମାଓ ଆତଙ୍କରୁ ମୁକ୍ତ ଅଂଚଳ ଚଳିତ ଦୀପାବଳିରେ ଦୀପାଳି ଉତ୍ସବ ଅଧିକା ହେବ । ୫୦-୫୫ ବର୍ଷ ହେଲା ସେମାନେ ଦୀପାବଳି କଣ ଦେଖି ନାହାନ୍ତି । ଏବେ ସେମାନେ ଦୀପାବଳି ଦେଖିବେ । ଆମ କଠିନ ପରିଶ୍ରମ କାମ କରିବ । ହର୍ଷ ଓ ଆନନ୍ଦର ଦୀପ ସେହି ସ୍ଥାନରେ ଜଳିବ । ଆଉ ଆଜି ଦେଶବାସୀ ଓ ଏନଡିଟିଭି କର୍ମକର୍ତାଙ୍କୁ ମୁଁ ଆଶ୍ୱାସନା ଦେଉଛି ଯେ, ନକ୍ସଲ ଓ ମାଓବାଦରୁ ଦେଶ ସମ୍ପୂର୍ଣ୍ଣ ମୁକ୍ତ ହେବାର ଦିନ ଡେରି ନୁହେଁ । ଏହା ବି ମୋଦୀଙ୍କ ଗ୍ୟାରେଂଟି ।

ବନ୍ଧୁଗଣ,

ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ କେବଳ ପ୍ରଗତିର ଏକ ଯାତ୍ରା ନୁହେଁ । ବିକାଶ ଓ ମର୍ଯ୍ୟାଦା ହାତ ଧରାଧରି ହୋଇ ଯେବେ ଚାଲନ୍ତି, ନାଗରିକଙ୍କ ଲାଗି ଯେବେ ଗତି ଓ ମର୍ଯ୍ୟାଦା ରହେ, ଇନୋଭେସନରଲ ଲକ୍ଷ୍ୟ ଯେବେ କେବଳ ଦକ୍ଷତା ନରହେ ଏପ୍ରକାର ଦର୍ଶନକୁ ନେଇ ଆମେ ଗତିଶୀଳ । ଆଉ ଏନଡିଟିଭି ୱାର୍ଲଡ ସମିଟ ଦ୍ୱାରା ଏପ୍ରକାର ଦର୍ଶନ ପୃଷ୍ଣପୋଷକତା ପାଇବ । ଦେଶ ଲାଗି କିଛି କହିବାକୁ ମୋତେ ଡାକିଥିବାରୁ ମୁଁ ଏନଡିଟିଭିକୁ ଧନ୍ୟବାଦ ଜ୍ଞାପନ କରୁଛି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଦୀପାବଳି ପାଇଁ ଢେର ସାରା ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।  

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In A First, Indian Railways To Run Direct Festival Special Trains From September 11 To December 7

Media Coverage

In A First, Indian Railways To Run Direct Festival Special Trains From September 11 To December 7
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"