‘‘ଯେତେବେଳେ ଅନ୍ୟମାନଙ୍କର ଆକାଂକ୍ଷା ଆପଣଙ୍କର ଆକାଂକ୍ଷାରେ ପରିଣତ ହୁଏ ଏବଂ ଯେତେବେଳେ ଅନ୍ୟମାନଙ୍କର ସ୍ୱପ୍ନ ପୂରଣ କରିବା ଆପଣଙ୍କର ସଫଳତାର ମାପକାଠି ହୋଇଯାଏ, କର୍ତ୍ତବ୍ୟର ସେହି ମାର୍ଗ ଇତିହାସ ସୃଷ୍ଟି କରିଥାଏ’’
‘‘ଆଜି ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଦେଶର ବିକାଶରେ ରହିଥିବା ବାଧା ଦୂର କରୁଛନ୍ତି। ସେମାନେ ଗତିରୋଧକ ପରିବର୍ତ୍ତେ ଗତିବର୍ଦ୍ଧକ ପାଲଟୁଛନ୍ତି’’
‘‘ଆଜି, ଆଜାଦୀ କା ଅମୃତ କାଳ ସମୟରେ, ସେବା ଓ ସୁବିଧାର ଶତ ପ୍ରତିଶତ ପରିପୂର୍ଣ୍ଣତା ହାସଲ କରିବା ଦେଶର ଲକ୍ଷ୍ୟ ପାଲଟିଛି’’
‘‘ଡିଜିଟାଲ ଇଣ୍ଡିଆ ରୂପରେ ଦେଶ ଏକ ନିରବ ବିପ୍ଳବର ସାକ୍ଷୀ ରହିଛି। କୌଣସି ଜିଲ୍ଲା ଏଥିରେ ପଛରେ ପଡ଼ିବା ଉଚିତ୍‌ ନୁହେଁ’’

ନମସ୍କାର!

କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ଥିବା ଦେଶର ଭିନ୍ନ ଭିନ୍ନ ରାଜ୍ୟର ସମ୍ମାନିତ ମୁଖ୍ୟମନ୍ତ୍ରୀଗଣ, ଲେଫ୍ଟନାଣ୍ଟ ଗଭର୍ଣ୍ଣାଣ୍ଟ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀ, ସମସ୍ତ ସାଥୀ, ରାଜ୍ୟଗୁଡ଼ିକର ସମସ୍ତ ମନ୍ତ୍ରୀ, ବିଭିନ୍ନ ମନ୍ତ୍ରଣାଳୟର ସଚିବ ଏବଂ ଶହ ଶହ ଜିଲ୍ଲାର ଜିଲ୍ଲା ଅଧିକାରୀ, କଲେକ୍ଟର- କମିଶନର, ଅନ୍ୟ ମହାନୁଭବ, ଭଉଣୀମାନେ ଏବଂ ଭଦ୍ର ଲୋକମାନେ ।

ପ୍ରାୟତଃ ଜୀବନରେ ଆମେ ଦେଖୁ ଯେ ଲୋକମାନେ ସେମାନଙ୍କର ଆକାଂକ୍ଷା ପାଇଁ ଦିନ ରାତି କାମ କରିଥାନ୍ତି ଏବଂ କିଛି ପରିମାଣରେ ସେଗୁଡ଼ିକୁ ପୂରଣ କରିଥାନ୍ତି । କିନ୍ତୁ ଯେତେବେଳେ ଅନ୍ୟମାନଙ୍କର ଆକାଂକ୍ଷା ବା ଆମ ନିଜର ଆକାଂକ୍ଷା ହୋଇଯାଏ, ଯେତେବେଳେ ଅନ୍ୟମାନଙ୍କ ସ୍ୱପ୍ନକୁ ପୂରଣ କରିବା ଆମର ସଫଳତାର ମାପକାଠି ହୋଇଯାଏ, ସେତେବେଳେ ସେହି କର୍ତ୍ତବ୍ୟ ପଥ ଇତିହାସ ସୃଷ୍ଟି କରିଥାଏ । ଆଜି ଆମେ ଦେଖୁଛୁ ଯେ ଏହି ଇତିହାସ ଦେଶର ଇଗ୍ଦକ୍ଟ୍ରସକ୍ସବଗ୍ଧସକ୍ଟଦ୍ଭବକ୍ଷ ଊସଗ୍ଦଗ୍ଧକ୍ସସମଗ୍ଧଗ୍ଦ- ଆକାଂକ୍ଷୀ ଜିଲ୍ଲାରେ ଏହି ଇତିହାସ ହେଉଥିବା ଦେଖିବାକୁ ମିଳିଥାଏ । ମୋର ମନେ ଅଛି, ଯେତେବେଳେ ଏହି ଅଭିଯାନ ୨ଠ୧୮ରେ ଆରମ୍ଭ ହେଲା, ମୁଁ କହିଲି ଯେ ଦଶନ୍ଧି ଧରି ବିକାଶର ବଞ୍ଚôତ ହୋଇଛନ୍ତି । ସେମାନଙ୍କ ଠାରେ ଲୋକଙ୍କୁ ସେବା କରିବାର ସୁଯୋଗ ଏହା ନିଜେ ହିଁ ନିଜେ ଏକ ବଡ଼ ସୌଭାଗ୍ୟ ଅଟେ । ମୁଁ ଖୁସି ଯେ ଆଜି ଯେତେବେଳେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ତେବେ ଆପଣ ଆଜି ଏହି ଅଭିଯାନର ଅନେକ ସଫଳତା ସହିତ ଏଠାରେ ଉପସ୍ଥିତ ଅଛନ୍ତି । ଆପଣଙ୍କ ସଫଳତା ପାଇଁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି, ଆପଣଙ୍କୁ ନୂତନ ଲକ୍ଷ୍ୟ ପାଇଁ ମଧ୍ୟ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ମୁଁ ମୁଖ୍ୟମନ୍ତ୍ରୀମାନଙ୍କୁ ଏବଂ ରାଜ୍ୟମାନଙ୍କୁ ମଧ୍ୟ ବିଶେଷ ଭାବରେ ଅଭିନନ୍ଦନ ଜଣାଉଛି ଯେ ସେମାନେ, ମୁଁ ଦେଖିଛି ଯେ ଅନେକ ଜିଲ୍ଲାରେ ପ୍ରତିଜ୍ଞାକାରୀ ତଥା ଉଜ୍ୱଳ ଯୁବ ଅଧିକାରୀ ନିୟୋଜିତ ହୋଇଛନ୍ତି, ଏହା ନିଜେ ହିଁ ନିଜେ ଏକ ସଠିକ ରଣନୀତି । ସେହିଭଳି, ଯେଉଁଠାରେ ଏକ ଖାଲି ସ୍ଥାନ ଥିଲା, ଏହାକୁ ପୂରଣ କରିବାରେ ପ୍ରାଥମିକତା ଦିଆଯାଇଛି । ତୃତୀୟରେ, ମୁଁ ଦେଖିଛି ଯେ ସେମାନେ କାର୍ଯ୍ୟକାଳକୁ ମଧ୍ୟ ସ୍ଥିର ରଖିଛନ୍ତି । ତାହା ହେଉଛି, ଏକ ପ୍ରକାରେ, ମୁଖ୍ୟମନ୍ତ୍ରୀମାନେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ପ୍ରତିଜ୍ଞାକାରୀ ନେତୃତ୍ୱ ଏବଂ ପ୍ରତିଜ୍ଞାକାରୀ ଦଳ ଯୋଗାଇବା କାର୍ଯ୍ୟ କରିଛନ୍ତି । ଆଜି ଶନିବାର, ଛୁଟିର ଦିନ ମନେ ହୋଇଥାଏ, ତଥାପି ସମସ୍ତ ସମ୍ମାନିତ ମୁଖ୍ୟମନ୍ତ୍ରୀମାନେ ସମୟ ବାହାର କରି ଆଜି ଏଥିରେ ଯୋଗ ଦେଇଛନ୍ତି । ଛୁଟିଦିନ ପାଳନ ନ କରି ଆଜି ଆପଣ ସମସ୍ତେ ଏହି କାର୍ଯ୍ୟକ୍ରମରେ ଜଡ଼ିତ ଅଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆକାଂକ୍ଷୀ ଜିଲ୍ଲାର ଗୁରୁତ୍ୱକୁ ଦର୍ଶାଇଥାଏ । ଯେଉଁମାନେ ଏହିଭଳି ଭାବରେ ପଛରେ ରହିଯାଇଛନ୍ତି, ସେମାନଙ୍କୁ ରାଜ୍ୟ ସହିତ ସମାନ ଭାବରେ ଆଣିବା ପାଇଁ ସେମାନେ କେତେ ସଂକଳ୍ପବଦ୍ଧ, ତାହା ଏହି କଥାର ଏକ ପ୍ରମାଣ ଅଟେ ।

 

ସାଥୀମାନେ,

ଆମେ ଦେଖିଛୁ ଯେ ଗୋଟିଏ ପଟେ ବଜେଟ ବୃଦ୍ଧି ପାଉଛି, ଯୋଜନା ପ୍ରସ୍ତୁତ ହେଉଛି, ଗାଣିତିକ ଅର୍ଥନୈତିକ ବିକାଶ ମଧ୍ୟ ହୋଇଥିବା ଦେଖିବାକୁ ମିଳୁଛି । କିନ୍ତୁ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏତେ ଦୀର୍ଘ ଯାତ୍ରା ପରେ ମଧ୍ୟ ଦେଶର ଅନେକ ଜିଲ୍ଲା ପଛରେ ରହିଯାଇଛନ୍ତି । ସମୟ ସହିତ ଏହି ଜିଲ୍ଲାଗୁଡ଼ିକୁ ପଛୁଆ ଜିଲ୍ଲା ଭାବରେ ଟ୍ୟାଗ ଲଗାଇ ଦିଆଗଲା । ଗୋଟିଏ ପଟେ ଦେଶର ଶହ ଶହ ଜିଲ୍ଲା ଅଗ୍ରଗତି ଜାରି ରଖିଛନ୍ତି, ଅନ୍ୟପଟେ ଏହି ପଛୁଆ ଜିଲ୍ଲାଗୁଡ଼ିକ ପଛରେ ରହିଯାଇଛନ୍ତି । ଏହି ଜିଲ୍ଲାଗୁଡ଼ିକ ସମଗ୍ର ଦେଶର ପ୍ରଗତି ସଂଖ୍ୟାକୁ ହ୍ରାସ କରି ଦେଉଥିଲେ । ମୋଟାମୋଟି ଭାବେ, ଯେତେବେଳେ ପରିବର୍ତ୍ତନ ଦୃଶ୍ୟମାନ ହେଉ ନ ଥିଲା, ଯେଉଁ ଜିଲ୍ଲାଗୁଡ଼ିକ ଭଲ କାମ କରୁଛନ୍ତି, ସେମାନଙ୍କ ମଧ୍ୟରେ ନିରାଶ ଆସିଥାଏ ତେଣୁ ଏଥିପାଇଁ ଦେଶ ପଛକୁ ରହିଯାଉଥିବା ଜିଲ୍ଲାମାନଙ୍କୁ ହାତ ଧରିବା ପାଇଁ ବିଶେଷ ଧ୍ୟାନ ଦେଇଥିଲା । ଆଜି ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଦେଶର ପ୍ରଗତିର ପ୍ରତିବନ୍ଧକକୁ ହଟାଉଛନ୍ତି । ଆପଣଙ୍କ ସମସ୍ତ ଉଦ୍ୟମ ଯୋଗୁ ସେହି Aspirational Districtsର ସ୍ଥିରତା ପରିବର୍ତ୍ତେ ଏକ ତ୍ୱରାନ୍ୱିତକାରୀ ହେବାକୁ ଯାଉଛନ୍ତି । ଯେଉଁ ଜିଲ୍ଲାଗୁଡ଼ିକ ଏକଦା ଦ୍ରୁତ ଅଗ୍ରଗତି ପାଇଁ ବିବେଚନା କରାଯାଉଥିଲା, ଆଜି ଏହି ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଅନେକ ପାରାମିଟରରେ ସେହି ଜିଲ୍ଲାମାନଙ୍କ ଅପେକ୍ଷା ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରୁଛନ୍ତି । ଆଜି ଏଠାରେ ବହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଡ଼ିତ ଅଛନ୍ତି । ସେମାନେ ମଧ୍ୟ ବିଶ୍ୱାସ କରିବେ ଯେ ସେମାନଙ୍କର ଆକାଂକ୍ଷୀ ଜିଲ୍ଲା ଆଶ୍ଚର୍ଯ୍ୟଜନକ ଭାବେ କାର୍ଯ୍ୟ କରିଛନ୍ତି ।

ସାଥୀମାନେ,

Aspirational Districtsରେ ବିକାଶର ଏହି ଅଭିଯାନ ଆମର ଦାୟିତ୍ୱଗୁଡ଼ିକୁ ବହୁ ଉପାୟରେ ବିସ୍ତୃତ କରିଛି ଏବଂ ପୁନଃ ଡିଜାଇନ କରିଛି । ଆମର ସମ୍ବିଧାନର ଧାରଣା ଏବଂ ସମ୍ବିଧାନର ଆତ୍ମା ଏହାକୁ ଏକ ଦୃଷ୍ଟାନ୍ତମୂଳକ ରୂପ ଦେଇଥାଏ । ଏହାର ଆଧାର ହେଉଛି କେନ୍ଦ୍ର-ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନର ଦଳଗତ କାର୍ଯ୍ୟ । ଫେଡେରାଲ ଢାଞ୍ଚାରେ ସହଯୋଗର ଏକ ବଢୁଥିବା ସଂସ୍କୃତି ହେଉଛି ଏହାର ହଲମାର୍କ । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେତେ ଅଧିକ ଜନ-ଭାଗିଦାରୀ, ଯେତିକି ଅଧିକ ଦକ୍ଷ ମନିଟରିଂ, ସେତିକି ହିଁ ଉତ୍ତମ ପରିଣାମ ।

ସାଥୀମାନେ,

Aspirational Districtsର ବିକାଶ ପାଇଁ ପ୍ରଶାସନ ଏବଂ ଜନସାଧାରଣଙ୍କ ମଧ୍ୟରେ ସିଧାସଳଖ ସଂଯୋଗ, ଏକ ଭାବପ୍ରବଣତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଉପାୟରେ, ଶାସନର ଏକ ‘ଟପ ଟୁ ବଟମ’ ଏବଂ ‘ବଟମରୁ ଟପ’ର ପ୍ରବାହ ରହିଛି । ଏବଂ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଟେକ୍ନୋଲୋଜୀ ଏବଂ ନବସୃଜନ! ଯେମିତିକି ଆମେ ଆମର ସାମ୍ପ୍ରତିକ ଉପସ୍ଥାପନାରେ ଦେଖିଛୁ, ଯେତେ ଜିଲ୍ଲା ଟେକ୍ନୋଲୋଜୀ ବ୍ୟବହାର କରନ୍ତି, ଶାସନ ଏବଂ ବିତରଣର ଅଭିନବ ଉପାୟ ସେତେ ଭଲ କରନ୍ତି, ସେତେ ଭଲ । ଆଜି ଦେଶର ବିଭିନ୍ନ ରାଜ୍ୟରୁ Aspirational Districtsର ଅନେକ ସଫଳତାର କାହାଣୀ ଆମ ସମ୍ମୁଖରେ ଅଛି । ମୁଁ ଦେଖୁଥିଲି, ଆଜି ମୁଁ କେବଳ ୫ ଜଣ ଜିଲ୍ଲା ଅଧିକାରୀଙ୍କ ସହ କଥା ହେବାର ସୁଯୋଗ ପାଇଲି । କିନ୍ତୁ ବାକି ଯେଉଁମାନେ ଏଠାରେ ବସିଛନ୍ତି, ଶହ ଶହ ଅଧିକାରୀ ମୋ ସମ୍ମୁଖରେ ବସିଛନ୍ତି, ସମସ୍ତଙ୍କ ପାଖରେ କିଛି ନା କିଛି ସଫଳତାର କାହାଣୀ ରହିଛି । ବର୍ତ୍ତମାନ ଆସାମରେ ଦାରାଙ୍ଗର ଉଦାହରଣ, ବିହାରର ଶେଖପୁରା, ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡମର ଉଦାହରଣ ଦେଖନ୍ତୁ । ଏହି ଜିଲ୍ଲାଗୁଡ଼ିକ ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତାକୁ ବହୁ ପରିମାଣରେ ହ୍ରାସ କରିଛନ୍ତି । ଉତ୍ତର-ପୂର୍ବ ଆସାମର ଗୋଲପାରା ଏବଂ ମଣିପୁରର ଚାନେ୍ଦଲି ଜିଲ୍ଲା ଗୋରୁମାନଙ୍କର ଟିକାକରଣ ହାରକୁ ୪ ବର୍ଷରେ ୨ଠ ପ୍ରତିଶତରୁ ୮୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ବିହାରର ଜାମୁଇ-ବେଗୁସରାୟ ପରି ଜିଲ୍ଲା, ଯେଉଁଠାରେ ୩ଠ ପ୍ରତିଶତ ଜନସଂଖ୍ୟା ଦିନକୁ ମାତ୍ର ଏକ ବାଲଟି ପାନୀୟଜଳ ପାଇଥାନ୍ତି, ବର୍ତ୍ତମାନ ଶତକଡ଼ା ୯ଠ ଜନସଂଖ୍ୟା ପାଇଁ ବିଶୁଦ୍ଧ ପାନୀୟଜଳ ମିଳୁଛି । ଆମେ କଳ୍ପନା କରିପାରିବା ଯେ କେତେ ଗରିବ, କେତେ ମହିଳା, କେତେ ପିଲା ଏବଂ ବୟସ୍କଙ୍କ ଜୀବନରେ ଏକ ସୁଖଦ ପରିବର୍ତ୍ତନ ଆସିଛି । ଏବଂ ମୁଁ କହିବି ଯେ ଏଗୁଡ଼ିକ କେବଳ ପରିସଂଖ୍ୟାନ ନୁହେଁ, ପ୍ରତ୍ୟେକ ପରିସଂଖ୍ୟାନ ସହିତ ଅନେକ ଜୀବନ ଜଡ଼ିତ । ଏହି ପରିସଂଖ୍ୟାନରେ, ତୁମ ପରି ପ୍ରତିଜ୍ଞାକାରୀ ସହକର୍ମୀମାନଙ୍କର ଅନେକ ମାନବ-ଘଣ୍ଟା ବ୍ୟବହାର କରାଯାଇଛି, ମାନବ-ଶକ୍ତି ବ୍ୟବହାର କରାଯାଇଛି, ଏହା ପଛରେ, ଆପଣ ସମସ୍ତଙ୍କର ଦୃଢ଼ ତପ-ତପସ୍ୟାର ଝାଳ, ଜଡ଼ିତ ହୋଇଛି। ମୁଁ ବୁଝିପାରୁଛି, ଏହି ପରିବର୍ତ୍ତନ, ଏହି ଅନୁଭୂତି ହେଉଛି ଆପଣଙ୍କ ସମଗ୍ର ଜୀବନର ପୁଞ୍ଜି ଅଟେ ।

ସାଥୀମାନେ,

Aspirational Districtsରେ ଦେଶକୁ ଯେଉଁ ସଫଳତା ମିଳିଛି ତାହାର ଏକ ପ୍ରମୁଖ କାରଣ ମୁଁ କହିବି, ତାହା ହେଉଛି ସମ୍ମିଶ୍ରଣ । ଏବଂ ବର୍ତ୍ତମାନ ଆମର କର୍ଣ୍ଣାଟକର ଅଧିକାରୀ ସିଲୋଜରୁ କିପରି ବାହାରକୁ ଆସିଲେ ତାହା କହିଛନ୍ତି । ସମସ୍ତ ସଂସାଧନ ସମାନ, ସରକାରୀ ଯନ୍ତ୍ର ସମାନ, ଅଧିକାରୀମାନେ ସମାନ କିନ୍ତୁ ଫଳାଫଳ ଅଲଗା । ଯେତେବେଳେ କୌଣସି ଜିଲ୍ଲାକୁ ୟୁନିଟ ଭାବରେ ଦେଖାଯାଏ, ଯେତେବେଳେ ଜିଲ୍ଲାର ଭବିଷ୍ୟତକୁ ଆଗରେ ରଖିବା ପାଇଁ କାର୍ଯ୍ୟ ସମାପ୍ତ ହୁଏ ସେତେବେଳେ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟର ବୃହତ୍ତତାକୁ ଅନୁଭବ କରନ୍ତି । ଅଧିକାରୀମାନେ ମଧ୍ୟ ସେମାନଙ୍କର ଭୂମିକାର ମହତ୍ୱକୁ ବୁଝିପାରନ୍ତି । ଏକ ପର୍ପୋଜ ଅଫ ଲାଇଫ ଅନୁଭବ ହୋଇଥାଏ । ସେମାନଙ୍କ ଆଖି ସାମ୍ନାରେ ଘଟୁଥିବା ପରିବର୍ତ୍ତନ ଏବଂ ସେମାନେ ଦେଖୁଥିବା ଫଳାଫଳ ସେମାନଙ୍କ ଜିଲ୍ଲାର ଲୋକ ଅଧିକାରୀ ପ୍ରଶାସନ ସହିତ ଜଡ଼ିତ ଲୋକଙ୍କ ଜୀବନରେ ଦେଖାଯାଇଥିବା ପରିବର୍ତ୍ତନଗୁଡ଼ିକ ସନ୍ତୁଷ୍ଟ ହୋଇଥାଏ । ଏବଂ ଏହି ସନ୍ତୁଷ୍ଟି କଳ୍ପନା ବାହାରେ ହୋଇଥାଏ । ମୁଁ ଏହା ନିଜେ ଦେଖିଛି ଯେତେବେଳେ ଏହି କରୋନା ନ ଥିଲା, ମୁଁ ଏକ ନିୟମ କରିଥିଲି ଯେ ଯଦି ମୁଁ କୌଣସି ରାଜ୍ୟକୁ ଯାଏ, ତେବେ ଆକାଂକ୍ଷୀ ଜିଲ୍ଲାର ଲୋକଙ୍କୁ ଡାକୁଥିଲି, ସେହି ଅଧିକାରୀମାନଙ୍କ ସହିତ ଖୋଲାଖୋଲି ଭାବେ କଥାବାର୍ତ୍ତା ହେଉଥିଲି । ସେମାନଙ୍କ ସହ କଥାବାର୍ତ୍ତା କରିବା ପରେ, ଏହା ମୋର ଅନୁଭୂତି ହୋଇଛି ଯେ ଆକାଂକ୍ଷୀ ଜିଲ୍ଲାରେ କରାଯାଉଥିବା କାର୍ଯ୍ୟରେ ଏକ ଭିନ୍ନ ସନ୍ତୋଷଜନକ ଭାବନା ସୃଷ୍ଟି ହୋଇଯାଇଥାଏ । ଯେତେବେଳେ ସରକାରୀ କାର୍ଯ୍ୟ ଏକ ଜୀବନ୍ତ ଲକ୍ଷ୍ୟରେ ପରିଣତ ହୁଏ, ସେତେବେଳେ ସରକାରୀ ଯନ୍ତ୍ରଗୁଡ଼ିକ ଏକ ଜୀବନ୍ତ ସଂସ୍ଥାରେ ପରିଣତ ହୋଇଥାଏ । ଦଳ ଏକ ସଂସ୍କୃତି ସହିତ ଆଗକୁ ବଢ଼େ, ଫଳାଫଳଗୁଡ଼ିକ ଯେପରି ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଦେଖାଯାଏ । ପରସ୍ପରକୁ ସମର୍ଥନ କରିବା, ପରସ୍ପର ସହିତ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା, ପରସ୍ପର ଠାରୁ ଶିଖିବା, ପରସ୍ପରକୁ ଶିକ୍ଷା ଦେବାବେଳେ କାର୍ଯ୍ୟଶୈଳୀ ବିକାଶ ହେବା ଏହା ହେଉଛି ଉତ୍ତମ ଶାସନର ଏକ ବୃହତ ସମ୍ପତ୍ତି ।

 

ସାଥୀମାନେ,

ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ କରାଯାଇଥିବା କାର୍ଯ୍ୟ ମଧ୍ୟ ବିଶ୍ୱର ଏକ ବଡ଼ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଅଧ୍ୟୟନର ବିଷୟ ଅଟେ । ଗତ ୪ ବର୍ଷ ମଧ୍ୟରେ ଦେଶର ପ୍ରାୟ ସମସ୍ତ ଆକାଂକ୍ଷୀ ଜିଲ୍ଲାରେ ଜନ ଧନ ଆକାଉଣ୍ଟ ୪ରୁ ୫ ଗୁଣ ବୃଦ୍ଧି ଘଟିଛି । ପ୍ରାୟ ପ୍ରତ୍ୟେକ ପରିବାରରେ ଶୌଚାଳୟ ଅଛି । ବିଦୁତ ପ୍ରତ୍ୟେକ ଗାଁରେ ପହଞ୍ଚôଛି ଏବଂ ବିଦୁତ କେବଳ ଗରିବଙ୍କ ଘରେ ପହଂଚି ନାହିଁ, ବରଂ ଲୋକଙ୍କ ଜୀବନରେ ଶକ୍ତି ସମ୍ପ୍ରସାରିତ ହୋଇଛି, ଦେଶର ବ୍ୟବସ୍ଥାରେ ଏହି ଅଞ୍ଚଳର ଲୋକଙ୍କର ବିଶ୍ୱାସ ବୃଦ୍ଧି ପାଇଛି ।

ସାଥୀମାନେ,

ଏହି ପ୍ରୟାସରୁ ଆମକୁ ଅନେକ କିଛି ଶିଖିବାକୁ ପଡ଼ିବ । ଗୋଟିଏ ଜିଲ୍ଲାକୁ ଅନ୍ୟ ଜିଲ୍ଲାର ସଫଳତାରୁ କିଛି ଶିଖିବାକୁ ପଡ଼ିବ, ଅନ୍ୟ ଜିଲ୍ଲାର ଆହ୍ୱାନକୁ ଆକଳନ କରିବାକୁ ପଡ଼ିବ । ମଧ୍ୟ ପ୍ରଦେଶର ଛତ୍ରପୁର ଜିଲ୍ଲାରେ ୪ ବର୍ଷ ମଧ୍ୟରେ ଗର୍ଭବତୀ ମହିଳାମାନଙ୍କର ପ୍ରଥମ ତୈ୍ରମାସିକ ପଞ୍ଜିକରଣ ୩୭ ପ୍ରତିଶତରୁ ୯୭ ପ୍ରତିଶତକୁ କିପରି ବୃଦ୍ଧି ପାଇଲା? ଅରୁଣାଚଳର ନାମସାଇରେ, ହରିଆଣାର ମେୱାର ଏବଂ ତ୍ରିପୁରାରେ ଘଲାଇରେ ଆନୁଷ୍ଠାନିକ ବିତରଣ ୪ଠ-୪୫ ପ୍ରତିଶତରୁ ୯ଠ ପ୍ରତିଶତକୁ କିପରି ବୃଦ୍ଧି ପାଇଲା? କର୍ଣ୍ଣାଟକର ରାଇଚୁରରେ ନିୟମିତ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ଗ୍ରହଣ କରୁଥିବା ଗର୍ଭବତୀ ମହିଳାଙ୍କ ସଂଖ୍ୟା ୭ଠ ପ୍ରତିଶତରୁ ୯୭ ପ୍ରତିଶତକୁ କିପରି ବୃଦ୍ଧି ପାଇଲା? ହିମାଚଳ ପ୍ରଦେଶର ଚାମ୍ବାରେ ଗ୍ରାମପଞ୍ଚାୟତ ସ୍ତରରେ ସାଧାରଣ ସେବା କେନ୍ଦ୍ରର କଭରେଜ ୬୭ ପ୍ରତିଶତରୁ ୯୭ ପ୍ରତିଶତକୁ କିପରି ବୃଦ୍ଧି ପାଇଲା? କିମ୍ବା ଛତିଶଗଡ଼ର ସୁକମାରେ, ଯେଉଁଠାରେ ୫ଠ ପ୍ରତିଶତରୁ କମ ପିଲାଙ୍କୁ ଟିକାକରଣ କରାଯାଇଥିଲା, ବର୍ତ୍ତମାନ ୯ଠ ପ୍ରତିଶତ ଟିକାକରଣ କରାଯାଉଛି । ଏହି ସମସ୍ତ ସଫଳତାର କାହାଣୀରେ, ସମଗ୍ର ଦେଶର ପ୍ରଶାସନ ପାଇଁ ଅନେକ ନୂତନ ଜିନିଷ ଦେଖିବାକୁ ଅଛି, ଆହୁରି ଅନେକ ନୂତନ ଶିକ୍ଷା ମଧ୍ୟ ଅଛି ।

ସାଥୀମାନେ,

ଆପଣ ଦେଖିଥିବେ ଯେ ଆକାଂକ୍ଷୀ ଜିଲ୍ଲାରେ ରହୁଥିବା ଲୋକମାନେ ତାଙ୍କ ମଧ୍ୟରେ ଆଗକୁ ବଢ଼ିବାକୁ ଅନେକ ଇଛା ଥାଏ । ସେଠାରେ କେତେ ଅଧିକ ଆକାଂକ୍ଷା ରହିଥାଏ । ଏହି ଜିଲ୍ଲାର ଲୋକମାନେ ନିଜ ଜୀବନର ବହୁ ସମୟ ଅତିବାହିତ କରିବାରେ, ଅନେକ ଅସୁବିଧାରେ ଅତିବାହିତ କରିଛନ୍ତି । ପ୍ରତ୍ୟେକ ଛୋଟ ଜିନିଷ ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଛି, ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ିବ । ସେମାନେ ଏତେ ଅନ୍ଧକାର ଦେଖିଛନ୍ତି ଯେ ଏହି ଅନ୍ଧକାରରୁ ବାହାରିବା ପାଇଁ ସେମାନଙ୍କ ମଧ୍ୟରେ ଅଧିରତା ଅଛି, ସେଥିପାଇଁ ସେହି ଲୋକମାନେ ସାହସ ଦେଖାଇବାକୁ ପ୍ରସ୍ତୁତ, ରିସ୍କ ନେବାକୁ ପ୍ରସ୍ତୁତ ଏବଂ ଯେତେବେଳେ ବି ସୁଯୋଗ ପାଇବେ ଏହାର ସମ୍ପୂର୍ଣ୍ଣ ଫାଇଦା ନିଅ। ଆକାଂକ୍ଷୀ ଜିଲ୍ଲାରେ ରହୁଥିବା ଲୋକମାନେ, ଯାହାକି ସମାଜ, ଆମେ ଏହାର ଶକ୍ତିକୁ ବୁଝିବା ଉଚିତ । ଏବଂ ମୁଁ ସହମତ, ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ କରାଯାଉଥିବା କାର୍ଯ୍ୟ ଉପରେ ଏହାର ମଧ୍ୟ ବହୁତ ପ୍ରଭାବ ପଡ଼ିଥାଏ । ଏହି ଅଞ୍ଚଳର ଲୋକମାନେ ମଧ୍ୟ ଆସି ଆପଣଙ୍କ ସହିତ କାମ କରନ୍ତି । ବିକାଶର ଇଛା ଏକତ୍ର ଚାଲିବାର ପଥ ହୋଇଯାଏ ଏବଂ ଯେତେବେଳେ ଜନସାଧାରଣ ସ୍ଥିର ହୁଅନ୍ତି, ପ୍ରଶାସନ ସ୍ଥିର ହୋଇଯାଏ ତେବେ କିପରି କେହି ପଛରେ ରହିପାରିବେ । ତା’ପରେ ତୁମକୁ ଆଗକୁ ଯିବାକୁ ପଡ଼ିବ, ତୁମକୁ ଆଗକୁ ବଢ଼ିବାକୁ ପଡ଼ିବ । ଏବଂ ଆଜି ଆକାଂକ୍ଷୀ ଜିଲ୍ଲାର ଲୋକମାନେ ମଧ୍ୟ ତାହା କରୁଛନ୍ତି ।

 

ସାଥୀମାନେ,

ଗତବର୍ଷ ଅକ୍ଟୋବରରେ, ମୁଁ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ଲୋକମାନଙ୍କୁ ସେବା କରିବାର ୨ଠ ବର୍ଷରୁ ଅଧିକ ବିତିଗଲାଣି । ଏହାପୂର୍ବରୁ, ଦଶନ୍ଧି ଧରି ମୁଁ ଦେଶର ବିଭିନ୍ନ ସ୍ଥାନରେ ପ୍ରଶାସନର କାର୍ଯ୍ୟ, ଏହାର କାର୍ଯ୍ୟ ପ୍ରଣାଳୀକୁ ଅତି ନିକଟରୁ ଦେଖିଛି । ମୋର ଅଭିଜ୍ଞତା ହେଉଛି ନିଷ୍ପତ୍ତି ପ୍ରକ୍ରିୟାରେ ସିଲୋ ଅପେକ୍ଷା ଅଧିକ କ୍ଷତି, କାର୍ଯ୍ୟାନ୍ୱୟନରେ ସିଲୋ, ତେବେ ସେହି କ୍ଷତି ଭୟଙ୍କର ଅଟେ । ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ପ୍ରମାଣ କରିଛନ୍ତି ଯେ କାର୍ଯ୍ୟାନ୍ୱୟନରେ ସିଲୋଜ ବିଲୋପ ହେତୁ ଉତ୍ସଗୁଡ଼ିକର ସର୍ବୋଚ୍ଚ ଉପଯୋଗ ହେଉଛି । ଯେତେବେଳେ ସିଲୋଜ ସମାପ୍ତ ହୁଏ ଏହା ୧+୧, ୨ ହୋଇ ନ ଥାଏ, ଯେତେବେଳେ ସିଲୋଜ ସମାପ୍ତ ହୁଏ ଏହା ୧ ଏବଂ ୧, ୧୧ ହୋଇଯାଏ । ଏହି ଶକ୍ତି, ଏହି ସାମୁହିକ ଶକ୍ତି, ଆମେ ଆଜି ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଦେଖୁଛୁ । ଆମର ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଦର୍ଶାଇଛନ୍ତି ଯେ ଯଦି ଆମେ ଉତ୍ତମ ଶାସନର ମୌଳିକ ନୀତି ଅନୁସରଣ କରୁ ତେବେ କମ ଉତ୍ସ ସହିତ ମଧ୍ୟ ବଡ଼ ଫଳାଫଳ ହାସଲ କରାଯାଇପାରେ, ଏବଂ ଯେଉଁ ଉପାୟରେ ଏହି ଅଭିଯାନ କାର୍ଯ୍ୟ କରାଯାଇଥିଲା ତାହା ନିଜେ ଅଦୃଶ୍ୟ ଅଟେ । ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଦେଶର ପ୍ରଥମ ପଦ୍ଧତି ଥିଲା ଏହି ଜିଲ୍ଲାଗୁଡ଼ିକର ମୌଳିକ ସମସ୍ୟାକୁ ଚିହ୍ନିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟ କରାଯାଇଥିଲା । ଏଥିପାଇଁ ଲୋକଙ୍କୁ ସିଧାସଳଖ ସେମାନଙ୍କ ସମସ୍ୟା ବିଷୟରେ ପଚରା ଯାଇଥିଲା, ସେମାନଙ୍କ ସହ ଯୋଡ଼ାଗଲା । ଆମର ଦ୍ୱିତୀୟ ପନ୍ଥା ହେଉଛି- ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଅଭିଜ୍ଞତା ଉପରେ ଆଧାର କରି ଆମେ କାର୍ଯ୍ୟକୁ ନିରନ୍ତର ଭାବେ ଉନ୍ନତ କରୁଛୁ । ଆମେ କାର୍ଯ୍ୟ ପ୍ରଣାଳୀ ସ୍ଥିର କରିଛୁ, ଯେଉଁଥିରେ ମାପିବା ଯୋଗ୍ୟ ସୂଚକ ଚୟନ କରାଯାଇଛି, ଯେଉଁଥିରେ ଜିଲ୍ଲାର ସ୍ଥିତିକୁ ରାଜ୍ୟ ତଥା ଦେଶର ସର୍ବୋତ୍ତମ ସ୍ଥିତି ସହିତ ତୁଳନା କରାଯାଇଛି, ଯେଉଁଠାରେ ପ୍ରଗତିର ପ୍ରକୃତ ସମୟ ମନିଟରିଂ ଅଛି, ଯାହା ଅନ୍ୟ ଜିଲ୍ଲାମାନଙ୍କ ସହିତ ଏକ ସୁସ୍ଥ ପ୍ରତିଯୋଗିତା ଅଟେ । ହଁ, ଏବଂ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ନକଲ କରିବାକୁ ଉତ୍ସାହ, ପ୍ରୟାସ ଅଛି । ଏହି ଅଭିଯାନ ସମୟରେ ତୃତୀୟ ପନ୍ଥା ହେଉଛି ଯେ ଆମେ ଏପରି ଶାସନ ସଂସ୍କାର ଆଣିଛୁ ଯାହା ଜିଲ୍ଲାମାନଙ୍କରେ ଏକ ପ୍ରଭାବଶାଳୀ ଦଳ ଗଠନ କରିବାରେ ସାହାଯ୍ୟ କରିଛି । ଉଦାହରଣ ସ୍ୱରୂପ, ନିତି ଆୟୋଗର ଉପସ୍ଥାପନାରେ ଏହା କୁହାଯାଇଥିଲା ଯେ ଅଧିକାରୀମାନଙ୍କ ସ୍ଥାୟୀ କାର୍ଯ୍ୟକାଳ ନୀତିକୁ ଏକ ଉତ୍ତମ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ବହୁତ ସାହାଯ୍ୟ କରିଥିଲା । ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି, ଆପଣ ସମସ୍ତେ ନିଜେ ଏହି ଅନୁଭୂତି ଦେଇ ଗତି କରିଛନ୍ତି । ମୁଁ ଏହି ଜିନିଷଗୁଡ଼ିକର ପୁନରାବୃତ୍ତି କଲି, ଯାହାଦ୍ୱାରା ଲୋକମାନେ ଜାଣିପାରିବେ ଉତ୍ତମ ଶାସନର ପ୍ରଭାବ କ’ଣ? ଯେତେବେଳେ ଆମେ ମୌଳିକ ଉପରେ ଗୁରୁତ୍ୱ ଦେବା ମନ୍ତ୍ର ଅନୁସରଣ କରୁ ସେତେବେଳେ ଏହାର ଫଳାଫଳ ମଧ୍ୟ ଉପଲବ୍ଧ ଏବଂ ଆଜି ମୁଁ ଏଥିରେ ଆଉ ଏକ ଜିନିଷ ଯୋଡ଼ିବାକୁ ଚାହେଁ । ଆପଣ ସମସ୍ତଙ୍କ ଦ୍ୱାରା ପ୍ରୟାସ କରାଯିବା ଉଚିତ ଯେ କ୍ଷେତ୍ର ପରିଦର୍ଶନ, ଯାଞ୍ଚ ଏବ ରାତ୍ରି ବନ୍ଦ ପାଇଁ ବିସ୍ତୃତ ନିର୍ଦେଶାଳବଳୀ ମଧ୍ୟ ପ୍ରସ୍ତୁତ କରାଯିବା ଉଚିତ, ଏକ ମଡେଲର ବିକାଶ କରାଯିବା ଉଚିତ । ଆପଣ ଦେଖିବେ ଏହା ଆପଣ ସମସ୍ତଙ୍କ ପାଇଁ କେତେ ଲାଭଦାୟକ ହେବ ।

ସାଥୀମାନେ,

ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ମିଳିଥିବା ସଫଳତାକୁ ଦେଖି ଦେଶ ବର୍ତ୍ତମାନ ଲକ୍ଷ୍ୟକୁ ଆହୁରି ବିସ୍ତୃତ କରିଛି । ଆଜି ସ୍ୱାଧୀନତାର ଅନନ୍ତ କାଳରେ ଦେଶର ଲକ୍ଷ୍ୟ ହେଉଛି ସେବା ଏବଂ ସୁବିଧାଗୁଡ଼ିକର ଶତକଡ଼ା ୧ଠଠ ପରିପୂର୍ଣ୍ଣତା! ତାହା ହେଉଛି ଆମେ ଏ ପର୍ଯ୍ୟନ୍ତ ହାସଲ କରିଥିବା ସଫଳତା ପୂର୍ବରୁ ଯିବାକୁ ବହୁତ ଦୂର ବାଟ ଅଛି ଏବଂ ଏକ ବଡ଼ ଆକାରରେ କାମ କରନ୍ତୁ । ଆମ ଜିଲ୍ଲାର ସଡ଼କ ପଥରେ ପ୍ରତ୍ୟେକ ଗ୍ରାମରେ କିପରି ପହଞ୍ଚôବେ, ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ଆୟୁଷ୍ମାନ ଭାରତ କାର୍ଡ କିପରି ପହଞ୍ଚôବ, ବ୍ୟାଙ୍କ ଆକାଉଣ୍ଟ କିପରି କରିବେ, କୌଣସି ଗରିବ ପରିବାର ଉଜ୍ୱଳା ଗ୍ୟାସ ସଂଯୋଗରୁ ବଞ୍ଚôତ ହେବେ ନାହିଁ, ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ସରକାରୀ ବୀମା ସୁବିଧା ପାଇବା ଉଚିତ, ପେନସନ ଏବଂ ଘର ଭଳି ସୁବିଧାଗୁଡ଼ିକର ଲାଭ ପାଇବା ପାଇଁ, ଏହା ପ୍ରତ୍ୟେକ ଜିଲ୍ଲା ପାଇଁ ଏକ ସମୟସୀମା ଧାର୍ଯ୍ୟ ହେବା ଉଚିତ । ସେହିଭଳି ପ୍ରତ୍ୟେକ ଜିଲ୍ଲା ଆଗାମୀ ଦୁଇବର୍ଷ ପାଇଁ ନିଜର ଦୃଷ୍ଟିକୋଣ ସ୍ଥିର କରିବା ଉଚିତ । ଆପଣ ଯେକୌଣସି ଦଶଟି କାର୍ଯ୍ୟ ଉପରେ ନିଷ୍ପତ୍ତି ନେଇପାରିବେ, ଯାହା ପରବର୍ତ୍ତୀ ୩ ମାସରେ ସମାପ୍ତ ହୋଇପାରିବ ଏବଂ ସେମାନେ ସାଧାରଣ ଲୋକଙ୍କ ପାଇଁ ଜୀବନର ସୁଗମତା ବୃଦ୍ଧି କରାଇବେ । ସେହିଭଳି ସ୍ୱାଧୀନତାର ଅମୃତ ମହୋତ୍ସବରେ ଯୋଗ ଦେଇ ଯେକୌଣସି ୫ଟି କାର୍ଯ୍ୟକୁ ଠିକ୍ କର । ଏହି କାର୍ଯ୍ୟ ତୁମର, ତୁମର ଜିଲ୍ଲା ଏବଂ ଐତିହାସିକ ସମୟର, ଜିଲ୍ଲାର କୌଣସି ଲୋକଙ୍କର ଐତିହାସିକ ସଫଳତା ହେବା ଉଚିତ । ଯେପରି ଦେଶ ଆକାଂକ୍ଷୀ ଜିଲ୍ଲାକୁ ଆଗକୁ ନେବା ପାଇଁ କାର୍ଯ୍ୟ କରୁଛି, ସେହିପରି ତୁମେ ତୁମର ପ୍ରାଥମିକତା ଏବଂ ଲକ୍ଷ୍ୟକୁ ଜିଲ୍ଲାର ବ୍ଲକସ୍ତରରେ ସ୍ଥିର କରିପାରିବ । ଆପଣ ମଧ୍ୟ ସେହି ଜିଲ୍ଲାର ଗୁଣବତ୍ତାକୁ ଚିହ୍ନିବା ଆବଶ୍ୟକ, ଯେଉଁଥିପାଇଁ ଆପଣଙ୍କର ଦାୟିତ୍ୱ ଅଛି, ସେମାନଙ୍କୁ ଯୋଡ଼ି ଦିଅ । ଜିଲ୍ଲାର ସମ୍ଭାବନା ଏହି ଗୁଣରେ ଲୁଚି ରହିଛି । ଆପଣ ଦେଖିଥିବେ ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ ଜିଲ୍ଲାର ଗୁଣ ଉପରେ ଆଧାରିତ । ଆପଣଙ୍କ ଜିଲ୍ଲାକୁ ଜାତୀୟ ଏବଂ ବିଶ୍ୱସ୍ତରୀୟ ପରିଚୟ ଦେବା ଆପଣଙ୍କ ପାଇଁ ଏକ ମିଶନ ହେବା ଉଚିତ । ତାହା ହେଉଛି, ତୁମର ଜିଲ୍ଲା ପାଇଁ, ସ୍ଥାନୀୟ ଅଞ୍ଚଳ ପାଇଁ ଲୋକାଲ ଫର ଭୋକାଲ ମନ୍ତ୍ରକୁ ପ୍ରୟୋଗ କର । ଏଥିପାଇଁ ଆପଣଙ୍କୁ ଜିଲ୍ଲାର ପାରମ୍ପରିକ ଉତ୍ପାଦଗୁଡ଼ିକ ଚିହ୍ନଟ କରିବାକୁ, ଦକ୍ଷତା ଚିହ୍ନଟ କରିବାକୁ ଏବଂ ମୂଲ୍ୟ ଶୃଙ୍ଖଳାକୁ ଦୃଢ଼ କରିବାକୁ ପଡ଼ିବ । ଡିଜିଟାଲ ଇଣ୍ଡିଆ ଆକାରରେ ଦେଶ ଏକ ନିରବ ବିପ୍ଳବର ସାକ୍ଷୀ ରହିଛି । ଆମର କୌଣସି ଜିଲ୍ଲା ଏଥିରେ ପଛରେ ରହିବା ଉଚିତ ନୁହେଁ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଡିଜିଟାଲ ଭିତ୍ତିଭୂମି ଆମ ଦେଶର ପ୍ରତ୍ୟେକ ଗ୍ରାମରେ ପହଞ୍ଚôବା ଉଚିତ, ସେବା ଏବଂ ସୁବିଧାଗୁଡ଼ିକର ଦ୍ୱାରପାଳର ଏକ ମାଧ୍ୟମ ହେବା ଉଚିତ । ସେହି ଜିଲ୍ଲାଗୁଡ଼ିକର ଡିଏମ ଯାହାର ଅଗ୍ରଗତି, ନିତି ଆୟୋଗ ରିପୋର୍ଟରେ ଆଶା କରାଯାଉଥିବା ପ୍ରଗତି ଠାରୁ ମନ୍ଥର ହୋଇଛି, କେନ୍ଦ୍ରୀୟ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ବିଶେଷ ଉଦ୍ୟମ କରିବାକୁ ପଡ଼ିବ । ମୁଁ ନିତି ଆୟୋଗକୁ ମଧ୍ୟ କହିବି ଯେ ତୁମେ ଏପରି ଏକ ଯାନ୍ତ୍ରିକ ପ୍ରଣାଳୀ କରିବା ଉଚିତ ଯାହାଦ୍ୱାରା ସମସ୍ତ ଜିଲ୍ଲାର ଡିଏମଙ୍କ ମଧ୍ୟରେ ନିୟମିତ ପାରସ୍ପରିକ ସମ୍ପର୍କ ରହିବ । ପ୍ରତ୍ୟେକ ଜିଲ୍ଲା ପରସ୍ପରର ସର୍ବୋତ୍ତମ ଅଭ୍ୟାସ କାର୍ଯ୍ୟକାରୀ କରିପାରିବେ । ବିଭିନ୍ନ ଜିଲ୍ଲାରେ ଆସୁଥିବା ସମସ୍ତ ଆହ୍ୱାନକୁ କେନ୍ଦ୍ରର ସମସ୍ତ ମନ୍ତ୍ରଣାଳୟ ମଧ୍ୟ ଦଲିଲ କରିବା ଉଚିତ । ଏହା ମଧ୍ୟ ଏଥିରେ ପିଏମ ଗତିଶକ୍ତି ନାସନାଲ ମାଷ୍ଟର ପ୍ଲାନ କିପରି ସାହାଯ୍ୟ କରିବ ତାହା ମଧ୍ୟ ଦେଖନ୍ତୁ ।

ସାଥୀମାନେ,

ଆଜିର କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କ ସମ୍ମୁଖରେ ଆଉ ଏକ ଚାଲେଞ୍ଜ ରଖିବାକୁ ଚାହୁଁଛି, ମୁଁ ମଧ୍ୟ ଏକ ନୂତନ ଲକ୍ଷ୍ୟ ଦେବାକୁ ଚାହୁଁଛି । ଏହି ଚାଲେଞ୍ଜ ଦେଶର ୨୨ଟି ରାଜ୍ୟର ୧୪୨ଟି ଜିଲ୍ଲା ପାଇଁ । ବିକାଶର ଦୌଡ଼ରେ ଏହି ଜିଲ୍ଲାଗୁଡ଼ିକ ପଛରେ ନାହାନ୍ତି । ଏମାନେ ଆକାଂକ୍ଷୀ ଜିଲ୍ଲା ବର୍ଗରେ ନାହାନ୍ତି । ସେମାନେ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି । କିନ୍ତୁ ଅନେକ ପାରାମିଟରରେ ଆଗରେ ରହିବା ସତ୍ତ୍ୱେ ଗୋଟିଏ କିମ୍ବା ଦୁଇଟି ପାରାମିଟର ଅଛି, ଯେଉଁଥିରେ ସେମାନେ ପଛରେ ଅଛନ୍ତି ଏବଂ ସେତେବେଳେ, ଯେତେବେଳେ ମୁଁ ମନ୍ତ୍ରଣାଳୟକୁ କହିଥିଲି ଯେ ସେମାନେ ନିଜ ନିଜ ମନ୍ତ୍ରଣାଳୟରେ ଯାହା ପାଇପାରିବେ । କେହି ୧ଠଟି ଜିଲ୍ଲା ପାଇଛନ୍ତି, କେହି ୪ଟି ଜିଲ୍ଲା ପାଇଛନ୍ତି, କେହି ୬ଟି ଜିଲ୍ଲା ପାଇଛନ୍ତି । ଭଲ, ବହୁତ କିଛି ଆସିଛି । ଯେପରି ଏକ ଜିଲ୍ଲା ଅଛି ଯେଉଁଠାରେ ଅନ୍ୟ ସବୁ ଜିନିଷ ବହୁତ ଭଲ କିନ୍ତୁ ପୁଷ୍ଟିହୀନତାର ସମସ୍ୟା ଅଛି । ସେହିଭଳି ଏକ ଜିଲ୍ଲାରେ ସମସ୍ତ ସୂଚକାଙ୍କ ଠିକ ଅଛି କିନ୍ତୁ ଏହା ଶିକ୍ଷା କ୍ଷେତ୍ରରେ ପଛରେ ଅଛି । ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭିନ୍ନ ବିଭାଗ ଏହିପରି ୧୪୨ଟି ଜିଲ୍ଲାର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ଗୋଟିଏ କିମ୍ବା ଦୁଇଟି ପାରାମିଟର ଉପରେ ଯାହା ଉପରେ ଏଭଳି ୧୪୨ଟି ଜିଲ୍ଲାରେ ଅଛି, ବର୍ତ୍ତମାନ ସୁଦ୍ଧା ଆମକୁ ଆକାଂକ୍ଷୀ ଜିଲ୍ଲା ପରି ସମାନ ସାମୁହିକ ଆଭିମୁଖ୍ୟ ସହିତ କାର୍ଯ୍ୟ କରିବାକୁ ପଡ଼ିବ । ଏହା ଏକ ନୂତନ ସୁଯୋଗ, ସମସ୍ତ ସରକାର, ଭାରତ ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ସରକାରୀ ଯନ୍ତ୍ରପାତି ପାଇଁ ଏକ ନୂତନ ଆହ୍ୱାନ । ବର୍ତ୍ତମାନ ଆମକୁ ଏହି ଚାଲେଞ୍ଜକୁ ଏକତ୍ରିତ କରିବାକୁ ପଡ଼ିବ । ଏଥିରେ, ମୁଁ ମୋର ସମସ୍ତ ମୁଖ୍ୟମନ୍ତ୍ରୀ ସହକର୍ମୀଙ୍କ ସହଯୋଗ ସର୍ବଦା ପାଇଛି, ମୁଁ ନିଶ୍ଚିତ ଯେ ଭବିଷ୍ୟତରେ ମଧ୍ୟ ମୁଁ ଏହାକୁ ଜାରି ରଖିବି ।

ସାଥୀମାନେ,

ବର୍ତ୍ତମାନ କରୋନା ସମୟ ଚାଲିଛି । କରୋନା ପାଇଁ ପ୍ରସ୍ତୁତି, ଏହାର ପରିଚାଳନା ଏବଂ କରୋନା ମଧ୍ୟରେ ବିକାଶର ଗତି ବଜାୟ ରଖିବାରେ ସମସ୍ତ ଜିଲ୍ଲାର ଏକ ପ୍ରମୁଖ ଭୂମିକା ରହିଛି । ଏହି ଜିଲ୍ଲାଗୁଡ଼ିକରେ ଭବିଷ୍ୟତର ଆହ୍ୱାନକୁ ବିଚାରକୁ ନେଇ ବର୍ତ୍ତମାନ ଠାରୁ କାର୍ଯ୍ୟ କରିବା ଉଚିତ ।

ସାଥୀମାନେ,

ଆମର ମହର୍ଷିମାନେ କହିଛନ୍ତି- “ଜଲ ବିନ୍ଦୁ ନିପାତେନ କ୍ରମଶ: ପୂର୍ୟତେ ଘଟ:” ଅର୍ଥାତ ବୁନ୍ଦା ବୁନ୍ଦାରୁ ହିଁ ପୁରା ମାଟିଆ ପୂର୍ଣ୍ଣ ହୋଇଥାଏ । ତେଣୁ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଆପଣଙ୍କର ସମସ୍ତଙ୍କର ପ୍ରୟାସ ଆପଣଙ୍କ ଜିଲ୍ଲାକୁ ବିକାଶର ଏକ ନୂତନ ଦିଗକୁ ନେଇଯିବ । ମୁଁ ଏଠାରେ ଥିବା ସିଭିଲ ସର୍ଭିସ ସହକର୍ମୀମାନଙ୍କ ଠାରୁ ଆଉ ଏକ କଥା ମନେ ରଖିବାକୁ ଚାହେଁ, ଆପଣ ନିଶ୍ଚିତ ଭାବରେ ସେହି ଦିନକୁ ମନେ ରଖିବେ ଯେତେବେଳେ ଏହି ସେବାରେ ଆପଣଙ୍କର ପ୍ରଥମ ଦିନ ଥିଲା । ଆପଣ ଦେଶ ପାଇଁ କେତେ କରିବାକୁ ଚାହୁଁଥିଲେ, ଆପଣ କେତେ ଉତ୍ସାହରେ ପରିପୂର୍ଣ୍ଣ ଥିଲେ, ଆପଣ କେତେ ସେବାରେ ପରିପୂର୍ଣ୍ଣ ଥିଲେ । ଆଜି ଆପଣଙ୍କୁ ସମାନ ମନୋଭାବ ସହିତ ଆଗକୁ ବଢ଼ିବାକୁ ହେବ । ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ବହୁତ କିଛି ପାଇବାକୁ ଅଛି । ପ୍ରତ୍ୟେକ ଆକାଂକ୍ଷୀ ଜିଲ୍ଲାର ବିକାଶ ଦେଶର ସ୍ୱପ୍ନକୁ ପୂରଣ କରିବ । ଏକ ନୂତନ ଭାରତର ସ୍ୱପ୍ନ, ଯାହାକୁ ଆମେ ସ୍ୱାଧୀନତାର ୧ଠଠ ବର୍ଷର ସମାପ୍ତିରେ ଦେଖିଛୁ । ସେଗୁଡ଼ିକ ପୂରଣ କରିବାର ରାସ୍ତା ଆମର ଏହି ଜିଲ୍ଲା ଏବଂ ଗ୍ରାମ ଦେଇ ଯାଇଥାଏ । ମୁଁ ନିଶ୍ଚିତ ଯେ ତୁମେ ତୁମର ପ୍ରୟାସରେ କୌଣସି ପ୍ରୟାସ ଛାଡ଼ିବ ନାହିଁ । ଯେତେବେଳେ ଦେଶ ନିଜର ସ୍ୱପ୍ନକୁ ପୂରଣ କରିବ ସେତେବେଳେ ତୁମର ସମସ୍ତ ବନ୍ଧୁ ଏହାର ସୁବର୍ଣ୍ଣ ଅଧ୍ୟାୟରେ ଏକ ବଡ଼ ଭୂମିକା ଗ୍ରହଣ କରିବେ । ଏହି ବିଶ୍ୱାସ ସହିତ ମୁଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ଏବଂ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଆପଣଙ୍କ ଜୀବନରେ ଆପଣ କରିଥିବା କଠିନ ପରିଶ୍ରମ ଏବଂ ଫଳାଫଳ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ! ଆଜି ଆମ ସମ୍ମୁଖରେ ୨୬ ଜାନୁଆରୀ, ସେହି କାର୍ଯ୍ୟର ଚାପ ମଧ୍ୟ ଅଛି, ଜିଲ୍ଲା ଅଧିକାରୀମାନଙ୍କ ଉପରେ ଅଧିକ ଚାପ ରହିଛି । କରୋନାର ଶେଷ ଦୁଇବର୍ଷ ପାଇଁ ଆପଣ ଯୁଦ୍ଧ କ୍ଷେତ୍ରରେ ଆଗ ଧାଡ଼ିରେ ଅଛନ୍ତି ଏବଂ ଏପରି ପରିପ୍ରେକ୍ଷୀରେ ମୁଁ ଶନିବାର ଦିନ ଆପଣ ସମସ୍ତଙ୍କ ସହିତ ବସିବା ପାଇଁ ଆପଣଙ୍କୁ ଟିକିଏ କଷ୍ଟ ଦେଉଛି । ତଥାପି ଉତ୍ସାହ ଏବଂ ଉଦ୍ଦୀପନା ସହିତ କହୁଛି ଯେ ଏହା ମୋ ପାଇଁ ଖୁସିର ବିଷୟ, ଯାହା ସହିତ ଆଜି ଆପଣ ସମସ୍ତେ ଜଡ଼ିତ । ମୁଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି! ବହୁତ ବହୁତ ଶୁଭକାମନା ଦେଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
After two decades, tiger cheer for Arunachal’s D’Ering Memorial Wildlife Sanctuary

Media Coverage

After two decades, tiger cheer for Arunachal’s D’Ering Memorial Wildlife Sanctuary
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Thiru C. Joseph Vijay on taking oath as Tamil Nadu Chief Minister
May 10, 2026

The Prime Minister, Shri Narendra Modi, today congratulated Thiru C. Joseph Vijay on taking oath as the Chief Minister of Tamil Nadu.

The Prime Minister also conveyed his best wishes for the new tenure and reaffirmed the commitment of the Central Government to work together with the Government of Tamil Nadu for the welfare and development of the people of the state.

The Prime Minister wrote on X;

“Congratulations to Thiru C. Joseph Vijay on taking oath as Tamil Nadu Chief Minister. Best wishes for his tenure ahead. The Central Government will keep working with the Tamil Nadu Government to improve the lives of people.

@TVKVijayHQ”