୧.୭ ଲକ୍ଷରୁ ଅଧିକ ଲାଭାର୍ଥୀମାନଙ୍କୁ ଇ- ପ୍ରପର୍ଟିକ କାର୍ଡ଼ ପ୍ରଧାନମନ୍ତ୍ରୀ କହଲ ହସ୍ତାନ୍ତର
ଦେଶର ଗ୍ରାମମାନଙ୍କୁ, ଗ୍ରାମର ସମ୍ପତ୍ତିକୁ, ଜମି ଏବଂ ଘର ସହିତ ଜଡ଼ିତ ରେକର୍ଡ଼ସ୍‍ର ଅନିଶ୍ଚିତତା ଏବଂ ଅବିଶ୍ୱାସରୁ ମୁକୁଳିବା ଏକାନ୍ତ ଜରୁରି ।
“ସ୍ୱାଧୀନତା ପ୍ରାପ୍ତିର ଦଶନ୍ଧି ଦଶନ୍ଧି ବିତି ସାରିଛି, ଭାରତର ଗାଁର ଖୁବ୍‍ ବିରାଟ ସାମର୍ଥ୍ୟକୁ ଦୃଢ଼ଭାବେ ଧରି ରଖିଛନ୍ତି ଗ୍ରାମବାସୀ; ଗାଁର ଯେଉଁ ଶକ୍ତି ରହିଛି, ଗାଁର ଲୋକମାନଙ୍କର ଯେଉଁ କ୍ଷେତ ରହିଛି, ଯେଉଁ ଘର ଅଛି, ଏହାର ଉପଯୋଗ ଗାଁର ଲୋକମାନେ ନିଜର ବିକାଶ ନିମନ୍ତେ ସଂପୂର୍ଣ୍ଣ ରୂପେ କରିପାରୁନଥିଲେ ।”
“ସ୍ୱାମୀତ୍ୱ ଯୋଜନା ଆଧୁନିକ ପ୍ରଯୁକ୍ତିର ସହାୟତାରେ ଦେଶର ଗାଁମାନଙ୍କର ବିକାଶ ଏବଂ ବିଶ୍ୱାସର ନୂତନ ମନ୍ତ୍ର ।”
“ଏବେ ଗରିବ ଲୋକମାନଙ୍କ ନିକଟକୁ ସରକାର ନିଜେ ଯାଇ ପହଞ୍ଚୁଛନ୍ତି ଏବଂ ଗରିବ ଲୋକମାନଙ୍କୁ ସଶକ୍ତ କରୁଛନ୍ତି ।”
“ଏଠାରେ ଯେଉଁ ଡ୍ରୋନ ଉଡୁଛି, ତାହା ଭାରତର ଗାଁମାନଙ୍କୁ ନୂତନ ଉଡାଣ ଦେବାକୁ ଯାଉଛି ।”

ସ୍ୱାମୀତ୍ୱ ଯୋଜନା ଦ୍ୱାରା ଯେଉଁ ଆତ୍ମବିଶ୍ୱାସ, ଯେଉଁ ଭରସା ଗାଁଗୁଡିକରେ ଆସିଛି, ତାହା ହିତାଧିକାରୀମାନଙ୍କ ସହ କଥାବାର୍ତାରେ ସ୍ପଷ୍ଟ  ଭାବେ ଝଲସୁଛି ଏବଂ ମୁଁ ଆଜି ଏଠାରେ ମଧ୍ୟ ଦେଖୁଛି ଯେ ଆପଣମାନେ ମତେ ଆପଣମାନଙ୍କର ବାଉଁଶରେ ତିଆରି ଚୌକି ତ ଦେଖାଇଲେ କିନ୍ତୁ ମୋ ନଜର ତ ଅନେକ ଦୂର ପର୍ଯ୍ୟନ୍ତ ଏହି ଯେଉଁ ଜନତା ଜନାର୍ଦ୍ଦନ, ସେମାନଙ୍କର ଯେଉଁ ଉତ୍ସାହ, ଉମଙ୍ଗ ରହିଛି, ତାରି ଉପରେ ଲାଖି ରହିଛି । ଜନତା ଜନାର୍ଦ୍ଦନଙ୍କର ଏତେ ଭଲ ପାଇବା, ଏତେ ଆଶୀର୍ବାଦ ମିଳୁଛି, ସେମାନଙ୍କୁ କେତେ ସୁଫଳ ମିଳୁଥିବ, ମୁଁ ସେସବୁ ସଂପୂର୍ଣ୍ଣ ଭାବରେ ଅନୁମାନ କରିପାରୁଛି । ଏହି ଯୋଜନା କେତେ ବଡ ଶକ୍ତି ଭାବେ ଉଭା ହେଉଛି, ଏହି ଅନୁଭବ ଏବେ ଯେଉଁ ସାଥୀମାନଙ୍କ ସହ କଥା ହେବାର ମାତେ ସୁଯୋଗ ମିଳିଲା, ସେମାନେ ମତେ ଏସବୁ ବିସ୍ତୃତ ଭାବରେ ଜଣାଇଛନ୍ତି । ସ୍ୱାମୀତ୍ୱ ଯୋଜନା ପରେ ଲୋକମାନଙ୍କୁ ବ୍ୟାଙ୍କରୁ ଋଣ ମିଳିବା ଆହୁରି ଅଧିକ ସହଜ ହୋଇଛି ।

 ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ମହୋଦୟ, ବୀରେନ୍ଦ୍ର କୁମ।।ର ମହୋଦୟ, ଧର୍ମେନ୍ଦ୍ର ପ୍ରଧାନ ମହୋଦୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ମହୋଦୟ, ପ୍ରହ୍ଲାଦ ସିଂହ ପଟେଲ ମହୋଦୟ, ଫଗନ ସିଂହ କୁଲସ୍ତେ ମହୋଦୟ, କପିଲ ମୋରେଶ୍ୱର ପାଟିଲ ମହୋଦୟ, ଏଲ୍‌. ମୁରୁଗନ ମହୋଦୟ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିିଂହ ଚୌହାନ ମହୋଦୟ, ମଧ୍ୟପ୍ରଦେଶ ସରକାରର ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ହଦରା ସମେତ ମଧ୍ୟପ୍ରଦେଶର ବିଭିନ୍ନ ଅଂଚଳର ହଜାର ହଜାର ସଂଖ୍ୟାରେ ଗାଁଗୁଡିକରୁ ସାମିଲ ହୋଇଥିବା ଭାଇ ଓ ଭଉଣୀମାନେ,

ସର୍ବପ୍ରଥମେ ଭାଇ କମଲ ଜୀଙ୍କର ଆଜି ଜନ୍ମଦିନ, ତାଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭକାମନା । ଆମେ ଟିଭିରେ ତ ଦେଖିଆସୁଛୁ ଯେ ମଧ୍ୟପ୍ରଦେଶ ଅଦ୍ଭୁତ ଅଟେ ଏବଂ ମଧ୍ୟପ୍ରଦେଶ ସତରେ ଅଦ୍ଭୁତ, ମଧ୍ୟପ୍ରଦେଶ ଦେଶର ଗୌରବ ମଧ୍ୟ । ମଧ୍ୟପ୍ରଦେଶରେ ମଧ୍ୟରେ ଗତି ମଧ୍ୟ ରହିଛି ଏବଂ ମଧ୍ୟପ୍ରଦେଶରେ ବିକାଶର ଲାଳସା ମଧ୍ୟ ରହିଛି । ଜନସାଧାରଣଙ୍କ ହିତ ପାଇଁ କୌଣସି ଯୋଜନା ପ୍ରସ୍ତୁତ ହେବା ମାତ୍ରେ, କିଭଳି ମଧ୍ୟପ୍ରଦେଶରେ ସେହି ଯୋଜନାକୁ କାର୍ଯ୍ୟାନ୍ୱୟନ ପାଇଁ ଦିନ ରାତି ଏକ କରିଦିଆଯାଏ, ମୁଁ ଯେତେବେଳେ ବି ଏକଥା ଶୁଣେ, ଯେତେବେଳେ ବି ଦେଖେ, ମତେ ବହୁତ ଆନନ୍ଦ ମିଳିଥାଏ, ଭଲ ଲାଗିଥାଏ ଏବଂ ମୋର ବନ୍ଧୁ ଏତେ ସୁନ୍ଦର କାମ କରୁଛନ୍ତି, ଏହା ମୋ ପାଇଁ ଖୁସିର ବିଷୟ ଅଟେ ।

ବନ୍ଧୁଗଣ,

ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନାକୁ ମଧ୍ୟପ୍ରଦେଶ, ଉତର ପ୍ରଦେଶ, ମହାରାଷ୍ଟ୍ର, ଉତରାଖଣ୍ଡ, ହରିଆଣା, ପଞ୍ଜାବ, କର୍ଣ୍ଣାଟକ ଏବଂ ରାଜସ୍ଥାନର କେତେକ ଗାଁରେ କାର୍ଯ୍ୟକାରୀ କରାଯାଇଥିଲା । ଏହି ରାଜ୍ୟଗୁଡିକର ଗାଁରେ ରହୁଥିବା ପ୍ରାୟ ୨୨ ଲକ୍ଷ ପରିବାର ପାଇଁ ସମ୍ପତି କାର୍ଡ ପ୍ରସ୍ତୁତ ହୋଇସାରିଛି । ଏବେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏହାର ସମ୍ପ୍ରସାରଣ କରାଯାଉଛି । ଏହା ଏକପ୍ରକାର ଆଗୁଆ ପ୍ରକଳ୍ପ ଥିଲା କାରଣ ଭବିଷ୍ୟତରେ ଏହି ଯୋଜନାରେ କୌଣସି ତୃଟି ରହି ନଯାଉ । ଏବେ ସମଗ୍ର ଦେଶରେ ଏହାର ସମ୍ପ୍ରସାରଣ କରାଯାଇଛି । ମଧ୍ୟପ୍ରଦେଶ ଏଥିରେ ମଧ୍ୟ ନିଜର ଚିର ପରିଚିତ ଢଙ୍ଗରେ ଦୃତ ଗତିରେ କାର୍ଯ୍ୟ କରିଛି ଏବଂ ଏଥିପାଇଁ ମଧ୍ୟପ୍ରଦେଶ ପ୍ରଶଂସା ପାଇବାର ଯୋଗ୍ୟ ଅଟେ । ଆଜି ମଧ୍ୟପ୍ରଦେଶର ୩ ହଜାର ଗାଁର ୧ ଲକ୍ଷ ୭୦ ହଜାରରୁ ଅଧିକ ପରିବାରକୁ ମିଳିଥିବା ସମ୍ପତି କାର୍ଡ - ଅଧିକାର ଅଭିଲେଖ, ସେମାନଙ୍କର ସମୃଦ୍ଧିର ମାଧ୍ୟମ ହେବ । ଏହି ଲୋକମାନେ ଡିଜି-ଲକର ମାଧ୍ୟମରେ ନିଜର ମୋବାଇଲରେ ନିଜ ନିଜର ସମ୍ପତି କାର୍ଡ ଡାଉନଲୋଡ ମଧ୍ୟ କରିପାରିବେ । ଏଥିପାଇଁ ଯେଉଁ ଯେଉଁ ଲୋକମାନେ ପରିଶ୍ରମ କରିଛନ୍ତି, ଯେଉଁମାନେ ସବୁକିଛି ଲଗାଇ ଏହି କାମ ସହ ଯୋଡି ହୋଇଛନ୍ତି, ସେହି ସମସ୍ତଙ୍କୁ ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ ଏବଂ ଯେଉଁମାନଙ୍କୁ ଏହି ଲାଭ ମିଳିଲା ସେମାନଙ୍କୁ ଅଭିନନ୍ଦନ ମଧ୍ୟ ଏବଂ ଶୁଭକାମନା ମଧ୍ୟ । ଯେଉଁ ଗତିରେ ମଧ୍ୟପ୍ରଦେଶ ଅଗ୍ରସର ହେଉଛି, ମୋର ବିଶ୍ୱାସ ଯେ ଖୁବ ଶୀଘ୍ର ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ଅବଶ୍ୟ ଅଧିକାର ଅଭିଲେଖ ମିଳିଯିବ ।

ଭାଇ ଓ ଭଉଣୀମାନେ,

ଆମେ ବାରମ୍ବାର ଏହା ଚର୍ଚ୍ଚା କରିଆସିଛୁ ଯେ ଭାରତର ଆତ୍ମା ଗାଁରେ ବାସ କରେ । କିନ୍ତୁ ସ୍ୱାଧୀନତାର ଦଶନ୍ଧି ଦଶନ୍ଧି ବିତିଗଲା, ଭାରତର ଗାଁଗୁଡିକର ବହୁତ ବଡ ସାମର୍ଥ୍ୟକୁ ଆବଦ୍ଧ କରି ରଖି ଦିଆଗଲା । ଗାଁର ଯେଉଁ କ୍ଷମତା ରହିଛି, ଗାଁର ଲୋକମାନଙ୍କର ଯେଉଁ ଭୂମି ରହିଛି, ଯେଉଁ ଘର ରହିଛି, ସେସବୁର ଉପଯୋଗ ଗାଁର ଲୋକମାନେ ନିଜର ବିକାଶ ପାଇଁ ସମ୍ପୁର୍ଣ୍ଣ ଭାବରେ କରିପାରୁ ନଥିଲେ । ବରଂ, ଗାଁର ଜମି ଏବଂ ଗାଁର ଘରକୁ ନେଇ ବିବାଦ, ଲଢେଇ-ଝଗଡା, ବେଆଇନ୍ ଦଖଲ ଭିତରେ ଗାଁର ଲୋକମାନଙ୍କର ଶକ୍ତି, କୋର୍ଟ-କଚେରୀ, ଆଉ ଏମିତି କେତେ କଣ ଅସୁବିଧା ଭୋଗିବାକୁ ପଡୁଥିଲା । ସମୟ ଏବଂ ପଇସାର ଅପଚୟ ହେଉଥିଲା । ଏବଂ ଏହି ଚିନ୍ତା ଆଜିର ନୁହେଁ । ଗାନ୍ଧିଜୀ ମଧ୍ୟ ତାଙ୍କ ସମୟରେ ଏହି ବିଷୟକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏହି ପରିସ୍ଥିତିକୁ ପରିବର୍ତନ କରିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ୍ । ଯେତେବେଳେ  ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେବେଠାରୁ ଏ ଦିଗରେ କାମ କରିଆସୁଛି । ଏହି ସମସ୍ୟାର ମୁକାବିଲା କରିବା ପାଇଁ ମୁଁ ଗୁଜରାଟରେ ‘ସମରସ ଗ୍ରାମ ପଂଚାୟତ’ ଅଭିଯାନ ଚଳାଇଥିଲି । ମୁଁ ଦେଖିଛି ଯେ ଯଦି ସଠିକ୍ ପ୍ରୟାସ କରାଯାଏ, ତାହାହେଲେ ସମଗ୍ର ଗାଁ ଏକତ୍ର ହୋଇ ଏହାକୁ ଆଗକୁ ବଢାଇଥାଏ ଏବଂ ଏବେ ଶିବରାଜ ଜୀ ବର୍ଣ୍ଣନା କରୁଥିଲେ ଯେ ଆଜି ମୋର ଏହି ଦାୟିତ୍ୱ ଗ୍ରହଣର ୨୦ ବର୍ଷ ପୂରଣ ହେଉଛି ଏବଂ ଯେତେବେଳେ ଶିବରାଜ ଜୀ ଏକଥା କହୁଥିଲେ, ମୋର ମନେ ପଡିଗଲା ଯେ ଯେତେବେଳେ ମୁଁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲି ଏବଂ ମୋର ଯେଉଁ ପ୍ରଥମ ବଡ କାର୍ଯ୍ୟକ୍ରମ ଥିଲା , ତାହା ମଧ୍ୟ ଗରିବ କଲ୍ୟାଣ ମେଳା ଥିଲା ଏବଂ ଏବେ ମୁଁ ଖୁସି ଯେ ୨୦ତମ ବର୍ଷର ଶେଷ ଦିବସରେ ମଧ୍ୟ ମୁଁ ଆଜି ଗରିବମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଏହା ବୋଧହୁଏ ଇଶ୍ୱରଙ୍କ ଇଙ୍ଗିତ ଯେ ମତେ ନିରନ୍ତର ଭାବେ ମୋ ଦେଶର ଦରିଦ୍ରମାନଙ୍କର ସେବା କରିବାର ସୌଭାଗ୍ୟ ମିଳିଚାଲିଛି । ସେ ଯାହା ହେଉନା କାହିଁକି, ମୋର ବିଶ୍ୱାସ ଯେ ସ୍ୱାମୀତ୍ୱ ଯୋଜନା ମଧ୍ୟ ଆପଣ ସମସ୍ତଙ୍କ ଅଂଶଗ୍ରହଣ ଦ୍ୱାରା ଗ୍ରାମ ସ୍ୱରାଜର ଏକ ଉଦାହରଣ ପାଲଟିବ । ଏବେ ଆମେ ଏହି କରୋନା କାଳରେ ମଧ୍ୟ ଦେଖିଲେ ଯେ କିଭଳି ଭାରତର ଗାଁଗୁଡିକ ଏକତ୍ର ହୋଇ ଗୋଟିଏ ଲକ୍ଷ୍ୟକୁ ନେଇ କାର୍ଯ୍ୟ କଲା, ଖୁବ ସତର୍କତାର ସହ ଏହି ମହାମାରୀର ମୁକାବିଲା କଲା । ଗ୍ରାମବାସୀମାନେ ଏକ ନୂତନ ଢାଂଚା ପ୍ରସ୍ତୁତ କଲେ । ବାହାରୁ ଆସୁଥିବା ଲୋକମାନଙ୍କ ରହିବା ପାଇଁ ଅଲଗା ବ୍ୟବସ୍ଥା ହେଉ, ଖାଦ୍ୟ ଏବଂ କାମର ବ୍ୟବସ୍ଥା ହେଉ, ଟିକାକରଣ ସହ ସମ୍ପୃକ୍ତ କାର୍ଯ୍ୟ ହେଉ, ଭାରତର ଗାଁ ବହୁତ ଆଗରେ ରହିଥିଲା । ଗାଁର ଲୋକମାନଙ୍କ ବିଚାର ଶକ୍ତି, ଭାରତର ଗାଁଗୁଡିକୁ କରୋନାରୁ ବହୁତ ମାତ୍ରାରେ ସୁରକ୍ଷିତ ରଖି ପାରିଥିଲା ଏବଂ ଏଥିପାଇଁ ମୋ ଦେଶର ପ୍ରତ୍ୟେକ ଗାଁର ଲୋକମାନେ ଅଭିନନ୍ଦନର ହକଦାର ଅଟନ୍ତି । ସେମାନେ ସମସ୍ତ ନିୟମକୁ ନିଜ ନିଜର ଢାଂଚାରେ ପରିବର୍ତନ କଲେ, ନିୟମଗୁଡିକର ଅନୁପାଳନ କଲେ, ସଚେତନତା ବଜାୟ ରଖିଲେ ଏବଂ ସରକାରଙ୍କୁ ମଧ୍ୟ ଆଗଭର ହୋଇ ସହଯୋଗ କଲେ । ଗାଁଗୁଡିକ ଏହି ଦେଶକୁ ସୁରକ୍ଷିତ ରଖିବାରେ ଯେଉଁଭଳି ଭାବେ ସହାୟତା କରିଛନ୍ତି ମୁଁ ତାକୁ କଦାପି ଭୁଲିପାରିବି ନାହିଁ ।

ବନ୍ଧୁଗଣ,

ବିଶ୍ୱର ବହୁତ ବଡ ବଡ ସଂସ୍ଥା ମଧ୍ୟ କୁହନ୍ତି ଯେ, କୌଣସି ଦେଶରେ ଯେଉଁ ନାଗରିକଙ୍କ ନିକଟରେ ନିଜ ସମ୍ପତିର କାଗଜପତ୍ର ନାହିଁ, ସେହି ନାଗରିକମାନଙ୍କର ଆର୍ଥିକ କ୍ଷମତା ସବୁବେଳେ ସିମୀତ ରହିଥାଏ ଏବଂ ଆହୁରି ନିମ୍ନଗାମୀ ହୋଇ ଚାଲିଥାଏ । ସମ୍ପତିର ଦସ୍ତାବିଜ ନ ହେବା, ଏକ ବିଶ୍ୱବ୍ୟାପୀ ସମସ୍ୟା ଅଟେ । ଏ ବିଷୟରେ ଅଧିକ ଚର୍ଚ୍ଚା ହୁଏ ନାହିଁ କିନ୍ତୁ ବଡ ବଡ ରାଷ୍ଟ୍ର ପାଇଁ ଏହା ବହୁତ ବଡ ଆହ୍ୱାନ ହୋଇ ରହିଛି ।

ବନ୍ଧୁଗଣ,

ସ୍କୁଲ ହେଉ, ହସ୍ପିଟାଲ ହେଉ, ଭଣ୍ଡାରଣର ବ୍ୟବସ୍ଥା ହେଉ, ସଡକ ହେଉ, କେନାଲ ହେଉ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ହେଉ, ଏହିପରି ପ୍ରତ୍ୟେକ ବ୍ୟବସ୍ଥାର ନିର୍ମାଣ ପାଇଁ ଭୂମିର ଆବଶ୍ୟକତା ପଡିଥାଏ । କିନ୍ତୁ ଯେତେବେଳେ ରେକର୍ଡ ହିଁ ସ୍ପଷ୍ଟ ନାହିଁ ସେତେବେଳେ ଏଭଳି ବିକାଶ କାର୍ଯ୍ୟଗୁଡିକ ସମ୍ପୁର୍ଣ୍ଣ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଯାଏ । ଏହି ଅବ୍ୟବସ୍ଥା ଯୋଗୁଁ ଭାରତର ଗାଁଗୁଡିକର ବିକାଶ ଉପରେ ବେଶ କୁପ୍ରଭାବ ପଡିଛି । ଦେଶର ଗାଁଗୁଡିକୁ, ଗାଁଗୁଡିକର ସମ୍ପତିକୁ, ଜମି ଏବଂ ଘର ସହ ଜଡିତ ଦସ୍ତାବିଜଗୁଡିକୁ ଅନିଶ୍ଚିତତା ଏବଂ ଅବିଶ୍ୱାସରୁ ମୁକୁଳିବା ବେଶ ଜରୁରୀ ଅଟେ । ଏଥିପାଇଁ ପିଏମ୍ ସ୍ୱାମୀତ୍ୱ ଯୋଜନା, ଗାଁରେ ରହୁଥିବା ଆମର ଭାଇ ଓ ଭଉଣୀମାନଙ୍କର ବହୁତ ବଡ ଶକ୍ତି ହେବାକୁ ଯାଉଛି ଏବଂ ମୁଁ ଜାଣେ ଯେ ଯେତେବେଳେ କୌଣସି ଜିନିଷ ଉପରେ ଆପଣଙ୍କର ହକ୍ ରହିଥାଏ, ତାହାହେଲେ କେତେ ବଡ ଶାନ୍ତି ମିଳିଥାଏ । କେବେକେବେ ଆପଣମାନେ ଦେଖିଥିବେ ଯେ ରେଳରେ ଆପଣମାନେ ଯାତ୍ରା କରୁଥିବେ, ଆପଣଙ୍କ ପାଖରେ ଟିକଟ ଥିବ କିନ୍ତୁ ଆପଣଙ୍କ ନିକଟରେ ରିଜର୍ଭେସନ୍ ନଥିବ । ତାହାହେଲେ ଆପଣଙ୍କୁ ଚିନ୍ତା ଘାରି ରହିଥିବ ଯେ ଡବାରୁ କେତେବେଳେ ତଳକୁ ଓହ୍ଲାଇ କେତେବେଳେ ବି ଅନ୍ୟ ଡବାକୁ ଯିବାକୁ ପଡିପାରେ । କିନ୍ତୁ ଯଦି ଆପଣଙ୍କ ପାଖରେ ରିଜର୍ଭେସନ ଥିବ ତାହାହେଲେ ଆପଣ ରେଳ ଟିକଟ ରିଜର୍ଭେସନ୍ ଦ୍ୱାରା ନିଶ୍ଚିନ୍ତ ହୋଇ ବିସପାରିବେ, କେତେ ବି ବଡ କ୍ଷମତାଶାଳୀ ବ୍ୟକ୍ତି ଆସି ଯାଉ ନା କାହିଁକି, କେତେ ବି ବଡ ଧନୀ ବ୍ୟକ୍ତି ଆସି ଯାଉ ନାଁ କାହିଁକି, ଆପଣ ହକ୍ ସହିତ କହିପାରିବେ ଯେ ଏହା ମୋ ପାଇଁ ସଂରକ୍ଷିତ ଏବଂ ମୁଁ ଏହିଠାରେ ହିଁ ବସିବି । ଏହା ହିଁ ନିଜ ଅଧିକାରର ଶକ୍ତି । ଏହି ଯେଉଁ ଶକ୍ତି ଆଜି ଗାଁର ଲୋକମାନଙ୍କ ହାତକୁ ଆସିଛି ନାଁ, ତାହାର ସୁଦୂର ପ୍ରସାରୀ ସୁଫଳ ମିଳିବାର ଅଛି । ମୁଁ ଖୁସି ଯେ ଶିବରାଜ ଜୀଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶରେ ଭୂମି ଡିଜିକରଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ଡିଜିଟାଲ ଦସ୍ତାବିଜର ପରିସର ବୃଦ୍ଧି କରିବା ହେଉ କିମ୍ବା ଦସ୍ତାବିଜର ଗୁଣବତା ହେଉ, ପ୍ରତ୍ୟେକ କ୍ଷେତ୍ରରେ ମଧ୍ୟପ୍ରଦେଶ ପ୍ରଶଂସନୀୟ କାର୍ଯ୍ୟ କରୁଛି ।

ବନ୍ଧୁଗଣ,

ସ୍ୱାମୀତ୍ୱ ଯୋଜନା କେବଳ ଆଇନ ସମ୍ମତ ଦସ୍ତାବିଜ୍ ପ୍ରଦାନର ଯୋଜନା ନୁହେଁ, ବରଂ ଏହା ଆଧୁନିକ ଜ୍ଞାନକୌଶଳ ଜରିଆରେ ଦେଶର ଗ୍ରାମାଂଚଳରେ ବିକାଶ ଏବଂ ବିଶ୍ୱାସର ନୂଆ ମନ୍ତ୍ର ମଧ୍ୟ ଅଟେ । ଏହି ଯେଉଁ ଗାଁଗଣ୍ଡାରେ ଉଡନ୍ତା ଖଟୁଲି ଉଡୁବୁଲୁଛି, ତାହାକୁ କିଛି ଗ୍ରାମବାସୀ ଛୋଟ ହେଲିକପ୍ଟର କହୁଛନ୍ତି, ଏହି ଯେଉଁ ଡ୍ରୋନ ଉଡୁଛି ତାହା ଭାରତର ଗାଁଗୁଡିକୁ ଉଡାଣ ଦେବାକୁ ଯାଉଛି । ଡ୍ରୋନ୍ ବୈଜ୍ଞାନିକ ପଦ୍ଧତିରେ, ଘରଗୁଡିକର ନକ୍‌ସା ପ୍ରସ୍ତୁତ କରୁଛି । କୌଣସି ଭେଦଭାବ ବିନା  ସମ୍ପତିର ଚିହ୍ନଟ କରୁଛି । ଏପର୍ଯ୍ୟନ୍ତ ଦେଶର ପ୍ରାୟ ୬୦ ଜିଲ୍ଲାରେ ଡ୍ରୋନ୍ ଏହି କାର୍ଯ୍ୟ ସମ୍ପନ୍ନ କରିଚାଲିଛି । ଏହାଦ୍ୱାରା ସଠିକ୍ ଜମି ରେକର୍ଡ ଓ ଜିଆଇଏସ୍ ମ୍ୟାପ୍ କାରଣରୁ ଏବେ ଗ୍ରାମ ପଂଚାୟତଗୁଡିକୁ ଗ୍ରାମ ପଂଚାୟତ ଯୋଜନାଗଡିକୁ ପାରଦର୍ଶୀ କରାଇବାରେ ମଧ୍ୟ ସହାୟତା ମିଳିିବ ।

ଭାଇ ଓ ଭଉଣୀମାନେ,

ସ୍ୱାମୀତ୍ୱ ଯୋଜନାର ଯେଉଁ ଲାଭ ଆଜି ଦେଖାଯାଉଛି, ତାହା ଦେଶର ଏକ ବୃହତ ଅଭିଯାନର ଅଂଶ ଅଟେ । ଏହି ଅଭିଯାନ ହେଉଛି ଗାଁର ଗରିବଙ୍କୁ ଆତ୍ମନିର୍ଭର, ଆର୍ଥିକ ଦୃଷ୍ଟିରୁ ଆହୁରି ଅଧିକ ସଶକ୍ତ କରାଇବାର ଅଭିଯାନ । ଏବଂ ଏବେ ମୁଁ ଶୁଣିଲି ପବନ ଜୀଙ୍କୁ, ତିନି ମାସରେ ଏତେ ବଡ ସାମର୍ଥ୍ୟ ଆସିଯାଇଛି । ନିଜର ତ ଘର ଥିଲା, କାଗଜର ଅଭାବ ଥିଲା । କାଗଜ ଆସିଗଲା, ଜୀବନ ବଦଳିଗଲା । ଆମର ଗ୍ରାମବାସୀମାନଙ୍କ ଭିତରେ ପର୍ଯ୍ୟାପ୍ତ ସାମର୍ଥ୍ୟ ରହିଥିବା ସତ୍ୱେ, ସେମାନଙ୍କ ପାଖରେ ଯାହା ସମସ୍ୟା ହୋଇ ରହିଆସିଛି ତାହା ହେଉଛି ମୌଳିକ ସାଧନର, ଏକପ୍ରକାର ଶୁଭାରମ୍ଭ ମଂଚର! ଘର ତିଆରି କରିବାର ହେଉଥିଲା ତ, ଘର ତିଆରି ଋଣର ସମସ୍ୟା!, ବ୍ୟବସାୟ ଆରମ୍ଭ କରିବାର ହେଉଥିଲା ତ, ପୁଞ୍ଜିର ସମସ୍ୟା!, ଚାଷକାର୍ଯ୍ୟକୁ ବ୍ୟାପକ କରିବାର କୌଣସି ଉପାୟ ହେଉ, ଟ୍ରାକ୍ଟର କ୍ରୟ କରିବାର ହେଉ, କୌଣସି କୃଷି ଉପକରଣ କ୍ରୟ କରିବାର ହେଉ, କୌଣସି ନୂଆ ଚାଷ କରିବା ପାଇଁ ମନସ୍ଥ କରିବା ହେଉ, ସେଥିରେ ମଧ୍ୟ ଆରମ୍ଭ କରିବା ପାଇଁ ଅର୍ଥର ସମସ୍ୟା! ସମ୍ପତିର କାଗଜପତ୍ର ନଥିବା କାରଣରୁ ବ୍ୟାଙ୍କଗୁଡିକରୁ ସେମାନଙ୍କୁ ସହଜରେ ଋଣ ମଧ୍ୟ ମିଳୁନଥିଲା । ଭାରତର ଗ୍ରାମବାସୀ ବାଧ୍ୟ ହୋଇ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବାହାରର ଲୋକମାନଙ୍କଠାରୁ ଋଣ ନେବା ପାଇଁ ବାଧ୍ୟ ହୋଇଗଲେ । ବ୍ୟାଙ୍କିଙ୍ଗ ବ୍ୟବସ୍ଥାରୁ ମଧ୍ୟ ସେମାନେ ଦୂରେଇ ଗଲେ । ମୁଁ ସେହି କଷ୍ଟକୁ ଦେଖିଛି ଯେତେବେଳେ ଛୋଟ ଛୋଟ କାମ ପାଇଁ କୌଣସି ଗରିବକୁ, କୌଣସି ତୃତୀୟ ବ୍ୟକ୍ତି ସମ୍ମୁଖରେ ହାତ ପତେଇବାକୁ ପଡୁଥିଲା । ବଢି ଚାଲିଥିବା ସୁଧ ତା ଜୀବନର ସବୁଠାରୁ ବଡ ଚିନ୍ତା ପାଲଟି ଯାଉଥିଲା । ସମସ୍ୟା ଏୟା ଯେ ତା ନିକଟରେ କୌଣସି ତୃତୀୟ ବ୍ୟକ୍ତିଠାରୁ ହାତ ଉଧାରି ଆଣିବା ଛଡା ଅନ୍ୟ କୌଣସି ବିକଳ୍ପ ମଧ୍ୟ ନଥିଲା । ସେ ଯେତେ ଲୁଟାଯାଇପାରେ ଲୁଟି ଚାଲିଥିଲା କାରଣ ଅସହାୟ ପରିସ୍ଥିତି ଥିଲା । ମୁଁ ଦେଶର ଗରିବମାନଙ୍କୁ, ଗାଁର ଗରିବମାନଙ୍କୁ, ଗାଁର ଯୁବକମାନଙ୍କୁ, ଏହି କୁଚକ୍ରରୁ ମୁକ୍ତି ଦେବାକୁ ଚାହୁଁଛି । ସ୍ୱାମୀତ୍ୱ ଯୋଜନା ଏହାର ଅତି ମହତ୍ୱପୂର୍ଣ୍ଣ ଆଧାର ଅଟେ । ସମ୍ପତି କାର୍ଡ ପ୍ରସ୍ତୁତ ହେବା ପରେ, ଏବେ ଗାଁର ଲୋକମାନଙ୍କୁ ବ୍ୟାଙ୍କରୁ ସହଜରେ ଋଣ ମିଳିବାକୁ ଯାଉଛି । ଏବେ ହିତାଧିକାରୀମାନଙ୍କ ସହ କଥାବାର୍ତାବେଳେ ମଧ୍ୟ ଶୁଣିଲି ଯେ କିଭଳି ସମ୍ପତି କାର୍ଡ ସେମାନଙ୍କୁ ବ୍ୟାଙ୍କରୁ ଋଣ ନେବାରେ ସହାୟକ ହୋଇଛି । ବନ୍ଧୁଗଣ,

ଗତ ୬-୭ ବର୍ଷର ଆମ ସରକାରଙ୍କ ପ୍ରାୟାସଗୁଡିକୁ, ଯୋଜନାଗୁଡିକୁ ଦେଖିଲେ ଆପଣମାନେ ଜାଣିପାରିବେ ଆମେ ପ୍ରୟାସ କରିଛୁ ଯେପରି ଗରିବଙ୍କୁ କୌଣସି ତୃତୀୟ ବ୍ୟକ୍ତି ସାମନାରେ ହାତ ପତେଇବାକୁ ପଡିବ ନାହିଁ, ତାକୁ ମୁଣ୍ଡ ନୁଆଁଇବାକୁ ପଡିବ ନାହିଁ । ଆଜି କୃଷିକୁୁ ଛୋଟ ଛୋଟ ଆବଶ୍ୟକତା ନିମନ୍ତେ ପିଏମ୍ କିଷାନ ସମ୍ମାନ ନିଧି ଅଧିନରେ ସିଧାସଳଖ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପଠାଯାଉଛି । ଏବଂ କ୍ଷୁଦ୍ର ଚାଷୀମାନଙ୍କର ଯେଉଁ ଆଶୀର୍ବାଦ ମତେ ମିଳିଚାଲିଛି ଏବଂ ମୁଁ ବିଶ୍ୱାସ କରେ ଯେ ଭାରତର ଯେଉଁ କ୍ଷୁଦ୍ର ଚାଷୀ ଅଛନ୍ତି, ଶହେରେ ଅଶୀ ଜଣ ଚାଷୀ ଅଛନ୍ତି, କ୍ଷୁଦ୍ର ଚାଷୀ ଯେଉଁମାନଙ୍କ ଆଡକୁ କେହି ବି ଧ୍ୟାନ ଦେଇନାହାନ୍ତି, କିଛି ହାତଗଣତି କୃଷକଙ୍କ ଚିନ୍ତା ହିଁ କରାଯାଇଛି । ମୁଁ କ୍ଷୁଦ୍ରଚାଷୀଙ୍କ ଅଧିକାର ପାଇଁ ସବୁ ଜୋର ଲଗାଇ ଦେଇଛି । ଏବଂ ମୋର କ୍ଷୁଦ୍ର ଚାଷୀ ମଜବୁତ ହୋଇଯିବ ନାଁ, ମୋ ଦେଶକୁ କେହିବି ପୁଣି ଥରେ ଦୁର୍ବଳ କରିପାରିବ ନାହିଁ । କରୋନା କାଳ ସତ୍ୱେ ଅଭିଯାନ ଚଳାଇ ଆମେ ଦୁଇ କୋଟିରୁ ଅଧିକ କୃଷକଙ୍କୁ କିଷାନ କ୍ରେଡିଟ କାର୍ଡ ମଧ୍ୟ ପ୍ରଦାନ କରିଛୁ । ପଶୁପାଳନ କରୁଥିବା, ମତ୍ସ୍ୟଚାଷ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏଥିରେ ସାମିଲ କରିଛୁ । ଲକ୍ଷ୍ୟ ଏହା ଯେ ଆବଶ୍ୟକତା ପଡିଲେ ସେମାନଙ୍କୁ ବ୍ୟାଙ୍କରୁ ଅର୍ଥ ମିଳୁ, ସେମାନଙ୍କୁ ଅନ୍ୟ କାହା ପାଖକୁ ଯିବାକୁ ନ ପଡୁ । ମୁଦ୍ରା ଯୋଜନା ମଧ୍ୟ ନିଜର କାମଧନ୍ଦା ଆରମ୍ଭ କରିବା ସକାଶେ ବ୍ୟାଙ୍କଗୁଡିକରୁ ବିନା ଗ୍ୟାରେଂଟିରେ ଋଣର ସୁନ୍ଦର ସୁଯୋଗ ପ୍ରଦାନ କରିଛି । ପ୍ରତ୍ୟେକ ଯୋଜନା ଅଧିନରେ ଗତ ୬ ବର୍ଷ ମଧ୍ୟରେ ପ୍ରାୟ ୨୯ କୋଟିଟି ଋଣ ପ୍ରଦାନ କରାଯାଇଛି । ପାଖାପାଖି ୧୫ ଲକ୍ଷ କୋଟି ଟଙ୍କା, ୧୫ ଲକ୍ଷ କୋଟି ଟଙ୍କା ଛୋଟିଆ ରାଶି ନୁହେଁ ଆଜ୍ଞା, ୧୫ ଲକ୍ଷ କୋଟି ଟଙ୍କାର ରାଶି ମୁଦ୍ରା ଯୋଜନା ଅଧିନରେ ଲୋକମାନଙ୍କ ନିକଟରେ ପହଂଚିଛି । ଏହି ଅର୍ଥ ପାଇଁ ପୂର୍ବେ ସେମାନଙ୍କୁ କୌଣସି ତୃତୀୟ ବ୍ୟକ୍ତି ପାଖକୁ ଯିବାକୁ ପଡୁଥିଲା, ଅଧିକ ସୁଧର କୁଚକ୍ରରେ ଫଶିବାକୁ ପଡୁଥିଲା ।

ବନ୍ଧୁଗଣ,

ଭାରତର ଗାଁଗୁଡିକର  ଆର୍ଥିକ କ୍ଷମତାକୁ ବୃଦ୍ଧି କରିବାରେ ବହୁତ ବଡ ଭୂମିକା ଆମର ମାଆ ଭଉଣୀ, ଆମର ମହିଳା ଶକ୍ତିର ମଧ୍ୟ ରହିଛି । ଆଜି ସମଗ୍ର ଦେଶରେ ପ୍ରାୟ ୭୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି, ଯେଉଁଥିରେ ପ୍ରାୟ ୮ କୋଟି ଭଉଣୀ ସାମିଲ ଅଛନ୍ତି ଏବଂ ଏଥିମଧ୍ୟରୁ ଅଧିକାଂଶ ଗୋଷ୍ଠୀ ଗ୍ରାମାଂଚଳରେ ହିଁ କାର୍ଯ୍ୟ କରନ୍ତି । ଏହି ଭଉଣୀମାନଙ୍କୁ ଜନଧନ ଖାତା ମାଧ୍ୟମରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ତ ଯୋଡି ଦିଆଯାଇଛି, ବିନା ଗ୍ୟାରେଂଟି ଋଣରେ ମଧ୍ୟ ବେଶ୍ ବୃଦ୍ଧି ଘଟିଛି । ନିକଟରେ ହିଁ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୂର୍ବରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଗାଁରେଂଟି ଋଣ ମିଳୁଥିବାବେଳେ ଏବେ ଏହାର ସୀମାକୁ ଦୁଇ ଗୁଣ ବୃଦ୍ଧି ଅର୍ଥାତ୍ ୧୦ ଲକ୍ଷରୁ ୨୦ ଲକ୍ଷ କରିଦିଆଯାଇଛି ।

ଭାଇ ଓ ଭଉଣୀମାନେ,

ଆମର ଗାଁଗଣ୍ଡାର ବହୁ ସାଥୀ, ଆଖପାଖ ସହରରେ ଯାଇ ଉଠା ଦୋକାନ ମଧ୍ୟ ଚଳାଇଛନ୍ତି । ଏମାନଙ୍କୁ ପି ଏମ୍ ସ୍ୱନିଧୀ ଯୋଜନା ମାଧ୍ୟମରେ ବ୍ୟାଙ୍କରୁ ଋଣ ନେବାର ସୁବିଧା ମଧ୍ୟ ପ୍ରଦାନ କରାଯାଇଛି ।  ଆଜି ୨୫ ଲକ୍ଷରୁ ଅଧିକ ଏଭଳି ସାଥୀଙ୍କୁ ବ୍ୟାଙ୍କରୁ ଋଣ ମଧ୍ୟ ମିଳିପାରିଛି । ଏବେ ସେମାନଙ୍କୁ ମଧ୍ୟ ନିଜର କାମଧନ୍ଦାକୁ ଆଗକୁ ବଢାଇବା ପାଇଁ କୌଣସି ଅନ୍ୟ ବ୍ୟକ୍ତି ପାଖକୁ ଯିବାର ଆବଶ୍ୟକତା ନାହିଁ ।

ବନ୍ଧୁଗଣ,

ଏହିସବୁ ଯୋଜନାକୁ ଯଦି ଦେଖିବେ ତାହାହେଲେ ଜାଣିପାରିବେ ଲକ୍ଷ୍ୟ ଏଇଆ ଯେ ପଇସା ଦେବା ପାଇଁ ଯେତେବେଳେ ସରକାର ଅଛନ୍ତି, ବ୍ୟାଙ୍କ ଅଛି, ତାହାହେଲେ ଗରିବମାନଙ୍କୁ କୌଣସି ଦ୍ୱିତୀୟ/ତୃତୀୟ ବ୍ୟକ୍ତି ନିକଟକୁ ଯିବାକୁ ନପଡୁ । ସେହି ଯୁଗକୁ ଦେଶ ପଛରେ ଛାଡିଆସିଛି ଯେତେବେଳେ ଗରିବକୁ ଗୋଟିଏ ଗୋଟିଏ ପଇସା, ଗୋଟିଏ ଗୋଟିଏ ବିହନ ପାଇଁ ସରକାରଙ୍କ ନିକଟରେ ଚକ୍କର ଲଗାଇବାକୁ ପଡୁଥିଲା । ଏବେ ଗରିବଙ୍କ ନିକଟରେ ସରକାର ସ୍ୱୟଂ ଆସି ପହଂଚୁଛନ୍ତି ଏବଂ ସେହି ଗରିବକୁ ସଶକ୍ତ କରୁଛନ୍ତି । ଆପଣ ଦେଖନ୍ତୁ, କରୋନା କାଳରେ ଯେତେବେଳେ ଅସୁବିଧା ବୃଦ୍ଧି ପାଇଲା ସେତେବେଳେ ସରକାର ସ୍ୱୟଂ ଆଗକୁ ଆସି ୮୦ କୋଟିରୁ ଅଧିକ ଲୋକଙ୍କ ନିମନ୍ତେ ମାଗଣାରେ ଖାଦ୍ୟଶସ୍ୟ ସୁନିଶ୍ଚିତ କଲେ । ଗୋଟିଏ ବି ଏଭଳି ଗରିବ ନଥିବେ ଯାହାଙ୍କ ଘରେ ଚୁଲି ଜଳିନଥିବ । ଏବଂ ଏଥିରେ ମଧ୍ୟପ୍ରଦେଶର କୃଷକମାନଙ୍କର ଯୋଗଦାନ ତ ରହିଛି, ସେମାନଙ୍କର ପରିଶ୍ରମ ମଧ୍ୟ ରହିଛି । ଗରିବମାନଙ୍କୁ ବିନା ମୂଲ୍ୟରେ ଅନ୍ନ ଦେବା ନିମନ୍ତେ ସରକାର ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ମଧ୍ୟ ଯେଉଁ ମାଗଣା ଚିକିତ୍ସାର ସୁବିଧା ଗରିବମାନଙ୍କୁ ମିଳିଛି, ତାହା ଗରିବମାନଙ୍କର ୪୦ରୁ ୫୦ ହଜାର କୋଟି ଟଙ୍କା ସଂଚୟ କରିଛି । ଯେଉଁ ୮ହଜାରରୁ ଅଧିକ ଜନଔଷଧି କେନ୍ଦ୍ରରେ ସୁଲଭ ମୂଲ୍ୟରେ ଔଷଧପତ୍ର ମିଳୁଛି, ତାହାଦ୍ୱାରା ମଧ୍ୟ ଗରିବମାନଙ୍କର ଶହ ଶହ କୋଟି ଟଙ୍କା ସଂଚୟ ହୋଇପାରୁଛି । ମିଶନ୍ ଇନ୍ଦ୍ରଧନୁଷରେ ନୂଆ ଟିକା ସାମିଲ କରି, ଟିକାକରଣ ଅଭିଯାନକୁ ଅଧିକରୁ ଅଧିକ ଗରିବଙ୍କ ନିକଟରେ ପହଂଚାଇ, ଆମେ କୋଟି କୋଟି ଗର୍ଭବତୀ ମହିଳାଙ୍କୁ, ଶିଶୁମାନଙ୍କୁ ଅନେକ ରୋଗରୁ ରକ୍ଷା କରିଛୁ । ଏହି ସମସ୍ତ ପ୍ରୟାସ ଆଜି ଗାଁର, ଗରିବ ପକେଟର ପଇସାକୁ ସଂଚୟ କରି ତାକୁ ଅସହାୟତାରୁ ମୁକ୍ତ କରୁଛୁ, ସମ୍ଭାବନାର ଆକାଶ ସହିତ ତାକୁ ସଂଯୋଗ କରିଛୁ । ଏବଂ ମୋର ବିଶ୍ୱାସ ଯେ, ସ୍ୱାମୀତ୍ୱ ଯୋଜନାର ଶକ୍ତି ମିଳିବା ପରେ, ଭାରତର ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ବିକାଶର ଏକ ନୂଆ ଅଧ୍ୟାୟ ଲେଖାଯିବ ।

ବନ୍ଧୁଗଣ,

ଭାରତରେ ଏମିତି ଏକ ପରମ୍ପରା ରହିଛି ଯେ, ଆଧୁନିକ ଜ୍ଞାନକୌଶଳ ପ୍ରଥମେ ସହରରେ ପହଂଚେ ଏବଂ ପରେ ଗାଁ ପର୍ଯ୍ୟନ୍ତ ଯାଏ । କିନ୍ତୁ ଆଜି ଦେଶ ଏହି ପରମ୍ପରାକୁ ବଦଳାଇବାର କାର୍ଯ୍ୟ କରିଛି । ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ସେଠାରେ ମଧ୍ୟ ଭୂମି ସମ୍ପର୍କରେ ସୂଚନା ଅନଲାଇନ୍ ଉପଲବ୍ଧ କରାଇବାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସରକାର ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଗାଁ ପର୍ଯ୍ୟନ୍ତ ପହଂଚନ୍ତୁ ଏଥିପାଇଁ ଇ-ଗ୍ରାମ ସେବା ଆରମ୍ଭ କରାଯାଇଥିଲା । ଲୋକମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ଗୁଜରାଟ ପୂର୍ବରୁ ସ୍ୱାଗତ ନାଁରେ ମଧ୍ୟ ପ୍ରୟାସ କରିଥିଲା, ଯାହା ଆଜି ମଧ୍ୟ ଏକ ଉଦାହରଣ । ଏହି ମନ୍ତ୍ରରେ ଆଗକୁ ବଢି ଆଜି ଦେଶ ଏହା ସୁନିଶ୍ଚିତ କରୁଛି ଯେ ସ୍ୱାମୀତ୍ୱ ଯୋଜନା ଏବଂ ଡ୍ରୋନ୍ ଜ୍ଞାନକୌଶଳର ଶକ୍ତି ଦ୍ୱାରା ଭାରତର ଗାଁଗୁଡିକୁ କିପରି ପ୍ରଥମେ ସମୃଦ୍ଧ କରାଯାଇପାରିବ । ଡ୍ରୋନ୍ ଜ୍ଞାନକୌଶଳ ଅତି କମ୍ ସମୟରେ ଅତି କଷ୍ଟକର କାମକୁ ସଠିକ୍ ଉପାୟରେ କରିପାରେ । ଡ୍ରୋନ୍ ସେହି ସ୍ଥାନରେ ମଧ୍ୟ ସହଜରେ ପହଂଚିପାରିବ ଯେଉଁ ସ୍ଥାନକୁ ମଣିଷ ଯାଇପାରିବ ନାହିଁ । ଘରର ନକ୍‌ସା ପ୍ରସ୍ତୁତି ବ୍ୟତୀତ ସମଗ୍ର ଦେଶର ଭୂମି ସହ ସମ୍ପୃକ୍ତ ଦସ୍ତାବିଜ୍‌, ସର୍ବେକ୍ଷଣ, ଚିହ୍ନଟ ଭଳି ପ୍ରକ୍ରିୟାଗୁଡିକୁ ଅଧିକ ପ୍ରଭାବଶାଳୀ ଓ ପାରଦର୍ଶୀ କରିବାରେ ଡ୍ରୋନ୍ ଖୁବ୍ ଫଳପ୍ରଦ ଭୂମିକା ଗ୍ରହଣ କରିବାକୁ ଯାଉଛି । ନକ୍‌ସା ପ୍ରସ୍ତୁତି ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପରିଚାଳନା, କୃଷି କାର୍ଯ୍ୟ ଏବଂ ସେବାପ୍ରଦାନରେ ଡ୍ରୋନର ଉପଯୋଗ ଏବେ ବ୍ୟାପକ ହେବ । ଆପଣମାନେ ଟିଭିରେ ଦେଖିଥିବେ, ଖବରକାଗଜରେ ପଢିଥିବେ, ଦୁଇ ଦିନ ତଳେ ହିଁ ମଣିପୁରରେ ଡ୍ରୋନ୍ ଦ୍ୱାରା ଏଭଳି ଇଲାକା ପର୍ଯ୍ୟନ୍ତ କେରାନା ଟିକା ଦୃତ ଗତିରେ ପହଂଚାଗଲା, ଯେଉଁଠାରେ ମଣିଷକୁ ପହଂଚିବାରେ ବହୁତ ବିଳମ୍ବ ହେବ । ସେହିଭଳି ଏବେ ଗୁଜରାଟରେ ଡ୍ରୋନର ଉପଯୋଗ କ୍ଷେତରେ ୟୁରିଆ ଛିଂଚିବାରେ କରାଯାଉଛି ।

ଭାଇ ଓ ଭଉଣୀମାନେ,

ଡ୍ରୋନ୍ ଜ୍ଞାନକୌଶଳ କୃଷକମାନଙ୍କୁ, ରୋଗୀମାନଙ୍କୁ ଦୂରଦୂରାନ୍ତ ଇଲାକାକୁ ଅଧିକରୁ ଅଧିକ ସୁଫଳ ମିଳୁ, ଏଥିପାଇଁ ନିକଟରେ ହିଁ ଅନେକ ନୀତିଗତ ନିଷ୍ପତି ନିଆଯାଇଛି । ଆଧୁନିକ ଡ୍ରୋନ୍ ଅଧିକ ସଂଖ୍ୟାରେ ଭାରତରେ ହିଁ ନିର୍ମିତ ହେଉ, ଏଥିରେ ମଧ୍ୟ ଭାରତ ଆତ୍ମନିର୍ଭର ହେଉ, ଏଥିପାଇଁ ପିଏଲଆଇ ଯୋଜନା ମଧ୍ୟ ଘୋଷଣା କରାଯାଇଛି । ଆଜି ମୁଁ ଏହି ଅବସରରେ ଦେଶର ପରିଶ୍ରମୀ ବୈଜ୍ଞାନିକ, ଇଞ୍ଜିନିୟର, ସଫ୍ଟଟଓୟାର ବିକାଶକାରୀ ଏବଂ ଷ୍ଟାଟ ଅପ ସହ ଜଡିତ ଯୁବବର୍ଗଙ୍କୁ କହିବି ଯେ ଭାରତରେ ସୁଲଭ ମୂଲ୍ୟର, ଉତମ ଗୁଣବତାଯୁକ୍ତ ଡ୍ରୋନର ନିର୍ମାଣ ପାଇଁ ଆଗକୁ ଆସନ୍ତୁ । ଏହି ଡ୍ରୋନ୍ ଯେପରି ଭାରତର ଭାଗ୍ୟକୁ ଆକାଶର ଆହୁରି ଉଚ୍ଚତର ସ୍ତରକୁ ନେଇଯିବାର ସାମର୍ଥ୍ୟ ରଖୁଥିବ । ସରକାର ମଧ୍ୟ ସ୍ଥିର କରିଛନ୍ତି ଯେ, ଭାରତୀୟ କମ୍ପାନିଗୁଡିକରୁ ଡ୍ରୋନ୍ ଏବଂ ଏହା ସହିତ ସଂଶ୍ଳିଷ୍ଟ ସେବାଗୁଡିକୁ କ୍ରୟ କରାଯିବ । ଏହାଦ୍ୱାରା ବହୁତ ବଡ ସଂଖ୍ୟାରେ ଦେଶ ବିଦେଶର କମ୍ପାନୀଗୁଡିକୁ ଭାରତରେ ଡ୍ରୋନ୍ ନିର୍ମାଣ ପାଇଁ ପ୍ରୋତ୍ସାହନ ମିଳିବ । ଯାହାଦ୍ୱାରା ନୂଆ ରୋଜଗାର ମଧ୍ୟ ସୃଷ୍ଟି ହେବ ।

ବନ୍ଧୁଗଣ,

ଆଜାଦୀର ଅମୃତ କାଳ, ଅର୍ଥାତ୍ ଆଗାମୀ ୨୫ ବର୍ଷରେ ଗାଁର ଆର୍ଥିକ ସାମର୍ଥ୍ୟ ଦ୍ୱାରା ଭାରତର ବିକାଶ ଯାତ୍ରାକୁ ସଶକ୍ତ କରିବାକୁ ହେବ । ଏଥିରେ ଜ୍ଞାନକୌଶଳ ସହ ଜଡିତ ଭିତିଭୂମୀ ବହୁତ ବଡ ଭୂମିକା ନିର୍ବାହ କରିବାକୁ ଯାଉଛି । ମୋବାଇଲ ଫୋନ୍ ଏବଂ ଇଂଟରନେଟ ଆଜି ଗାଁର ଯୁବବର୍ଗକୁ ନୂଆ ସୁଯୋଗ ସହ ଯୋଡି ଚାଲିଛି । କୃଷକମାନଙ୍କୁ ଚାଷର ନୂଆ ବୈଷୟିକ ଜ୍ଞାନକୌଶଳ, ନୂଆ ଫସଲ, ନୂଆ ବଜାର ସହ ଯୋଡିବାରେ ମୋବାଇଲ ଫୋନ୍ ଆଜି ବହୁତ ବଡ ସୁବିଧା ପାଲଟି ସାରିଛି । ଆଜି ଭାରତର ଗାଁଗୁଡିକରେ ସହରଠାରୁ ମଧ୍ୟ ଅଧିକ ଇଂଟରନେଟ ବ୍ୟବହାରକାରୀ ଅଛନ୍ତି । ଏବେ ତ ଦେଶର ସବୁ ଗାଁକୁ ଅପ୍ଟିକାର ଫାଇବର ସହ ଯୋଡିବାର ଅଭିଯାନ ମଧ୍ୟ ଦୃତଗତିରେ ଆଗେଇ ଚାଲିଛି । ଉତମ ଇଂଟରନେଟ ସୁବିଧା ଦ୍ୱାରା କୃଷି ବ୍ୟତୀତ ଉତମ ଅଧ୍ୟୟନ ଏବଂ ଭଲ ଔଷଧ, ଏହାର ସୁବଧା ଗାଁର ଗରିବକୁ ଘରେ ବସି ମଧ୍ୟ ସୁଲଭ ମଧ୍ୟରେ ମିଳୁ ଏହା ସମ୍ଭବ ହେବାକୁ ଯାଉଛି ।

ବନ୍ଧୁଗଣ,

ପ୍ରଯୁକ୍ତି ଦ୍ୱାରା ଗାଁର ରୁପାନ୍ତରଣ କରିବାର ଏହି ଅଭିଯାନ କେବଳ ଆଇଟି ବା ଡିଜିଟାଲ ଜ୍ଞାନକୌଶଳ ପର୍ଯ୍ୟନ୍ତ ସିମୀତ ନୁହେଁ । ଅନ୍ୟ ଜ୍ଞାନକୌଶଳର ମଧ୍ୟ ପୂର୍ଣ୍ଣ ଉପଯୋଗ ଗାଁର ବିକାଶରେ କରାଯାଉଛି । ସୌରଶକ୍ତି ଦ୍ୱାରା ଜଳସେଚନ ଏବଂ ରୋଜଗାରର ନୂଆ ସୁଯୋଗ ମଧ୍ୟ ଗାଁକୁ ଉପଲବ୍ଧ କରାଯାଉଛି । ବିହନ ସହ ସମ୍ପୃକ୍ତ ଆଧୁନିକ ଗବେଷଣା ଦ୍ୱାରା ପରିବର୍ତନଶୀଳ ପାଣିପାଗ ଓ ଚାହିଦା ମୁତାବକ ନୂଆ ବିହନ କୃଷକମାନଙ୍କୁ ଉପଲବ୍ଧ କରାଯାଉଛି । ନୂତନ ଏବଂ ଉତ୍କୃଷ୍ଟ ଟିକା ଦ୍ୱାରା ପ୍ରାଣୀମାନଙ୍କୁ ସୁସ୍ଥ ରଖିବାର ପ୍ରୟାସ ଜାରି ରହିଛି । ଏହିଭଳି ସାର୍ଥକ ପ୍ରୟାସ ଦ୍ୱାରା, ଗାଁର ସକ୍ରିୟ ଭାଗିଦାରୀ ଦ୍ୱାରା, ସମସ୍ତଙ୍କ ପ୍ରୟାସ ଦ୍ୱାରା ଆମେ ଗାଁର ପୂର୍ଣ୍ଣ ସାମର୍ଥ୍ୟକୁ ଭାରତର ବିକାଶର ଆଧାର କରିବୁ । ଗାଁ ସଶକ୍ତ ହେବ ତ ମଧ୍ୟପ୍ରଦେଶ ମଧ୍ୟ ସଶକ୍ତ ହେବ, ଭାରତ ମଧ୍ୟ ସଶକ୍ତ ହେବ । ଏହି ଆଶା ସହିତ ଆପଣ ସମସ୍ତଙ୍କୁ ପୁଣି ଥରେ ଅନେକ ଅନେକ ଶୁଭକାମନା । କାଲିଠାରୁ ନବରାତ୍ରିର ପବିତ୍ର ପର୍ବ ଆରମ୍ଭ ହେଉଛି, ଏହି ଶକ୍ତି ସାଧନା ଆପଣ ସମସ୍ତଙ୍କ ଉପରେ ଆଶୀର୍ବାଦ ହୋଇ ଆସୁ । ଦେଶ କରୋନାରୁ ଖୁବ ଶୀଘ୍ର ମୁକ୍ତି ପାଉ । ଆମେ ମଧ୍ୟ ଏହି କରୋନା କାଳରେ ସତର୍କତା ଅବଲମ୍ବନ କରି ନିଜ ଜୀବନକୁ ମଧ୍ୟ ଆଗକୁ ବଢାଇ ଚାଲୁ, ଜୀବନକୁ ଆନନ୍ଦରେ ବଂଚୁ, ଏହି ଶୁଭକାମନା ସହିତ ଅନେକ ଅନେକ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”