ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ପ୍ରାୟ ୧.୪୮ ଲକ୍ଷ କୋଟି ଟଙ୍କାର ଏକାଧିକ ତୈଳ ଓ ଗ୍ୟାସ୍ ପ୍ରକଳ୍ପର ଶିଳାନ୍ୟାସ
ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ବିହାରରେ ୧୩,୪୦୦ କୋଟିରୁ ଅଧିକ ଟଙ୍କାର ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ
ବରାଉନୀରେ ହିନ୍ଦୁସ୍ତାନ ଉର୍ବରକ ଆଣ୍ଡ ରସୟାନ ଲିମିଟେଡ୍ (ଏଚୟୁଆରଏଲ) ସାର କାରଖାନା ଉଦ୍‌ଘାଟିତ
ପ୍ରାୟ ୩୯୧୭ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
ଦେଶ ଉଦ୍ଦେଶ୍ୟରେ ସମର୍ପିତ 'ଭାରତ ପଶୁଧନ' – ଦେଶରେ ପଶୁପକ୍ଷୀଙ୍କ ପାଇଁ ଏକ ଡିଜିଟାଲ ଡାଟାବେସ୍
ଶୁଭାରମ୍ଭ ହେଲା '୧୯୬୨ କୃଷକ ଆପ୍'
ଡବଲ ଇଞ୍ଜିନ ସରକାରଙ୍କ କ୍ଷମତା ଯୋଗୁଁ ବିହାର ଉତ୍ସାହ ଓ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ
ଯଦି ବିହାର ବିକଶିତ ହେବ, ତେବେ ଭାରତ ମଧ୍ୟ ବିକଶିତ ହୋଇଯିବ
ଇତିହାସ ପ୍ରମାଣିତ କରିଛି ଯେ ବିହାର ଓ ପୂର୍ବ ଭାରତ ସମୃଦ୍ଧ ଥିବା ବେଳେ ଭାରତ ସଶକ୍ତ ରହିଥିଲା
ପ୍ରକୃତ ସାମାଜିକ ନ୍ୟାୟ 'ସନ୍ତୁଷ୍ଟିକରଣ' ଦ୍ୱାରା ମିଳିଥାଏ, 'ତୁଷ୍ଟିକରଣ' ଦ୍ୱାରା ନୁହେଁ। ପ୍ରକୃତ ସାମାଜିକ ନ୍ୟାୟ ସାଚୁରେସନ ଦ୍ୱାରା ହାସଲ ହୋଇଥାଏ
ଡବଲ ଇଞ୍ଜିନ ସରକାରଙ୍କ ଦ୍ୱିଗୁଣିତ ପ୍ରୟାସରେ ବିହାର ନିଶ୍ଚିତ ବିକଶିତ ହେବ

ବିହାରର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗିରିରାଜ ସିଂ ଜୀ, ହରଦୀପ ସିଂ ପୁରୀ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଜୀ, ସମ୍ରାଟ ଚୌଧୁରୀ ଜୀ, ମଞ୍ଚରେ ବସିଥିବା ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବେଗୁସରାଇରୁ ଆସିଥିବା ମୋର ପ୍ରିୟ ଭାଇ ଭଉଣୀମାନେ ।

ଜୟମଙ୍ଗଳା ଗଡ଼ ମନ୍ଦିର ଓ ନୌଲଖା ମନ୍ଦିରରେ ବିରାଜମାନ କରିଥିବା ଦେବାଦେବୀମାନଙ୍କୁ ମୁଁ ପ୍ରଣାମ କରୁଛି। ଏକ ବିକଶିତ ଭାରତ ପାଇଁ ଏକ ବିକଶିତ ବିହାରର ନିର୍ମାଣ କରିବାର ସଂକଳ୍ପ ନେଇ ମୁଁ ଆଜି ବେଗୁସରାଇ ଆସିଛି । ଏହା ମୋର ସୌଭାଗ୍ୟ ଯେ ଏତେ ସଂଖ୍ୟାରେ ଆପଣ ଜନତା ଜନାର୍ଦ୍ଦନଙ୍କୁ ଦର୍ଶନ କରିବାର ମୋତେ ମିଳିଲା।

 

ସାଥୀମାନେ,

ବେଗୁସରାଇର ଏହି ମାଟି ହେଉଛି ପ୍ରତିଭାସମ୍ପନ୍ନ ଯୁବକଙ୍କ ଭୂମି। ଏହି ମାଟି ଦେଶର ଉଭୟ କୃଷକ ଏବଂ ଶ୍ରମିକମାନଙ୍କୁ ସର୍ବଦା ସୁଦୃଢ଼ କରିଛି । ଆଜି ଏହି ମାଟିର ପୁରୁଣା ଗୌରବ ଫେରୁଛି। ଆଜି ବିହାର ସମେତ ସମଗ୍ର ଦେଶ ପାଇଁ ଏକ ଲକ୍ଷ ୬୦ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଛି, ଦେଢ଼ ଲକ୍ଷ କୋଟିରୁ ମଧ୍ୟ ଅଧକ। ପୂର୍ବରୁ ଦିଲ୍ଲୀର ବିଜ୍ଞାନ ଭବନରେ ଏଭଳି କାର୍ଯ୍ୟକ୍ରମ ହେଉଥିଲା, କିନ୍ତୁ ଆଜି ମୋଦି ଦିଲ୍ଲୀକୁ ବେଗୁସରାଇ ଆଣିଛନ୍ତି। ଏବଂ ଏହି ଯୋଜନାଗୁଡ଼ିକ ମଧ୍ୟରେ ବିହାରର ପ୍ରାୟ ୩୦,୦୦୦ କୋଟି ଟଙ୍କାର ପ୍ରକଳ୍ପ କେବଳ ଏବଂ କେବଳ ମୋର ବିହାର ପାଇଁ। ଗୋଟିଏ କାର୍ଯ୍ୟକ୍ରମରେ ସରକାରଙ୍କ ଏତେ ବିପୁଳ ପରିମାଣର ପୁଞ୍ଜିନିବେଶ ଦର୍ଶାଉଛି ଯେ ଭାରତର ସାମର୍ଥ୍ୟ କେତେ ବୃଦ୍ଧି ପାଉଛି। ଏହାଦ୍ୱାରା ବିହାରର ଯୁବକମାନଙ୍କ ପାଇଁ ନିଯୁକ୍ତିର ଓ ରୋଜଗାରର ଅନେକ ନୂଆ ସୁଯୋଗ ସୃଷ୍ଟି ହେବ । ଆଜିର ଏହି ପ୍ରକଳ୍ପଗୁଡ଼ିକ, ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ମହାଶକ୍ତି ରେ ପରିଣତ କରିବାର ମାଧ୍ୟମ ରେ ପରିଣତ ହେବ । ଆପଣମାନେ ଟିକିଏ ଅପେକ୍ଷା କରନ୍ତୁ ଭାଇ, ବହୁତ ହୋଇଗଲା, ଆପଣଙ୍କ ଭଲପାଇବାକୁ ମୁଁ ସ୍ବାଗତ କରୁଛି, ଆପଣ ଅପେକ୍ଷା କରନ୍ତୁ, ଆପଣ ବସନ୍ତୁ, ଆପଣ ଚୌକିରୁ ତଳକୁ ଆସନ୍ତୁ, ଦୟାକରି, ମୁଁ ଆପଣଙ୍କୁ ଅନୁରୋଧ କରୁଛି, ତୁମେ ବସ... ହଁ । ଆପଣ ବସି ଆରାମରେ ସେହି ଚେୟାରରେ ବସିବେ, ଆପଣ ଥକିଯିବେ । ଆଜିର ଏହି ପ୍ରକଳ୍ପଗୁଡ଼ିକ, ବିହାରରେ ସୁବିଧା ଏବଂ ସମୃଦ୍ଧିର ମାର୍ଗ ପ୍ରଶସ୍ତ କରିବ। ଆଜି ବିହାରକୁ ମିଳିଛି ନୂଆ ଟ୍ରେନ୍ ସେବା । ଏମିତି କାମ ଯାହା ପାଇଁ ଆଜି ଦେଶ ପୂରା ଆତ୍ମବିଶ୍ୱାସର ସହ କହୁଛି, ପ୍ରତ୍ୟେକ ପିଲା କହୁଛନ୍ତି, ଗାଁ ମଧ୍ୟ କହୁଛି, ସହର ମଧ୍ୟ କହୁଛି- ଏଥର... ୪୦୦ ପାର!, ଏଥର... ୪୦୦ ପାର!, ଏଥର... ୪୦୦ରୁ ଅଧିକ! ଏନଡିଏ ସରକାର... ୪୦୦ରୁ ଅଧିକ!

ସାଥୀମାନେ,

୨୦୧୪ରେ ଯେତେବେଳେ ଆପଣ ଏନଡିଏକୁ ସେବା କରିବାର ସୁଯୋଗ ଦେଇଥିଲେ, ସେତେବେଳେ ମୁଁ କହୁଥିଲି ଯେ ପୂର୍ବ ଭାରତର ଦ୍ରୁତ ବିକାଶ ଆମର ପ୍ରାଥମିକତା । ଇତିହାସ ସାକ୍ଷୀ ଅଛି ଯେ ଯେ ଯେତେବେଳେ ବି ବିହାର ଏବଂ ଏହି ପୂର୍ବ ଭାରତ ସମୃଦ୍ଧ ହୋଇଛି, ଭାରତ ମଧ୍ୟ ସଶକ୍ତ ହୋଇଛି । ଯେତେବେଳେ ବିହାରରେ ସ୍ଥିତି ଖରାପ ହୋଇଛି, ସେତେବେଳେ ଦେଶ ଉପରେ ମଧ୍ୟ ଏହାର ବହୁତ ପ୍ରଭାବ ପଡ଼ିଥଲା। ସେଥିପାଇଁ ମୁଁ ବେଗୁସରାଇର ପୁରା ବିହାରବାସୀଙ୍କୁ କହୁଛି ବିହାରର ବିକାଶ ହେଲେ ଦେଶର ମଧ୍ୟ ବିକାଶ ହେବ। ବିହାରର ମୋର ଭାଇ ଭଉଣୀମାନେ, ଆପଣମାନେ ମୋତେ ଭଲ ଭାବରେ ଜାଣନ୍ତି, ଏବଂ ଯେତେବେଳେ ମୁଁ ଆପଣଙ୍କ ମଧ୍ୟରେ ଅଛି, ମୁଁ ପୁନରାବୃତ୍ତି କରିବାକୁ ଚାହିଁବି - ଏହା ଏକ ପ୍ରତିଶ୍ରୁତି ନୁହେଁ - ଏହା ଏକ ସଂକଳ୍ପ, ଏହା ଏକ ମିଶନ। ଆଜି ବିହାରକୁ ଯେଉଁ ସବୁ ପ୍ରକଳ୍ପ ମିଳିଛି ଏବଂ ଦେଶକୁ ମିଳିଛି, ତାହା ଏ ଦିଗରେ ଏକ ବଡ଼ ପଦକ୍ଷେପ। ଏମାନଙ୍କ ମଧ୍ୟରୁ ଅଧିକାଂଶ ପେଟ୍ରୋଲିୟମ, ସାର, ରେଳବାଇ ସହ ଜଡିତ । ଶକ୍ତି, ସାର ଓ ଯୋଗାଯୋଗ ହିଁ ବିକାଶର ଆଧାର। କୃଷି ହେଉ କି ଶିଳ୍ପ ସବୁ କିଛି ସେମାନଙ୍କ ଉପରେ ନିର୍ଭର କରିଥାଏ। ଆଉ ଯେତେବେଳେ ଏହି ସବୁ କାମ ଦ୍ରୁତ ଗତିରେ ଚାଲିଛି, ସେତେବେଳେ ନିଯୁକ୍ତି ସୁଯୋଗ ମଧ୍ୟ ବଢିବା ସହ ରୋଜଗାର ମଧ୍ୟ ମିଳିବା ସ୍ୱାଭାବିକ । ଆପଣ ମନେ ପକାନ୍ତୁ, ବରୋନୀରେ ଯେଉଁ ସାର କାରଖାନା ବନ୍ଦ ହୋଇ ଯାଇଥଲା, ମୁଁ ତାକୁ ପୁନଃ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲି । ଆପଣଙ୍କ ଆଶୀର୍ବାଦରେ ମୋଦି ସେହି ଗ୍ୟାରେଣ୍ଟି ପୂରଣ କରିଛନ୍ତି। ବିହାର ସମେତ ସମଗ୍ର ଦେଶର କୃଷକଙ୍କ ପାଇଁ ଏହା ଏକ ବଡ଼ କାମ ହୋଇଛି। ପୂର୍ବ ସରକାରଙ୍କ ଉଦାସୀନତା ଯୋଗୁଁ ବରୋନୀ, ସିନ୍ଦ୍ରି, ଗୋରଖପୁର, ରାମାଗୁଣ୍ଡମରେ ଥିବା କାରଖାନା ବନ୍ଦ ହୋଇଯାଇଥିଲା, ମେସିନ୍ ଗୁଡ଼ିକ ପଚି ଯାଉଥିଲା। ଆଜି ଏହି ସବୁ କାରଖାନା ୟୁରିଆ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାର ଗୌରବ ପାଲଟିଛି। ସେଥିପାଇଁ ଦେଶ କହୁଛି- ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ଗ୍ୟାରେଣ୍ଟି ପୂରଣ କରିବାର ଗ୍ୟାରେଣ୍ଟି । ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ହେଉଛି ପୂରଣ ହୋଇଥିବା ଗ୍ୟାରେଣ୍ଟି !

 

ସାଥୀମାନେ

ଆଜି ବରୋନୀ ରିଫାଇନାରୀର କ୍ଷମତା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେଉଛି। ଏହାର ନିର୍ମାଣ ସମୟରେ ହଜାର ହଜାର ଶ୍ରମିକ ମାସ ମାସ ଧରି ନିରନ୍ତର ନିଯୁକ୍ତି ପାଇଥିଲେ। ଏହି ବିଶୋଧନାଗାର ବିହାରର ଶିଳ୍ପ ବିକାଶକୁ ନୂତନ ଶକ୍ତି ପ୍ରଦାନ କରିବ ଏବଂ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ । ମୁଁ ଆପଣଙ୍କୁ ଖୁସିର ସହ କହିବାକୁ ଚାହୁଁଛି ଯେ ଗତ ୧୦ ବର୍ଷ ମଧ୍ୟରେ ବିହାରକୁ ୬୫ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦାନ କରାଯାଇଛି, ଯେଉଁଥିରୁ ଅନେକ ସମ୍ପୂର୍ଣ୍ଣ ହୋଇଛି । ବିହାରର କୋଣ ଅନୁକୋଣରେ ପହଞ୍ଚୁଥିବା ଗ୍ୟାସ ପାଇପଲାଇନର ନେଟୱାର୍କ ପହଂଚିଛି, ଏହାଦ୍ବାରା ଭଉଣୀମାନଙ୍କୁ ଶସ୍ତା ଗ୍ୟାସ ଯୋଗାଇବାରେ ସାହାଯ୍ୟ ମିଳୁଛି। ଫଳରେ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବା ସହଜ ହେଉଛି।

ସାଥୀମାନେ

ଆଜି ଆମେ ଆତ୍ମନିର୍ଭର ଭାରତ ସହ ଜଡିତ ଆଉ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇପାରିଛୁ । କର୍ଣ୍ଣାଟକର କେଜି ବେସିନ୍ ତୈଳକୂପରୁ ତୈଳ ଉତ୍ପାଦନ ଆରମ୍ଭ ହୋଇଛି। ଏହା ଦ୍ୱାରା ବିଦେଶରୁ ଅଶୋଧିତ ତୈଳ ଆମଦାନୀ ଉପରେ ଆମର ନିର୍ଭରଶୀଳତା ହ୍ରାସ ପାଇବ ।

ସାଥୀମାନେ

ଜାତୀୟ ସ୍ୱାର୍ଥ ଓ ଜନସ୍ୱାର୍ଥ ପ୍ରତି ସମର୍ପିତ ଏକ ଶକ୍ତିଶାଳୀ ସରକାର ଏଭଳି ନିଷ୍ପତ୍ତି ନେଇଥାନ୍ତି। ଯେତେବେଳେ ସରକାରମାନେ ପାରିବାରିକ ସ୍ୱାର୍ଥ ଏବଂ ଭୋଟ୍ ବ୍ୟାଙ୍କ ସହିତ ଜଡ଼ିତ ଅଛନ୍ତି ସେତେବେଳେ ବିହାରବହୁତ କ୍ଷତିଗ୍ରସ୍ତ ହୋଇଛି। ଯଦି ୨୦୦୫ ପୂର୍ବରୁ ଏଭଳି ସ୍ଥିତି ରହିଥାନ୍ତା, ତେବେ ବିହାରରେ ହଜାର ହଜାର କୋଟି ଟଙ୍କାର ଏଭଳି ପ୍ରକଳ୍ପ ଘୋଷଣା କରିବା ପୂର୍ବରୁ ଶହେ ଥର ଚିନ୍ତା କରିବାକୁ ପଡ଼ିଥାନ୍ତା। ରାସ୍ତା, ବିଜୁଳି, ପାଣି ଓ ରେଳପଥର ଅବସ୍ଥା କ'ଣ ଥିଲା ତାହା ମୋଠାରୁ ଅଧିକ ଆପଣ ଜାଣନ୍ତି। ୨୦୧୪ ପୂର୍ବରୁ ୧୦ ବର୍ଷ ମଧ୍ୟରେ ରେଳବାଇ ନାଁରେ କିପରି ରେଳବାଇର ସମ୍ବଳ ଲୁଟ୍ ହୋଇଥିଲା ତାହା ସମଗ୍ର ବିହାର ଜାଣିଛି। କିନ୍ତୁ ଦେଖନ୍ତୁ, ଆଜି ସାରା ବିଶ୍ୱ ଭାରତୀୟ ରେଳବାଇର ଆଧୁନିକୀକରଣର କଥା କହୁଛି । ଭାରତୀୟ ରେଳବାଇ ଦ୍ରୁତ ଗତିରେ ବିଦ୍ୟୁତ୍ ସଂଯୋଗ କରୁଛି। ଆମ ରେଳ ଷ୍ଟେସନଗୁଡ଼ିକ ମଧ୍ୟ ବିମାନବନ୍ଦର ପରି ସୁବିଧା ରେ ସଜ୍ଜିତ ହେଉଛି ।

 

ସାଥୀମାନେ

ବିହାର ଦଶନ୍ଧି ଧରି ପରିବାରବାଦ, ନଷ୍ଟ ହେବା ଦେଖିଛି, ପରିବାରବାଦର ଶିକାର ହୋଇଛି। ପାରିବାରିକତା ଓ ସାମାଜିକ ନ୍ୟାୟ ପରସ୍ପରର ତୀବ୍ର ବିରୋଧ। ବିଶେଷକରି ଯୁବପିଢ଼ିଙ୍କ ପ୍ରତିଭାର ସବୁଠାରୁ ବଡ଼ ଶତ୍ରୁ ହେଉଛି ପରିବାରବାଦ। ଏହା ହେଉଛି ବିହାର, ଯେଉଁଠି ଭାରତରତ୍ନ କର୍ପୁରୀ ଠାକୁରଜୀଙ୍କ ସମୃଦ୍ଧ ଐତିହ୍ୟ ରହିଛି । ନୀତୀଶଙ୍କ ନେତୃତ୍ୱରେ ଏନ୍ ଡିଏ ସରକାର ଏଠାରେ ଏହି ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି। ଅପରପକ୍ଷରେ ଆରଜେଡି-କଂଗ୍ରେସର ଘୋର ପାରିବାରିକ ଦୁର୍ନୀତି ଦେଖିବାକୁ ମିଳୁଛି। ଆରଜେଡି-କଂଗ୍ରେସର ଲୋକମାନେ ନିଜ ପରିବାରବାଦ ଓ ଦୁର୍ନୀତିକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ଦଳିତ, ବଞ୍ଚିତ, ପଛୁଆଙ୍କୁ ଢାଲ ଭାବେ ଗଢ଼ି ତୋଳିଥାନ୍ତି। ଏହା ସାମାଜିକ ନ୍ୟାୟ ନୁହେଁ, ବରଂ ସମାଜ ପ୍ରତି ବିଶ୍ୱାସଘାତକତା। ଏହା ସାମାଜିକ ନ୍ୟାୟ ନୁହେଁ, ଏହା ସମାଜ ପ୍ରତି ବିଶ୍ୱାସଘାତକତା। ନଚେତ୍ କ’ଣ କାରଣ ରହିଛି ଯେ, କେବଳ ଗୋଟିଏ ପରିବାରର  ସଶକ୍ତିକରଣ ହେଲା ଆଉ ସମାଜର ବାକି ପରିବାର ପଛରେ ପଡ଼ିଗଲେ? କୌଣସି ଭାବରେ ଏଠାରେ ଗୋଟିଏ ପରିବାର ପାଇଁ, ଚାକିରି ନାଁରେ ଯୁବକଙ୍କ ଜମି କିପରି ହଡ଼ପ କରାଗଲା ତାହା ମଧ୍ୟ ଦେଶ ଦେଖିଛି।

ସାଥୀମାନେ

ପ୍ରକୃତ ସାମାଜିକ ନ୍ୟାୟ ସଂପୃକ୍ତିରୁ ମିଳିଥାଏ। ପ୍ରକୃତ ସାମାଜିକ ନ୍ୟାୟ ତୁଷ୍ଟୀକରଣରୁ ନୁହେଁ ବରଂ ସନ୍ତୋଷରୁ ମିଳିଥାଏ । ମୋଦି ଏହି ସାମାଜିକ ନ୍ୟାୟରେ ବିଶ୍ୱାସ କରନ୍ତି, ଏହା ସମାନ ଧର୍ମନିରପେକ୍ଷତା । ଯେତେବେଳେ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ମାଗଣା ରାସନ ପହଂଚିବ, କେତେବେଳେ ପ୍ରତ୍ୟେକ ଗରିବ ହିତାଧିକାରୀଙ୍କୁ ପକ୍କା ଘର ମିଳିବ, ଯେତେବେଳେ ପ୍ରତ୍ୟେକ ଭଉଣୀଙ୍କୁ ଗ୍ୟାସ, ନଳରୁ ପାଣି, ଘରେ ପାଇଖାନା ମିଳିବ, ଘରେ ପାଇଖାନା ମିଳିବ, ଯେତେବେଳେ ଗରିବ ଲୋକଙ୍କୁ ମଧ୍ୟ ଭଲ ଓ ମାଗଣା ଚିକିତ୍ସା ମିଳିବ, ଯେତେବେଳେ ପ୍ରତ୍ୟେକ ଚାଷୀ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସମ୍ମାନ ନିଧି ଆସିବ, ସେତେବେଳେ ସାଚୁରେସନ୍ ସୃଷ୍ଟି ହୋଇଥାଏ । ଏବଂ ଏହା ସତ, ସାମାଜିକ ନ୍ୟାୟ । ଗତ ୧୦ ବର୍ଷ ମଧ୍ୟରେ ଯେଉଁ ପରିବାରରେ ମୋଦିଙ୍କ ଗ୍ୟାରେଣ୍ଟି ପହଞ୍ଚିଛି, ସବୁଠାରୁ ଦଳିତ, ପଛୁଆ ଓ ଅତ୍ୟନ୍ତ ପଛୁଆ ପରିବାର ହେଉଛି ମୋ ପରିବାର।

 

ସାଥୀମାନେ

ଆମ ପାଇଁ ସାମାଜିକ ନ୍ୟାୟ ହେଉଛି ମହିଳାସଶକ୍ତୀକରଣ। ଗତ ୧୦ ବର୍ଷ ମଧ୍ୟରେ ମୋ ମା' ଭଉଣୀମାନେ ଏତେ ସଂଖ୍ୟକ ସଂଖ୍ୟାରେ ଏଠାକୁ ଆସି ଆଶୀର୍ବାଦ ଦେବାକୁ ଆସିଛନ୍ତି, ତାହାର ହିଁ କାରଣ ଆମେ ୧ କୋଟି ଭଉଣୀଙ୍କୁ କୋଟିପତି ଦିଦି କରିଛୁ। ମୁଁ ଖୁସି ଯେ ବିହାରର ଲକ୍ଷ ଲକ୍ଷ ଭଉଣୀ ଅଛନ୍ତି ଯେଉଁମାନେ ବର୍ତ୍ତମାନ ଲଖପତି ଦିଦି ହୋଇଛନ୍ତି । ଆଉ ଏବେ ମୋଦି ୩ କୋଟି ଭଉଣୀଙ୍କୁ କୋଟିପତି ହେବାର ଗ୍ୟାରେଣ୍ଟି ଦେଇଛନ୍ତି । ନିକଟରେ ଆମେ ବିଜୁଳି ବିଲ୍ କୁ ଶୂନ କରିବା ଏବଂ ବିଜୁଳିରୁ ରୋଜଗାର କରିବା ପାଇଁ ଏକ ଯୋଜନା ମଧ୍ୟ ଆରମ୍ଭ କରିଛୁ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର- ମାଗଣା ବିଜୁଳି ଯୋଜନା । ଏହାଦ୍ୱାରା ବିହାରର ଅନେକ ପରିବାର ମଧ୍ୟ ଉପକୃତ ହେବେ । ବିହାରର ଏନ୍ ଡିଏ ସରକାର ମଧ୍ୟ ବିହାରର ଯୁବକ, କୃଷକ, ଶ୍ରମିକ ଓ ମହିଳାଙ୍କ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ଡବଲ ଇଞ୍ଜିନର ଡବଲ ପ୍ରୟାସରେ ବିହାରର ବିକାଶ ଜାରି ରହିବ । ଆଜି ଆମେ ଏତେ ବଡ଼ ବିକାଶ ପର୍ବ ପାଳନ କରୁଛୁ ଏବଂ ବିକାଶର ପଥକୁ ଏତେ ବଡ଼ ଧରଣରେ ସୁଦୃଢ଼ କରିଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। ପୁଣି ଥରେ ମୁଁ ଆପଣମାନଙ୍କୁ ହଜାର ହଜାର କୋଟି ଟଙ୍କାର ଏହି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଅଭିନନ୍ଦନ ଜଣାଉଛି । ଏତେ ସଂଖ୍ୟାରେ ଏଠାକୁ ଆସିଥିବା ମା' ଭଉଣୀମାନଙ୍କୁ ମୁଁ ବିଶେଷ ଭାବେ ପ୍ରଣାମ କରୁଛି। ମୋ ସହିତ କୁହନ୍ତୁ-

ଭାରତ ମାତା କି ଜୟ!

ଦୁଇ ହାତ ଉଠାଇ ପୂରା ଜୋରରେ କହନ୍ତୁ-

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi pays tributes to Freedom Fighter, Shri Pingali Venkayya on his 150th birth anniversary
August 02, 2026

The Prime Minister, Shri Narendra Modi, paid tributes to freedom fighter, Shri Pingali Venkayya on his 150th birth anniversary.

The Prime Minister remembered Pingali Venkayya for his invaluable role in giving the nation the Tricolour and said that his efforts continue to inspire people to serve the country with dedication and patriotic fervour.

Shri Modi said that the Tiranga fills every Indian heart with immense pride and inspires the nation to work towards nation-building.

The Prime Minister wrote on X;

“Tributes to Pingali Venkayya Ji on his 150th birth anniversary. He is remembered for his invaluable role in giving our nation the Tricolour. May his efforts always inspire people to serve our country with dedication and patriotic fervour.

The Tiranga fills every Indian heart with immense pride and inspires us to work towards nation building.”