ଆଜି ସମଗ୍ର ବିଶ୍ୱ ବିକଶିତ ଭାରତ ପାଇଁ ଆମର ସଂକଳ୍ପ ବିଷୟରେ ଆଲୋଚନା କରୁଛି, ବିଶେଷ କରି ଭିତ୍ତିଭୂମିରେ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି, ଯାହା ଉପରେ ଏକ ବିକଶିତ ଭାରତର ନିର୍ମାଣ କରାଯାଉଛି : ପ୍ରଧାନମନ୍ତ୍ରୀ
ଆମେ ଏକ ରାଷ୍ଟ୍ର, ଏକ ଗ୍ୟାସ ଗ୍ରୀଡର ଦୃଷ୍ଟିକୋଣ ଉପରେ କାର୍ଯ୍ୟ କରିଛୁ, ପିଏମ୍ ଉର୍ଜା ଗଙ୍ଗା ପ୍ରକଳ୍ପ ସୃଷ୍ଟି କରିଛୁ : ପ୍ରଧାନମନ୍ତ୍ରୀ
ଆମକୁ 2047 ସୁଦ୍ଧା ଭାରତକୁ ବିକଶିତ କରିବାକୁ ପଡିବ, ଆମର ପଥ ହେଉଛି - ବିକାଶ ମାଧ୍ୟମରେ ସଶକ୍ତୀକରଣ, ନିଯୁକ୍ତି ମାଧ୍ୟମରେ ଆତ୍ମନିର୍ଭରଶୀଳତା ଏବଂ ପ୍ରତିକ୍ରିୟାଶୀଳତା ମାଧ୍ୟମରେ ସୁଶାସନ : ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ ରାଜ୍ୟପାଳ ଡ. ସି ଭି ଆନନ୍ଦ ବୋଷ ଜୀ, କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ହରଦୀପ ସିଂ ପୁରୀ, ଶାନ୍ତନୁ ଠାକୁର, ସୁକାନ୍ତ ମଜୁମଦାର, ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ, ସାଂସଦ ସୌମିକ ଭଟ୍ଟାଚାର୍ଯ୍ୟ ଓ ଜ୍ୟୋତିମର‌୍ୟ ସିଂ ମାହତୋଙ୍କ ସମେତ ଅନ୍ୟ ଜନ ପ୍ରତିନିଧିମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ।

ଷ୍ଟିଲ ସିଟି ଭାବରେ ବିଶେଷ ଭାବେ ପରିଚିତ ପଶ୍ଚିମବଙ୍ଗର ଦୁର୍ଗାପୁର ସାରା ଦେଶର ଆକର୍ଷଣ । ତେଣୁ ସେହି ଧାରାରେ ଏହାର ଉନ୍ନତି ବି ଆମ ସରକାରଙ୍କ ଲକ୍ଷ୍ୟ । କିଛି ସମୟ ପୂର୍ବରୁ ଏହାର ବିକାଶ ପାଇଁ ମଞ୍ଜୁର କରାଯାଇଥିବା ୫୪ ଶହ କୋଟି ଟଙ୍କାର ଅର୍ଥ ବରାଦ କଥା ଚିନ୍ତା କରାଯାଇ ପାରେ । ବିଭିନ୍ନ ପ୍ରକଳ୍ପ ଦ୍ୱାରା ଯୋଗାଯୋଗ, ଗ୍ୟାସ ଆଧାରିତ ପରିବହନ ବ୍ୟବସ୍ଥାରେ ଉନ୍ନତି ଆସିବ । ମେକ ଇନ ଇଣ୍ଡିଆ ମେକ ଫର ବାର୍ଲଡ ଭାବଧାରାରେ ଏହି ସହର ଆଗାମୀ ଦିନରେ ସମୃଦ୍ଧି ପଥରେ ଯାତ୍ରା କରିବ । ଫଳରେ ଏହି ଜାଗାର ଯୁବବର୍ଗ ଚାକିରି ପାଇ ପାରିବେ ।

ସମଗ୍ର ବିଶ୍ୱ ଏବେ ବିକଶିତ ଭାରତ କଥା କହୁଛି । ବିଭିନ୍ନ ବିକାଶ ମୂଳକ ଯୋଜନାରେ ସାରା ଦେଶରେ ବିଭିନ୍ନ ନୂଆ ନୂଆ ଭିତିଭୂମି ଗଢି ଉଠୁଛି । ସାମାଜିକ, ଭୌତିକ, ଡିଜିଟାଲ ପ୍ରକଳ୍ପ ଗଢି ଉଠୁଛି । ଗରିବଙ୍କ ଲାଗି ୪ କୋଟି ନୂଆ ଘର, କୋଟି କୋଟି ଶୌଚାଳୟ, ୧୨ କୋଟିରୁ ଅଧିକା ଟ୍ୟାପ ସଂଯୋଗ, ହଜାର ହଜାର ମାଇଲର ନୂଆ ରାସ୍ତା, ନୂଆ ରେଳପଥ, ଛୋଟ ସହରରେ ଏୟାରପୋର୍ଟ, ଇଂଟରନେଟର ସୁଗମତା ପରି ବିଭିନ୍ନ କ୍ଷେତ୍ରରେ ଉନ୍ନତି ହୋଇଛି । ଏପ୍ରକାର ଆଧୁନିକ ପ୍ରକଳ୍ପଭରା ସମୃଦ୍ଧି ପଶ୍ଚିମବଙ୍ଗ ସମେତ ଦେଶର ସବୁ ରାଜ୍ୟରେ ରହିଛି ।

 

ରେଳ ଯୋଗାଯୋଗ କ୍ଷେତ୍ରରେ ପଶ୍ଚିମବଙ୍ଗରେ ଅଭୂତପୂର୍ବ ଉନ୍ନତି ହୋଇଛି । ଅଧିକ ସଂଖ୍ୟକ ବନ୍ଦେ ଭାରତ ଟ୍ରେନ ଏବେ ସାରା ଦେଶରେ ଗଡୁବା ଆରମ୍ଭ କରିଛି । କୋଲକାତା ମେଟ୍ରୋ ଦିନକୁ ଦିନ ବିସ୍ତାରିତ ହୋଇଛି । ନୂଆ ରେଳ ପଥ ସହ ବିଦ୍ୟୁତ ସଂଯୋଗୀକରଣ ପରି ବିଭିନ୍ନ ଅତ୍ୟାଧୁନିକ ସେବା ଏହି ରାଜ୍ୟରେ ଉପଲବ୍ଧ । ବିଭିନ୍ନ ରେଳ ଷ୍ଟେସନର ଉନ୍ନତିକରଣ କରାଯାଇଛି । ଅଧିକରୁ ଅଧିକ ରେଲବେ ଓଭରବ୍ରିଜ ବି ତିଆରି କରାଯାଇଛି । ତେବେ ଏପରି ଉନ୍ନତି ଲାଗି ଏବେ ପଶ୍ଚିମବଙ୍ଗ ଲୋକଙ୍କ ଜୀବନଧାରଣ ସୁଗମ ହୋଇପାରିଛି ।

ଏଠାକାର ଏୟାରପୋର୍ଟକୁ କେନ୍ଦ୍ରର ଉଡାନ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଉଡେ ଦେଶକା ଆମ ନାଗରିକ ବା ଉଡାନ ପରି ଯୋଜନା ଅଧୀନରେ ଗତବର୍ଷ କେବଳ ପ୍ରାୟ ୫ କୋଟି ଲୋକ ଏହି ଯୋଜନାର ସୁଫଳ ପାଇଛନ୍ତି । ଯେବେ ଭିତିଭୂମି ଗଢି ଉଠେ ସେବେ ସ୍ଥାନୀୟ ବାସିନ୍ଦା କେବଳ ଉପକୃତ ହୁଅନ୍ତିନି ସ୍ଥାନୀୟ ଯୁବକମାନେ ବି ନିଯୁକ୍ତି ପାଆନ୍ତି । ପ୍ରକଳ୍ପ ସବୁ ପୂର୍ଣ୍ଣାଙ୍ଗ ହେବା ଲାଗି ଦରକାର ହେଉଥିବା କଂଚାମାଲ ଲାଗି ବି ଅଧିକ ସଂଖ୍ୟକ ବେକାର ସମସ୍ୟା ସମାଧାନ ହୋଇଥାଏ ।

ଗତ ଦଶ ଏଗାର ବର୍ଷରେ ଦେଶରେ ଗ୍ୟାସ ସଂଯୋଗୀକରଣ ସଂଖ୍ୟା ବଢିଛି । ଦେଶର ପ୍ରାୟ ଘରେ ଏବେ ଏଲପିଜି ଗ୍ୟାସ ଉପଭୋକ୍ତା ଅଛନ୍ତି । ବାନ ନେସନ ବାନ ଗ୍ୟାସ ଗ୍ରୀଡ ନ୍ୟାୟରେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାର ଶୁଭାରମ୍ଭ କରାଯାଇଛି । ପୂର୍ବ ଭାରତର ପଶ୍ଚିମବଙ୍ଗ ସମେତ ଛଅଟି ରାଜ୍ୟରେ ଗ୍ୟାସ ପାଇପ ଲାଇନ ବିଛା ସରିଛି । ଏହି ରାଜ୍ୟରେ ଶିଳ୍ପ ଓ ଲୋକମାନଙ୍କ ଘରେ ପାଇପ ଯୋଗେ ଗ୍ୟାସ ବିତରଣ ଏହାର ଲକ୍ଷ୍ୟ । ଯେବେ ଏହି ରାଜ୍ୟରେ ଗ୍ୟାସ ସୁଲଭ ହୋଇଯିବ ସେବେ ଲୋକେ ସିଏନଜିର ଉପକାରିତା ସମ୍ପର୍କରେ ଅବଗତ ହୋଇପାରିବେ । ଆମ ଶିଳ୍ପ କଳ କାରଖାନାରେ ବି ଗ୍ୟାସ ସମ୍ବନ୍ଧିତ ଯାନ୍ତ୍ରିକ ପଦ୍ଧତି ଆପଣାଯିବ । ଦୁର୍ଗାପୁରର ଶିଳ୍ପ ଜମି ଜାତୀୟ ଗ୍ୟାସ ଗ୍ରୀଡ ଅଧୀନରେ ରହିଛି । ଫଳରେ ସ୍ଥାନୀୟ ଶିଳ୍ପ ସମୂହ ଏହାର ସୁଫଳ ପାଇବେ । ୨୫ରୁ ୩୦ ଲକ୍ଷ ଘରେ ପାଇପ ଯୋଗେ ଗ୍ୟାସ ମିଳିପାରିବ । ମା, ଭଉଣୀମାନଙ୍କ ଜୀବନ ସୈଳୀରେ ପରିବର୍ତନ ହେବା ସହ ସ୍ଥାନୀୟ ବହୁ ଯୁବକ ରୋଜଗାର ପାଇପାରିବେ ।

 

 

ବର୍ତମାନ ଦୁର୍ଗାପୁର ଓ ରଘୁନାଥପୁରର ଶିଳ୍ପ ଓ ଷ୍ଟିଲ କାରଖାନାଗୁଡିକ ଆଧୁନିକ ଯନ୍ତ୍ରପାତିରେ ସମୃଦ୍ଧ । ଏଗୁଡିକ ଲାଗି ୧୫ ଶହ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇଛି । ସମଗ୍ର ବିଶ୍ୱରେ ଅନ୍ୟମାନଙ୍କ ସହ ପ୍ରତିଯୋଗିତା କରିବା ଲାଗି ଏଗୁଡିକ ପ୍ରସ୍ତୁତ । ଏଥିଲାଗି ବେଙ୍ଗଲ ଲୋକେ ଧନ୍ୟବାଦର ହକଦାର ।

 

ଭାରତର ଫ୍ୟାକ୍ଟ୍ରି ହେଉ ଅବା ଚାଷ ଜମି ସବୁଠି ଆମେ ବିକଶିତ ଭାରତର ଛବି ଦେଖିବା । ୨୦୪୭ ସୁଦ୍ଧା ଆମ ଦେଶକୁ ବିକଶିତ ଦେଶ ଭାବରେ ଗଢିବାକୁ ପଡିବ । ଉନ୍ନତି ଦେଇ ସଶକ୍ତିକରଣ, ନିଯୁକ୍ତି ମାଧ୍ୟମରେ ଆତ୍ମ ବିଶ୍ୱାସ ବୃଦ୍ଧି ଆମ ଲକ୍ଷ୍ୟ । ଭାରତର ବିକାଶ ଯାତ୍ରାରେ ବେଙ୍ଗଲକୁ ଏକ ପ୍ରମୁଖ ଇଞ୍ଜିନ ଭାବେ ଗଢି ତୋଳିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଏସବୁ ପ୍ରକଳ୍ପ ଲାଗି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
1 in 4 iPhones are now made in India as Apple ramps up production by 53 per cent

Media Coverage

1 in 4 iPhones are now made in India as Apple ramps up production by 53 per cent
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 11, 2026
March 11, 2026

From Silent Medical Revolution to Global Manufacturing Hub: Salute to PM Modi's Relentless Push for a Stronger, Self-Reliant India